ସୁରତ: ଗୁଜରାଟ ସୁରତର ଏକ କୋଚିଂ ସେଣ୍ଟରରେ ଗତକାଲି ଘଟିଥିବା ଭୟାବହ ଅଗ୍ନିକାଣ୍ଡରେ ମୃତ୍ୟୁସଂଖ୍ୟା ୨୩କୁ ବୃଦ୍ଧି ପାଇଛି। ଏଥିରେ ପ୍ରାୟ ୨୦ଜଣ ଆହତ ହୋଇଛନ୍ତି। ଏବେ ବି ତିନିଜଣ ନିଖୋଜ ଥିବା ସୂଚନା ମିଳିଛି। ଏହି ଘଟଣାରେ ପୁଲିସ୍ ୩ଜଣଙ୍କ ନାଁରେ ଏତଲା ଦେଇଛି। ସେମାନଙ୍କ ମଧ୍ୟରେ ବିଲଡିଂର ମାଲିକ ଓ କୋଚିଂ ସେଣ୍ଟର ମାଲିକ ଅଛନ୍ତି। ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ, ସର୍ଟ ସର୍କିଟ ଯୋଗୁ କୋଚିଂ ସେଣ୍ଟରରେ ନିଆଁ ଲାଗିଥିଲା। ଫାୟାର ସେଫ୍ଟି ନେଇ ଉପଯୁକ୍ତ […]
ଭୁବନେଶ୍ୱର: ଗତ ୪ଟି ନିର୍ବାଚନରେ ଓଡ଼ିଶାରେ କ୍ରମାଗତ ଭାବେ ଅମାନତ ହରାଇଛି କଂଗ୍ରେସ। ୨୦୦୪ ସାଧାରଣ ନିର୍ବାଚନରେ ଦଳ ରାଜ୍ୟ ବିଧାନସଭାରେ ୩୮ଟି ସିଟ୍ ହାସଲ କରି ୩୪.୮୨ ପ୍ରତିଶତ ଭୋଟ୍ ସହ ଦ୍ୱିତୀୟ ସ୍ଥାନରେ ରହିଥିଲା । ତେବେ ଏହାର ଠିକ୍ ପାଞ୍ଚ ବର୍ଷ ପରେ ଦଳ ୧୧ଟି ସିଟ୍ ତଳକୁ ଖସି ଆସିଥିଲା। ୨୦୦୯ରେ ମାତ୍ର ୨୭ ଆସନ ସହ ୨୯.୧୦ ପ୍ରତିଶତ ଭୋଟ୍ରେ ସୀମିତ ଥିଲା କଂଗ୍ରେସ। ଏହାପରେ ୨୦୧୪ ନିର୍ବାଚନରେ ବି […]
ପାଟନା: ଇତିହାସରେ ପ୍ରଥମଥର ପାଇଁ କୌଣସି ଲୋକସଭା ନିର୍ବାଚନରେ ଲାଲୁ ପ୍ରସାଦ ଯାଦବଙ୍କ ଆରଜେଡି ଖାତା ଖୋଲିବାକୁ ଅକ୍ଷମ ହୋଇଛି। ଲାଲୁ ଗୋ-ଖାଦ୍ୟ ଦୁର୍ନୀତିରେ ଜେଲ୍ ଯିବା ପରେ ତାଙ୍କ ପୁଅ ତେଜସ୍ୱୀ ଯାଦବ ଆରଜେଡି ମୁଖ୍ୟ ହୋଇଛନ୍ତି। ତାଙ୍କରି ନେତୃତ୍ୱରେ ଦଳ ୧୭ତମ ଲୋକସଭା ନିର୍ବାଚନ ଲଢ଼ୁଥିଲା। ଏପରି କି ଦଳ ଏଥର କଂଗ୍ରେସ ସହ ମେଣ୍ଟ କରିଥିଲା। ମେଣ୍ଟର ସର୍ତ୍ତ ଅନୁଯାୟୀ ଆରଜେଡି ୨୦ଟି ଆସନରେ ପ୍ରାର୍ଥୀ ଦେଇଥିବା ବେଳେ ଗୋଟିଏ ହେଲେ ବି […]
ଭୁବନେଶ୍ୱର: ଉତ୍ତର ପ୍ରଦେଶର ସୁଲତାନପୁର ଲୋକସଭା ଆସନରେ ମାନେକା ଗାନ୍ଧି ବିଜୟୀ ହୋଇ ନିଜ ନାମରେ ଏକ ନୂଆ ରେକର୍ଡ କରିଛନ୍ତି। ଦେଶ ସ୍ୱାଧୀନ ହେଲା ଦିନରୁ ସୁଲତାନପୁର କେବେ ମହିଳା ପ୍ରାର୍ଥୀଙ୍କୁ ସଂସଦ ପଠାଇନଥିଲା। ହେଲେ ଚଳିତଥର ସୁଲତାନପୁରବାସୀ ଏହି ପରମ୍ପରାକୁ ବଦଳାଇ ମାନେକାଙ୍କୁ ସଂସଦ ପଠାଇଛନ୍ତି। ଏଥିସହ ତାଙ୍କର ଆଉ ଏକ ରେକର୍ଡ ହେଉଛି ଯେ ଦୀର୍ଘ ୩୫ ବର୍ଷ ପରେ ମାନେକା ସୁଲତାନପୁର ଆସନରେ ପ୍ରାର୍ଥୀ ହୋଇଥିଲେ। ୧୯୮୪ ମସିହାରେ ଅନ୍ତିମ ଥର […]
ଭୁବନେଶ୍ୱର: ଯିଏ ପରଦାରେ ଖାମୋସ୍ କହିଦେଲେ, ଚୁପ୍ ହୋଇ ଯାଉଥିଲେ ସମସ୍ତେ। ହେଲେ ଏବେ ପରାଜୟ ତାଙ୍କୁ ଖାମୋସ କରିଦେଇଛି। ବିହାରର ପାଟଣା ସାହିବ ଲୋକସଭା ଆସନରୁ କଂଗ୍ରେସ ଟିକେଟରୁ ଲୋକସଭାକୁ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ଶତ୍ରୁଘ୍ନ ସିହ୍ନା ଶେଷରେ ପରାଜୟର ସମ୍ମୁଖୀନ ହୋଇଛନ୍ତି। ଏଥର ଜିତିଥିଲେ ହାଟ୍ରିକ ମାରିଥାନ୍ତେ ଏହି ବିହାରୀ ବାବୁ। କିନ୍ତୁ ତାଙ୍କ ସବୁ ଆଶା ଧୂଳିସାତ କରିଦେଲେ ଭାରତୀୟ ଜନତା ପାର୍ଟି ଟିକେଟରୁ ଛିଡା ହୋଇଥିବା ରବିଶଙ୍କର । ନିଜ ପରାଜୟକୁ ସ୍ୱୀକାର […]
ନୂଆଦିଲ୍ଲୀ: ଦେଶର ନିର୍ବାଚନ ଇତିହାସରେ ପ୍ରଥମଥର ପାଇଁ ଏକ ବିରଳ ଘଟଣା ଘଟିଛି। ଗାନ୍ଧି ପରିବାରର ଗଡ଼ କୁହାଯାଉଥିବା ଉତ୍ତର ପ୍ରଦେଶର ଆମେଠି ଆସନରୁ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ଆଗୁଆ ପରାଜୟ ସ୍ୱୀକାର କରିଛନ୍ତି। ଏହି ଆସନରେ ରାହୁଲଙ୍କ ମୁକାବିଲା ବିଜେପି ନେତ୍ରୀ ତଥା କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀଙ୍କ ସହ ହେଉଥିଲା। ବର୍ତ୍ତମାନର ଟ୍ରେଣ୍ଡ ଅନୁସାରେ ସ୍ମୃତି ଇରାନୀ ୩୦,୩୦୦ ଭୋଟ୍ରେ ରାହୁଲଙ୍କ ଠାରୁ ଆଗରେ ରହିଛନ୍ତି। ଆହୁରି ୩ ଲକ୍ଷ ଭୋଟ୍ ଗଣତି ହେବାକୁ […]
ନୂଆଦିଲ୍ଲୀ: ପୁଣିଥରେ ଦେଶରେ ବିଜେପି ସରକାର ଗଠନ କରିବ। ଅର୍ଥାତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା ୫ ବର୍ଷ ପାଇଁ ପୁଣିଥରେ କ୍ଷମତା ଦଖଲ କରିବେ। ଚୂଡ଼ାନ୍ତ ଫଳଫଳ ଆସିବା ପୂର୍ବରୁ ବିଭିନ୍ନ ଦେଶର ପ୍ରଧାନମନ୍ତ୍ରୀ ଓ ରାଷ୍ଟ୍ରପତି ଟ୍ୱିଟ୍ ଏବଂ ଚିଠି ଲେଖି ମୋଦିଙ୍କୁ ଶୁଭେଚ୍ଛା ଜଣାଇବାରେ ବ୍ୟସ୍ତ ରହିଛନ୍ତି। ଏହି କ୍ରମରେ ଭାରତର ପଡ଼ୋଶୀ ରାଷ୍ଟ୍ର ପାକିସ୍ତାନର ପ୍ରଧାନମନ୍ତ୍ରୀ ମଧ୍ୟ ମୋଦିଙ୍କ ଏହି ବିଶାଳ ବିଜୟ ପାଇଁ ଶୁଭେଚ୍ଛା ଜଣାଇଛନ୍ତି। ପୁଲୱାମା ଓ ବାଲାକୋଟ୍ […]
ବାରାଣସୀ: ଯାହା ଆଶା କରାଯାଉଥିଲା ସେଇଆ ହିଁ ହେଲା। ଉତ୍ତର ପ୍ରଦେଶର ବାରାଣାସୀରୁ ଦ୍ୱିତୀୟ ଥର ପାଇଁ ପ୍ରାର୍ଥୀ ହୋଇଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୩.୮୫ ଲକ୍ଷ ଅଧିକ ଭୋଟ୍ରେ ବିଜୟୀ ହୋଇଛନ୍ତି। ତାଙ୍କ ବିରୋଧରେ ସପା-ବିଏସ୍ପି ମେଣ୍ଟ ପକ୍ଷରୁ ଶାଳିନୀ ଯାଦବଙ୍କୁ ପ୍ରାର୍ଥୀ କରାଯାଇଥିଲା। ସେହିପରି କଂଗ୍ରେସ ୨୦୧୪ ପରି ୨୦୧୯ରେ ମଧ୍ୟ ଅଜିତ ରାୟଙ୍କ ଉପରେ ଭରସା କରିଥିଲା। ହେଲେ ମୋଦି ସମସ୍ତଙ୍କୁ ପଛରେ ପକାଇ ଦେଇଛନ୍ତି। ଗତଥର ମୋଦିଙ୍କ ବିରୋଧରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ […]
ବାରାଣସୀ: ଯାହା ଆଶା କରାଯାଉଥିଲା ସେଇଆ ହିଁ ହେଲା। ଉତ୍ତର ପ୍ରଦେଶରୁ ଦ୍ୱିତୀୟ ଥର ପାଇଁ ପ୍ରାର୍ଥୀ ହୋଇଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୃହତ ୩.୮୫ ଲକ୍ଷ ଭୋଟ୍ରେ ବିଜୟୀ ହୋଇଛନ୍ତି। ତାଙ୍କ ବିରୋଧରେ ସପା-ବିଏସ୍ପି ମେଣ୍ଟ ପକ୍ଷରୁ ଶାଳିନୀ ଯାଦବଙ୍କୁ ପ୍ରାର୍ଥୀ କରାଯାଇଥିଲା। ସେହିପରି କଂଗ୍ରେସ ୨୦୧୪ ପରି ୨୦୧୯ରେ ମଧ୍ୟ ଅଜିତ ରାୟଙ୍କ ଉପରେ ଭରସା କରିଥିଲା। ହେଲେ ମୋଦି ସମସ୍ତଙ୍କୁ ପଛରେ ପକାଇ ଦେଇଛନ୍ତି। ଗତଥର ମୋଦିଙ୍କ ବିରୋଧରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ […]
ନୂଆଦିଲ୍ଲୀ:୧୯୮୪ ନିର୍ବାଚନରେ ରେକର୍ଡ କରିଥିଲା କଂଗ୍ରେସ । ସର୍ବାଧିକ ୪୦୦ ଲୋକସଭା ଆସନରେ ଜିତି କଂଗ୍ରେସ କ୍ଷମତାକୁ ଆସିଥିଲା। ଇନ୍ଦିରା ଗାନ୍ଧିଙ୍କ ମୃତ୍ୟୁ ପରେ ଦେଶରେ ଲୋକସଭା ନିର୍ବାଚନ ହୋଇଥିଲା। ଆଉ ସେଥିରେ ରାଜୀବ ଗାନ୍ଧିଙ୍କ ନେତୃତ୍ୱରେ କଂଗ୍ରେସ ଅଭୂତପୂର୍ବ ସଫଳତା ହାସଲ କରିଥିଲା। ୨୦୧୯ ନିର୍ବାଚନରେ ପୁଣି ଥରେ ସେହି ରେକର୍ଡର ପୁନରାବୃତ୍ତି ହେବାକୁ ଯାଉଛି। ୨୦୧୪ରେ ପ୍ରଥମ ଥର ପାଇଁ ବିଜେପି ପୂର୍ଣ୍ଣ ବହୁମତ ପାଇ କ୍ଷମତାକୁ ଆସିଥିଲା। ବିଜେପି ସେତେବେଳେ ୨୮୨ ସିଟ୍ରେ […]
ମୁମ୍ବାଇ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କଟ୍ଟର ବିରୋଧୀ ଏବଂ ଏ ବିଷୟରେ ସୋଶାଲ ମିଡିଆରେ ବୟାନ ରଖିଆସିଥିବା ଅଭିନେତ୍ରୀ ସ୍ୱରା ଭାସ୍କର ପ୍ରଚାର କରିଥିବା ସମସ୍ତ ୪ ଜଣ ପ୍ରାର୍ଥୀ ପରାଜୟ ବରଣ କରିପାରନ୍ତି। ବିଶେଷ କରି ଏହି ଲୋକସଭା ନିର୍ବାଚନରେ ତାଙ୍କର ମୋଦି ବିରୋଧୀ ସ୍ୱର ବେଶ ଶାଣିତ ହୋଇଥିଲା। ସେ ସିପିଆଇ ପ୍ରାର୍ଥୀ କହ୍ନେୟା କୁମାରଙ୍କ ପାଇଁ ପ୍ରଚାର କରିବାକୁ ବେଗୁସରାଇ ମଧ୍ୟ ଯାଇଥିଲେ। ସେ ଏହି ନିର୍ବାଚନମଣ୍ଡଳୀରେ ପ୍ରଚାର ସମୟରେ, “ଜୟ ହିନ୍ଦ, […]
ଭୁବନେଶ୍ୱର: ସାଧାରଣ ନିର୍ବାଚନ ପାଇଁ ସାରା ଦେଶରେ ଆଜି ଗଣତି ଚାଲିଛି। ତେବେ ଆମେଠିରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ପଛରେ ଚାଲିଥିବା ବେଳେ ବିଜେପି ନେତ୍ରୀ ସ୍ମୃତି ଇରାନୀ ଆଗରେ ଚାଲିଛନ୍ତି। ତେବେ କେରଳର ୱାଇନାଡ଼ ଆସନରେ ରାହୁଲ ଆଗରେ ଅଛନ୍ତି। ଗୁଜରାଟର ଗାନ୍ଧିନଗର ଆସନରେ ବିଜେପି ଅଧ୍ୟକ୍ଷ ଅମିତ ଶାହ ଆଗରେ ଚାଲିଥିବା ବେଳେ ଉତ୍ତର ପ୍ରଦେଶର ରାଏବରେଲୀ ଆସନରେ ସୋନିଆ ଗାନ୍ଧି ଆଗରେ ଚାଲିଛନ୍ତି। ୫୪୨ଟି ଲୋକସଭା ଆସନରୁ ଏ ଖବର ଲେଖାଯିବା […]
ଲଣ୍ଡନ: ଛୋଟ ହେଉ ବି ବଡ଼, ଜୀବନରେ ଚାକିରି ଖଣ୍ଡେ କରିବାକୁ ପ୍ରାୟ ସମସ୍ତଙ୍କର ଇଚ୍ଛା ଥାଏ। ଆଉ ଯଦି ଲଣ୍ଡନର ବକିଂହାମ୍ ରାଜପ୍ରାସାଦରେ ଚାକିରି କରିବାକୁ କୁହାଯାଏ, ତା’ହେଲେ ଆପଣ କ’ଣ ମନା କରିବେ? ତାହା ପୁଣି ମହାରାଣୀଙ୍କ ଏଲିଜାବେଥ୍ ଦ୍ୱିତୀୟଙ୍କ ନିକଟରେ। ଦରମା ବି କିଛି କମ୍ ନୁହେଁ। ଆମେ ଆପଣଙ୍କୁ ଗପ ଶୁଣାଉ ନାହୁଁ। ରାଜପ୍ରାସାଦରେ ଚାକିରି ଆବଶ୍ୟକ ବୋଲି ରୟାଲ ଫ୍ୟାମିଲି ତରଫରୁ ବିଜ୍ଞାପନ ଦିଆଯାଇଛି। ବିଜ୍ଞାପନ ବାହାର କରିଥିବା ୱେବସାଇଟ୍ […]
ନୂଆଦିଲ୍ଲୀ: ଆସନ୍ତାକାଲି ହେବାକୁ ଥିବା ଭୋଟ୍ ଗଣତି ପ୍ରକ୍ରିୟାରେ କୌଣସି ପରିବର୍ତ୍ତନ ହେବ ନାହିଁ। ୨୧ଟି ବିରୋଧୀ ଦଳ ଗତକାଲି କରିଥିବା ଆବେଦନକୁ ଖାରଜ କରି ଏହା ସ୍ପଷ୍ଟ କରିଛନ୍ତି ନିର୍ବାଚନ କମିଶନର। ଗଣତି ପୂର୍ବରୁ ଇଭିଏମ ସହିତ ଭିଭିପାଟ ମେଳ କରିବାପାଇଁ ଦାବି କରି ଗତକାଲି ବିରୋଧୀ ଦଳମାନେ ନିର୍ବାଚନ କମିଶନଙ୍କ ଦ୍ୱାରସ୍ଥ ହୋଇଥିଲେ। ନିର୍ବାଚନ କମିଶନର ଏହି ଆବେଦନକୁ ଖାରଜ କରିବା ସହ ପୂର୍ବ ନିର୍ଦ୍ଧାରିତ ପ୍ରକ୍ରିୟାରେ ଗଣତି ହେବ ବୋଲି ଆଜି ସ୍ପଷ୍ଟ […]