• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

National Updates

award-1
ସମ୍ମାନଜନକ ପଦ୍ମ ସମ୍ମାନ ଘୋଷିତ

ନୂଆଦିଲ୍ଲୀ : ଘୋଷିତ ହୋଇଛି ଚଳିତ ବର୍ଷର ସମ୍ମାନଜନକ ପଦ୍ମ ପୁରସ୍କାର। ଏ ବର୍ଷ ତିନ ଜଣ ଓଡିଆଙ୍କୁ ମିଳବ ପଦ୍ମଶ୍ରୀ ସମ୍ମାନ। ଏହି ତିନି ଜଣ ହେଉଛନ୍ତି କେନ୍ଦୁଝରର ଦୈତାରୀ ନୟକ, କଟକର ଡି. ପ୍ରକାଶ ରାଓ ଏବଂ ଜୟପୁରର କମଳା ପୁଝାରୀ । ସମାଜସେବା କ୍ଷେତ୍ରରେ ଦୈତାରୀ ନାୟକ ଏବଂ ଡି. ପ୍ରକାଶ ରାଓ ମନୋନୀତ ହୋଇଥିବାବେଳେ,  କୃଷିକ୍ଷେତ୍ରରେ ଅବଦାନ ପାଇଁ କମଳା ପୁଝାରୀଙ୍କୁ  ମିଳିବ ପଦ୍ମଶ୍ରୀ। ସେହିପରି ବିଶିଷ୍ଠ ଲେଖିକା ପ୍ରବାସୀ ଭାରତୀୟ […]

  • Friday, 16 July 2021
pradeep
ଓଡ଼ିଆ ପୁଅ ସହିଦ୍‌ ପ୍ରଦୀପ କୁମାର ପଣ୍ଡାଙ୍କୁ କୀର୍ତ୍ତିଚକ୍ର ସମ୍ମାନ

ନୂଆଦିଲ୍ଲୀ :  ଓଡ଼ିଆଙ୍କ ପାଇଁ ଗୌରବ। ଓଡ଼ିଆ ପୁଅ ସହିଦ ପ୍ରଦୀପ କୁମାର ପଣ୍ଡା ପାଇବେ ଦେଶର ଦ୍ୱିତୀୟ ସର୍ବୋଚ୍ଚ ଶାନ୍ତିକାଳୀନ ପୁରସ୍କାର କୀର୍ତ୍ତିଚକ୍ର ସମ୍ମାନ। ଗତ ଜାନୁଆରୀ ୨୦୧୮ମସିହାରେ କାଶ୍ମୀରରେ ଆତଙ୍କବାଦୀଙ୍କ ସହ ଲଢ଼ି ଦେଶ ପାଇଁ ପ୍ରାଣବଳୀ ଦେଇଥିଲେ ବୀର ଓଡ଼ିଆ ପୁଅ ପ୍ରଦୀପ ପଣ୍ଡା। ଲେଥପୁରା ଅଞ୍ଚଳରେ ଜୈଶ୍-ଏ-ମହମ୍ମଦ ଆତଙ୍କବାଦୀଙ୍କ ସହ ବୀରତ୍ୱର ସହ ଲଢ଼ି ସେ ଦେଶ ପାଇଁ  ସହିଦ ହୋଇଥିଲେ। ପ୍ରଦୀପଙ୍କ ଘର ସୁନ୍ଦରଗଡ ଜିଲ୍ଲା ରାଜଗାଙ୍ଗପୁରସ୍ଥିତ ଲିପଲୋଇ ଗାଁରେ। […]

  • Friday, 16 July 2021
supreme court
ଅଯୋଧ୍ୟା ମାମଲାର ଶୁଣାଣି ପାଇଁ ନୂଆ ଖଣ୍ଡପୀଠ

ନୂଆଦିଲ୍ଲୀ :  ବହୁଚର୍ଚ୍ଚିତ ଅଯୋଧ୍ୟା ଜମି ବିବାଦ ମାମଲାର ଶୁଣାଣି କରିବେ ସୁପ୍ରିମକୋର୍ଟର ୫ଜଣିଆ ନୂଆ ଖଣ୍ଡପୀଠ। ଆସନ୍ତା ମଙ୍ଗଳବାର ଦିନ କୋର୍ଟରେ ମାମଲାର ଶୁଣାଣି ଥିବାରୁ ଏହା ପୂର୍ବରୁ ନୂଆ ଖଣ୍ଡପୀଠ ଘୋଷଣା ହୋଇଛି। ପ୍ରଧାନ ବିଚାରପତି ଜଷ୍ଟିସ ରଞ୍ଜନ ଗୋଗୋଇ ଏହି ଖଣ୍ଡପୀଠ ଗଠନ କରିଛନ୍ତି। ଏଥିରେ ଜଷ୍ଟିସ ଅବଦୁଲ ନାଜିର, ଜଷ୍ଟିସ ଅଶୋକ ଭୂଷଣ ପ୍ରମୁଖ ଅଛନ୍ତି। ଖଣ୍ଡପୀଠରେ ପୂର୍ବରୁ ଏସ୍ଏ ବୋବଦେ, ଡିଓ୍ୱାଇ ଚନ୍ଦ୍ରଚୂଡ଼ ପ୍ରମୁଖ ଥିଲେ। ପୂର୍ବ ଗଠିତ ଖଣ୍ଡପୀଠରୁ […]

  • Friday, 16 July 2021
bharat
ପ୍ରଣବ, ନାନାଜୀ, ଭୂପେନଙ୍କୁ ଭାରତ ରତ୍ନ

ନୂଆଦିଲ୍ଲୀ : ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ସହ ୩ ଜଣଙ୍କୁ ମିଳିବ ଭାରତ ରତ୍ନ। ବିଶିଷ୍ଟ ସଂଗୀତକାର ଡକ୍ଟର ଭୂପେନ ହଜାରିକା ଓ ସମାଜସେବୀ ନାନାଜୀ ଦେଶମୁଖଙ୍କୁ ମରଣୋତ୍ତର ଭାବେ ମିଳିବ ଦେଶର ଏହି ସର୍ବୋଚ୍ଚ ବେସାମରିକ ସମ୍ମାନ। ଏ ନେଇ ରାଷ୍ଟ୍ରପତି ଭବନ ପକ୍ଷରୁ ସୂଚନା ମିଳିଛି। ଏହି ତିନିଜଣଙ୍କୁ ଭାରତ ରତ୍ନ ପୁରସ୍କାର ପାଇଁ ମନୋନୀତ କରିଯିବା ପରେ ଟ୍ୱିଟ୍ କରି ସମସ୍ତ ତିନିଜଣଙ୍କ ଅବଦାନକୁ ପ୍ରଶଂସା କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି […]

  • Friday, 16 July 2021
Capture-6-.......
ମଧ୍ୟାହ୍ନ ଭୋଜନରେ ଚୁଟି ବାହାରିବା ଅଭିଯୋଗ କରିବାରୁ ମାଡ଼

ବୌଦ୍ଧ: ଗ୍ରାମାଞ୍ଚଳରେ ପିଲାଙ୍କୁ ସରକାରୀ ସ୍କୁଲ ମୁହାଁ କରିବାକୁ ପ୍ରଣୟନ ହେଉଛି ବହୁ ଯୋଜନା। ପିଲାଙ୍କୁ ମାଗଣାରେ ମଧ୍ୟାହ୍ନ ଭୋଜନ ସହ, ପୋଷାକ, ପୁସ୍ତକ, ସାଇକେଲ ଆଦି ପ୍ରଦାନ କରାଯାଉଛି। ହେଲେ ମଧ୍ୟାହ୍ନ ଭୋଜନର ମାନ ନିମ୍ନମାନର ରହୁଥିବା ବହୁ ସମୟରେ ଅଭିଯୋଗ ହେଉଛି।  କେଉଁଠି  ଖାଦ୍ୟରୁ ଝିଟିପିଟି ବାହାରୁଛି ତ କେଉଁଠି ଚୁଟି। ଆଉ ଏହାର ଅଭିଯୋଗ କଲେ ଛାତ୍ରଛାତ୍ରୀ ଖାଉଛନ୍ତି ନିର୍ଧୂମ ମାଡ। ଏପରି ଏକ ଅଭିଯୋଗ ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଳକ୍‌ର ମହକୁଡ଼ପାଲି […]

  • Friday, 16 July 2021
dharmendra
ଝାରସୁଗୁଡ଼ା ଏୟାରପୋର୍ଟକୁ ଚାଲିବ କମର୍ସିଆଲ ବିମାନ

ନୂଆଦିଲ୍ଲୀ: ଉଡାନ-୩ ଯୋଜନାରେ ଝାରସୁଗୁଡ଼ା ଏୟାରପୋର୍ଟକୁ ଚାଲିବ କମର୍ସିଆଲ ବିମାନ। ଝାରସୁଗୁଡ଼ାକୁ ଦେଶର ୬ଟି ସହରରୁ ବିମାନ ଚଳାଚଳ କରିବ ବୋଲି ଆଜି ନୂଆଦିଲ୍ଲୀରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଭୁବନେଶ୍ୱର, କୋଲକାତା,ହାଇଦ୍ରାବାଦ, ମୁମ୍ବାଇ, ଦିଲ୍ଲୀ ଏବଂ ରାୟପୁରରୁ ଝାରସୁଗୁଡ଼ାକୁ ବିମାନ ଚାଲିବ ବୋଲି ଧର୍ମେନ୍ଦ୍ର କହିଛନ୍ତି। କୋଲକାତାକୁ ସ୍ପାଇସ୍‌ ଜେଟ୍, ଆଲିଆନ୍ସ ଏଭିଏସନ ବିମାନ ଚାଲିବାକୁ ଥିବାବେଳେ ଭୁବନେଶ୍ୱରକୁ ଆଲିଆନ୍ସ ଓ ଟର୍ବୋ ଏୟାରଲାଇନ୍ସର ବିମାନ ଚାଲିବ। […]

  • Friday, 16 July 2021
Supreme-Court-of-India
ସବର୍ଣ୍ଣଙ୍କୁ ସଂରକ୍ଷଣ ଉପରେ ସ୍ଥଗିତାଦେଶ ଆବେଦନ ଖାରଜ

ନୂଆଦିଲ୍ଲୀ : ସବର୍ଣ୍ଣଙ୍କୁ ୧୦ ପ୍ରତିଶତ ସଂରକ୍ଷଣ ନେଇ କେନ୍ଦ୍ର ସରକାରଙ୍କ ନିଷ୍ପତ୍ତି ଉପରେ ସ୍ଥଗିତାଦେଶ ଲଗାଇବାକୁ ସୁପ୍ରିମକୋର୍ଟ ମନା କଲେ। ପ୍ରଧାନ ବିଚାରପତି ଜଷ୍ଟିସ ରଞ୍ଜନ ଗୋଗୋଇଙ୍କୁ ନେଇ ଗଠିତ ଖଣ୍ଡପୀଠ ଏ ସଂପର୍କିତ ଆବେଦନର ଶୁଣାଣି କରି ସରକାରଙ୍କ କାର୍ଯ୍ୟକାରୀ ନିର୍ଦ୍ଦେଶ ଉପରେ ରୋକ୍‌ ଲଗାଇବାକୁ ମନା କରିଦେଇଛନ୍ତି। ଏହାସହ ସରକାରଙ୍କ ନୂଆ ନିଷ୍ପତ୍ତି ଦ୍ୱାରା ଶିକ୍ଷା ଓ ଚାକିରୀ କ୍ଷେତ୍ରରେ ଯେଉଁସବୁ ସଂରକ୍ଷଣ ଦିଆଯାଇଛି, ତା ଉପରେ ବି ବର୍ତ୍ତମାନ ସ୍ଥଗିତାଦେଶ ଲଗାଇବାକୁ […]

  • Friday, 16 July 2021

Total Seats 70

BJP 48
AAP 22
INC 0
OTHERS 0

Delhi Vidhan Sabha Election Result