ନୂଆଦିଲ୍ଲୀ; ଟ୍ରିପଲ୍ ତଲାକ ବିଲ୍କୁ ନେଇ କେନ୍ଦ୍ର ସରକାରଙ୍କୁ ନୋଟିସ୍। ମାମଲାର ଶୁଣାଣି ପାଇଁ କେନ୍ଦ୍ର ସରକାରଙ୍କୁ ନୋଟିସ୍ କରିଛନ୍ତି ସବୋର୍ଚ୍ଚ ଅଦାଲତ। ଟ୍ରିପଲ ତଲାକ୍ ଆଇନକୁ ପୁଣି ଥରେ ସମୀକ୍ଷା କରିବା ପାଇଁ ରାଜି ହୋଇଛନ୍ତି ସୁପ୍ରିମକୋର୍ଟ। ଏନେଇ କେନ୍ଦ୍ର ସରକାର ଜବାବ ରଖିବା ପରେ କୋର୍ଟ ଏନେଇ ପରବର୍ତ୍ତି ପଦକ୍ଷେପ ନେବେ। ଏହାକୁ ଅସାମ୍ବିଧାନିକ ଦର୍ଶାଇବାକୁ ଦାବି କରିଛନ୍ତି ଆବେଦନକାରୀ। ଏହା ଯୌତୁକ ପ୍ରଥା ନୁହେଁ। ଚିରାଚରିତ ଧାର୍ମିକ ବିଧି ବ୍ୟବସ୍ଥା। ଯେଉଁଥିରେ ହସ୍ତକ୍ଷେପ […]
ଶ୍ରୀନଗର: ଜାମ୍ମୁ ଓ କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ପରେ ଆଞ୍ଚଳିକ ଉତ୍ତେଜନା ହ୍ରାସ ଲାଗି କି ପଦକ୍ଷେପ ନେଇଛନ୍ତି ପ୍ରଧାମନ୍ତ୍ରୀ ନରେନ୍ଦ୍ର ମୋଦି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଏ ସମ୍ପର୍କରେ ମୋଦିଙ୍କଠୁ ତାଙ୍କ ଯୋଜନା ସମ୍ପର୍କରେ ଶୁଣିବା ଲାଗି ଆଗ୍ରହୀ ଥିବା ଆମେରିକା ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ମିଳିଛି। ଆସନ୍ତାକାଲି ଫ୍ରାନ୍ସରେ ହେବାକୁ ଥିବା ଜି-୭ ସମ୍ମିଳନୀ ଅବସରରେ ମୋଦି ଓ ଟ୍ରମ୍ପଙ୍କ ମଧ୍ୟରେ ସାକ୍ଷାତ ଆଲୋଚନା ହେବା ସମ୍ଭାବନା ରହିଛି। କାଶ୍ମୀରରୁ […]
ନୂଆଦିଲ୍ଲୀ: ଭାରତରେ ବଡ଼ ଧରଣର ଆତଙ୍କବାଦୀ ଆକ୍ରମଣ ଲାଗି ଆତଙ୍କାଦୀ ସଂଗଠନ ଲସ୍କର-ଇ-ତଏବା ଯୋଜନା କରୁଛି। ଶ୍ରୀଲଙ୍କାରୁ ତାମିଲନାଡୁରେ ୬ ଜଣ ଏଲ୍ଇଟି ଆତଙ୍କବାଦୀ ପ୍ରବେଶ କରିଥିବା ନେଇ ସୂଚନା ମିଳିଛି। ଏହାପରେ ଚେନ୍ନାଇ ଓ କୋଏମ୍ବାତୁରରେ ହାଇ ଆଲର୍ଟ ଜାରି କରାଯାଇଛି। ପ୍ରବେଶ କରିଥିବା ଆତଙ୍କବାଦୀଙ୍କ ମଧ୍ୟରେ ୫ ଜଣ ଶ୍ରୀଲଙ୍କାରେ ବସବାସ କରୁଥିବା ତାମିଲ ଓ ଜଣେ ପାକିସ୍ତାନୀ ନାଗରିକ ଅଛନ୍ତି। ଏମାନେ ଲସ୍କର-ଇ-ତଏବା ସଂଗଠନର ସଦସ୍ୟ ବୋଲି କୁହାଯାଇଛି। ସମୁଦ୍ର ପଥ ଦେଇ […]
ନୂଆଦିଲ୍ଲୀ: ବ୍ଲାକ୍ଲିଷ୍ଟ ହୋଇପାରେ ପାକିସ୍ତାନ। ଫାଇନାନ୍ସିଆଲ୍ ଆକ୍ସନ୍ ଟାସ୍କ ଫୋର୍ସ ବା FATF ପକ୍ଷରୁ ପାକିସ୍ତାନକୁ ବ୍ଲାକଲିଷ୍ଟ କରିବା ପାଇଁ ଯୋଜନା ପ୍ରସ୍ତୁତ ହେଉଛି। ବଢ଼ୁଥିବା ଆତଙ୍କବାଦୀ କାର୍ଯ୍ୟକଳାପ, ଆତଙ୍କୀଙ୍କୁ ପ୍ରୋତ୍ସାହନ ଭଳି ବିଭିନ୍ନ କାର୍ଯ୍ୟରେ ପାକିସ୍ତାନ ସଂପୃକ୍ତ ଥିବା ଅଭିଯୋଗ ହୋଇଛି। ତେବେ ଏନେଇ ସନ୍ତୋଷଜନକ ଜବାବ ରଖିପାରିନି ପାକ୍। ତେଣୁ ଏହାକୁ ବ୍ଲାକ୍ଲିଷ୍ଟ କରିବାକୁ ବିଭିନ୍ନ ରାଷ୍ଟ୍ର ପକ୍ଷରୁ FATF ଉପରେ ଚାପ ସୃଷ୍ଟି ହୋଇଛି। ତେବେ ଏନେଇ ବିଧିବଦ୍ଧ ନିଷ୍ପତ୍ତି ହୋଇନଥିଲେ ବି […]
ନୂଆଦିଲ୍ଲୀ: ଦେଶର ଆର୍ଥିକ ସ୍ଥିତି ଏବେ ଭୟଙ୍କର ଭାବେ ବିଗିଡ଼ିଯାଇଛି। ବିଗତ ୭୦ ବର୍ଷ ମଧ୍ୟରେ ଏହା ସବୁଠାରୁ ଖରାପ ସମୟ। ଜିଏସ୍ଟି ଓ ବିମୁଦ୍ରାକରଣ ପରେ ଦେଶର ଆର୍ଥିକ ସ୍ଥିତି ଖରାପ ହୋଇଯାଇଥିବା କହିଛନ୍ତି ନୀତି ଆୟୋଗ ଉପାଧ୍ୟକ୍ଷ ରାଜୀବ କୁମାର। ଦେଶରେ ପୂର୍ବରୁ ୩୫ ପ୍ରତିଶତ ଜମାରାଶି ରହୁଥିବା ବେଳେ ଏବେ ଏହା ଖୁବ୍ କମିଗଲାଣି। ପୂର୍ବରୁ କେବେ ଏମିତି ଆର୍ଥିକ ମାନ୍ଦାବସ୍ଥା ଦେଖାଯାଇ ନଥିଲା। ବର୍ତ୍ତମାନ ସମୟରେ ଆର୍ଥିକକାରବାରରେ ନମନୀୟତା ଗୁଣ କମିଗଲାଣି। […]
ନୂଆଦିଲ୍ଲୀ: ଜମ୍ମୁ-କାଶ୍ମୀର ପାଇଁ ଏକାଠି ହୋଇଛନ୍ତି ପ୍ରାୟ ଅଧିକାଂଶ ବିରୋଧୀ ଦଳ। ଜମ୍ମୁ-କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ପରେ ଏକାଧିକ ରାଜନେତାଙ୍କୁ କେନ୍ଦ୍ର ସରକାର ଗୃହବନ୍ଦୀ କରି ରଖିଛନ୍ତି। ଏହାର ପ୍ରତିବାଦରେ ଆଜି କଂଗ୍ରେସ ନେତୃତ୍ୱରେ ଏକାଧିକ ବିରୋଧୀଦଳର ନେତାମାନେ ଦିଲ୍ଲୀର ଯନ୍ତରମନ୍ତରଠାରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ଏହି ବୈଠକରେ କଂଗ୍ରେସ, ତୃଣମୂଳ କଂଗ୍ରେସ, ଡିଏମକେ ଓ ସମାଜବାଦୀର ନେତାମାନେ ଯୋଗଦେଇ କେନ୍ଦ୍ର ବିରୋଧରେ ବର୍ଷିଥିଲେ। କଂଗ୍ରେସ ନେତା ପି.ଚିଦାମ୍ବରମଙ୍କ ପୁଅ କାର୍ତ୍ତି ଚିଦାମ୍ବରମ୍ ମଧ୍ୟ ଏହି […]
ନୂଆଦିଲ୍ଲୀ: ଆଇଏନ୍ଏକ୍ସ ମିଡିଆ ମାମଲାର ଅଭିଯୁକ୍ତ ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ପି ଚିଦାମ୍ବରମ୍ଙ୍କୁ ସିବିଆଇ ସ୍ୱତନ୍ତ୍ର କୋର୍ଟରୁ ଜୋରଦାର ଝଟ୍କା ଲାଗିଛି। ସିବିଆଇ ତାଙ୍କୁ ୪ ଦିନ ପାଇଁ ଅର୍ଥାତ୍ ଅଗଷ୍ଟ ୨୬ ତାରିଖ ଯାଏ ରିମାଣ୍ଡରେ ନେବ ବୋଲି କରିଥିବା ଆବେଦନକୁ କୋର୍ଟ ଗ୍ରହଣ କରିନେଇଛନ୍ତି। ଏହି ସମୟରେ ତାଙ୍କ ପରିବାର ଲୋକ ଏବଂ ଓକିଲ ୩୦ ମିନିଟ୍ ପାଇଁ ପ୍ରତିଦିନ ଭେଟିପାରିବେ ବୋଲି କୋର୍ଟ କହିଛନ୍ତି। କୋର୍ଟ ଆହୁରି ମଧ୍ୟ କହିଛନ୍ତି ଯେ, ପ୍ରତି […]
ମୁମ୍ବାଇ: ମହାରାଷ୍ଟ୍ର ନବନିର୍ମାଣ ସେନା ମୁଖ୍ୟ ରାଜ ଠାକ୍ରେ ଆଜି ମୁମ୍ବାଇଠାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ନିକଟରେ ହାଜର ହୋଇଛନ୍ତି। ଆଇଏଲ୍ ଆଣ୍ଡ୍ ଏଫ୍ଏସ୍ ସହିତ ଜଡ଼ିତ ଏକ ମାମଲାରେ ତାଙ୍କୁ ହାଜର ହେବାକୁ ପଡ଼ିଛି। ଅଭିଯୋଗ ଅନୁଯାୟୀ କୋହିନୂର ସିଟିଏନ୍ଏଲ୍ ନାମକ ଏକ କନ୍ଷ୍ଟ୍ରକସନ୍ କମ୍ପାନୀ ଉପରୋକ୍ତ ସଂସ୍ଥାଠାରୁ ୪୫୦ କୋଟି ଟଙ୍କାର ଋଣ ଏବଂ ଇକ୍ୱିଟି ନେଇଥିଲା। ଆଉ ଏହି କମ୍ପାନୀ ସହିତ ରାଜ୍ ଠାକ୍ରେଙ୍କର ଲିଙ୍କ୍ ରହିଛି ବୋଲି ଅଭିଯୋଗ ହୋଇଛି। ରାଜ୍ […]
ନୂଆଦିଲ୍ଲୀ: ଆଜି ସିବିଆଇର ସ୍ୱତନ୍ତ୍ର କୋର୍ଟ ଶୁଣାଣିରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ପି ଚିଦାମ୍ବରମ୍ କହିଛନ୍ତି ସିବିଆଇ ତାଙ୍କୁ ପଚରାଯାଇଥିବା ସବୁ ପ୍ରଶ୍ନର ଉତ୍ତର ସେ ଦେଇଛନ୍ତି। ବୁଧବାର ଗିରଫ ହେବାପରେ ୩ ଘଣ୍ଟା ସିବିଆଇ ଜେରାର ସାମ୍ନା କରିଥିବା ଚିଦାମ୍ବରମ୍ଙ୍କୁ ଆଜି ନୂଆଦିଲ୍ଲୀର ଏକ ସିବିଆଇ କୋର୍ଟରେ ହାଜର କରାଯାଇଥିଲା। ଆଜି ବରିଷ୍ଠ ଓକିଲ ଅଭିଷେକ ମନୁ ସିଂଘଭୀ ଏବଂ କପିଲ ଶିବଲ ଚିଦାମ୍ବରମ୍ଙ୍କ ପକ୍ଷରୁ ଯୁକ୍ତି ରଖୁଥିଲେ। ଚିଦାମ୍ବରମ୍ ସିବିଆଇ […]
ଭୁବନେଶ୍ୱର: ସମୟ ବଦଳିବା ସହ ପଲଟି ଯାଇଛି ରାଜନୀତିର ପଶାପାଲି। ଚିଦାମ୍ବରମ କେନ୍ଦ୍ର ଗୃହମନ୍ତ୍ରୀ ଥିବା ବେଳେ ସିବିଆଇ ଦ୍ୱାରା ଗିରଫ ହୋଇଥିଲେ ବର୍ତ୍ତମାନର ଗୃହମନ୍ତ୍ରୀ ଅମିତା ଶାହା। ଆଉ ପ୍ରାୟ ଦଶନ୍ଧି ପରେ ଘଟଣାଚକ୍ର ପୂରା ଓଲଟି ଯାଇଛି। ୨୦୧୦ ଜୁଲାଇ ୨୫, ତାରିଖରେ ପ୍ରେସମିଟ୍ କରୁଥିବା ବେଳେ ସେତେବେଳ ଗୁଜରାଟର ଗୃହମନ୍ତ୍ରୀ ଥିବା ଅମିତ ଶାହାଙ୍କୁ ସୋହରାବୁଦ୍ଦିନ ଫେକ୍ ଏନ୍କାଣ୍ଟର୍ ମାମଲାରେ ଗିରଫ କରିଥିଲା ସିବିଆଇ। କଂଗ୍ରେସ ନେତୃତ୍ୱାଧିନ କେନ୍ଦ୍ର ୟୁପିଏ ସରକାରରେ ସେତେବେଳେ […]
ଇସଲାମାବାଦ୍: ଆତଙ୍କୀ ସଂଗଠନ ବିରୋଧରେ ପଦକ୍ଷେପ ନେଉଛି ବୋଲି କହି ଆମେରିକାର ପ୍ରଶଂସା ସାଉଁଟିବାର ଅଳ୍ପଦିନ ପରେ ପାକିସ୍ତାନର ଅସଲ ଚିତ୍ର ସାମ୍ନାକୁ ଆସିଛି। ଅନ୍ତର୍ଜାତୀୟ ଚାପ ପରେ ଆତଙ୍କୀ ସଂଗଠନ ଜୈଶ-ଇ-ମହମ୍ମଦ ଉପରେ ଗତ ଏପ୍ରିଲ ମାସରେ ପାକିସ୍ତାନ କାର୍ଯ୍ୟାନୁଷ୍ଠାନ ନେଇଥିଲା। କିନ୍ତୁ ବର୍ତ୍ତମାନ କାଶ୍ମୀର ପ୍ରସଙ୍ଗରେ ଏହି ଆତଙ୍କବାଦୀ ସଂଗଠନ ସୋଶାଲ୍ ମିଡିଆରେ ବାର୍ତ୍ତା ରଖିଛି। ଭାରତର ଭୂସ୍ୱର୍ଗ କୁହାଯାଉଥିବା କାଶ୍ମୀରରେ ଶାନ୍ତି ରକ୍ଷା ପାଇଁ ସରକାର ଯଥାସମ୍ଭବ ପ୍ରୟାସ ଜାରି ରଖିଥିବାବେଳେ ଜୈଶ […]
ୱାଶିଂଟନ୍: ଆଫ୍ଗାନିସ୍ତାନରେ ଆତଙ୍କବାଦୀଙ୍କ ବିରୋଧରେ ଲଢ଼େଇ କରିବାକୁ ଆଜି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତକୁ ଆହ୍ୱାନ ଦେଇଛନ୍ତି। କେବଳ ଭାରତ ନୁହେଁ ଇରାନ୍, ରୁଷ ଓ ତୁର୍କୀ ଭଳି ରାଷ୍ଟ୍ରମାନେ ମଧ୍ୟ ଆମେରିକା ସହ ମିଶି ଆଫଗାନିସ୍ତାନରେ ଆତଙ୍କବାଦ ବିରୋଧରେ ଲଢ଼େଇ କରିବା ଉଚିତ। ଟ୍ରମ୍ପ କହିଛନ୍ତି, “ଆଫ୍ଗାନିସ୍ତାନ ଠାରୁ ଆମେରିକାର ଦୂରତା ୭ ହଜାର କିମି ତଥାପି ୱାଶିଂଟନ ସେଠାରେ ଆତଙ୍କବାଦ ବିରୋଧରେ ଲଢ଼େଇ ଜାରି ରଖିଛି। ତେବେ ଆଫଗାନିସ୍ତାନ ନିକଟରେ ଥିବା ରାଷ୍ଟ୍ରଗୁଡ଼ିକ […]
ନୂଆଦିଲ୍ଲୀ: ଦେଶର ପୂର୍ବତନ ଅର୍ଥମନ୍ତ୍ରୀ ଓ ଗୃହମନ୍ତ୍ରୀ ତଥା କଂଗ୍ରେସର ରାଜ୍ୟସଭା ସାଂସଦ ପି ଚିଦାମ୍ବରମ ଆଇଏନଏକ୍ସ ମିଡିଆ ଦୁର୍ନୀତି ମାମଲାରେ ଗିରଫ ହୋଇଛନ୍ତି। ତେବେ ଏହି ଆଇଏନଏକ୍ସ ମିଡିଆ ଦୁର୍ନୀତି ମାମଲା କ’ଣ? କେବେ ଏହା ସାମ୍ନାକୁ ଆସିଥିଲା, ତା’ର ଏକ ଘଟଣାକ୍ରମ: ୨୦୧୭ ମେ ୧୫: ସିବିଆଇ ଏକ ଏଫ୍ଆଇଆର ରୁଜୁ କରିଥିଲା। ୨୦୦୭ରେ ଆଇଏନଏକ୍ସ ମିଡିଆକୁ ୩୦୫ କୋଟି ଟଙ୍କାର ବିଦେଶୀ ପୁଞ୍ଜି ଯୋଗାଣ ପାଇଁ ଏଫ୍ଆଇପିବି ନିୟମରେ ହେରଫେର କରାଯାଇଥିବା ଅଭିଯୋଗ ହୋଇଥିଲା।୨୦୧୮: ପ୍ରବର୍ତ୍ତନ […]
ନୂଆଦିଲ୍ଲୀ: ଏଣିକି ସବୁ ତମାଖୁ ଉତ୍ପାଦ ପ୍ୟାକେଟ ଉପରେ ନିର୍ଦ୍ଦିଷ୍ଟ ସ୍ୱାସ୍ଥ୍ୟ ଚେତାବନୀର ନୂଆ ଚିତ୍ର ଦେଖିବାକୁ ମିଳିବ। ପୂର୍ବରୁ ଭାରତ ସରକାରଙ୍କ ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ସିଗାରେଟ ଓ ଅନ୍ୟ ତମାଖୁ ଉତ୍ପାଦ (ପ୍ୟାକେଜିଂ ଓ ଲେବଲିଂ) ନିୟମ, ୨୦୦୮ରେ ସଂଶୋଧନ କରାଯାଇସାରିଛି। ଏହି ସଂଶୋଧନ ବଳରେ ନୂଆ ନିଷ୍ପତ୍ତିକୁ ମଞ୍ଜୁରି ମିଳିଛି। ବିଜ୍ଞପ୍ତି ମାଧ୍ୟମରେ ଦୁଇଟି ଚିତ୍ରକୁ ବିଜ୍ଞପିତ କରାଯାଇଥିଲା । ସଂଶୋଧିତ ଧାରା ଅନୁଯାୟୀ, ପ୍ରଥମ ଚିତ୍ର ଲାଗୁ […]
ନୂଆଦିଲ୍ଲୀ: ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ କେନ୍ଦ୍ର ମନ୍ତ୍ରୀ ପି.ଚିଦାମ୍ବରମ୍ଙ୍କ ଲୁଚକାଳି ନାଟକରେ ଶେଷରେ ଅନ୍ତ ଘଟିଛି। ଦୀର୍ଘ ୩୦ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ପାଇଁ ଚାଲିଥିବା ନାଟକର ଅନ୍ତ ଘଟାଇ ସିବିଆଇ ଚିଦାମ୍ବରମ୍ଙ୍କ ଘରୁ ହିଁ ତାଙ୍କୁ ଉଠାଇ ନେଇଛି। ଏହା ପୂର୍ବରୁ ପ୍ରଥମେ ସେ କଂଗ୍ରେସ କାର୍ଯ୍ୟାଳୟରେ ଉଭା ହୋଇଥିଲେ। ସେଠାରେ ସାମ୍ବାଦିକ ସମ୍ମିଳନୀ କରି ଖସିଯିବାରେ ସମର୍ଥ ହେବା ପରେ ବର୍ତ୍ତମାନ ଘରେ ପହଞ୍ଚିଯାଇଥିଲେ। ଏହାପରେ ତାଙ୍କ ପଝେ ପଛେ ସିବିଆଇ […]
ନୂଆଦିଲ୍ଲୀ: ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ କେନ୍ଦ୍ର ମନ୍ତ୍ରୀ ପି ଚିଦାମ୍ବରମ୍ଙ୍କୁ ଇଡି ଏବଂ ସିବିଆଇ ଖୋଜୁଥିବାବଳେ ଦୀର୍ଘ ୨୭ ଘଣ୍ଟା ପରେ ସେ କଂଗ୍ରେସ କାର୍ଯ୍ୟାଳୟଠାରେ ଉଭା ହୋଇଛନ୍ତି। ଜଣେ ଓକିଲ ଭାବେ ମଧ୍ୟ ଜଣାଶୁଣା ଚିଦାମ୍ବରମ୍ ଏଠାରେ ଏକ ସାମ୍ବାଦିକ ସମ୍ମିଳନୀ କରି ଏଠାରେ ନିଜ ସପକ୍ଷରେ ଯୁକ୍ତି ବାଢ଼ିଛନ୍ତି। ଏଥିରେ ଅଭିଷେକ ମନୁ ସିଂଘଭୀ ଏବଂ କପିଲ ଶିବଲ ମଧ୍ୟ ଉପସ୍ଥିତ ଥିଲେ। ଶେଷ ଖବର ସୁଦ୍ଧା ଏକ ସିବିଆଇ ଟିମ୍ […]
ନୂଆଦିଲ୍ଲୀ: ଭାରତ ପାଇଁ ରେଳ, ସଡ଼କ ଓ ଆକାଶ ପଥ ବନ୍ଦ କରିଥିବା ପାକିସ୍ତାନ ଏବେ ପାଣି ପାଇଁ ଡହଳ ବିକଳ ହେବ। ପାଣି ପାଇଁ ଭାରତ ଉପରେ ନିର୍ଭର କରୁଥିବା ପାକିସ୍ତାନକୁ ଝଟ୍କା ଦେବା ପାଇଁ ମୋଦି ସରକାର ନୂଆ ବ୍ୟବସ୍ଥା କାର୍ଯ୍ୟକାରୀ କରିବାକୁ ଅଣ୍ଟା ଭିଡ଼ିଛନ୍ତି। କେନ୍ଦ୍ର ଜଳ ଶକ୍ତି ମନ୍ତ୍ରୀ ଗଜେନ୍ଦ୍ର ସିଂହ ଶେଖାୱତ କହିଛନ୍ତି, “ଆମେ ସିନ୍ଧୁ ନଦୀ ଚୁକ୍ତିକୁ ଉଲ୍ଲଙ୍ଘନ ନ କରି ପାକିସ୍ତାନକୁ ପ୍ରବାହିତ ହେଉଥିବା ପାଣିକୁ ରୋକିବା […]
ଇସ୍ଲାମାବାଦ: ଜମ୍ମୁ-କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ହେବା ପରେ ବିଚଳିତ ହୋଇପଡ଼ିଥିବା ପାକିସ୍ତାନ ପ୍ରତିଦିନ ଭାରତ ବିରୋଧରେ ନାନା ନକାରାତ୍ମକ ପଦକ୍ଷେପ ଗ୍ରହଣ କରିବାରେ ଲାଗିଛି। କାଶ୍ମୀର ପ୍ରସଙ୍ଗକୁ ବିଶ୍ୱସ୍ତରରେ ଉଠାଇ ବାରମ୍ବାର ଲଜ୍ଜିତ ହେଉଥିବା ପାକିସ୍ତାନ ଏବେ ନୂଆ ଗୋଟି ଚଳାଇବା ଆରମ୍ଭ କରିଛି। ଜମ୍ମୁ-କାଶ୍ମୀରରେ ଭାରତ ସରକାର ମାନବାଧିକାର କ୍ଷୁଣ୍ଣ କରୁଥିବା ପାକିସ୍ତାନ ଅଭିଯୋଗ କରିଛି। ଏହା ବିରୋଧରେ ପାକିସ୍ତାନ ମାନବାଧିକାର ପରିଷଦର ଦ୍ୱାରସ୍ଥ ହେବ ବୋଲି ଆଜି ଘୋଷଣା କରିଛି। ସିନେଟ୍ ଷ୍ଟାଣ୍ଡିଂ […]
ନୂଆଦିଲ୍ଲୀ: ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ପି ଚିଦାମ୍ବରମ୍ଙ୍କୁ କୋର୍ଟ ଅନ୍ତରୀଣ ସୁରକ୍ଷା ଦେବାକୁ ମନା କରିଦେବା ପରେ ଏବେ ଗିରଫ ହେବା ଭୟରେ ସେ ନିଖୋଜ ଅଛନ୍ତି। ଏହି ମାମଲାରେ କଂଗ୍ରେସ ଏବେ ରାଜନୀତିର ରଙ୍ଗ ଲଗାଇବା ପ୍ରୟାସ ଆରମ୍ଭ କରିଦେଇଛି। କଂଗ୍ରେସର ଅନ୍ୟ ସମସ୍ତ ନେତାଙ୍କ ପରେ ଅଧ୍ୟକ୍ଷ ପଦରୁ ଗତ କିଛି ଦିନ ହେଲା ଇସ୍ତଫା ଦେଇଥିବା ରାହୁଲ ଗାନ୍ଧି ମଧ୍ୟ ଏବେ ମୁହଁ ଖୋଲିଛନ୍ତି। ଏହା ପୂର୍ବରୁ ତାଙ୍କ […]
ସୈଫାଇ: ଉତ୍ତର ପ୍ରଦେଶର ସୈଫାଇରେ ଥିବା ଉତ୍ତର ପ୍ରଦେଶ ୟୁନିର୍ଭସିଟି ଅଫ ମେଡିକାଲ ସାଇନ୍ସରେ ରାଗିଂର ଏକ ଭୟଙ୍କର ଚିତ୍ର ସାମ୍ନାକୁ ଆସିଛି। ଏଠାରେ ଥିବା ସିନିୟର ଛାତ୍ରଙ୍କ ନିର୍ଦ୍ଦେଶକ୍ରମେ ୧୫୦ରୁ ଅଧିକ ପ୍ରଥମ ଶ୍ରେଣୀର ଛାତ୍ରମାନେ ଲଣ୍ଡା ହୋଇ କଲେଜ ପରିକ୍ରମା କରିଛନ୍ତି। ଖାଲି ସେତିକି ନୁହେଁ, ସିନିୟର ଛାତ୍ରଙ୍କୁ ସାଲ୍ୟୁଟ ମଧ୍ୟ ମାରିଛନ୍ତି। ଏହି ଘଟଣାର ଭିଡିଓ ଭାଇରାଲ୍ ହେବା ପରେ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ଏବେ ମାମଲାକୁ ଗୁରୁତ୍ୱର ସହ ନେଇଛନ୍ତି। ଉକ୍ତ ବିଶ୍ୱବିଦ୍ୟାଳର […]