ନୂଆଦିଲ୍ଲୀ: ଟୟୋଟା ଏକ ନୂଆ କାର୍ ବାହାର କରିଛି। ଏହି କାର୍ ପରିବେଶ ଉପଯୋଗୀ। ପାଣି ହେଉଛି ଏହାର ବର୍ଜ୍ୟବସ୍ତୁ। ଆଜି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ନୂଆଦିଲ୍ଲୀସ୍ଥିତ ଧ୍ୟାନଚାନ୍ଦ ଷ୍ଟାଡିୟମ୍ରେ ଏହି ହାଇଡ୍ରୋଜେନ୍ ଇନ୍ଧନ ଚାଳିତ କାରରେ ବୁଲିଛନ୍ତି। ଏହି ଅବସରରେ ସେ ନୂଆ ଉର୍ଜାର ସନ୍ଧାନ ପାଇଁ ଆହ୍ୱାନ ଦେଇଛନ୍ତି। ନୂଆ ଉର୍ଜା ଯୁଗରେ ହାଇଡ୍ରୋକାର୍ବନ ବିଶୁଦ୍ଧ ଇନ୍ଧନ ବୋଲି ସେ କହିଛନ୍ତି। ସେ ଟ୍ୱିଟରେ ଲେଖିଛନ୍ତି-“ଦ୍ରୁତ ଗତିରେ ବଢୁଥିବା ଉର୍ଜା ଦୃଶ୍ୟପଟ୍ଟରେ ହାଇଡ୍ରୋଜେନ୍ ପରିବେଶ […]
ନୂଆଦିଲ୍ଲୀ: ପି. ଚିଦାମ୍ବରମଙ୍କୁ ମିଳିଲା ଜାମିନ୍। ଆଇଏନ୍ଏକ୍ସ ମିଡିଆ ଦୁର୍ନୀତି ମାମଲାରେ ଚିଦାମ୍ବରମଙ୍କୁ ସୁପ୍ରିମକୋର୍ଟରୁ ଜାମିନ ମିଳିଛି। ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ପକ୍ଷରୁ ହୋଇଥିବା ମାମଲାରେ ଏହି ଜାମିନ୍ ମିଳିଛି। ୨ ଲକ୍ଷ ଟଙ୍କାର ମୁଚାଳିକା ଏବଂ ୨ ଜାମିନଦାର ବଦଳରେ ଜାମିନ ପ୍ରଦାନ କରିଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ। ଏହି ଜାମିନ ପରେ ଚିଦାମ୍ବରମ ତିହାର ଜେଲରୁ ବାହାରିବା ବାଟ ସଫା ହୋଇଛି। ଦୀର୍ଘ ୧୦୫ ଦିନ ପରେ ଜେଲରୁ ମୁକୁଳିବେ ଚିଦାମ୍ବରମ। ସେ ଆଇଏନ୍ଏକ୍ସ ମାମଲାରେ ଛନ୍ଧି […]
ନାରାୟଣପୁର: ଛତିଶଗଡ଼ ନାରାୟଣପୁର ଜିଲ୍ଲା ବସ୍ତରର କଡେନାର୍ କ୍ୟାମ୍ପରେ ITBP(ଇଣ୍ଡୋ-ତିବତିଆନ ବର୍ଡର ପୋଲିସ) ଯବାନଙ୍କ ମଧ୍ୟରେ ଭୟଙ୍କର ମାର୍ପିଟ୍ ହୋଇଛି। ଝଗଡ଼ା ଏତେ ଭୟଙ୍କର ଥିଲା ଯେ ଏଥିରେ ୬ ଯବାନଙ୍କର ମୃତ୍ୟୁ ଘଟିଛି। ୨ ଜଣ ଆହତ ହୋଇଛନ୍ତି। ଯବାନଙ୍କ ମାର୍ପିଟ୍ ନେଇ ସୂଚନା ଦେଇଛନ୍ତି ଜିଲ୍ଲା ଏସ୍ପି ମୋହିତ ଗର୍ଗ। ତେବେ ଘଟଣା ସ୍ଥଳରେ ପୁଲିସ୍ ପହଞ୍ଚି ଯବାନମାନଙ୍କୁ କ୍ୟାମ୍ପ ବାହାରକୁ ଆଣୁଛି। ଏଥିରେ ଗୁରୁତର ଭାବେ ଆହତ ହୋଇଥିବା ଯବାନମାନଙ୍କୁ ରାୟପୁର୍କୁ ସ୍ଥାନାନ୍ତର […]
ନୂଆଦିଲ୍ଲୀ: ବଲିଉଡ୍ ହିରୋଇନ୍ ପ୍ରିୟଙ୍କା ଚୋପ୍ରାଙ୍କ ଜିନ୍ଦାବାଦ୍ ନାରା ଲଗାଇଲା କଂଗ୍ରେସ କର୍ମୀ। ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗିଲେ ବି ଏହା ସତ। ନୂଆଦିଲ୍ଲୀରେ ଆୟୋଜିତ କଂଗ୍ରେସର ଜନସଭା କାର୍ଯ୍ୟକ୍ରମରେ ଏପରି ନାରାବାଜି ହୋଇଛି। ଏବେ ଏହାର ଭିଡିଓ ସୋଶାଲ୍ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି। ଦିଲ୍ଲୀର କଂଗ୍ରେସ ନେତା ସୁରେନ୍ଦ୍ର କୁମାର ଦଳର ହାଇକମାଣ୍ଡ ସୋନିଆ ଓ ରାହୁଲ ଗାନ୍ଧିଙ୍କ ଜିନ୍ଦାବାଦ୍ ପରେ ପ୍ରିୟଙ୍କା ଚୋପ୍ରା ଜିନ୍ଦାବାଦ୍ କହିଥିଲେ। ଆଉ ଉପସ୍ଥିତ ଥିବା ଲୋକେ ବି ସ୍ୱରରେ […]
ୱାଶିଂଟନ: ନାସା ଜାରି କଲା ଚନ୍ଦ୍ରପୃଷ୍ଠରେ ଉତ୍ତୋଳିତ ଲ୍ୟାଣ୍ଡର ବିକ୍ରମର ଫଟୋ। ନାସାର ଲୁନାର ରେକନାଇଜେସନ୍ ଅର୍ବିଟର (ଏଲ୍ଆରଓ) ମହାକାଶ ଯାନର ‘ଇମ୍ପାକ୍ଟ ଫିଲ୍ଡ’ ଏବଂ ଏହା ପାଖା ପାଖି ଅଞ୍ଚଳର ଫଟୋ ପଠାଇଛି। ଯେଉଁଥିରେ କ୍ରାସ୍ ସାଇଟ୍ରେ ୭୫୦ ମିଟର ଦୂରରେ ୨୪ରୁ ଊର୍ଦ୍ଧ୍ୱ ସ୍ଥାନରେ ବିକ୍ରମର ଧ୍ୱଂସାବଶେଷ ବିଛାଇ ହୋଇ ପଡ଼ି ରହିଥିବା ଦର୍ଶାଯାଇଛି। The #Chandrayaan2 Vikram lander has been found by our @NASAMoon mission, the Lunar Reconnaissance […]
ହାଇଦ୍ରାବାଦ: ସାରା ଦେଶକୁ ଦୋହଲାଇ ଦେଇଥିବା ତେଲେଙ୍ଗାନାର ୨୭ ବର୍ଷୀୟ ମହିଳା ଡାକ୍ତରଙ୍କୁ ଗଣଦୁଷ୍କର୍ମ ଓ ହତ୍ୟା ଘଟଣାରେ ନ୍ୟାୟ ପାଇଁ ଦାବି ଶାଣିତ ହେବାରେ ଲାଗିଛି। ଆଜି ଏଠାରେ ଥିବା ଚିଲକୁର ବାଲାଜୀ ମନ୍ଦିରରେ ମଧ୍ୟ ନ୍ୟାୟ ପାଇଁ ପ୍ରତିବାଦ କରାଯାଇଛି। ମନ୍ଦିର କର୍ତ୍ତୃପକ୍ଷ ପୀଡ଼ିତାଙ୍କୁ ନ୍ୟାୟ ଦାବିରେ ଦୀର୍ଘ ୨୦ ମିନିଟ୍ କାଳ ମନ୍ଦିରର ଦ୍ୱାରକୁ ବନ୍ଦ ରଖିଥିଲେ। ଏହି ସମୟରେ କୌଣସି ବି ଶ୍ରଦ୍ଧାଳଙ୍କୁ ମନ୍ଦିର ମଧ୍ୟକୁ ପ୍ରବେଶ କରିବାକୁ ଅନୁମତି ଦିଆଯାଇ […]
ହାଇଦ୍ରାବାଦ୍: ଦେଶକୁ ଦୋହଲାଇ ଦେଇଥିବା ହାଇଦ୍ରାବାଦ୍ ମହିଳା ଡାକ୍ତର ଗଣଦୁଷ୍କର୍ମ ଓ ହତ୍ୟା ଘଟଣାର ତ୍ୱରିତ ବିଚାର ପାଇଁ ଆଜି ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ ନିର୍ଦ୍ଦେଶ ଦେଇଛନ୍ତି। ଏହି ସମ୍ବେଦନଶୀଳ ମାମଲାର ବିଚାର ଫାଷ୍ଟଟ୍ରାକ୍ କୋର୍ଟରେ କରି ଦୋଷୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସେ କହିଛନ୍ତି। ଏଥିସହ ପୀଡ଼ିତାଙ୍କ ପରିବାର ବର୍ଗଙ୍କୁ ସମସ୍ତ ପ୍ରକାରର ସରକାରୀ ସହାୟତା ଯୋଗାଇ ଦେବାକୁ ମଧ୍ୟ ପ୍ରଶାସନିକ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହିତ ଏହି ମାମଲାରେ […]