ନୂଆଦିଲ୍ଲୀ : ରାଫେଲ ଡିଲ ସମ୍ପର୍କିତ ସମସ୍ତ ତଥ୍ୟ ୧୦ଦିନ ଭିତରେ ଦାଖଲ କରିବାକୁ ସୁପ୍ରିମକୋର୍ଟ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ରାଫେଲର ମୂଲ୍ୟ ଓ ଏହା ଦ୍ୱାରା କଣ ଫାଇଦା ମିଳିବ ,ସେ ସମ୍ପର୍କରେ ଜଉମୁଦ ଲଫାଫାରେ ଦାଖଲ କରିବାକୁ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ ରଂଜନ ଗୋଗୋଇଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ ନିର୍ଦ୍ଦେଶ ଦେଇଛନ୍ତି। ପୂର୍ବରୁ ଏ ସମ୍ପର୍କିତ ମାମଲାର ଶୁଣାଣି ବେଳେ ରାଫେଲ ଡିଲ ନିଷ୍ପତ୍ତି ସମ୍ପର୍କରେ ଜଣାଇବାକୁ କୋର୍ଟ ନିର୍ଦ୍ଦେଶ ଦେଇଥିଲେ। […]
ଗୁଜରାଟ : ଲୌହମାନବ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ୧୪୩ତମ ଜନ୍ମ ତିଥି ଅବସରରେ ଲୋକାର୍ପିତ ହୋଇଛି ପଟେଲଙ୍କ ବିଶାଳ ପ୍ରତିମୂର୍ତ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ପ୍ରତିମୂର୍ତ୍ତିର ଲୋକାର୍ପଣ କରିଛନ୍ତି। ଗୁଜରାଟର କେଓ୍ୱଡିଅା ସ୍ଥିତ ନର୍ମଦା ନଦୀ କୂଳରେ ଏକ ମନୋରମ ପ୍ରାକୃତିକ ପରିବେଶରେ ରହିଛି ଏହି ପ୍ରତିମୂର୍ତ୍ତି। ସାଧୁ ବେଟ୍ ଦ୍ୱୀପର ଅତି ମନୋରମ ପ୍ରାକୃତିକ ପରିବେଶରେ ପ୍ରାୟ ୨୦ ହଜାର ବର୍ଗମିଟର ପରିଧିରେ ରହିଛି ପଟେଲଙ୍କ ପ୍ରତିମୂର୍ତ୍ତି। ଏ ସର୍ବୋଚ୍ଚ ପ୍ରତିମୂର୍ତ୍ତିର ଉଚ୍ଚତା ରହିଛି […]
ନୂଆଦିଲ୍ଲୀ : ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ଅାଜି ତିରୋଧାନ ଦିବସ। ଏହି ଅବସରରେ ଦିଲ୍ଲୀ ସ୍ଥିତ ଶକ୍ତିସ୍ଥଳରେ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ବହୁ ପ୍ରମୁଖ ବ୍ୟକ୍ତି। ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ, ପୂର୍ବତନ ଉପରାଷ୍ଟ୍ରପତି ହମିଦ ଅନସାରୀ, ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ, ୟୁପିଏ ଅଧ୍ୟକ୍ଷା ସୋନିଅା ଗାନ୍ଧି, କଂଗ୍ରେସ ସଭାପତି ରାହୁଲ ଗାନ୍ଧି, ପୂର୍ବତନ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଶିଲା ଦୀକ୍ଷୀତଙ୍କ ସହ ବହୁ ପ୍ରମୁଖ ବ୍ୟକ୍ତିବିଶେଷ ଇନ୍ଦିରା ଗାନ୍ଧିଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ।