ଲକ୍ଷ୍ନୌ: କରୋନାଭାଇରସ୍ ଲଗାତର ବଢ଼ୁଥିବାରୁ ଯୋଗୀ ସରକାର ବଡ଼ ନିଷ୍ପତ୍ତି ନେଇଛନ୍ତି। ଉତ୍ତର ପ୍ରଦେଶ ସରକାର କରୋନା ବିରୋଧରେ ଲଢ଼େଇ ପାଇଁ ସପ୍ତାହାନ୍ତ ଲକଡାଉନ୍ ଫର୍ମୂଲା ଲାଗୁ କରିବାକୁ ଯାଉଛନ୍ତି। ଅର୍ଥାତ୍ ଉତ୍ତର ପ୍ରଦେଶରେ ଏବେ ପ୍ରତି ସପ୍ତାହର ଶନିବାର ଓ ରବିବାର ଲକଡାଉନ୍ ରହିବ। ଲକଡାଉନ୍ ସମୟରେ ସବୁ ବଜାର ଓ ଅଫିସ୍ ବନ୍ଦ ରହିବ। ଅର୍ଥାତ୍ ଏବେ ରାଜ୍ୟରେ ସବୁ ବଜାର ଓ ଅଫିସ୍ ସପ୍ତାହରେ କେବଳ ପାଞ୍ଚଦିନ ହିଁ ଖୋଲା ରହିବ। ରାଜ୍ୟରେ […]
ଗୟା: ବିହାରର ଗୟା ଅଞ୍ଚଳରେ ସିଭିଲ୍ କୋର୍ଟ ଓକିଲ ଓ ବିଜେପି ନେତା ରଞ୍ଜିତ କୁମାର ସିଂହଙ୍କୁ ଗୁଳି ମାରି ହତ୍ୟା କରାଯାଇଛି। ୱଜିରଗଞ୍ଜ ଥାନା ନିକଟରେ ଏହି ଘଟଣା ଘଟିଛି। ମୃତକ ରଞ୍ଜିତ କୁମାର ବିହାର ବିଧାନ ପରିଷଦ ଅଧ୍ୟକ୍ଷ ଅୱଦେଶ ନାରାୟଣ ସିଂହଙ୍କ ପ୍ରଥମ କାର୍ଯ୍ୟାଳୟରେ ୱଜିରଗଞ୍ଜ ବିଧାନସଭା ପାଇଁ ମନୋନୀତ ପ୍ରାର୍ଥୀ ତଥା ବିଜେପି ୱଜିରଗଞ୍ଜ ମଣ୍ଡଳ ଉପସଚିବ ଥିଲେ। ମିଳିଥିବା ସୂଚନା ଅନୁଯାୟୀ, ସବୁଦିନ ପରି ଶୁକ୍ରବାର ସକାଳେ ରଞ୍ଜିତ ସିଂହ […]
ନୂଆଦିଲ୍ଲୀ: ଦିଲ୍ଲୀସ୍ଥିତ ଏମ୍ସ ହସ୍ପିଟାଲରେ ଘଟିଲା ଅଘଟଣ। ଅନୁରାଗ କୁମାର ନାମକ ଜଣେ ୨୫ ବର୍ଷୀୟ ଜୁନିୟର ଡାକ୍ତର ହସ୍ପିଟାଲର ୧୦ ମହଲାରୁ ଡେଇଁ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ବର୍ତ୍ତମାନ ତାଙ୍କୁ ଏମ୍ସରେ ଭର୍ତ୍ତି କରାଯାଇଛି, ଯେଉଁଠାରେ ତାଙ୍କର ଚିକିତ୍ସା ଚାଲିଛି। A 25-year-old junior resident doctor of AIIMS allegedly jumped off the 10th floor of AIIMS hostel today. Patient is admitted to AIIMS (All India Institute […]
ନୂଆଦିଲ୍ଲୀ: କାଉନସିଲ୍ ଫର୍ ଦି ଇଣ୍ଡିଆନ୍ ସ୍କୁଲ୍ ସାର୍ଟିଫିକେଟ୍ ଏକ୍ଜାମିନେସନ୍ (CISCE) ପକ୍ଷରୁ ଦଶମ (ICSE) ଓ ଦ୍ୱାଦଶ (ISC) ପରୀକ୍ଷା ଫଳ ଘୋଷଣା କରାଯାଇଛି। ଶୁକ୍ରବାର ଅପରାହ୍ଣ ୩ଟା ବେଳେ CISCE ନୋଟିଫିକେସନ୍ ଜାରି କରି ରେଜଲ୍ଟର ଘୋଷଣା କରିଛି। ଚଳିତ ଥର ICSEରେ ୯୯.୩୩ ପ୍ରତିଶତ ଛାତ୍ର ଉତ୍ତୀର୍ଣ୍ଣ ହୋଇଥିବା ବେଳେ ISCରେ ୯୬.୮୪ ପ୍ରତିଶତ ପାସ ହାର ହୋଇଛି। ଯେଉଁ ଛାତ୍ରଛାତ୍ରୀମାନେ ପରୀକ୍ଷା ଦେଇଛନ୍ତି, ସେମାନେ ନିଜର ରେଜଲ୍ଟ କାଉନସିଲର ଅଫିସିଆଲ୍ ୱେବସାଇଟ୍ […]
ନୂଆଦିଲ୍ଲୀ: କରୋନାର ମୁକାବିଲା ଲାଗି ଭାକସିନ ପ୍ରସ୍ତୁତ କରିବା ସହ ବିଶ୍ୱରେ ଭାକସିନ ଚାହିଦା ପୂରଣ କରିବାରେ ବି ଭାରତ ସଫଳ ହେବ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି। ଭାକସିନ ପ୍ରସ୍ତୁତ କ୍ଷେତ୍ରରେ ଭାରତ ଏକ ମହତ୍ତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ ବୋଲି ସେ କହିଛନ୍ତି। ଭାକସିନ ଥରେ ପ୍ରସ୍ତୁତ ହୋଇଗଲେ, ଭାରତ ସାରା ବିଶ୍ୱର ଚାହିଦା ମେଣ୍ଟାଇବା ଲାଗି ପ୍ରସ୍ତୁତ କରିବାରେ ସକ୍ଷମ ହେବ ବୋଲି ଗୁରୁବାର ‘ଇଣ୍ଡିଆ ଗ୍ଲୋବାଲ ସପ୍ତାହ-୨୦୨୦’ ର ଉଦଘାଟନୀ […]
କାଠମାଣ୍ଡୁ: ସୀମା ବିବାଦ ପରେ ନେପାଳ କଡ଼ା କାର୍ଯ୍ୟାନୁଷ୍ଠାନ ପୂର୍ବକ ଭାରତୀୟ ଘରୋଇ ନ୍ୟୁଜ୍ ଟିଭି ଚ୍ୟାନେଲର ପ୍ରସାରଣ ଉପରେ ପ୍ରତିବନ୍ଧକ ଲଗାଇଥିବା ଏଏନଆଇ ଟ୍ୱିଟ୍ରୁ ଜଣାପଡ଼ିଛି। ଏଏନଆଇ ଟ୍ୱିଟ୍ କରିଛି ଯେ, ନେପାଳର କେବୁଲ୍ ଟିଭି ଅପରେଟରମାନେ ଭାରତୀୟ ନ୍ୟୁଜ୍ ଚ୍ୟାନେଲର ପ୍ରସାରଣ ବନ୍ଦ କରିଦେଇଛନ୍ତି। ତେବେ ନେପାଳ ସରକାର ପକ୍ଷରୁ ଏ ନେଇ କୌଣସି ଆନୁଷ୍ଠାନିକ ନିର୍ଦ୍ଦେଶାନାମା ଜାରି ହୋଇନାହିଁ। Nepali Cable TV providers tell ANI, signals for Indian news […]
ଲକ୍ଷ୍ନୌ: କାନପୁରରେ ୮ଜଣ ପୁଲିସକର୍ମୀଙ୍କୁ ନିର୍ମମ ହତ୍ୟା କରିବା ପରେ ଉଜ୍ଜୈନରେ ଗିରଫ ହୋଇଥିବା ବିକାଶ ଦୁବେର ପତ୍ନୀ ଓ ପୁଅକୁ ମଧ୍ୟ ପୁଲିସ୍ ହେପାଜତକୁ ନେଇଛି। ମିଳିଥିବା ସୂଚନା ଅନୁଯାୟୀ, ପୁଲିସ୍ ବିକାଶର ପତ୍ନୀ ରିଚା ଦୁବେ ଓ ତା’ର ପୁଅକୁ ଲକ୍ଷ୍ନୌର କ୍ରିଷ୍ଣାନଗର ଅଞ୍ଚଳରୁ ଗିରଫ କରିଛି। ଏହାସହ ପୁଲିସ୍ ବିକାଶର ଘରେ କାମ କରୁଥିବା ଚାକରକୁ ମଧ୍ୟ ଉଠାଇ ନେଇଛି। ଗୁରୁବାର ସକାଳେ ପୁଲିସ୍ ବିକାଶ ଦୁବେକୁ ମଧ୍ୟପ୍ରଦେଶର ଉଜ୍ଜୈନସ୍ଥିତ ମହାକାଳ ମନ୍ଦିରରୁ […]
ବେଙ୍ଗାଲୁରୁ: କରୋନା ଭାଇରସ୍ ଯୋଗୁ ହୋଇଥିବା ଲକଡାଉନରେ ସବୁଠାରୁ ଅଧିକ ପ୍ରଭାବିତ ହୋଇଛନ୍ତି ପ୍ରବାସୀ ଶ୍ରମିକ। ଲକଡାଉନ୍ ସମୟରେ କର୍ଣ୍ଣାଟକରେ ଏକ ସର୍ଭେ କରାଯାଇଛି, ଯେଉଁଥିରେ ଶିଶୁ ଶ୍ରମିକଙ୍କ ସଂଖ୍ୟା ବଢ଼ିଥିବା ଜଣାପଡ଼ିଛି। ଜୁନ୍ ମାସରେ ସ୍ୱାମୀ ବିବେକାନନ୍ଦ ୟୁଥ୍ ମୁଭମେଣ୍ଟ୍ (ଏସଭିୱାଇଏମ୍) ପକ୍ଷରୁ କରାଯାଇଥିବା ସର୍ଭେରେ ରାଜ୍ୟର ୧୫୭୨ ଛାତ୍ର, ୪୫୨ ଶିକ୍ଷକ ଓ ୭୭୦ ମାତାପିତା ଭାଗ ନେଇଥିଲେ। ସର୍ଭେରୁ ସ୍ପଷ୍ଟ ହୋଇଛି ଯେ ଦିନ ମଜୁରିଆ କାମ କରୁଥିବା ଅଧିକାଂଶ ଛାତ୍ର ହାଇସ୍କୁଲରେ […]
ନୂଆଦିଲ୍ଲୀ: ଗୋଟିଏ ପଟେ କରୋନା ମହାମାରୀ ବ୍ୟାପିବାରେ ଲାଗିଥିବା ବେଳେ ଅନ୍ୟପଟେ ଭାରତୀୟ ରେଲୱେ ଗୋଟିଏ ପରେ ଗୋଟିଏ ନୂଆ ଉପଲବ୍ଧି କରିଚାଲିଛି। ଏବେ ରେଲୱେ ଟ୍ରେନ୍ ଇଞ୍ଜିନକୁ ଚଲାଇବା କ୍ଷେତ୍ରରେ ଆଉ ପାଦେ ଆଗେଇଛି। ଭାରତୀୟ ରେଲୱେ ଏବେ ବ୍ୟାଟେରୀ ଚାଳିତ ଟ୍ରେନ୍ ଇଞ୍ଜିନ୍ ପ୍ରସ୍ତୁତ କରିଛି ଏବଂ ଏହାର ସଫଳ ପରୀକ୍ଷଣ ମଧ୍ୟ କରିସାରିଛି। ଅର୍ଥାତ୍ ଆଉ କିଛି ଦିନ ଭିତରେ ଟ୍ରାକରେ ବ୍ୟାଟେରୀ ଚାଳିତ ଟ୍ରେନ୍ ଚାଲୁଥିବାର ଦେଖିବାକୁ ମିଳିପାରେ। ରେଲୱେର କହିବା […]
ନୂଆଦିଲ୍ଲୀ: କରୋନା ଯୋଗୁ ଦେଶରେ ଆର୍ଥିକ ମାନ୍ଦାବସ୍ଥା ଦେଖା ଦେଇଛି। ତେବେ ଏହି ମହାମାରୀରେ ଅଧିକ ପ୍ରଭାବିତ ହୋଇଛନ୍ତି ଗରିବ ଓ ଦିନ ମଜୁରିଆ। ତେଣୁ ଏହାକୁ ଆଖି ଆଗରେ ରଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ବୁଧବାର ହୋଇଥିବା କ୍ୟାବିନେଟ୍ ଓ ସିସିଇଏ ବୈଠକରେ କିଛି ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ସରକାର ସହରରେ ରହୁଥିବା ଗରିବ ଓ ପ୍ରବାସୀ ଶ୍ରମିକଙ୍କ ପାଇଁ ସୁଲଭ ମୂଲ୍ୟରେ ଘର ଯୋଗାଇ ଦେବାକୁ ନିଷ୍ପତ୍ତି ନିଆଯାଇଛି। Cabinet approves development […]
ନୂଆଦିଲ୍ଲୀ: ଭାରତ ଓ ଚୀନର ସୀମାରେ ଲାଗି ରହିଥିବା ଟେନସନ୍ ଏବେ କମିବାରେ ଲାଗିଛି। ଏଲ୍ଏସି ନିକଟ ଗଲୱାନ୍ ଅଞ୍ଚଳରୁ ଚୀନ୍ ପଛକୁ ହଟିଥିବା ନୂଆ ସାଟେଲାଇଟ୍ ଚିତ୍ରରୁ ସ୍ପଷ୍ଟ ହୋଇଛି। ଜୁନ୍ ୨୮ ତାରିଖରେ ଆସିଥିବା ସାଟେଲାଇଟ୍ ଚିତ୍ରରେ ଚୀନ୍ ସେନାର ଉପସ୍ଥିତି ଦେଖିବାକୁ ମିଳିଥିଲା। ତେବେ ଏବେ ଯେଉଁ ସାଟେଲାଇଟ୍ ଇମେଜ୍ ଆସିଛି ସେଥିରେ ଚୀନ୍ ସେନାର ଉପସ୍ଥିତି ନଜର ଆସୁନାହିଁ। ଫଳରେ ଚୀନ୍ ସେନା ଗଲୱାନ୍ ଭ୍ୟାଲିରୁ ପଛକୁ ହଟିଥିବା ସ୍ପଷ୍ଟ ହୋଇଛି। […]
ନୂଆଦିଲ୍ଲୀ: ଗାନ୍ଧି ପରିବାର ଦ୍ୱାରା ପରିଚାଳିତ ତିନିଟି ଟ୍ରଷ୍ଟର ଆୟବ୍ୟୟର ତଦନ୍ତ କରାଯିବ। ଏଥିପାଇଁ ଆନ୍ତଃମନ୍ତ୍ରୀସ୍ତରୀୟ କମିଟି ଗଠନ କରାଯାଇଛି। ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ସ୍ୱତନ୍ତ୍ର ନିର୍ଦ୍ଦେଶକ ଏହି କମିଟିର ଅଧ୍ୟକ୍ଷ ରହିବେ। ରାଜୀବ ଗାନ୍ଧି ଫାଉଣ୍ଡେସନ, ରାଜୀବ ଗାନ୍ଧି ଚାରିଟେବଲ ଟ୍ରଷ୍ଟ, ଇନ୍ଦିରା ଗାନ୍ଧି ମେମୋରିଆଲ ଟ୍ରଷ୍ଟ ଦ୍ୱାରା ଆୟକର ଠକେଇ ଓ ବିଦେଶୀ ପାଣ୍ଠି ସଂଗ୍ରହରେ ଅନିୟମିତତା ହୋଇଥିବା ଅଭିଯୋଗର ତଦନ୍ତ କରାଯିବ ବୋଲି ଗୃହମନ୍ତ୍ରାଳୟ ପକ୍ଷରୁ ସୂଚନା ମିଳିଛି। କେନ୍ଦ୍ରରେ କଂଗ୍ରେସ ସରକାର କ୍ଷମତାରେ […]
ଲକ୍ଷ୍ନୌ: ଉତ୍ତରପ୍ରଦେଶ କାନପୁର ଚୌବେପୁରରେ ୮ ପୋଲିସ କର୍ମୀଙ୍କୁ ନିର୍ମମ ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ବିକାଶ ଦୁବେର ଜଣେ ସହଯୋଗୀକୁ ଏନକାଉଣ୍ଟର କରାଯାଇଛି। ବିକାଶର ସହଯୋଗୀ ଅମର ଦୁବେ ହମିରପୁର ନିକଟରେ ଥିବା ଖବର ପାଇ ଏସଟିଏଫ୍ ପକ୍ଷରୁ ଚଢଉ କରାଯାଇଥିଲା। ଅଭିଯୁକ୍ତ ଅମର ଦୁବେ ପାଲଟା ଆକ୍ରମଣ କରିବାରୁ ଏସଟିଏଫ୍ ଟିମ୍ ଏନକାଉଣ୍ଟର କରିଥିଲା। ପୋଲିସ କର୍ମୀଙ୍କୁ ହତ୍ୟା ଅଭିଯୋଗରେ ବର୍ତ୍ତମାନ ସୁଦ୍ଧା ୪ଜଣଙ୍କୁ ଗିରଫ କରାଯିବା ସହ ୩ ପୋଲିସ କର୍ମଚାରୀଙ୍କୁ ନିଲମ୍ବନ […]
ବ୍ରାସିଲିଆ: ବ୍ରାଜିଲରେ କରୋନାଭାଇରସ୍ ମହାମାରୀ ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଛି। ଏହିକ୍ରମରେ ବ୍ରାଜିଲର ରାଷ୍ଟ୍ରପତି ଜାଇର୍ ବୋଲସୋନାରୋ କରୋନାରେ ସଂକ୍ରମିତ ହୋଇଛନ୍ତି। ଏକ ଟେଲିଭିଜନରେ ସାକ୍ଷାତକାର ଅବସରରେ ବୋଲସୋନାରୋ ଏହି ମହାମାରୀରେ ଆକ୍ରାନ୍ତ ଥିବା ସ୍ପଷ୍ଟ କରିଛନ୍ତି। ମଙ୍ଗଳବାର ତାଙ୍କର କରୋନା ଟେଷ୍ଟ ରିପୋର୍ଟ ପଜିଟିଭ୍ ଆସିବା ପରେ ତାଙ୍କୁ ହୋମ୍ କ୍ୱାରେଣ୍ଟିନରେ ରଖାଯାଇଛି। ସେ କହିଛନ୍ତି, ମୋ ଶରୀରରେ ମଧ୍ୟମ ଧରଣର କରୋନା ଲକ୍ଷଣ ଦେଖା ଯାଇଛି। ତେଣୁ ମୁଁ ଶୀଘ୍ର ସୁସ୍ଥ ହୋଇଯିବି ବୋଲି […]
ମୁମ୍ବାଇ: ମହାରାଷ୍ଟ୍ରର ପୁନେ ସହରର ଏକ କମ୍ପାନୀ ଭାରତର ପ୍ରଥମ ଅଟୋମେଟିକ୍ କରୋନା ଟେଷ୍ଟିଂ ସିଷ୍ଟମ୍ ଲଞ୍ଚ୍ କରିଛି। ମାଇଁଲ୍ୟାବ୍ ଡିକ୍ସଭରୀ ସଲ୍ୟୁସନ୍ସ ପ୍ରାଇଭେଟ୍ ଲିମିଟେଡ୍ ଆଣ୍ଡ ସିରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ ଦ୍ୱାରା ଲଞ୍ଚ୍ କରାଯାଇଥିବା ଏହି ଟେଷ୍ଟିଂ ଉପକରଣରେ ଦିନକରେ ୪୦୦ରୁ ଅଧିକ ଟେଷ୍ଟ କରାଯାଇପାରିବ ବୋଲି ସିରମ୍ ଇନଷ୍ଟିଚ୍ୟୁଟର ସିଇଓ ଆଦର ପୁନାୱାଲା କହିଛନ୍ତି। Pune: India’s 1st fully-automated Sample-to-PCR-ready system for molecular diagnostics, developed by Mylab Discovery […]