ନୂଆଦିଲ୍ଲୀ : ମହାକାଶ ଗବେଷଣା କ୍ଷେତ୍ରରେ ଆଉ ଏକ ସଫଳତା। ଉତ୍କ୍ଷେପଣ ହୋଇଛି ଇସ୍ରୋର ୪୦ତମ ଯୋଗାଯୋଗ ଉପଗ୍ରହ ଜିସ୍ୟାଟ୍-୩୧। ଫ୍ରେଞ୍ଚ ଗୁଏନାରୁ ରାତି ୨ଟା ୩୧ରେ ସଫଳତାର ସହ ଉତ୍କ୍ଷେପଣ ହୋଇଛି। ଏହାର ଓଜନ ୨ ହଜାର ୫୩୫ କିଲୋଗ୍ରାମ। ଏହା ଇନ୍ସାଟ୍-୪ CRକୁ ସ୍ଥାନାନ୍ତର କରିବ ବୋଲି ଇସ୍ରୋ ମୁଖ୍ୟ କେ. ଶିବାନ ସୂଚନା ଦେଇଛନ୍ତି।
ମହାରାଷ୍ଟ୍ର : ୭ ଦିନ ପରେ ଅନଶନ ଭାଙ୍ଗିଲେ ସମାଜସେବୀ ଆନ୍ନା ହଜାରେ। ମହାରାଷ୍ଟ୍ରରେ ଲୋକପାଳ ଆଇନ କାର୍ଯ୍ୟକାରୀ କରିବାକୁ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ୍ଙ୍କ ଠାରୁ ପ୍ରତିଶ୍ରୁତି ପାଇବା ପରେ ଆନ୍ନା ଆମରଣ ଅନଶନରୁ ଓହରି ଯାଇଛନ୍ତି। ଲୋକପାଳ ନିଯୁକ୍ତି ଓ ସ୍ୱାମିନାଥନ୍ କମିଶନ୍ଙ୍କ ରିପୋର୍ଟ ଲାଗୁ ଦାବିରେ ତାଙ୍କ ନିଜ ଗାଁ ମହାରାଷ୍ଟ୍ରର ରାଲେଗାଁ ସିଦ୍ଧିରେ ଆଜିକୁ ୭ ଦିନ ଧରି ଆମରଣ ଅନଶନରେ ବସିଥିଲେ ଆନ୍ନା। ଏହି ସମୟ ମଧ୍ୟରେ ତାଙ୍କ ଓଜନ ୪ […]
ତାଲିବାନ ଏବଂ ଆଫଗାନ ଆର୍ମି ମଧ୍ୟରେ ଚାଲିଥିବା ଯୁଦ୍ଧ ଖବର ଉପରେ କଭର କରୁଥିବା ଫଟୋ ଜର୍ଣ୍ଣାଲିଷ୍ଟ ଦାନିଶ ସିଦ୍ଦିକୀଙ୍କୁ ହତ୍ୟା କଲେ ତାଲିବାନ।
ଦେଶରେ ତୃତୀୟ ଲହର ରୋକିବାକୁ କଡ଼ା ପଦକ୍ଷେପ ଜରୁରୀ । ଟେଷ୍ଟ, ଟ୍ରାକ୍, ଟ୍ରିଟ୍ ଏବଂ ଟିକାକୁ ଗୁରୁତ୍ୱର ସହ ଆଗକୁ ବଢ଼ାଇବାକୁ ହେବ। ୬ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କୁ ଆଜି କିଛି ଏଭଳି ପରାମର୍ଶ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। କୋଭିଡ୍ ସ୍ଥିତିର ସମୀକ୍ଷା କରିବା ସହ ଏହାର ମୁକାବିଲାକୁ ନେଇ ମନ୍ତ୍ର ଦେଇଛନ୍ତି ।
ନୂଆଦିଲ୍ଲୀ: ନାଇଜେରିଆରେ ୫ ଭାରତୀୟଙ୍କୁ ଜଳଦସ୍ୟୁ ଅପହରଣ କରି ନେଇଛନ୍ତି। ସେମାନଙ୍କୁ ତୁରନ୍ତ ଠାବ କରିବାକୁ ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜ ନିର୍ଦ୍ଦେଶ ଦେଇଛନ୍ତି। ସେମାନଙ୍କୁ ଅପହର୍ତ୍ତାଙ୍କ କବଳରୁ ମୁକ୍ତ କରିବା ପାଇଁ ନାଇଜେରିଆର ସର୍ବୋଚ୍ଚ ଅଧିକାରୀଙ୍କ ସହ ଆଲୋଚନା କରିବା ପାଇଁ ଭାରତୀୟ ହାଇକମିଶନରଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ୧୬ ଦିନ ହେଲା ଜଳଦସ୍ୟୁଙ୍କ ଦ୍ୱାରା ଅପହୃତ ୫ ନାବିକଙ୍କ ଏପର୍ଯ୍ୟନ୍ତ କୌଣସି ଖବର ମିଳୁନାହିଁ। ନାଇଜେରିଆ ନିକଟରେ ଏକ ଜାହାଜକୁ ଜଳଦସ୍ୟୁମାନେ ଅପହରଣ କରି ନେଇଥିଲେ। […]