ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲା ଭୁବନ ଥାନା ଅନ୍ତର୍ଗତ ଅସୁରବନ୍ଧ ଗାଁରେ ଭୟାବହ ଅଗ୍ନିକାଣ୍ଡ। ଅଗ୍ନିକାଣ୍ଡରେ ଗାଁର ୧୨ ବଖରା ଘର ଜଳି ପାଉଁଶ ହୋଇଯାଇଛି। ଏଥିସହ ଲକ୍ଷାଧିକ ଟଙ୍କାର ସାମଗ୍ରୀ ମଧ୍ୟ ନଷ୍ଟ ହୋଇଛି। ଗତକାଲି ବିଳମ୍ବିତ ରାତିରେ ଏହି ଅଘଟଣ ଘଟିଛି। ସର୍ଟସର୍କିଟ ଯୋଗୁ ଅଗ୍ନିକାଣ୍ଡ ଘଟିଥିବା ଜଣାପଡ଼ିଛି। ଭୁବନ ଅଗ୍ନିଶମ ବାହିନୀ ଆସି ନିଆଁକୁ ଆୟତ୍ତ କରିଥିଲା।
ଭୁବନେଶ୍ୱର: ବଜ୍ରପାତ ଓ ବର୍ଷା ନେଇ ୮ଟି ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ନୂଆପଡ଼ା, ବଲାଙ୍ଗିର, ବରଗଡ଼, ସୁବର୍ଣ୍ଣପୁର, ବୌଦ୍ଧ, ସମ୍ବଲପୁର, ଝାରସୁଗୁଡ଼ା ଓ ଗଜପତି ଜିଲ୍ଲାବାସୀଙ୍କୁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି। ସକାଳ ୮ଟା ୧୫ ପର୍ଯ୍ୟନ୍ତ ସତର୍କ ରହିବାକୁ ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ଏହି ସମୟରେ ଘରୁ ନ ବାହାରିବାକୁ ଲୋକଙ୍କୁ ପରାମର୍ଶ ଦିଆଯାଇଛି।
ଶ୍ରୀନଗର: କୁଖ୍ୟାତ ଆତଙ୍କବାଦୀ ସଂଗଠନ ହିଜବୁଲ୍ ମୁଜାହିଦ୍ଦିନର ମୁଖ୍ୟ ସୟିଦ ସଲାଉଦ୍ଦିନ୍ର ପୁଅ ସକିଲକୁ ଜାତୀୟ ତଦନ୍ତକାରୀ ସଂସ୍ଥା(ଏନ୍ଆଇଏ) ଆଜି ଶ୍ରୀନଗରରୁ ଗିରଫ କରିଛି। ସକିଲ୍କୁ ୨୦୧୧ ମସିହା ଟେରର୍ ଫଣ୍ଡିଂ ମାମଲାରେ ଗିରଫ କରାଯାଇଛି। ସକିଲ ଅନେକ ସମୟରେ ସଲାଉଦ୍ଦିନଠାରୁ ପାଣ୍ଠି ସଂଗ୍ରହ କରୁଥିଲା ବୋଲି ଏନ୍ଆଇଏ ପକ୍ଷରୁ କୁହାଯାଇଛି। ଦିଲ୍ଲୀରେ ଏନ୍ଆଇଏର ଜଣେ ମୁଖପାତ୍ର ସୂଚନା ଦେଇ କହିଛନ୍ତି, ସକିଲ ବର୍ତ୍ତମାନ ଏକ ପ୍ରତିଷ୍ଠିତ ସରକାରୀ ମେଡିକାଲ୍ରେ ଲ୍ୟାବ୍ ଆସିଷ୍ଟାଣ୍ଟ ଭାବେ କାର୍ଯ୍ୟ କରୁଥିଲେ। […]
ନୂଆଦିଲ୍ଲୀ : ଦାଗୀ ନେତା ପ୍ରସଙ୍ଗରେ କେନ୍ଦ୍ର ସରକାରଙ୍କୁ ସୁପ୍ରିମକୋର୍ଟଙ୍କ ଭର୍ତ୍ସନା। ଅପରାଧ ପୃଷ୍ଠଭୂମି ଥିବା ନେତାଙ୍କ ବିରୋଧରେ ସବିଶେଷ ତଥ୍ୟ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଥିଲେ ସୁପ୍ରିମକୋର୍ଟ । ଦୋଷୀ ଜନପ୍ରତିନିଧି ନିର୍ବାଚନ ଲଢିବା ଉପରେ ଅାଜୀବନ ବାସନ୍ଦ ଲଗାଇବା ପ୍ରସଙ୍ଗରେ ହୋଇଥିବା ଅାବେଦନର ଶୁଣାଣି କରି ସରକାରଙ୍କୁ ରିପୋର୍ଟ ମାଗିଥିଲେ ସର୍ବୋଚ୍ଚ ନ୍ୟାୟାଳୟ। ଅଦାଲତ ପଚାରିଥିଲେ ଯେ, ଅପରାଧିକ ମାମଲାରେ ଜଡିତ ସାଂସଦ ଏବଂ ବିଧାୟକଙ୍କ ବିରୋଧରେ ଶୁଣାଣି ପାଇଁ ସରକାର ବର୍ତ୍ତମାନ ସୁଦ୍ଧା […]
ନୂଆଦିଲ୍ଲୀ : ବିଜେପି ନେତୃତ୍ୱାଧିନ ସରକାରଙ୍କୁ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କ ଟାର୍ଗେଟ୍। ପ୍ରଧାନମନ୍ତ୍ରୀଙ୍କୁ ସିଧାସଳଖ ଟାର୍ଗେଟ କରିଛନ୍ତି ରାହୁଲ ଗାନ୍ଧି। ବିମୁଦ୍ରାକରଣ, ରାଫେଲ ଡିଲ୍ ପ୍ରସଙ୍ଗରେ ସରକାରଙ୍କ ଉପରେ ତୀବ୍ରଭାବେ ବର୍ଷିଛନ୍ତି ରାହୁଲ ଗାନ୍ଧୀ। ବିମୁଦ୍ରାକରଣରେ ସାଧାରଣ ଜନତା କ୍ଷତି ସହିଛନ୍ତି। କିଛି ନିର୍ଦ୍ଦିଷ୍ଟ ଉଦ୍ୟୋଗୀଙ୍କୁ ସୁହାଇବା ପାଇଁ ବିମୁଦ୍ରାକରଣକୁ ଲାଗି କରାଯାଇଥିଲା। ରାଫେଲ ଜେଟ୍କୁ ନିର୍ଦ୍ଧାରିତ ମୂଲ୍ୟଠାରୁ ଅଧିକ ମୂଲ୍ୟରେ କାହିଁ କିଣାଗଲା, ତାର ଯବାବ ରଖିବେକି ପ୍ରଧାନମନ୍ତ୍ରୀ ବୋଲି କହିଛନ୍ତି କଂଗ୍ରେସ ଅଧ୍ୟକ୍ଷ […]
ସମ୍ବଲପୁର : ପୁଣି ଫାଟିଲା ମୋବାଇଲ ବ୍ୟାଟେରୀ। ସମ୍ବଲପୁର ଜିଲ୍ଲା କୁଚିଣ୍ଡା ଥାନା ଡନସନାଡିହି ଗାଁରେ ଘଟିଛି ଏହି ଅଘଟଣ । ଗାଁରେ ଦୁଷ୍ମନ୍ତ ଖର୍ସେଲ୍ ମୋବାଇଲ ବ୍ୟାଟେରୀ କାଢ଼ି ଚାର୍ଜ କଲା ବେଳେ ବିସ୍ଫୋରଣ ହୋଇଥିଲା। ଫଳରେ ସେ ଗୁରୁତର ଅାହତ ହୋଇଛନ୍ତି। ତାଙ୍କୁ ବୁର୍ଲା ମେଡିକାଲକୁ ପଠାଯାଇଛି।