ନୂଆଦିଲ୍ଲୀ : କଂଗ୍ରେସ୍ରେ ସାମିଲ ହେଲେ କୀର୍ତ୍ତି ଆଜାଦ୍। କଂଗ୍ରେସ୍ ସଭାପତି ରାହୁଲ ଗାନ୍ଧୀଙ୍କ ଉପସ୍ଥିତିରେ ଆଜି ବିଧିବଦ୍ଧ ଭାବେ କଂଗ୍ରେସ୍ରେ ସାମିଲ ହୋଇଛନ୍ତି କୀର୍ତ୍ତି। ୨୦୧୪ ମସିହା ସାଧାରଣ ନିର୍ବାଚନରେ ଦରଭଙ୍ଗା ଆସନରୁ ବିଜେପି ଟିକଟରେ ଲଢି ଜିତିଥିଲେ କୀର୍ତ୍ତି ଆଜାଦ୍। ଦଳ ଭିତରେ ଥାଇ ବି ବେଶ୍ କିଛି ଦିନ ହେଲା ବିଜେପିକୁ ସମାଲୋଚନା କରି ଆସୁଥିଲେ କୀର୍ତ୍ତି। ଏମିତିକି ଅର୍ଥମନ୍ତ୍ରୀ ଅରୁଣ ଜେଟ୍ଲୀଙ୍କ ବିରୋଧରେ ମଧ୍ୟ ବିରୋଧାତ୍ମକ ମନ୍ତବ୍ୟ ଦେବା ପରେ ତାଙ୍କୁ […]
ନୂଆଦିଲ୍ଲୀ : କେନ୍ଦ୍ର ସରକାରଙ୍କୁ ୨୮ ହଜାର କୋଟି ଟଙ୍କାର ଲାଭାଂଶ ପ୍ରଦାନ କରିଛି ଭାରତୀୟ ରିଜର୍ଭ ବ୍ୟାଙ୍କ୍। ଅନ୍ତରୀଣ ଲାଭାଂଶ ଭାବେ କେନ୍ଦ୍ର ସରକାରଙ୍କୁ ଏହି ଲାଭାଂଶ ପ୍ରଦାନ ଲାଗି ଆରବିଆଇ ବୋର୍ଡ ଅନୁମୋଦନ କରିଛି। ଏଥର ବଜେଟରେ କେନ୍ଦ୍ର ସରକାର ଆରବିଆଇ ଓ ଅନ୍ୟ ରାଷ୍ଟ୍ରାୟତ୍ତ ବ୍ୟାଙ୍କ୍ ଗୁଡ଼ିକରୁ ୭୪ ହଜାର ୧୪୦ କୋଟି ଟଙ୍କା ଲାଭାଂଶ ଆଦାୟ ପାଇଁ ଲକ୍ଷ୍ୟ ରଖିଥିଲେ। ଆଗକୁ ଦେଶରେ ସାଧାରଣ ନିର୍ବାଚନ ଥିବାରୁ ଏହି ଅର୍ଥ କୃଷକଙ୍କ […]
ମରକ୍କୋ : ମହାତ୍ମାଙ୍କ ବାର୍ତ୍ତା ଆଜି ସାରା ବିଶ୍ୱକୁ ଶାନ୍ତି, ମୈତ୍ରୀ ଓ ବିଶ୍ୱ ଭାତୃତ୍ୱର ପରିଚୟ ବାହକ ସାଜିଛି। ଆଜି ବି ଗାନ୍ଧିଙ୍କ ପ୍ରିୟ ବୈଷ୍ଣବ ଜନ ସଂଗୀତ ସମସ୍ତଙ୍କୁ ଶାନ୍ତିର ବାର୍ତ୍ତା ଦେଉଛି। ମରକ୍କୋ ଗସ୍ତରେ ଥିବା ବୈଦେଶୀକ ବ୍ୟାପାର ମନ୍ତ୍ରୀ ସୁଷମା ସ୍ୱରାଜଙ୍କ ଉପସ୍ଥିତିରେ ‘ବୈଷ୍ଣବ ଜନ’ ଭଜନ ପରିବେଷଣ କରି ସମସ୍ତଙ୍କ ପ୍ରିୟ ପାଲଟିଛନ୍ତି ମରୋକାନ୍ ସିଙ୍ଗର ନାସର ମେଗରୀ। ମରକ୍କୋର ରବୋଟରେ ପ୍ରବାସୀ ଭାରତୀୟଙ୍କ ସହ ଭାବ ବିନିମୟ କାର୍ଯ୍ୟକ୍ରମ […]
ପାଟଣା : ଦକ୍ଷିଣ କଶ୍ମୀର ପୁଲଓ୍ୱାମାର ଆତଙ୍କବାଦୀ ଆକ୍ରମଣକୁ ଏହା ମଧ୍ୟରେ ଚାରି ଦିନ ବିତିଗଲାଣି। ସହିଦ୍ଙ୍କ ବଳିଦାନକୁ ବ୍ୟର୍ଥ ଦିବାକୁ ଦିଆନଯାଉ ବୋଲି ସାରା ଦେଶରେ ସ୍ୱର ଉଠୁଛି। ଆଉ ଏଭଳି ସମୟରେ ଦେଶବାସୀଙ୍କ ମନରେ ରାଗ, ରୁଷା ଓ ଆକ୍ରୋଶ ଚରମ ସୀମାରେ ପହଞ୍ଚିଛି। ଦେଶର ଜନତାଙ୍କ ମନରେ ସହିଦ୍ଙ୍କ ବଳିଦାନକୁ ନେଇ ଯେଉଁ ନିଆଁ ରହିଛି ତାହା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମନରେ ମଧ୍ୟ ରହିଛି। ଆଜି ବିହାରର ରାଜଧାନୀ ପାଟଣାରେ ଏକ […]
ପାଟନା : ବିହାର ମୁଜାଫରନଗର ସେଲଟର ହୋମ୍ ଯୌନ ନିର୍ଯାତନା ଘଟଣାକୁ ନେଇ ଅଡୁଆରେ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର। ତାଙ୍କ ବିରୋଧରେ ତଦନ୍ତ କରିବାକୁ ସିବିଆଇକୁ ନିର୍ଦ୍ଦେଶ ଦେଇଛନ୍ତି ସ୍ୱତନ୍ତ୍ର ପୋକ୍ସୋ କୋର୍ଟ। ନୀତିଶଙ୍କ ସହିତ ଦୁଇ ଜଣ ବରିଷ୍ଠ ଆଇଏଏସ୍ଙ୍କ ବିରୋଧରେ ମଧ୍ୟ ତଦନ୍ତ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ସିବିଆଇ ଜାଣିଶୁଣି ତଦନ୍ତକୁ ବାଟବଣା କରୁଛି ବୋଲି ଅଭିଯୋଗ ହୋଇଥିଲା। ପ୍ରକୃତ ତଥ୍ୟକୁ ଅଣଦେଖା କରି କେତେକ ବରିଷ୍ଠ ଅଧିକାରୀଙ୍କ ସହିତ ମୁଖ୍ୟମନ୍ତ୍ରୀ […]
ଭୁବନେଶ୍ୱର : ଜମ୍ମୁ ଓ କଶ୍ମୀରର ପୁଲଓ୍ୱାମାରେ ସହିଦ୍ ହୋଇଥିବା ଦୁଇ ଓଡ଼ିଆ ଯବାନ ପ୍ରସନ୍ନ କୁମାର ସାହୁ ଓ ମନୋଜ କୁମାର ବେହେରାଙ୍କ ପାର୍ଥିବ ଶରୀର ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିଛି। ସେମାନଙ୍କ ମରଶରୀରକୁ ବାୟୁସେନାର ସ୍ୱତନ୍ତ୍ର ବିମାନରେ ଅଣାଯାଇଥିଲା। ସହିଦ୍ଙ୍କ ପାର୍ଥିବ ଶରୀର ବିମାନ ବନ୍ଦରରେ ପହଞ୍ଚିବା ପରେ ସହିଦ୍ ଅମର ରହେ ଧ୍ୱନିରେ ପ୍ରକମ୍ପିତ ହୋଇଥିଲା ସମଗ୍ର ପରିବେଶ। ଶ୍ରଦ୍ଧାଞ୍ଜଳି ଦିଆଯିବା ପରେ ସହିଦ୍ ପ୍ରସନ୍ନ କୁମାର ସାହୁ ଓ ସହିଦ୍ ମନୋଜ କୁମାର […]
ନୂଆଦିଲ୍ଲୀ : ଦିଲ୍ଲୀ ପାଲମ ବିମାନବନ୍ଦରରେ ସହିଦଙ୍କୁ ଦିଆଯାଇଛି ଶ୍ରଦ୍ଧାଞ୍ଜଳି। ଜମ୍ମୁ ଓ କାଶ୍ମୀରର ପୁଲଓ୍ୱାମାରେ ଆତଙ୍କବାଦୀ ଆକ୍ରମଣରେ ସହିଦ୍ ଯବାନଙ୍କ ମର ଶରୀର ପାଲମ ବିମାନ ବନ୍ଦରରେ ପହଞ୍ଚିବା ପରେ ପ୍ରଧାନମନ୍ତ୍ରୀଙ୍କ ସମେତ ଅନ୍ୟ ନେତୃବୃନ୍ଦ ଓ ସେନା ଅଧିକାରୀ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ। ପ୍ରଧାନମନ୍ତ୍ରୀ ସମସ୍ତ ସହିଦ୍ଙ୍କ କଫିନ୍ ନିକଟକୁ ଯାଇ ଯୋଡ଼ ହସ୍ତରେ ପ୍ରଣାମ କରିଥିଲେ। ଏହି ଅବସରରେ ସହିଦ୍ମାନଙ୍କୁ ତୋପ ସଲାମି ସହ ରାଷ୍ଟ୍ରୀୟ ମର୍ଯ୍ୟାଦାରେ ଶ୍ରଦ୍ଧାଞ୍ଜଳି ଦିଆଯାଇଥିଲା। ପ୍ରଥମେ ତିନି […]
ନୂଆଦିଲ୍ଲୀ : ପୁଲୱାମା ଆତ୍ମଘାତୀ ଆକ୍ରମଣକୁ ନେଇ ପୂରା ଦେଶରେ ଆକ୍ରୋଶ। ଆତଙ୍କବାଦୀ ସଂଗଠନ ଓ ସେମାନଙ୍କର ପୃଷ୍ଠପୋଷକତା କରୁଥିବା ପାକିସ୍ତାନ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଲାଗି ଏକ ହୋଇଛି ସ୍ୱର। ଗତକାଲିର ଆକ୍ରମଣରେ ସହିଦ୍ ୪୦ ଯବାନଙ୍କୁ ଶ୍ରୀନଗରରେ ଗାର୍ଡ ଅଫ୍ ଅନର ଦିଆଯିବା ସହ ମରଶରୀରକୁ ନିଜ ନିଜ ଘରକୁ ପଠାଇ ଦିଆଯାଇଛି।ପୁଲଓ୍ୱାମା ଆତଙ୍କବାଦୀ ଆକ୍ରମଣରେ ସହିଦ୍ ଯବାନଙ୍କୁ ଶ୍ରୀନଗରରେ ଶ୍ରଦ୍ଧାଞ୍ଚଳି ଦିଆଯିବା ପରେ ସେମାନଙ୍କ ଘରକୁ ପଠାଇ ଦିଆଯାଇଛି। ଆକ୍ରମଣ ପରର ସ୍ଥିତି ସମୀକ୍ଷା […]
ଶ୍ରୀନଗର : ପୁଲୱାମା ଆକ୍ରମଣରେ ସହିଦ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି। ଗତକାଲି ଆକ୍ରମଣରେ ପ୍ରାଣ ହରାଇଥିବା ଯବାନଙ୍କ ମରଶରୀରକୁ ଆଜି ଶ୍ରୀନଗର ଅଣାଯାଇଥିଲା। କେନ୍ଦ୍ର ଗୃହ ମନ୍ତ୍ରୀ ରାଜନାଥ ସିଂହ ଆଜି ଶ୍ରୀନଗର ପହଞ୍ଚିବା ପରେ ଶ୍ରଦ୍ଧାଞ୍ଜଳି ଦେଇଥିଲେ। ସୁରକ୍ଷାବାହିନୀ ପକ୍ଷରୁ ସେମାନଙ୍କୁ ଗାର୍ଡ ଅଫ୍ ଅନର ପ୍ରଦାନ କରାଯାଇଥିଲା। ପରେ ମରଶରୀରକୁ ଯବାନଙ୍କ ଜନ୍ମସ୍ଥାନ ଅଭିମୁଖେ ପଠାଯାଇଥିଲା। ନିଜେ ରାଜନାଥ କଫିନ୍ ବୋହି ଗାଡ଼ିକୁ ନେଇଥିଲେ। #WATCH: Home Minister Rajnath Singh and J&K DGP […]
ଶ୍ରୀନଗର : ପୁଲୱାମା ଆତଙ୍କବାଦୀ ଆକ୍ରମଣ ଘଟଣା। ସ୍ଥିତି ସମୀକ୍ଷା ପାଇଁ ଶ୍ରୀନଗରରେ ପହଞ୍ଚିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ରାଜନାଥ ସିଂହ। ତାଙ୍କ ସହ ଗୃହ ସଚିବ ରାଜୀବ ଗୁଆବା, ଡିଜି ସିଆର୍ପିଏଫ୍ ଆର୍ ଆର୍ ଭଟ୍ଟନାଗର୍, ଗୁଇନ୍ଦା ଅତିରିକ୍ତ ନିର୍ଦ୍ଦେଶକ ଅରବିନ୍ଦ କୁମାର ପ୍ରମୁଖ ଅଛନ୍ତି। ସେ ଶ୍ରୀନଗରରେ ସୁରକ୍ଷା ସ୍ଥିତିକୁ ନେଇ ଅନୁଧ୍ୟାନ କରିବେ। ସେପଟେ ଜାତୀୟ ସୁରକ୍ଷା ପରାମର୍ଶ ଦାତା ଅଜିତ୍ ଡୋଭାଲ ଦିଲ୍ଲୀରେ ସମସ୍ତ ସୁରକ୍ଷାବାହିନୀ, ଏଜେନ୍ସିର ଅଧିକାରୀଙ୍କ ସହ ବୈଠକ କରିଛନ୍ତି। […]
ନୂଆଦିଲ୍ଲୀ: ବହୁ ଚର୍ଚ୍ଚିତ ରାଫେଲ ଯୁଦ୍ଧ ବିମାନ କିଣା ପ୍ରସଙ୍ଗକୁ ନେଇ ଆଜି CAG ପକ୍ଷରୁ ରିପୋର୍ଟ ଉପସ୍ଥାପନ କରାଯାଇପାରେ। ୩୬ଟି ରାଫେଲ୍ ବିମାନ କିଣାକୁ ନେଇ ହୋଇଥିବା ଡିଲ୍ ସମ୍ପର୍କରେ ସବିଶେଷ ରିପୋର୍ଟ ଆଜି ପାର୍ଲାମେଣ୍ଟକୁ ହସ୍ତାନ୍ତର କରାଯାଇପାରେ। ମିଳିଥିବା ସୂଚନା ମୁତାବକ, ଗତ ସପ୍ତାହରେ ସିଏଜି ଏନେଇ ଚୂଡ଼ାନ୍ତ ରିପୋର୍ଟ ପ୍ରସ୍ତୁତ କରିସାରିଥିଲେ। ଶୁକ୍ରବାର ରିପୋର୍ଟ ଛପା ହେବାକୁ ଦିଆଯାଇଥିଲା। ଯାହା ଆଜି ସଂସଦରେ ଉପସ୍ଥାପନ ହୋଇପାରେ। ଅନ୍ୟପଟେ ବଜେଟ୍ ଅଧିବେଶନ ସରିବାକୁ ଆଉ […]
ଲକ୍ଷ୍ନୌ : ଉତ୍ତରପ୍ରଦେଶ ଓ ଉତ୍ତରାଖଣ୍ଡରେ ବିଷାକ୍ତ ମଦ ମୃତ୍ୟୁର ବିଭୀଷିକାରେ ୪ ଦିନ ଭିତରେ ମୃତ୍ୟୁ ସଂଖ୍ୟା ୭୦ରେ ପହଞ୍ଚିଲାଣି। କେବଳ ୟୁପିର ଶାହରନପୁର ଜିଲ୍ଲାରେ ୪୬ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଉତ୍ତରାଖଣ୍ଡର ରୁର୍କିରେ ୨୦ ଜଣଙ୍କ ଜୀବନ ଯାଇଥିବା ଜଣାପଡ଼ିଛି। ବିଷାକ୍ତ ମଦ ପିଇ ଗୁରୁତର ଭାବେ ଅସୁସ୍ଥ ହୋଇଥିବା ୨୪ରୁ ଅଧିକ ଲୋକ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି। ବିଷାକ୍ତ ମଦ ବିକ୍ରି ଅଭିଯୋଗରେ ପୁଲିସ ୨୫ଟି ମାମଲା ରୁଜୁ କରିବା ସହିତ […]
ବିହାର : ରାଫେଲ୍ ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ କଂଗ୍ରେସ ଅଧ୍ୟକ୍ଷ ଭର୍ତ୍ସନା କରିବା ଓ ଅଭିଯୋଗ ଲଗାଇବାକୁ କଡ଼ା ଭାଷାରେ ନିନ୍ଦା କରିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ରାଜନାଥ ସିଂହ। ବିହାରର ପାଟନାରେ ଏକ କାର୍ଯ୍ୟକ୍ରମରେ ଉଦ୍ବୋଧନ ଦେଇ ରାଜନାଥ କହିଛନ୍ତି ଯେ, ସେ ବର୍ଷ ବର୍ଷ ହେଲା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଜାଣିଛନ୍ତି। ତାଙ୍କ ସହ ସାଙ୍ଗ ହୋଇ କାମ କରିଛନ୍ତି। ମୋଦିଙ୍କ ବିରୋଧରେ ଅନ୍ୟ ଅଭିଯୋଗ ଯାହା ଆଣୁଛ ଆଣ, ହେଲେ କେହି ତାଙ୍କର […]