
ନୂଆଦିଲ୍ଲୀ: ଆଜି ହେବ ମହାନଦୀ ଜଳ ବିବାଦ ମାମଲାର ଶୁଣାଣି। ଓଡ଼ିଶା ପକ୍ଷରୁ ମଧ୍ୟବର୍ତ୍ତୀକାଳୀନ ଆବେଦନର ଟ୍ରିବ୍ୟୁନାଲରେ ଏହି ଶୁଣାଣି ହେବ। ମହାନଦୀ ଜଳ ବିବାଦ ପ୍ରସଙ୍ଗରେ ଓଡ଼ିଶା ଓ ଛତିଶଗଡ଼ ମଧ୍ୟରେ ଆପୋଷ ସମାଧାନ ପାଇଁ ପୂର୍ବ ଶୁଣାଣିରେ ପରାମର୍ଶ ଦେଇଥିଲେ ଟ୍ରିବ୍ୟୁନାଲ୍। ଏହି ଶୁଣାଣିରେ ଉଭୟ ପକ୍ଷର ଆଡ୍ଭୋକେଟ ଜେନେରାଲ ସ୍ତରୀୟ ବୈଠକ ମାଧ୍ୟମରେ ସମାଧାନ କରିବାକୁ କହିଥିଲେ ଟ୍ରିବ୍ୟୁନାଲ୍। ଆପୋଷ ଆଲୋଚନା ସମ୍ପର୍କିତ ବୈଠକରେ କ’ଣ ସମାଧାନ ରାସ୍ତା ବାହାରିଛି ସେ ନେଇ […]
ନୂଆଦିଲ୍ଲୀ : ମହାକାଶ ଗବେଷଣା କ୍ଷେତ୍ରରେ ଭାରତର ବଡ ସଫଳତା। ଅପରେସନ ମିଶନ ଶକ୍ତିକୁ ସଫଳ କରିବାରେ ନିଜର ଦକ୍ଷତାର ପ୍ରୟୋଗ କରି ଭାରତ ଲୋ ଆର୍ଥ ଅରବିଟ୍ରେ ଏକ ସାଟେଲାଇଟକୁ ଆକ୍ରମଣ କରିଛି। ଆଜି ଡିଆର୍ଡିଓ ପକ୍ଷରୁ ବିକଶିତ ଆଣ୍ଟି ସାଟେଲାଇଟ୍ ମିସାଇଲ୍ (ଏ-ସ୍ୟାଟ୍ ମିସାଇଲ୍)ର ସଫଳତା ପୂର୍ବକ ପରୀକ୍ଷଣ ପରେ ନୂତନ ଇତିହାସ ରଚିଛି ଭାରତ। ପୃଥିବୀ ଠାରୁ ୩୦୦ କିଲୋମିଟର ଦୂରରେ ଥିବା ଲୋ ଆର୍ଥ ଅରବିଟ୍ରେ ସ୍ଥାପିତ ଏକ କୃତିମ ଉପଗ୍ରହକୁ […]
ମୁମ୍ବାଇ : ଅଡୁଆରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବାୟୋପିକ୍। ଏହି ଫିଲ୍ମରେ କାମ କରିଥିବା ୪ଜଣ ପ୍ରଯୋଜକଙ୍କୁ ନିର୍ବାଚନ କମିଶନ ନୋଟିସ ଜାରି କରିଛନ୍ତି। ଫିଲ୍ମର ରିଲିଜ୍ ନେଇ ସିପିଏମ୍ ଏବଂ କଂଗ୍ରେସ ପ୍ରତିବାଦ କରିବାପରେ ନୋଟିସ୍ ଜାରି ହୋଇଛି। ଦଳର କହିବା ଅନୁଯାୟୀ, ନିର୍ବାଚନର ସପ୍ତାହକ ପୂର୍ବରୁ ମୋଦିଙ୍କ ବାୟୋପିକ୍ ରିଲିଜ୍ ହେଲେ ଭୋଟରମାନେ ପ୍ରଭାବିତ ହେବାର ସମ୍ଭାବନା ରହିଛି। ଏଥିସହ ପୂର୍ବରୁ ଏପ୍ରିଲ୍ ୧୨ରେ ବାୟୋପିକ୍ ରିଲିଜ୍ ହେବାର ଥିଲା। ଫିଲ୍ମଟି ଏପ୍ରିଲ ୫ରେ […]
ନୂଆଦିଲ୍ଲୀ: ବିଜେପି ବିରୋଧରେ ପୁଣି ବିଷ ଓଗାଳିଛନ୍ତି ଦଳର ବରିଷ୍ଠ ନେତା ଶତ୍ରୁଘ୍ନ ସିହ୍ନା। ବର୍ଷିୟାନ ନେତା ଲାଲକୃଷ୍ଣ ଆଡ୍ଭାନିଙ୍କୁ ପ୍ରାର୍ଥୀ ନ କରିବାକୁ ନେଇ ଦଳର କେନ୍ଦ୍ରୀୟ ନେତୃତ୍ୱଙ୍କୁ ସେ ଭର୍ତ୍ସନା କରିଛନ୍ତି। ଶତ୍ରୁଘ୍ନ ମହାରାଷ୍ଟ୍ରର ଅହମ୍ମଦନଗରରେ ଏକ କାର୍ଯ୍ୟକ୍ରମରେ ଯୋଗଦେବା ଅବସରରେ ବର୍ତ୍ତମାନର ରାଜନୈତିକ ସ୍ଥିତି ନେଇ ନିଜର ପ୍ରତିକ୍ରିୟା ରଖିଥିଲେ। କେବଳ ଆଡ୍ଭାନି ନୁହଁ, ଅରୁଣ ସୌରୀ, ଯଶୋବନ୍ତ ସିଂହ, ଯଶୋବନ୍ତ ସିହ୍ନାଙ୍କ ଭଳି ବରିଷ୍ଠ ନେତାଙ୍କୁ ହଟାଇ ଦୁଇ ତିନି ଜଣ […]
ନୂଆଦିଲ୍ଲୀ: ଜଳବାୟୁ ପରିବର୍ତ୍ତନ ସହିତ ଆଗକୁ ବିଶ୍ୱରେ ଉତ୍କଟ ଜଳ ସମସ୍ୟା ଦେଖାଦେବ। ତେଣୁ ଏହାର ସମାଧାନ ପାଇଁ ଜମ୍ମୁ କଶ୍ମୀରର ଲେହ ଅଞ୍ଚଳରେ ଏକ ଛୋଟିଆ ପ୍ରୟାସ କରାଯାଇଛି। ବରଫ ସ୍ତୁପ ଜରିଆରେ ପାଣି ସଞ୍ଚୟ କରାଯାଇଛି। ଯାହାକୁ ବରଫ ସ୍ତୁପ କୁହାଯାଉଛି। ଆଗକୁ ଆସୁଥିବା ଉତ୍କଟ ଜଳ ସମସ୍ୟାର ସମାଧାନ ପାଇଁ ଏହି ନିଆରା ପ୍ରୟାସ କରାଯାଇଛି। ଖରାଦିନେ ବହୁ ସମସ୍ୟା ହୁଏ। ଏହାର ସମାଧାନ ପାଇଁ ବରଫ ସ୍ତୁପ ଜରିଆରେ ସଞ୍ଚୟ କରାଯାଇ […]
ନୂଆଦିଲ୍ଲୀ: ଆର୍ଥିକ ସଂକଟ ଯୋଗୁଁ ଜେଟ୍ ଏୟାର୍ୱେଜ୍ର ସମସ୍ୟା ବଢ଼ିବାରେ ଲାଗିଛି। ୧୩ଟି ଇଣ୍ଟରନ୍ୟାସନାଲ୍ ରୁଟ୍ରେ ବିମାନ ଚଳାଚଳକୁ ରଦ୍ଦ କରିଛି ଏହି କମ୍ପାନି। ଏପ୍ରିଲ ଶେଷ ଯାଏ ଏହି ରୁଟ୍ରେ ସମସ୍ତ ବିମାନ ବନ୍ଦ ରହିବା ସହିତ ବୁକିଂ ମଧ୍ୟ କରାଯିବ ନାହିଁ। ସେହି ରୁଟ୍ ଗୁଡ଼ିକ ମଧ୍ୟରେ ରହିଛି ଦିଲ୍ଲୀ-ବ୍ୟାଙ୍କକ୍, ମୁମ୍ବାଇ-ବ୍ୟାଙ୍କକ୍, ଦିଲ୍ଲୀ-ସିଙ୍ଗାପୁର। ସଂସ୍ଥାର ଆର୍ଥିକ ସଂକଟ ଯୋଗୁଁ ଏପରି ପରିସ୍ଥିତି ସୃଷ୍ଟି ହୋଇଛି। ଏହା ସହିତ ୭ଟି ବିମାନର ଚଳାଚଳକୁ ମଧ୍ୟ ବନ୍ଦ […]
ନୂଆଦିଲ୍ଲୀ: ବିହାର ଲୋକସଭା ନିର୍ବାଚନ ପାଇଁ ଏନ୍ଡିଏ ପୂରା ୪୦ ପ୍ରାର୍ଥୀଙ୍କ ତାଲିକା ଘୋଷଣା କରିଛି। ବିଜେପି ଓ ଜେଡିୟୁ ୧୭ଟି ଲେଖାଏ ଆସନରେ ନିର୍ବାଚନ ଲଢ଼ିବେ ଏବଂ ଏଲ୍ଜିପି ୬ଟି ଆସନରେ ପ୍ରାର୍ଥୀ ଦେବ। ବିହାର ବିଜେପି ମୁଖ୍ୟ ଭୂପିନ୍ଦ୍ର ଯାଦବ ଆଜି ପାଟଣାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସମସ୍ତ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛନ୍ତି। ଶତ୍ରୁଘ୍ନ ସିହ୍ନାଙ୍କୁ ଏଥର ଟିକଟ ମିଳି ନାହିଁ। ସେ ଲଢୁଥିବା ଆସନ ପାଟଣା ସାହିବରୁ ଲଢ଼ିବେ କେନ୍ଦ୍ର ମନ୍ତ୍ରୀ […]
କାଶ୍ମୀର: ଜମ୍ମୁ ଓ କାଶ୍ମୀରର ସୋପୋର ସହରରେ ଗ୍ରେନେଡ୍ ଆକ୍ରମଣରେ ୨ଜଣ ପୁଲିସ୍ କର୍ମଚାରୀ ଆହତ ହୋଇଛନ୍ତି। ଆହତଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସକାଳ ସାଢ଼େ ୧୦ଟା ବେଳେ ଓ୍ୱାରପୋରାର ପୁଲିସ୍ ପାର୍ଟି ଉପରକୁ ଆତଙ୍କବାଦୀମାନେ ଗ୍ରେନେଡ୍ ମାଡ଼ କରିଥିଲେ। ଏଥିରେ ଡାଙ୍ଗିବାଚା ଥାନାର ଷ୍ଟେସନ ହାଉସ୍ ଅଫିସର ମୁଦାସିର ଅହମ୍ମଦ ଏବଂ ତାଙ୍କ ସହ ଥିବା ସୁରକ୍ଷାକର୍ମୀ ଆହତ ହୋଇଛନ୍ତି। ଆକ୍ରମଣ ପରେ ସୋପୋରକୁ ଘେରାଉ କରି ତଲାସି ଅଭିଯାନ ଚାଲିଛି। ଏହାସହ ବାନ୍ଦିପୋରାରର ହାଜିନ, […]
ଭୁବନେଶ୍ୱର: ୨୦୧୪ ପରି ଏଥର ମଧ୍ୟ ବିକାଶ, ଶିକ୍ଷା, ସ୍ୱାସ୍ଥ୍ୟ, କୃଷିକୁ ଗୁରୁତ୍ୱ ଦେବ ବିଜେଡି। ଦଳର ନିର୍ବାଚନୀ ଇସ୍ତାହାରେ ଏହି ସବୁ ପ୍ରସଙ୍ଗ ସ୍ଥାନ ପାଇପାରେ। ଦଳର ଇସ୍ତାହାର ବାସ୍ତବଧର୍ମୀ ହେବ ବୋଲି କହିଛନ୍ତି ସାଂସଦ ସୌମ୍ୟ ରଂଜନ ପଟ୍ଟନାୟକ। ସେ କହିଛନ୍ତି, “ଆଜି ପ୍ରାରମ୍ଭିକ ମିଟିଂ ହୋଇଥିଲା। ୨ ଦିନ ପରେ ଚୂଡ଼ାନ୍ତ ମିଟିଂରେ ଇସ୍ତାହାର ପ୍ରସ୍ତାବ ହେବ। ଅନ୍ୟ ଦଳ ଭୋଟରଙ୍କୁ ଆକର୍ଷିତ କରିବାକୁ ଲୋଭନୀୟ କଥା କହିବେ। ତେବେ ବିଜେଡିର ଇସ୍ତାହାର […]
ନୂଆଦିଲ୍ଲୀ: ଆଗାମୀ ଲୋକସଭା ନିର୍ବାଚନରେ ପ୍ରାର୍ଥୀ ହେବେନି ବହୁଜନ ସମାଜପାର୍ଟିର ମୁଖ୍ୟ ମାୟାବତୀ। ଏନେଇ ଆଜି ସେ ଘୋଷଣା କରିଛନ୍ତି। ନିର୍ବାଚନରେ ପ୍ରାର୍ଥୀ ହେଉ ନଥିଲେ ମଧ୍ୟ ସେ ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବେ ବୋଲି ସ୍ପଷ୍ଟ କରିଛନ୍ତି। ଉତ୍ତରପ୍ରଦେଶରେ ବହୁଜନ ସମାଜପାର୍ଟି, ସମାଜବାଦୀ ପାର୍ଟି ଓ ରାଷ୍ଟ୍ରୀୟ ଲୋକଦଳ ମଧ୍ୟରେ ମେଣ୍ଟ ହୋଇଛି। ଏପ୍ରିଲ ୧୧ରେ ଉତ୍ତରପ୍ରଦେଶରେ ପ୍ରଥମ ପର୍ଯ୍ୟାୟରେ ୮ଟି ଲୋକସଭା ପାଇଁ ନିର୍ବାଚନ ହେବ। ଏଥିପାଇଁ ମେଣ୍ଟ ପକ୍ଷରୁ ରଣନୀତି ପ୍ରସ୍ତୁତି […]