ୱାଶିଂଟନ୍: ଆମେରିକାରେ କୃଷ୍ଣକାୟ ନାଗରିକ ଜର୍ଜ ଫ୍ଲଏଡଙ୍କ ହତ୍ୟା ଘଟଣାରେ ପୂର୍ବତନ ମିନେପଲିସ୍ ପୋଲିସ ଅଫିସର ଡେରେକ ଚୌଭିନ ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ୪୫ବର୍ଷ ବୟସ୍କ ଡେରେକ ଚୌଭିନଙ୍କୁ ତିନିଟି ମାମଲାରେ ଦୋଷୀ ସାବ୍ୟସ୍ତ କରାଯାଇଛି। ଆସନ୍ତାକାଲି ଦଣ୍ଡାଦେଶ ଘୋଷଣା କରାଯିବ। ସେପଟେ ଆମେରିକା ପୋଲିସ ଅଫିସର ଦୋଷୀ ସାବ୍ୟସ୍ତ ହେବା ପରେ ପ୍ରତିକ୍ରିୟା ରଖିଛନ୍ତି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍। ସେ ଟ୍ବିଟ୍ କରିଛନ୍ତି, ଏହି ଶୁଣାଣି ପରେ ଜର୍ଜ ଆମ ନିକଟକୁ ଫେରି ଆସିବେ […]
ନୂଆଦିଲ୍ଲୀ: ୬ ଦିନିଆ ଲକଡାଉନ୍ ଘୋଷଣା ହେଉ ହେଉ ମଦ ଦୋକାନରେ ଦେଖିବାକୁ ମିଳିଛି। ପ୍ରବଳ ଗହଳି ଦିଲ୍ଲୀରେ ଥିବା ବିଭିନ୍ନ ମଦ ଦୋକାନରେ ଲୋକେ ପ୍ରବଳ ଭିଡ଼ ଲଗାଇଥିବା ଦେଖିବାକୁ ମିଳିଛି। ଏଭଳି ସ୍ଥିତି ଉପୁଜିଛି ମଦ ଦୋକାନରୁ ପେଟି ପେଟି ମଦ ବୋହି ନେଇଛନ୍ତି ଲୋକେ। ଲକ୍ଡାଉନ୍ ଘୋଷଣା ହେବା ପରେ ଏଭଳି ସ୍ଥିତି ଦେଖିବାକୁ ମିଳିଛି। ମଦ ନେବା ପାଇଁ କେତେକ ସ୍ଥାନରେ ଲୋକେ ଦୀର୍ଘ ସମୟ ଧରି ଲାଇନ୍ରେ ଛିଡ଼ା ହୋଇଥିବା […]
ଭୁବନେଶ୍ୱର: ଏଣିକି ନିଜ ନିଜ ସ୍କୁଲରେ ପିଲାଙ୍କୁ ମିଳିବ ଜାତି ପ୍ରମାଣ ପତ୍ର। ଜାତି ପ୍ରମାଣପତ୍ର ସହ ଆୟ ଓ ଆବାସିକ ପ୍ରମାଣପତ୍ର ମଧ୍ୟ ମିଳିବ। ଦଶମ ଶ୍ରେଣୀ ପିଲାଙ୍କ ଲାଗି ସ୍କୁଲରେ ଏହି ବ୍ୟବସ୍ଥା କରିଛନ୍ତି ରାଜ୍ୟ ସରକାର। ରାଜସ୍ୱ ନିରୀକ୍ଷକମାନେ ସ୍କୁଲରେ କ୍ୟାମ୍ପ କରି ସାର୍ଟିଫିକେଟ ଦେବେ। ସାର୍ଟିଫିକେଟ ବଣ୍ଟା ବେଳେ ପ୍ରଧାନ ଶିକ୍ଷକ ଓ ଶ୍ରେଣୀ ଶିକ୍ଷକ ଉପସ୍ଥିତ ରହିବେ। ଖରାଛୁଟି ପୂର୍ବରୁ ଏକ ନିର୍ଦ୍ଦିଷ୍ଟ ତାରିଖରେ ଏହି ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ […]
ମୁମ୍ବାଇ: ଥମିଯାଇଥିବା କରୋନା ତାର ପୁଣି ଉଗ୍ର ରୂପ ଧାରଣ କଲାଣି। ମହାମାରୀର ଦ୍ୱିତୀୟ ଲହର୍ ରାଜ୍ୟକୁ ରାଜ୍ୟ ଡେଇଁ ଡେଇଁ ଚାଲିଛି। ଏହି ଅଦୃଶ୍ୟ ଶକ୍ତି ଏବେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପୁଣି ମୁଣ୍ଡବିନ୍ଧାର କାରଣ ହୋଇଛି। ଏନେଇ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଚିନ୍ତାପ୍ରକଟ କରିଛି। ଦେଶର ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ଠାରୁ ଆରମ୍ଭ କରି ବିଭିନ୍ନ ସ୍ୱେଚ୍ଛାସେବୀ ସଂଗଠନ ଲୋକଙ୍କୁ ସଚେତନ କରାଉଛନ୍ତି। ତଥାପି ବୋଲ ମାନୁନି କରୋନା। ପ୍ରତିଦିନ ଦେଶରୁ ଲକ୍ଷେରୁ ଅଧିକ […]
ବିଜାପୁର: ୪ ଦିନ ହେଲାଣି ମାଓ କବ୍ଜାରେ CRPF କୋବ୍ରା ୟୁନିଟ୍ ଯବାନ ରାକେଶ୍ୱର ସିଂ ମାନହସ୍। ମାଓ କ୍ୟାମ୍ପରୁ ଇଏ ତାଙ୍କରି ପ୍ରଥମ ଫଟୋ, ଯାହାକୁ ଜାରି କରିଛନ୍ତି ନକ୍ସଲ। ହେଲେ ନକ୍ସଲଙ୍କ ଦାବି ମୁତାବକ ସରକାର ତାଙ୍କୁ ମୁକୁଳାଇବା ପାଇଁ କାହାକୁ ମଧ୍ୟସ୍ଥ କରୁଛନ୍ତି କିମ୍ବା ଅନ୍ୟ କେଉଁ ପଦକ୍ଷେପ ନେଉଛନ୍ତି, ତାହା ସ୍ପଷ୍ଟ ହୋଇନାହିଁ। କେବଳ, ଛତିଶଗଡ଼ ସରକାର ଜଣେ ସମାଜସେବୀଙ୍କୁ ମଧ୍ୟସ୍ଥ ଭାବେ ପଠାଇବା ଲାଗି ଯୋଜନା କରୁଥିବା ସୂଚନା ମିଳିଛି। […]
ବିଜାପୁର: ଛତିଶଗଡ଼ ବିଜାପୁରରେ ସୁରକ୍ଷା କର୍ମୀ- ମାଓବାଦୀ ମୁହାଁମୁହିଁ ଘଟଣାରେ ମାଓବାଦୀଙ୍କ ପକ୍ଷରୁ ପ୍ରବକ୍ତା ବିକଳ୍ପଙ୍କ ପ୍ରେସ ରିଲିଜ୍ ଜାରି ହୋଇଛି। ଜଣେ ଯବାନଙ୍କୁ ସେମାନେ ବନ୍ଧକ ରଖିଥିବା ମାଓବାଦୀ ସ୍ବୀକାର କରିଛନ୍ତି। ପ୍ରତି ଆକ୍ରମଣରେ ସେମାନଙ୍କର ୪ ସାଥୀଙ୍କ ମୃତ୍ୟୁ ଘଟିଥିବା କହିଛନ୍ତି। ବନ୍ଧକ ଯବାନଙ୍କୁ ମୁକୁଳାଇବା ପାଇଁ ମଧ୍ୟସ୍ଥ ଦେବାକୁ ମଧ୍ୟ କହିଛନ୍ତି। ସରକାରଙ୍କୁ ପ୍ରଥମେ ମଧ୍ୟସ୍ଥଙ୍କ ନାମ ଘୋଷଣା କରିବା ଦରକାର ବୋଲି ସେ କହିଛନ୍ତି। ମଧ୍ୟସ୍ଥଙ୍କ ଜରିଆରେ ଆଲୋଚନା ପରେ ବନ୍ଧକଙ୍କୁ […]
କଶ୍ନୀର: ଜମ୍ମୁ କାଶ୍ମୀରରେ ବିଶ୍ୱର ସବୁଠୁ ଉଚ୍ଚତମ ରେଲୱେ ବ୍ରିଜର ଅନ୍ତିମ ପର୍ଯ୍ୟାୟ ନିର୍ମାଣ କାର୍ଯ୍ୟ ଶେଷ ହୋଇଛି। ରେଳ ମନ୍ତ୍ରୀ ପୀୟୁଷ ଗୋୟଲ ଟୁଇଟ କରି ଏହି ସୂଚନା ଦେଇଛନ୍ତି। ଚେନାବ ନଦୀ ଉପରେ ନିର୍ମାଣ ହୋଇଛି ଏହି ଆର୍କ-ଟାଇପ୍ ବ୍ରିଜ୍। ଏହି ଆର୍କର ଲମ୍ବ ୪୬୭ ମିଟର। ଚେନାବ ନଦୀଶଯ୍ୟାଠାରୁ ଏହାର ଉଚ୍ଚତା ୩୫୯ ମିଟର। ପ୍ୟାରିସର ଏଫିଲ ଟାୱାର ଠାରୁ ଏହାର ଉଚ୍ଚତା ୩୫ ମିଟର ଅଧିକ ବୋଲି କୁହାଯାଉଛି। ଏହି ବ୍ରିଜ୍ […]
ମାଲକାନଗିରି: ବିଜାପୁର ନକ୍ସଲ ଆକ୍ରମଣ ପରେ ନିଖୋଜ ସିଆରପିଏଫ୍ କୋବ୍ରା ଯବାନଙ୍କୁ ଉଦ୍ଧାର ପାଇଁ ପତ୍ନୀଙ୍କ ଆକୁଳ ନିବେଦନ। ପ୍ରଧାନମନ୍ତ୍ରୀ ଓ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହାଙ୍କୁ ନିବେଦନ କରିଛନ୍ତି ନିଖୋଜ ଯବାନ ରାକେଶ୍ୱର ସିଂ ମାନହାସଙ୍କ ପତ୍ନୀ ମିନୁ ମାନହାସ୍। ଶନିବାର ବିଜାପୁରରେ ମାଓବାଦୀ ଏବଂ ସୁରକ୍ଷାକର୍ମୀଙ୍କ ମଧ୍ୟରେ ହୋଇଥିବା ଗୁଳି ବିନିମୟରେ ୨୨ ଯବାନ ସହିଦ୍ ହୋଇଥିବା ବେଳେ ୩୦ରୁ ଅଧିକ ଆହତ ହୋଇଛନ୍ତି। ତେବେ ରାକେଶ୍ୱର ସିଂ ମାନହାସଙ୍କ କୌଣସି ପତ୍ତା […]
ଭୁବନେଶ୍ୱର: ରେକର୍ଡ ପରେ ରେକର୍ଡ କରୁଛି ଦୈନିକ ସଂକ୍ରମଣ। ୪୦୦ ମୁହାଁ ରାଜ୍ୟର କରୋନା ଗ୍ରାଫ୍। ଗତ ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହୋଇଛନ୍ତି ୩୯୪ ନୂଆ ପଜିଟିଭ୍। ଚଳିତ ବର୍ଷର ଏହା ହେଉଛି ସର୍ବାଧିକ ଦୈନିକ ସଂକ୍ରମଣ। ସବୁଠାରୁ ଅଧିକ ୭୦ ପଜିଟିଭ୍ ଚିହ୍ନଟ ହୋଇଛନ୍ତି ଖୋର୍ଦ୍ଧା ଜିଲ୍ଲାରୁ। ସେଥିମଧ୍ୟରୁ କେବଳ ଭୁବନେଶ୍ୱର ମହାନଗର ନିଗମ ଅଞ୍ଚଳରୁ ରହିଛନ୍ତି ୫୨ ଜଣ। ରମାଦେବୀ ବିଶ୍ୱବିଦ୍ୟାଳୟର ଜଣେ ଅଧ୍ୟାପିକା କରୋନା ସଂକ୍ରମିତ ହେବା ପରେ ଆଜି କ୍ୟାମ୍ପସ୍ରେ […]
କୋଲକାତା: ନନ୍ଦିଗ୍ରାମ ରଣାଙ୍ଗନରେ ରଥି ମହାରଥୀଙ୍କ ଭିଡ଼। ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଓ ପ୍ରତିଦ୍ୱନ୍ଦ୍ୱୀ ଶୁଭେନ୍ଦୁ ଅଧିକାରୀଙ୍କ ଘମାଘୋଟ ପ୍ରଚାର। ଉଠୁଛି ପଡୁଛି ପ୍ରଚାର ମୈଦାନ। ବିରାଟ ଶୋଭାଯାତ୍ରାରେ ଶୁଭେନ୍ଦୁଙ୍କ ପାଇଁ ଭୋଟ୍ ମାଗିଛନ୍ତି କେନ୍ଦ୍ରମନ୍ତ୍ରୀ ଅମିତ ଶାହା। କହିଛନ୍ତି, ପଶ୍ଚିମବଙ୍ଗରେ ପରିବର୍ତ୍ତନ ଆଣିବାର ସହଜ ଉପାୟ ହେଉଛି ନନ୍ଦିଗ୍ରାମରେ ମମତାଙ୍କ ପରାଜୟ। ରାଜ୍ୟର ବିପର୍ଯ୍ୟସ୍ଥ ଆଇନ ଶୃଙ୍ଖଳା, ମହିଳା ସୁରକ୍ଷା ଓ ଅନୁପ୍ରବେଶ ପ୍ରସଙ୍ଗ ଉଠାଇ ଦିଦିଙ୍କୁ ଘେରିଛନ୍ତି ଶାହା। ଅପରାହ୍ଣରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ […]
ଢାକା: ଭାରତ-ବାଂଲାଦେଶ ମଧ୍ୟରେ ଗୁରୁତ୍ୱପୂର୍ଣ୍ଣ ୫ଟି କ୍ଷେତ୍ରରେ ସହଯୋଗ ଓ ସହଭାଗିତା ଲାଗି ବୁଝାମଣା ପତ୍ର ସ୍ୱାକ୍ଷରିତ ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଐତିହାସିକ ବାଂଲାଦେଶ ଗସ୍ତର ଅନ୍ତିମ ଦିନରେ ବାଂଲା ପ୍ରତିପକ୍ଷ ଶେଖ୍ ହସିନାଙ୍କ ଉପସ୍ଥିତିରେ ଏହି ରାଜିନାମା ସ୍ୱାକ୍ଷରିତ ହୋଇଛି। ଏହାମଧ୍ୟରେ ରହିଛି ଯୋଗାଯୋଗ, ଶକ୍ତି, ବ୍ୟବସାୟ, ସ୍ୱାସ୍ଥ୍ୟ ଏବଂ ବିକାଶ ସହଯୋଗ। ଏହାସହ ପ୍ରଧାନମନ୍ତ୍ରୀ ମୋଦି ବାଂଲାବାସୀଙ୍କ ପାଇଁ ୧୦୯ ଆମ୍ବୁଲାନ୍ସ ଉପହାର ସ୍ୱରୂପ ପ୍ରଦାନ କରିଛନ୍ତି। ବାଂଲାଦେଶର ୫୦ ବର୍ଷ ପୂର୍ତ୍ତି […]
ଢାକା: ବାଂଲାଦେଶ ସ୍ୱାଧୀନତା ସଂଗ୍ରାମରେ ଲଢିଥିବା ମୁକ୍ତିଯୋଦ୍ଧାଙ୍କ ରକ୍ତ ଏବଂ ଭାରତୀୟ ସୈନ୍ୟଙ୍କ ରକ୍ତ ଏକାଠି ବୋହିଛି। ଏହି ରକ୍ତ ଏଭଳି ଏକ ସମ୍ପର୍କ ତିଆରି କରିବ ଯାହା କି କୌଣସି ଚାପ ଆଗେ ନଇଁବନି କି କୂଟନୀତିର ଶିକାର ହେବନି। ଆଜି ଢାକାରେ ବାଂଲାଦେଶ ରାଷ୍ଟ୍ରୀୟ ଦିବସ ସମାରୋହରେ ଯୋଗ ଦେଇ ଏହା କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ମୋଦି ଆହୁରି ମଧ୍ୟ କହିଛନ୍ତି, ଭାରତ ଓ ବାଂଲାଦେଶ ପାଇଁ ଆସନ୍ତା ୨୫ ବର୍ଷ ବେଶ୍ […]
ନୂଆଦିଲ୍ଲୀ: ଆସନ୍ତା ୨୭ ତାରିଖରୁ ଏପ୍ରିଲ ୪ ମଧ୍ୟରେ ଦେଶର ସମସ୍ତ ସରକାରୀ ଓ ବେସରକାରୀ ବ୍ୟାଙ୍କଗୁଡ଼ିକ ପ୍ରାୟ ୭ ଦିନ କାଳ ବନ୍ଦ ରହିବ। ପ୍ରଥମେ ମାର୍ଚ୍ଚ ୨୭ରୁ ୨୯ ତାରିଖ ଯାଏ ଲଗାତର ୩ଦିନ ବ୍ୟାଙ୍କ ବନ୍ଦ ରହିବ। କାରଣ ୨୭ ତାରିଖ ହେଉଛି ୪ର୍ଥ ଶନିବାର। ସେହିପରି ଏହାର ପରଦିନ ରବିବାର। ତେଣୁ ବ୍ୟାଙ୍କ ବନ୍ଦ ରହିବ। ସୋମବାର ହୋଲି ଥିବାରୁ ବ୍ୟାଙ୍କ ଗୁଡ଼ିକର ବନ୍ଦ ରହିବ। ଆରବିଆଇର ବିଜ୍ଞପ୍ତି ଅନୁଯାୟୀ, ମାର୍ଚ୍ଚ […]
ଗୌହାଟୀ: ଆସାମ ନିର୍ବାଚନ ପାଇଁ ବିଜେପି ନିର୍ବାଚନୀ ଇସ୍ତାହାର ଜାରି କରିଛି। ଗୌହାଟୀରେ ଆଜି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ସଂକଳ୍ପ ପତ୍ର ଜାରି କରି ଆସାମବାସୀଙ୍କୁ ୧୦ଟି ପ୍ରତିଶ୍ରୁତି ଦେଇଛନ୍ତି। ଜଳ, ଜୀବିକା ଓ ଯୁବାବର୍ଗକୁ ଏଥର ସଙ୍କଳ୍ପ ପତ୍ରରେ ଗୁରୁତ୍ୱ ଦିଆଯାଇଛି। ରାଜ୍ୟରେ ୧୦ ଲକ୍ଷ ନିଯୁକ୍ତି ଦେବାକୁ ଘୋଷଣା କରାଯାଇଛି। ଆସାମକୁ ବନ୍ୟା ବିପର୍ଯ୍ୟୟରୁ ରକ୍ଷା କରିବାକୁ ଭିଜନ ବ୍ରହ୍ମପୁତ୍ର କାର୍ଯ୍ୟକାରୀ କରିବାକୁ ବିଜେପି ପ୍ରତିଶ୍ରୁତି ଦେଇଛି। ବ୍ରହ୍ମପୁତ୍ରର ବିଭିନ୍ନ ନଦୀ […]
ତେଲେଙ୍ଗାନା(ଯଶୋବନ୍ତ ପାଢୀ): ତେଲେଙ୍ଗାନାରେ ଗ୍ୟାଲେରୀ ଭୁଶୁଡ଼ି ୧୦୦ରୁ ଉର୍ଦ୍ଧ୍ୱ ଆହତ।ସୋମବାର ତେଲେଙ୍ଗାନାର ସୂର୍ଯ୍ୟପେଟରେ ୪୭ ତମ ଜାତୀୟ ଜୁନିଅର କବାଡି ଟୁର୍ଣ୍ଣାମେଣ୍ଟ ପାଇଁ ବହୁ ସଂଖ୍ୟାରେ ଲୋକ ଏକତ୍ରିତ ହୋଇଥିଲେ। ସେହି ସମୟରେ ଏକ ଗ୍ୟାଲେରୀ ଭୁଶୁଡ଼ି ଯାଇଥିଲା। ଆହତମାନଙ୍କୁ ତୁରନ୍ତ ନିକଟସ୍ଥ ଡାକ୍ତରଖାନାକୁ ନିଆଯାଇଥିଲା। ଗୁରୁତର ଅବସ୍ଥାରେ ଥିବା ଦୁଇ ଜଣଙ୍କୁ ଉନ୍ନତ ଚିକିତ୍ସା ପାଇଁ ହାଇଦ୍ରାବାଦ ପଠାଯାଇଛି। ଦୁର୍ଘଟଣା ଘଟିଥିବା ସ୍ଥାନରେ ପ୍ରାୟ ୧୫୦୦ ଦର୍ଶକ ଉପସ୍ଥିତ ଥିଲେ। ଏହି ସ୍ଥାନରେ ତିନୋଟି ଗ୍ୟାଲେରୀ […]
ମୁମ୍ବାଇ: ଅମ୍ବାନୀଙ୍କ ଘର ଆଣ୍ଟାଲିଆ ନିକଟରୁ ଜିଲେଟିନ୍ ରଖା ଯାଇଥିବା ଗାଡି ଠାବ ପରେ ମହାରାଷ୍ଟ୍ରରେ ଜାରି ରହିଛି ଘମାସାନ। ମହାରାଷ୍ଟ୍ର ଗୃହମନ୍ତ୍ରୀ ଅନିଲ ଦେଶମୁଖଙ୍କ ବିରୁଦ୍ଧରେ ପୂର୍ବତନ ମୁମ୍ବାଇ ଟପ୍ କପ୍ ପରମବୀର ସିଂହଙ୍କ ସାଂଘାତିକ ଅଭିଯୋଗକୁ ନେଇ ମହାରାଷ୍ଟ୍ର ରାଜନୀତିରେ କଂପନ। ନିଜେ ଗୃହମନ୍ତ୍ରୀ, ଟଙ୍କା ଅସୁଲିକାରୀ ସାଜିଥିବା ଦର୍ଶାଇ ଜୋରଦାର ଢଙ୍ଗରେ ବିଜେପି ବର୍ଷିଛି। ଗୃହମନ୍ତ୍ରୀ ଅନିଲ ଦେଶମୁଖ୍ ତୁରନ୍ତ ଇସ୍ତଫା ଦିଅନ୍ତୁ ନଚେତ୍ ଉଦ୍ଧବ ତାଙ୍କୁ ମନ୍ତିମଣ୍ଡଳରୁ ବହିଷ୍କାର କରନ୍ତୁ ବୋଲି […]
କୋଲକାତା: ପଶ୍ଚିମବଙ୍ଗ ପାଇଁ ନିର୍ବାଚନୀ ଇସ୍ତାହାର ଘୋଷଣା କରିଛନ୍ତି ଗୃହମନ୍ତ୍ରୀ ଅମିତ୍ ଶାହ। ବିଜେପି ଫୋକସ୍ରେ ପଶ୍ଚିମବଙ୍ଗର ମହିଳା ଭୋଟର୍। ତେଣୁ ସଙ୍କଳ୍ପ ପତ୍ରରେ ମହିଳାଙ୍କୁ ଆକୃଷ୍ଟ କରିବାକୁ ଘୋଷଣା ହୋଇଛି ଏକାଧିକ ପ୍ରସ୍ତାବ। ରାଜ୍ୟରେ ସରକାରକୁ ଆସିଲେ ମହିଳାଙ୍କୁ ୩୩ ପ୍ରତିଶତ ସରକାରୀ ଚାକିରୀରେ ସରଂକ୍ଷଣ, କେଜିରୁ ପିଜି ମାଗଣାରେ ପାଠ ପଢ଼ିବା ବ୍ୟବସ୍ଥା କରିବା ନେଇ ଘୋଷଣା ହୋଇଛି। ତାସହ ଇସ୍ତାହାରରେ ମାଷ୍ଟର୍ ଷ୍ଟୋକ୍ ଖେଳିଛି ବିଜେପି। କ୍ଷମତାକୁ ଆସିଲେ ପ୍ରଥମ କ୍ୟାବିନେଟ୍ରେ ହିଁ […]
ରାୟପୁର: ଛତିଶଗଡ଼ରେ ସ୍କୁଲ୍, କଲେଜ ଓ ଅଙ୍ଗନବାଡ଼ି ବନ୍ଦ ପାଇଁ ନିଷ୍ପତ୍ତି। କରୋନା ସଂକ୍ରମଣ ବଢ଼ୁଥିବାରୁ ଶିକ୍ଷାନୁଷ୍ଠାନ ବନ୍ଦ ପାଇଁ ଘୋଷଣା କରାଯାଇଛି। ଏନେଇ ଗଣମାଧ୍ୟମକୁ ମନ୍ତ୍ରୀ ରବୀନ୍ଦ୍ର ଚୌବେ ସୂଚନା ଦେଇଛନ୍ତି। ଦେଶର ବିଭିନ୍ନ ସ୍ଥାନରେ ଏବେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିବା ଦେଖିବାକୁ ମିଳିଛି। ଏଥିପାଇଁ ବିଭିନ୍ନ ରାଜ୍ୟର ସରକାର ଭିନ୍ନ ଭିନ୍ନ ପଦକ୍ଷେପ ନେଉଛନ୍ତି। ଏହି କ୍ରମରେ ରାଜସ୍ଥାନ ସରକାର ୮ଟି ସହରରେ ନାଇଟ୍ କର୍ଫ୍ୟୁ ଲାଗୁ କରିଛନ୍ତି। ଆଜମେର, ଭିଲାଓ୍ୱାଡା, ଜୟପୁର, […]
ନୂଆଦିଲ୍ଲୀ: ଟ୍ରେନ୍ ଭିତରେ ଧୂମପାନ କଲେ ଧୂମପାନକାରୀଙ୍କ ବିରୋଧରେ ହେବ କଡ଼ା କାର୍ଯ୍ୟାନୁଷ୍ଠାନ। ଧୂମପାନକାରୀ ଧରାପଡ଼ିଲେ ସରକାରୀ ସମ୍ପତ୍ତି ନଷ୍ଟ ଅଭିଯୋଗରେ ସେମାନେ ଗିରଫ ବି ହୋଇପାରନ୍ତି। ନିକଟରେ ଉତ୍ତରାଖଣ୍ଡରେ ଶତାବ୍ଦୀ ଏକ୍ସପ୍ରେସ ଟ୍ରେନରେ ନିଆଁ ଲାଗିବା ପରେ ଏଭଳି ନିଷ୍ପତ୍ତି ନେଇଛି ରେଳ ବିଭାଗ। ବିଡ଼ି କିମ୍ବା ସିଗାରେଟ୍ରୁ ଶତାବ୍ଦୀ ଏକ୍ସପ୍ରେସ୍ ଅଗ୍ନିକାଣ୍ଡ ଘଟିଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିବା ପରେ ରେଳ ବିଭାଗ। ଏଭଳି ପଦକ୍ଷେପ ନେବାକୁ ଯାଉଥିବା କହିଛନ୍ତି, ବିଭାଗର ଜଣେ ବରିଷ୍ଠ ଅଧିକାରୀ। […]
ମୁମ୍ବାଇ: ଶିଳ୍ପପତି ମୁକେଶ ଅମ୍ବାନୀଙ୍କ ଘର ନିକଟରୁ ବିସ୍ଫୋରକ ମିଳିବା ମାମଲାରେ ଗିରଫ ହୋଇଥିବା ମୁମ୍ବାଇ ପୋଲିସ୍ ଅଧିକାରୀ ସଚିନ୍ ୱାଜେ ନିଲମ୍ବିତ ହୋଇଛନ୍ତି। ଏନଆଇଏ ପକ୍ଷରୁ ମାରାଥନ ଜେରାପରେ ତାଙ୍କୁ ଗିରଫ କରାଯାଇଥିଲା। ଆଣ୍ଟାଲିଆ ନିକଟରୁ ବିସ୍ଫୋରକ ବୋଝେଇ ସ୍କର୍ପିଓକୁ କିଏ ଆଣିଥିଲା? ପୂର୍ବତନ ମୁମ୍ବାଇ ପୋଲିସ୍ ଅଧିକାରୀ ସଚିନ୍ ୱାଜେ ସେ ଦିନ କାର୍ ରଖିଥିଲେ କି ? ସିସିଟିଭିରେ କଏଦ ବ୍ୟକ୍ତି ଜଣକ କିଏ ? ତାକୁ ନେଇ ଏବେ ଜୋରସୋରରେ ତଦନ୍ତ […]
କୋଲକାତା: ପଶ୍ଚିମବଙ୍ଗରେ ୨ଶହରୁ ଅଧିକ ଆସନ ଜିତି ସରକାର ଗଢିବ ବିଜେପି। ଖଡଗପୁରରେ ବିଶାଳ ରୋଡ୍ ସୋ ଅବସରରେ ଏଭଳି ଦାବି କରିଛନ୍ତି ଗୃହମନ୍ତ୍ରୀ ଅମିତ ଶାହା। ଗୃହମନ୍ତ୍ରୀ କହିଛନ୍ତି, ବିଜେପି ସରକାର ବେଙ୍ଗଲରେ ପରିବର୍ତ୍ତନ ଆଣିବାରେ ସଫଳ ହେବ। ପୁଣିଥରେ ସୋନାର ବାଙ୍ଗଲା ଗଠନ ହେବ। ପଶ୍ଟିମବଙ୍ଗବାସୀ ମଧ୍ୟ ପରିବର୍ତ୍ତନ ଚାହୁଁଥିବା କହିଛନ୍ତି ଶାହା। ଆଜି ଖଡ଼ଗପୁରରେ ମେଗା ରୋଡ୍ ସୋ କରିଛନ୍ତି ଗୃହମନ୍ତ୍ରୀ ଅମିତ ଶାହା। ଶାହାଙ୍କ ରୋଡ୍ ସୋରେ ଜନସମୁଦ୍ର ପାଲଟିଥିଲା। ବିଶାଳ […]
ନୂଆଦିଲ୍ଲୀ: କଡ଼ ଲେଉଟାଇ ପୁଣି ମାଡ଼ୁଛି କରୋନା ସଂକ୍ରମଣ। ଗତ ୨୪ ଘଣ୍ଟାରେ ଦେଶରେ ଚିହ୍ନଟ ହୋଇଛନ୍ତି ପାଖାପାଖି ୨୫ ହଜାର ଆକ୍ରାନ୍ତ। ଏହାସହ ମହାମାରୀ ନେଇଛି ୧୪୦ ଜଣଙ୍କ ଜୀବନ। ସଂକ୍ରମଣ ବଢିବା ସହ ଆରୋଗ୍ୟ ହାର ୯୬.୮୨ ପ୍ରତିଶତକୁ ହ୍ରାସ ପାଇଛି। ମହାରାଷ୍ଟ୍ର, କେରଳ, ପଂଜାବ, କର୍ଣ୍ଣାଟକ, ଗୁଜରାଟ ଓ ତାମିଲନାଡ଼ୁ ଏହି ୫ ରାଜ୍ୟରେ ସ୍ଥିତି ବେକାବୁ ହେଲାଣି। ସଂକ୍ରମଣ ବଢୁଥିବା ବେଳେ ବିମାନ ଯାତ୍ରୀଙ୍କ ପାଇଁ କଠୋର ହୋଇଛନ୍ତି DGCA। ଏୟାରପୋର୍ଟରେ କି […]
କୋଲକାତା: ପଶ୍ଚିମବଙ୍ଗରେ ଏଥର ଷ୍ଟାର ଓ୍ୱାର୍। ବିଧାନସଭା ନିର୍ବାଚନର ମଇଦାନରେ ଅନେକ ସିନେ ଷ୍ଟାର ଓ ଟିଭି ସେଲିବ୍ରିଟି। ଏହି ତାଲିକାର ସଦ୍ୟତମ ସେଲିବ୍ରିଟି ବିଗତ ଦିନର ମ୍ୟାଟ୍ନି ଆଇଡଲ୍ ଡିସ୍କୋ ଡାନ୍ସର୍ ମିଥୁନ ଚକ୍ରବର୍ତ୍ତୀ ହୋଇପାରନ୍ତି। ଚର୍ଚ୍ଚା ହେଉଛି ଆସନ୍ତାକାଲି ହେବାକୁ ଥିବା ମୋଦିଙ୍କ ମେଗା ସମାବେଶରେ ସେ ଯୋଗଦାନ କରି ବିଧିବଦ୍ଧ ଭାବେ ପଦ୍ମ ଧରିବେ। ଏପରିକି ନିର୍ବାଚନ ବି ଲଢ଼ିପାରନ୍ତି ବୋଲି ଆକଳନ କରାଯାଉଛି। ତେବେ ବିଜେପି ପକ୍ଷରୁ ଏନେଇ କିଛି ସ୍ପଷ୍ଟ […]
ଦିଶପୁର: ଆସାମ ବିଧାନସଭା ନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କରିଛି ବିଜେପି। ପ୍ରଥମ ଦଫାରେ ୭୦ଟି ଆସନ ପାଇଁ ପ୍ରାର୍ଥୀ ଘୋଷଣା କରାଯାଇଛି। ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନଓ୍ୱଲ ମଜୁଲି ଆସନରୁ ପ୍ରାର୍ଥୀ ହୋଇଥିବା ବେଳେ ହେଭିେଓ୍ୱଟ ହିମନ୍ତ ବିଶ୍ୱଶର୍ମା ଜାଲୁକବାରିରୁ ପ୍ରାର୍ଥୀ ହେବେ। କେନ୍ଦ୍ରୀୟ ନିର୍ବାଚନ ସମିତିର ବୈଠକ ପରେ ପ୍ରାର୍ଥୀ ଚୂଡ଼ାନ୍ତ କରାଯାଇଥିଲା। ଏଥର ଆସାମ ଗଣ ପରିଷଦ ଓ UPPL ସହିତ ମେଣ୍ଟ କରି ବିଜେପି ନିର୍ବାଚନ ଲଢୁଛି। ଆସାମ ଗଣ ପରିଷଦ ଭାଗରେ […]