ଭୁବନେଶ୍ୱର: ଯିଏ ପରଦାରେ ଖାମୋସ୍ କହିଦେଲେ, ଚୁପ୍ ହୋଇ ଯାଉଥିଲେ ସମସ୍ତେ। ହେଲେ ଏବେ ପରାଜୟ ତାଙ୍କୁ ଖାମୋସ କରିଦେଇଛି। ବିହାରର ପାଟଣା ସାହିବ ଲୋକସଭା ଆସନରୁ କଂଗ୍ରେସ ଟିକେଟରୁ ଲୋକସଭାକୁ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ଶତ୍ରୁଘ୍ନ ସିହ୍ନା ଶେଷରେ ପରାଜୟର ସମ୍ମୁଖୀନ ହୋଇଛନ୍ତି। ଏଥର ଜିତିଥିଲେ ହାଟ୍ରିକ ମାରିଥାନ୍ତେ ଏହି ବିହାରୀ ବାବୁ। କିନ୍ତୁ ତାଙ୍କ ସବୁ ଆଶା ଧୂଳିସାତ କରିଦେଲେ ଭାରତୀୟ ଜନତା ପାର୍ଟି ଟିକେଟରୁ ଛିଡା ହୋଇଥିବା ରବିଶଙ୍କର । ନିଜ ପରାଜୟକୁ ସ୍ୱୀକାର […]
ନୂଆଦିଲ୍ଲୀ: ଦେଶର ନିର୍ବାଚନ ଇତିହାସରେ ପ୍ରଥମଥର ପାଇଁ ଏକ ବିରଳ ଘଟଣା ଘଟିଛି। ଗାନ୍ଧି ପରିବାରର ଗଡ଼ କୁହାଯାଉଥିବା ଉତ୍ତର ପ୍ରଦେଶର ଆମେଠି ଆସନରୁ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ଆଗୁଆ ପରାଜୟ ସ୍ୱୀକାର କରିଛନ୍ତି। ଏହି ଆସନରେ ରାହୁଲଙ୍କ ମୁକାବିଲା ବିଜେପି ନେତ୍ରୀ ତଥା କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀଙ୍କ ସହ ହେଉଥିଲା। ବର୍ତ୍ତମାନର ଟ୍ରେଣ୍ଡ ଅନୁସାରେ ସ୍ମୃତି ଇରାନୀ ୩୦,୩୦୦ ଭୋଟ୍ରେ ରାହୁଲଙ୍କ ଠାରୁ ଆଗରେ ରହିଛନ୍ତି। ଆହୁରି ୩ ଲକ୍ଷ ଭୋଟ୍ ଗଣତି ହେବାକୁ […]
ନୂଆଦିଲ୍ଲୀ: ପୁଣିଥରେ ଦେଶରେ ବିଜେପି ସରକାର ଗଠନ କରିବ। ଅର୍ଥାତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା ୫ ବର୍ଷ ପାଇଁ ପୁଣିଥରେ କ୍ଷମତା ଦଖଲ କରିବେ। ଚୂଡ଼ାନ୍ତ ଫଳଫଳ ଆସିବା ପୂର୍ବରୁ ବିଭିନ୍ନ ଦେଶର ପ୍ରଧାନମନ୍ତ୍ରୀ ଓ ରାଷ୍ଟ୍ରପତି ଟ୍ୱିଟ୍ ଏବଂ ଚିଠି ଲେଖି ମୋଦିଙ୍କୁ ଶୁଭେଚ୍ଛା ଜଣାଇବାରେ ବ୍ୟସ୍ତ ରହିଛନ୍ତି। ଏହି କ୍ରମରେ ଭାରତର ପଡ଼ୋଶୀ ରାଷ୍ଟ୍ର ପାକିସ୍ତାନର ପ୍ରଧାନମନ୍ତ୍ରୀ ମଧ୍ୟ ମୋଦିଙ୍କ ଏହି ବିଶାଳ ବିଜୟ ପାଇଁ ଶୁଭେଚ୍ଛା ଜଣାଇଛନ୍ତି। ପୁଲୱାମା ଓ ବାଲାକୋଟ୍ […]
ବାରାଣସୀ: ଯାହା ଆଶା କରାଯାଉଥିଲା ସେଇଆ ହିଁ ହେଲା। ଉତ୍ତର ପ୍ରଦେଶର ବାରାଣାସୀରୁ ଦ୍ୱିତୀୟ ଥର ପାଇଁ ପ୍ରାର୍ଥୀ ହୋଇଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୩.୮୫ ଲକ୍ଷ ଅଧିକ ଭୋଟ୍ରେ ବିଜୟୀ ହୋଇଛନ୍ତି। ତାଙ୍କ ବିରୋଧରେ ସପା-ବିଏସ୍ପି ମେଣ୍ଟ ପକ୍ଷରୁ ଶାଳିନୀ ଯାଦବଙ୍କୁ ପ୍ରାର୍ଥୀ କରାଯାଇଥିଲା। ସେହିପରି କଂଗ୍ରେସ ୨୦୧୪ ପରି ୨୦୧୯ରେ ମଧ୍ୟ ଅଜିତ ରାୟଙ୍କ ଉପରେ ଭରସା କରିଥିଲା। ହେଲେ ମୋଦି ସମସ୍ତଙ୍କୁ ପଛରେ ପକାଇ ଦେଇଛନ୍ତି। ଗତଥର ମୋଦିଙ୍କ ବିରୋଧରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ […]
ବାରାଣସୀ: ଯାହା ଆଶା କରାଯାଉଥିଲା ସେଇଆ ହିଁ ହେଲା। ଉତ୍ତର ପ୍ରଦେଶରୁ ଦ୍ୱିତୀୟ ଥର ପାଇଁ ପ୍ରାର୍ଥୀ ହୋଇଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୃହତ ୩.୮୫ ଲକ୍ଷ ଭୋଟ୍ରେ ବିଜୟୀ ହୋଇଛନ୍ତି। ତାଙ୍କ ବିରୋଧରେ ସପା-ବିଏସ୍ପି ମେଣ୍ଟ ପକ୍ଷରୁ ଶାଳିନୀ ଯାଦବଙ୍କୁ ପ୍ରାର୍ଥୀ କରାଯାଇଥିଲା। ସେହିପରି କଂଗ୍ରେସ ୨୦୧୪ ପରି ୨୦୧୯ରେ ମଧ୍ୟ ଅଜିତ ରାୟଙ୍କ ଉପରେ ଭରସା କରିଥିଲା। ହେଲେ ମୋଦି ସମସ୍ତଙ୍କୁ ପଛରେ ପକାଇ ଦେଇଛନ୍ତି। ଗତଥର ମୋଦିଙ୍କ ବିରୋଧରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ […]
ନୂଆଦିଲ୍ଲୀ:୧୯୮୪ ନିର୍ବାଚନରେ ରେକର୍ଡ କରିଥିଲା କଂଗ୍ରେସ । ସର୍ବାଧିକ ୪୦୦ ଲୋକସଭା ଆସନରେ ଜିତି କଂଗ୍ରେସ କ୍ଷମତାକୁ ଆସିଥିଲା। ଇନ୍ଦିରା ଗାନ୍ଧିଙ୍କ ମୃତ୍ୟୁ ପରେ ଦେଶରେ ଲୋକସଭା ନିର୍ବାଚନ ହୋଇଥିଲା। ଆଉ ସେଥିରେ ରାଜୀବ ଗାନ୍ଧିଙ୍କ ନେତୃତ୍ୱରେ କଂଗ୍ରେସ ଅଭୂତପୂର୍ବ ସଫଳତା ହାସଲ କରିଥିଲା। ୨୦୧୯ ନିର୍ବାଚନରେ ପୁଣି ଥରେ ସେହି ରେକର୍ଡର ପୁନରାବୃତ୍ତି ହେବାକୁ ଯାଉଛି। ୨୦୧୪ରେ ପ୍ରଥମ ଥର ପାଇଁ ବିଜେପି ପୂର୍ଣ୍ଣ ବହୁମତ ପାଇ କ୍ଷମତାକୁ ଆସିଥିଲା। ବିଜେପି ସେତେବେଳେ ୨୮୨ ସିଟ୍ରେ […]
ମୁମ୍ବାଇ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କଟ୍ଟର ବିରୋଧୀ ଏବଂ ଏ ବିଷୟରେ ସୋଶାଲ ମିଡିଆରେ ବୟାନ ରଖିଆସିଥିବା ଅଭିନେତ୍ରୀ ସ୍ୱରା ଭାସ୍କର ପ୍ରଚାର କରିଥିବା ସମସ୍ତ ୪ ଜଣ ପ୍ରାର୍ଥୀ ପରାଜୟ ବରଣ କରିପାରନ୍ତି। ବିଶେଷ କରି ଏହି ଲୋକସଭା ନିର୍ବାଚନରେ ତାଙ୍କର ମୋଦି ବିରୋଧୀ ସ୍ୱର ବେଶ ଶାଣିତ ହୋଇଥିଲା। ସେ ସିପିଆଇ ପ୍ରାର୍ଥୀ କହ୍ନେୟା କୁମାରଙ୍କ ପାଇଁ ପ୍ରଚାର କରିବାକୁ ବେଗୁସରାଇ ମଧ୍ୟ ଯାଇଥିଲେ। ସେ ଏହି ନିର୍ବାଚନମଣ୍ଡଳୀରେ ପ୍ରଚାର ସମୟରେ, “ଜୟ ହିନ୍ଦ, […]
ଭୁବନେଶ୍ୱର: ସାଧାରଣ ନିର୍ବାଚନ ପାଇଁ ସାରା ଦେଶରେ ଆଜି ଗଣତି ଚାଲିଛି। ତେବେ ଆମେଠିରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ପଛରେ ଚାଲିଥିବା ବେଳେ ବିଜେପି ନେତ୍ରୀ ସ୍ମୃତି ଇରାନୀ ଆଗରେ ଚାଲିଛନ୍ତି। ତେବେ କେରଳର ୱାଇନାଡ଼ ଆସନରେ ରାହୁଲ ଆଗରେ ଅଛନ୍ତି। ଗୁଜରାଟର ଗାନ୍ଧିନଗର ଆସନରେ ବିଜେପି ଅଧ୍ୟକ୍ଷ ଅମିତ ଶାହ ଆଗରେ ଚାଲିଥିବା ବେଳେ ଉତ୍ତର ପ୍ରଦେଶର ରାଏବରେଲୀ ଆସନରେ ସୋନିଆ ଗାନ୍ଧି ଆଗରେ ଚାଲିଛନ୍ତି। ୫୪୨ଟି ଲୋକସଭା ଆସନରୁ ଏ ଖବର ଲେଖାଯିବା […]
ଲଣ୍ଡନ: ଛୋଟ ହେଉ ବି ବଡ଼, ଜୀବନରେ ଚାକିରି ଖଣ୍ଡେ କରିବାକୁ ପ୍ରାୟ ସମସ୍ତଙ୍କର ଇଚ୍ଛା ଥାଏ। ଆଉ ଯଦି ଲଣ୍ଡନର ବକିଂହାମ୍ ରାଜପ୍ରାସାଦରେ ଚାକିରି କରିବାକୁ କୁହାଯାଏ, ତା’ହେଲେ ଆପଣ କ’ଣ ମନା କରିବେ? ତାହା ପୁଣି ମହାରାଣୀଙ୍କ ଏଲିଜାବେଥ୍ ଦ୍ୱିତୀୟଙ୍କ ନିକଟରେ। ଦରମା ବି କିଛି କମ୍ ନୁହେଁ। ଆମେ ଆପଣଙ୍କୁ ଗପ ଶୁଣାଉ ନାହୁଁ। ରାଜପ୍ରାସାଦରେ ଚାକିରି ଆବଶ୍ୟକ ବୋଲି ରୟାଲ ଫ୍ୟାମିଲି ତରଫରୁ ବିଜ୍ଞାପନ ଦିଆଯାଇଛି। ବିଜ୍ଞାପନ ବାହାର କରିଥିବା ୱେବସାଇଟ୍ […]
ନୂଆଦିଲ୍ଲୀ: ଆସନ୍ତାକାଲି ହେବାକୁ ଥିବା ଭୋଟ୍ ଗଣତି ପ୍ରକ୍ରିୟାରେ କୌଣସି ପରିବର୍ତ୍ତନ ହେବ ନାହିଁ। ୨୧ଟି ବିରୋଧୀ ଦଳ ଗତକାଲି କରିଥିବା ଆବେଦନକୁ ଖାରଜ କରି ଏହା ସ୍ପଷ୍ଟ କରିଛନ୍ତି ନିର୍ବାଚନ କମିଶନର। ଗଣତି ପୂର୍ବରୁ ଇଭିଏମ ସହିତ ଭିଭିପାଟ ମେଳ କରିବାପାଇଁ ଦାବି କରି ଗତକାଲି ବିରୋଧୀ ଦଳମାନେ ନିର୍ବାଚନ କମିଶନଙ୍କ ଦ୍ୱାରସ୍ଥ ହୋଇଥିଲେ। ନିର୍ବାଚନ କମିଶନର ଏହି ଆବେଦନକୁ ଖାରଜ କରିବା ସହ ପୂର୍ବ ନିର୍ଦ୍ଧାରିତ ପ୍ରକ୍ରିୟାରେ ଗଣତି ହେବ ବୋଲି ଆଜି ସ୍ପଷ୍ଟ […]
ଶ୍ରୀହରିକୋଟା : ମହାକାଶ ଗବେଷଣା ଓ ଜ୍ଞାନ କୌଶଳ ପ୍ରୟୋଗ କ୍ଷେତ୍ରରେ ଭାରତ ଆଉ ଏକ କୀର୍ତ୍ତୀମାନ ସ୍ଥାପନ କରିଛି। ଭାରତୀୟ ମହାକାଶ ଗବେଷଣା ପ୍ରତିଷ୍ଠାନ ଇସ୍ରୋ ସଫଳତାର ସହ ଉତ୍କ୍ଷେପଣ କରିଛି ସ୍ୱଦେଶୀ ଜ୍ଞାନ କୌଶଳ ଓ ଅତ୍ୟାଧୁନିକ ପ୍ରଯୁକ୍ତି ବିଦ୍ୟାର ପ୍ରୟୋଗରେ ନିର୍ମିତ RISAT-2B। ଆଜି ଆନ୍ଧ୍ର ପ୍ରଦେଶର ଶ୍ରୀହରିକୋଟା ସ୍ଥିତ ସତୀଶ ଧାଓ୍ୱନ ସ୍ପେସ୍ ସେଣ୍ଟରରୁ ଉତକ୍ଷେପଣ ହୋଇ କକ୍ଷପଥରେ ଅବସ୍ଥାପିତ ହୋଇଛି RISAT-2B । ସକାଳ ୫ଟା ୩୦ ମିନଟରେ ମହାକାଶ […]
ଭୁବନେଶ୍ୱର(ସଂଗ୍ରାମ ଦାସ ମହାପାତ୍ର) : ପ୍ରଖ୍ୟାତ ବୈଜ୍ଞାନିକ ଷ୍ଟିଫେନ୍ ହକିଙ୍ଗ୍ ୨୦୧୭ ମସିହାରେ ନିଜର ଏକ ଅଭିଭାଷଣରେ କହିଥିଲେ ଯେ, ପୃଥିବୀ ପାଖରେ ଆଉ ୬୦୦ ବର୍ଷରୁ ବି କମ୍ ସମୟ ରହିଛି । ଜନସଂଖ୍ୟା ବିସ୍ଫୋରଣ ଓ ଶକ୍ତି ଉତ୍ସଗୁଡ଼ିକର ମାତ୍ରାଧିକ ବିନିଯୋଗ କାରଣରୁ ୨୬୦୦ ମସିହା ବେଳକୁ ପୃଥିବୀ ଏକ ନିଆଁ ପିଣ୍ଡୁଳାରେ ପରିଣତ ହେବ । ତେଣୁ ମାନବଜାତିକୁ ବିଲୁପ୍ତ ହେବାରୁ ରକ୍ଷା କରିବା ପାଇଁ ଆମକୁ ଏହି ୬୦୦ ବର୍ଷ ଭିତରେ […]