ନୂଆଦିଲ୍ଲୀ : ଟିକେଟ ନେଇ କଂଗ୍ରେସ ଶିବିର ମଧ୍ୟ ଚଳଚଞ୍ଚଳ। ଶେଷ ପର୍ଯ୍ୟାୟ ପ୍ରାର୍ଥୀ ଚୟନ ନେଇ ଆଜି ଦିଲ୍ଲୀରେ ଚାଲିଛି ବୈଠକ। ଏଆଇସିସି ସ୍କ୍ରିନିଂ କମିଟି ପ୍ରାର୍ଥୀଙ୍କ ନାଁ ଚୂଡାନ୍ତ କରିବା ପରେ ଦଳର କେନ୍ଦ୍ରୀୟ ନିର୍ବାଚନ କମିଟି ଏଥିରେ ମୋହର ମାରିବ। ସ୍କ୍ରିନିଂ କମିଟି ମୁଖ୍ୟ ଭିଡି ସାଥିସାନଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ଚାଲିଛି। କଂଗ୍ରେସ ରାଜ୍ୟ ପ୍ରଭାରୀ ଜିତେନ୍ଦ୍ର ସିଂହ, ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ମଧ୍ୟ ଉପସ୍ଥିତ ଅଛନ୍ତି। ୧୫ ଲୋକସଭା […]
ନୂଆଦିଲ୍ଲୀ : କୁଖ୍ୟାତ ଆତଙ୍କବାଦୀ ମାସୁଦ ଆଝାରକୁ ଅନ୍ତର୍ଜାତୀୟ ଆତଙ୍କବାଦୀ ଘୋଷଣା ପାଇଁ ଚୀନ୍ ସହ ଆଲୋଚନା ଚାଲିଛି। ଆଝାରଙ୍କୁ ଆତଙ୍କବାଦୀ ଘୋଷଣା ପାଇଁ ଚୀନ ପକ୍ଷରୁ କିଛି ପ୍ରସ୍ତାବ ରଖାଯାଇଛି, ସେ ସମ୍ପର୍କରେ ଭାରତ ପକ୍ଷରୁ ବିଚାର କରାଯାଉଛି। ଖୁବଶୀଘ୍ର ଏ ସମ୍ପର୍କରେ ତଥ୍ୟ ମିଳିବ ବୋଲି ସୂଚନା ମିଳିଛି। ପାକିସ୍ତାନରେ ଆତଙ୍କବାଦୀ ସଂଗଠନ ସକ୍ରିୟ ଥିବା ସମ୍ପର୍କରେ ଚୀନ ନିକଟରେ ପର୍ଯ୍ୟାପ୍ତ ତଥ୍ୟ ରହିଛି। ଏଥିସହ ଚୀନ ପକ୍ଷରୁ ଆତଙ୍କବାଦ ଏକ ବଡ଼ ଚ୍ୟାଲେଞ୍ଜ୍ […]
କୋଲକାତା: କୋଲକାତା ନ୍ୟାସନାଲ ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲରେ ଅଗ୍ନିକାଣ୍ଡ। ନିଆଁ ଲାଗିବା ଖବର ପାଇବା ପରେ ଘଟଣାସ୍ଥଳରେ ଅଗ୍ନିଶମବାହିନୀର ୧୦ଟି ଗାଡି ମୁତୟନ କରାଯାଇଛି। ନିଆଁ ଲିଭାଇବାକୁ ଅଗ୍ନିଶମ ବାହିନୀର ଉଦ୍ୟମ ଜାରି ରହିଛି। ମେଡିକାଲରୁ ପ୍ରାୟ ୨୫୦ ରୋଗୀଙ୍କୁ ସୁରକ୍ଷିତ ବାହାର କରାଯାଇଛି। ସେମାନଙ୍କୁ ନିକଟ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି। ତେବେ ଅଗ୍ନିକାଣ୍ଡର ପ୍ରକୃତ କାରଣ ସ୍ପଷ୍ଟ ହୋଇନାହିଁ। ହସ୍ପିଟାଲରେ ଥିବା ଏକ କ୍ୟାଣ୍ଟିନରୁ ନିଆଁ ଲାଗିଥିବା ଆଶଙ୍କା କରାଯାଉଛି। ମେଡିକାଲ କଲେଜ ବିଲ୍ଡିଂରୁ […]
ନୂଆଦିଲ୍ଲୀ: ସୀମାରେ ପୁଣି ପରାକ୍ରମ ଦେଖାଇଛି ଭାରତୀୟ ବାୟୁସେନା। ପଞ୍ଜାବ ଏବଂ ଜମ୍ମୁ ସୀମାରେ ଇଣ୍ଡିଆନ ଏୟାରଫୋର୍ସ ପକ୍ଷରୁ ଯୁଦ୍ଧାଭ୍ୟାସ କରାଯାଇଛି। ଗତକାଲି ରାତିରେ କରାଯାଇଥିବା ଏହି ଯୁଦ୍ଧାଭ୍ୟାସରେ ବହୁ ସଂଖ୍ୟାରେ ଫାଇଟର ଏୟାରକ୍ରାଫ୍ଟ ଭାଗ ନେଇଥିଲେ। ପଞ୍ଜାବର ଅମ୍ରିତସରରେ ଜେଟ୍ ସମେତ ଅନ୍ୟାନ୍ୟ ଯୁଦ୍ଧ ବିମାନ ସୁପରସୋନିକ ଗତିରେ ଆକାଶ ମାର୍ଗରେ ଉଡ଼ିଥିବା ଦେଖିବାକୁ ମିଳିଥିଲା। ସୀମାରେ ଉତ୍ତେଜନା ଲାଗି ରହିଥିବାରୁ ପ୍ରସ୍ତୁତି ପୂର୍ବକ ଏହି ଏୟାର ଡ୍ରିଲ କରାଯାଇଛି। ପାକିସ୍ତାନ ଯେପରି ଭାରତୀୟ ବାୟୁ […]
ନୂଆଦିଲ୍ଲୀ: ଜାତିସଂଘ ମାନବାଧିକାର ପରିଷଦ ବା UNHRCରେ ପାକିସ୍ତାନକୁ ଭାରତର ତୀବ୍ର ସମାଲୋଚନା। ଜେନେଭାରେ UNHRCର ୪୦ତମ ବୈଠକରେ ଜାତିସଂଘରେ ଭାରତର ପ୍ରଥମ ସଚିବ ମିନି କୁମାମ୍ କହିଛନ୍ତି, ‘‘ପାକିସ୍ତାନ ଜମ୍ମୁ କାଶ୍ମୀରର କିଛି ଅଂଶକୁ ବେଆଇନ ଭାବେ ଅକ୍ତିଆର କରି ରଖିଛି। ଏମିତି କରି ପାକିସ୍ତାନ ଜାତିସଂଘ ନିୟମର ଉଲ୍ଲଂଘନ କରୁଛି। ସେହିପରି ଜାତିସଂଘ ଦ୍ୱାରା ବ୍ୟାନ୍ ହୋଇଥିବା ଜୈଶ-ଏ-ମହମ୍ମଦକୁ ଭାରତ ବିରୋଧରେ ବ୍ୟବହାର କରୁଥିବାର ପ୍ରମାଣ ସ୍ପଷ୍ଟ ହୋଇଛି।’’ ଏହାକୁ ମଧ୍ୟ ପାକିସ୍ତାନର ପୂର୍ବତନ ନେତୃବୃନ୍ଦ ସ୍ୱୀକାର […]
ନୂଆଦିଲ୍ଲୀ: ବାବା ରାମଦେବଙ୍କୁ ମହଙ୍ଗା ପଡ଼ିଲା ଏଲୋପାଥିକୁ ନେଇ ବିବାଦୀୟ ବୟାନ। ଆଇଏମ୍ଏର ବିରୋଧ ପରେ ଯୋଗଗୁରୁଙ୍କୁ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ହର୍ଷବର୍ଦ୍ଧନ ଚିଠି ଲେଖିଛନ୍ତି। ଏଲୋପାଥତ୍ ଔଷଧ ନେଇ ବାବା ରାମଦେବ ଯେଉଁ ମନ୍ତବ୍ୟ ଦେଇଥିଲେ ସେହି ମନ୍ତବ୍ୟ ଫେରାଇ ନେବାକୁ ରାମଦେବଙ୍କୁ ଚିଠିରେ କହିଛନ୍ତି ସ୍ବାସ୍ଥ୍ୟ ମନ୍ତ୍ରୀ ହର୍ଷବର୍ଦ୍ଧନ। ବାବା ରାମଦେବଙ୍କ ଏଭଳି ମନ୍ତବ୍ୟ କରୋନା ଯୋଦ୍ଧାଙ୍କୁ ଆଘାତ ଦେଇଛି। ଲୋକଙ୍କ ଜୀବନ ବଞ୍ଚାଉଥିବା ଏଲୋପାଥିକୁ ନେଇ ଏଭଳି ମନ୍ତବ୍ୟ ଦୁର୍ଭାଗ୍ୟଜନକ। ଏଲୋପାଥତ୍କୁ ତମାସା, ବେକାର […]
ନୂଆଦିଲ୍ଲୀ: ବିଶିଷ୍ଟ ସାମ୍ବାଦିକ, ସିନିୟର ଆଙ୍କର ତଥା ଜାତୀୟ ଗଣମାଧ୍ୟମର ଚର୍ଚ୍ଚିତ ଚେହେରା ରୋହିତ ସରଦାନାଙ୍କ ଅକାଳ ବିୟୋଗରେ ମିଡିଆ ଇଣ୍ଡଷ୍ଟ୍ରିରେ ଶୋକର ଛାୟା ଖେଳିଯାଇଛି । ଲୋକପ୍ରିୟ ଘରୋଇ ନ୍ୟୁଜ ଚାନେଲ ଆଜ ତକ୍ରେ ତାଙ୍କର ଦମଦାର ସ୍ୱର ଆଉ ଶୁଣିବାକୁ ମିଳିବନି । ତାଙ୍କର ଅକାଳ ମୃତ୍ୟୁରେ ସତେ ଯେପରି ସ୍ତବ୍ଧ ହୋଇଯାଇଛି । ଏପରିକି ତାଙ୍କ ମୃତ୍ୟୁ ଖବର ଶୁଣିବା ମାତ୍ରକେ ଆଜ ତକ୍ ଆଙ୍କର ନିଜର କୋହକୁ ସମ୍ଭାଳି ପାରିନଥିଲେ । […]
ନୂଆଦିଲ୍ଲୀ: ଫୋନ୍ ପାସୱାର୍ଡ ପାଇଁ ବନ୍ଧୁ ଭୁଲିଗଲା ସବୁ ସମ୍ପର୍କକୁ । ପାସୱାର୍ଡ ନ କହିବାରୁ କିଛି ନବୁଝି ସାଙ୍ଗକୁ ହତ୍ୟା କରିବାକୁ ପଛେଇଲାନି ସାଂଗ । ଏଭଳି ଦୁଃଖଦ ଘଟଣା ଘଟିଛି ଦିଲ୍ଲୀର ପିତମପୁର ଅଞ୍ଚଳରେ । ପିତମପୁର ଅଞ୍ଚଳରେ ଥିବା ପାର୍କରେ ଜଣେ ଛାତ୍ରଙ୍କୁ ତାଙ୍କର ଜଣେ ସାଂଗ ତଣ୍ଟି ଚିପି ହତ୍ୟା କରିଛନ୍ତି । ଅଭିଯୁକ୍ତଙ୍କୁ ଗିରଫ କରି ପୋଲିସ କୋର୍ଟ ଚାଲାଣ କରିଛି । ଅଭିଯୁକ୍ତଙ୍କ ଠାରୁ ସବୁ ସତ ଓଗାଳିଛି ପୋଲିସ୍ […]
କୋଭିଡ ନିୟମକୁ ପାଳନ କରିବା ଆଳରେ ଜଣେ ଜିଲ୍ଲା ମାଜିଷ୍ଟ୍ରେଟଙ୍କ ଦାଦାଗିରିକୁ ନେଇ ଚର୍ଚ୍ଚା। ଘଟଣା ଘଟିଛି ତ୍ରିପୁରାର ରାଜଧାନୀ ଅଗରତାଲାରେ ଡିଏମ୍ ଜଣଙ୍କ ଦଳବଳ ଧରି ବିବାହମଣ୍ଡପକୁ ଯାଇ ଯେଉଁ ହରକତ୍ କରିଛନ୍ତି ତାର ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ୍ ହେବା ପରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଏହାପରେ ଅବଶ୍ୟ ସେ ନିଜ ଆଚରଣ ପାଇଁ କ୍ଷମା ମାଗିଛନ୍ତି, କିନ୍ତୁ ଡିଏମଙ୍କ ଅଭଦ୍ରାମୀକୁ ଗୁରତର ସହ ନେଇ ମୁଖ୍ୟ ଶାସନ ସଚିବଙ୍କ ଠାରୁ ରିପୋର୍ଟ […]