• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

National Updates

satelite
ମହାକାଶ ବିଜ୍ଞାନରେ ISROକୁ ଆଉ ଏକ ସଫଳତା

 ବେଙ୍ଗାଲୁରୁ : ଭାରତୀୟ ମହାକାଶ ଗବେଷଣା ସଂସ୍ଥା ISROକୁ ମହାକାଶ ବିଜ୍ଞାନରେ ଆଉ ଏକ ସଫଳତା। ବିଳମ୍ବିତ ରାତିରେ ଉତ୍‌କ୍ଷେପଣ ହୋଇଛି ଭାରତର ସବୁଠୁ ଓଜନିଆ ଉପଗ୍ରହ GSAT-11 । ଦକ୍ଷିଣ ଆମେରିକାର ଫ୍ରେଞ୍ଚ ଗୟାନାରୁ ଏରିଏନ-୫ ଲଞ୍ଚ ଭେହିକିଲରୁ ଉତକ୍ଷେପଣ କରାଯାଇଛି। ଏହାର ଓଜନ ରହିଛି ୫ ହଜାର ୮୫୪ କିଲୋଗ୍ରାମ। ଇସ୍ରୋର ଏହା ଏକ ଅତ୍ୟାଧୁନିକ ଯୋଗାଯୋଗ ସାଟେଲାଇଟ୍‌ ,ଯାହା ଦେଶରେ ବ୍ରଡବ୍ୟାଣ୍ଡ ସେବାରେ ଉନ୍ନତି ଆଣିବା ସହ ଇଣ୍ଟରନେଟ ଡାଟା ସ୍ପିଡ ବୃଦ୍ଧି […]

  • Friday, 16 July 2021
abhijit
ଅଭିଜିତ୍‌ ଅାୟରଙ୍କୁ ଅାଶ୍ୱସ୍ତି

ଭୁବନେଶ୍ୱର :  ଶେଷରେ ଅଭିଜିତ୍‌ ଅାୟରଙ୍କୁ ମିଳିଲା ଅାଶ୍ୱସ୍ତି। ଓଡ଼ିଶାର କଳା ସଂସ୍କୃତି ଓ ବିଧାୟକଙ୍କ ସଂପର୍କରେ ଅରୁଚିକର ମନ୍ତବ୍ୟ ଦେଇ ଜେଲ୍‌ରେ ଥିବା ଅାୟରଙ୍କ ବିରୋଧରେ ଥିବା ସମସ୍ତ ମାମଲା ପ୍ରତ୍ୟାହାର କରିନେବାକୁ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର। ଏନେଇ ରାଜ୍ୟ ଗୃହ ବିଭାଗ ପକ୍ଷରୁ ପ୍ରେସ୍‌ ରିଲିଜ୍ ମାଧ୍ୟମରେ ସୂଚନା ଦିଅାଯାଇଛି। ତାଙ୍କ ମନ୍ତବ୍ୟ ପଛରେ କୌଣସି ଉଦ୍ଦେଶ୍ୟ ନଥିଲା ଓ ଓଡ଼ିଶାବାସୀଙ୍କ ଭାବନାକୁ ଅାଘାତ ଦେଇଥିବାରୁ ଅନୁତପ୍ତ ଥିବା ଦର୍ଶାଇ ଅଭିଜିତ୍ ନିଃସର୍ତ୍ତ […]

  • Friday, 16 July 2021
asaduddin-up
ଯୋଗୀଙ୍କୁ କଡ଼ା ଜବାବ ଦେଲେ ଓୱେସି

ହାଇଦ୍ରାବାଦ : ତେଲଙ୍ଗାନାର ହାଇଦ୍ରାବାଦରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଅାଦିତ୍ୟନାଥ ଦେଇଥିବା ବୟାନର କଡ଼ା ଜବାବ ଦେଇଛନ୍ତି ଏଅାଇଏମ୍ଏମ୍ ନେତା ଅସଦୁଦ୍ଦିନ ଓୱେସି। ଭାରତ ତାଙ୍କ ବାପାଙ୍କ ଜନ୍ମ ମାଟି । ଅାଉ ବାପାଙ୍କ ଜନ୍ମ ମାଟିରେ ତାଙ୍କର ସଂପୂର୍ଣ୍ଣ ଅଧିକାର ରହିଛି। କେହି ତାଙ୍କୁ ବିଦା କରିପାରିବେ ନାହିଁ ବୋଲି ଜୋର ଦେଇ କହିଛନ୍ତି । ଗତକାଲି ଏକ ସାଧାରଣ ସଭାରେ ଯୋଗଦେଇ ଅସଦୁଦ୍ଦିନ ଓୱେସିଙ୍କ ବିରୋଧରେ ଗର୍ଜନ କରିଥିଲେ। କହିଥିଲେ, ତେଲଙ୍ଗାନାରେ ବିଜେପି କ୍ଷମତାକୁ […]

  • Friday, 16 July 2021
delhi
ଦିଲ୍ଲୀ ସରକାରଙ୍କୁ ଏନ୍‌ଜିଟିର ଜରିମାନା

ନୂଆଦିଲ୍ଲୀ : ପ୍ରଦୂଷଣ ରୋକିବାରେ ବିଫଳ ହୋଇଥିବାରୁ ଦିଲ୍ଲୀ ସରକାରଙ୍କୁ ଜରିମାନା। ଜାତୀୟ ଗ୍ରୀନ୍‌ ଟ୍ରିବ୍ୟୁନାଲ ପକ୍ଷରୁ ୨୫କୋଟି ଟଙ୍କା ଜରିମାନା ଅାଦାୟ କରିବା ପାଇଁ ନିର୍ଦ୍ଦେଶ ଦିଅାଯାଇଛି। ଏହି ଜରିମାନା ଦିଲ୍ଲୀ ସରକାରଙ୍କ ଅଧୀନରେ କାମ କରୁଥିବା କର୍ମଚାରୀଙ୍କ ଦରମାରୁ କଟାଯିବ। ଏଥିସହ ପ୍ରଦୂଷଣ କରୁଥିବା ଲୋକଙ୍କ ଠାରୁ ମଧ୍ୟ ଜରିମାନା ଅାଦାୟ କରାଯିବ। ଦିଲ୍ଲୀ ସରକାର ଯଦି ନିର୍ଦ୍ଧାରିତ ଜରିମାନା ଦେବାରେ ବିଫଳ ହୁଅନ୍ତି ତେବେ ପ୍ରତିମାସରେ ୧୦କୋଟି ଟଙ୍କା ଜରିମାନା ଦେବାକୁ ପଡିବ […]

  • Friday, 16 July 2021
polavaram
ପୋଲାଭରମ ପ୍ରକଳ୍ପ ନେଇ ଓଡ଼ିଶା ସରକାରଙ୍କୁ ଝଟକା

ନୂଆଦିଲ୍ଲୀ  : ପୋଲାଭରମ ପ୍ରକଳ୍ପ ନେଇ ଓଡ଼ିଶା ସରକାରଙ୍କୁ ଝଟକା। ପ୍ରକଳ୍ପ କାମରେ ସ୍ଥଗିତାଦେଶ ଦେବାକୁ  ସୁପ୍ରିମ୍‌କୋର୍ଟ ଅାଜି ମନା କରିଦେଇଛନ୍ତି। ପ୍ରକଳ୍ପ ନେଇ ସବୁ ତଥ୍ୟ ଦେବାକୁ ଦୁଇ ରାଜ୍ୟ – ଓଡ଼ିଶା ଓ ଛତିଶଗଡ଼କୁ ଦେବାକୁ  କେନ୍ଦ୍ରକୁ ନିର୍ଦ୍ଦେଶ ଦେଇଛନ୍ତି। ସର୍ବୋଚ୍ଚ ଅଦାଲତ କେତେ ଅଞ୍ଚଳ ବୁଡ଼ିବ, କେତେ କ୍ଷତିଗ୍ରସ୍ତ ହେବେ ସବୁ ତଥ୍ୟ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ। ସବୁ ତଥ୍ୟ ପାଇଲା ପରେ ଜନଶୁଣାଣି କରିପାରିବେ ରାଜ୍ୟ ସରକାର। ଜାନୁଅାରୀ ପ୍ରଥମ […]

  • Friday, 16 July 2021
modi -1
ଆଜି ପ୍ରଧାନମନ୍ତ୍ରୀ ମୋଦିଙ୍କ ‘ପରୀକ୍ଷା ପେ ଚର୍ଚ୍ଚା’ କାର୍ଯ୍ୟକ୍ରମ

ନୂଆଦିଲ୍ଲୀ: ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ‘ପରୀକ୍ଷା ପେ ଚର୍ଚ୍ଚା’ର ଦ୍ୱିତୀୟ ସଂସ୍କରଣ। ଦେଶ ତଥା ବିଦେଶର ପରୀକ୍ଷାର୍ଥୀଙ୍କ ସହ ସିଧାସଳଖ ପ୍ରଧାନମନ୍ତ୍ରୀ କଥା ହେବେ। ଏଥିସହ ଛାତ୍ରଛାତ୍ରୀ, ଶିକ୍ଷକ ଓ ଅଭିଭାବକଙ୍କୁ ସେ ପରୀକ୍ଷା ମନ୍ତ୍ର ଦେବେ। ପରୀକ୍ଷା ସିଜନ୍ ଆରମ୍ଭ ହେବା ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦି ଛାତ୍ର ଛାତ୍ରୀଙ୍କ ଉଦ୍ଦେଶ୍ୟରେ ବାର୍ତ୍ତା ରଖିବେ । ପରୀକ୍ଷା ସମୟରେ କିପରି ଚାପ ମୁକ୍ତ ରହିବେ ସେନେଇ ପ୍ରଧାନମନ୍ତ୍ରୀ ପରାମର୍ଶ ଦେବେ। ଏଥିଲାଗି ଦେଶର ରାଜ୍ୟ ଓ […]

  • Friday, 16 July 2021
encou-up
କଟକରେ ଏନ୍‌କାଉଣ୍ଟର

କଟକ  : କଟକ ଜଗତପୁର ଅଞ୍ଚଳରେ ଏନ୍‌କାଉଣ୍ଟର। ପୁଲିସ ଗୁଳିରେ ଅାହତ ହୋଇଛି ଦୁର୍ଦ୍ଦାନ୍ତ ଅପରାଧୀ ଗୁରୁ ଚରଣ ପାତ୍ର ଓରଫ ଗୁରିଅା। ତାର ବାମ ଗୋଡ଼ରେ ଗୁଳି ବାଜିଛି। ଚିକିତ୍ସା ପାଇଁ ଗୁରିଅାକୁ ଭର୍ତ୍ତି କରାଯାଇଛି ଏସ୍‌ସିବିରେ। କିଛି ଦିନ ତଳେ ଜେଲ୍‌ରୁ ବାହାରିଥିଲା ଗୁରିଅା। ଜେଲ୍‌ରୁ ବାହାରିବା ପରେ ସେ ପୁଣି ନିଜର ଅପରାଧ ଅାରମ୍ଭ କରିଥିଲା। ଜଗତପୁର ଅଞ୍ଚଳରେ ବୋମାମାଡ଼ ମଧ୍ୟ କରିଥିଲା। ଅାଜି ରାତିରେ ତାକୁ ଏନ୍‌କାଉଣ୍ଟର କରିଛି ପୁଲିସ।

  • Friday, 16 July 2021
sunil aorra
ମୁଖ୍ୟ ନିର୍ବାଚନ କମିଶନର ଦାୟିତ୍ୱ ଗ୍ରହଣ କଲେ ସୁନୀଲ ଅରୋରା

ନୂଆଦିଲ୍ଲୀ  : ଦେଶର ପରବର୍ତ୍ତୀ ମୁଖ୍ୟ ନିର୍ବାଚନ କମିଶନର ଭାବେ ଅାଜି କାର୍ଯ୍ୟଭାର ଗ୍ରହଣ କରିଛନ୍ତି ସୁନୀଲ ଅରୋରା। ଓମ୍ ପ୍ରକାଶ ରାଓ୍ୱତଙ୍କ ସ୍ଥାନ ନେଇଛନ୍ତି ସୁନୀଲ ଅରୋରା। ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଦ୍ୱାରା ସିଇସି ଭାବେ ନିଯୁକ୍ତି ପାଇଥିବା ସୁନୀଲ ପୂର୍ବରୁ କେନ୍ଦ୍ର ସରକାରଙ୍କ ବହୁ ଗୁରୁତ୍ୱପୂର୍ଣ୍ଣ ବିଭାଗର ଦାୟିତ୍ୱ ସମ୍ଭାଳିଛନ୍ତି। ୧୯୮୦ମସିହା ରାଜସ୍ଥାନ ବ୍ୟାଚର ଏହି ଅାଇଏଏସ ଅଫିସର ସୂଚନା ଓ ପ୍ରସାରଣ, ସ୍କିଲ୍ ଡେଭଲପମେଣ୍ଟ ବିଭାଗର ସଚିବ ରହିସାରିଛନ୍ତି। ଛତିଶଗଡ଼, ମଧ୍ୟପ୍ରଦେଶ, ମିଜୋରାମରେ […]

  • Friday, 16 July 2021