ହାଇଦ୍ରାବାଦ : ତେଲଙ୍ଗାନାର ହାଇଦ୍ରାବାଦରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଅାଦିତ୍ୟନାଥ ଦେଇଥିବା ବୟାନର କଡ଼ା ଜବାବ ଦେଇଛନ୍ତି ଏଅାଇଏମ୍ଏମ୍ ନେତା ଅସଦୁଦ୍ଦିନ ଓୱେସି। ଭାରତ ତାଙ୍କ ବାପାଙ୍କ ଜନ୍ମ ମାଟି । ଅାଉ ବାପାଙ୍କ ଜନ୍ମ ମାଟିରେ ତାଙ୍କର ସଂପୂର୍ଣ୍ଣ ଅଧିକାର ରହିଛି। କେହି ତାଙ୍କୁ ବିଦା କରିପାରିବେ ନାହିଁ ବୋଲି ଜୋର ଦେଇ କହିଛନ୍ତି । ଗତକାଲି ଏକ ସାଧାରଣ ସଭାରେ ଯୋଗଦେଇ ଅସଦୁଦ୍ଦିନ ଓୱେସିଙ୍କ ବିରୋଧରେ ଗର୍ଜନ କରିଥିଲେ। କହିଥିଲେ, ତେଲଙ୍ଗାନାରେ ବିଜେପି କ୍ଷମତାକୁ […]
ନୂଆଦିଲ୍ଲୀ : ପ୍ରଦୂଷଣ ରୋକିବାରେ ବିଫଳ ହୋଇଥିବାରୁ ଦିଲ୍ଲୀ ସରକାରଙ୍କୁ ଜରିମାନା। ଜାତୀୟ ଗ୍ରୀନ୍ ଟ୍ରିବ୍ୟୁନାଲ ପକ୍ଷରୁ ୨୫କୋଟି ଟଙ୍କା ଜରିମାନା ଅାଦାୟ କରିବା ପାଇଁ ନିର୍ଦ୍ଦେଶ ଦିଅାଯାଇଛି। ଏହି ଜରିମାନା ଦିଲ୍ଲୀ ସରକାରଙ୍କ ଅଧୀନରେ କାମ କରୁଥିବା କର୍ମଚାରୀଙ୍କ ଦରମାରୁ କଟାଯିବ। ଏଥିସହ ପ୍ରଦୂଷଣ କରୁଥିବା ଲୋକଙ୍କ ଠାରୁ ମଧ୍ୟ ଜରିମାନା ଅାଦାୟ କରାଯିବ। ଦିଲ୍ଲୀ ସରକାର ଯଦି ନିର୍ଦ୍ଧାରିତ ଜରିମାନା ଦେବାରେ ବିଫଳ ହୁଅନ୍ତି ତେବେ ପ୍ରତିମାସରେ ୧୦କୋଟି ଟଙ୍କା ଜରିମାନା ଦେବାକୁ ପଡିବ […]
ନୂଆଦିଲ୍ଲୀ : ପୋଲାଭରମ ପ୍ରକଳ୍ପ ନେଇ ଓଡ଼ିଶା ସରକାରଙ୍କୁ ଝଟକା। ପ୍ରକଳ୍ପ କାମରେ ସ୍ଥଗିତାଦେଶ ଦେବାକୁ ସୁପ୍ରିମ୍କୋର୍ଟ ଅାଜି ମନା କରିଦେଇଛନ୍ତି। ପ୍ରକଳ୍ପ ନେଇ ସବୁ ତଥ୍ୟ ଦେବାକୁ ଦୁଇ ରାଜ୍ୟ – ଓଡ଼ିଶା ଓ ଛତିଶଗଡ଼କୁ ଦେବାକୁ କେନ୍ଦ୍ରକୁ ନିର୍ଦ୍ଦେଶ ଦେଇଛନ୍ତି। ସର୍ବୋଚ୍ଚ ଅଦାଲତ କେତେ ଅଞ୍ଚଳ ବୁଡ଼ିବ, କେତେ କ୍ଷତିଗ୍ରସ୍ତ ହେବେ ସବୁ ତଥ୍ୟ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ। ସବୁ ତଥ୍ୟ ପାଇଲା ପରେ ଜନଶୁଣାଣି କରିପାରିବେ ରାଜ୍ୟ ସରକାର। ଜାନୁଅାରୀ ପ୍ରଥମ […]
ନୂଆଦିଲ୍ଲୀ: ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ‘ପରୀକ୍ଷା ପେ ଚର୍ଚ୍ଚା’ର ଦ୍ୱିତୀୟ ସଂସ୍କରଣ। ଦେଶ ତଥା ବିଦେଶର ପରୀକ୍ଷାର୍ଥୀଙ୍କ ସହ ସିଧାସଳଖ ପ୍ରଧାନମନ୍ତ୍ରୀ କଥା ହେବେ। ଏଥିସହ ଛାତ୍ରଛାତ୍ରୀ, ଶିକ୍ଷକ ଓ ଅଭିଭାବକଙ୍କୁ ସେ ପରୀକ୍ଷା ମନ୍ତ୍ର ଦେବେ। ପରୀକ୍ଷା ସିଜନ୍ ଆରମ୍ଭ ହେବା ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦି ଛାତ୍ର ଛାତ୍ରୀଙ୍କ ଉଦ୍ଦେଶ୍ୟରେ ବାର୍ତ୍ତା ରଖିବେ । ପରୀକ୍ଷା ସମୟରେ କିପରି ଚାପ ମୁକ୍ତ ରହିବେ ସେନେଇ ପ୍ରଧାନମନ୍ତ୍ରୀ ପରାମର୍ଶ ଦେବେ। ଏଥିଲାଗି ଦେଶର ରାଜ୍ୟ ଓ […]
କଟକ : କଟକ ଜଗତପୁର ଅଞ୍ଚଳରେ ଏନ୍କାଉଣ୍ଟର। ପୁଲିସ ଗୁଳିରେ ଅାହତ ହୋଇଛି ଦୁର୍ଦ୍ଦାନ୍ତ ଅପରାଧୀ ଗୁରୁ ଚରଣ ପାତ୍ର ଓରଫ ଗୁରିଅା। ତାର ବାମ ଗୋଡ଼ରେ ଗୁଳି ବାଜିଛି। ଚିକିତ୍ସା ପାଇଁ ଗୁରିଅାକୁ ଭର୍ତ୍ତି କରାଯାଇଛି ଏସ୍ସିବିରେ। କିଛି ଦିନ ତଳେ ଜେଲ୍ରୁ ବାହାରିଥିଲା ଗୁରିଅା। ଜେଲ୍ରୁ ବାହାରିବା ପରେ ସେ ପୁଣି ନିଜର ଅପରାଧ ଅାରମ୍ଭ କରିଥିଲା। ଜଗତପୁର ଅଞ୍ଚଳରେ ବୋମାମାଡ଼ ମଧ୍ୟ କରିଥିଲା। ଅାଜି ରାତିରେ ତାକୁ ଏନ୍କାଉଣ୍ଟର କରିଛି ପୁଲିସ।
ନୂଆଦିଲ୍ଲୀ : ଦେଶର ପରବର୍ତ୍ତୀ ମୁଖ୍ୟ ନିର୍ବାଚନ କମିଶନର ଭାବେ ଅାଜି କାର୍ଯ୍ୟଭାର ଗ୍ରହଣ କରିଛନ୍ତି ସୁନୀଲ ଅରୋରା। ଓମ୍ ପ୍ରକାଶ ରାଓ୍ୱତଙ୍କ ସ୍ଥାନ ନେଇଛନ୍ତି ସୁନୀଲ ଅରୋରା। ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଦ୍ୱାରା ସିଇସି ଭାବେ ନିଯୁକ୍ତି ପାଇଥିବା ସୁନୀଲ ପୂର୍ବରୁ କେନ୍ଦ୍ର ସରକାରଙ୍କ ବହୁ ଗୁରୁତ୍ୱପୂର୍ଣ୍ଣ ବିଭାଗର ଦାୟିତ୍ୱ ସମ୍ଭାଳିଛନ୍ତି। ୧୯୮୦ମସିହା ରାଜସ୍ଥାନ ବ୍ୟାଚର ଏହି ଅାଇଏଏସ ଅଫିସର ସୂଚନା ଓ ପ୍ରସାରଣ, ସ୍କିଲ୍ ଡେଭଲପମେଣ୍ଟ ବିଭାଗର ସଚିବ ରହିସାରିଛନ୍ତି। ଛତିଶଗଡ଼, ମଧ୍ୟପ୍ରଦେଶ, ମିଜୋରାମରେ […]
ଗୁଣ୍ଟୁର: କର୍ଲଭଟ ତଳକୁ ଖସି ପଡ଼ିଲା ସ୍କୁଲ ବସ୍। ଆନ୍ଧ୍ରପ୍ରଦେଶର ଗୁଣ୍ଟୁର ଜିଲ୍ଲାରେ ଏହି ଅଘଟଣ ଘଟିଛି। ସ୍କୁଲ ପିଲାଙ୍କୁ ନେଇ ଯାଉଥିବା ଏକ ବସ୍ କଲଭର୍ଟ ତଳକୁ ଖସି ପଡ଼ିବା ଫଳରେ ଏକାଧିକ ଛାତ୍ରଛାତ୍ରୀ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୩ଜଣଙ୍କ ଅବସ୍ଥା ଗୁରୁତର ରହିଛି। ଆହତ ଛାତ୍ରଛାତ୍ରୀଙ୍କୁ ନିକଟସ୍ଥ ମେଡିକାଲ୍ରେ ଭର୍ତ୍ତି କରାଯାଇଛି। ଦୁର୍ଘଟଣା ସମୟରେ ବସ୍ର ଡ୍ରାଇଭର୍ ମଦ ପିଇ ଗାଡି ଚଲାଉଥିଲେ ବୋଲି ସୂଚନା ମିଳିଛି। ପୁଲିସ୍ ଉକ୍ତ ପଚରାଉଚରା କରୁଥିବା […]
ନୂଆଦିଲ୍ଲୀ : ପୋଲାଭରମ ଜନଶୁଣାଣିକୁ ନେଇ ନୂଅା ଅଡୁଅା। ଅାସନ୍ତାକାଲି ଏନେଇ ସୁପ୍ରିମକୋର୍ଟରେ ଶୁଣାଣି ହେବାକୁ ଥିବା ବେଳେ କେନ୍ଦ୍ରର ସାନି ସତ୍ୟପାଠ ପ୍ରସଙ୍ଗକୁ ଅଧିକ ଗୋଳିଅା କରିଛି। ଗତକାଲିର ସତ୍ୟପାଠରେ ୨୯ ନଭେମ୍ବରରେ ଦିଅାଯାଇଥିବା ସତ୍ୟପାଠକୁ ତ୍ରୁଟିପୂର୍ଣ ଦର୍ଶାଇଛି କେନ୍ଦ୍ର। ଏଥିରେ ଜନଶୁଣାଣି ନେଇ ରାଜ୍ୟ ସରକାରଙ୍କ ଭୂମିକା ସଂପର୍କରେ ବି ଉଲ୍ଲେଖ କରାଯାଇଛି। ରାଜ୍ୟ ପ୍ରଦୁଷଣ ନିୟନ୍ତ୍ରଣ ବୋର୍ଡ ସହଯୋଗରେ ଜିଲ୍ଲାପାଳ ବା ଅତିରିକ୍ତ ଜିଲ୍ଲାପାଳଙ୍କ ତତ୍ତ୍ୱାବଧାନତାରେ ଜନଶୁଣାଣି ହେବା ଦରକାର ବୋଲି କେନ୍ଦ୍ର […]
ନୂଆଦିଲ୍ଲୀ : ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ୟାପ୍ଟେନ ଅମରିନ୍ଦର ସିଂହଙ୍କୁ ମନ୍ତ୍ରୀ ସିଦ୍ଧୁଙ୍କ ତାତ୍ସଲ୍ୟକୁ ନେଇ ଶାସକ ଦଳ ଦୁଇ ଭାଗ। ମୁଖ୍ୟମନ୍ତ୍ରୀଙ୍କୁ ଅପମାନିତ କରିଥିବାରୁ ଓ ମାନୁନଥିବାରୁ ସିଦ୍ଧୁଙ୍କୁ ମନ୍ତ୍ରିମଣ୍ଡଳରୁ ବହିଷ୍କାର କରିବାକୁ ରାଜ୍ୟର ୪ ଜଣ ମନ୍ତ୍ରୀ ଦାବି କରିଛନ୍ତି। ଗ୍ରାମାଞ୍ଚଳ ବିକାଶ ମନ୍ତ୍ରୀ ତ୍ରିପ୍ତ ରାଜିନ୍ଦର ବାଜୱା କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀଙ୍କ ଦକ୍ଷତା ଉପରେ ଯଦି ଭରସା ନାହିଁ ତା ହେଲେ ସିଦ୍ଧୁ ଇସ୍ତଫା ଦେଇଦିଅନ୍ତୁ। ରାଜସ୍ୱମନ୍ତ୍ରୀ ସୁଖବିନ୍ଦର ସିଂହ ସରକାରିଅା ମଧ୍ୟ ସିଦ୍ଧୁ […]