ବିହାର : ରାଫେଲ୍ ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ କଂଗ୍ରେସ ଅଧ୍ୟକ୍ଷ ଭର୍ତ୍ସନା କରିବା ଓ ଅଭିଯୋଗ ଲଗାଇବାକୁ କଡ଼ା ଭାଷାରେ ନିନ୍ଦା କରିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ରାଜନାଥ ସିଂହ। ବିହାରର ପାଟନାରେ ଏକ କାର୍ଯ୍ୟକ୍ରମରେ ଉଦ୍ବୋଧନ ଦେଇ ରାଜନାଥ କହିଛନ୍ତି ଯେ, ସେ ବର୍ଷ ବର୍ଷ ହେଲା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଜାଣିଛନ୍ତି। ତାଙ୍କ ସହ ସାଙ୍ଗ ହୋଇ କାମ କରିଛନ୍ତି। ମୋଦିଙ୍କ ବିରୋଧରେ ଅନ୍ୟ ଅଭିଯୋଗ ଯାହା ଆଣୁଛ ଆଣ, ହେଲେ କେହି ତାଙ୍କର […]
ନୂଆଦିଲ୍ଲୀ : ମନି ଲଣ୍ଡ୍ରିଂ ମାମଲାରେ ରବର୍ଟ ଭଦ୍ରାଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଆଜି ଘଣ୍ଟା ଘଣ୍ଟା ଧରି ଜେରା କରିଛି। ବୁଧବାର, ଗୁରୁବାର ଓ ଆଜିକୁ ମିଶାଇ ରବର୍ଟ ଭଦ୍ରାଙ୍କୁ ତିନି ଥର ଜେରା କରିସାରିଲାଣି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ। ଲଣ୍ଡନରେ ଥିବା ସଂପତ୍ତି ସଂପର୍କରେ ମଧ୍ୟ ଇଡି ପଚରାଉଚରା କରିଛି। ଏହାଛଡ଼ା ଜେରାବେଳେ ସଂଜୟ ଭଣ୍ଡାରୀ ଓ ଅନ୍ୟ ୨ ସହଯୋଗୀଙ୍କ ସଂପର୍କରେ ତଥ୍ୟ ଦେବାକୁ ଇଡି ରବର୍ଟ ଭଦ୍ରାଙ୍କୁ କହିଛି। ତେବେ ଭଣ୍ଡାରୀଙ୍କୁ ସେ ଜାଣିନଥିବା […]
ଲକ୍ଷ୍ନୌ : ଉତ୍ତରପ୍ରଦେଶ ଓ ଉତ୍ତରାଖଣ୍ଡରେ ବିଷାକ୍ତ ମଦ ପିଇ ପ୍ରାୟ ୩୮ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଉତ୍ତରପ୍ରଦେଶ ଶାହରନପୁର ଓ କୁଶୀନଗର ଜିଲ୍ଲାରେ ୧୬ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ପଡ଼ୋଶୀ ଉତ୍ତରାଖଣ୍ଡ ହରିଦ୍ୱାର ଜିଲ୍ଲାରେ ୧୨ ଜଣଙ୍କ ମୃତ୍ୟୁ ହୋଇଛି। ଉଭୟ ଜିଲ୍ଲାର ମୃତକମାନେ ଗୋଟିଏ ଜାଗାରୁ ମଦ କିଣିଥିବା ଜଣାପଡ଼ିଛି। ଶାହରନପୁରରେ ଆଜି ସକାଳେ ୫ ଜଣଙ୍କ ମୃତ୍ୟୁ ହେବା ଓ ଗୁରୁତର ଅବସ୍ଥାରେ ୧୦ ଜଣ ହସ୍ପିଟାଲରେ ଭର୍ତ୍ତି ହେବା […]
ରାଉଲକେଲା/ଦିଲ୍ଲୀ : ରାଜସ୍ଥାନରୁ ଉଦ୍ଧାର ହେଲେ ସୁନ୍ଦରଗଡ଼ ନାବାଳିକା। ୨୦୧୭ ମସିହା ଡିସେମ୍ବରରେ ରାଉରକେଲାରୁ ଚାଲାଣ ହୋଇଥିବା ଜଣେ ନାବାଳିକାଙ୍କୁ ଦିଲ୍ଲୀ ମହିଳା କମିଶନ ରାଜସ୍ଥାନର ଝୁନଝୁନରୁ ଉଦ୍ଧାର କରିଛନ୍ତି। ସୂଚନା ଅନୁସାରେ, ଏବେ ଏହି ନାବାଳିକା ଜଣକ ଗର୍ଭବତୀ ଅଛନ୍ତି। ସୁନ୍ଦରଗଡ଼ ଲାଠିକଟା ଥାନା ଅଞ୍ଚଳରେ ରହୁଥିବା ଏହି ନାବାଳିକାଙ୍କୁ ତାଙ୍କ ବାପାଙ୍କ ବିନା ସ୍ୱୀକୃତିରେ କିଛି ସମ୍ପର୍କୀୟ ଅର୍ଥ ଲୋଭରେ ରାଜସ୍ଥାନର ମୁକେଶ ଅଗ୍ରୱାଲ ଓ କିଷାନ ଅଗ୍ରୱାଲଙ୍କୁ ବିକ୍ରି କରିଦେଇଥିଲେ। ଝିଅର ଉଦ୍ଧାର […]
ନୂଆଦିଲ୍ଲୀ : ମହାକାଶ ଗବେଷଣା କ୍ଷେତ୍ରରେ ଆଉ ଏକ ସଫଳତା। ଉତ୍କ୍ଷେପଣ ହୋଇଛି ଇସ୍ରୋର ୪୦ତମ ଯୋଗାଯୋଗ ଉପଗ୍ରହ ଜିସ୍ୟାଟ୍-୩୧। ଫ୍ରେଞ୍ଚ ଗୁଏନାରୁ ରାତି ୨ଟା ୩୧ରେ ସଫଳତାର ସହ ଉତ୍କ୍ଷେପଣ ହୋଇଛି। ଏହାର ଓଜନ ୨ ହଜାର ୫୩୫ କିଲୋଗ୍ରାମ। ଏହା ଇନ୍ସାଟ୍-୪ CRକୁ ସ୍ଥାନାନ୍ତର କରିବ ବୋଲି ଇସ୍ରୋ ମୁଖ୍ୟ କେ. ଶିବାନ ସୂଚନା ଦେଇଛନ୍ତି।
ମହାରାଷ୍ଟ୍ର : ୭ ଦିନ ପରେ ଅନଶନ ଭାଙ୍ଗିଲେ ସମାଜସେବୀ ଆନ୍ନା ହଜାରେ। ମହାରାଷ୍ଟ୍ରରେ ଲୋକପାଳ ଆଇନ କାର୍ଯ୍ୟକାରୀ କରିବାକୁ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ୍ଙ୍କ ଠାରୁ ପ୍ରତିଶ୍ରୁତି ପାଇବା ପରେ ଆନ୍ନା ଆମରଣ ଅନଶନରୁ ଓହରି ଯାଇଛନ୍ତି। ଲୋକପାଳ ନିଯୁକ୍ତି ଓ ସ୍ୱାମିନାଥନ୍ କମିଶନ୍ଙ୍କ ରିପୋର୍ଟ ଲାଗୁ ଦାବିରେ ତାଙ୍କ ନିଜ ଗାଁ ମହାରାଷ୍ଟ୍ରର ରାଲେଗାଁ ସିଦ୍ଧିରେ ଆଜିକୁ ୭ ଦିନ ଧରି ଆମରଣ ଅନଶନରେ ବସିଥିଲେ ଆନ୍ନା। ଏହି ସମୟ ମଧ୍ୟରେ ତାଙ୍କ ଓଜନ ୪ […]
ତାଲିବାନ ଏବଂ ଆଫଗାନ ଆର୍ମି ମଧ୍ୟରେ ଚାଲିଥିବା ଯୁଦ୍ଧ ଖବର ଉପରେ କଭର କରୁଥିବା ଫଟୋ ଜର୍ଣ୍ଣାଲିଷ୍ଟ ଦାନିଶ ସିଦ୍ଦିକୀଙ୍କୁ ହତ୍ୟା କଲେ ତାଲିବାନ।
ଦେଶରେ ତୃତୀୟ ଲହର ରୋକିବାକୁ କଡ଼ା ପଦକ୍ଷେପ ଜରୁରୀ । ଟେଷ୍ଟ, ଟ୍ରାକ୍, ଟ୍ରିଟ୍ ଏବଂ ଟିକାକୁ ଗୁରୁତ୍ୱର ସହ ଆଗକୁ ବଢ଼ାଇବାକୁ ହେବ। ୬ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କୁ ଆଜି କିଛି ଏଭଳି ପରାମର୍ଶ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। କୋଭିଡ୍ ସ୍ଥିତିର ସମୀକ୍ଷା କରିବା ସହ ଏହାର ମୁକାବିଲାକୁ ନେଇ ମନ୍ତ୍ର ଦେଇଛନ୍ତି ।
ନୂଆଦିଲ୍ଲୀ: ନାଇଜେରିଆରେ ୫ ଭାରତୀୟଙ୍କୁ ଜଳଦସ୍ୟୁ ଅପହରଣ କରି ନେଇଛନ୍ତି। ସେମାନଙ୍କୁ ତୁରନ୍ତ ଠାବ କରିବାକୁ ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜ ନିର୍ଦ୍ଦେଶ ଦେଇଛନ୍ତି। ସେମାନଙ୍କୁ ଅପହର୍ତ୍ତାଙ୍କ କବଳରୁ ମୁକ୍ତ କରିବା ପାଇଁ ନାଇଜେରିଆର ସର୍ବୋଚ୍ଚ ଅଧିକାରୀଙ୍କ ସହ ଆଲୋଚନା କରିବା ପାଇଁ ଭାରତୀୟ ହାଇକମିଶନରଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ୧୬ ଦିନ ହେଲା ଜଳଦସ୍ୟୁଙ୍କ ଦ୍ୱାରା ଅପହୃତ ୫ ନାବିକଙ୍କ ଏପର୍ଯ୍ୟନ୍ତ କୌଣସି ଖବର ମିଳୁନାହିଁ। ନାଇଜେରିଆ ନିକଟରେ ଏକ ଜାହାଜକୁ ଜଳଦସ୍ୟୁମାନେ ଅପହରଣ କରି ନେଇଥିଲେ। […]