• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

National Updates

pm modi
ସୋଶାଲ୍‌ ମିଡିଆରୁ ସନ୍ନ୍ୟାସ ନେଇ ସସ୍‌ପେନ୍ସ ଦୂର କଲେ ମୋଦି, ଟ୍ୱିଟ୍‌ କରି ଦେଲେ ଏମିତି ସୂଚନା

ନୂଆଦିଲ୍ଲୀ: ସୋଶାଲ ମିଡିଆରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସନ୍ନ୍ୟାସ ନେଇ ଲାଗି ରହିଥିବା ସସ୍‌ପେନ୍ସ ଶେଷରେ ଦୂର ହୋଇଛି। ଗତକାଲି ପ୍ରଧାନମନ୍ତ୍ରୀଙ୍କ ଏକ ଟ୍ୱିଟ୍‌ ସମସ୍ତଙ୍କୁ ଅଡ଼ୁଆରେ ପକାଇ ଦେଇଥିଲା। ଆଉ ଏହି ଟ୍ୱିଟ୍‌ ପରେ ଚର୍ଚ୍ଚା ଆରମ୍ଭ ହୋଇଯାଇଥିଲା ଯେ ସୋଶାଲ୍‌ ମିଡିଆରୁ ମୋଦି ବିଦାୟ ନେଇପାରନ୍ତି। ଏପରିକି ଏନେଇ ଅନେକ କଳ୍ପନାଜଳ୍ପନା ମଧ୍ୟ ଆରମ୍ଭ ହୋଇଥିଲା। ହେଲେ ଆଜି ଏସବୁ ଉପରୁ ପରଦା ହଟିଛି।  ସବୁଠାରୁ ଆକ୍ଟିଭ୍‌ ନେତାଙ୍କ କଥା କହିଲେ ମନକୁ ଆସେ […]

  • Thursday, 22 July 2021
SupremeCourt
୫ ଜଣିଆ ଖଣ୍ଡପୀଠରେ ହେବ ଧାରା ୩୭୦ ଉଚ୍ଛେଦ ମାମଲାର ଶୁଣାଣି

ନୂଆଦିଲ୍ଲୀ: ଜମ୍ମୁ-କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ସହ ଜଡ଼ିତ ସମସ୍ତ ଆବେଦନର ଶୁଣାଣି ସୁପ୍ରିମକୋର୍ଟର ୫ ଜଣିଆ ଖଣ୍ଡପୀଠରେ ହିଁ ହେବ। ଏହି ସମ୍ବେଦନଶୀଳ ମାମଲାକୁ ୭ ଜଣିଆ ସାମ୍ବିଧାନିକ ଖଣ୍ଡପୀଠକୁ ପଠାଇବା ପାଇଁ ଏକାଧିକ ଆବେଦନ ହୋଇଥିଲା। ହେଲେ ସୁପ୍ରିମକୋର୍ଟ ଏହାକୁ ଖାରଜ କରି ଦେଇଛନ୍ତି। ପୂର୍ବଭଳି ଧାରା ୩୭୦ ଉଚ୍ଛେଦ ସମ୍ପର୍କିତ ସମସ୍ତ ମାମଲାର ଶୁଣାଣି ୫ ଜଣିଆ ଖଣ୍ଡପୀଠରେ ହିଁ ହେବ ବୋଲି ସୁପ୍ରମିକୋର୍ଟ ସ୍ପଷ୍ଟ କରିଛନ୍ତି। ଜମ୍ମୁ-କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ, […]

  • Thursday, 22 July 2021
nirbhaya accused
କାଲି ନିର୍ଭୟା ଦୋଷୀଙ୍କୁ ମିଳିବ କି ଫାଶୀ ?

ନୂଆଦିଲ୍ଲୀ: ନିର୍ଭୟା ଗଣଦୁଷ୍କର୍ମ ମାମଲାର ୪ ଦୋଷୀଙ୍କୁ କାଲି ମିଳିବ କି ଫାଶୀ ? କାହିଁକି ନା ଫାଶୀ ତାରିଖ ଘୁଞ୍ଚାଇବାକୁ ହୋଇଥିବା ଆବେଦନକୁ ପଟିଆଲା ହାଉସ୍‌ କୋର୍ଟ ଖାରଜ କରି ଦେଇଛନ୍ତି।  ଆସନ୍ତାକାଲି ୪ ଦୋଷୀଙ୍କୁ ଫାଶୀ ଖୁଣ୍ଟରେ ଝୁଲାଇବା ପାଇଁ ଧାର୍ଯ୍ୟ ହୋଇଥିବା ସମୟ କିମ୍ବା ତାରିଖରେ କୌଣସି ପରିବର୍ତ୍ତନ କରିବାକୁ କୋର୍ଟ ମନା କରିଦେଇଛନ୍ତି। ଫାଶୀ ତାରିଖ ଘୁଞ୍ଚାଇବା ପାଇଁ ଦୋଷୀମାନେ ଆବେଦନ କରିଥିଲେ। ହେଲେ କୋର୍ଟ ଏହାକୁ ଅଗ୍ରାହ୍ୟ କରି ଦେଇଛନ୍ତି। […]

  • Thursday, 22 July 2021
pawan gupta
ନିର୍ଭୟା ଦୋଷୀ ପବନ ଗୁପ୍ତାର କ୍ୟୁରେଟିଭ ପିଟିସନ ଖାରଜ କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଫାଶୀ ଦଣ୍ଡରୁ ବର୍ତ୍ତିବା ପାଇଁ ନିର୍ଭୟା ଗଣଦୁଷ୍କର୍ମ ମାମଲାର ଦୋଷୀ ପବନ ଗୁପ୍ତା ସୁପ୍ରିମକୋର୍ଟରେ ଆବେଦନ କରିଥିବା କ୍ୟୁରେଟିଭ ପିଟିସନ ଖାରଜ ହୋଇଯାଇଛି। ୨୦୧୨ ନିର୍ଭୟା ମାମଲାରେ ପବନ ସହ ଅନ୍ୟ ୩ ଜଣଙ୍କୁ ଫାଶୀ ଦଣ୍ଡ ମିଳିଛି। ପୂର୍ବରୁ ୩ ଜଣ ଦୋଷୀ କ୍ୟୁରେଟିଭ ଓ ରାଜକ୍ଷମା ଆବେଦନ କରି ନିରାଶ ହୋଇଥିଲେ। ଏଥିପାଇଁ ସମସ୍ତଙ୍କୁ ଆସନ୍ତାକାଲି ଫାଶୀ ଖୁଣ୍ଟରେ ଝୁଲାଇବା ପାଇଁ ଦିଲ୍ଲୀର ପଟିଆଲା ହାଉସ କୋର୍ଟ ଡେଥ୍‌ ୱାରେଣ୍ଟ ଜାରି କରିଥିଲେ। […]

  • Thursday, 22 July 2021
fish
ଜାଲରେ ପଡ଼ିଲା ୯୦୦ କି.ଗ୍ରା.ର ମାଛ

କୋଲକାତା/ଜଳେଶ୍ୱର: ଦୀଘା ମୁହାଣରୁ ମାଛ ଧରୁଥିବାବେଳେ ମତ୍ସଜୀବୀଙ୍କ ଜାଲରେ ପଡ଼ିଲା ୯୦୦ କିଲୋଗ୍ରାମର ମାଛ। ପଶ୍ଚିମବଙ୍ଗ ପୂର୍ବ ମେଦିନିପୁର ଜିଲ୍ଲାର ଦୀଘା ମୁହାଣରେ ଆଜି ମତ୍ସଜୀବୀମାନେ ମାଛ ଧରୁଥିବାବେଳେ ଜାଲରେ ଏହି ବିଶାଳ ମାଛଟି ପଡ଼ି ଯାଇଥିଲା। ଏହି ମାଛକୁ ମଗର ମାଛ ବୋଲି କୁହାଯାଉଥିବାବେଳେ ଏହାର ଓଜନ ୯୦୦ କିଲୋଗ୍ରାମ ହେବ ବୋଲି ଜଣାପଡ଼ିଛି। ମାଛଟି ଏତେ ବଡ ଥିଲା ଯେ ଏକ ଟ୍ରକ୍‌ରେ ଏହାକୁ ଦୀଘା ମତ୍ସ୍ୟ ମାର୍କେଟ୍‌କୁ ନିଆଯାଇଥିଲା।  ଏହି ମାଛକୁ ମାର୍କେଟ୍‌କୁ […]

  • Thursday, 22 July 2021
train accident
ଦୁଇ ଟ୍ରେନ୍‌ ମୁହାଁମୁହିଁ ଧକ୍କା, ୩ ମୃତ

ଭୋପାଳ: ମଧ୍ୟପ୍ରଦେଶରେ ଦୁଇ କାର୍ଗୋ ଟ୍ରେନ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି। ଏଥିରେ  ୩ଜଣଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରୁ ୨ ଜଣ ଟ୍ରେନ୍‌ ଡ୍ରାଇଭର ବୋଲି କୁହାଯାଉଛି। ମଧ୍ୟପ୍ରଦେଶର ସିଙ୍ଗ୍ରାଉଲି ଜିଲ୍ଲାରେ ଆଜି ସକାଳ ୫ଟାରେ NTPCର ଏହି ଦୁଇ ଟ୍ରେନ୍‌ ମଧ୍ୟରେ  ମୁହାଁମୁହିଁ ଧକ୍କା ହୋଇଥିଲା। ଗୋଟିଏ ଟ୍ରେନ୍‌ରେ କୋଇଲା ବୋଝେଇ ହୋଇଥିବାବେଳେ ଅନ୍ୟ ଟ୍ରେନ୍‌ଟି ଖାଲି ଥିଲା। ଦୁଇଟି ଟ୍ରେନ୍‌ ମଧ୍ୟରୁ ଗୋଟିଏ ଟ୍ରେନ୍‌ର ୧୩ଟି ବଗି ଓ ଇଞ୍ଜିନ୍‌ ଲାଇନ୍‌ଚ୍ୟୁତ୍‌ ହୋଇଥିବା […]

  • Thursday, 22 July 2021
cm naveen patnaik
BSF କନଷ୍ଟେବଲଙ୍କ ଘର ପୋଡ଼ି ଘଟଣା: ୧୦ ଲକ୍ଷ ଟଙ୍କାର ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ/ଭୁବନେଶ୍ୱର: ଦିଲ୍ଲୀ ହିଂସାରେ କ୍ଷତିଗ୍ରସ୍ତ ହୋଇଥିବା ବିଏସ୍ଏଫ କନଷ୍ଟେବଲ ମହମ୍ମଦ ଆନିସ୍‌ଙ୍କ ପରିବାରକୁ ୧୦ ଲକ୍ଷ ଟଙ୍କାର ସହାୟତା ରାଶି ପ୍ରଦାନ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି। ଦିଲ୍ଲୀରେ ହିଂସା ବେଳେ ଦୁର୍ବୃତ୍ତମାନେ କନଷ୍ଟେବଲ ଆନିସଙ୍କ ଘର ପୋଡ଼ି ଦେଇଥିଲେ। ଆନିସ୍ ଓଡ଼ିଶାରେ ମୁତୟନ BSF ୯ମ ବାଟାଲିୟନରେ କାର୍ଯ୍ୟରତ। ଏବେ ସେ ଓଡ଼ିଶାର ମାଲକାନଗିରିର ସ୍ୱାଭିମାନ ଅଞ୍ଚଳରେ ସୁରକ୍ଷା ଦାୟିତ୍ୱରେ ଅଛନ୍ତି। ଦିଲ୍ଲୀରେ ହିଂସା ବେଳେ ଚାନ୍ଦବାଗରେ ଥିବା ଆନିସ୍‌ଙ୍କ ଘରେ ନିଆଁ […]

  • Thursday, 22 July 2021
LPG
କମିଲା ଏଲ୍‌ପିଜି ସିଲିଣ୍ଡରର ଦାମ; ଆଜିଠୁ ନୂଆ ଦର ଲାଗୁ

ନୂଆଦିଲ୍ଲୀ: କମିଲା ଏଲ୍‌ପିଜି ସିଲିଣ୍ଡରର ଦାମ। ମାର୍ଚ୍ଚ ଆରମ୍ଭରୁ  ଅଣ ସବସିଡିଯୁକ୍ତ ୧୪.୨ କିଲୋଗ୍ରାମ ଏଲ୍‌ପିଜି ସିଲିଣ୍ଡର ୫୩ ଟଙ୍କା ଶସ୍ତା ହୋଇଛି। ଆଜିଠୁ ନୂଆ ଦର ଲାଗୁ ହୋଇଥିବା ଜଣାପଡ଼ିଛି। ରାଜଧାନୀ ଦିଲ୍ଲୀରେ ଏଲ୍‌ପିଜି ଗ୍ୟାସର ଦାମ ୮୫୮.୫୦ ଟଙ୍କା ରହିଥିବା ବେଳେ ଆଜିଠାରୁ ଏହା ୮୦୫.୫୦ ଟଙ୍କାରେ ଉପଲବ୍ଧ ହେବ। କୋଲକାତାରେ ୮୩୯.୫୦ ପଇସା, ମୁମ୍ୱାଇରେ ୭୭୬.୫୦ ପଇସା ଓ ଚେନ୍ନାଇରେ ୮୨୬ ଟଙ୍କା ହୋଇଛି ସିଲିଣ୍ଡର ଦାମ। ସୂଚନାଯୋଗ୍ୟ, ଗତ ଫେବୃଆରୀରେ ଏଲ୍‌ପିଜି […]

  • Thursday, 22 July 2021
Pigeon
ଫ୍ଲାଇଟ୍‌ ଭିତରେ ପାରା

ନୂଆଦିଲ୍ଲୀ: ବିମାନ ଭିତରେ ପାରା। କଥାଟା ଶୁଣିକି ଆଶ୍ଚର୍ଯ୍ୟ ଲାଗୁଥିଲେ ବି ଏଭଳି କିଛି ଘଟଣା ଦେଖିବାକୁ ମିଳିଛି ଅହମ୍ମଦାବାଦରୁ ରାଜସ୍ଥାନର ଜୟପୁର ଅଭିମୁଖେ ଯାତ୍ରା ପାଇଁ ବାହାରିଥିବା ଗୋ ଏୟାରର ଏକ ବିମାନ ଭିତରେ। ଶୁକ୍ରବାର ଦିନ ଗୋ ଏୟାରର ଏକ ବିମାନ ଉଡ଼ାଣ ଆରମ୍ଭ କରିବା ପାଇଁ ପ୍ରସ୍ତୁତ ହେଉଥିବାବେଳେ ହଠାତ୍‌ ବିମାନର କ୍ୟାବିନ୍‌ ଭିତରେ ପାରା ଥିବା ଦେଖିବାକୁ ମିଳିଥିଲା। ଏପରିକି ପାରାଟି ବିମାନ ଭିତରେ ଉଡ଼ୁଥିବା ମଧ୍ୟ ଦେଖିବାକୁ ମିଳିଥିଲା। ଏହା […]

  • Thursday, 22 July 2021
dog
ମଣିଷ ପରେ ଏବେ କୁକୁରକୁ ଡେଇଁଲା କରୋନା ଭାଇରସ୍‌

ହଙ୍ଗକଙ୍ଗ: କରୋନା ଭାଇରସ୍‌ ଏବେ ସାରା ବିଶ୍ୱ ପାଇଁ ଚିନ୍ତାର କାରଣ ପାଲଟିଛି। ମଣିଷ ପରେ ଏବେ କୁକୁରଙ୍କୁ ଏହି ଘାତକ ଭାଇରସ୍‌ ଡେଇଁଛି। ହଙ୍ଗକଙ୍ଗର ଏକ ପୋମେରାନିଅନ ପ୍ରଜାତିର କୁକୁର କରୋନାରେ ଆକ୍ରାନ୍ତ ହୋଇଥିବା ଡାକ୍ତର ସ୍ପଷ୍ଟ କରିଛନ୍ତି। ଏଠାରେ ରହୁଥିବା ଜଣେ ବ୍ୟକ୍ତି ତାଙ୍କ ପାଳିତ କୁକୁର ଅସୁସ୍ଥ ହେବା ପରେ ହସ୍ପିଟାଲକୁ ନେଇ ଯାଇଥିଲେ। ସେଠାରେ ଡାକ୍ତର ସମ୍ପୃକ୍ତ ବ୍ୟକ୍ତିଙ୍କ ପାଳିତ କୁକୁରର ସ୍ୱାସ୍ଥ୍ୟ ପରୀକ୍ଷା କରିଥିଲେ। ଏହାପରେ କୁକୁରଟି କରୋନା ଭାଇରସ୍‌ରେ […]

  • Thursday, 22 July 2021
bank
୮ ଦିନ ବନ୍ଦ ରହିବ ବ୍ୟାଙ୍କ !

ନୂଆଦିଲ୍ଲୀ: ଆପଣଙ୍କ ପାଇଁ ଏହା ନିଶ୍ଚୟ ଏକ ଜରୁରୀ ଖବର ହୋଇପାରେ। ଆସନ୍ତା ମାର୍ଚ୍ଚ ମାସରେ ଯଦି ଆପଣଙ୍କର କିଛି ବ୍ୟାଙ୍କ ସମ୍ବନ୍ଧୀୟ ଜରୁରୀ କାମ ରହିଛି, ତା’ହେଲେ ଶୀଘ୍ର ଶେଷ କରି ଦିଅନ୍ତୁ। କାରଣ ସମୟ ଆଗରୁ ଯଦି ଏହା ନ କରନ୍ତି ହୁଏତ ଆପଣ ଅସୁବିଧାରେ ପଡିପାରନ୍ତି। କାହିଁକି ନା ମାର୍ଚ୍ଚ ମାସରେ ୮ ଦିନ ବ୍ୟାଙ୍କ ବନ୍ଦ ରହିପାରେ। ମାର୍ଚ୍ଚ ୮ ତାରିିଖ ରବିବାର ଥିବାରୁ ସେଦିନ ବ୍ୟାଙ୍କ ବନ୍ଦ ରହିବ। ୯ […]

  • Thursday, 22 July 2021
delhi police commisoner
ଏସଏନ୍ ଶ୍ରୀବାସ୍ତବ ଦିଲ୍ଲୀର ନୂଆ ପୁଲିସ କମିଶନର

ନୂଆଦିଲ୍ଲୀ: ନୂଆଦିଲ୍ଲୀର ପରବର୍ତ୍ତୀ ପୁଲିସ କମିଶନର ହେବେ ଏସଏନ୍ ଶ୍ରୀବାସ୍ତବ। ବର୍ତ୍ତମାନର ପୁଲିସ କମିଶନର ଥିବା ଅମୂଲ୍ୟ ପଟ୍ଟନାୟକଙ୍କ କାର୍ଯ୍ୟକାଳ ଆସନ୍ତାକାଲି ଶେଷ ହେଉଛି। ଅମୂଲ୍ୟ ପଟ୍ଟନାୟକଙ୍କର କାର୍ଯ୍ୟକାଳ ଜାନୁଆରୀ ୩୧ରେ ଶେଷ ହୋଇଥିଲା। ହେଲେ କେନ୍ଦ୍ର ସରକାର ତାଙ୍କ କାର୍ଯ୍ୟକାଳ ଫେବୃଆରୀ ୨୯ ଯାଏ ବଢ଼ାଇ ଦେଇଥିଲେ। ଶ୍ରୀବାସ୍ତବଙ୍କ କାର୍ଯ୍ୟକାଳ ୩୦ ଜୁନ୍ ୨୦୨୧ ଯାଏ ରହିଛି। ନାଗରିକତା ସଂଶୋଧନ ଆଇନ (ସିଏଏ)କୁ ନେଇ ଦିଲ୍ଲୀରେ ହିଂସା ଦେଖିବାକୁ ମିଳିଥିଲା। ଏବେ ସ୍ଥିତି ଶାନ୍ତ ରହିଛି। […]

  • Thursday, 22 July 2021
sharemarket
ଷ୍ଟକ୍ ମାର୍କେଟରେ ବିପର୍ଯ୍ୟୟ; ଖସିଲା ୧୧ ଶହରୁ ଅଧିକ ପଏଣ୍ଟ

ନୂଆଦିଲ୍ଲୀ: ତୃତୀୟ ତ୍ରୈମାସିକ ଜିଡିପି ପ୍ରକାଶ ପାଇବା ପୂର୍ବରୁ ଶେଆର୍‌ ମାର୍କେଟରେ ବଡ଼ ଧରଣର ବିପର୍ଯ୍ୟୟ ଦେଖିବାକୁ ମିଳିଛି। ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜର ସେନ୍ସେକ୍ସ ୧୧ ଶହ ପଏଣ୍ଟରୁ ଅଧିକ ଖସିଛି। ବିଶେଷ କରି ବ୍ୟାଙ୍କିଙ୍ଗ୍, ଅଟୋମୋବାଇଲ୍, ମେଟାଲ, ତେଲ ଓ ଗ୍ୟାସ୍ ସେକ୍ଟର ବିଶେଷ ଭାବେ ପ୍ରଭାବିତ ହୋଇଛି। ଆଜି ତୃତୀୟ ତ୍ରୈମାସିକ ଜିଡିପି ଅଭିବୃଦ୍ଧି ହାର କେତେ ରହିଛି ପ୍ରକାଶ ପାଇବ। ତେବେ ଦେଖିବାକୁ ବାକି ରହିଲା ଗତ ଦୁଇଟି କ୍ୱାର୍ଟର୍‌ ଭଳି ଏଥର […]

  • Thursday, 22 July 2021
suresh pujari
ଓଡ଼ିଆ ଶ୍ରମିକଙ୍କୁ ଉଦ୍ଧାର ପାଇଁ ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କଲେ ବରଗଡ଼ ସାଂସଦ

ଭୁବନେଶ୍ୱର: କାମ କରିବାକୁ ଯାଇ ତେଲେଙ୍ଗାନାରେ ଫସିଥିବା ବରଗଡ଼ର ୩୫ ଜଣ ଶ୍ରମିକଙ୍କୁ ଉଦ୍ଧାର କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ କେନ୍ଦ୍ର ଶ୍ରମ ମନ୍ତ୍ରୀ ସନ୍ତୋଷ ଗଙ୍ଗଓ୍ୱରଙ୍କୁ ଅନୁରୋଧ କରିଛନ୍ତି ବରଗଡ଼ ସାଂସଦ ସୁରେଶ ପୂଜାରୀ। ଏନେଇ ସୁରେଶ ପୂଜାରୀ ଟ୍ୱିଟ୍‌ କରିଛନ୍ତି। ମିଳିଥିବା ସୂଚନା ଅନୁଯାୟୀ, ଗତ ବର୍ଷ ବରଗଡ଼ ଜିଲ୍ଲା ପାଇକମାଳ ଅଞ୍ଚଳର ୩୦ରୁ ଊର୍ଦ୍ଧ୍ୱ ଶ୍ରମିକ ତେଲେଙ୍ଗାନା ପେଟାପଲ୍ଲୀର ଇଟାଭାଟିକୁ କାମ କରିବାକୁ ଯାଇଥିଲେ। ସେଠାରେ […]

  • Thursday, 22 July 2021
justice s muralidhar
ଅଧ ରାତିରେ ଦିଲ୍ଲୀ ହିଂସା ମାମଲାର ଶୁଣାଣି କରିଥିବା ବିଚାରପତିଙ୍କ ବଦଳି

ନୂଆଦିଲ୍ଲୀ: ଅଧ ରାତିରେ ଦିଲ୍ଲୀ ହିଂସା ମାମଲାର ଶୁଣାଣି କରିଥିବା ଦିଲ୍ଲୀ ହାଇକୋର୍ଟ ବିଚାରପତି ଜଷ୍ଟିସ ଏସ୍‌ ମୁରଲୀଧରଙ୍କ ବଦଳି ହୋଇଛି। ହରିଆଣା ଏବଂ ପଞ୍ଜାବ ହାଇକୋର୍ଟଙ୍କୁ ତାଙ୍କର ବଦଳି ହୋଇଛି। ଦିଲ୍ଲୀରେ ହିଂସାକୁ ନେଇ ସୃଷ୍ଟି ହୋଇଥିବା ଅପ୍ରୀତିକର ପରିସ୍ଥିତି ଉପରେ ଦିଲ୍ଲୀ ହାଇକୋର୍ଟ ମଧ୍ୟରାତ୍ରରେ ଶୁଣାଣି କରିଥିଲେ। ମଙ୍ଗଳବାର ବିଳମ୍ବିତ ରାତିରେ ଦିଲ୍ଲୀ ହାଇକୋର୍ଟ ବିଚାରପତି ଜଷ୍ଟିସ ଏସ୍‌ ମୁରଲୀଧର ସ୍ଥିତିକୁ ନେଇ ଚିନ୍ତା ପ୍ରକଟ କରିବା ସହ ଦିଲ୍ଲୀ ପୁଲିସକୁ କଡ଼ା ସମାଲୋଚନା […]

  • Thursday, 22 July 2021
delhi
ଦିଲ୍ଲୀ ହିଂସା: ମୃତ୍ୟୁ ସଂଖ୍ୟା ୩୨ ଛୁଇଁଲା, ବିଳମ୍ବିତ ରାତିରେ ପୁଣି ହିଂସା

ନୂଆଦିଲ୍ଲୀ: ଦିଲ୍ଲୀ ହିଂସା ଘଟଣାରେ ମୃତ୍ୟୁ ସଂଖ୍ୟା ୩୨କୁ ବୃଦ୍ଧି ପାଇଥିବାବେଳେ ୨୦୦ରୁ ଅଧିକ ଆହତ ହୋଇଛନ୍ତି। ବୁଧବାର ରାତିରେ ଉତ୍ତରପୂର୍ବ ଦିଲ୍ଲୀର ଭଜନପୁରା, ମଉଜପୁର ଏବଂ କରଓ୍ୱାଲ ନଗରରେ ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହୋଇଥିଲା। ଗତକାଲି ରାତି ୧୧ଟା ସୁଦ୍ଧା ମୃତ୍ୟୁ ସଂଖ୍ୟା ୨୮ ରହିଥିଲା। ଦିଲ୍ଲୀରେ ହିଂସା ପରେ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ହିଂସା ଘଟିଥିବା ସ୍ଥାନ ବୁଲି ପରିଦର୍ଶନ କରୁଛନ୍ତି। ଗତକାଲି ଦିଲ୍ଲୀ ହିଂସା ପ୍ରସଙ୍ଗରେ ମତ ରଖି ଶାନ୍ତି ବଜାୟ […]

  • Thursday, 22 July 2021
odia-engineer
ଜାପାନରେ ଫସିଥିଲେ, ସ୍ୱଦେଶ ଫେରିଲେ ଓଡ଼ିଆ ଇଞ୍ଜିନିୟରଙ୍କ ସମେତ ୧୧୯ ଜଣ ଭାରତୀୟ

ନୂଆଦିଲ୍ଲୀ/ଭୁବନେଶ୍ୱର: କରୋନା ଆକ୍ରାନ୍ତ ସନ୍ଦେହରେ ଜାପାନର ୟୋକୋହମା ବନ୍ଦରରେ ଫସି ରହିଥିବା ୧୧୯ ଜଣ ଭାରତୀୟ ଆଜି ସ୍ୱଦେଶ ଫେରିଛନ୍ତି। ସେମାନଙ୍କୁ ଏୟାର ଇଣ୍ଡିଆ ବିମାନରେ ଜାପାନାର ଟୋକିଓରୁ ଦିଲ୍ଲୀକୁ ଅଣାଯାଇଛି। ସେମାନଙ୍କ ମଧ୍ୟରେ ଓଡ଼ିଆ ଇଞ୍ଜିନିୟର ଶିବାଶିଷ ନାୟକ ଅଛନ୍ତି। ତେବେ ଭାରତୀୟ ଯାତ୍ରୀଙ୍କ ସହ ଶ୍ରୀଲଙ୍କା, ନେପାଳ, ଦକ୍ଷିଣ ଆଫ୍ରିକା ଓ ପେରୁର ୫ଜଣ ଯାତ୍ରୀ ଏହି ବିମାନରେ ଫେରିଛନ୍ତି। କରୋନା ଆକ୍ରାନ୍ତ ସନ୍ଦେହରେ ଏହି ଯାତ୍ରୀମାନଙ୍କୁ ୟୋକୋହମା ବନ୍ଦରର ଡାଇମଣ୍ଡ ପ୍ରିନସେସ୍ ଜାହାଜରେ […]

  • Thursday, 22 July 2021
nsa ajit doval
ଦିଲ୍ଲୀ ହିଂସା: ଅଧ ରାତିରେ କୋର୍ଟଙ୍କ ଶୁଣାଣି, ସ୍ଥିତି ନିୟନ୍ତ୍ରଣ ପାଇଁ ଅଜିତ ଡୋଭାଲଙ୍କୁ ଦାୟିତ୍ୱ

ନୂଆଦିଲ୍ଲୀ: ଦିଲ୍ଲୀରେ ହିଂସାକୁ ନେଇ ସୃଷ୍ଟି ହୋଇଥିବା ଅପ୍ରୀତିକର ପରିସ୍ଥିତି ଉପରେ ଦିଲ୍ଲୀ ହାଇକୋର୍ଟ ମଧ୍ୟରାତ୍ରରେ ଶୁଣାଣି କରିଛନ୍ତି। ମଙ୍ଗଳବାର ବିଳମ୍ବିତ ରାତିରେ ଦିଲ୍ଲୀ ହାଇକୋର୍ଟ ବିଚାରପତି ଜଷ୍ଟିସ ଏସ୍‌ ମୁରଲୀଧର ସ୍ଥିତିକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି। ଶୁଣାଣି ବେଳେ କୋର୍ଟ ହିଂସାକାଣ୍ଡରେ ଆହତ ଲୋକଙ୍କୁ ଉତ୍ତମ ଚିକିତ୍ସା ଓ ସହଯୋଗ ଯୋଗାଇ ଦେବାକୁ ଦିଲ୍ଲୀ ପୁଲିସ୍‌କୁ ନିର୍ଦ୍ଦେଶ ଦେଇଛନ୍ତି। ଜଷ୍ଟିସ ମୁରଲୀଧରଙ୍କ ବାସଭବନରେ ହିଁ ମାମଲାର ଶୁଣାଣି ମଧ୍ୟରାତ୍ରରେ ହୋଇଛି। ଆଇନଜୀବୀ ସୁରୁର ମାଣ୍ଡେର […]

  • Thursday, 22 July 2021
bus
ନଦୀକୁ ଖସିଲା ବରଯାତ୍ରୀ ବସ୍; ଚାଲିଗଲା ୨୪ଜଣଙ୍କ ଜୀବନ

କୋଟା: ରାଜସ୍ଥାନର ବୁଣ୍ଡି ଜିଲ୍ଲାରେ ଏକ ବରଯାତ୍ରୀ ବସ୍‌ ନଦୀ ଭିତରକୁ ଖସି ଯିବା ଫଳରେ ୨୪ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ୪ଜଣଙ୍କ ଅବସ୍ଥା ସଙ୍ଗୀନ ରହିଛି। ମୃତକଙ୍କ ମଧ୍ୟରେ ୧୦ଜଣ ମହିଳା ଓ ୩ଜଣ ଶିଶୁ ଅଛନ୍ତି। ଆଜି ସକାଳେ ଏହି ଅଭାବନୀୟ ଘଟଣା ଘଟିଛି। ଗୁରୁତରଙ୍କୁ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ମିଳିଥିବା ସୂଚନା ଅନୁସାରେ, ୨୮ଜଣ ବରଯାତ୍ରୀଙ୍କୁ ନେଇ ଏହି ବସ୍‌ଟି କୋଟାରୁ ସଓ୍ୱାଇ ମାଧୋପୁର ଯାଉଥିଲା। ଏହି ସମୟରେ ବସ୍‌ଟି ଭାରସାମ୍ୟ […]

  • Thursday, 22 July 2021