ନୂଆଦିଲ୍ଲୀ : ଥମିବାର ନାଁ ନେଉନି ରାଫେଲ ଝଡ଼। ଫ୍ରାନ୍ସ ଗଣମାଧ୍ୟମରେ ଏକ ଅନୁସଂଧାନମୂଳକ ରିପୋର୍ଟ ପ୍ରକାଶ ପାଇବା ପରେ ପୁଣି ଜୋର ଧରିଛି ବିବାଦ। ରିଲାନ୍ସ ଡିଫେନ୍ସକୁ ପାର୍ଟନର କରିବା ଲାଗି ଜେଟ୍ ନିର୍ମାତା ଦାସୋକୁ ବାଧ୍ୟ କରାଯାଇଥିଲା ବୋଲି ଦାବି କରିଛି ଅନୁସନ୍ଧାନ ମୂଳକ ପତ୍ରିକା ‘ମିଡିଅା ପାର୍ଟ’। ଦାସୋ କର୍ତ୍ତୃପକ୍ଷଙ୍କ ଉକ୍ତିକୁ ଅାଧାର କରି ‘ମିଡିଅା ପାର୍ଟ’ ଏହି ରିପୋର୍ଟ ଛାପିଥିବା କହିଛି । ପୂର୍ବରୁ ଫ୍ରାନ୍ସର ପୂର୍ବତନ ରାଷ୍ଟ୍ରପତି ଫ୍ରାନସୁଁଅା ଓଲାନ୍ଦ୍ […]
ଜମ୍ମୁ କାଶ୍ମୀର : କାଶ୍ମୀର ଉପତ୍ୟକାରେ ସୁରକ୍ଷାକର୍ମୀଙ୍କୁ ବଡ଼ ସଫଳତା। ହାନ୍ଦଓ୍ୱାରାରେ ୨ ଅାତଙ୍କବାଦୀଙ୍କୁ ଏନକାଉଣ୍ଟର କରିଛି ସେନାବାହିନୀ। ମୃତକଙ୍କ ମଧ୍ୟରେ ଅାତଙ୍କବାଦୀ ସଂଗଠନ ହିଜବୁଲ ମୁଜାହିଦ୍ଦିନର କମାଣ୍ଡର ମନ୍ନାନ ୱାନୀ ରହିଛି। ମନ୍ନାନ ଅଲିଗଡ଼ ମୁସଲିମ ବିଶ୍ୱବିଦ୍ୟାଳୟର ପୂର୍ବତନ ଛାତ୍ର। ଚଳିତ ବର୍ଷ ସେ କ୍ୟାମ୍ପସରୁ ନିଖୋଜ ହୋଇଯାଇଥିଲା। ଅନ୍ୟଜଣେ ଅାତଙ୍କବାଦୀ ଲାନଗେଟ୍ ତୁଲନାରିର ଅାଶିକ୍ ହୁସେନ ଜରଗାର ବୋଲି ଜଣାପଡିଛି। ନିହତ ଅାତଙ୍କବାଦୀଙ୍କ ନିକଟରୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଜବତ କରାଯାଇଛି। ଅନ୍ୟ ପଟେ […]
ଭୁବନେଶ୍ୱର : ‘ତିତ୍ଲି’ ପ୍ରଭାବରେ ୧୧ଟି ଜିଲ୍ଲାରେ ବର୍ଷା ଜାରି ରହିଛି। ଏହା ପ୍ରଭାବରେ ଅଧିକ ବର୍ଷା ହେବା ସହ ପବନର ବେଗ ବଢିବାର ଅାଶଙ୍କା ରହିଛି। ୭ଟି ଜିଲ୍ଲାରେ ରେଡ୍ ୱାର୍ଣିଂ ଜାରି କରାଯାଇଛି। ଗଜପତି, ଗଞ୍ଜାମ, ପୁରୀ, ଜଗତସିଂହପୁର, କେନ୍ଦ୍ରାପଡା, ଭଦ୍ରକ, ବାଲେଶ୍ୱର ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବ। ୩ ଘଣ୍ଟା ମଧ୍ୟରେ ଭେରି ସିଭିୟର ସାଇକ୍ଲୋନ୍ ରୂପ ନେବ ବାତ୍ୟା ତିତ୍ଲି। ଆସନ୍ତାକାଲି ସକାଳ ୫.୩୦ରେ ସ୍ଥଳଭାଗ ଅତିକ୍ରମ କରିବ। ୱାର୍ଣିଂ […]
ମୁମ୍ବାଇ: ବିବାଦୀୟ ଜିହ୍ନା ହାଉସ୍ ହେବ ଇଣ୍ଟରନ୍ୟାସନାଲ୍ ସେଣ୍ଟ୍ରାଲ୍ ହାଉସ୍। ହାଇଦ୍ରାବାଦ୍ ହାଉସ୍ ଭଳି ଏହାକୁ କାର୍ଯ୍ୟରେ ବ୍ୟବହାର କରାଯିବ। ବିଦେଶୀ ପ୍ରତିନିଧି ଏବଂ ଅନ୍ୟ ଅତିଥିଙ୍କ ସହ ଆଲୋଚନା କରାଯିବ। ଏହାକୁ ନେଇ ଭାରତୀୟ ବୈଦେଶିକ ବ୍ୟାପର ମନ୍ତ୍ରଣାଳୟ ବିଧିବଦ୍ଧ ଭାବେ ନିଷ୍ପତ୍ତି ନେଇଛି। ମୁମ୍ବାଇର ମାଲାବାର୍ ଅଞ୍ଚଳରେ ଥିବା ପାକିସ୍ତାନର ପ୍ରଥମ ପ୍ରଧାନମନ୍ତ୍ରୀ ମହମ୍ମଦ ଅଲ୍ଲି ଜିହ୍ନାଙ୍କ ଘରକୁ ନେଇ ଦୀର୍ଘ ଦିନ ଧରି ବିବାଦ ଲାଗି ରହିଥିଲା। ଏହି ସମ୍ପତ୍ତିକୁ ପାକିସ୍ତାନ ନିଜର […]
ମୁମ୍ବାଇ: ୧୩ ବର୍ଷ ପରେ ବହୁ ଚର୍ଚ୍ଚିତ ସୋହରାବୁଦ୍ଦିନ୍ ଏନ୍କାଉଣ୍ଟର ମାମଲାର ରାୟ ଆସିଛି। ତଥ୍ୟ ଏବଂ ପ୍ରମାଣ ଅଭାବରୁ ୨୨ ଜଣ ଅଭିଯୁକ୍ତଙ୍କୁ ମୁମ୍ବାଇ ସ୍ୱତନ୍ତ୍ର ସିବିଆଇ କୋର୍ଟ ନିର୍ଦ୍ଦୋଷରେ ଖଲାସ୍ କରିଛନ୍ତି। ସରକାର ଏବଂ ଆବେଦନକାରୀଙ୍କ ପକ୍ଷରୁ ମାମଲାକୁ ନେଇ ବହୁତ ପରିଶ୍ରମ କରାଯାଇଥିଲା। ତେବେ ଆବଶ୍ୟକ ପ୍ରମାଣ ମିଳିନଥିବା କୋର୍ଟ କହିଛନ୍ତି। ମାମଲାରେ ୨୧୦ ଜଣ ସାକ୍ଷ୍ୟଙ୍କ ବୟାନ ରେକର୍ଡ କରଯାଇଥିଲା। କୋର୍ଟରେ ମାମଲା ବେଳେ ୯୨ ଜଣ ସାକ୍ଷୀ ନିଜ ମତ […]
ଉତ୍ତର ପ୍ରଦେଶ : ଉତ୍ତର ପ୍ରଦେଶରେ ବଡ ଧରଣର ଟ୍ରେନ୍ ଦୁର୍ଘଟଣା। ଲକ୍ଷ୍ନୌ ନିକଟବର୍ତ୍ତୀ ହରିଚନ୍ଦନପୁର ଷ୍ଟେସନ ନିକଟରେ ଫରକ୍କା ଏକ୍ସପ୍ରେସ୍ ଲାଇନଚ୍ୟୁତ ହୋଇଛି । ଫରକ୍କା ଏକ୍ସପ୍ରେସ୍ର ୮ ଟି ବଗି ଲାଇନଚ୍ୟୁତ ହୋଇ ୭ଜଣଙ୍କ ମୃତ୍ୟୁ ହୋଇଛି। ଏହାସହ ୩୦ରୁ ଅଧିକ ଯାତ୍ରୀ ଅାହତ ହୋଇଛନ୍ତି। ଘଟଣା ସ୍ଥଳରେ ଏନ୍ଡିଆର୍ଫ୍ ଟିମ୍ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛି। ଏକ ଡାକ୍ତରୀ ଦଳ ଦୁର୍ଘଟଣା ସ୍ଥଳରେ ପହଞ୍ଚି ଅାହତଙ୍କୁ ପ୍ରଥମିକ ଚିକିତ୍ସା ଦେଉଛନ୍ତି। ଉତ୍ତର […]