ଭୁବନେଶ୍ୱର : ବିଜେପୁର ଉପନିର୍ବାଚନରେ ବିଜେଡି ବାଜିମାତ୍ ସାରିଛି। ବିଜେଡି ପ୍ରାର୍ଥୀ ରୀତା ସାହୁ ୪୧, ୯୩୩ ଭୋଟରେ ବିଜେପି ପ୍ରାର୍ଥୀ ଅଶୋକ ପାଣିଗ୍ରାହୀଙ୍କୁ ହରାଇ ବିଜେପୁର ଗଡ଼ ଜିତିଛନ୍ତି। ରୀତା ସାହୁ ମୋଟ ୧ ଲକ୍ଷ ୨ ହଜାର ୮୭୧ ଭୋଟ ପାଇଛନ୍ତି। ବିଜେପି ପ୍ରାର୍ଥୀ ଅଶୋକ ପାଣିଗ୍ରାହୀଙ୍କୁ ମିଳିଛି ୬୦ ହଜାର ୯୩୮ ଭୋଟ। ସେପଟେ କଂଗ୍ରେସ ପ୍ରାର୍ଥୀ ପ୍ରଣୟ ସାହୁଙ୍କୁ ମିଳିଛି ମାତ୍ର ୧୦ ହଜାର ୨୭୪ ଖଣ୍ଡ ଭୋଟ୍। ଏହି ଫଳାଫଳକୁ […]
ଆଉ କିଛି ସମୟ ପରେ ମୁମ୍ବାଇରେ ହେବ ବଲିଉଡର ଖ୍ୟାତନାମା ଅଭିନେତ୍ରୀ ଶ୍ରୀଦେବୀଙ୍କ ଶେଷକୃତ୍ୟ। ବିଶାଳ ଶୋଭାଯାତ୍ରାରେ ଶ୍ରୀଦେବୀଙ୍କ ମରଶରୀରକୁ ଭିଲେ ପାର୍ଲେସ୍ଥିତ ପବନ ହଂସ ଶ୍ମଶାନକୁ ନିଆଯାଉଛି। ଅନ୍ତିମ ଯାତ୍ରାରେ ରାସ୍ତାକଡ଼ରେ ଶହ ଶହ ପ୍ରଶଂସକ ଶ୍ରୀଦେବୀଙ୍କୁ ଶେଷ ଶ୍ରଦ୍ଧାଞ୍ଜଳି ଜଣାଉଛନ୍ତି। ରାଜକୀୟ ସମ୍ମାନ ସହ ଶ୍ରୀଦେବୀଙ୍କ ଅନ୍ତିମ ସଂସ୍କାର ହେବ। ମୁମ୍ବାଇ ପୋଲିସର ଏକ ବ୍ୟାଣ୍ଡ ବି ସେଠାରେ ପହଞ୍ଚ ସାରିଛି। ଆଜି ସକାଳ ସାଢ଼େ ୯ଟାରୁ ଲଖଣ୍ଡଓ୍ୱାଲାସ୍ଥିତ ସେଲିବ୍ରେସନ ସ୍ପୋର୍ଟସ କ୍ଲବରେ ଶ୍ରୀଦେବୀଙ୍କୁ […]
ଭୁବନେଶ୍ୱର : ବିଜେପୁରରେ ବାଜି ମାରିଛି ବିଜେଡି। ସ୍ୱର୍ଗତ ସୁବଳ ସାହୁଙ୍କ ପତ୍ନୀ ତଥା ବିଜେଡି ପ୍ରାର୍ଥୀ ରୀତା ସାହୁ ୧,୦୨,୮୭୧ ଖଣ୍ଡ ଭୋଟ୍ ପାଇ ବିଜୟୀ ହୋଇଛନ୍ତି। ସେ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱୀ ତଥା ବିଜେପି ପ୍ରାର୍ଥୀ ଅଶୋକ ପାଣିଗ୍ରାହୀଙ୍କୁ ୪୧,୯୩୩ ଭୋଟ୍ରେ ପରାସ୍ତ କରିଛନ୍ତି। ଅଶୋକ ପାଣିଗ୍ରାହୀ ୬୦,୯୩୮ ଖଣ୍ଡ ଭୋଟ୍ ପାଇଛନ୍ତି। ଅନ୍ୟପକ୍ଷରେ କଂଗ୍ରେସ ପ୍ରାର୍ଥୀ ପ୍ରଣୟ ସାହୁ ମାତ୍ର ୧୦,୨୭୪ ଭୋଟ୍ ପାଇଛନ୍ତି। ଆନୁଷ୍ଠାନିକ ଭାବେ ଏହି ଘୋଷଣା କରାଯାଇଛି। ରିଟର୍ଣ୍ଣିଂ […]
ଭୁବନେଶ୍ୱର : ଚଳିତ ମାସ ୨୬ ତାରିଖ ସୁଦ୍ଧା ରାଜ୍ୟରେ ୧ କୋଟି ଏକ ଲକ୍ଷ ୭୩ ହଜାର ୫୪୫ ଜଣ ଶିଶୁଙ୍କୁ ଏମଆର୍ ଟିକାକରଣ କରାଯାଇଛି। ଯାହାକି ଧାର୍ଯ୍ୟଲକ୍ଷର ୯୦ପ୍ରତିଶତ ଜାନୁଆର ୨୯ତାରିଖରୁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଆରମ୍ଭ ହୋଇଥିବା ଏହି ଟିକାକରଣ ଅଭିଯାନରେ ପ୍ରାୟ ୧୩ ଲକ୍ଷ ଶିଶୁଙ୍କୁ ଟିକାକରଣ ପାଇଁ ଲକ୍ଷ ରଖାଯାଇଥିଲା। ମାତ୍ର ୨୦ ଦିନରେ ଏହି ସଫଳତା ହାସଲ କରିଛି ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ। ପ୍ରଥମ ୨ସପ୍ତାହରେ ରାଜ୍ୟର ୭୦ […]
ସାଲେପୁର: କଟକ ଜିଲ୍ଲା ସାଲେପୁରର ହରିଚନ୍ଦନପୁର ଗାଁ ପାଖରେ ଥିବା ଏକ ଘରେ ଆଜି ବାଣ ବିସ୍ଫୋରଣରେ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ଜଣେ ଆହତ ହୋଇଛନ୍ତି। ଗୁରୁତର ହୋଇ SCBରେ ଚିକିତ୍ସାଧୀନ ଅବସ୍ଥାରେ ଜଣଙ୍କର ମୃତ୍ୟୁ ଘଟିଥିବାର ସୂଚନା ମିଳିଛି। ବାଣ ଭିଡ଼ିଲା ବେଳେ ଏହି ବିସ୍ଫୋରଣ ଘଟିଥିବା ଜଣାପଡ଼ିଛି। ସେମାନଙ୍କ ଘର ପାଟପୁର ଗାଁରେ। ବିସ୍ଫୋରଣରେ ଘରଟି ସମ୍ପୂର୍ଣ୍ଣ ପୋଡ଼ିଯାଇଛି। ଅଗ୍ନିଶମ କର୍ମଚାରୀ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ।
ଜମ୍ମୁ-କଶ୍ମୀର : ଲୋକସଭା ନିର୍ବାଚନ ସହ ଜମ୍ମୁ କଶ୍ମୀରରେ ଏକା ସମୟରେ ବିଧାନସଭା ନିର୍ବାଚନ ନକରିବାକୁ ନେଇ ଜୋର ଧରିଛି ରାଜନୀତି। ପ୍ରସଙ୍ଗକୁ ନେଇ ବିଜେପି ସରକାରକୁ ଘେରିଛନ୍ତି ବିରୋଧୀ। ଜମ୍ମୁ କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଉମର ଅବଦୁଲ୍ଲା ଏଥିପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ କରିଛନ୍ତି। କଶ୍ମୀରରେ ନିର୍ବାଚନ ନକରିବା ଦ୍ୱାର ପ୍ରଧାନମନ୍ତ୍ରୀ ପାକିସ୍ତାନ ଏବଂ ହୁରିୟାତ ଆଗରେ ଆତ୍ମସମର୍ପଣ କରିଛନ୍ତି ବୋଲି ଟୁଇଟ୍ କରିଛନ୍ତି ଓମାର୍। ସେହିପରି ଜମ୍ମୁ କଶ୍ମୀରରେ ନିର୍ବାଚନ ନକରିବା ଗଣତନ୍ତ୍ର […]
ଯାଜପୁର: ବ୍ୟାସନଗର ତହସିଲଦାରଙ୍କୁ ମରଣାନ୍ତକ ଆକ୍ରମଣ କରିଛନ୍ତି ଗ୍ରାମବାସୀମାନେ। ଯାଜପୁର ରୋଡ଼ ମୁଣ୍ଡମାଳ ଗାଁରେ ପିଟିଲେ ଲୋକେ। ଆହତ ତହସିଲଦାର ହେଲେ ସପନ କୁମାର ନନ୍ଦ। ତହସିଲଦାର ଓ RIଙ୍କ ସମେତ କିଛି କର୍ମଚାରୀଙ୍କୁ ବି ପିଟିଲେ ଗ୍ରାମବାସୀମାନେ। ବେଆଇନ ମୋରମ ଅନଲୋଡ଼ ବେଳେ ଚଢ଼ାଉ କରିବାରୁ ମାଡ଼ ହୋଇଥିବାର ଅଭିଯୋଗ ହୋଇଛି। ତେବେ ଘଟଣା ସ୍ଥଳରୁ ତହସିଲଦାର ଓ କର୍ମଚାରୀଙ୍କୁ ପୋଲିସ୍ ଉଦ୍ଧାର କରିବା ସହ ଆକ୍ରମଣ ଘଟଣାରେ ମୁଣ୍ଡମାଳ ଗାଁର ୫ ଜଣଙ୍କୁ ଅଟକ […]
ନୂଆଦିଲ୍ଲୀ: ପୂର୍ବତନ କେନ୍ଦ୍ର ଅର୍ଥମନ୍ତ୍ରୀ ତଥା କଂଗ୍ରେସର ବରିଷ୍ଠ ନେତା ପି ଚିଦାମ୍ବରମଙ୍କ ପୁଅ କାର୍ତ୍ତି ଚିଦାମ୍ବରମଙ୍କୁ ସିବିଆଇ ଏକ ମନି ଲଣ୍ଡରିଂ ମାମଲାରେ ଚେନ୍ନାଇ ଏୟାରପୋର୍ଟରୁ ଗିରଫ କରିଛି। ଆଇଏନଏକ୍ସ ମିଡ଼ିଆ ମନି ଲଣ୍ଡରିଂ ମାମଲାରେ ତାଙ୍କୁ ଗିରଫ କରାଯାଇଛି। ଆଜି ସକାଳେ ଲଣ୍ଡନରୁ ଫେରିବା ପରେ କାର୍ତ୍ତିଙ୍କୁ ସିବିଆଇ ସଙ୍ଗେ ସଙ୍ଗେ ଗିରଫ କରିବା ସହ ହେପାଜତକୁ ନେଇଥିଲା ବୋଲି ସୂଚନା ମିଳିଛି। ଆଏନଏକ୍ସ ମିଡ଼ିଆକୁ ବିଦେଶୀ ନିବେଶ ମଞ୍ଜୁରୀ ପ୍ରଦାନ କରିବା ଲାଗି […]
ଚେନ୍ନାଇ: କାଞ୍ଚି କାମକୋଟି ପୀଠର ଶଙ୍କରାଚାର୍ଯ୍ୟ ଜୟେନ୍ଦ୍ର ସରସ୍ୱତୀଙ୍କ ତାମିଲନାଡ଼ୁର କାଞ୍ଚିପୁରମ୍ ଠାରେ ଆଜି ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୮୨ ବର୍ଷ ହୋଇଥିଲା। ନିଶ୍ୱାସ ପ୍ରଶ୍ୱାସ ନେବାରେ କଷ୍ଟ ଅନୁଭବ କରିବାରୁ ୬୯ତମ ଶଙ୍କରାଚାର୍ଯ୍ୟ ଭାବେ ପରିଚିତ ଜୟେନ୍ଦ୍ର ସରସ୍ୱତୀଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଗତ କିଛି ବର୍ଷ ଧରି ତାଙ୍କ ସ୍ୱାସ୍ଥ୍ୟବସ୍ଥା ଠିକ୍ ରହୁ ନଥିଲା। ୧୯୫୪ରେ ଜୟେନ୍ଦ୍ର ସରସ୍ୱତୀ ଶଙ୍କରାଚାର୍ଯ୍ୟ ହୋଇଥିଲେ। ୧୯୯୪ ମସିହାରେ ତାଙ୍କୁ କାଞ୍ଚି ମଠର ପ୍ରମୁଖ କରାଯାଇଥିଲା। […]
କେନ୍ଦ୍ରାପଡ଼ା: ମାଟ୍ରିକ ମାତୃଭାଷା ପ୍ରଶ୍ନପତ୍ର ଭାଇରାଲ ଘଟଣାକୁ ନେଇ କେନ୍ଦ୍ରାପଡ଼ା ଆଳିରେ କ୍ରାଇମବ୍ରାଞ୍ଚ ସାଇବର ସେଲର ତନାଘନା ଆରମ୍ଭ ହୋଇଛି। ଗତକାଲି ଅପରାହ୍ଣରେ କ୍ରାଇମବ୍ରାଞ୍ଚ ସାଇବର ସେଲର ଦୁଇଜଣିଆ ଟିମ୍ ଆଳିରେ ପହଞ୍ଚି ଆଳିରେ ପ୍ରଶ୍ନପତ୍ର ଭାଇରାଲ ଘଟଣାରେ ତଦନ୍ତ କରିଛି। ପ୍ରଶ୍ନପତ୍ର ରଖାଯାଉଥିବା ନୋଡାଲ ସେଣ୍ଟରକୁ ଯାଇ ସୁପରିଣ୍ଟେଣ୍ଡେଣ୍ଟଙ୍କ ସହ ଶିକ୍ଷକ-ଶିକ୍ଷୟିତ୍ରୀଙ୍କୁ ମଧ୍ୟ ପଚରାଉଚରା କରାଯାଇଛି। ସୂଚନାଥାଉ କି, ଗତ ୨୩ ତାରିଖରେ ମାତୃଭାଷା ପରୀକ୍ଷା ଚାଲିଥିବା ବେଳେ ପରୀକ୍ଷାର ପ୍ରାୟ ଘଣ୍ଟାଏ ପରେ ଏହି […]