ନୂଆଦିଲ୍ଲୀ : ଓଡ଼ିଶା ପାଇଁ ଗୌରବର ବିଷୟ। ରିଜର୍ଭ ବ୍ୟାଙ୍କର ଗଭର୍ଣ୍ଣର ନିଯୁକ୍ତ ହୋଇଛନ୍ତି ତାମିଲନାଡୁ କ୍ୟାଡରର ଅବସରପ୍ରାପ୍ତ ଓଡ଼ିଆ ଆଇଏଏସ୍ ଅଫିସର ଶକ୍ତିକାନ୍ତ ଦାସ। ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଉର୍ଜିତ୍ ପଟେଲଙ୍କ ଇସ୍ତଫା ପରେ ଶକ୍ତିକାନ୍ତଙ୍କୁ ଏହି ଗୁରୁ ଦାୟିତ୍ୱ ମିଳିଛି। ପୂର୍ବରୁ ଶକ୍ତିକାନ୍ତ କେନ୍ଦ୍ର ସରକାରଙ୍କ ଅନେକ ଗୁରୁତ୍ୱପୂର୍ଣ୍ଣ ପଦବୀରେ କାର୍ଯ୍ୟ କରିଛନ୍ତି। ନୋଟବନ୍ଦୀ ବେଳେ କେନ୍ଦ୍ର ଅର୍ଥନୈତିକ ବ୍ୟାପର ସଚିବ ଭାବେ ସେ ଦାୟିତ୍ୱ ତୁଲାଇ ଥିବା ବେଳେ ପଞ୍ଚଦଶ ଅର୍ଥ କମିଶନର […]
ନୂଆଦିଲ୍ଲୀ : ବିଶିଷ୍ଟ ଅର୍ଥନୈତିଜ୍ଞ ତଥା ସ୍ତମ୍ଭକାର ସୁରଜିତ ଭାଲା ପ୍ରଧାନମନ୍ତ୍ରୀଙ୍କ ଅର୍ଥନୈତିକ ପରାମର୍ଶଦାତା ପରିଷଦରୁ ଇସ୍ତଫା ଦେଇଛନ୍ତି। ଅନ୍ୟଏକ ସଂସ୍ଥାରେ ଯୋଗ ଦେଇଥିବାରୁ ସେ ଇସ୍ତଫା ଦେଇଥିବା ସୋଶାଲ ମିଡିଆରେ ସୂଚନା ଦେଇଛନ୍ତି। ସୁରଜିତ୍ ଅସ୍ଥାୟୀ ଭାବେ ପରାମର୍ଶଦାତା ପରିଷଦର ସଦସ୍ୟ ଥିଲେ। ନୀତି ଆୟୋଗର ସଦସ୍ୟ ଥିବା ବିବେକ ଓବେରାୟ ଅର୍ଥନୈତିକ ପରାମର୍ଶଦାତା ପରିଷଦର ଅଧ୍ୟକ୍ଷ ଥିବା ବେଳେ ରଥିନ ରାୟ, ଅସୀମା ଗୋୟଲ, ଶମିକା ରବି ଅସ୍ଥାୟୀ ସଦସ୍ୟ ରହିଛନ୍ତି। ଗତକାଲି ରିଜର୍ଭ […]
ହାଇଦ୍ରାବାଦ : କେ. ଚନ୍ଦ୍ରଶେଖର ରାଓ କେଉଁ ରିସ୍କ ନେଇଥିଲେ, ତାହା କାମ ଦେଇଛି। ଟ୍ରେଣ୍ଡ ଅନୁସାରେ ତେଲେଙ୍ଗାନାରେ ସ୍ପଷ୍ଟ ବହୁମତ ସହିତ ପୁଣି କ୍ଷମତାକୁ ଫେରୁଛି ଟିଆର୍ଏସ୍। ସେଥିପାଇଁ ଔପଚାରିକ ଘୋଷଣା ହୋଇନଥିଲେ ମଧ୍ୟ ସମର୍ଥକଙ୍କ ମଧ୍ୟରେ ଖୁସିର ଲହରି। ବାଣ ଫୁଟାଇ, ରଙ୍ଗ ଖେଳି ସେମାନେ ଉତ୍ସବ ପାଳନରେ ମାତି ଗଲେଣି। ଟ୍ରେଣ୍ଡ ଅନୁସାରେ ଟିଆର୍ଏସ୍ ଏକ ପ୍ରକାର କ୍ଲିନ ସୁଇପ୍ କରୁଛି। ଏହି ଦଳ ୧୧୯ଟି ଆସନରୁ ୯୬ଟି ଆସନରେ ଆଗେଇଛି। କଂଗ୍ରେସ, […]
ମିଜୋରାମ : ସାରା ଭାରତରେ ନ ହେଲା ନାହିଁ, ଦେଶର ଉତ୍ତର-ପୂର୍ବାଞ୍ଚଳରେ ମୋଦି-ଶାହାଙ୍କ ମିଶନ ସଫଳ ହୋଇଛି। ଅର୍ଥାତ ଉତ୍ତର-ପୂର୍ବାଞ୍ଚଳ କଂଗ୍ରେସ ଶାସନମୁକ୍ତ ହୋଇଛି। କଂଗ୍ରେସ ହାତରୁ ଯାଇଛି ମିଜୋରାମ। ଶାସକ ଦଳକୁ କ୍ଷମତାଚ୍ୟୁତ କରି ବିଜୟ ଆଡ଼କୁ ଅଗ୍ରସର ହେଉଛି ମିଜୋରାମ ନ୍ୟାସନାଲ ଫ୍ରଣ୍ଟ। ଅବସ୍ଥା ଏପରି ଯେ, ମୁଖ୍ୟମନ୍ତ୍ରୀ ଲାଲ ଥନଓ୍ୱାଲା ମଧ୍ୟ ନିଜ ଆସନ ରକ୍ଷା କରିପାରି ନାହାନ୍ତି। ଚମ୍ପାଇ ସାଉଥ-ଇଷ୍ଟ ଆସନରେ ତାଙ୍କୁ ପରାସ୍ତ କରିଛନ୍ତି ବିରୋଧୀ MNF ପ୍ରାର୍ଥୀ। ଟ୍ରେଣ୍ଡ […]
ରାଜସ୍ଥାନ : ରାଜସ୍ଥାନରେ ବହୁମତ ଆଡ଼କୁ ଅଗ୍ରସର ହେଉଛି କଂଗ୍ରେସ। ୨୦୦ ଆସନ ବିଶିଷ୍ଟ ବିଧାନସଭା ଆସନରେ ଟ୍ରେଣ୍ଡ ଅନୁସାରେ ମ୍ୟାଜିକ୍ ନମ୍ବର ପାର୍ କରିଛି କଂଗ୍ରେସ। ଦଳ ୧୦୨ଟି ଆସନରେ ଆଗୁଆ ଅଛି। ଗଣତି ଆରମ୍ଭରୁ ହିଁ କଂଗ୍ରେସ ଆଗୁଆ ରହିଥିଲା। ମଧ୍ୟାହ୍ନରେ ଉଭୟ କଂଗ୍ରେସ ଓ ବିଜେପି ମଧ୍ୟରେ ହୋଇଥିଲା କଡ଼ା ଟକ୍କର। କେତେବେଳେ କଂଗ୍ରେସ ଆଗରେ ତ କେତେବେଳେ କଂଗ୍ରେସ ଆଗରେ ରହିଥିଲା। ଏପରିକି ନିର୍ବାଚନ ପଣ୍ଡିତଙ୍କ ଏକ୍ଜିଟ୍ ପୋଲ୍ ମଧ୍ୟ ଭୁଲ […]