ନୂଆଦିଲ୍ଲୀ: ପୁଲ୍ୱାମା ଆତଙ୍କବାଦୀ ଆକ୍ରମଣ ଘଟଣାରେ ଜାତୀୟ ତଦନ୍ତକାରୀ ସଂସ୍ଥା(ଏନ୍ଆଇଏ) ଗତକାଲି ଆଉ ୨ଜଣ ବ୍ୟକ୍ତିଙ୍କୁ ଗିରଫ କରିଛି। ଏମାନଙ୍କୁ ଗିରଫ ପରେ ଏକ ବଡ଼ ଖୁଲାସା ହୋଇଛି। ସେମାନଙ୍କ ମଧ୍ୟରୁ ଜଣେ ବିସ୍ଫୋରଣରେ ବ୍ୟବହୃତ ଆଇଡି ତିଆରି କରିବା ପାଇଁ ଆବଶ୍ୟକ କେମିକାଲ ଅନ୍ଲାଇନ୍ରେ ଆମାଜନ୍ରୁ କିଣିଥିଲେ ବୋଲି ସୂଚନା ମିଳିଛି। ଏହି ଘଟଣା ଜଣାପଡ଼ିବା ପରେ ଏବେ ହଇଚଇ ସୃଷ୍ଟି ହୋଇଛି। ଗିରଫ ଦ୍ୱୟ ହେଲେ- ଶ୍ରୀନଗର ବାଗ୍-ଏ-ମେହତାବ ଅଞ୍ଚଳର ୱାଇଜ୍-ଉଲ୍-ଇସ୍ଲାମ୍(୧୯), ପୁଲ୍ୱାମା ହକରୀପୁରା […]
ମୁଜାଫରପୁର: ବିହାରର ମୁଜାଫରପୁର ନିକଟ ଜାତୀୟ ରାଜପଥ-୨୮ରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ ସ୍କର୍ପିଓ ଓ ଟ୍ରାକ୍ଟର ମଧ୍ୟରେ ମୁହାଁମୁହିଁ ଧକ୍କା ହେବା ଫଳରେ ୧୧ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ୪ ଜଣ ଗୁରୁତର ଆହତ ହୋଇଛନ୍ତି। ଆହତଙ୍କୁ ହସ୍ପିଟାଲ୍ରେ ଭର୍ତ୍ତି କରାଯାଇଛି। କାଣ୍ଟି ପୁଲିସ୍ ଷ୍ଟେସନ ଅଞ୍ଚଳରେ ଗତକାଲି ଏହି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ମୃତକଙ୍କ ପରିଚୟ ମିଳିପାରି ନାହିଁ। ଖବରପାଇ ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।
ବଲାଙ୍ଗିର: ବଲାଂଗିର ଜିଲ୍ଲା ଲୋଇସିଂହା ଥାନା ବୁର୍ଡା ଗାଁରେ ଅଘଟଣ। ବର୍ଷା ଓ ପବନ ହେବାରୁ ୫ଜଣ ଲୋକ ବାଉଁଶ ବୁଦା ତଳେ ଆଶ୍ରୟ ନେଇଥିଲେ। ହତାଠ୍ ବୁଦା ଉପୁ଼ଡି ପଡିବାରୁ ସମସ୍ତେ ଫସିଯାଇଥିଲେ। ଲୋଇସିଂହା ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚି ବାଉଁଶ ବୁଦାକୁ ମେସିନ କଟରରେ କାଟି ଫସି ରହିଥିବା ଲୋକଙ୍କୁ ଉଦ୍ଧାର କରିଥିଲେ। ୪ଜଣଙ୍କ ଅବସ୍ଥା ଗୁରୁତର ଥିବାରୁ ସେମାନଙ୍କୁ ଭୀମଭୋଇ ମୋଡିକାଲ କଲେଜରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ସେଠାରେ ଜଣଙ୍କର ମୃତ୍ୟୁ ହୋଇଛି। […]
ନୂଆଦିଲ୍ଲୀ/ଭୁବନେଶ୍ୱର: ରାଜ୍ୟସଭା ନିର୍ବାଚନ ପାଇଁ ଆଜି ବିଜ୍ଞପ୍ତି ପ୍ରକାଶ ପାଇଛି। ୧୭ଟି ରାଜ୍ୟର ୫୫ ଜଣ ରାଜ୍ୟସଭା ସାଂସଦଙ୍କ କାର୍ଯ୍ୟକାଳ ଏପ୍ରିଲ ମାସରେ ଶେଷ ହେଉଛି। ଖାଲି ହେଉଥିବା ୫୫ଟି ଆସନ ମଧ୍ୟରୁ ଓଡ଼ିଶାର ୪ଟି ରାଜ୍ୟସଭା ଆସନ ରହିଛି। ଏହି ସବୁ ଆସନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଆଜିଠାରୁ ହିଁ ପ୍ରାର୍ଥୀମାନେ ନାମାଙ୍କନ ଦାଖଲ କରିପାରିବେ। ମାର୍ଚ୍ଚ ୧୩ ନାମାଙ୍କନ ଦାଖଲର ଶେଷ ତାରିଖ ଓ ୨୬ରେ ହେବ ନିର୍ବାଚନ। ୧୭ଟି ରାଜ୍ୟର ୫୫ଟି […]
ନୂଆଦିଲ୍ଲୀ: ଲୋକସଭାରେ ଆଜି ବାରମ୍ବାର ହଙ୍ଗାମା କରିବା ପରେ ବାଚସ୍ପତି ଓମ୍ ବିର୍ଲା କଂଗ୍ରେସର ୭ ଜଣ ସାଂସଦଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ଏହି ୭ ଜଣ ସାଂସଦଙ୍କୁ ବାଚସ୍ପତି ଓମ୍ ବିର୍ଲା ଆଜି ନିଲମ୍ବନ କରିଛନ୍ତି। ଚଳିତ ବଜେଟ ଅଧିବେଶନ ଶେଷ ହେବା ଯାଏ ଏହି ସାଂସଦମାନେ ନିଲମ୍ୱିତ ହୋଇଛନ୍ତି। ଏହି ସାଂସଦମାନେ ନିଜ ଆସନରୁ ଉଠି ବାଚସ୍ପତିଙ୍କ ଚେୟାର ପାଖକୁ ଆସି ହଙ୍ଗାମା କରିଥିଲେ। କଂଗ୍ରେସର ଯେଉଁ ସାଂସଦଙ୍କୁ ବାଚସ୍ପତି ନିଲମ୍ୱନ କରିଛନ୍ତି […]
ନୂଆଦିଲ୍ଲୀ: ହୋଲି ପୂର୍ବରୁ ବେତନଭୋଗୀଙ୍କୁ ମୋଦି ସରକାରଙ୍କ ଝଟ୍କା। କାହିଁକି ନା କେନ୍ଦ୍ର ସରକାର EPFO (Employees’ Provident Fund Organisation) ସୁଧ ହାର ହ୍ରାସ କରିଛନ୍ତି। EPFO ସୁଧ ହାର ୦.୧୫ ପ୍ରତିଶତ ପଏଣ୍ଟ୍ ହ୍ରାସ ହୋଇଛି। ଅର୍ଥାତ୍ ସୁଧ ହାର ୮.୬୫%ରୁ ୮.୫୦%କୁ ହ୍ରାସ ହୋଇଛି। ଫଳରେ ଏହି Provident Fund ସ୍କିମ୍ର ଫାଇଦା ଉଠାଉଥିବା ୬ କୋଟି କର୍ମଚାରୀ ଏହାଦ୍ୱାରା ପ୍ରଭାବିତ ହୋଇପାରନ୍ତି ବୋଲି ଜଣାପଡ଼ିଛି। ୨୦୧୯-୨୦ ବର୍ଷ ପାଇଁ କେନ୍ଦ୍ର ସରକାର […]
ନୂଆଦିଲ୍ଲୀ: କରୋନା ଭାଇରସ୍ ପାଇଁ ଭାରତବାସୀଙ୍କୁ ଆତଙ୍କିତ ହେବାର ଆବଶ୍ୟକତା ନାହିଁ। ବିଦେଶ ଭ୍ରମଣ ହେତୁ ଭାରତୀୟ ନାଗରିକଙ୍କଠାରେ କରୋନା ପଜିଟିଭ୍ ବାହାରିଛି। ବିଦେଶ ମାଟିରେ ହିଁ ସେମାନଙ୍କ ଶରୀରରେ ଏହି ଭୂତାଣୁ ପ୍ରବେଶ କରିଛି। ତେବେ ଏଥିପାଇଁ ଭାରତବାସୀଙ୍କୁ ଏତେ ଭୟଭୀତ ହେବାର ଆବଶ୍ୟକତା ନାହିଁ ବୋଲି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ(WHO)ର ଆଞ୍ଚଳିକ ଜରୁରୀକାଳୀନ ନିର୍ଦ୍ଦେଶକ ରୋଡ୍ରିକୋ ଓଫ୍ରିନ୍ କହିଛନ୍ତି। ତେବେ WHOର ଏହି ଅଭୟବାଣୀ ପରେ କୋରନା ଭୟରୁ ଭାରତବାସୀଙ୍କୁ ସାମାନ୍ୟ ଆଶ୍ୱସ୍ତି ମିଳିଛି। […]
ଭିଲ୍ନିୟସ୍: ପ୍ରାଣଘାତୀ କରୋନା ଭାଇରସ୍କୁ ନେଇ ସାରା ବିଶ୍ୱ ଏବେ ଚିନ୍ତାରେ। ପ୍ରତିଦିନ ବିଶ୍ୱର ବିଭିନ୍ନ ସ୍ଥାନରେ ଲୋକେ କରୋନା ଭାଇରସ୍ରେ ଆକ୍ରାନ୍ତ ହେଉଥିବା ଘଟଣା ସାମ୍ନାକୁ ଆସୁଛି। ବର୍ତ୍ତମାନ ସୁଦ୍ଧା ୪୦ଟି ଦେଶ କରୋନା ଦ୍ୱାରା ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି। କେବଳ ଚୀନ୍ରେ କରୋନା ଭାଇରସ୍ରେ ୩୦୦୦ରୁ ଅଧିକ ସଂଖ୍ୟକ ଲୋକଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ଏସବୁ ଭିତରେ ଲିଥୁଆନିୟାରେ କରୋନାକୁ ନେଇ ଏକ ଅଜବ ଘଟଣା ସାମ୍ନାକୁ ଆସିଛି। ଏଠାରେ ରହୁଥିବା ଜଣେ […]
ନୂଆଦିଲ୍ଲୀ: ଆସନ୍ତା ଏପ୍ରିଲ ୧ ତାରିଖରୁ ବ୍ୟାଙ୍କିଙ୍ଗ ସେକ୍ଟରରେ ବଡ଼ ପରିବର୍ତ୍ତନ ହେବାକୁ ଯାଉଛି। ଆସନ୍ତା ୧ ତାରିଖରୁ ଦେଶକୁ ୪ଟି ନୂଆ ଓ ବଡ଼ ସରକାରୀ ବ୍ୟାଙ୍କ ମିଳିବ। ଏହି ନିଷ୍ପତ୍ତିକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ବସିଥିବା କେନ୍ଦ୍ର କ୍ୟାବିନେଟ ଅନୁମୋଦନ ଦେଇଛି। ଗତବର୍ଷ ଅଗଷ୍ଟ ମାସରେ ମୋଦି ସରକାର ବଡ଼ ନିଷ୍ପତ୍ତି ନେଇଥିଲେ। ଦେଶରେ ଥିବା ୧୦ଟି ବ୍ୟାଙ୍କକୁ ଭାଙ୍ଗି ସରକାର ୪ଟି ନୂଆ ବ୍ୟାଙ୍କ ଗଠନ କରିବେ ବୋଲି ଘୋଷଣା କରିଥିଲେ। […]
ନୂଆଦିଲ୍ଲୀ: ସୋଶାଲ ମିଡିଆରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସନ୍ନ୍ୟାସ ନେଇ ଲାଗି ରହିଥିବା ସସ୍ପେନ୍ସ ଶେଷରେ ଦୂର ହୋଇଛି। ଗତକାଲି ପ୍ରଧାନମନ୍ତ୍ରୀଙ୍କ ଏକ ଟ୍ୱିଟ୍ ସମସ୍ତଙ୍କୁ ଅଡ଼ୁଆରେ ପକାଇ ଦେଇଥିଲା। ଆଉ ଏହି ଟ୍ୱିଟ୍ ପରେ ଚର୍ଚ୍ଚା ଆରମ୍ଭ ହୋଇଯାଇଥିଲା ଯେ ସୋଶାଲ୍ ମିଡିଆରୁ ମୋଦି ବିଦାୟ ନେଇପାରନ୍ତି। ଏପରିକି ଏନେଇ ଅନେକ କଳ୍ପନାଜଳ୍ପନା ମଧ୍ୟ ଆରମ୍ଭ ହୋଇଥିଲା। ହେଲେ ଆଜି ଏସବୁ ଉପରୁ ପରଦା ହଟିଛି। ସବୁଠାରୁ ଆକ୍ଟିଭ୍ ନେତାଙ୍କ କଥା କହିଲେ ମନକୁ ଆସେ […]
ନୂଆଦିଲ୍ଲୀ: ଜମ୍ମୁ-କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ସହ ଜଡ଼ିତ ସମସ୍ତ ଆବେଦନର ଶୁଣାଣି ସୁପ୍ରିମକୋର୍ଟର ୫ ଜଣିଆ ଖଣ୍ଡପୀଠରେ ହିଁ ହେବ। ଏହି ସମ୍ବେଦନଶୀଳ ମାମଲାକୁ ୭ ଜଣିଆ ସାମ୍ବିଧାନିକ ଖଣ୍ଡପୀଠକୁ ପଠାଇବା ପାଇଁ ଏକାଧିକ ଆବେଦନ ହୋଇଥିଲା। ହେଲେ ସୁପ୍ରିମକୋର୍ଟ ଏହାକୁ ଖାରଜ କରି ଦେଇଛନ୍ତି। ପୂର୍ବଭଳି ଧାରା ୩୭୦ ଉଚ୍ଛେଦ ସମ୍ପର୍କିତ ସମସ୍ତ ମାମଲାର ଶୁଣାଣି ୫ ଜଣିଆ ଖଣ୍ଡପୀଠରେ ହିଁ ହେବ ବୋଲି ସୁପ୍ରମିକୋର୍ଟ ସ୍ପଷ୍ଟ କରିଛନ୍ତି। ଜମ୍ମୁ-କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ, […]
ନୂଆଦିଲ୍ଲୀ: ନିର୍ଭୟା ଗଣଦୁଷ୍କର୍ମ ମାମଲାର ୪ ଦୋଷୀଙ୍କୁ କାଲି ମିଳିବ କି ଫାଶୀ ? କାହିଁକି ନା ଫାଶୀ ତାରିଖ ଘୁଞ୍ଚାଇବାକୁ ହୋଇଥିବା ଆବେଦନକୁ ପଟିଆଲା ହାଉସ୍ କୋର୍ଟ ଖାରଜ କରି ଦେଇଛନ୍ତି। ଆସନ୍ତାକାଲି ୪ ଦୋଷୀଙ୍କୁ ଫାଶୀ ଖୁଣ୍ଟରେ ଝୁଲାଇବା ପାଇଁ ଧାର୍ଯ୍ୟ ହୋଇଥିବା ସମୟ କିମ୍ବା ତାରିଖରେ କୌଣସି ପରିବର୍ତ୍ତନ କରିବାକୁ କୋର୍ଟ ମନା କରିଦେଇଛନ୍ତି। ଫାଶୀ ତାରିଖ ଘୁଞ୍ଚାଇବା ପାଇଁ ଦୋଷୀମାନେ ଆବେଦନ କରିଥିଲେ। ହେଲେ କୋର୍ଟ ଏହାକୁ ଅଗ୍ରାହ୍ୟ କରି ଦେଇଛନ୍ତି। […]
ନୂଆଦିଲ୍ଲୀ: ଫାଶୀ ଦଣ୍ଡରୁ ବର୍ତ୍ତିବା ପାଇଁ ନିର୍ଭୟା ଗଣଦୁଷ୍କର୍ମ ମାମଲାର ଦୋଷୀ ପବନ ଗୁପ୍ତା ସୁପ୍ରିମକୋର୍ଟରେ ଆବେଦନ କରିଥିବା କ୍ୟୁରେଟିଭ ପିଟିସନ ଖାରଜ ହୋଇଯାଇଛି। ୨୦୧୨ ନିର୍ଭୟା ମାମଲାରେ ପବନ ସହ ଅନ୍ୟ ୩ ଜଣଙ୍କୁ ଫାଶୀ ଦଣ୍ଡ ମିଳିଛି। ପୂର୍ବରୁ ୩ ଜଣ ଦୋଷୀ କ୍ୟୁରେଟିଭ ଓ ରାଜକ୍ଷମା ଆବେଦନ କରି ନିରାଶ ହୋଇଥିଲେ। ଏଥିପାଇଁ ସମସ୍ତଙ୍କୁ ଆସନ୍ତାକାଲି ଫାଶୀ ଖୁଣ୍ଟରେ ଝୁଲାଇବା ପାଇଁ ଦିଲ୍ଲୀର ପଟିଆଲା ହାଉସ କୋର୍ଟ ଡେଥ୍ ୱାରେଣ୍ଟ ଜାରି କରିଥିଲେ। […]
କୋଲକାତା/ଜଳେଶ୍ୱର: ଦୀଘା ମୁହାଣରୁ ମାଛ ଧରୁଥିବାବେଳେ ମତ୍ସଜୀବୀଙ୍କ ଜାଲରେ ପଡ଼ିଲା ୯୦୦ କିଲୋଗ୍ରାମର ମାଛ। ପଶ୍ଚିମବଙ୍ଗ ପୂର୍ବ ମେଦିନିପୁର ଜିଲ୍ଲାର ଦୀଘା ମୁହାଣରେ ଆଜି ମତ୍ସଜୀବୀମାନେ ମାଛ ଧରୁଥିବାବେଳେ ଜାଲରେ ଏହି ବିଶାଳ ମାଛଟି ପଡ଼ି ଯାଇଥିଲା। ଏହି ମାଛକୁ ମଗର ମାଛ ବୋଲି କୁହାଯାଉଥିବାବେଳେ ଏହାର ଓଜନ ୯୦୦ କିଲୋଗ୍ରାମ ହେବ ବୋଲି ଜଣାପଡ଼ିଛି। ମାଛଟି ଏତେ ବଡ ଥିଲା ଯେ ଏକ ଟ୍ରକ୍ରେ ଏହାକୁ ଦୀଘା ମତ୍ସ୍ୟ ମାର୍କେଟ୍କୁ ନିଆଯାଇଥିଲା। ଏହି ମାଛକୁ ମାର୍କେଟ୍କୁ […]
ଭୋପାଳ: ମଧ୍ୟପ୍ରଦେଶରେ ଦୁଇ କାର୍ଗୋ ଟ୍ରେନ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି। ଏଥିରେ ୩ଜଣଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରୁ ୨ ଜଣ ଟ୍ରେନ୍ ଡ୍ରାଇଭର ବୋଲି କୁହାଯାଉଛି। ମଧ୍ୟପ୍ରଦେଶର ସିଙ୍ଗ୍ରାଉଲି ଜିଲ୍ଲାରେ ଆଜି ସକାଳ ୫ଟାରେ NTPCର ଏହି ଦୁଇ ଟ୍ରେନ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଥିଲା। ଗୋଟିଏ ଟ୍ରେନ୍ରେ କୋଇଲା ବୋଝେଇ ହୋଇଥିବାବେଳେ ଅନ୍ୟ ଟ୍ରେନ୍ଟି ଖାଲି ଥିଲା। ଦୁଇଟି ଟ୍ରେନ୍ ମଧ୍ୟରୁ ଗୋଟିଏ ଟ୍ରେନ୍ର ୧୩ଟି ବଗି ଓ ଇଞ୍ଜିନ୍ ଲାଇନ୍ଚ୍ୟୁତ୍ ହୋଇଥିବା […]
ନୂଆଦିଲ୍ଲୀ/ଭୁବନେଶ୍ୱର: ଦିଲ୍ଲୀ ହିଂସାରେ କ୍ଷତିଗ୍ରସ୍ତ ହୋଇଥିବା ବିଏସ୍ଏଫ କନଷ୍ଟେବଲ ମହମ୍ମଦ ଆନିସ୍ଙ୍କ ପରିବାରକୁ ୧୦ ଲକ୍ଷ ଟଙ୍କାର ସହାୟତା ରାଶି ପ୍ରଦାନ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି। ଦିଲ୍ଲୀରେ ହିଂସା ବେଳେ ଦୁର୍ବୃତ୍ତମାନେ କନଷ୍ଟେବଲ ଆନିସଙ୍କ ଘର ପୋଡ଼ି ଦେଇଥିଲେ। ଆନିସ୍ ଓଡ଼ିଶାରେ ମୁତୟନ BSF ୯ମ ବାଟାଲିୟନରେ କାର୍ଯ୍ୟରତ। ଏବେ ସେ ଓଡ଼ିଶାର ମାଲକାନଗିରିର ସ୍ୱାଭିମାନ ଅଞ୍ଚଳରେ ସୁରକ୍ଷା ଦାୟିତ୍ୱରେ ଅଛନ୍ତି। ଦିଲ୍ଲୀରେ ହିଂସା ବେଳେ ଚାନ୍ଦବାଗରେ ଥିବା ଆନିସ୍ଙ୍କ ଘରେ ନିଆଁ […]
ନୂଆଦିଲ୍ଲୀ: କମିଲା ଏଲ୍ପିଜି ସିଲିଣ୍ଡରର ଦାମ। ମାର୍ଚ୍ଚ ଆରମ୍ଭରୁ ଅଣ ସବସିଡିଯୁକ୍ତ ୧୪.୨ କିଲୋଗ୍ରାମ ଏଲ୍ପିଜି ସିଲିଣ୍ଡର ୫୩ ଟଙ୍କା ଶସ୍ତା ହୋଇଛି। ଆଜିଠୁ ନୂଆ ଦର ଲାଗୁ ହୋଇଥିବା ଜଣାପଡ଼ିଛି। ରାଜଧାନୀ ଦିଲ୍ଲୀରେ ଏଲ୍ପିଜି ଗ୍ୟାସର ଦାମ ୮୫୮.୫୦ ଟଙ୍କା ରହିଥିବା ବେଳେ ଆଜିଠାରୁ ଏହା ୮୦୫.୫୦ ଟଙ୍କାରେ ଉପଲବ୍ଧ ହେବ। କୋଲକାତାରେ ୮୩୯.୫୦ ପଇସା, ମୁମ୍ୱାଇରେ ୭୭୬.୫୦ ପଇସା ଓ ଚେନ୍ନାଇରେ ୮୨୬ ଟଙ୍କା ହୋଇଛି ସିଲିଣ୍ଡର ଦାମ। ସୂଚନାଯୋଗ୍ୟ, ଗତ ଫେବୃଆରୀରେ ଏଲ୍ପିଜି […]
ନୂଆଦିଲ୍ଲୀ: ବିମାନ ଭିତରେ ପାରା। କଥାଟା ଶୁଣିକି ଆଶ୍ଚର୍ଯ୍ୟ ଲାଗୁଥିଲେ ବି ଏଭଳି କିଛି ଘଟଣା ଦେଖିବାକୁ ମିଳିଛି ଅହମ୍ମଦାବାଦରୁ ରାଜସ୍ଥାନର ଜୟପୁର ଅଭିମୁଖେ ଯାତ୍ରା ପାଇଁ ବାହାରିଥିବା ଗୋ ଏୟାରର ଏକ ବିମାନ ଭିତରେ। ଶୁକ୍ରବାର ଦିନ ଗୋ ଏୟାରର ଏକ ବିମାନ ଉଡ଼ାଣ ଆରମ୍ଭ କରିବା ପାଇଁ ପ୍ରସ୍ତୁତ ହେଉଥିବାବେଳେ ହଠାତ୍ ବିମାନର କ୍ୟାବିନ୍ ଭିତରେ ପାରା ଥିବା ଦେଖିବାକୁ ମିଳିଥିଲା। ଏପରିକି ପାରାଟି ବିମାନ ଭିତରେ ଉଡ଼ୁଥିବା ମଧ୍ୟ ଦେଖିବାକୁ ମିଳିଥିଲା। ଏହା […]
ହଙ୍ଗକଙ୍ଗ: କରୋନା ଭାଇରସ୍ ଏବେ ସାରା ବିଶ୍ୱ ପାଇଁ ଚିନ୍ତାର କାରଣ ପାଲଟିଛି। ମଣିଷ ପରେ ଏବେ କୁକୁରଙ୍କୁ ଏହି ଘାତକ ଭାଇରସ୍ ଡେଇଁଛି। ହଙ୍ଗକଙ୍ଗର ଏକ ପୋମେରାନିଅନ ପ୍ରଜାତିର କୁକୁର କରୋନାରେ ଆକ୍ରାନ୍ତ ହୋଇଥିବା ଡାକ୍ତର ସ୍ପଷ୍ଟ କରିଛନ୍ତି। ଏଠାରେ ରହୁଥିବା ଜଣେ ବ୍ୟକ୍ତି ତାଙ୍କ ପାଳିତ କୁକୁର ଅସୁସ୍ଥ ହେବା ପରେ ହସ୍ପିଟାଲକୁ ନେଇ ଯାଇଥିଲେ। ସେଠାରେ ଡାକ୍ତର ସମ୍ପୃକ୍ତ ବ୍ୟକ୍ତିଙ୍କ ପାଳିତ କୁକୁରର ସ୍ୱାସ୍ଥ୍ୟ ପରୀକ୍ଷା କରିଥିଲେ। ଏହାପରେ କୁକୁରଟି କରୋନା ଭାଇରସ୍ରେ […]
ନୂଆଦିଲ୍ଲୀ: ଆପଣଙ୍କ ପାଇଁ ଏହା ନିଶ୍ଚୟ ଏକ ଜରୁରୀ ଖବର ହୋଇପାରେ। ଆସନ୍ତା ମାର୍ଚ୍ଚ ମାସରେ ଯଦି ଆପଣଙ୍କର କିଛି ବ୍ୟାଙ୍କ ସମ୍ବନ୍ଧୀୟ ଜରୁରୀ କାମ ରହିଛି, ତା’ହେଲେ ଶୀଘ୍ର ଶେଷ କରି ଦିଅନ୍ତୁ। କାରଣ ସମୟ ଆଗରୁ ଯଦି ଏହା ନ କରନ୍ତି ହୁଏତ ଆପଣ ଅସୁବିଧାରେ ପଡିପାରନ୍ତି। କାହିଁକି ନା ମାର୍ଚ୍ଚ ମାସରେ ୮ ଦିନ ବ୍ୟାଙ୍କ ବନ୍ଦ ରହିପାରେ। ମାର୍ଚ୍ଚ ୮ ତାରିିଖ ରବିବାର ଥିବାରୁ ସେଦିନ ବ୍ୟାଙ୍କ ବନ୍ଦ ରହିବ। ୯ […]