ଭୁବନେଶ୍ୱର: ଲଘୁଚାପ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଜାରି ରହିଛି। ଆସନ୍ତା ୨୪ ଘଣ୍ଟାରେ ମଧ୍ୟରେ ୮ଟି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାନେଇ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ଏହିସବୁ ଜିଲ୍ଲାଗୁଡ଼ିକ ହେଉଛି ପୁରୀ, ନୟାଗଡ଼, ଗଞ୍ଜାମ, ଖୋର୍ଦ୍ଧା, କନ୍ଧମାଳ, ସମ୍ବଲପୁର ବୌଦ୍ଧ, କଟକ ଓ ଜଗତସିଂହପୁର। ସମ୍ଭାବ୍ୟ ବର୍ଷା ସ୍ଥିତିକୁ ନେଇ ଗତକାଲି ମୁଖ୍ୟମନ୍ତ୍ରୀ ସମୀକ୍ଷା କରିଥିଲେ। ଏହି ଅବସରରେ ସମସ୍ତ ଜିଲ୍ଲାପାଳଙ୍କୁ ସତର୍କ ରହିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ମଧ୍ୟ ଦେଇଥିଲେ। […]
ଭୁବନେଶ୍ୱର: ଭୁବନେଶ୍ୱରରେ ପାଳିତ ହୋଇଛି ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସ। ମହାତ୍ମାଗାନ୍ଧି ମାର୍ଗରେ ଆୟୋଜିତ ଏହି ଉତ୍ସବରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗଦେଇ ପତାକା ଉତ୍ତୋଳନ କରିଥିଲେ। ଏଥିସହ ରାଜ୍ୟବାସୀଙ୍କୁ ସ୍ୱାଧୀନତା ଦିବସର ଶୁଭକାମନା ମଧ୍ୟ ଜଣାଇଥିଲେ ମୁଖ୍ୟମନ୍ତ୍ରୀ। ମିଳିତ ପରେଡ୍ରେ ଅଭିବାଦନ ଗ୍ରହଣ ପରେ ରାଜ୍ୟବାସୀଙ୍କୁ ସମ୍ବୋଧିତ କରିଥିଲେ ମୁଖ୍ୟମନ୍ତ୍ରୀ। ୭୨ତମ #ସ୍ଵାଧୀନତାଦିବସ ର ଶୁଭେଚ୍ଛା ଓ ଶୁଭକାମନା। ଏହି ପବିତ୍ର ଦିବସରେ ଆମ ମହାପୁରୁଷମାନଙ୍କ ତ୍ୟାଗ ଓ ବଳିଦାନକୁ ସ୍ମରଣ କରି ଶାନ୍ତି, ମୈତ୍ରୀ ଓ […]
ନୂଆଦିଲ୍ଲୀ: ଆଜି ସାରା ଦେଶ ପାଳୁଛି ୭୨ତମ ସ୍ୱାଧୀନତା ଦିବସ। ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗରିବମାନଙ୍କ ପାଇଁ ଦେଶର ସବୁଠୁ ବଡ ଜନ କଲ୍ୟାଣ ଯୋଜନା ଘୋଷଣା କରିଛନ୍ତି। ପ୍ରଧାନମନ୍ତ୍ରୀ ମୋଦି ଆଜି ଆୟୁଷ୍ମାନ ଭାରତ ଯୋଜନାର ଶୁଭାରମ୍ଭ କରିଛନ୍ତି। ଏହି ଯୋଜନାରେ ଦେଶର ୧୦ କୋଟି ପରିବାର ଉପକୃତ ହେବେ । ପାଖାପାଖି ୫୦ କୋଟି ନାଗରିକଙ୍କୁ ବାର୍ଷିକ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଚିକିତ୍ସା ଖର୍ଚ୍ଚର ଭରଣା କରାଯିବାର ବ୍ୟବସ୍ଥା ରହିଛି। […]
ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱର ସ୍ମାର୍ଟ ଲୁକ୍, ସ୍ମାର୍ଟସିଟି ମନ୍ଦିରମାଳିନୀ ଏଇ ସହର ମୁକୁଟରେ ଏବେ ଲାଗିଛି ଆଉ ଏକ ପର ଇଜ୍ ଅଫ୍ ଲିଭିଂ ଇଣ୍ଡେକ୍ସ। ଅର୍ଥାତ ଲୋକଙ୍କ ପସନ୍ଦର ବାସପଯୋଗୀ ସହର ତାଲିକାରେ ଦେଶର ବଡ଼ ବଡ଼ ସହରକୁ ବହୁ ପଛରେ ପକାଇ ଦେଇଛି ଭୁବନେଶ୍ୱର। ୧୧୧ ସହରକୁ ନେଇ ହୋଇଥିବା ସୂଚୀରେ ୧୮ତମ ସ୍ଥାନରେ ରହିଛି ଭୁବନେଶ୍ୱର। ସହରାଞ୍ଚଳ ବିକାଶ ମନ୍ତ୍ରାଳୟ ପକ୍ଷରୁ ୧୧୧ ସହରର ସଂସ୍ଥାଗତ, ସାମାଜିକ ବ୍ୟବସ୍ଥା, ଅର୍ଥନୀତି ଓ ଭିତ୍ତିଭୂମିକୁ […]
ନୂଆଦିଲ୍ଲୀ: ଆଜି ହେଉଛି ୭୨ତମ ସ୍ୱାଧୀନତା ଦିବସ। ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ ଅଭିବାଦନ ଜଣାଇବା ସହ ଶୁଭେଚ୍ଛା, ଶୁଭକାମନା ମଧ୍ୟ ଜଣାଇଛନ୍ତି। ପ୍ରଧାନମନ୍ତ୍ରୀ ମୋଦି ଲାଲ୍କିଲ୍ଲାରେ ପତାକା ଉତ୍ତୋଳନ କରିବା ସହ ଦେଶବାସୀଙ୍କୁ ସମ୍ବୋଧନ କରୁଛନ୍ତି। ଏଥିପାଇଁ ଦିଲ୍ଲୀରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି। आप सभी को स्वतंत्रता के इस महान पर्व पर मेरी बहुत-बहुत शुभकामनाएं। देश इस समय नवनिर्माण के आत्मविश्वास से सराबोर […]
ପୁରୀ: ହଜାର ହଜାର ବର୍ଷ ଧରି ଶ୍ରୀମନ୍ଦିରରେ ଚାଲିଛି ଠାକୁରଙ୍କ ପୂଜା ନୀତି ଓ ସେବା ପରମ୍ପରା। ବର୍ଷ ତମାମ ମହାପ୍ରଭୁଙ୍କ ୧୧୯ ପ୍ରକାର ସେବାରେ ବଂଶାନୁକ୍ରମିକ ଭାବେ ନିୟୋଜିତ ହୋଇଛନ୍ତି ବିଭିନ୍ନ ନିଯୋଗର ସେବାୟତ। ହେଲେ ଏବେ ସେ ବଂଶାନୁକ୍ରମିକ ସେବାକୁ ଉଚ୍ଛେଦ ସହ ସେବାୟତ ନେଉଥିବା ଦାନ ଦକ୍ଷିଣା, ଅନ୍ନଦାନ ଆଟିକା ବନ୍ଦ ଏବଂ ଶ୍ରୀମନ୍ଦିର ଆଇନ-୧୯୫୪ରେ ସଂଶୋଧନ ପାଇଁ ଆସିଥିବା ପ୍ରସ୍ତାବକୁ ନେଇ ତେଜିଛି ବିବାଦ। ଶ୍ରୀମନ୍ଦିର ସଂସ୍କାର ନେଇ ସୁପ୍ରିମକୋର୍ଟ ଧାର୍ଯ୍ୟ […]
ଭୁବନେଶ୍ୱର: ସାଧାରଣ ନିର୍ବାଚନ ସହ ଏକା ସମୟରେ ହେବ କି କିଛି ରାଜ୍ୟର ବିଧାନସଭା ନିର୍ବାଚନ? ଏହା ସପକ୍ଷରେ ଗତକାଲି ଲ’ କମିଶନ୍ଙ୍କୁ ବିଜେପି ପ୍ରସ୍ତାବ ଦେବା ପରେ ଜୋର୍ ଧରିଛି ଚର୍ଚ୍ଚା। ସୂଚନା ଅନୁସାରେ ଚଳିତ ବର୍ଷ ଶେଷ ଆଡ଼କୁ ହେବାକୁ ଥିବା ୪ଟି ବିଧାନସଭା ଓ ଆସନ୍ତା ବର୍ଷ ଶେଷ ଆଡ଼କୁ ହେବାକୁ ଥିବା କିଛି ରାଜ୍ୟର ବିଧାନସଭା ନିର୍ବାଚନକୁ ସାଧାରଣ ନିର୍ବାଚନ ସହିତ ଏକାସାଙ୍ଗରେ କରିବାକୁ କେନ୍ଦ୍ର ସରକାର ଯୋଜନା କରୁଛନ୍ତି। ଏହା […]
ରାୟପୁର: ଛତିଶଗଡ଼ର ରାଜ୍ୟପାଳ ଭାବେ କାର୍ଯ୍ୟ କରୁଥିବା ବଳରାମଜୀ ଦାସ ଟଣ୍ଡନ୍ଙ୍କ ଆଜି ଚିକିତ୍ସାଧୀନ ଅବସ୍ଥାରେ ରାୟପୁରର ଏକ ହସ୍ପିଟାଲ୍ରେ ଦେହାନ୍ତ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୯୦ ବର୍ଷ ବୟସ ହୋଇଥିଲା। ତାଙ୍କୁ ନିକଟସ୍ଥ ଭୀମ୍ରାଓ ଆମ୍ବେଦକର ସ୍ମାରକୀ ହସ୍ପିଟାଲ୍ରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କୁ ଆଇସିୟୁରେ ଲାଇଫ୍ ସପୋର୍ଟରେ ରଖାଯାଇଥିଲା। କିନ୍ତୁ ତାଙ୍କ ସ୍ୱାସ୍ଥ୍ୟାବସ୍ଥାରେ କୌଣସି ଉନ୍ନତି ନ ହୋଇ ଆଜି ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଥିବା ରାଜଭବନ ପକ୍ଷରୁ କୁହାଯାଇଛି। ଜନସଂଘର ଅନ୍ୟତମ ପ୍ରତିଷ୍ଠାତା […]