ନୂଆଦିଲ୍ଲୀ: କରୋନା ଯୋଗୁ ଦେଶରେ ଆର୍ଥିକ ମାନ୍ଦାବସ୍ଥା ଦେଖା ଦେଇଛି। ତେବେ ଏହି ମହାମାରୀରେ ଅଧିକ ପ୍ରଭାବିତ ହୋଇଛନ୍ତି ଗରିବ ଓ ଦିନ ମଜୁରିଆ। ତେଣୁ ଏହାକୁ ଆଖି ଆଗରେ ରଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ବୁଧବାର ହୋଇଥିବା କ୍ୟାବିନେଟ୍ ଓ ସିସିଇଏ ବୈଠକରେ କିଛି ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ସରକାର ସହରରେ ରହୁଥିବା ଗରିବ ଓ ପ୍ରବାସୀ ଶ୍ରମିକଙ୍କ ପାଇଁ ସୁଲଭ ମୂଲ୍ୟରେ ଘର ଯୋଗାଇ ଦେବାକୁ ନିଷ୍ପତ୍ତି ନିଆଯାଇଛି। Cabinet approves development […]
ନୂଆଦିଲ୍ଲୀ: ଭାରତ ଓ ଚୀନର ସୀମାରେ ଲାଗି ରହିଥିବା ଟେନସନ୍ ଏବେ କମିବାରେ ଲାଗିଛି। ଏଲ୍ଏସି ନିକଟ ଗଲୱାନ୍ ଅଞ୍ଚଳରୁ ଚୀନ୍ ପଛକୁ ହଟିଥିବା ନୂଆ ସାଟେଲାଇଟ୍ ଚିତ୍ରରୁ ସ୍ପଷ୍ଟ ହୋଇଛି। ଜୁନ୍ ୨୮ ତାରିଖରେ ଆସିଥିବା ସାଟେଲାଇଟ୍ ଚିତ୍ରରେ ଚୀନ୍ ସେନାର ଉପସ୍ଥିତି ଦେଖିବାକୁ ମିଳିଥିଲା। ତେବେ ଏବେ ଯେଉଁ ସାଟେଲାଇଟ୍ ଇମେଜ୍ ଆସିଛି ସେଥିରେ ଚୀନ୍ ସେନାର ଉପସ୍ଥିତି ନଜର ଆସୁନାହିଁ। ଫଳରେ ଚୀନ୍ ସେନା ଗଲୱାନ୍ ଭ୍ୟାଲିରୁ ପଛକୁ ହଟିଥିବା ସ୍ପଷ୍ଟ ହୋଇଛି। […]
ନୂଆଦିଲ୍ଲୀ: ଗାନ୍ଧି ପରିବାର ଦ୍ୱାରା ପରିଚାଳିତ ତିନିଟି ଟ୍ରଷ୍ଟର ଆୟବ୍ୟୟର ତଦନ୍ତ କରାଯିବ। ଏଥିପାଇଁ ଆନ୍ତଃମନ୍ତ୍ରୀସ୍ତରୀୟ କମିଟି ଗଠନ କରାଯାଇଛି। ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ସ୍ୱତନ୍ତ୍ର ନିର୍ଦ୍ଦେଶକ ଏହି କମିଟିର ଅଧ୍ୟକ୍ଷ ରହିବେ। ରାଜୀବ ଗାନ୍ଧି ଫାଉଣ୍ଡେସନ, ରାଜୀବ ଗାନ୍ଧି ଚାରିଟେବଲ ଟ୍ରଷ୍ଟ, ଇନ୍ଦିରା ଗାନ୍ଧି ମେମୋରିଆଲ ଟ୍ରଷ୍ଟ ଦ୍ୱାରା ଆୟକର ଠକେଇ ଓ ବିଦେଶୀ ପାଣ୍ଠି ସଂଗ୍ରହରେ ଅନିୟମିତତା ହୋଇଥିବା ଅଭିଯୋଗର ତଦନ୍ତ କରାଯିବ ବୋଲି ଗୃହମନ୍ତ୍ରାଳୟ ପକ୍ଷରୁ ସୂଚନା ମିଳିଛି। କେନ୍ଦ୍ରରେ କଂଗ୍ରେସ ସରକାର କ୍ଷମତାରେ […]
ଲକ୍ଷ୍ନୌ: ଉତ୍ତରପ୍ରଦେଶ କାନପୁର ଚୌବେପୁରରେ ୮ ପୋଲିସ କର୍ମୀଙ୍କୁ ନିର୍ମମ ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ବିକାଶ ଦୁବେର ଜଣେ ସହଯୋଗୀକୁ ଏନକାଉଣ୍ଟର କରାଯାଇଛି। ବିକାଶର ସହଯୋଗୀ ଅମର ଦୁବେ ହମିରପୁର ନିକଟରେ ଥିବା ଖବର ପାଇ ଏସଟିଏଫ୍ ପକ୍ଷରୁ ଚଢଉ କରାଯାଇଥିଲା। ଅଭିଯୁକ୍ତ ଅମର ଦୁବେ ପାଲଟା ଆକ୍ରମଣ କରିବାରୁ ଏସଟିଏଫ୍ ଟିମ୍ ଏନକାଉଣ୍ଟର କରିଥିଲା। ପୋଲିସ କର୍ମୀଙ୍କୁ ହତ୍ୟା ଅଭିଯୋଗରେ ବର୍ତ୍ତମାନ ସୁଦ୍ଧା ୪ଜଣଙ୍କୁ ଗିରଫ କରାଯିବା ସହ ୩ ପୋଲିସ କର୍ମଚାରୀଙ୍କୁ ନିଲମ୍ବନ […]
ବ୍ରାସିଲିଆ: ବ୍ରାଜିଲରେ କରୋନାଭାଇରସ୍ ମହାମାରୀ ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଛି। ଏହିକ୍ରମରେ ବ୍ରାଜିଲର ରାଷ୍ଟ୍ରପତି ଜାଇର୍ ବୋଲସୋନାରୋ କରୋନାରେ ସଂକ୍ରମିତ ହୋଇଛନ୍ତି। ଏକ ଟେଲିଭିଜନରେ ସାକ୍ଷାତକାର ଅବସରରେ ବୋଲସୋନାରୋ ଏହି ମହାମାରୀରେ ଆକ୍ରାନ୍ତ ଥିବା ସ୍ପଷ୍ଟ କରିଛନ୍ତି। ମଙ୍ଗଳବାର ତାଙ୍କର କରୋନା ଟେଷ୍ଟ ରିପୋର୍ଟ ପଜିଟିଭ୍ ଆସିବା ପରେ ତାଙ୍କୁ ହୋମ୍ କ୍ୱାରେଣ୍ଟିନରେ ରଖାଯାଇଛି। ସେ କହିଛନ୍ତି, ମୋ ଶରୀରରେ ମଧ୍ୟମ ଧରଣର କରୋନା ଲକ୍ଷଣ ଦେଖା ଯାଇଛି। ତେଣୁ ମୁଁ ଶୀଘ୍ର ସୁସ୍ଥ ହୋଇଯିବି ବୋଲି […]
ମୁମ୍ବାଇ: ମହାରାଷ୍ଟ୍ରର ପୁନେ ସହରର ଏକ କମ୍ପାନୀ ଭାରତର ପ୍ରଥମ ଅଟୋମେଟିକ୍ କରୋନା ଟେଷ୍ଟିଂ ସିଷ୍ଟମ୍ ଲଞ୍ଚ୍ କରିଛି। ମାଇଁଲ୍ୟାବ୍ ଡିକ୍ସଭରୀ ସଲ୍ୟୁସନ୍ସ ପ୍ରାଇଭେଟ୍ ଲିମିଟେଡ୍ ଆଣ୍ଡ ସିରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ ଦ୍ୱାରା ଲଞ୍ଚ୍ କରାଯାଇଥିବା ଏହି ଟେଷ୍ଟିଂ ଉପକରଣରେ ଦିନକରେ ୪୦୦ରୁ ଅଧିକ ଟେଷ୍ଟ କରାଯାଇପାରିବ ବୋଲି ସିରମ୍ ଇନଷ୍ଟିଚ୍ୟୁଟର ସିଇଓ ଆଦର ପୁନାୱାଲା କହିଛନ୍ତି। Pune: India’s 1st fully-automated Sample-to-PCR-ready system for molecular diagnostics, developed by Mylab Discovery […]
ନୂଆଦିଲ୍ଲୀ: ଭାରତରେ କରୋନା ମହାମାରୀ ଲଗାତାର ବଢ଼ୁଥିବାରୁ କେନ୍ଦ୍ର ସରକାର ମାସ୍କ ଓ ସାନିଟାଇଜରକୁ ଅତ୍ୟାବଶ୍ୟକ ସାମଗ୍ରୀରେ ସାମିଲ୍ କରିଥିଲେ। କିନ୍ତୁ ଏବେ ସରକାର ଏଥିରେ ସଂଶୋଧନ କରି ମାସ୍କ ଓ ସାନିଟାଇଜରକୁ ଅତ୍ୟାବଶ୍ୟକ ସାମଗ୍ରୀରୁ ହଟାଇ ଦେଇଛନ୍ତି। କେନ୍ଦ୍ର ଖାଦ୍ୟ ଓ ଘାଉଟୀ ବ୍ୟାପାର ମନ୍ତ୍ରୀ ରାମବିଳାସ ପାସୱାନ୍ ଟ୍ୱିଟ୍ କରି ଏହି ସୂଚନା ଦେଇଛନ୍ତି। କେନ୍ଦ୍ର ଖାଉଟି ବ୍ୟାପାର ମନ୍ତ୍ରଣାଳୟ ନୂଆ ଅତ୍ୟାବଶ୍ୟକ ସାମଗ୍ରୀ ତାଲିକାକୁ ଆଜି ଅନୁମତି ଦେଇଛି। ହେଲେ ଏଥିରେ କରୋନାର […]
ନୂଆଦିଲ୍ଲୀ: ବିଶ୍ୱର ସବୁଠାରୁ ଅଧିକ ବର୍ଷ ପର୍ଯ୍ୟନ୍ତ ବଞ୍ଚି ରହିଥିବା ଯାଆଁଳା ଯୋଡ଼ା ଭାଇଙ୍କର ୬୮ ବର୍ଷ ବୟସରେ ପରଲୋକ ହୋଇଯାଇଛି। ରୋନୀ ଓ ଡନି ଗେଲନ୍ ନାମକ ଏହି ଦୁଇ ଭାଇ ୨୮ ଅକ୍ଟୋବର, ୧୯୫୧ରେ ଜନ୍ମ ଗ୍ରହଣ କରିଥିଲେ। ଦୁହେଁ ଆମେରିକାର ଏକ ହସ୍ପିଟାଲରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ଡାକ୍ତରଙ୍କ ଅନୁଯାୟୀ, ଦୁହିଁଙ୍କର ମୃତ୍ୟୁ ସ୍ୱାଭାବିକ କାରଣରୁ ହୋଇଛି। ୨୦୧୪ରେ ଦୁହେଁ ୬୩ ବର୍ଷ ବୟସରେ ସବୁଠାରୁ ଅଧିକ ସମୟ ପର୍ଯ୍ୟନ୍ତ ଯୋଡ଼ି […]
ପାଟଣା: ବିହାରରେ କରୋନା ସଂକ୍ରମଣ ଦ୍ରୁତ ଗତିରେ ବଢ଼ିବାରେ ଲାଗିଛି। ଏବେ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ କରୋନା ଏଣ୍ଟ୍ରି କରିସାରିଛି। ଏହିକ୍ରମରେ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ଭାଣିଜିଙ୍କର କରୋନା ରିପୋର୍ଟ ପଜିଟିଭ୍ ଆସିଛି, ଯାହାକୁ ନେଇ ସବୁ ଚିନ୍ତାରେ ପଡ଼ିଯାଇଛନ୍ତି। ବର୍ତ୍ତମାନ ତାଙ୍କର ଏମ୍ସ ହସ୍ପିଟାଲରେ ଚିକିତ୍ସା ଚାଲିଛି। ଏହାସହ ତାଙ୍କର ପୂରା ପରିବାରକୁ ହୋମ୍ କ୍ୱାରେଣ୍ଟିନରେ ରଖାଯାଇଛି ଏବଂ ସମସ୍ତଙ୍କର ଟେଷ୍ଟ ମଧ୍ୟ କରାଯାଇଛି। ମୁଖ୍ୟମନ୍ତ୍ରୀ ନୀତୀଶଙ୍କ ଭାଣିଜି ମଧ୍ୟ ସିଏମ୍ ବାସଭବନରେ ରୁହନ୍ତି। […]
ନୂଆଦିଲ୍ଲୀ: ଦିଲ୍ଲୀସ୍ଥିତ ଏମ୍ସ ଟ୍ରମା ସେଣ୍ଟରରେ ଜଣେ କରୋନା ସଂକ୍ରମିତ ବ୍ୟକ୍ତି ଚାରି ମହଲା ବିଶିଷ୍ଟ କୋଠାରୁ ଡେଇଁ ଆତ୍ମହତ୍ୟା କରିଛନ୍ତି। ତେବେ ଆତ୍ମହତ୍ୟା କରିଥିବା ବ୍ୟକ୍ତି ଜଣକ ପେସାରେ ସାମ୍ବାଦିକ ବୋଲି କୁହାଯାଉଛି। ଗୁରୁତର ଅବସ୍ଥାରେ ସାମ୍ବାଦିକଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଥିଲା, ଯେଉଁଠାରେ ଚିକିତ୍ସାଧୀନ ବେଳେ ତାଙ୍କର ମୃତ୍ୟୁ ହୋଇଥିଲା। ପୋଲିସର କହିବା ଅନୁଯାୟୀ, ଆତ୍ମହତ୍ୟା କରିଥିବା ତରୁଣ ସିସୋଦିଆ କରୋନାରେ ସଂକ୍ରମିତ ଥିଲେ। ଏମ୍ସର କୋଭିଡ୍ ବିଭାଗରେ ତାଙ୍କର ଚିକିତ୍ସା ଚାଲିଥିଲା। କିନ୍ତୁ ହଠାତ୍ […]
ନୂଆଦିଲ୍ଲୀ: କାମ ଦେଲା ଭାରତର ଆକ୍ରମଣାତ୍ମକ ଆଭିମୁଖ୍ୟ। ସଫଳ କୂଟନୀତି ଓ ଘେରାବନ୍ଦୀ ଆଗରେ ହାର୍ ମାନିଲା ଡ୍ରାଗନ୍। ଶେଷରେ ଗଲୱାନ୍ ଘାଟିରେ ପଛକୁ ହଟିଛି ଚୀନ୍। ମାସେରୁ ଅଧିକ ସମୟ ଧରି ଲଦାଖ ସୀମାରେ ଉତ୍ତେଜନା ପରେ ଚୀନ୍ର ପିପୁଲ୍ସ ଲିବରେସନ୍ ଆର୍ମି (ପିଏଲଏ) ପଛକୁ ହଟିଛି। ସୋମବାର ପିଏଲଏ ସୈନ୍ୟ ଭାରତ-ଚୀନ ସୀମାନ୍ତ ପୂର୍ବ ଲଦାଖର ଗଲୱାନ ଭ୍ୟାଲିର ପାଟ୍ରୋଲ ପଏଣ୍ଟ (ପିପି) ୧୪, ୧୫ ଏବଂ ୧୭-ଏ ଏବଂ ଗୋଗ୍ରା-ହଟସ୍ପ୍ରିଙ୍ଗ ଅଞ୍ଚଳରୁ ନିଜର […]