• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Santosh Kumar Sahoo

କଏଦୀଙ୍କୁ ମିଳିଲା ଦୁର୍ଗାପୂଜା ଭେଟି । ଜେଲରେ ଥାଇ ମଧ୍ୟ ଖାଇବାକୁ ମିଳିବ ସୁସ୍ୱାଦୁ ଖାଦ୍ୟ । ପ୍ରସ୍ତୁତ କରାଗଲା ସ୍ୱତନ୍ତ୍ର ତାଲିକା । ପଶ୍ଚିମବଙ୍ଗର କଏଦୀଙ୍କ ପାଇଁ ଦୁର୍ଗାପୂଜା ସ୍ପେଶାଲ ମେନ୍ୟୁ ପ୍ରସ୍ତୁତ କରାଯାଇଛି । ଏଥିରେ କଏଦୀଙ୍କୁ ମଟନ୍ ବିରିୟାନୀ, ଚିକେନ ତରକାରୀ ସହ ଅନ୍ୟାନ୍ୟ ବଙ୍ଗୀୟ ପାରମ୍ପରିକ ଖାଦ୍ୟ ପରଷାଯିବ ।

ପଶ୍ଚିମବଙ୍ଗର ସଂଶୋଧନ ଗୃହ କର୍ତ୍ତୃପକ୍ଷଙ୍କ ପକ୍ଷରୁ ଏପରି ନିଷ୍ପତ୍ତି ନିଆଯାଇଛି । ଉଭୟ ମଧ୍ୟାହ୍ନ ଏବଂ ରାତ୍ର ଭୋଜନରେ ସେମାନଙ୍କ ପାଇଁ ମଟନ୍ ବିରିୟାନୀ, ଚିକେନ ତରକାରୀ, ଚୁଙ୍ଗୁଡି ତରକାରୀ, ପୁରୀ, ଚଣା ତରକାରୀ, ଖିରି ସମେତ ଅନ୍ୟାନ ବେଙ୍ଗଲର ପ୍ରସିଦ୍ଧ ଖାଦ୍ୟ ପ୍ରସ୍ତୁତ କରାଯିବ । ଅକ୍ଟୋବର ୯ ତାରିଖ ସପ୍ତମୀ ପୂଜାରୁ ନେଇ ଅକ୍ଟୋବର ୧୨ ଦଶମୀ ଯାଏଁ କଏଦୀ ଖାଇବେ ଏପରି ସୁସ୍ୱାଦୁ ଖାଦ୍ୟ ।

ପ୍ରତ୍ୟେକ ପର୍ବରେ କଏଦୀମାନେ ଭଲ ଖାଦ୍ୟ ପାଇଁ ଅନୁରୋଧ କରିଥାନ୍ତି । ତେଣୁ ଚଳିତ ବର୍ଷ ତାଙ୍କ ପାଇଁ ନୂଆ ଖାଦ୍ୟ ତାଲିକା ପ୍ରସ୍ତୁତ କରାଯାଇଛି ବୋଲି କହିଛନ୍ତି ଜଣେ ଅଧିକାରୀ । କଏଦଦୀଙ୍କୁ ସୁଧାରିବା ପାଇଁ ଏହା ଏକ ସକରାତ୍ମକ ପଦକ୍ଷେପ ବୋଲି ସେ କହିଛନ୍ତି ।

ତେବେ ଏହି ଖାଦ୍ୟ ତାଲିକା ପ୍ରସ୍ଥୁତି ସମୟରେ ବିଶେଷ ଭାବେ ଧ୍ୟାନ ଦିଆଯାଇଛି । କୌଣସି କଏଦୀଙ୍କ ଧାର୍ମିକ ଭାବାବେଗ ଯେପରି ଆଘାତ ନ ପାଇବ ସେଥିପ୍ରତି ଦୃଷ୍ଟି ରଖାଯାଇଛି । ସେଥିପାଇଁ ସମସ୍ତଙ୍କୁ ଆମିଷ ଖାଦ୍ୟ ଦିଆଯିବ ନାହିଁ । ଯେଉଁମାନେ ଚାହିଁବେ ନିଜ ପସନ୍ଦର ନିରାମିଷ ଖାଦ୍ୟ ମଧ୍ୟ ଖାଇପାରିବେ ବୋଲି ସେ ସୂଚନା ମିଳିଛି ।

ଏକ ରିପୋର୍ଟ ଅନୁସାର, ବର୍ତ୍ତମାନ ପଶ୍ଚିମବଙ୍ଗର ୫୯ଟି ଜେଲରେ ସମୁଦାୟ ୨୮,୭୭୨ ଜଣ କଏଦୀ ରହିଛନ୍ତି, ସେଥିମଧ୍ୟରୁ ୨୬,୯୯୪ ଜଣ ପୁରୁଷ ଏବଂ ୧୭୭୮ ଜଣ ମହିଳା କଏଦୀ ଅଛନ୍ତି । ଏମାନଙ୍କ ମଧ୍ୟରେ ଏକାଧିକ ବିଶିଷ୍ଟ ବ୍ୟକ୍ତି ଅଛନ୍ତି । ଯେପରି ପୂର୍ବତନ ମନ୍ତ୍ରୀ ପାର୍ଥ ଚାଟାର୍ଜୀ, ଜ୍ୟୋତି ପ୍ରିୟ ମଲ୍ଲିକ ଏବଂ ଆରଜି କର ମେଡିକାଲ କଲେଜର ପୂର୍ବତନ ପ୍ରିନ୍ସିପାଲ ସନ୍ଦିପ ଘୋଷଙ୍କ ପରି ହାଇ-ପ୍ରୋଫାଇଲ କଏଦୀ।

OTV is now on Whatsapp

Join and get latest news update delivered to you via whatsapp

Join Now