• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

National Updates

bhupesh
ମଧ୍ୟପ୍ରଦେଶ ପରେ ଛତିଶଗଡ଼ରେ କୃଷି ଋଣ ଛାଡ୍‌ ନେଇ ଘୋଷଣା

ରାୟପୁର: ୩ଟି ରାଜ୍ୟରେ ନିର୍ବାଚନ ଜିତି ସରକାର ଗଠନ ପରେ କଂଗ୍ରେସ ଏବେ ପ୍ରତିଶ୍ରୁତି ପାଳନରେ ଲାଗି ପଡ଼ିଛି। ପ୍ରଥମେ ମଧ୍ୟପ୍ରଦେଶରେ କୃଷି ଋଣ ଛାଡ୍‌ କରିବା ପରେ ଏବେ ଛତିଶଗଡ଼ରେ କୃଷି ଋଣ ଛାଡ୍‌ ନେଇ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲ୍‌ ସୋମବାର ଘୋଷଣା କରିଛନ୍ତି। କୃଷି ଋଣ ଛାଡ୍‌ ନେଇ ନିର୍ବାଚନ ପୂର୍ବରୁ କଂଗ୍ରେସ ଦେଇଥିବା ପ୍ରତିଶ୍ରୁତିକୁ ପାଳନ କରାଯିବ ବୋଲି ସେ କହିଛନ୍ତି। କୋଅପ୍‌ରେଟିଭ୍‌ ବ୍ୟାଙ୍କ୍‌ ଓ ଛତିଶଗଡ଼ ଗ୍ରାମୀଣ ବ୍ୟାଙ୍କ୍‌ର  ପ୍ରାୟ ୧୬ […]

  • Tuesday, 20 July 2021
kashmir
ଯବାନଙ୍କ ଉପରେ ଆତଙ୍କବାଦୀ ଆକ୍ରମଣ; ୩୦ ଯବାନ ସହିଦ

ଶ୍ରୀନଗର: ଜମ୍ମୁ ଓ କଶ୍ମୀରର ପୁଲଓ୍ୱାମା ଜିଲ୍ଲା ଅବନ୍ତିପୋରାରେ ଯବାନଙ୍କ ଉପରେ ଆକ୍ରମଣ କରିଛନ୍ତି ଆତଙ୍କବାଦୀ। ଆତଙ୍କବାଦୀଙ୍କ ବଡ଼ ଧରଣର ବିସ୍ଫୋରଣରେ ୩୦ ଜଣ ସିଆର୍‌ପିଏଫ୍ ଯବାନ ସହିଦ ହୋଇଛନ୍ତି। ଏହି ବିସ୍‌ଫୋରଣରେ ଅନେକ ଆହତ ହୋଇଛନ୍ତି। ଆହତଙ୍କୁ ଚିକିତ୍ସା ପାଇଁ ବ୍ୟବସ୍ଥା କରାଯାଇଛି। ଅପରାହ୍ନରେ ଜମ୍ମୁ-ଶ୍ରୀନଗର ଜାତୀୟ ରାଜପଥରେ ସିଆର୍ପିଏଫ୍ ଯବାନମାନେ ଯାଉଥିବାବେଳେ ଲେଥପୋରା ପାଖରେ ବିସ୍ଫୋରଣ ହୋଇଥିଲା। ଏଥିରେ ସିଆରପିଏଫ୍ ଯବାନ ଯାଉଥିବା ଗୋଟିଏ ଗାଡ଼ି ସଂପୂର୍ଣ୍ଣ ଧ୍ୱଂସ ହୋଇଯାଇଛି। ବିସ୍ଫୋରଣ ପରେ ଆତଙ୍କବାଦୀମାନେ […]

  • Tuesday, 20 July 2021
hospital
ମୁମ୍ବାଇ ଅନ୍ଧେରୀ ସ୍ଥିତ ESIC ହସ୍ପିଟାଲରେ ଭୟାବହ ଅଗ୍ନିକାଣ୍ଡ

ମୁମ୍ବାଇ: ମୁମ୍ବାଇର ଏକ ହସ୍ପିଟାଲରେ ଅଗ୍ନିକାଣ୍ଡ ଘଟି ୮ଜଣଙ୍କ ମୃତ୍ୟୁ ଘଟିଛି। ଗତକାଲି ଅନ୍ଧେରୀସ୍ଥିତ ESIC କାମଗର ହସ୍ପିଟାଲରେ ଏହି ଭୟାବହ ଅଗ୍ନିକାଣ୍ଡ ଘଟିଥିଲା। ଏଥିରେ ପୋଡି ହୋଇ ୬ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଆଜି ସକାଳେ ଆଉ ଜଣଙ୍କ ମୃତ୍ୟୁ ଘଟିଛି। ଫଳରେ ମୃତକଙ୍କ ସଂଖ୍ୟା ୮ରେ ପହଞ୍ଚିଛି। ମୃତକଙ୍କ ମଧ୍ୟରେ ଏକ ୬ ମାସର ଶିଶୁ ରହିଛି ବୋଲି ପୁଲିସ୍‌ କହିଛି। ଅଗ୍ନିକାଣ୍ଡରେ ୧୪୦ରୁ ଅଧିକ ଜଣଙ୍କୁ ଉଦ୍ଧାର କରାଯାଇଥିଲା। ଏଥିସହ ହସ୍ପିଟାଲରେ […]

  • Tuesday, 20 July 2021
KUMAR
କଂଗ୍ରେସ ନେତା ସଜ୍ଜନ କୁମାରଙ୍କୁ ଆଜୀବନ କାରାଦଣ୍ଡ

ନୂଆଦିଲ୍ଲୀ: ୧୯୮୪ ମସିହାରେ ଶିଖ୍‌ ବିରୋଧୀ ଦଙ୍ଗା ଘଟଣାରେ ଜଡ଼ିତ ଏକ ମାମଲାରେ କଂଗ୍ରେସ ନେତା ସଜ୍ଜନ କୁମାର ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ଦିଲ୍ଲୀ ହାଇକୋର୍ଟ ସଜ୍ଜନଙ୍କୁ ଦୋଷୀ ସାବ୍ୟସ୍ତ କରିବା ସହିତ ଆଜୀବନ କାରାଦଣ୍ଡାଦେଶ ଶୁଣାଇଛନ୍ତି। ଆଜି କୋର୍ଟ ଏହି ରାୟ ଶୁଣାଇଛନ୍ତି। ଏଥିସହ କୋର୍ଟ ସଜ୍ଜନଙ୍କୁ ଡିସେମ୍ବର ୩୧ ସୁଦ୍ଧା ଆତ୍ମସମର୍ପଣ ସହ ଦିଲ୍ଲୀ ଛାଡ଼ି ନଯିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଗତ ସପ୍ତାହରେ ୩ଟି ରାଜ୍ୟରେ କଂଗ୍ରେସର ବିଜୟ ପରେ ଆଜି ଶପଥପାଠ […]

  • Tuesday, 20 July 2021
gujjar
୬ ଦିନର ଆନ୍ଦୋଳନ ପରେ ମିଳିଲା ସଂରକ୍ଷଣ

ଜୟପୁର: ୬ ଦିନର ଆନ୍ଦୋଳନ ପରେ ମିଳିଲା ସଂରକ୍ଷଣ। ରାଜସ୍ଥାନର ଗୁଜ୍ଜର୍ ସମ୍ପଦ୍ରାୟଙ୍କୁ ମିଳିଛି ୫ ପ୍ରତିଶତ ସଂରକ୍ଷଣ। ଆଜି ଏନେଇ ଆଗତ ଗୁଜ୍ଜର୍ ସଂରକ୍ଷଣ ବିଲ୍‌କୁ ବିଧିବଦ୍ଧ ଭାବେ ରାଜସ୍ଥାନ ବିଧାନସଭାରେ ମଞ୍ଜୁରୀ ମିଳିଛି। ଏଣିକି ଶିକ୍ଷା, ନିଯୁକ୍ତି ଓ ବିଭିନ୍ନ ସରକାରୀ ଯୋଜନାରେ ଗୁଜ୍ଜରଙ୍କୁ ଅଧିକ ଲାଭ ମିଳିବ। କେବଳ ଗୁଜ୍ଜର ନୁହେଁ ଆଉ ଚାରିଟି ସମ୍ପ୍ରଦାୟକୁ ମଧ୍ୟ ସଂରକ୍ଷଣ ପାଇଁ ବିଲକୁ ମଞ୍ଜୁରୀ ମିଳିଛି। ଏହାସହ ଆର୍ଥିକ ଦୁର୍ବଳ ଥିବା ଉଚ୍ଚ ଜାତିର […]

  • Tuesday, 20 July 2021
national
ୟୁପିରେ ମହାନ ଦଳ ସହ ମିଶି ନିର୍ବାଚନ ଲଢ଼ିବ କଂଗ୍ରେସ

ଲକ୍ଷ୍ନୌ: ସାଧାରଣ ନିର୍ବାଚନ ପୂର୍ବରୁ ଉତ୍ତର ପ୍ରଦେଶରେ ମେଣ୍ଟ ଷ୍ଟ୍ରାଟେଜି ଆପଣାଇଛି କଂଗ୍ରେସ। ମହାନ ଦଳ ସହ କଂଗ୍ରେସ ମେଣ୍ଟରେ ୟୁପିରେ ନିର୍ବାଚନ ଲଢ଼ିବ ଦଳ। ଆଜି ଏନେଇ ବିଧିବଦ୍ଧ ଭାବେ ନିଷ୍ପତ୍ତି ହୋଇଛି। ଉତ୍ତର ପ୍ରଦେଶ ଦାୟିତ୍ୱ ମିଳିବା ପରେ ପ୍ରଥମ ଥର ପାଇଁ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଦନ କରି ଏନେଇ ସୂଚନା ଦେଇଛନ୍ତି କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧି ଭଦ୍ରା ଓ ଜ୍ୟୋତିରାଦିତ୍ୟ ସିନ୍ଧିଆ। ଗତକାଲି ରାତି ଓ ଆଜି ଦିନ ସାରା ମାରାଥନ୍ […]

  • Tuesday, 20 July 2021
pm
ସଂସଦରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଶେଷ ଅଭିଭାଷଣ

ନୂଆଦିଲ୍ଲୀ: ଷୋଡ଼ଶ ଲୋକସଭାର ଶେଷ ଅଧିବେଶନର ଶେଷ ଦିନରେ ବିଦାୟୀ ଭାଷଣ ଦେଇ ସଂସଦର ଉଭୟ ଗୃହର ସଦସ୍ୟଙ୍କୁ ସେମାନଙ୍କ କାର୍ଯ୍ୟ ପାଇଁ ଧନ୍ୟବାଦ ଦେଇଛନ୍ତି ପ୍ରଧାମନ୍ତ୍ରୀ ନରେନ୍ଦ୍ର ମୋଦି। ତେବେ ତାଙ୍କ ଶେଷ ଭାଷଣରେ ଚଳିତ ସରକାରଙ୍କ ସଫଳତା ବଖାଣିବା ସହ ରାହୁଲ ଗାନ୍ଧିଙ୍କୁ ଟାର୍ଗେଟ୍‌ କରିବାକୁ ଭୁଲିନଥିଲେ ମୋଦି। ସରକାରଙ୍କ ସଫଳତାକୁ ନେଇ ପ୍ରଧାନମନ୍ତ୍ରୀ କହିଥିଲେ, ଷୋଡ଼ଶ ଲୋକସଭାରେ ଶହେ ପ୍ରତିଶତରୁ ଅଧିକ କାମ ହୋଇଛି। ଏଥିଲାଗି ସେ ନିଜ ମନ୍ତ୍ରିମଣ୍ଡଳର ସମସ୍ତ ସଦସ୍ୟଙ୍କୁ […]

  • Tuesday, 20 July 2021