ଭୁବନେଶ୍ୱର: ଝଡ଼ତୋଫାନ ଓ ବଜ୍ରପାତ ନେଇ ୨୧ଟି ଜିଲ୍ଲାକୁ ସତର୍କ ସୂଚନା। ଗଞ୍ଜାମ, ବାଲେଶ୍ୱର, ଭଦ୍ରକ, ମୟୂରଭଞ୍ଜ, କେନ୍ଦୁଝର, ଢେଙ୍କାନାଳ,ଯାଜପୁର, ପୁରୀ, ଖୋର୍ଦ୍ଧା, କଟକ, ନୟାଗଡ଼, ଦେବଗଡ଼, ଅନୁଗୁଳ,ଜଗତସିଂହପୁର, କନ୍ଧମାଳ, ବୌଦ୍ଧ, ସୋନପୁର, ସମ୍ବଲପୁର,ଝାରସୁଗୁଡ଼ା, ସୁନ୍ଦରଗଡ଼ ଓ କେନ୍ଦ୍ରାପଡ଼ା ଜିଲ୍ଲାବାସୀଙ୍କୁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି। ଆଜି ଦିନ ୧୧ଟା ୩୦ ପର୍ଯ୍ୟନ୍ତ ସତର୍କ ରହିବାକୁ ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ଏ ସମୟରେ ଘରୁ ନ ବାହାରିବାକୁ ଲୋକଙ୍କୁ ପରାମର୍ଶ […]
ଯାଜପୁର: ଲଗାଣ ବର୍ଷା ଯୋଗୁ ଯାଜପୁର ଉପକାରାଗାରର ପାଚେରି ଭୁଶୁଡ଼ି ପଡ଼ିଛି। ଗତକାଲି ବିଳମ୍ବିତ ରାତିରେ ଉପକାରାଗାର ବାହାର ପାଚେରି ଭୁଶୁଡ଼ି ପଡ଼ିଥିଲା। ତେବେ ଏହି ଦୁର୍ଘଟଣାରୁ କଏଦୀମାନେ ଓ ଉପକାରାଗାରର ଷ୍ଟାଫ୍ମାନେ ଅଳ୍ପକେ ବର୍ତ୍ତିଯାଇଛନ୍ତି। କେହି କଏଦୀ ଆହତ ହୋଇ ନ ଥିବା ଜଣାପଡ଼ିଛି। ଭୁଶୁଡ଼ି ପଡ଼ିଥିବା ପାଚେରିଟି ବହୁ ବର୍ଷ ପୁରୁଣା ବୋଲି ଜଣାପଡ଼ିଛି।
ଭୁବନେଶ୍ୱର: ଆଗାମୀ ସାଧାରଣ ନିର୍ବାଚନ ପାଇଁ ଆଜିଠୁ ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟା ଆରମ୍ଭ ହେବ। ଅକ୍ଟୋବର ୩୧ ପର୍ଯ୍ୟନ୍ତ ଏହି ପ୍ରକ୍ରିୟା ଚାଲିବ। ଜାନୁୟାରୀ ୪ରେ ଚୂଡାନ୍ତ ଭୋଟର ତାଲିକା ପ୍ରକାଶ ପାଇବ। ୧.୧.୨୦୧୯ ସୁଦ୍ଧା ଯେଉଁମାନଙ୍କ ବୟସ ୧୮ ବର୍ଷ ହେଉଥିବ, ସେମାନେ ଭୋଟର ଲିଷ୍ଟ୍ରେ ନିଜ ନାଁ ପଞ୍ଜୀକରଣ କରିପାରିବେ। ସେହିପରି ରାଜନୈତିକ ଦଳମାନେ ବୁଥ୍ ଲେଭେଲ୍ ଏଜେଣ୍ଟ୍ ନିଯୁକ୍ତ କରିବାକୁ ମୁଖ୍ୟ ନିର୍ବାଚନ ଅଧିକାରୀ(ସିଇଓ)ଙ୍କ ପକ୍ଷରୁ କୁହାଯାଇଛି।
ନୂଆଦିଲ୍ଲୀ: ସୁପ୍ରିମକୋର୍ଟରେ ଶ୍ରୀମନ୍ଦିର ସଂସ୍କାର ମାମଲାର ଶୁଣାଣି ହୋଇଛି। ଗତବର୍ଷ ଆନ୍ଦୋଳନ ବେଳେ ହୋଇଥିବା ହିଂସାକାଣ୍ଡରେ ଶ୍ରୀମନ୍ଦିର ସମ୍ପତ୍ତି ଭଙ୍ଗାରୁଜା ନେଇ ସର୍ବୋଚ୍ଚ ଅଦାଲତ ନୋଟିସ୍ ଜାରି କରିଛନ୍ତି। ଜଗନ୍ନାଥ ସେନା ଓ ଅନ୍ୟ କିଛି ସଂଗଠନ ପକ୍ଷରୁ ଆନ୍ଦୋଳନ ବେଳେ ହୋଇଥିବା ସଂପତ୍ତି ନଷ୍ଟ ନେଇ ସୁପ୍ରିମକୋର୍ଟ ନୋଟିସ୍ ଜାରି କରିଛନ୍ତି। ପୂର୍ବରୁ ଶ୍ରୀମନ୍ଦିର ସଂସ୍କାର ନେଇ ଆମିକସ କ୍ୟୁରି ଜଷ୍ଟିସ୍ ରଂଜିତ୍ କୁମାର ରିପୋର୍ଟ ଦାଖଲ କରିଥିଲେ। ଏଥିରେ ହିଂସାକାଣ୍ଡ ଭିଆଇଥିବା ଲୋକଙ୍କ ଠାରୁ […]
ଶ୍ରୀନଗର: ଆତଙ୍କବାଦୀଙ୍କ ଟାର୍ଗେଟ୍ରେ ପୁଲିସ ଅଧିକାରୀଙ୍କ ପରିବାର ଲୋକ। କାଶ୍ମୀର ଉପତ୍ୟକାର ୯ ଜଣ ପୁଲିସ କର୍ମଚାରୀଙ୍କ ଘରୁ ଆତ୍ମୀୟଙ୍କୁ ଉଠାଇନେଇଛନ୍ତି ଏହି ରକ୍ତ ପିପାଶୁ। ଗତ ତିନି ଦିନ ଭିତରେ ଏମାନଙ୍କ ପରିବାରର ୧୧ ଜଣ ସଦସ୍ୟକୁ ଅପହରଣ କରିନିଅାଯାଇଛି। କେବଳ ଗତକାଲି ରାତିରେ ସାତ ଜଣଙ୍କୁ ଅପହରଣ କରିଛନ୍ତି ଅାତଙ୍କୀ। ସୋପିଅାନ୍, କୁଲଗାମ, ଅନନ୍ତନାଗ ଏବଂ ଅୱନ୍ତିପୁରାରୁ ଯୋଜନାବଦ୍ଧ ଭାବେ ଏହି ଅପହରଣ କରାଯାଇଛି। ଗତ କିଛି ମାସ ହେବ କାଶ୍ମୀର ଉପତ୍ୟକାରେ ଅାତଙ୍କବାଦୀଙ୍କ […]
ବାଲେଶ୍ୱର : ଅକ୍ସିଜେନ ସିଲିଣ୍ଡର ଫାଟି ରୋଗୀ ଅାହତ। ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଘଟିଛି ଏହି ଘଟଣା। ଅଭିଯୋଗ ଅନୁସାରେ ସହରର ପଢୁଆଁପଦା ବିଦ୍ୟୁତ୍ ମାର୍ଗର ମାନସ ରଂଜନ ମହାନ୍ତି ମେଡ଼ିକାଲର ମେଡ଼ିସିନ ୱାର୍ଡରେ ଚିକିତ୍ସିତ ହେଉଥିଲେ। ତେବେ ତାଙ୍କ ମୁହଁରେ ଲାଗିଥିବା ବିଦ୍ୟୁତ୍ ଅକ୍ସିଜେନ ବଦଳାଇ ସିଲିଣ୍ଡର ଅକ୍ସିଜେନ ଲଗାଇବା ବେଳେ ସିଲିଣ୍ଡର ଫାଟିଯାଇଥିଲା। ଏଥିରେ ମାନସ ଅାହତ ହୋଇଥିଲେ । ସିଲିଣ୍ଡର ଫାଟିବା ଶବ୍ଦରେ କର୍ମଚାରୀମାନେ ଭୟଭୀତ ହୋଇ ବାହାରକୁ ପଳାଇ ଯାଇଥିଲେ […]
ନୂଆଦିଲ୍ଲୀ: ଆଜି ଭାରତୀୟ ଜନତା ପାର୍ଟି ୧୨ ସୂତ୍ରୀ ସଂକଳ୍ପ ପତ୍ର ପ୍ରକାଶ କରିଛି। ଦିଲ୍ଲୀର ବିଜେପି ମୁଖ୍ୟାଳୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହଙ୍କ ଉପସ୍ଥିତିରେ ସଂକଳ୍ପ ପତ୍ର ଉନ୍ମୋଚିତ ହୋଇଛି। ସଂକଳ୍ପ ପତ୍ରରେ ଆତଙ୍କବାଦ ପ୍ରତି ଜିରୋ ଟଲେରାନ୍ସ କଥା କୁହାଯାଇଛି। ଭାରତକୁ ଅନୁପ୍ରବେଶରେ ସଂପୂର୍ଣ୍ଣ ରୋକ୍ ଲାଗିବ ବୋଲି ବିଜେପି ସଂକଳ୍ପ ପତ୍ରରେ ଘୋଷଣା କରିଛି। ଏହାସହ ସିଟିଜେନସିପ୍ ବିଲ୍ ପାସ୍ ଓ ଲାଗୁ କରିବା, ଦେଶର […]