• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

National Updates

hirakud
ବଢୁଛି ହୀରାକୁଦ ଜଳ ଭଣ୍ଡାର ଜଳସ୍ତର

ସମ୍ବଲପୁର: ପ୍ରବଳ ବର୍ଷା ଯୋଗୁ ହୀରାକୁଦ ଜଳଭଣ୍ଡାରର ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି। ଗତକାଲି ଡ୍ୟାମ୍‌ର ଜଳପତ୍ତନ ୬୧୩ ଦଶମିକ ୧୨ ଫୁଟ ଥିବାବେଳେ ଆଜି ସକାଳ ୬ଟା ସୁଦ୍ଧା ଜଳ ଭଣ୍ଡାରର ଜଳସ୍ତର ୬୧୫ ଫୁଟ୍ ରହିଛି। ପ୍ରତି ସେକେଣ୍ଡରେ ୧ ଲକ୍ଷ ୭୭ ହଜାର କ୍ୟୁସେକ୍ ଜଳ ପ୍ରବେଶ କରୁଛି। ଆସନ୍ତାକାଲି ଜଳ ଭଣ୍ଡାରରୁ ପ୍ରଥମ ବନ୍ୟାଜଳ ନିଷ୍କାସନ ହେବବୋଲି ମୁଖ୍ୟ ଯନ୍ତ୍ରୀ ଜ୍ୟୋତିର୍ମୟ ରଥଙ୍କ ସୂଚନା ଦେଇଛନ୍ତି। ତେବେ ଉପର ମୁଣ୍ଡରେ ବର୍ଷା […]

  • Monday, 19 July 2021
Photo: File Pic
ଆଜି ଶ୍ରୀଜିଉଙ୍କ ସୁନାବେଶ

ପୁରୀ: ଆଜି ଅନୁଷ୍ଠିତ ହେବ ଶ୍ରୀଜିଉଙ୍କ ସୁନାବେଶ।  ମହଣ ମହଣ ସୁବର୍ଣ୍ଣ ଅଳଙ୍କାରରେ ସଜ୍ଜିତ ହୋଇ ଝଟକିବେ ମହାପ୍ରଭୁ। ସୁନା ବେଶ ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସମସ୍ତ ନୀତି ନିର୍ଦ୍ଧାରିତ ହୋଇଛି। ଅପରାହ୍ନ ୫ଟାରୁ ଠାକୁରଙ୍କ ସୁନାବେଶ ଆରମ୍ଭ ହେବ। ସଂଧ୍ୟା ୬ଟା ୩୦ ପରଠୁ ରାତି ୧୦ଟା ପର୍ଯ୍ୟନ୍ତ ଭକ୍ତମାନେ ସୁନା ବେଶ ଦର୍ଶନ କରିବେ। ସୁନାବେଶ ଲାଗି ପୁଲିସ୍‌ ଓ ପ୍ରଶାସନ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି। ସୁନାବେଶ ଦର୍ଶନ ଲାଗି […]

  • Monday, 19 July 2021
flood
ଫୁଲୁଛି ମହାନଦୀ, ବନ୍ୟା ଆଶଙ୍କା

ଭୁବନେଶ୍ୱର : ଫୁଲିବାରେ ଲାଗିଛି ମହାନଦୀ। ନଦୀରେ ଏବେ ଯେତିକି ପାଣି ଅାସୁଛି, ତାହା ସାମାନ୍ୟରୁ ମଧ୍ୟମର ଧରଣର ବନ୍ୟା ପରିସ୍ଥିତି ସୃଷ୍ଟି କରିପାରେ। ସ୍ୱତନ୍ତ୍ର ରିଲିଫ୍ କମିଶନରଙ୍କ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ଖଇରମାଳ ନିକଟରେ ମହାନଦୀରେ ଅାଜି ସନ୍ଧ୍ୟା ୬ଟା ସୁଦ୍ଧା  ୬ ଲକ୍ଷ ୮୦ ହଜାର କ୍ୟୁସେକ୍ ପାଣି ପ୍ରବାହିତ ହେଉଛି। ଫଳରେ ଅାସନ୍ତାକାଲି ଅପରାହ୍ଣ କିମ୍ବା ସନ୍ଧ୍ୟା ସୁଦ୍ଧା ମୁଣ୍ଡୁଳିଠାରେ ପ୍ରାୟ ୭ ଲକ୍ଷ ୫୦ ହଜାରରୁ ୮ ଲକ୍ଷ କ୍ୟୁସେକ୍ […]

  • Monday, 19 July 2021
congerss
ଦିଲ୍ଲୀରେ କଂଗ୍ରେସର ଗୁରୁତ୍ୱପୂର୍ଣ୍ଣ ବୈଠକ

ନୂଆଦିଲ୍ଲୀ : ଆସନ୍ତା ସାଧାରଣ ନିର୍ବାଚନରେ କଂଗ୍ରେସ ଏକାକୀ ନ ଲଢି ମେଣ୍ଟ କରିବ। କିନ୍ତୁ କେଉଁ ଦଳ ସହ ମେଣ୍ଟ ହେବ ଏ ସମ୍ପର୍କରେ ନିଷ୍ପତ୍ତି ନେବେ କଂଗ୍ରେସ ସଭାପତି ରାହୁଲ ଗାନ୍ଧି। ଦିଲ୍ଲୀରେ ହୋଇଥିବା କଂଗ୍ରେସର ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ନିର୍ବାଚନ ପୂର୍ବରୁ କିମ୍ବା ପରେ କେଉଁ ଦଳ ସହ ମେଣ୍ଟ କରାଯିବ ସେ ସମ୍ପର୍କରେ ମଧ୍ୟ ରାହୁଲ ଗାନ୍ଧି ଚୂଡାନ୍ତ ନିଷ୍ପତ୍ତି ନେବେ। ଏଥିସହ ନିର୍ବାଚନ ପ୍ରଚାର କମିଟି […]

  • Monday, 19 July 2021
video viral
ଯୁବତୀଙ୍କୁ ୪ଜଣ ଗୋଡ଼େଇ ଗୋଡ଼େଇ ପିଟିଲେ

ବାଙ୍କୀ: କଟକ ଜିଲ୍ଲା ବାଙ୍କୀର ବୋତଲମା ଗାଁରେ ଜଣେ ଯୁବତୀଙ୍କୁ ତାଙ୍କ ଗାଁର ୪ ଜଣ ଲୋକ ଗୋଡ଼େଇ ଗୋଡ଼େଇ ପିଟିଥିବା ଅଭିଯୋଗ ହୋଇଛି। ଠେଙ୍ଗାରେ ୪ ଜଣ ପିଟିଛନ୍ତି। ଅାଉ ଠେଙ୍ଗାରେ ପିଟିବାର ମାଡ଼ ଭିଡିଓ ଭାଇରାଲ ହୋଇଛି। ପୂର୍ବ ଶତ୍ରୁତାକୁ ନେଇ ଯୁବତୀଙ୍କୁ ମାଡ଼ ମରାଯାଇଥିବା ଜଣାପଡିଛି। ଏଥିରେ ଯୁବତୀ ଜଣଙ୍କ ଗୁରୁତର ଅବସ୍ଥାରେ ବାଙ୍କୀ ମେଡିକାଲରେ ଭର୍ତ୍ତି ହୋଇଛନ୍ତି। ଏନେଇ ଯୁବତୀଙ୍କ ପରିବାର ପକ୍ଷରୁ ବାଙ୍କୀ ଥାନାରେ ଅଭିଯୋଗ ହୋଇଛି। କିନ୍ତୁ ପୋଲିସ ଏତଲା […]

  • Monday, 19 July 2021
nandan
ଲଗାଣ ବର୍ଷାରେ ନନ୍ଦନକାନନ ବେହାଲ

ଭୁବନେଶ୍ୱର : ଜଳାର୍ଣ୍ଣବ ନନ୍ଦନକାନନ ପ୍ରାଣୀ ଉଦ୍ୟାନ। ଉବୁଟୁବୁ ରାସ୍ତାଘାଟ ଓ ଜୀବଜନ୍ତୁଙ୍କ ଏନ୍‌କ୍ଲୋଜର୍। ବୁଲାବୁଲି ପାଇଁ ଯାଗା ନପାଇ ଗୁମ୍ ହୋଇ ଶୋଇଛି ମହାବଳ।  ଚୁପ୍‌ଚାପ୍ ଏମୁ ଓ ଅନ୍ୟାନ୍ୟ ପକ୍ଷୀ। ବାଘ ଏନ୍‌କ୍ଲୋଜର୍ ଭିତରୁ ପମ୍ପ୍ ଲଗାଇ ଜଳ ନିଷ୍କାସନ କରାଯାଉଛି। ଏପଟେ ନନ୍ଦନକାନନରେ ଜଳ ବଢ଼ିବାରୁ ବିନ୍ଦାସ୍ ଜଳହସ୍ତୀ।  ସେମାନେ ରହୁଥିବା ଜଳାଶୟ କାଞ୍ଜିଅା ହ୍ରଦରେ ମିଶିବାକୁ ବସିଲାଣି। ସେପଟେ କାଞ୍ଜିଅାକୁ ଲାଗି ବୋଟିଂ ପାଇଁ ଥିବା ଟିକେଟ୍ ଘରେ ପାଣି ପଶିଥିବାରୁ […]

  • Monday, 19 July 2021
atm
ରାତିକ ଭିତରେ ୪ ଏଟିଏମ୍‌ରୁ ଲୁଟ୍‌

ବାରିପଦା: ମୟୂରଭଞ୍ଜ ଜିଲ୍ଲା ବାରିପଦା ସହରରେ ଗତକାଲି ରାତିରେ  ୪ଟି ଏଟିଏମ୍‌ରୁ ଲୁଟ୍‌ ହୋଇଛି। ସହରର ତୁଳସୀ ଚଉରା ସ୍ଥିତ ଏକ୍ସିସ୍‌ ବ୍ୟାଙ୍କ୍ ଏଟିଏମ୍‌, ଷ୍ଟେସନ ବଜାରର ବ୍ୟାଙ୍କ ଅଫ୍ ଇଣ୍ଡିଆ, ପାଲବଣିରେ ଥିବା ୟୁନାଇଟେଡ୍‌ ବ୍ୟାଙ୍କ୍ ଅଫ୍‌ ଇଣ୍ଡିଆ ଓ ଅସ୍ତିଆ ସ୍ଥିତ ୟୁନାଇଟେଡ୍‌ ବ୍ୟାଙ୍କ୍ ଅଫ୍‌ ଇଣ୍ଡିଆ ବ୍ୟାଙ୍କ୍ ଏଟିଏମ୍‌ରୁ ଲୁଟ୍‌ ହୋଇଛି। ଲୁଟେରେମାନେ ଏଟିଏମ୍‌ ମେସିନ୍‌ ଗୁଡ଼ିକୁ  ଗ୍ୟାସ୍‌ କଟର୍‌ରେ କାଟି ଦେଇଛନ୍ତି। ସହରର ଆଉ ୨ଟି ଏଟିଏମ୍‌ରୁ ବି ଲୁଟ୍‌ ଉଦ୍ୟମ […]

  • Monday, 19 July 2021
wall collapse
ଭୁଶୁଡ଼ି ପଡ଼ିଲା କାନ୍ଥ; ଜଣେ ମୃତ, ୪ ଆହତ

ଅନୁଗୁଳ: ଅନୁଗୁଳ ଜିଲ୍ଲା ଖମାର ଥାନା ଅନ୍ତର୍ଗତ ମୁଣ୍ଡୁରୀବେଡ଼ା ପଞ୍ଚାୟତ ବାଞ୍ଜମୁଣ୍ଡା ଗାଁରେ ଘର କାନ୍ଥ ଭୁଶୁଡ଼ି ଯିବାରୁ ଜଣେ ମହିଳା ଓ ତାଙ୍କର ୩ ଛୁଆ ଆହତ ହୋଇଛନ୍ତି। ସେମାନଙ୍କୁ ଖମାର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଆହତମାନେ ହେଲେ ସୁକୁମାରୀ ପିଙ୍ଗୁଆ ଓ ତାଙ୍କ ୩ ଶିଶୁ ଆଦେଶ ପିଙ୍ଗୁଆ(୭), କ୍ରିଷ୍ଣା (୩) ଓ ମନୋଜ(୧୮ ମାସ)। ତେବେ ସୁକୁମାରୀଙ୍କ ସ୍ୱାମୀ ଅନକୁଳ ପିଙ୍ଗୁଆ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ସେମାନେ ରାତିରେ ଶୋଇଥିବା ବେଳେ କାନ୍ଥ […]

  • Monday, 19 July 2021
truck driver arrested
ଟ୍ରକ୍ ଚାପାରେ ସ୍କୁଲ୍ ଛାତ୍ରଛାତ୍ରୀଙ୍କ ମୃତ୍ୟୁ ଘଟଣା: ଡ୍ରାଇଭର ଗିରଫ

ଭଦ୍ରକ: ଭଦ୍ରକ ଜିଲ୍ଲା ରାହାଞ୍ଜରେ ଟ୍ରକ୍‌ ଦୁର୍ଘଟଣାରେ ୫ ସ୍କୁଲ୍‌ ଛାତ୍ରଛାତ୍ରୀଙ୍କ ମୃତ୍ୟୁ ଘଟଣାରେ ଟ୍ରକ୍‌ ଡ୍ରାଇଭର ଦେବଲମ୍‌ ଭେଙ୍କଟାଦ୍ରିକୁ ପୋଲିସ୍‌ ଗିରଫ କରିଛି ଆନ୍ଧ୍ରପ୍ରଦେଶ ଶ୍ରୀକାକୁଲମ୍‌ ନିକଟରୁ ଭେଙ୍କଟକୁ ଗିରଫ କରାଯାଇଛି। ଏନେଇ ଏକ ସାମ୍ୱାଦିକ ସମ୍ମିଳନୀରେ ଭଦ୍ରକ SDPO ଜଳଧର ଜାଲିଙ୍କ ସୂଚନା ଦେଇଛନ୍ତି। ଅଭିଯୁକ୍ତ ଡ୍ରାଇଭର କହିବା ଅନୁଯାୟୀ, ବ୍ରେକ୍ ଫେଲ୍ ହେବାରୁ ଭାରସାମ୍ୟ ହରାଇ ଟ୍ରକ୍‌ଟି ପିଲାଙ୍କ ଉପରେ ମାଡ଼ି ଯାଇଥିଲା। ଟ୍ରକ୍‌ରେ ଗହମ ନେଇ ବିହାରରୁ ବେଙ୍ଗାଲୁରୁ ଯାଉଥିବା ସମୟରେ […]

  • Monday, 19 July 2021
sambalpur
ସମ୍ବଲପୁରରେ ଲଗାଣ ବର୍ଷା: ୬ଟି ୱାର୍ଡ କ୍ଷତିଗ୍ରସ୍ତ, ଭାଙ୍ଗିଲା ୭୨୬ ଘର

ସମ୍ବଲପୁର: ସମ୍ବଲପୁରରେ ଲଗାଣ ବର୍ଷା ଜାରି ରହିଛି। ଫଳରେ ସହରବାସୀଙ୍କ ଅବସ୍ଥା ବେହାଲ୍‌ ହୋଇପଡ଼ିଛି। ଗତକାଲିଠୁ ଆରମ୍ଭ ହୋଇଥିବା ବର୍ଷା ଏବେ ବି ଜାରି ରହିଛି। ସହରରେ ୪୯୦ ମିଲିମିଟର ବର୍ଷା ହୋଇଥିବା ନେଇ ସମ୍ବଲପୁର ଜିଲ୍ଲାପାଳ  ସୂଚନା ଦେଇଛନ୍ତି। ଲୋକଙ୍କ ପାଇଁ ୩୪ଟି ଆଶ୍ରୟସ୍ଥଳୀ ଖୋଲା ଯାଇଛି।  ସେଠାରେ ୧୫ ଶହରୁ ଅଧିକ ଲୋକଙ୍କୁ ରଖାଯାଇଛି। ଲୋକଙ୍କୁ ଶୁଖିଲା ଖାଦ୍ୟ ମଧ୍ୟ ଦିଆଯାଉଛି। ସମ୍ବଲପୁର ବିଧାୟିକା ରାସେଶ୍ୱରୀ ପାଣିଗ୍ରାହୀ ଏବଂ ଜିଲ୍ଲାପାଳ ନିଜେ ଆଶ୍ରୟ ସ୍ଥଳ […]

  • Monday, 19 July 2021
fishermen go missing
ମାଛ ଧରିବାକୁ ଯାଇ ୬ ନିଖୋଜ

ବାଲେଶ୍ୱର: ବାଲେଶ୍ୱର ଜିଲ୍ଲା ଜଳେଶ୍ୱରରେ ସମୁଦ୍ରକୁ ମାଛ ଧରିବାକୁ ଯାଇ ୬ ଜଣ ନିଖୋଜ ହୋଇଯାଇଛନ୍ତି। ଭୋଗରାଇ କୀର୍ତ୍ତନିଆ ଜେଟିରୁ ୨ଟି ଡଙ୍ଗାରେ ମୋଟ ୧୭ ଜଣ ମତ୍ସ୍ୟଜୀବୀ ମାଛ ଧରିବାକୁ ସମୁଦ୍ରକୁ ଯାଇଥିଲେ। ତେବେ ଡଙ୍ଗା ବୁଡ଼ି ଯିବାରୁ ୧୧ ଜଣ ପହଁରି ପହଁରି ଜେଟିକୁ ଫେରିଥିଲେ। ହେଲେ ଆଉ ୬ ଜଣଙ୍କର ଏପର୍ଯ୍ୟନ୍ତ ପତ୍ତା ମିଳିପାରି ନାହିଁ।

  • Monday, 19 July 2021
encounter
ଏନ୍‌କାଉଣ୍ଟରରେ ୩ ଆତଙ୍କବାଦୀ ନିହତ

ଶ୍ରୀନଗର: ଜାମ୍ମୁ-କାଶ୍ମୀର କୁଲ୍‌ଗାମ୍‌ରେ ସୁରକ୍ଷାକର୍ମୀଙ୍କ ଗୁଳିରେ ୩ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି। ଘଟଣା ସ୍ଥଳରୁ ପୋଲିସ ୩ଟି ବନ୍ଧୁକ ଜବତ କରିଛି। କୁଲ୍‌ଗାମ୍‌ ଜିଲ୍ଲାରୁ ଜଣେ ପୁଲିସ୍‌ କନଷ୍ଟେବଳଙ୍କୁ ଆତଙ୍କବାଦୀମାନେ ଅପହରଣ କରି ହତ୍ୟା କରିବା ପରେ ସେନା ପକ୍ଷରୁ ଏହି ଅପରେସନ୍ ଆରମ୍ଭ ହୋଇଥିଲା। ମୃତ ଆତଙ୍କବାଦୀଙ୍କ ମଧ୍ୟରେ ଜଣେ ପାକିସ୍ତାନର ବୋଲି ପୋଲିସ୍‌ ସନ୍ଦେହ କରୁଛି। 3 bodies of terrorists recovered with three weapons so far from encounter site. — Shesh […]

  • Monday, 19 July 2021
monsoon
ଆହୁରି ବର୍ଷିବ

ଭୁବନେଶ୍ୱର: ସାରା ରାଜ୍ୟରେ ଲଗାଣ ବର୍ଷା ଜାରି ରହିଥିବା ବେଳେ ଆଗକୁ ଆହୁରି ବର୍ଷିବ ବୋଲି ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଅବପାତର ରୂପ ନେଇଛି।  ଫଳରେ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ହେବା ନେଇ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ସମ୍ବଲପୁର, ଝାରସୁଗୁଡା, ବରଗଡ଼ ଏବଂ ନୂଆପଡ଼ା ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ମାତ୍ରାରେ ବର୍ଷା ହେବାର ସମ୍ଭାବନା ରହିଛି। ସେପଟେ […]

  • Monday, 19 July 2021