ଲଣ୍ଡନ: ବ୍ରିଟେନର ଯୁବରାଜ ପ୍ରିନ୍ସ ଚାର୍ଲସଙ୍କ ପରେ ଏବେ ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ ଜନସନ ମହାମାରୀ କରୋନା ଭାଇରସରେ ଆକ୍ରାନ୍ତ ହୋଇଛନ୍ତି। ଆଜି ସକାଳେ ଖୋଦ ବୋରିସ ଟ୍ୱିଟ କରି ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି, ଗତ ୨୪ ଘଣ୍ଟା ମଧ୍ୟରେ ମୋ ଶରୀରରେ କିଛି ଫ୍ଲୁ ଜନିତ ଲକ୍ଷଣ ଦେଖା ଦେଇଥିଲା। ପରୀକ୍ଷା କରିବା ପରେ ମୁଁ କରୋନାରେ ସଂକ୍ରମିତ ଥିବା ସୂଚନା ମିଳିଛି। ବର୍ତ୍ତମାନ ମୁଁ ସେଲଫ ଆଇସୋଲେସନରେ ରହିଛି। କିନ୍ତୁ ମୁଁ […]
ଥ୍ରୀସୁର: କରୋନା ମୁକାବିଲା ପାଇଁ ସାରା ଦେଶ ଲକଡାଉନ। ଏହି କାରଣରୁ ଅଧିକାଂଶ ରାଜ୍ୟରେ ମଦ ଦୋକାନକୁ ବନ୍ଦ ରହିଥିବା ଦେଖିବାକୁ ମିଳିଛି। ମଦ ଦୋକାନ ଆଗରେ ଲୋକଙ୍କ ଭିଡ଼ ଜମୁ ଥିବାରୁ କରୋନା ସଂକ୍ରମିତ ହେବାର ଆଶଙ୍କା ରହୁଛି। ଏହି କାରଣରୁ ମଦ ଦୋକାନ ଗୁଡ଼ିକୁ ବନ୍ଦ ରହିଛି। ଏହି କ୍ରମରେ କେରଳରେ ମଧ୍ୟ କିଛି ମଦ ଦୋକାନ ବନ୍ଦ ରହିଛି। ହେଲେ ମଦ ଦୋକାନ ବନ୍ଦ ହେବାରୁ ଏଠାରେ ଜଣେ ୩୮ ବର୍ଷୀୟ ବ୍ୟକ୍ତି […]
ନୂଆଦିଲ୍ଲୀ: ଦେଶ ମଧ୍ୟରେ ଉଡୁଥିବା ସମସ୍ତ ଘରୋଇ ବିମାନ ଉଡ଼ାଣ କଟକଣାକୁ ଆସନ୍ତା ଏପ୍ରିଲ ୧୪ ଯାଏ ଘୁଞ୍ଚାଇ ଦିଆଯାଇଛି। ଏନେଇ ଆଜି Directorate General of Civil Aviation(DGCA) ପକ୍ଷରୁ ସୂଚନା ଦିଆଯାଇଛି। ପୂର୍ବରୁ ଆସନ୍ତା ମାର୍ଚ୍ଚ ୩୧ ତାରିଖ ଯାଏ ସମସ୍ତ ଘରୋଇ ବିମାନ ଉଡ଼ାଣ ବନ୍ଦ ନେଇ ଘୋଷଣା ହୋଇଥିଲା। ଏଠାରେ ଆମେ ଆପଣଙ୍କୁ କହି ରଖୁଛି ଯେ, ଭାରତ ସରକାର ଆସନ୍ତା ମାର୍ଚ୍ଚ ୩୧ ତାରିଖ ଯାଏ ଲାଗୁ କରିଥିବା ଅନ୍ତର୍ଜାତୀୟ ବିମାନ […]
ନୂଆଦିଲ୍ଲୀ: କରୋନାକୁ ନେଇ ବିଶ୍ୱସ୍ତରର ସ୍ଥିତିକୁ ଦେଖି ଜି୨୦ ରାଷ୍ଟ୍ର ସମୂହ ଏହାର ମୁକାବିଲା ପାଇଁ ଅଣ୍ଟା ଭିଡ଼ିଛନ୍ତି। ବିଶ୍ୱ ଅର୍ଥନୀତିକୁ ଏହି ରାଷ୍ଟ୍ର ଗୁଡ଼ିକ ୫ ଟ୍ରିଲିଅନ୍ ଡଲାର ଦେବାକୁ ମନସ୍ଥ କରିଛନ୍ତି। ଏହି ଅର୍ଥ କରୋନା କାରଣରୁ ଉପୁଜିବାକୁ ଥିବା ସାମାଜିକ, ଅର୍ଥନୀତିକ ଏବଂ ଆର୍ଥିକ ସମସ୍ୟାର ମୁକାବିଲାରେ ସହାୟକ ହେବ। ଏହା ପୂର୍ବରୁ ବର୍ତ୍ତମାନ ଜି୨୦ ନେତୃତ୍ୱ ନେଉଥିବା ସାଉଦି ଆରବ ପକ୍ଷରୁ ଜି୨୦ ରାଷ୍ଟ୍ରଙ୍କୁ ଆହ୍ୱାନ କରାଯାଇଥିଲା। ଭିଡିଓ କନ୍ଫରେନ୍ସିଂ ଜରିଆରେ […]
ନୂଆଦିଲ୍ଲୀ: କରୋନା ଭାଇରସ ସଂକ୍ରମଣ ଯେପରି ଦେଶରେ ନ ବ୍ୟାପେ ସେଥିପାଇଁ ସାରା ଦେଶକୁ ୨୧ ଦିନ ପାଇଁ ଲକ୍ଡାଉନ୍ ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ପୂର୍ବରୁ ଆସନ୍ତା ମାର୍ଚ୍ଚ ୩୧ ତାରିଖ ଯାଏ ଭାରତ ସରକାର ଅନ୍ତର୍ଜାତୀୟ ବିମାନ ଉଡ଼ାଣ ବନ୍ଦ ନେଇ ଘୋଷଣା କରିଥିଲେ। ଏବେ ଏହାକୁ ଆସନ୍ତା ଏପ୍ରିଲ ୧୪ ଯାଏ ଘୁଞ୍ଚାଇ ଦିଆଯାଇଛି। ଏନେଇ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି। ତେବେ ଏହି କଟକଣା Cargo […]
ନୂଆଦିଲ୍ଲୀ: କରୋନା ଆକ୍ରାନ୍ତରେ ମୃତକଙ୍କ ସଂଖ୍ୟା ୧୬ ଛୁଇଁଛି। ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି। କେବଳ ଆଜି ୪ ଜଣ ପ୍ରାଣ ହରାଇଥିବା ଜଣାପଡ଼ିଛି। ଏହି ତଥ୍ୟ ଅନୁଯାୟୀ ୬୩୩ ଜଣଙ୍କଠାରେ ବର୍ତ୍ତମାନ ମଧ୍ୟ କରୋନା ପଜିଟିଭ୍ ରହିଥିବାବେଳେ ୪୪ ଜଣ ସୁସ୍ଥ ହୋଇଛନ୍ତି ବା ହସ୍ପିଟାଲରୁ ଡିସ୍ଚାର୍ଜ ହୋଇଛନ୍ତି। ମହାରାଷ୍ଟ୍ରରେ ସବୁଠାରୁ ଅଧିକ ଆକ୍ରାନ୍ତ ହୋଇଛନ୍ତି। ଅନ୍ୟପକ୍ଷରେ ବିଶ୍ୱରେ ୨୧ ହଜାରରୁ ଅଧିକ ଜୀବନ ଯାଇଥିବାବେଳେ କେବଳ ଇଟାଲୀରେ ୭ ହଜାରରୁ […]
ନୂଆଦିଲ୍ଲୀ: କରୋନାକୁ ନେଇ ସାରା ବିଶ୍ୱ ଏବେ ଚିନ୍ତିତ। ସାରା ବିଶ୍ୱର ଲୋକମାନେ ଏବେ ଏକାଠି ହୋଇ ଏହାର ମୁକାବିଲା କରୁଛନ୍ତି। ଏହାର ମୁକାବିଲା ପାଇଁ କୌଣସି ଔଷଧ ବାହାରି ନ ଥିବାବେଳେ ଏଥିରୁ ବର୍ତ୍ତିବା ପାଇଁ ଏକମାତ୍ର ବାଟ ହେଉଛି ସଚେତନତା। ଏବେ କରୋନାକୁ ନେଇ ଅନେକ କଥା ଶୁଣିବାକୁ ମିଳୁଛି। କେହି କେହି ମାଳିକା ବର୍ଣ୍ଣିତ କଥା ସତ ହେଉଛି ବୋଲି କହୁଛନ୍ତି। ଖାଲି ମାଳିକା ନୁହେଁ, ଅନେକ ଲେଖକ ଏହି କରୋନା ଭାଇରସ୍ର […]
ନୂଆଦିଲ୍ଲୀ: କରୋନା ଭାଇରସ୍ର ପ୍ରଭାବକୁ ମୁକାବିଲା କରିବା ପାଇଁ ଆଜି କେନ୍ଦ୍ର ଅର୍ଥମନ୍ତ୍ରୀଙ୍କ ଘୋଷଣାକୁ କଂଗ୍ରେସ ନେତା ରାହୁଲ ଗାନ୍ଧି ପ୍ରଶଂସା କରିଛନ୍ତି। ସେ ଟ୍ୱିଟ୍ କରି କହିଛନ୍ତି, “ସରକାର ଆଜି ଆର୍ଥିକ ସହାୟତା ପ୍ୟାକେଜ୍ ଘୋଷଣା କରିଛନ୍ତି। ଏହା ଠିକ୍ ଦିଗରେ ପ୍ରଥମ ପଦକ୍ଷେପ।” The Govt announcement today of a financial assistance package, is the first step in the right direction. India owes a debt to […]
ଅହମଦାବାଦ: କରୋନା ମୁକାବିଲା ଲାଗି ମଙ୍ଗଳବାର ମଧ୍ୟରାତ୍ରୀରୁ ୨୧ ଦିନ ପାଇଁ ସାରା ଦେଶ ଲକ୍ଡାଉନ୍ ରହିଛି। ଏହି ସମୟରେ ଜରୁରୀକାଳୀନ ସେବା ଯୋଗାଉଥିବା ସଂସ୍ଥାକୁ ଛାଡ଼ି ଦେଲେ ଅନ୍ୟ ସମସ୍ତ ସଂସ୍ଥା ବନ୍ଦ ରହିଛି। ଅନ୍ୟପକ୍ଷରେ, ଏହାର ପ୍ରଭାବ ଏବେ ଅନ୍ୟ ରାଜ୍ୟରେ ରହି କାମ କରୁଥିବା ଶ୍ରମିକଙ୍କ ଉପରେ ପଡ଼ିଛି। କମ୍ପାନୀ ଏବଂ ଛୋଟ ଛୋଟ ଶିଳ୍ପ ସଂସ୍ଥା ହଠାତ୍ ବନ୍ଦ ହୋଇଯାଇଥିବାରୁ ଶ୍ରମିକମାନଙ୍କୁ ଅନେକ ସମସ୍ୟାର ସମ୍ମୁଖୀନ ହେବାକୁ ପଡିଛି। […]
ନୂଆଦିଲ୍ଲୀ: ଆଫଗାନିସ୍ତାନର ରାଜଧାନୀ କାବୁଲରେ ଆତଙ୍କବାଦୀଙ୍କ ଆତ୍ମଘାତୀ ଆକ୍ରମଣରେ ୨୫ ଜଣଙ୍କ ମୃତ୍ୟୁ ଘଟିଛି। ସେଠାକାର ସ୍ଥାନୀୟ ମିଡିଆ ପକ୍ଷରୁ ଏନେଇ ସୂଚନା ଦିଆଯାଇଛି। ଏହି ଘଟଣାରେ ୧୫ ଜଣ ଆହତ ହୋଇଥିବା ଜଣାପଡିଛି। ତେବେ ମୃତକଙ୍କ ସଂଖ୍ୟା ଆଗକୁ ବଢ଼ିପାରେ ବୋଲି ଆଶଙ୍କା କରାଯାଉଛି। ଏକ ଗୁରୁଦ୍ୱାର ଉପରେ ଆତଙ୍କବାଦୀମାନେ ଏହି ଆତ୍ମଘାତୀ ଆକ୍ରମଣ କରିଛନ୍ତି। ସେଠାକାର ସ୍ଥାନୀୟ ସମୟ ଅନୁସାରେ ଆଜି ସକାଳ ୭.୪୫ ମିନିଟ ସମୟରେ କାବୁଲର ଶୋର ବଜାରରେ ଥିବା ଏହି ଗୁରୁଦ୍ୱାର ଭିତରକୁ କିଛି […]
ନୂଆଦିଲ୍ଲୀ: କରୋନା ସଂକ୍ରମଣକୁ ରୋକିବା ଗତକାଲି ମଧ୍ୟରାତ୍ରିରୁ ସାରା ଦେଶରେ ଲକ୍ଡାଉନ୍ ପାଳନ ହେଉଛି। ୨୧ ଦିନ ପାଇଁ ଏହି ଲକ୍ଡାଉନ୍ ଘୋଷଣା ହୋଇଛି। ଏହାକୁ ଦୃଷ୍ଟିରେ ରଖି ଇ-କମର୍ସ ଶପିଂ ସାଇଟ ଫ୍ଲିପକାର୍ଟ ଅସ୍ଥାୟୀ ଭାବେ ସେବା ଯୋଗାଇବ ନାହିଁ ବୋଲି ବିଜ୍ଞପ୍ତି ପ୍ରକାଶ କରିଛି। ଏବେ ଏହି ସଂସ୍ଥା କେବେ ସେବା ଯୋଗାଇବ ସେନେଇ କୌଣସି ସୂଚନା ଦେଇ ନାହିଁ। ହେଲେ, ଖୁବଶୀଘ୍ର ସେବା ଯୋଗାଇ ଦିଆଯିବ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି। ସେହିପରି […]
ନୂଆଦିଲ୍ଲୀ: କରୋନା ଭାଇରସ ସଂକ୍ରମଣ ଯେପରି ଦେଶରେ ନ ବ୍ୟାପେ ସେଥିପାଇଁ ସାରା ଦେଶକୁ ୨୧ ଦିନ ପାଇଁ ଲକ୍ ଡାଉନ୍ ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଦେଶକୁ କରୋନା ଦାଉରୁ ରକ୍ଷା କରିବା ପାଇଁ ସାମାଜିକ ଦୂରତ୍ୱ ଗୋଟିଏ ମାତ୍ର ରାସ୍ତା। ଏଥିପାଇଁ ଲକ୍ ଡାଉନ୍ ନିଷ୍ପତ୍ତି ନିଆଯାଇଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। କେନ୍ଦ୍ର ଓ ରାଜ୍ୟ ସରକାରମାନେ ମଧ୍ୟ କରୋନା ମୁକାବିଲା ଲାଗି ଅନେକ ପଦକ୍ଷେପ ଗ୍ରହଣ କରିଛନ୍ତି। ଦେଶରେ କରୋନା ଆକ୍ରାନ୍ତଙ୍କ […]
ନୂଆଦିଲ୍ଲୀ: ଖବରକାଗଜ ଧରିବା ଦ୍ୱାରା କରୋନା ଭାଇରସ୍ ସଂକ୍ରମଣ ବ୍ୟାପେ ନାହିଁ। ଆମେରିକାର Centers for Disease Control and Prevention ପକ୍ଷରୁ କୁହାଯାଇଛି, କରୋନା ଭାଇରସ୍ ଜୀବନ୍ତ ପ୍ରାଣୀ ବ୍ୟତୀତ ଅନ୍ୟ କାହା ଉପରେ ବେଶି ସମୟ ବଞ୍ଚିପାରେନି। ବର୍ତ୍ତମାନ ବଡ଼ ବଡ଼ ଖବରକାଗଜ ସ୍ୱୟଚାଳିତ ଭାବେ ଛପାଯାଉଛି। କାହିଁକି ନା ନ୍ୟୁଜ୍ପ୍ରିଣ୍ଟଠାରୁ ଆରମ୍ଭ କରି ଫୋଲ୍ଡିଂ ଏବଂ ପରିବହନ ସବୁ କିଛିରେ ଟେକ୍ନୋଲୋଜିର ବ୍ୟବହାର ହେଉଛି। ଫଳରେ ଏହା ବେଶି ମନୁଷ୍ୟ ସଂସ୍ପର୍ଶରେ ଆସୁନାହିଁ। […]
ନୂଆଦିଲ୍ଲୀ: ଲକ୍ ଡାଉନ୍ ନ ମାନି ବାହାରକୁ ବାହାରୁଥିବା ଲୋକଙ୍କ ପ୍ରତି କଠୋର ହେବାକୁ ନିଷ୍ପତ୍ତି ନେଇଛି କେନ୍ଦ୍ର। ସାମାଜିକ ଦୂରତା ମାନୁନଥିବା ଲୋକଙ୍କୁ ଘର ଭିତରେ ରଖିବା ପାଇଁ ଆବଶ୍ୟକ ପଡ଼ିଲେ କର୍ଫ୍ୟୁ ଲଗାଇ ଦେବାକୁ ଆଜି ରାଜ୍ୟମାନଙ୍କୁ କେନ୍ଦ୍ର ସରକାରଙ୍କ ପକ୍ଷରୁ କୁହାଯାଇଛି। ଯେଉଁସ୍ଥାନରେ ଦରକାର ପଡ଼ୁଛି କର୍ଫ୍ୟୁ ଲଗାଅ ବୋଲି କେନ୍ଦ୍ର ସରକାର କହିଛନ୍ତି। ଖବର ସରବରାହ ସଂସ୍ଥା ଏଏଫ୍ପି ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, କରୋନା ଆକ୍ରାନ୍ତରେ ସାରା ବିଶ୍ୱରେ ୧୫ […]
ନୂଆଦିଲ୍ଲୀ: ଗତ କିଛି ମାସ ଧରି ସିଏଏ ବିରୋଧରେ ପ୍ରମୁଖ ଧାରଣାସ୍ଥଳ ପାଲଟିଥିବା ଶାହୀନବାଗରେ ଆନ୍ଦୋଳନକାରୀଙ୍କୁ ହଟାଇ ଦେଇଛି ପୁଲିସ୍। ସିଏଏ ବିରୋଧରେ ଏଠାରେ ବହୁ ସଂଖ୍ୟକ ଆନ୍ଦୋଳନକାରୀ ଧାରଣା ଦେଇ ଆସୁଥିଲେ। ତେବେ କରୋନା ଭାଇରସ୍ ଯୋଗୁ ଏହି ଆନ୍ଦୋଳନକାରୀମାନେ କିଛି ମାତ୍ରାରେ ନିଜେ ହଟିବା ଆରମ୍ଭ କରିବା ପରେ ପୁଲିସ୍ ଏମାନଙ୍କୁ ସମ୍ପୂର୍ଣ୍ଣ ହଟାଇବା ପ୍ରକ୍ରିୟା ଆରମ୍ଭ କରିଥିଲା। ଏନେଇ ଦକ୍ଷିଣ ପୂର୍ବ ଦିଲ୍ଲୀ ଡିସିପି କହିଛନ୍ତି, ଲକ୍ ଡାଉନ୍ ପାଇଁ ଧାରଣାସ୍ଥଳରୁ ସେମାନଙ୍କୁ(ଆନ୍ଦୋଳନକାରୀଙ୍କୁ) […]
ଭୁବନେଶ୍ୱର: ରାଜ୍ୟରେ କରୋନା ସଂକ୍ରମଣକୁ ରୋକିବା ପାଇଁ ବ୍ୟାପକ ପଦକ୍ଷେପ ନେଇଥିବା ଓଡ଼ିଶା ସରକାର କରୋନା ସମ୍ପର୍କିତ ବିଭିନ୍ନ ପ୍ରକଳ୍ପ କାର୍ଯ୍ୟକୁ ବିଧାୟକ ପାଣ୍ଠି(ଏମଏଲଏ ଲ୍ୟାଡ୍ )ରେ ସାମିଲ ନିମନ୍ତେ ନିଷ୍ପତ୍ତି ନେଇଛନ୍ତି। ଏଥିପାଇଁ ଏମଏଲ ଲ୍ୟାଡ୍ ଫଣ୍ଡ-୧୯୯୭ର ପ୍ରକଳ୍ପ ତାଲିକା ସଂକ୍ରାନ୍ତ ନିୟମାବଳୀରେ ସଂଶୋଧନ କରାଯାଇଛି। କରୋନା ସଂକ୍ରମଣକୁ ରୋକିବା ପାଇଁ ଆବଶ୍ୟକ ପ୍ରକଳ୍ପକୁ ବିଧାୟକ ପାଣ୍ଠିରୁ କରିବା ନିମନ୍ତେ ରାଜ୍ୟ ସରକାର ସମସ୍ତ ଜିଲ୍ଲାପାଳଙ୍କୁ ଚିଠି ଲେଖି ଅନୁମତି ଦେଇଛନ୍ତି। ବିଧାୟକମାନଙ୍କ ସହ ପରାମର୍ଶ […]
ଭୁବନେଶ୍ୱର: କରୋନା ସଂକ୍ରମଣ ଯେପରି ନ ବ୍ୟାପେ ସେନେଇ ରାଜ୍ୟ ସରକାର ଅନେକ ପଦକ୍ଷେପ ଗ୍ରହଣ କରୁଛନ୍ତି। ଏହାକୁ ଦୃଷ୍ଟିରେ ରଖି ଆସନ୍ତାକାଲି ଦିନ ୧୧ଟାରୁ ସାରା ରାଜ୍ୟରେ ବସ୍ ଚଳାଚଳ ବନ୍ଦ ରଖିବାକୁ ନିଷ୍ପତ୍ତି ହୋଇଛି। ଏହାସହ ଆଜି ରାତି ୧୨ଟାରୁ ସମସ୍ତ ସିଟି ବସ୍ ଚଳାଚଳକୁ ମଧ୍ୟ ବନ୍ଦ ରଖାଯିବାକୁ ନିଷ୍ପତ୍ତି ହୋଇଛି। ଏନେଇ କରୋନା ମୁକାବିଲାକୁ ନେଇ ରାଜ୍ୟ ସରକାର ଗଠନ କରିଥିବା କମିଟିର ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗଚି ସୂଚନା ଦେଇଛନ୍ତି। […]
ନୂଆଦିଲ୍ଲୀ: କରୋନା ମୁକାବିଲା ଲାଗି ଭାରତ ସରକାର ପ୍ରଥମେ ଟ୍ରେନ ଓ ଅନ୍ତର୍ଜାତୀୟ ବିମାନ ଚଳାଚଳ ଉପରେ ରୋକ ଲଗାଇଥିଲେ। ଏବେ ଆଉ ଏକ ପଦକ୍ଷେପ ଗ୍ରହଣ କରିଛନ୍ତି ସରକାର। ଆସନ୍ତାକାଲି ଠାରୁ ଦେଶ ମଧ୍ୟରେ ଉଡୁଥିବା ସମସ୍ତ ଘରୋଇ ବିମାନ ଉଡ଼ାଣକୁ ମଧ୍ୟ ବନ୍ଦ କରିବାକୁ ନିଷ୍ପତ୍ତି ହୋଇଛି। ଏନେଇ ଆଜି ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି। ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେ, ଆସନ୍ତାକାଲି ମଧ୍ୟରାତ୍ର ଅର୍ଥାତ ରାତି ୧୨ଟାରୁ ଦେଶ […]
ନୂଆଦିଲ୍ଲୀ: କରୋନା ପ୍ରଭାବ ପୁଣିଥରେ ଷ୍ଟକ୍ ମାର୍କେଟ୍ ଉପରେ ପଡ଼ିଛି। ଆଜି ସକାଳୁ ଶେଆର ମାର୍କେଟ୍ ଖୋଲିବା ପରେ ବମ୍ବେ ଷ୍ଟକ ଏକ୍ସଚେଞ୍ଜରେ ସେନ୍ସେକ୍ସ ୨୩ ଶହ ପଏଣ୍ଟ ଖସିଥିଲା। ଯାହା ପୂର୍ବ ଦିନ ଅପେକ୍ଷା ୧୦ ପ୍ରତିଶତ ହ୍ରାସ ପାଇଛି। ସେହିଭଳି ନିଫ୍ଟି ମଧ୍ୟ ୮୪୨ ପଏଣ୍ଟ ହ୍ରାସ ପାଇଥିଲା। ପରିସ୍ଥିତି ଏପରି ହୋଇଥିଲା କି ୪୫ ମିନିଟ୍ ଯାଏ କାରବାରକୁ ବନ୍ଦ କରିବାକୁ ପଡ଼ିଥିଲା। ଗତକାଲିର ଜନତା କର୍ଫ୍ଯୁ, ମୁମ୍ବାଇ ଲକ୍ ଡାଉନ୍ ଏବଂ […]
ନୂଆଦିଲ୍ଲୀ: କରୋନା ଭାଇରସ ଯେପରି ନ ବ୍ୟାପେ ସେନେଇ ସତର୍କତାମୂଳକ ପଦକ୍ଷେପ ସ୍ୱରୂପ ଦେଶର ୮୦ଟି ସହରକୁ ଲକ ଡାଉନ ଘୋଷଣା କରାଯାଇଛି। ମାର୍ଚ୍ଚ ୩୧ ଯାଏ ଏହି ଲକ ଡାଉନ ଘୋଷଣା ହୋଇଛି। ଲକ୍ ଡାଉନ୍କୁ କଡ଼ାକଡ଼ି ଭାବରେ ପାଳନ କରିବାକୁ ରାଜ୍ୟ ସରକାରମାନଙ୍କୁ କେନ୍ଦ୍ର ସରକାର ନିର୍ଦ୍ଦେଶ ଦେଇଛନ୍ତି। ଲକ୍ ଡାଉନ୍କୁ କିଛି ଲୋକ ହାଲୁକା ଭାବରେ ଗ୍ରହଣ କରୁଥିବା ନେଇ ପ୍ରଧାନମନ୍ତ୍ରୀ ମୋଦି ଆଜି ସକାଳେ ଟ୍ୱିଟ କରିଥିଲେ। ଏହାପରେ କେନ୍ଦ୍ର ସରକାର […]
ନୂଆଦିଲ୍ଲୀ: ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪୧୫ ରେ ପହଞ୍ଚି ଥିବାବେଳେ ମୃତ୍ୟୁ ସଂଖ୍ୟା ୭ରେ ପହଞ୍ଚିଛି। ସଂକ୍ରମିତ ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସିଥିବା ଲୋକଙ୍କ ସଂପର୍କରେ ଯାଞ୍ଚ ଚାଲିଛି। ଲକ୍ ଡାଉନ୍କୁ କଡ଼ାକଡ଼ି ଭାବରେ ପାଳନ କରିବାକୁ ରାଜ୍ୟ ସରକାରମାନଙ୍କୁ କେନ୍ଦ୍ର ସରକାର ନିର୍ଦ୍ଦେଶ ଦେଇଛନ୍ତି। ଲକ୍ ଡାଉନ୍କୁ କିଛି ଲୋକ ହାଲୁକା ଭାବରେ ଗ୍ରହଣ କରୁଥିବା ନେଇ ପ୍ରଧାନମନ୍ତ୍ରୀ ମୋଦି ଆଜି ସକାଳେ ଟ୍ୱିଟ କରିଥିଲେ। ଏହାପରେ କେନ୍ଦ୍ର ସରକାର ରାଜ୍ୟ ସରକାରମାନଙ୍କୁ ଲକ୍ ଡାଉନ୍ […]
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆହ୍ଵାନ କରିଥିବା “ଜନତା କର୍ଫ୍ୟୁ”କୁ ସମର୍ଥନ କରି ସୁପରଷ୍ଟାର ରଜନୀକାନ୍ତ ଏକ ଭିଡ଼ିଓ ଟ୍ୱିଟରରେ ପୋଷ୍ଟ କରିଥିଲେ। ହେଲେ, କିଛି ସମୟ ପରେ ଟ୍ୱିଟର ପକ୍ଷରୁ ଏହାକୁ ଡିଲିଟ କରିଦିଆଯାଇଥିବା ଜଣାପଡିଛି। କୁହାଯାଉଛି ଯେ, ଏହି ଭିଡ଼ିଓରେ କିଛି ଭୁଲ ସୂଚନା ପ୍ରଦାନ କରାଯାଇଥିଲା। ଯେଉଁ ଅଭିଯୋଗରେ ଏହାକୁ ଡିଲିଟ କରାଯାଇଥିବା ସୂଚନା ମିଳିଛି। ରଜନୀକାନ୍ତ ଟ୍ୱିଟ କରି ଲେଖିଥିଲେ, କରୋନା ଭାଇରସ ଭାରତରେ ଦ୍ଵିତୀୟ ପର୍ଯ୍ୟାୟରେ ଅଛି। ତେଣୁ ଲୋକମାନଙ୍କୁ […]
ଲକ୍ଷ୍ନୌ: କରୋନାକୁ ନେଇ ଆଦୌ ବ୍ୟସ୍ତ ନ ହେବାପାଇଁ ରାଜ୍ୟବାସୀଙ୍କୁ ନିବେଦନ କରିଛନ୍ତି ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟ ନାଥ। ରାଜ୍ୟରେ ଅତ୍ୟାବଶ୍ୟକ ସାମଗ୍ରୀ ଏବଂ ଔଷଧ ଯଥେଷ୍ଟ ପରିମାଣର ଷ୍ଟକ୍ ଅଛି। ତେଣୁ ବ୍ୟତିବ୍ୟସ୍ତ ହୋଇ ସାମଗ୍ରୀ କିଣିବା ପାଇଁ ଦୋକାନକୁ ଯାଆନ୍ତୁ ନାହିଁ ବୋଲି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟ ନାଥ ରାଜ୍ୟବାସୀଙ୍କୁ କହିଛନ୍ତି। ଏହାସହ ୟୁପି ସରକାର ରାଜ୍ୟବାସୀଙ୍କ ପାଇଁ ଏକ ବଡ଼ ଘୋଷଣା କରିଛନ୍ତି। ଦୈନନ୍ଦିନ ଆବଶ୍ୟକତା ପୂରଣ ପାଇଁ ଦିନ […]
ନୂଆଦିଲ୍ଲୀ: ଆପଣ OLA କ୍ୟାବ୍ରେ ଟ୍ରାଭେଲ୍ କରୁଛନ୍ତି କି ? ହୁଏତ ଏହି ସୂଚନା ଆପଣଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ହୋଇପାରେ। କରୋନାକୁ ଦୃଷ୍ଟିରେ ରଖି ଦେଶରେ OLA ଏହାର ‘ଶେଆର୍ ରାଇଡ୍’ ସେବାକୁ ବାତିଲ୍ କରିଛି। କରୋନା ଭାଇରସ୍ ବ୍ୟାପିବାକୁ ରୋକିବା ପାଇଁ ଅସ୍ଥାୟୀ ଭାବେ କମ୍ପାନୀ ପକ୍ଷରୁ ଏଭଳି ନିଷ୍ପତ୍ତି ନିଆଯାଇଛି। ‘ଶେଆର୍ ରାଇଡ୍’ରେ ଗୋଟିଏ ଗାଡ଼ିରେ ଅନେକ ଅପରିଚିତ ବ୍ୟକ୍ତି ଅଳ୍ପ ଟଙ୍କା ଦେଇ ଗନ୍ତବ୍ୟସ୍ଥଳକୁ ଯାତ୍ରା କରିଥାନ୍ତି। କମ୍ପାନୀ ପକ୍ଷରୁ ପ୍ରକାଶ ପାଇଥିବା […]
ମୁମ୍ବାଇ: ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦ୍ରୁତ ଗତିରେ ବଢୁଛି। ଭାରତରେ ଆକ୍ରାନ୍ତଙ୍କ ସଂଖ୍ୟା ୨୦୫ ଛୁଇଁଛି। ଏହାସହ ୫ ଜଣଙ୍କ ମୁଣ୍ଡ ନେଲାଣି କରୋନା। ମହାରାଷ୍ଟ୍ରରେ କରୋନା ସ୍ଥିତି ଉଦବେଗଜନକ ରହିଛି। ଏନେଇ ମୁମ୍ବାଇରେ ସତର୍କତାମୂଳକ ପଦକ୍ଷେପ ନେବା ସହିତ ସାରା ମୁମ୍ବାଇରେ ଲକଡାଉନ୍ ଘୋଷଣା କରାଯାଇଛି। କରୋନା ସତର୍କତା ନେଇ ପୁରା ମୁମ୍ବାଇ ବନ୍ଦ ହେବ। ଆସନ୍ତା ୩୧ ତାରିଖ ପର୍ଯ୍ୟନ୍ତ ମୁମ୍ବାଇ ବନ୍ଦ ରହିବ। ସାରା ମୁମ୍ବାଇରେ ଲକ୍ ଡାଉନ୍ ଘୋଷଣା କରିଛନ୍ତି […]