କଟକ: କଟକରେ ଓକିଲଙ୍କୁ ପୁଲିସ ମାଡ଼ ମାରିଥିବା ଅଭିଯୋଗ ଘଟଣାରେ ଓକିଲଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ ଡାକରା । ହାଇକୋର୍ଟ ବାର୍ ଆସୋସିଏସନ୍ ପକ୍ଷରୁ ଗତକାଲି ଓ ଆଜି ୨ ଦିନ ଧରି କାର୍ଯ୍ୟ ବନ୍ଦ ଆନ୍ଦୋଳନ ଡାକରା ଦିଆଯାଇଛି। ଏହାକୁ ସମର୍ଥନ କରିଛି ରାଜ୍ୟ ଆଇନଜୀବୀ ପରିଷଦ। ଓକିଲଙ୍କୁ ଉପଯୁକ୍ତ ନ୍ୟାୟ ଦେବା ଦାବିରେ ଏହି ଆନ୍ଦୋଳନକୁ ରାଜ୍ୟର ଅନ୍ୟ ଜିଲ୍ଲାକୁ ସଂପ୍ରସାରିତ କରିବାକୁ ପରିଷଦ ନିବେଦନ କରିଛି । ଅନ୍ୟପକ୍ଷରେ, ଭୁବନେଶ୍ୱର ବାର୍ ଆସୋସିଏସନ୍ ମଧ୍ୟ […]
ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରର ଅନେକ ଅଞ୍ଚଳକୁ ଆଜି ପାନୀୟ ଜଳ ଯୋଗାଣ ବାଧାପ୍ରାପ୍ତ ହେବ। କାରଣ ମୁଣ୍ଡୁଳିରୁ ଭୁବନେଶ୍ୱରକୁ ବିଛା ଯାଇଥିବା ପାଣି ପାଇପ୍ରେ ଫାଟ ସୃଷ୍ଟି ହୋଇଛି। ଏନେଇ BMCର ସିଟି ଇଞ୍ଜିନିୟର ଦେବସୁନ୍ଦର ମହାପାତ୍ର ସୂଚନା ଦେଇଛନ୍ତି । ଏଥିପାଇଁ ଡୁମ୍ଡୁମା, ଧର୍ମ ବିହାର, ଚନ୍ଦକା, ଜାଗମରା, ଶୈଳଶ୍ରୀ ବିହାର, ପୋଖରୀପୁଟ, ନୀଳାଦ୍ରି ବିହାର, ସହିଦ ନଗରର ସେକ୍ଟର ୧, ୨ ଓ ୩ କୁ ଜଳ ଯୋଗାଣ ପ୍ରଭାବିତ ହେବ ବୋଲି ସେ କହିଛନ୍ତି। […]
ଭଦ୍ରକ : ଯୁବକଙ୍କ କାଠଫାଳିଅା ଅାକ୍ରମଣରେ ଦମ୍ପତି ମୃତ। ଝିଅ ଗୁରୁତର। ଭଦ୍ରକ ଜିଲ୍ଲା ଚାନ୍ଦବାଲି ଥାନା ମାଳବାଡ଼ ଗାଁରେ ଘଟିଛି ଏଭଳି ଅଭାବନୀୟ ଘଟଣା। ପୂର୍ବ ଶତ୍ରୁତାରୁ ତ୍ରିଲୋଚନ ସେନାପତି ନାମକ ଯୁବକ ଗାଁର ସୁଧାକର ବିଶ୍ୱାଳଙ୍କ ପରିବାର ଉପରେ ଅାକ୍ରମଣ କରିଥିଲେ। ଏକ କାଠ ଫାଳିଅାରେ ତ୍ରିଲୋଚନ ସୁଧାକର, ତାଙ୍କ ପତ୍ନୀ ସର ବିଶ୍ୱାଳ ଓ ଝିଅକୁ ଅାକ୍ରମଣ କରିଥିଲା। ଘଟଣାସ୍ଥଳରେ ସର ବିଶ୍ୱାଳଙ୍କ ମୃତ୍ୟୁ ହୋଇଥିବାବେଳେ ଗୁରୁତର ସୁଧାକରଙ୍କୁ ଚାନ୍ଦବାଲି ମେଡିକାଲ ନିଅାଯିବା […]
ନୂଆଦିଲ୍ଲୀ : ରାଫେଲ ଡିଲ୍ ପ୍ରସଙ୍ଗରେ କଂଗ୍ରେସ ଦେଶର ସୁରକ୍ଷା ନେଇ ସାଲିସ୍ କରୁଛି। ରାଫେଲ ଡିଲ୍ରେ ସମ୍ପୂର୍ଣ୍ଣ ଭାବେ କେନ୍ଦ୍ର ସ୍ୱଚ୍ଛତା ଅବଲମ୍ବନ କରିଛି। କିନ୍ତୁ କଂଗ୍ରେସ ଅଧ୍ୟକ୍ଷା ରାହୁଲ ଗାନ୍ଧୀ ଏବଂ ଉପା ଅଧ୍ୟକ୍ଷା ସୋନିଅା ଗାନ୍ଧୀ ଦେଶର ସୁରକ୍ଷା ନେଇ ସାଲିସ୍ କରୁଛନ୍ତି। ଏଏନଅାଇକୁ ସାକ୍ଷାତକାରରେ ଏଭଳି କହିଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ। ଏମିତିକି ୨୦୦୭ ମସିହାରେ ଉପା ସରକାର ଡିଲ୍ ଠାରୁ ଅାହୁରି ୨୦ ପ୍ରତିଶତ କମ୍ରେ ରାଫେଲ ଡିଲ୍ […]
ଜମ୍ମୁ-କାଶ୍ମୀର : ଜମ୍ମୁ ଓ କାଶ୍ମୀରର ସୋଫିଅାନ୍ ଜିଲ୍ଲାରେ ଅାତଙ୍କବାଦୀଙ୍କ ଅାକ୍ରମଣରେ ୪ ଜଣ ପୁଲିସ କର୍ମଚାରୀ ସହିଦ ହୋଇଛନ୍ତି। ଏହି ଘଟଣା ପରେ ଅାତଙ୍କବାଦୀଙ୍କୁ ଧରିବା ଲାଗି ସମ୍ପୃକ୍ତ ଅଞ୍ଚଳରେ ଖାନତଲାସୀ ଜାରି ରହିଛି। ପାଟ୍ରୋଲିଂ ବେଳେ ପୁଲିସ ଗାଡ଼ି ଖରାପ ହୋଇଯାଇଥିବା ବେଳେ ତାକୁ ମରାମତି କରୁଥିଲେ ପୁଲିସ କର୍ମଚାରୀ। ଏହି ସମୟରେ ଅତର୍କିତ ଭାବେ ଅାତଙ୍କବାଦୀମାନେ ଘେରି ଯାଇ ପୋଲିସ କର୍ମଚାରୀଙ୍କ ଉପରକୁ ଗୁଳିମାଡ଼ କରିଥିଲେ ଅାତଙ୍କବାଦୀ। ଫଳରେ ଘଟଣାସ୍ଥଳରେ ପୁଲିସ କର୍ମଚାରୀଙ୍କ […]
ନୂଆଦିଲ୍ଲୀ: କେନ୍ଦ୍ର ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା ୨ପ୍ରତିଶତ ବୃଦ୍ଧି ହୋଇଛି। ଏନେଇ କେନ୍ଦ୍ର କ୍ୟାବିନେଟରେ ନିଷ୍ପତ୍ତି ନିଆଯାଇଛି। ବର୍ଦ୍ଧିତ ୨% ଭତ୍ତା ଜୁଲାଇରୁ ପିଛିଲା ଭାବେ ଲାଗୁ ହେବ। ଏହାଦ୍ୱାରା ୪୮ଲକ୍ଷ ୪୧ହଜାର କର୍ମଚାରୀ ଓ ୬୨ଲକ୍ଷ ତିନି ହଜାର ପେନସନ ଭୋଗୀ ଉପକୃତ ହେବେ। ସପ୍ତମ ବେତନ କମିଶନ ସୁପାରିଶ ଆଧାରରେ ଏହି ନିଷ୍ପତ୍ତି ନିଆଯାଇଛି। କେନ୍ଦ୍ର ସରକାରଙ୍କ ଏହି ନିଷ୍ପତ୍ତି ପରେ ରାଜକୋଷ ଉପରେ ୬ହଜାର ୧୧୨କୋଟି ଟଙ୍କାର ଅତିରିକ୍ତ ବୋଝ ପଡ଼ିବ।
ଉତ୍ତରାଖଣ୍ଡ: ଉତ୍ତରାଖଣ୍ଡ ବୁଡ଼ା କେଦାର ଅଞ୍ଚଳରେ ବଡଧରଣର ଭୂସ୍ଖଳନ ଘଟି ୪ଜଣଙ୍କ ମୃତ୍ୟୁ ହୋଇଛି। ଭୂସସ୍ଖଳନରେ ଏକାଧିକ ଘର ଭୁଶୁଡ଼ିପଡ଼ିଛି। ଆହୁରି କିଛି ଲୋକ ଭଗ୍ନାବଶେଷ ତଳେ ଚାପି ହୋଇ ଫସିରହିଥିବା ସନ୍ଦେହ କରାଯାଉଛି। ଜଣକୁ ଆହତ ଅବସ୍ଥାରେ ଉଦ୍ଧାର କରାଯାଇ ହସ୍ପିଟାଲ୍ରେ ଭର୍ତ୍ତି କରାଯାଇଛି। ଷ୍ଟେଟ୍ ଡିଜାଷ୍ଟର ରେସପନ୍ସ ଫୋର୍ସ ବା SDRF ଏବଂ ସ୍ଥାନୀୟ ଅଗ୍ନିଶମ ବାହିନୀ ସହାୟତାରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି। କିଛି ଦିନ ତଳେ ଉତ୍ତରାଖଣ୍ଡରେ ପ୍ରବଳ ବର୍ଷା ହୋଇଥିଲା। […]
ନୂଆଦିଲ୍ଲୀ:ଡଲାର ତୁଳନାରେ ଟଙ୍କାର ବିନିମୟ ମୂଲ୍ୟ ସର୍ବକାଳୀନ ରେକର୍ଡସ୍ତରକୁ ହ୍ରାସ ହୋଇଛି। ଟଙ୍କାର ବିନିମୟ ମୂଲ୍ୟ ଡଲାର ତୁଳନାରେ ୭୦ ଟଙ୍କା ୩୨ ପଇସାକୁ ହ୍ରାସ ପାଇଛି। ମୁଖ୍ୟତଃ ବିଶ୍ୱ ବଜାରରେ ଭାରତୀୟ ଟଙ୍କା ତୁଳନାରେ ଆମେରିକୀୟ ଡଲାର ଚାହିଦା ବୃଦ୍ଧି ପାଇଛି। ବିଶ୍ୱବଜାରରେ ଅଶୋଧିକ ତୈଳଦର ବୃଦ୍ଧି ପାଇଥିବାରୁ ଡଲାର ମୂଲ୍ୟ ବୃଦ୍ଧି ପାଇଥିବା କୁହାଯାଉଛି। ବିଶ୍ୱ ବଜାରରେ ଅନ୍ୟ ରାଷ୍ଟ୍ରର ମୁଦ୍ରା ତୁଳନାରେ ଭାରତୀୟ ଟଙ୍କାର ମୂଲ୍ୟ ହ୍ରାସ ପାଇଛି।