ଛତିଶଗଡ଼ : ଛତିଶଗଡ଼ ସୁକମାରେ ବଡ଼ ଧରଣର ଏନ୍କାଉଣ୍ଟର। ଏଥିରେ ୯ ମାଓବାଦୀ ନିହତ। ସିଅାରପିଏଫ୍, ଡିଅାରଜି ଓ ସ୍ପେସାଲ ଟାସ୍କ ଫୋର୍ସ ଯବାନଙ୍କ ମିଳିତ ଅପରେସନରେ ୯ ମାଓବାଦୀ ନିହତ ହୋଇଥିବାବେଳେ ସେମାନଙ୍କ ଠାରୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଜବତ ହୋଇଛି। ସାକଲିର ଜଙ୍ଗଲରେ ମାଓବାଦୀ ମାନେ ଲୁଚିଥିବା ଖବର ପାଇ କିସ୍ତାରାମ ଥାନା ଅଂଚଳରେ ଥିବା ଏହି ଜଙ୍ଗଲରେ କମ୍ବିଂ ଅପରେସନ କରାଯାଇଥିଲା। ଅପରେସନରେ ଅନେକ ମାଓବାଦୀ ଅାହତ ହୋଇଥିବାରୁ ମୃତ୍ୟୁ ସଂଖ୍ୟା ଅାହୁରି […]
ନୂଆଦିଲ୍ଲୀ: ମହାକାଶକୁ ଇସ୍ରୋ ସବୁଠୁ ଛୋଟ ଓ ହାଲୁକା କମ୍ୟୁନିକେସନ୍ ସାଟେଲାଇଟ୍ ପଠାଇଛି। ଏହି ସାଟେଲାଇଟ୍ର ନାଁ ପୂର୍ବତନ ରାଷ୍ଟ୍ରପତି ଏ.ପି.ଜେ ଅବଦୁଲ କଲାମଙ୍କ ନାଁରେ ‘କଲାମ ସାଟ୍’ ରଖାଯାଇଛି। ଶ୍ରୀହରିକୋଟାର ସତିଶ୍ ଧାୱନ ସ୍ପେସ୍ ସେଣ୍ଟରର ପ୍ରଥମ ଲଞ୍ଚ ପ୍ୟାଡ୍ରୁ PSLV-C44 ଜରିଆରେ ଏହି ସାଟେଲାଇଟ୍ ପ୍ରେରଣ କରାଯାଇଛି। ଗୁରୁବାର ରାତିରେ ପିଏସ୍ଏଲ୍ଭି -ଡିଏଲ୍ ସହାୟତାରେ ମହାକାଶରେ ଅବସ୍ଥାପିତ କରାଯାଇଛି। ଏହି ସାଟେଲାଇଟ୍କୁ ଚେନ୍ନାଇର ଛାତ୍ରମାନେ ପ୍ରସ୍ତୁତ କରିଛନ୍ତି। ଏହି ସାଟେଲାଇଟ୍ର ଓଜନ ମାତ୍ର ୧.୨୬ […]
ଗୁରୁଗ୍ରାମ: ଭୁଶୁଡ଼ି ପଡ଼ିଲା ୪ ମହଲା ବିଶିଷ୍ଟ କୋଠା। ହରିୟାଣାର ଗୁରୁଗ୍ରାମର ଉଲ୍ଲାୱାସ୍ ଗାଁରେ ଆଜି ଏକ ୪ ମହଲା ବିଶିଷ୍ଟ କୋଠା ଭୁଶୁଡ଼ି ଯାଇଛି। ଫଳରେ ଭୁଶୁଡ଼ି ପଡ଼ିଥିବା କୋଠା ତଳେ ଏବେ ବି ୮ ଜଣ ଫସି ରହିଥିବା ଅନୁମାନ କରାଯାଉଛି। ବୁଲ୍ଡୋଜର୍ ସହାୟତାରେ ଭଗ୍ନାବଶେଷକୁ ସଫା କରାଯିବା ସହ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଏଥିସହ ହରିୟାଣା ଅଗ୍ନିଶମ ବିଭାଗର କର୍ମଚାରୀମାନେ ଫସି ରହିଥିବା ଲୋକଙ୍କୁ ଉଦ୍ଧାର କରିବା ପାଇଁ ଉଦ୍ୟମ ଚଳାଇଛନ୍ତି। […]
ନୂଆଦିଲ୍ଲୀ: ଅସୁସ୍ଥତା କାରଣରୁ ଆମେରିକାରେ ଚିକିତ୍ସିତ ହେଉଥିବା ଅର୍ଥମନ୍ତ୍ରୀ ଅରୁଣ ଜେଟଲୀଙ୍କର ଆଉ ଏକ ଅସ୍ତ୍ରୋପଚାର ହୋଇଥିବା ସୂଚନା ମିଳିଛି। ଏଣୁ ଏବେ କେନ୍ଦ୍ରମନ୍ତ୍ରୀ ପୀୟୂଷ ଗୋଏଲ ଅର୍ଥ ମନ୍ତ୍ରଣାଳୟର ଅତିରିକ୍ତ ଦାୟିତ୍ୱ ନିର୍ବାହ କରିବେ। ଗତକାଲି ତାଙ୍କୁ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଅସ୍ଥାୟୀ ଅର୍ଥମନ୍ତ୍ରୀ ଭାବେ ନିଯୁକ୍ତି ଦିଆଯାଇଛି। ଏହାକୁ ରାଷ୍ଟ୍ରପତି ଭବନ ପକ୍ଷରୁ ସ୍ୱୀକୃତି ଦିଆଯାଇଛି। ରାଷ୍ଟ୍ରପତି ଭବନ ପକ୍ଷରୁ ଜାରି ହୋଇଥିବା ବିଜ୍ଞପ୍ତି ଅନୁସାରେ ତତ୍କାଳ ଭାବେ ପୀୟୂଷ ଗୋଏଲ ଅର୍ଥ ମନ୍ତ୍ରଣାଳୟ […]