ନୂଆଦିଲ୍ଲୀ: ରାଫେଲ ପ୍ରସଙ୍ଗରେ ରାହୁଲ ଗାନ୍ଧି ପୁଣି ପ୍ରଧାନମନ୍ତ୍ରୀଙ୍କୁ ଟାର୍ଗେଟ୍ କରିଛନ୍ତି। ରାଫେଲ୍ କିଣା ଦୁର୍ନୀତିରେ ନରେନ୍ଦ୍ର ମୋଦି ସିଧାସଳଖ ଜଡ଼ିତ ବୋଲି ଆଜି ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି। କଂଗ୍ରେସ ଅଧ୍ୟକ୍ଷ ଏକ ଇଂରାଜୀ ଦୈନିକ ଖବର କାଗଜରେ ପ୍ରକାଶିତ ରିପୋର୍ଟକୁ ଦର୍ଶାଇ ଚୌକିଦାର ଚୋର ବୋଲି ପ୍ରମାଣିତ ହୋଇଥିବା ରାହୁଲ କହିଛନ୍ତି। ରାଫେଲ ଡିଲ୍ରେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ହସ୍ତକ୍ଷେପ କରିଥିବା ଓ ପ୍ରତିରକ୍ଷା ମନ୍ତ୍ରାଳୟ ଏହାକୁ ନେଇ ଆପତ୍ତି ଉଠାଇଥିବା ରିପୋର୍ଟରେ ପ୍ରକାଶିତ ହୋଇଛି। […]
ନୂଆଦିଲ୍ଲୀ : ବୈଦେଶିକ ବ୍ୟାପର ମନ୍ତ୍ରୀ ସୁଷମା ସ୍ୱରାଜଙ୍କ ସହ ଚୀନ ବୈଦେଶିକ ମନ୍ତ୍ରୀ ୟାଙ୍ଗ ୟିଙ୍କ ଆଲୋଚନା। ଆଜି ନୂଆଦିଲ୍ଲୀରେ ଉଭୟଙ୍କ ମଧ୍ୟରେ ହୋଇଛି। ଗୁରୁତ୍ୱପୂର୍ଣ୍ଣ ଆଲୋଚନା। ଉଭୟ ମନ୍ତ୍ରୀଙ୍କ ମଧ୍ୟରେ ହୋଇଥିବା ଏହି ୱାନ୍ ଟୁ ୱାନ୍ ବୈଠକ ଉଭୟ ଦେଶ ପାଇଁ ବେସ୍ ଗୁରୁତ୍ୱବହନ କରେ। କାରଣ ସୀମା ବିବାଦକୁ ନେଇ ଗତ କିଛି ବର୍ଷ ମଧ୍ୟରେ ଚୀନ ସହ ସମ୍ପର୍କ ଭାରତର ସମ୍ପର୍କ ତିକ୍ତତା ଆସିଛି। ତେଣୁ ଏହି ଦୁଇ ଦେଶ […]
ନୋଏଡ଼ା: ନୋଏଡ଼ା ମେଟ୍ରୋ ହସ୍ପିଟାଲ୍ରେ ଅଗ୍ନିକାଣ୍ଡ ପରେ ଦମକାଳ ବାହିନୀ ହସ୍ପିଟାଲ୍ରେ ପହଞ୍ଚି ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା କରୁଛି। ତେବେ ମେଡିକାଲ୍ରେ ନିଆଁ ଲାଗିଯିବାରୁ ମେଡିକାଲ୍ରେ ଥିବା ରୋଗୀଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରାଯାଇଛି। ଏହାସହ ଫଶି ରହିଥିବା ରୋଗୀଙ୍କୁ ସୁରକ୍ଷିତ ଭାବେ ଅନ୍ୟ ୱାର୍ଡକୁ ନିଆଯାଉଛି। ନୋଏଡ଼ା ସେକ୍ଟର୍ ୧୨ରେ ଥିବା ମେଟ୍ରୋ ହସ୍ପିଟାଲ୍ରେ ନିଆଁ ଲାଗିଥିଲା। ଦମକଳ ବାହିନୀ ତୁରନ୍ତ ହସ୍ପିଟାଲ୍ରେ ପହଞ୍ଚି ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା ଚଳାଇଛନ୍ତି। ହସ୍ପିଟାଲ୍ରେ ଥିବା ରୋଗୀଙ୍କୁ […]
ଶ୍ରୀହରିକୋଟା : ଭାରତୀୟ ବାୟୁସେନାକୁ ଶକ୍ତି ଯୋଗାଇବ ଇସ୍ରୋ ସାଟେଲାଇଟ୍ ‘ଆଙ୍ଗ୍ରିବାର୍ଡ’। ଆଜି ସଫଳତାର ସହ ଉତ୍କ୍ଷେପଣ ହୋଇଛି GSAT-7A। ଆନ୍ଧ୍ର ଶ୍ରୀହରିକୋଟାସ୍ଥିତ ସତୀଶ ଧାୱନ ମହାକାଶ ଗବେଷଣା କେନ୍ଦ୍ରର ୨ ନମ୍ବର ଲଞ୍ଚପ୍ୟାଡରୁ ଏହି ଉତ୍କ୍ଷେପଣ କରାଯାଇଛି। ୨୨ଶହ ୫୦ କିଲୋଗ୍ରାମ ଓଜନ ବିଶିଷ୍ଟ ଏହି ଉପଗ୍ରହ GSLV-F 11 ରକେଟ୍ ସହାୟତାରେ ଉତ୍କ୍ଷେପଣ ପରେ ନିର୍ଦ୍ଧାରିତ ସମୟରେ ନିର୍ଦ୍ଦିଷ୍ଟ କକ୍ଷପଥରେ ଅବସ୍ଥାପିତ ହୋଇଛି। ପୂର୍ବରୁ ଭାରତୀୟ ନୌସେନା ପାଇଁ GSAT-7କୁ ମହାକାଶ ପ୍ରେରଣ କରାଯାଇଥିବା […]
ନୂଆଦିଲ୍ଲୀ: ଆଜି ପୁଣି ଥରେ ସୋନିଆ ଗାନ୍ଧିଙ୍କ ଜ୍ୱାଇଁ ତଥା ବ୍ୟବସାୟୀ ରବର୍ଟ ଭଦ୍ରା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)ରେ ହାଜର ହୋଇଛନ୍ତି। ଗତକାଲି ୫ ଘଣ୍ଟାରୁ ଅଧିକ ସମୟ ଧରି ଇଡିରେ ଜେରା ପରେ ଆଜି ଆଉ ଥରେ ରବର୍ଟ ଭଦ୍ରା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟରେ ପହଞ୍ଚିଛନ୍ତି। ଅର୍ଥ ହେରଫେର, ଜମି ଠକେଇ ଓ ଲଣ୍ଡନରେ ସମ୍ପତ୍ତି କିଣିବା ମାମଲାରେ ରବର୍ଟଙ୍କୁ ଇଡି ପଚରାଉଚରା କରିଥିବା ସୂଚନା ମିଳିଛି। ରବର୍ଟ ଭଦ୍ରା ଏହି ସମନ୍ ଏବଂ ଜେରାକୁ ରାଜନୀତିକ […]