ଭୁବନେଶ୍ୱର: ୨୦୧୪ ପରି ଏଥର ମଧ୍ୟ ବିକାଶ, ଶିକ୍ଷା, ସ୍ୱାସ୍ଥ୍ୟ, କୃଷିକୁ ଗୁରୁତ୍ୱ ଦେବ ବିଜେଡି। ଦଳର ନିର୍ବାଚନୀ ଇସ୍ତାହାରେ ଏହି ସବୁ ପ୍ରସଙ୍ଗ ସ୍ଥାନ ପାଇପାରେ। ଦଳର ଇସ୍ତାହାର ବାସ୍ତବଧର୍ମୀ ହେବ ବୋଲି କହିଛନ୍ତି ସାଂସଦ ସୌମ୍ୟ ରଂଜନ ପଟ୍ଟନାୟକ। ସେ କହିଛନ୍ତି, “ଆଜି ପ୍ରାରମ୍ଭିକ ମିଟିଂ ହୋଇଥିଲା। ୨ ଦିନ ପରେ ଚୂଡ଼ାନ୍ତ ମିଟିଂରେ ଇସ୍ତାହାର ପ୍ରସ୍ତାବ ହେବ। ଅନ୍ୟ ଦଳ ଭୋଟରଙ୍କୁ ଆକର୍ଷିତ କରିବାକୁ ଲୋଭନୀୟ କଥା କହିବେ। ତେବେ ବିଜେଡିର ଇସ୍ତାହାର […]
ନୂଆଦିଲ୍ଲୀ: ଆଗାମୀ ଲୋକସଭା ନିର୍ବାଚନରେ ପ୍ରାର୍ଥୀ ହେବେନି ବହୁଜନ ସମାଜପାର୍ଟିର ମୁଖ୍ୟ ମାୟାବତୀ। ଏନେଇ ଆଜି ସେ ଘୋଷଣା କରିଛନ୍ତି। ନିର୍ବାଚନରେ ପ୍ରାର୍ଥୀ ହେଉ ନଥିଲେ ମଧ୍ୟ ସେ ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବେ ବୋଲି ସ୍ପଷ୍ଟ କରିଛନ୍ତି। ଉତ୍ତରପ୍ରଦେଶରେ ବହୁଜନ ସମାଜପାର୍ଟି, ସମାଜବାଦୀ ପାର୍ଟି ଓ ରାଷ୍ଟ୍ରୀୟ ଲୋକଦଳ ମଧ୍ୟରେ ମେଣ୍ଟ ହୋଇଛି। ଏପ୍ରିଲ ୧୧ରେ ଉତ୍ତରପ୍ରଦେଶରେ ପ୍ରଥମ ପର୍ଯ୍ୟାୟରେ ୮ଟି ଲୋକସଭା ପାଇଁ ନିର୍ବାଚନ ହେବ। ଏଥିପାଇଁ ମେଣ୍ଟ ପକ୍ଷରୁ ରଣନୀତି ପ୍ରସ୍ତୁତି […]
ନୂଆଦିଲ୍ଲୀ: ‘ମେଁ ଭି ଚୌକିଦାର’ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ମୋଦି ଆଜି ୨୫ ଲକ୍ଷ ଚୌକିଦାରଙ୍କ ସହ କଥା ହେବେ। ମୋଦି ଅପରାହ୍ଣ ୪ଟା ୩୦ରେ ଅଡିଓ ବ୍ରିଜ ମାଧ୍ୟମରେ କଥା ହେବେ। ହୋଲି ଅବସରରେ ପ୍ରଧାନମନ୍ତ୍ରୀ ‘ମେଁ ଭି ଚୌକିଦାର’ କାର୍ଯ୍ୟକ୍ରମ ମାଧ୍ୟମରେ ମତ ବିନିମୟ କରିବେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ଆରମ୍ଭ ହୋଇଥିବା ‘ମେଁ ଭି ଚୌକିଦାର’ କ୍ୟାମ୍ପେନକୁ ଅଧିକ ଲୋକପ୍ରିୟ କରିବା ପାଇଁ ଏହି କାର୍ଯ୍ୟକ୍ରମର ଆୟୋଜନ କରାଯାଉଛି। ଘରେ ଘରେ ପ୍ରଧାନମନ୍ତ୍ରୀଙ୍କ […]
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀଙ୍କ ଗଡ଼ ବାରଣାସୀରେ ରଣହୁଙ୍କାର ଦେବେ କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧି। ଉତ୍ତରପ୍ରଦେଶ ପୂର୍ବାଞ୍ଚଳର ପ୍ରଭାରୀ ଭାବେ ଦାୟିତ୍ୱ ନେବା ପରେ ପ୍ରିୟଙ୍କା ଆରମ୍ଭ କରିଥିବା ଗଙ୍ଗା ଯାତ୍ରା ଆଜି ତୃତୀୟ ତଥା ଅନ୍ତିମ ଦିନରେ ପହଞ୍ଚିଛି। ଆଜି ବାରଣାସୀର ଆସି ଘାଟରେ ଗଙ୍ଗା ଯାତ୍ରା ଶେଷ କରିବେ ପ୍ରିୟଙ୍କା। ପରେ ସେ ଏଠାକାର ବିଭିନ୍ନ ମନ୍ଦିର ଓ ଘାଟ ଦର୍ଶନ କରିବେ। ସେପଟେ ବାରଣାସୀର ପୁଲଓ୍ୱାମା ଆତଙ୍କବାଦୀ ଆକ୍ରମଣରେ ସହିଦ ପରିବାରଙ୍କୁ ବି ଭେଟିଛନ୍ତି […]
ନୂଆଦିଲ୍ଲୀ: ପାକିସ୍ତାନର କୁଖ୍ୟାତ ଆତଙ୍କବାଦୀ ତଥା ଜୈଶ୍-ଏ-ମହମ୍ମଦ ସଂଗଠନର ମୁଖ୍ୟ ମାସୁଦ ଆଝାରକୁ ନିଷିଦ୍ଧ ଘୋଷଣା କରିବ ୟୁରୋପୀୟ ସଂଘ। ଏନେଇ ଜର୍ମାନୀ ୟୁରୋପିୟନ ୟୁନିୟନରେ ପ୍ରସ୍ତାବ ଆଗତ କରିବ। ଜର୍ମାନୀର ଏହି ପ୍ରସ୍ତାବ ଯଦି କାର୍ଯ୍ୟକାରୀ ହୁଏ, ତେବେ ୟୁରୋପର ୨୮ଟି ଦେଶରେ ମାସୁଦ ଆଝାର ଉପରେ ବ୍ୟାନ୍ ଲାଗିବ। ପୂର୍ବରୁ ଜାତିସଂଘ ସୁରକ୍ଷା ପରିଷଦରେ ଆଝାରକୁ ବିଶ୍ୱ ଆତଙ୍କବାଦୀ ଘୋଷଣା କରିବା ପାଇଁ ଦିଆଯାଇଥିବା ପ୍ରସ୍ତାବକୁ ଚୀନ୍ ଖାରଜ କରିଦେଇଥିଲା। କିନ୍ତୁ ଏବେ ୟୁରୋପରେ […]
ନୂଆଦିଲ୍ଲୀ: କାର୍ଯ୍ୟଭାର ଗ୍ରହଣ କଲେ ଗୋଆର ନୂଆ ମୁଖ୍ୟମନ୍ତ୍ରୀ ପ୍ରମୋଦ ସାୱନ୍ତ। ଗତକାଲି ମୁଖ୍ୟମନ୍ତ୍ରୀ ଭାବେ ପ୍ରମୋଦ ଶପଥ ଗ୍ରହଣ କରିଥିଲେ। ରାତି ୨ଟାରେ ଗୋଆ ରାଜ୍ୟପାଳ ମୃଦୁଳା ସିହ୍ନା ତାଙ୍କୁ ପଦ ଓ ଗୋପନୀୟତାର ଶପଥପାଠ କରାଇଛନ୍ତି। ଏଥିପାଇଁ ଗୋଆ ରାଜଭବନରେ ବିଶେଷ ଆୟୋଜନ ହୋଇଥିଲା। ମୁଖ୍ୟମନ୍ତ୍ରୀଙ୍କ ସହ ୧୨ ଜଣିଆ ମନ୍ତ୍ରିମଣ୍ଡଳ ଶପଥ ନେଇଛନ୍ତି। ମନ୍ତ୍ରିମଣ୍ଡଳରେ ୨ ଜଣ ଉପମୁଖ୍ୟମନ୍ତ୍ରୀ ମଧ୍ୟ ଅଛନ୍ତି। ୪୫ ବର୍ଷୀୟ ପ୍ରମୋଦ ସାୱନ୍ତ ଗୋଆ ବିଧାନସଭାର ବାଚସ୍ପତି ଥିଲେ। […]
ନୂଆଦିଲ୍ଲୀ: ଓଡିଶାର ସିଆରପିଏଫ୍ କନେଷ୍ଟବଳ ପ୍ରଦୀପ କୁମାର ପଣ୍ଡାଙ୍କୁ ରାଷ୍ଟ୍ରପତି ରାମନାଥ କୋବିନ୍ଦ ବୀରତା ପୁରସ୍କାର ପ୍ରଦାନ କରିଛନ୍ତି। ତାଙ୍କୁ ମରଣୋତ୍ତର କୀର୍ତ୍ତି ଚକ୍ର ପୁରସ୍କାର ଦିଆଯାଇଛି। ସହିଦ ପ୍ରଦୀପ କୁମାରଙ୍କ ପତ୍ନୀ ରାଷ୍ଟ୍ରପତିଙ୍କ ଠାରୁ ଏହି ପୁରସ୍କାର ଗ୍ରହଣ କରିଥିଲେ। ଜାମ୍ମୁ ଓ କାଶ୍ମୀରରେ ଆତଙ୍କବାଦୀ ଏନ୍କାଉଣ୍ଟରରେ ସେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ଜୈଶ-ଏ -ମହମ୍ମଦ ଆତଙ୍କବାଦୀଙ୍କ ସହ ଏନ୍କାଉଣ୍ଟର ବେଳେ ପ୍ରଦୀପ ସହିଦ୍ ହୋଇଥିଲେ। ଦକ୍ଷିଣ କାଶ୍ମୀରରେ ଏକ ସିଆରପିଏଫ୍ ଟ୍ରେନିଂ କ୍ୟାମ୍ପ […]
ନୂଆଦିଲ୍ଲୀ: ଲଗାତର ବିଚାର ବିମର୍ଶ ପରେ ବିଜେପି ଆଜି ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିପାରେ। ଦୁଇଦିନ ପୂର୍ବେ ନୂଆଦିଲ୍ଲୀରେ ବସିଥିବା କେନ୍ଦ୍ରୀୟ ନିର୍ବାଚନ କମିଟି ବୈଠକ ପରେ ଗତକାଲି ଦଳ ତାଲିକା ଘୋଷଣା କରିଥାନ୍ତା। ତେବେ ଗୋଆ ମୁଖ୍ୟମନ୍ତ୍ରୀ ମନୋହର ପାରିକରଙ୍କ ଦେହାନ୍ତ ପରେ, ଦଳର ସମସ୍ତ କାର୍ଯ୍ୟ ସ୍ଥଗିତ ରହିଥିଲା। ତେବେ ପାରିକରଙ୍କ ଅନ୍ତିମ ସଂସ୍କାର ପରେ ଆଜି ଦଳ ଏହାର ପ୍ରାର୍ଥୀ ତାଲିକା ଜାରି କରିବା ସମ୍ଭାବନା ରହିଛି। ବିଭିନ୍ନ ପ୍ରକାରର […]
ନୂଆଦିଲ୍ଲୀ: କଂଗ୍ରେସ ମହାସଚିବ ପ୍ରିୟାଙ୍କା ଗାନ୍ଧି ଆରମ୍ଭ କରିଥିବା ‘ଗଙ୍ଗା ଯାତ୍ରା’ର ଆଜି ଦ୍ୱିତୀୟ ଦିନ। ଉତ୍ତରପ୍ରଦେଶ ପୂର୍ବାଞ୍ଚଳର ପ୍ରଭାରୀ ଭାବେ ଦାୟିତ୍ୱ ନେବା ପରେ ଗତକାଲି ପ୍ରିୟଙ୍କା ଗଙ୍ଗାରେ ନୌକା ଯାତ୍ରାରେ ବାହାରିଛନ୍ତି। ପ୍ରୟାଗରାଜରୁ ଆରମ୍ଭ ହୋଇଥିବା ଏହି ୩ ଦିନିଆ ଯାତ୍ରାରେ ସେ ବାରାଣସୀର ଆସି ଘାଟ ପର୍ଯ୍ୟନ୍ତ ଦୀର୍ଘ ୧୪୦ କିଲୋମିଟର ଯାତ୍ରା କରିବେ। ଏହାକୁ ଗଙ୍ଗା-ଜମୁନା ତେହଜିବ ଯାତ୍ରା ବୋଲି କୁହାଯାଉଛି। ତେବେ ଯାତ୍ରାର ପ୍ରଥମ ଦିନରେ ହିଁ ପ୍ରଧାନମନ୍ତ୍ରୀ ମୋଦିଙ୍କୁ […]
ନୂଆଦିଲ୍ଲୀ: ଗୋଆର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି ପ୍ରମୋଦ ସାୱନ୍ତ। ଗତକାଲି ବିଳମ୍ବିତ ରାତିରେ ଗୋଆ ରାଜ୍ୟପାଳ ମୃଦୁଳା ସିହ୍ନା ତାଙ୍କୁ ପଦ ଓ ଗୋପନୀୟତାର ଶପଥପାଠ କରିଛନ୍ତି। ଏଥିପାଇଁ ଗୋଆ ରାଜଭବନରେ ବିଶେଷ ଆୟୋଜନ ହୋଇଥିଲା। ମୁଖ୍ୟମନ୍ତ୍ରୀଙ୍କ ସହ ୧୨ ଜଣିଆ ମନ୍ତ୍ରିମଣ୍ଡଳ ଶପଥ ନେଇଛନ୍ତି। ମନ୍ତ୍ରିମଣ୍ଡଳରେ ୨ ଜଣ ଉପମୁଖ୍ୟମନ୍ତ୍ରୀ ମଧ୍ୟ ଅଛନ୍ତି। ୪୫ ବର୍ଷୀୟ ପ୍ରମୋଦ ସାୱନ୍ତ ଗୋଆ ବିଧାନସଭାର ବାଚସ୍ପତି ଥିଲେ। ତେବେ ଶପଥ ଗ୍ରହଣ ପରେ ସାୱନ୍ତ […]
ନୂଆଦିଲ୍ଲୀ: କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧିଙ୍କ ମିଶନ ୟୁପି ଅଭିଯାନ ଆରମ୍ଭ କରିଛନ୍ତି। ଉତ୍ତରପ୍ରଦେଶ ପୂର୍ବାଞ୍ଚଳର ପ୍ରଭାରୀ ଭାବେ ଦାୟିତ୍ୱ ନେଇଥିବା ପ୍ରିୟଙ୍କା ଆଜି ନୌକା ଯାତ୍ରାରେ ବାହାରିଛନ୍ତି। ପ୍ରୟାଗରାଜର ପବିତ୍ର ତ୍ରିବେଣୀ ସଙ୍ଗମରୁ ୩ ଦିନିଆ ଯାତ୍ରାରେ ବାହାରିଛନ୍ତି ପ୍ରିୟଙ୍କା। ପ୍ରୟାଗରାଜରୁ ବାରାଣସୀର ଆସି ଘାଟ ପର୍ଯ୍ୟନ୍ତ ଦୀର୍ଘ ୧୪୦ କିଲୋମିଟର ଗଙ୍ଗାରେ ଯାତ୍ରା କରିବେ। ଏହାକୁ ଗଙ୍ଗା-ଜମୁନା ତେହଜିବ ଯାତ୍ରା ବୋଲି କୁହାଯାଉଛି। ଏହି ଯାତ୍ରା ବେଳେ ପ୍ରିୟଙ୍କା ଗଙ୍ଗା କୂଳରେ ଥିବା ବିଭିନ୍ନ […]
ନୂଆଦିଲ୍ଲୀ: ଆଗକୁ ଆସୁଛି ହୋଲି ପର୍ବ। ପ୍ରଭୁ ଶ୍ରୀକୃଷ୍ଣଙ୍କ ଜନ୍ମସ୍ଥାନ ଉତ୍ତରପ୍ରଦେଶର ମଥୁରାରେ ହୋଲି ପର୍ବ ବେଶ୍ ଧୁମ୍ଧାମ୍ରେ ପାଳନ ଆରମ୍ଭ ହୋଇଛି। ଶ୍ରୀ ରାଧାରାଣୀ ମନ୍ଦିରରେ ହୋଲି ପାଳନ ହୋଇଥିବାବେଳେ ବିଭିନ୍ନ ମଠ, ଆଶ୍ରମ ଓ ମନ୍ଦିରରେ ମଧ୍ୟ ଏହି ପର୍ବ ପାଳନ ହେଉଛି। ପରସ୍ପରକୁ ରଙ୍ଗ ଓ ଅବିର ବୋଳି ଲୋକେ ହୋଲି ମନାଉଛନ୍ତି। ଲୋକକଥା ଅନୁଯାୟୀ, ରାଧା ଗୋରା ଆଉ ଭଗବାନ କୃଷ୍ଣ କଳା। ସେଥିପାଇଁ ପ୍ରଭୁ ଶ୍ରୀକୃଷ୍ଣ ନିଜ ରଙ୍ଗକୁ ନେଇ […]
ନୂଆଦିଲ୍ଲୀ: ପାରିକରଙ୍କ ପରଲୋକରେ ଗୋଆ ସ୍ତବ୍ଧ ହୋଇଥିବା ବେଳେ ରାଜନୈତିକ ମାହୋଲ୍ ବି ସରଗରମ୍ ରହିଛି। ପାରିକରଙ୍କ ବିୟୋଗରେ ଗତକାଲି ବିଜେପି ବିଧାୟକ ଦଳ ବୈଠକ ବସିଥିଲା। ଏଥିରେ କେନ୍ଦ୍ରମନ୍ତ୍ରୀ ନୀତିନ ଗଡ଼କରିଙ୍କ ସମେତ ଦଳର ପ୍ରମୁଖ ହେବିୱେଟ ନେତା ସାମିଲ ହୋଇଥିଲେ। ସେପଟେ ଗୋଆ ରାଜ୍ୟପାଳଙ୍କୁ ଗତକାଲି ରାତିରେ ସରକାର ଗଠନ ପାଇଁ ଚିଠି ଲେଖିଛି କଂଗ୍ରେସ। ଗୋଆ କଂଗ୍ରେସ ନେତା ଗିରିଶ ଚୋଡନାକର ଏବଂ ଚନ୍ଦ୍ରକାନ୍ତ କାଲଭେକର ରାଜ୍ୟପାଳ ମ୍ରିଦିଲା ସିହ୍ନାଙ୍କୁ ଚିଠି ଲେଖିଛନ୍ତି। […]
ୱେଲିଙ୍ଗଟନ୍: ଶୁକ୍ରବାର ସମଗ୍ର ବିଶ୍ୱକୁ ସ୍ତବ୍ଧ କରିଦେଇଥିବା ନ୍ୟୁଜିଲାଣ୍ଡ୍ ଖ୍ରୀଷ୍ଟଚର୍ଚ୍ଚ ମସଜିଦ୍ ଗୁଳିକାଣ୍ଡରେ ପ୍ରାଣ ହରାଇଛନ୍ତି ୫ ଜଣ ଭାରତୀୟ। ନ୍ୟୁଜିଲାଣ୍ଡ୍ରେ ଅବସ୍ଥାପିତ ଭାରତୀୟ ହାଇକମିଶନର୍ ଏନେଇ ସ୍ପଷ୍ଟ କରିଛନ୍ତି। ମୃତକ ହେଉଛନ୍ତି ମେହବୁବ୍ ଖୋକେର୍, ରମିଜ୍ ଭୋରା, ଆସିଫ୍ ଭୋରା, ଓଜାଏର୍ କାଦିର୍ ଓ ଅନସୀ ଅଲିବାବା ବୋଲି ହାଇକମିଶନର ସୂଚନା ଦେଇଛନ୍ତି। ସେମାନଙ୍କ ଘର ଗୁଜରାଟ, ତେଲେଙ୍ଗାନା ଏବଂ କେରଳର ହୋଇଥିବା ଜଣାପଡ଼ିଛି। ସେପଟେ କିଛି ଜାତୀୟ ଗଣମାଧ୍ୟମରେ ୭ ଜଣ ମୃତ୍ୟୁ ହୋଇଥିବା […]