• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

National Updates

p1
ପୁରୁଷ ଓ ମହିଳା ରୋଗୀଙ୍କୁ ଗୋଟିଏ ଷ୍ଟ୍ରେଚର୍‌ରେ ଶୁଆଇଲେ ହସ୍ପିଟାଲ କର୍ତ୍ତୃପକ୍ଷ

ଭୋପାଲ: ସରକାରୀ ହସ୍ପିଟାଲ୍‌ରେ ରୋଗୀ ସେବାର ଏକ କରୁଣ ଚିତ୍ର ସାମ୍ନାକୁ ଆସିଛି। ମଧ୍ୟପ୍ରଦେଶର ମହାରାଜା ଯଶବନ୍ତରାଓ ହସ୍ପିଟାଲ୍‌ରେ ଜଣେ ପୁରୁଷ ଓ ମହିଳା ରୋଗୀଙ୍କୁ ଗୋଟିଏ ଷ୍ଟ୍ରେଚର୍‌ରେ ଶୁଆଇ ଏକ୍ସରେ କରିବାକୁ ନିଆଯାଇଥିବା ସାମ୍ନାକୁ ଆସିଛି। ଏହି ସରକାରୀ ହସ୍ପିଟାଲ୍‌ର କର୍ତ୍ତୃପକ୍ଷଙ୍କ ଏଭଳି ଆଚରଣକୁ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ପ୍ରକଟ କରିଛନ୍ତି। ଏହି ଦୁଇ ରୋଗୀଙ୍କ ମଧ୍ୟରୁ ଜଣଙ୍କ ନାଁ ସଂଗୀତା। ସଂଗୀତାଙ୍କ ଡାହାଣ ଗୋଡ଼ ଭାଙ୍ଗି ଯାଇଥିବାରୁ ୧୨ ଦିନ ତଳେ ତାଙ୍କୁ ହସ୍ପିଟାଲ୍‌ରେ […]

  • Wednesday, 21 July 2021
pramila
ସଂସଦରେ ଆଶା ଓ ଅଙ୍ଗନବାଡ଼ି କର୍ମୀଙ୍କ ପ୍ରସଙ୍ଗ ଉଠାଇଲେ ସାଂସଦ ପ୍ରମିଳା ବିଷୋୟୀ

ନୂଆଦିଲ୍ଲୀ: ସଂସଦରେ ପ୍ରଥମ ଥର ପାଇଁ ବିତର୍କରେ ଭାଗ ନେଇଛନ୍ତି ଆସିକା ସାଂସଦ ପ୍ରମିଳା ବିଷୋୟୀ। ବାଚସ୍ପତି ପ୍ରମିଳାଙ୍କୁ ବିତର୍କରେ ଭାଗ ନେବାକୁ ସୁଯୋଗ ଦେଇଛନ୍ତି। ବିତର୍କର ପ୍ରଥମ ଦିନରେ ସେ ଆଶା ଓ ଅଙ୍ଗନବାଡ଼ି କର୍ମୀଙ୍କ ପ୍ରସଙ୍ଗ ଉଠାଇଛନ୍ତି। ସେ କହିଛନ୍ତି, “ଆଶା, ଅଙ୍ଗନବାଡ଼ି କର୍ମୀଙ୍କ ଦରମା ଯଥେଷ୍ଟ ନୁହେଁ। ଆଶା, ଅଙ୍ଗନବାଡ଼ି କର୍ମୀଙ୍କ ଦରମା ୧୫ ହଜାର, ସହାୟିକାଙ୍କ ଦରମା ୧୨ ହଜାର ଟଙ୍କା କରାଯାଉ ।” ଲୋକସଭା ବାଚସ୍ପତି ପ୍ରମିଳାଙ୍କୁ ପ୍ରଶଂସା କରିଛନ୍ତି। […]

  • Wednesday, 21 July 2021
shah-1562205717
ଅହମ୍ମଦାବାଦ ଜଗନ୍ନାଥ ମନ୍ଦିରରେ ପୂଜାର୍ଚ୍ଚନା କଲେ ଗୃହମନ୍ତ୍ରୀ

ଅହମ୍ମଦାବାଦ: ମହାପ୍ରଭୁ କାଳିଆ ହେଉଛନ୍ତି ସମସ୍ତଙ୍କ ଠାକୁର। ଭକ୍ତିରେ ଯିଏ ଡାକିଲା ତା’ ସହ ଭଗବାନଙ୍କ ଭାବ ଦିଆନିଆ ଚାଲେ। ତେଣୁ କାଳିଆ ସାଆନ୍ତେଙ୍କୁ କେବଳ ଓଡ଼ିଶାରେ ନୁହେଁ ଓଡ଼ିଶା ବାହାରେ ବି ପୂଜନ୍ତି ଭକ୍ତ। ବିଶ୍ୱ ପ୍ରସିଦ୍ଧ ରଥ ଯାତ୍ରା ଅବସରରେ ପୁରୀ ବଡଦାଣ୍ଡରେ ରଥ ଗଡିଲା ବେଳେ ଦେଶ ବିଦେଶରେ ବି ମନ୍ଦିରରୁ ବାହାରି ଭକ୍ତ ନିକଟକୁ ଚାଲି ଆସିଥାନ୍ତି ପ୍ରଭୁ। ଓଡ଼ିଶା ପରି ଗୁଜରାଟରେ ମଧ୍ୟ କାହିଁ କେଉଁ କାଳରୁ ଆନନ୍ଦ ଉଲ୍ଲାସର […]

  • Wednesday, 21 July 2021
nusrat_4784135_835x547-m
ରଥ ଟାଣିଲେ ନୁସ୍‌ରତ୍‌ ଜହାଁ

କୋଲକାତା: ପଶ୍ଚିମବଙ୍ଗ ଟିଏମସି ଦଳର ସାଂସଦ ତଥା ଅଭିନେତ୍ରୀ ନୁସ୍‌ରତ୍‌ ଜହାଁ ଆଜି କୋଲକାତା ସ୍ଥିତ ଶ୍ରୀଜଗନ୍ନାଥ ମନ୍ଦିରରେ ହୋଇଥିବା ରଥଯାତ୍ରାରେ ସାମିଲ ହୋଇଥିଲେ। ଏହି କାର୍ଯ୍ୟକ୍ରମ ନିମନ୍ତେ ନୁସ୍‌ରତ୍‌ଙ୍କୁ ମୁଖ୍ୟ ଅତିଥି ଭାବେ ଆମନ୍ତ୍ରଣ କରାଯାଇଥିଲା। ଏହି ଅବସରରେ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମଧ୍ୟ ଉପସ୍ଥିତ ଥିଲେ। ନୁସ୍‌ରତ୍‌ ଭଗବାନ ଶ୍ରୀଜଗନ୍ନାଥଙ୍କ ଆଳତୀ କରିଥିଲେ। ଏହାପରେ ମମତାଙ୍କ ସହ ମିଶି ସେ ରଥ ଟାଣିଥିଲେ। ଏହି ସମୟରେ ନବବିବାହିତା ନୁସ୍‌ରତ୍‌ଙ୍କ ସ୍ୱାମୀ ନିଖିଳ ଜୈନ […]

  • Wednesday, 21 July 2021
jobs
ଫାଙ୍କା ପଡ଼ିଛି ୭ ଲକ୍ଷ ସରକାରୀ ଚାକିରି

ନୂଆଦିଲ୍ଲୀ: ଦେଶରେ ନିଯୁକ୍ତି ଅଭାବରୁ ବେକାରୀ ସମସ୍ୟା ବୃଦ୍ଧି ପାଇବାରେ ଲାଗିଛି। ବିଗତ ୫ ବର୍ଷରେ ବେକାରୀ ସମସ୍ୟା ୪୫ ବର୍ଷ ରେକର୍ଡ ମଧ୍ୟ ଭାଙ୍ଗିଛି। ହେଲେ ସରକାରୀ ସ୍ତରରେ ପ୍ରାୟ ୭ ଲକ୍ଷ ପଦବୀ ଫାଙ୍କା ପଡ଼ିଥିବା ସରକାର ଲୋକସଭାରେ କହିଛନ୍ତି। ୨୦୧୮ ମସିହା ମାର୍ଚ୍ଚ ମାସ ଯାଏ ମିଳିଥିବା ତଥ୍ୟ ଅନୁଯାୟୀ, ବିଭିନ୍ନ ସରକାରୀ ବିଭାଗ ଓ ମନ୍ତ୍ରଣାଳୟରେ ଏତେ ସଂଖ୍ୟକ ପଦବୀ ଖାଲି ପଡ଼ିଥିବା ଜଣାପଡ଼ିଛି। କେବଳ ରେଳ ବିଭାଗରେ ସର୍ବାଧିକ ୨.୬ […]

  • Wednesday, 21 July 2021
0
ରାହୁଲଙ୍କ ଇସ୍ତଫା ନିଷ୍ପତ୍ତିକୁ ସମ୍ମାନ ଜଣାଇଲେ ପ୍ରିୟଙ୍କା

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ଫଳାଫଳରେ କଂଗ୍ରେସ ଅଧ୍ୟକ୍ଷ ପଦରୁ ରାହୁଲ ଗାନ୍ଧିଙ୍କ ଇସ୍ତଫା ଦେବା ଘଟଣାକୁ ନେଇ ଲାଗି ରହିଥିବା ଦ୍ୱନ୍ଦ୍ୱ ଶେଷରେ ଦୂର ହୋଇଛି। ଗତକାଲି ରାହୁଲ ଗାନ୍ଧି କଂଗ୍ରେସର ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଥିବା କଥା ଟ୍ୱିଟ୍‌ରରେ ଉଲ୍ଲେଖ କରିଥିଲେ। ଆଜି ରାହୁଲଙ୍କୁ ତାଙ୍କ ଭଉଣୀ ପ୍ରିୟଙ୍କା ଗାନ୍ଧି ଭଦ୍ରା ପ୍ରଶଂସାରେ ପୋତି ପକାଇଛନ୍ତି। ରାହୁଲ ଯେଉଁଭଳି କଂଗ୍ରେସର ପରାଜୟ ପାଇଁ ନିଜକୁ ଦାୟୀ କରି ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଲେ, ଏଭଳି ସାହାସକୁ […]

  • Wednesday, 21 July 2021
q-2
ଡ୍ୟାମ୍‌ ଭୁଶୁଡ଼ି ମୃତ୍ୟୁସଂଖ୍ୟା ୧୪ ଛୁଇଁଲା, ୯ ନିଖୋଜ

ମୁମ୍ବାଇ: ଲଗାଣ ବର୍ଷା ଯୋଗୁ ମହାରାଷ୍ଟ୍ରର ରତ୍ନଗିରିଠାରେ ଡ୍ୟାମ୍‌ ଭୁଶୁଡ଼ିବା ଘଟଣାରେ ମୃତ୍ୟୁସଂଖ୍ୟା ୧୪ରେ ପହଞ୍ଚିଛି। ଉଦ୍ଧାରକାରୀ ଦଳ ପାଣିରେ ଭାସି ଯାଇଥିବା ୧୪ ଜଣଙ୍କ ମୃତଦେହକୁ ଠାବ କରିବାରେ ସମର୍ଥ ହୋଇଛନ୍ତି। ଅନ୍ୟପକ୍ଷରେ ଏବେ ବି ୯ ଜଣଙ୍କର କୌଣସି ପତ୍ତା ମିଳିନାହିଁ। ଡ୍ୟାମ ଭୁଶୁଡ଼ିବା ଯୋଗୁ ତିଭେର ଗାଁରେ ବ୍ୟାପକ କ୍ଷୟକ୍ଷତି ହୋଇଥିଲା। ମଙ୍ଗଳବାର ରାତିରେ ୩୦୮ ମିଟର ଲମ୍ବର ତିୱେର ଡ୍ୟାମ୍‌ର ୧୦୦ ମିଟର ଅଂଶ ଭୁଶୁଡ଼ି ପଡ଼ିଥିଲା। ଫଳରେ ଗାଁରେ ଥିବା […]

  • Wednesday, 21 July 2021
s-2
ଆତଙ୍କୀ ହାଫିଜ ଉପରେ ପଞ୍ଝା କଷିଲା ପାକିସ୍ତାନ

ଇସ୍‌ଲାମାବାଦ: ଆତଙ୍କବାଦୀଙ୍କ ଭୂସ୍ୱର୍ଗ ପାଲଟିଥିବା ପାକିସ୍ତାନ ଏବେ ଅନ୍ତର୍ଜାତୀୟ ଚାପରେ ଚେପା ହୋଇଛି। ଫାଇନାନ୍ସିଆଲ ଆକ୍ସନ ଟ୍ୟାକ୍ସ ଫୋର୍ସର ବ୍ଲାକ୍‌ ଲିଷ୍ଟରୁ ବର୍ତ୍ତିବା ପାଇଁ ପାକିସ୍ତାନ ସରକାର ମୁମ୍ବାଇ ଆକ୍ରମଣର ମାଷ୍ଟରମାଇଣ୍ଡ ହାଫିଜ୍‌ ସୟିଦ ଓ ତା’ର ସହଯୋଗୀଙ୍କ ଉପରେ ପଞ୍ଝା କଷିବାକୁ ଉଦ୍ୟମ କରିଛି। ହାଫିଜ୍‌ ସୟିଦ ଓ ତା’ର ସହଯୋଗୀଙ୍କ ନାଁରେ ପାକିସ୍ତାନ ସରକାର ଟେରର ଫାଇନାନ୍ସିଂ ମାମଲା ରୁଜୁ କରିଛନ୍ତି। ପାକିସ୍ତାନର ଆତଙ୍କ ନିରୋଧୀ ବିଭାଗର ମୁଖପାତ୍ର କହିଛନ୍ତି, ହାଫିଜ ଓ ତା’ର […]

  • Wednesday, 21 July 2021
rice farming
ବଜେଟ୍‌ ପୂର୍ବରୁ କୃଷକଙ୍କୁ ଉପହାର

ନୂଆଦିଲ୍ଲୀ: ସଂସଦରେ ସାଧାରଣ ବଜେଟ୍‌ ଆଗତ ହେବାର ଗୋଟିଏ ଦିନ ପୂର୍ବରୁ ବଡ଼ ଘୋଷଣା କରିଛନ୍ତି କେନ୍ଦ୍ର ସରକାର। ପ୍ରମୁଖ ଖରିଫ ଫସଲ ଧାନ ସମେତ ଅନ୍ୟ କିଛି ଶସ୍ୟର ଏମ୍‌ଏସ୍‌ପି ବା ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି କରିବାକୁ କେନ୍ଦ୍ର କ୍ୟାବିନେଟ୍‌ରେ ନିଷ୍ପତ୍ତି ନିଆଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକର ନିଷ୍ପତ୍ତି ଅନୁଯାୟୀ ସାଧାରଣ ବର୍ଗର ଧାନର ଏମ୍‌ଏସ୍‌ପିରେ କ୍ୱିଣ୍ଟାଲ୍ ପ୍ରତି ୩.୭% ବା ୬୫ ଟଙ୍କା ବୃଦ୍ଧି କରାଯାଇ ୧୮୧୫ […]

  • Wednesday, 21 July 2021
rangnath pandey
‘ପ୍ରିୟାପ୍ରୀତି ତୋଷଣ ଓ ତୁଷ୍ଟିକରଣରେ ଚାଲିଛି ବିଚାରପତିଙ୍କ ନିଯୁକ୍ତି’

ନୂଆଦିଲ୍ଲୀ: ପୁଣିଥରେ ନ୍ୟାୟପାଳିକାରେ ବିଚାରପତି ନିଯୁକ୍ତିକୁ ନେଇ ବିବାଦ ଦେଖାଦେଇଛି। ପ୍ରିୟାପ୍ରୀତି ତୋଷଣ, ତୁଷ୍ଟିକରଣରେ ଓ ଜାତିଗତ ଭେଦଭାବରେ କଲେଜିୟମ୍‌ ବିଚାରପତିମାନଙ୍କୁ ନିଯୁକ୍ତି ଦେଉଛନ୍ତି ବୋଲି ଆହ୍ଲାବାଦ ହାଇକୋର୍ଟ ବିଚାରପତି ଜଷ୍ଟିସ୍ ରଙ୍ଗନାଥ ପାଣ୍ଡେ ଅଭିଯୋଗ କରିଛନ୍ତି। ଏଥିସହ ସେ ଏ ସଂକ୍ରାନ୍ତ ଏକ ଚିଠି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନିକଟକୁ ମଧ୍ୟ ପଠାଇଛନ୍ତି। ଜୁଲାଇ ୧ରେ ଜଷ୍ଟିସ ପାଣ୍ଡେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଲେଖିଥିବା ଚିଠିରେ ଅନେକ କଥା କହିଛନ୍ତି। ସେ କହିଛନ୍ତି, “୩୪ ବର୍ଷ କ୍ୟାରିୟର ମଧ୍ୟରେ […]

  • Wednesday, 21 July 2021
deadbody
ଶବକୁ ପୋତିବାକୁ ଯାଉଥିଲେ, ହଠାତ୍ ହାତ ହଲାଇଲା ‘ମୃତଦେହ’  

ଲକ୍ଷ୍ନୌ: ଡାକ୍ତର ମୃତ ଘୋଷଣା କରିଥିଲେ। ଏହି ଖବର ପରେ ପରିବାର ଲୋକ ଯୁବକଙ୍କ ମୃତଦେହ ଧରି ଅନ୍ତିମ ସଂସ୍କାର କରିବାକୁ ଯାଇଥିଲେ। ହେଲେ ଶବକୁ ପୋତା ଯିବା ପୂର୍ବରୁ ଜୁଇର ଶେଯରୁ ହଠାତ୍‌ ଯୁବକ ଜଣଙ୍କ ବଞ୍ଚିଥିବା ଜଣାପଡ଼ିଥିଲା। ଏହା କୌଣସି ଫିଲ୍ମର କାହାଣୀ ନୁହେଁ ବରଂ ଉତ୍ତର ପ୍ରଦେଶରେ ଏଭଳି ଘଟଣା ଘଟିଛି। ୨୦ ବର୍ଷୀୟ ମହମ୍ମଦ ଫୁରକାନ ଏକ ଦୁର୍ଘଟଣାର ଶିକାର ହୋଇ ଜୁନ୍‌ ୨୧ରୁ ଏକ ଘରୋଇ ହସ୍ପିଟାଲ୍‌ରେ ଭର୍ତ୍ତି ହୋଇଥିଲେ। […]

  • Wednesday, 21 July 2021
Dalai-Lam
ମହିଳାଙ୍କ ଉପରେ ଦେଇଥିବା ମନ୍ତବ୍ୟ ପାଇଁ ଅନୁତପ୍ତ ଦଲାଇଲାମା

ନୂଆଦିଲ୍ଲୀ: ତିବ୍ବତୀୟ ଧର୍ମଗୁରୁ ଦଲାଇଲାମା ମହିଳାଙ୍କ ଉପରେ ଦେଇଥିବା ମନ୍ତବ୍ୟ ପାଇଁ ଆଜି ଗଭୀର ଭାବେ ଦୁଃଖ ପ୍ରକାଶ କରିଛନ୍ତି।ଏକ ଇଂଲିଶ ଗଣାମଧ୍ୟମକୁ ସୂଚନା ଦେଇ ଦଲାଇଲାମା ତାଙ୍କ ଉତ୍ତରାଧିକାରୀଙ୍କ ସମ୍ପର୍କରେ ମତ ଦେଇଥିଲେ। ସେ କହିଥିଲେ, “ଯଦି ମୋ ଉତ୍ତରାଧିକାରୀ ଜଣେ ମହିଳା ହୁଅନ୍ତି, ତା’ହେଲେ ସେ ସୁନ୍ଦର ଏବଂ ଆକର୍ଷଣୀୟ ହୋଇଥିବା ଦରକାର।” ଅବଶ୍ୟ ଏହି ସମୟରେ ଦଲାଇଲାମା ହସିହସି ମତ ଦେଇଥିଲା। କିନ୍ତୁ ଏହାକୁ ନେଇ ବିବାଦ ସୃଷ୍ଟି ହୋଇଥିଲା। ଦଲାଇଲାମାଙ୍କ ଭଳି […]

  • Wednesday, 21 July 2021
motilal vora
ମୋତିଲାଲ୍ ହେଲେ କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷ

ନୂଆଦିଲ୍ଲୀ: କଂଗ୍ରେସ ଅଧ୍ୟକ୍ଷ ପଦରୁ ରାହୁଲ ଗାନ୍ଧି ଇସ୍ତଫା ଦେବା ପରେ ବରିଷ୍ଠ ନେତା ମୋତିଲାଲ ଭୋରାଙ୍କୁ ଦଳର ଅନ୍ତରୀଣ ଅଧ୍ୟକ୍ଷ କରିବାକୁ ନିଷ୍ପତ୍ତି ନିଆଯାଇଛି। ନୂଆ କଂଗ୍ରେସ ଅଧ୍ୟକ୍ଷ ନିଯୁକ୍ତ ହେବା ଯାଏ ଶ୍ରୀ ଭୋରା ଦଳର ସବୁକଥା ବୁଝିବେ। ମୋତିଲାଲ ଭୋରେ ୨୦୧୪ରୁ ରାଜ୍ୟସଭା ସଦସ୍ୟ ରହିଛନ୍ତି। ୧୯୮୮ରେ ସେ ପ୍ରଥମଥର ରାଜ୍ୟସଭାକୁ ଯାଇଥିଲେ। ସେହିପରି ୧୯୮୫,୧୯୮୮ ଓ ୧୯୮୯ରେ ସେ କିଛି ସମୟ ପାଇଁ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଭାବେ ମଧ୍ୟ କାର୍ଯ୍ୟ କରିଥିଲେ। […]

  • Wednesday, 21 July 2021
supreem court
ଓଡ଼ିଆ ସମେତ ୬ଟି ଭାଷାରେ ପ୍ରକାଶ ପାଇବ ସୁପ୍ରିମକୋର୍ଟଙ୍କ ରାୟ

ନୂଆଦିଲ୍ଲୀ: ସୁପ୍ରିମକୋର୍ଟ ଦେଉଥିବା ବିଭିନ୍ନ ରାୟ ଏଣିକି ଓଡ଼ିଆ ସମେତ ୬ଟି ଆଞ୍ଚଳିକ ଭାଷାରେ ପ୍ରକାଶ ପାଇବ। ଆଜି ସୁପ୍ରିମକୋର୍ଟ ଏଭଳି ନିଷ୍ପତ୍ତି ନେଇଛନ୍ତି। ଚଳିତ ମାସ ଶେଷ ଭାଗରୁ ହିଁ ସୁପ୍ରିମକୋର୍ଟଙ୍କ ୱେବସାଇଟ୍‌ରେ ଓଡ଼ିଆ, ଅହମୀୟା(ଆସାମ), ହିନ୍ଦୀ, କନ୍ନଡ଼, ମରାଠୀ ଓ ତେଲୁଗୁ ଭାଷାରେ ଅନୁବାଦ ହୋଇ ଉପଲବ୍ଧ ହେବ। ଏବେ ସୁପ୍ରିମକୋର୍ଟଙ୍କ ୱେବସାଇଟ୍‌ରେ କେବଳ ଇଂରାଜୀ ଭାଷରେ ବିଭିନ୍ନ ରାୟ ଓ ତଥ୍ୟ ପ୍ରକାଶ ପାଉଛି। ଆଜି ପ୍ରଧାନ ବିଚାରପତି ଜଷ୍ଟିସ୍‌ ରଞ୍ଜନ ଗୋଗୋଇ […]

  • Wednesday, 21 July 2021
azam-khan
ବିବାଦୀୟ ମନ୍ତବ୍ୟ ଦେଇ ଅଡ଼ୁଆରେ ଆଜମ୍ ଖାନ୍: ଆଉ ଏକ ମାମଲା ରୁଜୁ

ରାମପୁର: ବିଜେପି ନେତ୍ରୀ ଜୟା ପ୍ରଦାଙ୍କ ସମ୍ପର୍କରେ ବିବାଦୀୟ ବୟାନ ଦେଇ ପୁଣିଥରେ ଅଡ଼ୁଆରେ ପଡ଼ିଛନ୍ତି ସମାଜବାଦୀ ପାର୍ଟି ନେତା ତଥା ରାମପୁର ସାଂସଦ ଆଜମ ଖାନ୍‌। ତାଙ୍କ ନାଁରେ ପୁଣି ଏକ ଏଫ୍‌ଆଇଆର ରୁଜୁ କରାଯାଇଛି। ମୁସ୍ତାଫା ହୋସେନ ନାମକ ଜଣେ ବ୍ୟକ୍ତି ସିଭିଲ୍ ଲାଇନ୍‌ ପୁଲିସ୍‌ ଷ୍ଟେସନରେ ଆଜମ ଖାନ୍‌ଙ୍କ ନାଁରେ ଏଫ୍‌ଆଇଆର ରୁଜୁ କରିଛନ୍ତି। ରାମପୁର ସର୍କଲ ଅଫିସର ବିଦ୍ୟା କିଶୋର କହିଛନ୍ତି, ଜୁନ୍‌ ୩୦ରେ ମୋରଦାବାଦରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗଦେଇ […]

  • Wednesday, 21 July 2021
modi
ନାଁ ନନେଇ ନିଜ ଦଳ ନେତାଙ୍କୁ ତୀବ୍ର ସମାଲୋଚନା କଲେ ମୋଦି

ନୂଆଦିଲ୍ଲୀ: ମଧ୍ୟପ୍ରଦେଶ ବିଜେପି ବିଧାୟକ ଆକାଶ ବିଜୟଭର୍ଗିୟା ଓ ତାଙ୍କ ସମର୍ଥକମାନେ ଗତକାଲି ଠାରୁ ପୂରା ନିରବ ହୋଇଯାଇଛନ୍ତି। ଗତକାଲି ପ୍ରଧାନମନ୍ତ୍ରୀ ତଥା ବିଜେପି ନେତା ନରେନ୍ଦ୍ର ମୋଦି ସଂସଦୀୟ ଦଳ ବୈଠକରେ ଆକାଶଙ୍କ ନାଁ ନନେଇ ତାଙ୍କୁ ତୀବ୍ର ସମାଲୋଚନା କରିଥିଲେ। ଆକାଶ କିଛି ଦିନ ତଳେ ଜଣେ ପୌରପାଳିକା ଅଧିକାରୀଙ୍କୁ ବ୍ୟାଟ୍‌ରେ ମାଡ଼ ମାରିଥିଲେ। ଏଥିପାଇଁ ତାଙ୍କୁ ଦୁଇ ଦିନ ଜେଲରେ ମଧ୍ୟ ରହିବାକୁ ପଡ଼ିଥିଲା। ଜେଲରୁ ବାହାରିବା ପରେ ତାଙ୍କୁ ଅତ୍ୟନ୍ତ ରାଜକୀୟ […]

  • Wednesday, 21 July 2021
rahul
ନିର୍ବାଚନ ମାଧ୍ୟମରେ କଂଗ୍ରେସ ଅଧ୍ୟକ୍ଷ ଚୟନ ହେବ: ରାହୁଲ ଗାନ୍ଧି

ନୂଆଦିଲ୍ଲୀ: ସିଲେକସନ୍‌ ନୁହେଁ ଇଲେକସନ୍‌ ଜରିଆରେ କଂଗ୍ରେସର ପରବର୍ତ୍ତୀ ଅଧ୍ୟକ୍ଷ ଚୟନ କରାଯିବ। ଆଜି ଏକଥା କହିଛନ୍ତି କଂଗ୍ରେସର ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଥିବା ରାହୁଲ ଗାନ୍ଧି । ଇସ୍ତଫା ଦେବା ପୂର୍ବରୁ ରାହୁଲ୍‌ ଏପରି ମନ୍ତବ୍ୟ ଦେଇଥିଲେ। ଯେଉଁଥିରେ ତାଙ୍କ ଇସ୍ତଫା ଦେବା ନେଇ ସ୍ପଷ୍ଟ ହୋଇଯାଇଥିଲା। ରାହୁଲ କହିଥିଲେ, କଂଗ୍ରେସର ଆଗାମୀ ଅଧ୍ୟକ୍ଷ ବାଛିବା ପାଇଁ ତୁରନ୍ତ ନିର୍ବାଚନ ହେବା ଦରକାର। କଂଗ୍ରେସ ଅଧ୍ୟକ୍ଷ ପଦ ପାଇଁ ପ୍ରାର୍ଥୀ ଚୟନରେ କାହିଁକି ବିଳମ୍ବ ହେଉଛି […]

  • Wednesday, 21 July 2021
flight
ବିମାନ ଚଳାଚଳ ସଂସ୍ଥାକୁ ଡିଜିସିଏର ଚରମବାଣୀ

ମୁମ୍ବାଇ: ଛତ୍ରପତି ଶିବାଜୀ ଅନ୍ତର୍ଜାତୀୟ ବିମାନବନ୍ଦରର ମୁଖ୍ୟ ରନ୍‌ୱେରେ ସ୍ପାଇସ୍ ଜେଟ୍ ବିମାନ ଫସି ରହିବା ପରେ ବିମାନ ଚଳାଚଳ ସଂସ୍ଥାକୁ ଚରମବାଣୀ ଶୁଣାଇଛି ଡିଜିସିଏ। ପାଗ ଖରାପ ଥିବାବେଳେ ବିମାନ ଅବତରଣ ନ କରିବାକୁ ଡିଜିସିଏ କହିଛି। ଏଭଳି ସ୍ଥିତିରେ ଯେତେବେଳେ କି ଅବତରଣ ଲାଗି ରନ୍‌ଓ୍ୱ ଠିକ୍ ନଥିବ ବା ଦୃଶ୍ୟମାନ ଦୂରତା କମ୍ ଥିବ ସେତେବେଳେ ବିମାନ ଅବତରଣ ନ କରିବାକୁ ଡିଜିସିଏ କଡ଼ା ନିର୍ଦ୍ଦେଶ ଦେଇଛି। ଏହା ଛଡ଼ା ପାଗ ଖରାପ […]

  • Wednesday, 21 July 2021
sabara srikhetra
ପ୍ରଥମ ଥର ପାଇଁ ମାଆ ସୁଭଦ୍ରାଙ୍କ ରଥରେ ଦୁଇ ମହିଳା ଡାହୁକ

କୋରାପୁଟ : ରଥଯାତ୍ରା ପାଇଁ ଶାବର ଶ୍ରୀକ୍ଷେତ୍ର କୋରାପୁଟ ମଧ୍ୟ ଚଳଚଞ୍ଚଳ ହୋଇଉଠିଛି। ୧୫ଦିନ ଧରି ଅନବସର ପରେ ଆଜି ମହାପ୍ରଭୁଙ୍କ ନବଯୌବନ ଦର୍ଶନ କରୁଛନ୍ତି ଶ୍ରଦ୍ଧାଳୁ। ଆଜି ଦିନ ସାରା ଶ୍ରଦ୍ଧାଳୁମାନେ ମହାପ୍ରଭୁଙ୍କ ନବଯୌବନ ଦର୍ଶନ କରିପାରିବେ। ଆସନ୍ତାକାଲି ସକାଳେ ମା’ ବିମଳାଙ୍କ ଆଜ୍ଞାମାଳ ପାଇବା ପରେ ତିନି ଠାକୁରଙ୍କୁ ପହଣ୍ଡି କରାଯାଇ ରଥାରୁଢ଼ କରାଯିବ। ଶାବର ଶ୍ରୀକ୍ଷେତ୍ର କୋରାପୁଟରେ ଚଳିତ ବର୍ଷ ମା’ ସୁଭଦ୍ରାଙ୍କ ରଥରେ ଦୁଇଜଣ ମହିଳା ଡାହୁକ ଆକର୍ଷଣର କେନ୍ଦ୍ରବିନ୍ଦୁ ସାଜିବେ। […]

  • Wednesday, 21 July 2021
pic9
କର୍ତ୍ତାରପୁର କରିଡର୍ ନିର୍ମାଣ ପାଇଁ ପାକିସ୍ତାନକୁ ପ୍ରସ୍ତାବ ଦେଲା ଭାରତ

ନୂଆଦିଲ୍ଲୀ: ପାକିସ୍ତାନର ସୀମାନ୍ତ ଅଞ୍ଚଳରେ ଅବସ୍ଥିତ ଶିଖ ଧର୍ମାବଲମ୍ବୀଙ୍କ ପବିତ୍ର ସ୍ଥଳ କର୍ତ୍ତାରପୁରକୁ କରିଡର୍ ନିର୍ମାଣକୁ ନେଇ ପାକିସ୍ତାନ ସହ ଦ୍ୱିତୀୟ ପର୍ଯ୍ୟାୟ ଆଲୋଚନା ପାଇଁ ଆଜି ଭାରତ ପକ୍ଷରୁ ପ୍ରସ୍ତାବ ଦିଆଯାଇଛି। ଜୁଲାଇ ୧୧ରୁ ୧୪ ଯାଏ ଉଭୟ ଦେଶ ଏ ସମ୍ପର୍କରେ ଆଲୋଚନା କରି କରିଡର୍ ନିର୍ମାଣର ରୂପରେଖ ସ୍ଥିର କରିବା ଦରକାର ବୋଲି ଭାରତ ସରକାରଙ୍କ ପକ୍ଷରୁ କୁହାଯାଇଛି। ବୈଠକରେ ଯୋଗଦେବା ପାଇଁ ଭାରତ ସରକାର ପାକିସ୍ତାନକୁ ଏକ ପ୍ରତିନିଧି ଦଳ ପଠାଇବାକୁ […]

  • Wednesday, 21 July 2021
dead-murder-suicide.jpg.image.784.410
୨୦୦ ଟଙ୍କା ପାଇଁ ବନ୍ଧୁକୁ ମାରିଦେଲେ ଦୁଇ ନାବାଳକ

ନୂଆଦିଲ୍ଲୀ: ମାତ୍ର ୨୦୦ ଟଙ୍କା ପାଇଁ ଦିଲ୍ଲୀରେ ଏକ ହତ୍ୟାକାଣ୍ଡ ଘଟିଛି। ଜଣେ ୧୭ ବର୍ଷୀୟ ବାଳକଙ୍କୁ ଆଉ ଦୁଇ ଜଣ ନାବାଳକ ଅତ୍ୟନ୍ତ ନିର୍ମମ ଭାବେ ହତ୍ୟା କରିଛନ୍ତି। ପୁଲିସ୍‌ ଏହି ଘଟଣାରେ ଦୁଇ ଅଭିଯୁକ୍ତ ନାବାଳକଙ୍କୁ ଅଟକ ରଖିଛି। ୧୭ ବର୍ଷୀୟ ନୀତୀନ ମିଶ୍ର ଅଟକ ଥିବା ଦୁଇ ନାବାଳକଙ୍କ ଠାରୁ ୨୦୦ ଟଙ୍କା ଧାର ନେଇଥିଲେ। ତେବେ ଏହାକୁ ସେ ନ ଶୁଝିବାରୁ ତାଙ୍କୁ ସବୁଦିନ ପାଇଁ ରାସ୍ତାରୁ ହଟାଇ ଦେବାକୁ ସେମାନେ […]

  • Wednesday, 21 July 2021
attacks2
ମୁମ୍ୱାଇ ଆତଙ୍କବାଦୀ ଆକ୍ରମଣକୁ ନେଇ ଆସିବ ଫିଲ୍ମ

ମୁମ୍ୱାଇ: ଆଗକୁ ପରଦାରେ ଦର୍ଶକ ଦେଖିବାକୁ ପାଇବେ ୨୬/୧୧ ମୁମ୍ୱାଇ ଆତଙ୍କବାଦୀ ଆକ୍ରମଣ ଘଟଣାକୁ ନେଇ ଆଧାରିତ ଫିଲ୍ମ। ଫିଲ୍ନ ନିର୍ମାତା ତଥା ଶିବସେନା ସାଂସଦ ସଞ୍ଜୟ ରାଉତ ଆଜି ଏହା ଘୋଷଣା କରିଛନ୍ତି। ତେବେ ଏହି ୨୬/୧୧ ଫିଲ୍ମଟି କେବଳ ମରାଠୀ ଭାଷାରେ ରିଲିଜ୍ ହେବ ବୋଲି ସେ କହିଛନ୍ତି। ସଞ୍ଜୟ ନିକଟରେ ରିଲିଜ୍ ହୋଇଥିବା ବାଲ୍ ଠାକରେଙ୍କ ଜୀବନୀ ସମ୍ବଳିତ ଫିଲ୍ମ ନିର୍ମାଣ କରିଥିଲେ। ଆଗାମୀ ଦିନରେ ବାଲ ଠାକରେ ଫିଲ୍ନର ଦ୍ୱିତୀୟ ଭାଗ […]

  • Wednesday, 21 July 2021
800034-forest
ମହିଳା ପୁଲିସ୍‌ କର୍ମୀଙ୍କୁ ବାଡ଼େଇଲେ ଲୋକେ

ହାଇଦ୍ରାବାଦ: ତେଲେଙ୍ଗାନାର ଆସିଫାବାଦ ଜିଲ୍ଲାରେ ମହିଳା ପୁଲିସ କର୍ମୀ ଏବଂ ବନ କର୍ମଚାରୀଙ୍କୁ ସାଧାରଣ ଲୋକେ ନିର୍ଧୁମ ପିଟୁଥିବାର ଦେଖିବାକୁ ମିଳିଛି। ଗତକାଲି ଆସିଫାବଦରେ ସରକାରଙ୍କ ଦ୍ୱାରା ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଚାଲିଥିବା ବେଳେ ବନ କର୍ମଚାରୀ ସ୍ଥାନୀୟ ଲୋକଙ୍କ ଆକ୍ରମଣର ଶିକାର ହୋଇଥିଲେ । ବାଡ଼େଇଥିବା ବ୍ୟକ୍ତି ହେଉଛନ୍ତି ଶାସକ ଦଳ ତେଲେଙ୍ଗାନା ରାଷ୍ଟ୍ର ସମିତି ନେତା ତଥା ସ୍ଥାନୀୟ ବିଧାୟକଙ୍କ ଭାଇ। ପୁଲିସ ମାଡ଼ ମାରିଥିବା ସମସ୍ତଙ୍କୁ ଗିରଫ କରିଛି। #WATCH Telangana: A […]

  • Wednesday, 21 July 2021
file760j1puvskz184ylqivh-1561880678
ଉତ୍ତର କୋରିଆ ରାଷ୍ଟ୍ରପତିଙ୍କୁ ଭେଟିଲେ ଡୋନାଲ୍ଟ ଟ୍ରମ୍ପ୍‌

ସିଓଲ: ଡୋନାଲ୍ଡ ଟ୍ରମ୍ପ ଇତିହାସ ସୃଷ୍ଟି କରିଛନ୍ତି। ଆମେରିକାର ପ୍ରଥମ ରାଷ୍ଟ୍ରପତି ଭାବେ ସେ ଅପ୍ରତ୍ୟାଶିତ ଢଙ୍ଗରେ ଉତ୍ତର କୋରିଆରେ ପହଞ୍ଚି ସେଠାକାର ସୁପ୍ରିମ ଲିଡର କିମ୍‌ ଜଙ୍ଗ ଉନ୍‌ଙ୍କୁ ସାକ୍ଷାତ କରିଛନ୍ତି। ଟ୍ରମ୍ପଙ୍କ ପୂର୍ବରୁ ଆମେରିକାର କୌଣସି ରାଷ୍ଟ୍ରପତି ଏଭଳି ପଦକ୍ଷେପ ଗ୍ରହଣ କରି ନଥିଲେ। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଉତ୍ତର କୋରିଆ ଓ ଦକ୍ଷିଣ କୋରିଆକୁ ଭାଗ କରୁଥିବା ଡି-ମିଲିଟାରାଇଜଡ୍‌ ଜୋନ୍‌ଠାରେ ଟ୍ରମ୍ପ ଉତ୍ତର କୋରିଆର ଏକଛତ୍ରବାଦୀ ଶାସକ କିମଙ୍କ ସହ ହାତ […]

  • Wednesday, 21 July 2021
pic6
ବର୍ଷାରେ ବେହାଲ୍‌ ହେଲା ଷ୍ଟାଚ୍ୟୁ ଅଫ୍‌ ୟୁନିଟି ଗ୍ୟାଲେରୀ

ନୂଆଦିଲ୍ଲୀ: ୩୦୦୦ ହଜାର କୋଟି ଟଙ୍କା ଖର୍ଚ୍ଚ କରି କେନ୍ଦ୍ର ସରକାର ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ବିଶାଳ ପ୍ରତିମୂର୍ତ୍ତି ନିର୍ମାଣ କରିବା ସହ ଏହାର ଚାରିପାଖରେ ଗ୍ୟାଲେରୀ ନିର୍ମାଣ କରିଥିଲେ। ଏହାକୁ ଷ୍ଟାଚ୍ୟୁ ଅଫ ୟୁନିଟି ଭାବେ ନାମିତ କରାଯାଇଥିଲା। ହେଲେ ବର୍ଷାରେ ଏହି ୩୦୦୦ ହଜାର କୋଟିର ଷ୍ଟାଚ୍ୟୁ ଅଫ୍‌ ୟୁନିଟି ବେହାଲ ହୋଇଛି। ଏହି ବିଶାଳ ପ୍ରତିମୂର୍ତ୍ତିକୁ ଦେଖିବା ପାଇଁ ଯେଉଁ ଦର୍ଶକ ଗ୍ୟାଲେରୀ ତିଆରି ହୋଇଥିଲା, ବର୍ଷା ବେଳେ ତା’ ଛାତରୁ […]

  • Wednesday, 21 July 2021