ବାଲେଶ୍ୱର : ଅକ୍ସିଜେନ ସିଲିଣ୍ଡର ଫାଟି ରୋଗୀ ଅାହତ। ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଘଟିଛି ଏହି ଘଟଣା। ଅଭିଯୋଗ ଅନୁସାରେ ସହରର ପଢୁଆଁପଦା ବିଦ୍ୟୁତ୍ ମାର୍ଗର ମାନସ ରଂଜନ ମହାନ୍ତି ମେଡ଼ିକାଲର ମେଡ଼ିସିନ ୱାର୍ଡରେ ଚିକିତ୍ସିତ ହେଉଥିଲେ। ତେବେ ତାଙ୍କ ମୁହଁରେ ଲାଗିଥିବା ବିଦ୍ୟୁତ୍ ଅକ୍ସିଜେନ ବଦଳାଇ ସିଲିଣ୍ଡର ଅକ୍ସିଜେନ ଲଗାଇବା ବେଳେ ସିଲିଣ୍ଡର ଫାଟିଯାଇଥିଲା। ଏଥିରେ ମାନସ ଅାହତ ହୋଇଥିଲେ । ସିଲିଣ୍ଡର ଫାଟିବା ଶବ୍ଦରେ କର୍ମଚାରୀମାନେ ଭୟଭୀତ ହୋଇ ବାହାରକୁ ପଳାଇ ଯାଇଥିଲେ […]
ନୂଆଦିଲ୍ଲୀ: ଆଜି ଭାରତୀୟ ଜନତା ପାର୍ଟି ୧୨ ସୂତ୍ରୀ ସଂକଳ୍ପ ପତ୍ର ପ୍ରକାଶ କରିଛି। ଦିଲ୍ଲୀର ବିଜେପି ମୁଖ୍ୟାଳୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହଙ୍କ ଉପସ୍ଥିତିରେ ସଂକଳ୍ପ ପତ୍ର ଉନ୍ମୋଚିତ ହୋଇଛି। ସଂକଳ୍ପ ପତ୍ରରେ ଆତଙ୍କବାଦ ପ୍ରତି ଜିରୋ ଟଲେରାନ୍ସ କଥା କୁହାଯାଇଛି। ଭାରତକୁ ଅନୁପ୍ରବେଶରେ ସଂପୂର୍ଣ୍ଣ ରୋକ୍ ଲାଗିବ ବୋଲି ବିଜେପି ସଂକଳ୍ପ ପତ୍ରରେ ଘୋଷଣା କରିଛି। ଏହାସହ ସିଟିଜେନସିପ୍ ବିଲ୍ ପାସ୍ ଓ ଲାଗୁ କରିବା, ଦେଶର […]
ନୂଆଦିଲ୍ଲୀ : ମାଲାୟଲମ୍ ଅଭିନେତ୍ରୀ ପ୍ରିୟା ପ୍ରକାଶଙ୍କୁ ଅାଶ୍ୱସ୍ତି । ନିଜ ଅାଖିମରା ଭିଡିଓକୁ ନେଇ ଚର୍ଚ୍ଚାରେ ଥିବା ପ୍ରିୟାଙ୍କୁ ସୁପ୍ରିମକୋର୍ଟରୁ ମିଳିଛି ଅାଶ୍ୱସ୍ତି । ପ୍ରିୟାଙ୍କ ଅାଖିମରା ଗୀତକୁ ନେଇ ହୋଇଥିବା ସମସ୍ତ ମାମଲାକୁ ଖାରଜ କରିଛନ୍ତି ସବୋର୍ଚ୍ଚ ଅଦାଲତ। ପ୍ରଧାନ ବିଚାରପତି ଜଷ୍ଟିସ ଦୀପକ ମିଶ୍ରଙ୍କ ଅଧ୍ୟକ୍ଷତାରେ ବେଞ୍ଚ ମାମଲାର ଶୁଣାଣି କରି ଅାବେଦନକାରୀଙ୍କୁ କଡା ଭର୍ତ୍ସନା କରିଛନ୍ତି। କେଉଁ ଅାଧାରରେ ଏପରି ମାମଲା ରୁଜୁ ହୋଇଥିଲା ସେ ନେଇ ପ୍ରଶ୍ନ କରିଛନ୍ତି ଜଷ୍ଟିସ […]
ନୂଆଦିଲ୍ଲୀ/ଭୁବନେଶ୍ୱର: ବ୍ୟାଙ୍କ୍ ବନ୍ଦ ହେବା ଖବର ନେଇ ଗତ କିଛିଦିନ ହେଲା ସୋଶାଲ୍ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଛୁଟିଦିନ ଓ ବ୍ୟାଙ୍କ୍ କର୍ମଚାରୀଙ୍କ ଧାରଣା ଯୋଗୁଁ ସେପ୍ଟେମ୍ବର ମାସ ପ୍ରଥମ ସପ୍ତାହ ତଥା ୬ ଦିନ କାଳ ଦେଶର ବିଭିନ୍ନ ସ୍ଥାନରେ ବ୍ୟାଙ୍କ୍ ବନ୍ଦ ରହିବ ବୋଲି ସୋଶାଲ୍ ମିଡିଆରେ ଚର୍ଚ୍ଚା ଚାଲିଛି। ଏପରିକି ଏସମ୍ପର୍କିତ ଖବରକୁ ନେଇ ସୋଶାଲ୍ ମିଡିଆରେ ଏକ ମେସେଜ୍ ମଧ୍ୟ ଘୁରି ବୁଲୁଛି। ଖାଲି ସେତିକି ନୁହେଁ ବ୍ୟାଙ୍କ୍ ବନ୍ଦ […]
ଭୁବନେଶ୍ୱର: ଆସନ୍ତା ସେପ୍ଟେମ୍ବର ୨୨ରେ ଉଦ୍ଘାଟନ ହେବ ଝାରସୁଗୁଡ଼ା ବିମାନ ବନ୍ଦର। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିମାନ ବନ୍ଦରର ଉଦ୍ଘାଟନ କରିବେ। ବିମାନବନ୍ଦରର ସମୀକ୍ଷା କରିବା ପରେ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ ଏହି ସୂଚନା ଦେଇଛନ୍ତି। ଆଜି ସକାଳେ କେନ୍ଦ୍ରମନ୍ତ୍ରୀ ଝାରସୁଗୁଡ଼ା ବିମାନ ବନ୍ଦର ପରିଦର୍ଶନରେ ଯାଇଥିଲେ । ଝାରସୁଗୁଡା ବିମାନବନ୍ଦରକୁ 4-C Category ଲାଇସେନ୍ସ ମିଳି ସାରିଥିବା ବେଳେ ଏଠାରୁ Airbus-320 ଓ Boeing 747 ବିମାନ ସେବା ଉପଲ୍ଲବ୍ଧ ହେବ। ଦେଶର ବିଭିନ୍ନ ସହରକୁ […]
ଶ୍ରୀନଗର: ଆତଙ୍କବାଦୀଙ୍କ ଟାର୍ଗେଟ୍ରେ ପୁଲିସ୍ ଅଫିସରଙ୍କ ପରିବାର। ଗତକାଲି ସନ୍ଧ୍ୟାରେ ଦକ୍ଷିଣ କାଶ୍ମୀରର ବିଭିନ୍ନ ଅଞ୍ଚଳରୁ ଆତଙ୍କବାଦୀମାନେ ପୁଲିସ୍ କର୍ମଚାରୀଙ୍କ ପରିବାରର ୫ଜଣ ସଦସ୍ୟଙ୍କୁ ଅପହରଣ କରି ନେଇଥିବା ସୂଚନା ମିଳିଛି। ସୂଚନା ଅନୁସାରେ, ଆତଙ୍କବାଦୀମାନେ ପୁଲୱାମା, ଅନନ୍ତନାଗ ଓ କୁଲ୍ଗାମ୍ ଜିଲ୍ଲାରେ ରହୁଥିବା ପୁଲିସ୍ କର୍ମଚାରୀଙ୍କ ଘର ଭିତରକୁ ପ୍ରବେଶ କରି ସେମାନଙ୍କ ପରିବାର ଲୋକଙ୍କୁ ଅପହରଣ କରିଥିଲେ। ଅପହରଣ ହୋଇଥିବା ପରିବାର ଲୋକଙ୍କ ମଧ୍ୟରେ ଜଣେ ପୁଲିସ୍ ଅଫିସରଙ୍କ ଭାଇ ଓ ଅନ୍ୟ ଜଣେ […]
ଜୟପୁର: ଭାରସାମ୍ୟ ହରାଇ ଗଛରେ ପିଟି ହେଲା କାର୍। କୋରାପୁଟ ଜିଲ୍ଲା ବୈପାରୀଗୁଡ଼ା ଥାନା ଅନ୍ତର୍ଗତ ଟାପଜରି ନିକଟରେ ଏହି ଅଘଟଣ ଘଟିଛି। ଦୁର୍ଘଟଣାରେ ୨ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଜଣେ ଆହତ ହୋଇଛନ୍ତି। ମୃତକ ପୁରୀ ଜିଲ୍ଲା କାକଟପୁରର ଚୈତନ୍ୟ ପ୍ରସାଦ ମହାନ୍ତି ତାଙ୍କ ପତ୍ନୀ। ସେମାନଙ୍କ ପୁଅକୁ ଗୁରୁତର ଅବସ୍ଥାରେ କୋରାପୁଟ ସହିଦ୍ ଲକ୍ଷ୍ମଣ ନାୟକ ମେଡିକାଲରେ ଭର୍ତ୍ତି କରାଯାଇଛି। ଗତକାଲି ବିଳମ୍ବିତ ରାତିରେ ଏହି ଦୁର୍ଘଟଣା ଘଟିଛି। ଗାଡ଼ିରେ ୫ ଜଣ […]