
ପାଟଣା: ବିହାରରେ କରୋନା ସଂକ୍ରମଣ ଦ୍ରୁତ ଗତିରେ ବଢ଼ିବାରେ ଲାଗିଛି। ଏବେ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ କରୋନା ଏଣ୍ଟ୍ରି କରିସାରିଛି। ଏହିକ୍ରମରେ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ଭାଣିଜିଙ୍କର କରୋନା ରିପୋର୍ଟ ପଜିଟିଭ୍ ଆସିଛି, ଯାହାକୁ ନେଇ ସବୁ ଚିନ୍ତାରେ ପଡ଼ିଯାଇଛନ୍ତି। ବର୍ତ୍ତମାନ ତାଙ୍କର ଏମ୍ସ ହସ୍ପିଟାଲରେ ଚିକିତ୍ସା ଚାଲିଛି। ଏହାସହ ତାଙ୍କର ପୂରା ପରିବାରକୁ ହୋମ୍ କ୍ୱାରେଣ୍ଟିନରେ ରଖାଯାଇଛି ଏବଂ ସମସ୍ତଙ୍କର ଟେଷ୍ଟ ମଧ୍ୟ କରାଯାଇଛି। ମୁଖ୍ୟମନ୍ତ୍ରୀ ନୀତୀଶଙ୍କ ଭାଣିଜି ମଧ୍ୟ ସିଏମ୍ ବାସଭବନରେ ରୁହନ୍ତି। […]
ନୂଆଦିଲ୍ଲୀ: ଦିଲ୍ଲୀସ୍ଥିତ ଏମ୍ସ ଟ୍ରମା ସେଣ୍ଟରରେ ଜଣେ କରୋନା ସଂକ୍ରମିତ ବ୍ୟକ୍ତି ଚାରି ମହଲା ବିଶିଷ୍ଟ କୋଠାରୁ ଡେଇଁ ଆତ୍ମହତ୍ୟା କରିଛନ୍ତି। ତେବେ ଆତ୍ମହତ୍ୟା କରିଥିବା ବ୍ୟକ୍ତି ଜଣକ ପେସାରେ ସାମ୍ବାଦିକ ବୋଲି କୁହାଯାଉଛି। ଗୁରୁତର ଅବସ୍ଥାରେ ସାମ୍ବାଦିକଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଥିଲା, ଯେଉଁଠାରେ ଚିକିତ୍ସାଧୀନ ବେଳେ ତାଙ୍କର ମୃତ୍ୟୁ ହୋଇଥିଲା। ପୋଲିସର କହିବା ଅନୁଯାୟୀ, ଆତ୍ମହତ୍ୟା କରିଥିବା ତରୁଣ ସିସୋଦିଆ କରୋନାରେ ସଂକ୍ରମିତ ଥିଲେ। ଏମ୍ସର କୋଭିଡ୍ ବିଭାଗରେ ତାଙ୍କର ଚିକିତ୍ସା ଚାଲିଥିଲା। କିନ୍ତୁ ହଠାତ୍ […]
ନୂଆଦିଲ୍ଲୀ: କାମ ଦେଲା ଭାରତର ଆକ୍ରମଣାତ୍ମକ ଆଭିମୁଖ୍ୟ। ସଫଳ କୂଟନୀତି ଓ ଘେରାବନ୍ଦୀ ଆଗରେ ହାର୍ ମାନିଲା ଡ୍ରାଗନ୍। ଶେଷରେ ଗଲୱାନ୍ ଘାଟିରେ ପଛକୁ ହଟିଛି ଚୀନ୍। ମାସେରୁ ଅଧିକ ସମୟ ଧରି ଲଦାଖ ସୀମାରେ ଉତ୍ତେଜନା ପରେ ଚୀନ୍ର ପିପୁଲ୍ସ ଲିବରେସନ୍ ଆର୍ମି (ପିଏଲଏ) ପଛକୁ ହଟିଛି। ସୋମବାର ପିଏଲଏ ସୈନ୍ୟ ଭାରତ-ଚୀନ ସୀମାନ୍ତ ପୂର୍ବ ଲଦାଖର ଗଲୱାନ ଭ୍ୟାଲିର ପାଟ୍ରୋଲ ପଏଣ୍ଟ (ପିପି) ୧୪, ୧୫ ଏବଂ ୧୭-ଏ ଏବଂ ଗୋଗ୍ରା-ହଟସ୍ପ୍ରିଙ୍ଗ ଅଞ୍ଚଳରୁ ନିଜର […]
ନୂଆଦିଲ୍ଲୀ: କରୋନା ଭାଇରସ୍ ମହାମାରୀ ସମସ୍ତଙ୍କୁ ନିଜ ଘର ଭିତରେ ରହିବାକୁ ବାଧ୍ୟ କରିଛି। କର୍ମଚାରୀମାନେ ଘରେ ରହି କାମ କରିବାକୁ କମ୍ପାନୀଗୁଡ଼ିକ କହିଛନ୍ତି। ସାମାଜିକ ଦୂରତା ନିୟମକୁ ପାଳନ କରି ସଂକ୍ରମଣର ବିପଦକୁ ଦୂର କରିବା ପାଇଁ ବିଭିନ୍ନ କାର୍ଯ୍ୟଠାରୁ ଆରମ୍ଭ କରି ବିବାହ, ବ୍ରତଘର ପର୍ଯ୍ୟନ୍ତ ସବୁକିଛି ଏକ ଛୋଟ ବ୍ୟାପାରରେ ପରିଣତ ହୋଇଛି। https://twitter.com/dineshjoshi70/status/1278965451666657281?s=20 ଏହି ସମୟରେ ବିବାହ କରୁଥିବା ବ୍ୟକ୍ତି ବହୁ ହଇରାଣ ହେଉଛନ୍ତି। ଏହି ଭଳି ଏକ ବାହାଘର ସମୟର […]
କନ୍ଧମାଳ: କନ୍ଧମାଳ ଜିଲ୍ଲା ଗୋଛାପଡ଼ା ଥାନା ଅଞ୍ଚଳର ବିଭିନ୍ନ ସ୍ଥାନରେ ମାଓ ପୋଷ୍ଟର ପଡ଼ିଥିବା ଦେଖିବାକୁ ମିଳିଛି। ମାଓ ପୋଷ୍ଟର ଗୁଡିକ CPI KKBN ଡିଭିଜନାଲ କମିଟି ପକ୍ଷରୁ ଜାରି କରାଯାଇଛି। ପୋଷ୍ଟରରେ ଗଞ୍ଜେଇ ଚାଷ ବିରୋଧକୁ ପୁଲିସ୍ର ଦମନଲୀଳା ଭାବେ ଉଲ୍ଲେଖ ରହିଛି। ଲୋକମାନଙ୍କୁ ପ୍ରଥମେ ରୋଜଗାର, ଜଙ୍ଗଲ ଜମି ଅଧିକାର ଓ ମୌଳିକ ସୁବିଧା ଦିଅ ତାପରେ ଗଞ୍ଜେଇ ଗଛ କାଟ ବୋଲି ଉଲ୍ଲେଖ ରହିଛି। ତେବେ ଏହାକୁ ନେଇ କନ୍ଧମାଳ ପୁଲିସ୍ ପକ୍ଷରୁ […]
୪ଟିରେ ମେଣ୍ଟ ବାଜିମାତ୍ କରିଛି। କେବଳ ସିମ୍ଓଗା ଲୋକସଭା ଆସନରେ ହିଁ ବିଜେପିକୁ ସଫଳତା ମିଳିଛି। ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ରାଜ୍ୟ ବିଜେପି ମୁଖ୍ୟ ବିଏସ୍ ୟେଦୁରପ୍ପାଙ୍କ ପୁଅ ବି. ଏସ୍. ରାଘବେନ୍ଦ୍ର ବିଜୟୀ ହୋଇଛନ୍ତି। କଂଗ୍ରେସ ଏବଂ ମେଣ୍ଟ ବେଲାରୀ, ମାଣ୍ଡ୍ୟା, ରାମନଗରମ୍ ଏବଂ ଜାମଖଣ୍ଡି ଆସନକୁ କଂଗ୍ରେସ-ଜେଡିଏସ୍ ମେଣ୍ଟ ଅକ୍ତିଆର କରିଛି। ତେବେ ସବୁଠୁ ବଡ଼ କଥା ବେଲାରୀ ଆସନ ପୂର୍ବରୁ ବିଜେପି ଗଡ଼ ଭାବେ ପରିଚିତ ଥିଲା ଯାହାକୁ ଏବେ କଂଗ୍ରେସ କବଜ୍ଜା […]
ଦିଲ୍ଲୀ/ଚଣ୍ଡିଗଡ଼: ବର୍ତ୍ତମାନ ପିଢିର ପିଲାମାନଙ୍କ ଉପରେ ଅନଲାଇନ୍ ଗେମର ନିଶା ଖୁବ୍ ଚଢ଼ିବାରେ ଲାଗିଛି। ଏହି ଅନଲାଇନ୍ ଗେମ୍ ମଧ୍ୟରୁ ପବ୍ଜୀ (PUBG) ଏବେ ସମସ୍ତଙ୍କ ପ୍ରିୟ ହୋଇଛି। କିନ୍ତୁ ଏହି ଖେଳ ଯେ ଜଣଙ୍କୁ କାଙ୍ଗାଳ କରିଦିଏ, ତା’ର ଜ୍ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି ପଞ୍ଜାବରେ। ପଞ୍ଜାବର ଜଣେ ପିଲା ଅନଲାଇନ୍ ଗେମ୍ ନିଶାରେ ନିଜ ବାପାଙ୍କ ଆକାଉଣ୍ଟରୁ ୧୬ଲକ୍ଷ ଟଙ୍କା ଖର୍ଚ୍ଚ କରି ଦେଇଛି। ତେବେ ପୁଅର ଏଭଳି କାମ ପରେ ବାପା ତାକୁ […]
ନୂଆଦିଲ୍ଲୀ: ସୀମାରେ ଯେକୌଣସି ପରିସ୍ଥିତିର ମୁକାବିଲା ଲାଗି ଭାରତୀୟ ବାୟୁସେନା ପକ୍ଷରୁ ଜୋରଦାର ପ୍ରସ୍ତୁତି ଦେଖିବାକୁ ମିଳିଛି। ଭାରତ-ଚୀନ୍ ସୀମାରେ ଗତକାଲି ଏକାଧିକ ଲଢ଼ୁଆ ଯୁଦ୍ଧ ବିମାନ ଉଡ଼ାଇ ଏହି ସଙ୍କେତ ଦେଇଛି ଭାରତ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଲଦାଖ ଗସ୍ତର ଦୁଇ ଦିନ ପରେ ଭାରତ-ଚୀନ ସୀମାର ଫରୱାର୍ଡ ଏୟାର ବେସରେ ଆଜି ବାସୁସେନାର ଲଢ଼ୁଆ ଯୁଦ୍ଧ ବିମାନ ସୁଖୋଇ-୩୦, ଆପାଚି ଆକ୍ରମଣକାରୀ ହେଲିକପ୍ଟର ଉଡ଼ିବା ସହ ଏୟାର ଅପରେସନ ଜାରି ରଖିଛି। #WATCH Indian […]
ନୂଆଦିଲ୍ଲୀ: ଭାରତରେ କରୋନା ଭାଇରସ୍ ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଛି। ରବିବାର ସକାଳେ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ଜାରି ରିପୋର୍ଟ ଅନୁଯାୟୀ, ଗତ ୨୪ ଘଣ୍ଟାରେ ଭାରତରେ ରେକର୍ଡ ୨୪,୮୫୦ ନୂଆ ପଜିଟିଭ୍ ମାମଲା ସାମ୍ନାକୁ ଆସିଛି। ଯାହାକି କୌଣସି ଗୋଟିଏ ଦିନରେ ଭାରତରେ ସର୍ବାଧିକ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏହାସହ ଦେଶରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୬,୭୩,୧୬୫ରେ ପହଞ୍ଚିଛି। ଭାରତରେ କ୍ରମାଗତ ନବମ ଦିନରେ ୧୮ହଜାରରୁ ଅଧିକ କରୋନା ପଜିଟିଭ୍ ଚିହ୍ନଟ ହେବାର ନୂଆ ରେକର୍ଡ […]
ନୂଆଦିଲ୍ଲୀ: ସର୍ବଦା ଭାରତ ବିରୋଧୀ ମନ୍ତବ୍ୟ ଦେଇ ଆସୁଥିବା ପାକିସ୍ତାନର ବୈଦେଶିକ ମନ୍ତ୍ରୀ ଶାହ ମେହମୁଦ୍ କ୍ୟୁରେଶି କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଶୁକ୍ରବାର କ୍ୟୁରେଶିଙ୍କର କରୋନା ରିପୋର୍ଟ ପଜିଟିଭ୍ ଆସିଛି। ଯାହା ପରେ ସେ ନିଜକୁ ହୋମ୍ କ୍ୱାରେଣ୍ଟିନରେ ରଖିଛନ୍ତି। ଏ ନେଇ ଖୋଦ୍ କ୍ୟୁରେଶି ଟ୍ୱିଟ୍ କରି ସୂଚନା ଦେଇଛନ୍ତି। This afternoon I felt a slight fever and immediately quarantined myself at home. I have now tested positive […]
ଥିରୁଅନନ୍ତପୁରମ୍: ପୁଣି ଖୋଲିଛି କେରଳ ସବରିମାଳାର ସ୍ୱାମୀ ଆୟାପ୍ପାଙ୍କ ମନ୍ଦିର। ମନ୍ଦିର ଖୋଲିବା ପରେ ସ୍ଥିତିରେ କିଛିଟା ପରିବର୍ତ୍ତନ ଦେଖିବାକୁ ମିଳିଛି। ପୂର୍ବ ପରି ଉତ୍ତେଜନା, ବିକ୍ଷୋଭ ଦେଖିବାକୁ ମିଳି ନଥିଲେ ମଧ୍ୟ ଚାପା ଉତ୍ତେଜନା ଦେଖାଦେଇଛି। କାଁ ଭାଁ ଘଟଣାକୁ ବାଦ୍ ଦେଲେ ସେପରି କିଛି ଅପ୍ରିତିକର ପରିସ୍ଥିତି ଘଟଣା ଦେଖିବାକୁ ମିଳିନାହିଁ। ରିପୋର୍ଟ ଅନୁସାରେ ଏକ ନ୍ୟୁଜ୍ ଚ୍ୟାନେଲର କ୍ୟାମେରା ମ୍ୟାନ୍ଙ୍କୁ ମାଡ଼ ମରାଯାଇଥିବା ଅଭିଯୋଗ ହୋଇଛି। କ୍ୟାମେରା ମ୍ୟାନ ଜଣଙ୍କ ମନ୍ଦିର ନିକଟକୁ […]
ଗାନ୍ଧିନଗର: ଗୁଜରାଟର ସଚିବାଳୟ ଭିତରେ ଚିତାବାଘ ପଶିଥିବା ଦେଖିବାକୁ ମିଳିଛି। ଏହି ଘଟଣା ଜଣାପଡ଼ିବା ପରେ ଲୋକେ ଭୟଭୀତ ହୋଇଯାଇଛନ୍ତି। ମିଳିଥିବା ସୂଚନା ଅନୁସାରେ, ଗତକାଲି ରାତି ପ୍ରାୟ ୨ଟା ସମୟରେ ସଚିବାଳୟ ପରିସରରେ ଚିତାବାଘ ପଶିଥିବା ସିସିଟିଭି ଫୁଟେଜ୍ରେ ଦେଖିବାକୁ ମିଳିଛି। ଫଳରେ ପୂରା ସଚିବାଳୟକୁ ସିଲ୍ କରି ଯାଞ୍ଚ କରାଯାଉଛି। ପ୍ରାୟ ଶହେରୁ ଅଧିକ ବନ ବିଭାଗ କର୍ମଚାରୀ ଏବଂ ପୁଲିସ୍ ଘଟଣାସ୍ଥଳରେ ପହଞ୍ଚିଛନ୍ତି। ଚିତାବାଘର ସନ୍ଧାନ ପାଇଁ ସମସ୍ତେ ଲାଗି ପଡ଼ିଛନ୍ତି। ବାଘଟିକୁ […]