ନୂଆଦିଲ୍ଲୀ: ସୋମବାର ଲୋକସଭା ବୁଧବାର ରାଜ୍ୟସଭା ଉଭୟ ଗୃହରେ ଗୃହୀତ ହୋଇଛି ନାଗରିକତା ସଂସୋଧନ ବିଲ୍। କିନ୍ତୁ ଯେବେଠାରୁ ଏହି ବିଲ୍ ବିଷୟରେ ଆଲୋଚନା ହୋଇଛି ସେବେଠାରୁ ଦେଶର ଏକପ୍ରକାର ଅସ୍ଥିରତା ଦେଖାଦେଇଛି। ବିଶେଷକରି ଉତ୍ତର ପୂର୍ବ ଭାରତରେ ଅସନ୍ତୋଷ ଚରମ ସୀମାରେ ପହଞ୍ଚିଛି। ସଂସଦରେ ବିଲ୍ ଗୃହୀତ ବେଳେ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ କିନ୍ତୁ ସ୍ପଷ୍ଚ କରି କହିଛନ୍ତି ଯେ ଏହି ବିଲ୍ କାହାରି ନାଗରିକତ୍ୱ ନେବନି ବରଂ ପଡ଼ୋଶୀ ଆଫଗାନିସ୍ତାନ, ବାଂଲାଦେଶ ଏବଂ […]
ନୂଆଦିଲ୍ଲୀ: ଆମିଷ ଛାଡ଼ି ଶାକାହାରୀ ହେବା ପାଇଁ ଦେଶର କୃଷି ବ୍ୟବସ୍ଥା ଏବେ ବାଧ୍ୟ କରିଛି। କାରଣ ଆମିଷ ଖାଦ୍ୟ ପାଇଁ ଆବଶ୍ୟକ ବ୍ୟଞ୍ଜନ ଦାମ ଏବେ ଆକାଶ ଛୁଆଁ ହୋଇଛି। କେତେକ ସ୍ଥାନରେ ପିଆଜ ଦର କିଛି ସ୍ଥାନରେ ଦୁଇ ଶହ ପାର କରିଛି। ଏଭଳି ସ୍ଥିତିରେ ହାଣ୍ଡିଶାଳରେ ପିଆଜ ଉପରେ ନୋ ଏଣ୍ଟ୍ରି ହୋର୍ଡିଂ ଲାଗିଛି। ଅନ୍ୟପଟେ ଏବେ ଅଣ୍ଡା ଓ କୁକୁଡା ମାଂସ ଦାମ ବଢ଼ିବ ବୋଲି ଆକଳନ କରାଯାଉଛି। ଏହା ପଛରେ […]
କୋଲକାତା: ଅଭିନେତ୍ରୀ ତଥା ବିଜେପି ସାଂସଦ ରୁପା ଗାଙ୍ଗୁଲିଙ୍କୁ ଦିନେ ଅପହରଣ କରିବାର ଉଦ୍ୟମ ହୋଇଥିଲା। ସେ ଯେତେବେଳେ ବାଂଲାଦେଶ ଦିନାଜପୁରର ଏକ ସ୍କୁଲ୍ରେ ସପ୍ତମ ଶ୍ରେଣୀରେ ପାଠ ପଢୁଥିଲେ ସେତେବେଳେ କିଛି ଲୋକ ତାଙ୍କୁ ଅପହରଣ କରିବା ପାଇଁ ଆସିଥିଲେ। କିନ୍ତୁ କୌଶଳ କ୍ରମେ ରୂପା ଓ ତାଙ୍କ ମାଆ ବୁର୍ଖା ପିନ୍ଧି ଅପହରଣକାରୀଙ୍କୁ ଚକ୍ମା ଦେଇ ଖସି ପଳେଇ ଆସିଥିଲେ। ଆଉ ଯଦି ଖସି ନ ଆସିଥାନ୍ତେ ତେବେ ଆଜି ସେ ‘ଖାନ୍ ଟାଇଗର’ର […]
ନିଆମେ: ଆର୍ମି ପୋଷ୍ଟ ଉପରେ ଆତଙ୍କବାଦୀଙ୍କ ଅତର୍କିତ ଆକ୍ରମଣରେ ପ୍ରାୟ ୭୦ରୁ ଅଧିକ ଯବାନ ସହିଦ ହୋଇଛନ୍ତି। ପଶ୍ଚିମ ଆଫ୍ରିକୀୟ ଦେଶ ନାଇଜରରେ ଏଭଳି ଦୁଃଖ ଦାୟକ ଘଟଣା ଘଟିଛି। ସେଠାରେ ସକ୍ରିୟ ଥିବା ଇସ୍ଲାମିକ୍ ଆତଙ୍କବାଦୀ ସଂଗଠନ ଏଭଳି କାଣ୍ଡ ଘଟାଇଥିବା ବୁଧବାର ନାଇଜର୍ ପ୍ରତିରକ୍ଷା ମନ୍ତ୍ରୀ କହୁଥିବା ବେଳେ ଏପର୍ଯ୍ୟନ୍ତ କୌଣସି ଆତଙ୍କବାଦୀ ସଂଗଠନ ଏହି ଘଟଣା ପାଇଁ ନିଜକୁ ଦାୟୀ କରିନାହାନ୍ତି। ସୂଚନା ଅନୁସାରେ, ଆତଙ୍କବାଦୀମାନେ ମଙ୍ଗଳବାର ରାତିରେ ବିପୁଳ ପରିମାଣରେ ବିସ୍ଫୋରକ […]
ନୂଆଦିଲ୍ଲୀ: ଅଣମୁସଲିମ ଶରଣାର୍ଥୀଙ୍କୁ ଭାରତର ନାଗରିକତ୍ୱ ଦେବା ପାଇଁ କେନ୍ଦ୍ର ସରକାର ଆଣିଥିବା ବିବାଦୀୟ ନାଗରିକତା ସଂଶୋଧନ ବିଲ୍ (ସିଏବି) ବିରୋଧରେ ଉତ୍ତର-ପୂର୍ବ ରାଜ୍ୟଗୁଡ଼ିକରେ ବ୍ୟାପକ ହିଂସାକାଣ୍ଡ ଦେଖାଦେଇଛି। ବିଶେଷ କରି ଆସାମ ଓ ତ୍ରିପୁରାର ବିଭିନ୍ନ ସ୍ଥାନରେ ପୁଲିସ୍ କର୍ମୀ ଓ ବିକ୍ଷୋଭକାରୀ ମୁହାଁମୁହିଁ ହୋଇଛନ୍ତି। ଏହି ଦୁଇ ରାଜ୍ୟ ବାଦ ମଣିପୁର, ମେଘାଳୟ ଓ ନାଗାଲ୍ୟାଣ୍ଡର ବିଭିନ୍ନ ସ୍ଥାନରେ ସିଏବି ବିରୋଧରେ ପୋଡ଼ାଜଳା ଓ ରାସ୍ତା ରୋକ ହୋଇଛି। ଆଜି ସନ୍ଧ୍ୟା ୭ଟାରୁ ୨୪ […]
ଅହମଦାବାଦ: ୨୦୦୨ ମସିହାରେ ହୋଇଥିବା ଗୁଜରାଟ ଦଙ୍ଗା ମାମଲାରେ ପ୍ରଧାନମନ୍ତ୍ରୀ ତଥା ସେତେବେଳେର ଗୁଜରାଟ ମୁଖ୍ୟମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ କ୍ଲିନ୍ ଚିଟ୍। ଘଟଣାର ତଦନ୍ତ କରୁଥିବା ନାନାବତୀ କମିଶନ ମୋଦୀଙ୍କୁ କ୍ଲିନ୍ ଚିଟ୍ ଦେଇଛନ୍ତି। ଆଜି ଗୁଜରାଟ ବିଧାନସଭାରେ ଗୃହମନ୍ତ୍ରୀ ପ୍ରଦୀପ ସିଂହ ଜାଡେଜା ନାନାବତୀ-ମେହଟା କମିଶନଙ୍କ ଦ୍ୱାରା ହୋଇଥିବା ତଦନ୍ତର ଚୂଡ଼ାନ୍ତ ରିପୋର୍ଟ ଦାଖଲ କରିଥିଲେ। ପୂର୍ବତନ ଗୁଜରାଟ ମୁଖ୍ୟମନ୍ତ୍ରୀ ତଥା ବର୍ତ୍ତମାନର ପ୍ରଧାନମନ୍ତ୍ରୀଙ୍କ ବିରୋଧରେ ଦଙ୍ଗା ନେଇ ଯେଉଁ ସବୁ ଅଭିଯୋଗ ଆସିଥିଲା ତାହା […]
ଲକ୍ଷ୍ମୌ: ଉନ୍ନାଓ ପୀଡ଼ିତାଙ୍କୁ ପୋଡ଼ିବା ପୂର୍ବଦିନ ଫୋନ୍ କରିଥିଲା ଅଭିଯୁକ୍ତ। ପୁଲିସ ତଦନ୍ତରୁ ଏବେ ଏହା ଜଣାପଡ଼ିଛି। ମୁଖ୍ୟ ଅଭିଯୁକ୍ତ ଶୁଭମ ନିଆଁ ଲଗାଇବା ପୂର୍ବ ଦିନ (୪ ଡିସେମ୍ୱର) ପୀଡ଼ିତାଙ୍କ ସହ ଫୋନରେ ୧୯ ସେକେଣ୍ଡ ପାଇଁ କଥା ହୋଇଥିଲା ବୋଲି ଜଣାପଡ଼ିଛି। ହେଲେ ଏହି ଫୋନ୍ କଲ୍ ବେଳେ ଅଭିଯୁକ୍ତ ଜଣଙ୍କ ପୀଡ଼ିତାଙ୍କୁ କ’ଣ କହିଥିଲା? ପର ଦିନ ଦୁଷ୍କର୍ମ ମାମଲାର ଶୁଣାଣି ଥିଲା। ପୀଡ଼ିତା ପକ୍ଷ ରଖିବାକୁ କୋର୍ଟକୁ ଯିବା ପୂର୍ବରୁ ଅଘଟଣର […]
ପୂର୍ବଠାରୁ ଆହୁରି ସୁରକ୍ଷିତ ହେବ ଆପଣଙ୍କ ଗୁଗଲ ଆକାଉଣ୍ଟ୍, ଆସିଗଲା ପ୍ରୋଟେକ୍ସସନ ପାସ୍ୱାର୍ଡ ଫିଚର୍
ଭୁବନେଶ୍ୱର: ଦୁଇଦିନିଆ ଗସ୍ତ ସାରି ଫେରିଯାଇଛନ୍ତି ଦେଶର ପ୍ରଥମ ନାଗରିକ ରାଷ୍ଟ୍ରପତି ରାମନାଥ କୋବିନ୍ଦ। ନୂଆଦିଲ୍ଲୀ ଯିବା ପୂର୍ବରୁ ଉତ୍କଳ ବିଶ୍ୱବିଦ୍ୟାଳୟକୁ ନେଇ ସେ ଦେଖିଛନ୍ତି ସ୍ୱପ୍ନ। ଆଉ ଆଶା ରଖିଛନ୍ତି ଏହି ବିଶ୍ୱ ବିଦ୍ୟାଳୟ ଦେଶର ପ୍ରମୁଖ ଶିକ୍ଷାନୁଷ୍ଠାନରେ ପରିଣତ ହେବ। ଏଥିପାଇଁ ବିଶ୍ୱବିଦ୍ୟାଳୟର ପୁରାତନ ଛାତ୍ରଛାତ୍ରୀଙ୍କୁ ଆଗେଇ ଆସିବାକୁ ଆହ୍ୱାନ ଦେଇଛନ୍ତି ରାଷ୍ଟ୍ରପତି। ଆଜି ଉତ୍କଳ ବିଦ୍ୟାଳୟର ପ୍ଲାଟିନମ୍ ଜୁବୁଲିର ଉଦ୍ଯାପନୀ ସମାରୋହ ଅନୁଷ୍ଠିତ ହୋଇଛି। ଏଥିରେ ମୁଖ୍ୟଅତିଥିଭାବେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଯୋଗଦେଇ […]
ଲକ୍ଷ୍ନୌ: ଉନ୍ନାଓ ଦୁଷ୍କର୍ମ ପୀଡ଼ିତାଙ୍କ ମୃତ୍ୟୁ ପରେ ମର ଶରୀରକୁ ସଂସ୍କାର କରିବାକୁ ନିଆଯାଇଛି। ରାଜ୍ୟ ସରକାରଙ୍କ ବରିଷ୍ଠ ଅଧିକାରୀ ଓ ପୁଲିସ ପହଞ୍ଚି ବୁଝାସୁଝା ପରେ ପରିବାର ଲୋକେ ସଂସ୍କାର ପାଇଁ ରାଜି ହୋଇଛନ୍ତି। ତେବେ ସକାଳେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଆସି ପରିବାରକୁ ନ ଭେଟିବା ଯାଏ ଶବ ସଂସ୍କାର କରିବେ ନାହିଁ ବୋଲି ପୀଡ଼ିତାଙ୍କ ପରିବାର ଲୋକେ କହିଥିଲେ। ପରିବାରରୁ ଜଣକୁ ସରକାରୀ ଚାକିରୀ ଯୋଗାଇ ଦେବାକୁ ମୁଖ୍ୟମନ୍ତ୍ରୀଙ୍କଠାରୁ ଜବାବ ଚାହାନ୍ତି ବୋଲି […]
ଲକ୍ଷ୍ନୌ: ହାଇଦ୍ରାବାଦ୍ ଘଟଣା ଭଳି ମୋ ଝିଅର ଜୀବନ ନେଇଥିବା ଦୁଷ୍କର୍ମକାରୀଙ୍କୁ ଗୁଳି ମାରିଦିଅ। ଏମିତି ଦାବି ରଖିଛନ୍ତି ଉତ୍ତର ପ୍ରଦେଶ ଉନ୍ନାଓ ପୀଡ଼ିତାଙ୍କ ବାପା। ୯୦ ପ୍ରତିଶତ ପୋଡ଼ିଯାଇଥିବା ପୀଡ଼ିତା ଦିଲ୍ଲୀ ସବ୍ଦରଜଙ୍ଗ ହସପିଟାଲରେ ଆଖିବୁଜିବା ପରେ ପୁଲିସ ଓ ପ୍ରଶାସନ ଊୂମିକାକୁ ନେଇ ସେ ପ୍ରଶ୍ନ ଉଠାଇଛନ୍ତି। ଅଭିଯୁକ୍ତମାନେ ବାରମ୍ବାର ଧମକ ଦେଉଥିଲେ ମଧ୍ୟ ପୁଲିସ କୌଣସି କାର୍ଯ୍ୟାନୁଷ୍ଠାନ କରିନଥିବା ସେ ଅଭିଯୋଗ କରିଛନ୍ତି। ସେପଟେ ଉନ୍ନାଓ ଘଟଣାକୁ ନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ […]
ଲକ୍ଷ୍ନୌ: ଉନ୍ନାଓ ପୀଡ଼ିତା ନ୍ୟାୟ ବ୍ୟବସ୍ଥା ପାଖରେ ଗୁହାରି କରି କରି ଶେଷରେ ହାରିଯାଇଛନ୍ତି। ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ବେଳେ ଆଜି ତାଙ୍କର ମୃତ୍ୟୁ ହୋଇଛି। ଆଜି ଉତ୍ତର ପ୍ରଦେଶ ସରକାର ପୀଡ଼ିତାଙ୍କ ପରିବାରକୁ ନଗଦ ୨୫ ଲକ୍ଷ ଟଙ୍କା କ୍ଷିତପୂରଣ ଓ ପ୍ରଧାନମନ୍ତ୍ରୀ ଆୱାସ୍ ଯୋଜନାରେ ଘର ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେଇଛନ୍ତି। କେବଳ ସେତିକି ନୁହେଁ ଏହି ମାମଲାର ବିଚାର ପାଷ୍ଟ ଟ୍ରାକ୍ କୋର୍ଟରେ ହେବ ବୋଲି ନିର୍ଦ୍ଦେଶ ଦେଇଛନ୍ତି ୟୁପି ସରକାର। ଉନ୍ନାଓ […]
ଲକ୍ଷ୍ନୌ: ଉନ୍ନାଓ ଦୁଷ୍କର୍ମ ପୀଡ଼ିତାଙ୍କ ମୃତ୍ୟୁରେ ଗଭୀର ଦୁଃଖପ୍ରକାଶ କରିଛନ୍ତି ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ। ଏହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି ସେ କହିଛନ୍ତି। ଏହା ସହିତ ଫାଷ୍ଟ ଟ୍ରାକ୍ କୋର୍ଟରେ ମାମଲାର ବିଚାର ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଦୋଷୀକୁ କଠିନରୁ କଠିନ ଦଣ୍ଡ ଦିଆଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ଯୋଗୀ ଆଦିତ୍ୟନାଥ। ସେପଟେ ଦୋଷୀଙ୍କୁ ଫାଶୀ ଦଣ୍ଡ ଦିଆଯାଉ ବୋଲି ଦାବି କରିଛନ୍ତି ପୀଡ଼ିତାଙ୍କ ପରିବାର ଲୋକେ। ନହେଲେ ହାଇଦ୍ରାବାଦ ଘଟଣା ପରି ଅଭିଯୁକ୍ତଙ୍କୁ ଗୁଳି […]
ନୂଆଦିଲ୍ଲୀ: ଓକିଲଙ୍କ ଆନ୍ଦୋଳନ ନେଇ ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାର ଆଇନଜୀବୀଙ୍କୁ ରୋକ୍ଠୋକ୍ ଭାବେ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ। କୋର୍ଟ କହିଛନ୍ତି, ପ୍ରଥମେ କାର୍ଯ୍ୟରେ ଯୋଗ ଦେଇ କୋର୍ଟ କାମକୁ ସ୍ୱାଭାବିକ କର, ତାପରେ ଅନ୍ୟାନ୍ୟ ବିଷୟରେ ଆଲୋଚନା କରିବାକୁ ଆସ। ଏଭଳି ଭାବେ ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାର ଆଇନଜୀବୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ। ହାଇକୋର୍ଟ ବେଞ୍ଚ୍ ସ୍ଥାପନ ଦାବିରେ ଏହି ଦୁଇ ଅଞ୍ଚଳର ଆଇନଜୀବୀମାନେ ଚଳାଇଥିବା ଆନ୍ଦୋଳନକୁ ନେଇ ଉଦ୍ବେଗ ପ୍ରକାଶ କରିଛନ୍ତି ସର୍ବୋଚ୍ଚ […]
ହାଇଦ୍ରାବାଦ: ହାଇଦ୍ରାବାଦ୍ ଲେଡି ଡାକ୍ତରଙ୍କ ଗଣଦୁଷ୍କର୍ମ ଓ ହତ୍ୟା ଘଟଣାରେ ୪ ଅଭିଯୁକ୍ତଙ୍କୁ ଆଜି ଏନ୍କାଉଣ୍ଟର୍ କରିଛି ପୁଲିସ। ଯାହାକୁ ନେଇ ଏବେ ଚର୍ଚ୍ଚା ଲାଗି ରହିଛି। ତେବେ ସେଦିନ ସେଇ ପଶୁମାନେ ଘଟାଇଥିବା ଜଘନ୍ୟ ଘଟଣା କ’ଣ ଥିଲା ବୁଲେଟ୍ ପଏଣ୍ଟ୍ରେ ଜାଣନ୍ତୁ। ନଭେମ୍ବର ୨୭, ସନ୍ଧ୍ୟା ୬ଟା: ମହିଳା ଡାକ୍ତରଙ୍କ ସ୍କୁଟି ପମ୍ପଚର୍ ହୋଇଯାଇଥିବାରୁ ସେ ତାଙ୍କ ସ୍କୁଟିକୁ ଟୋଣ୍ଡିପାଲ୍ଲୀ ଜଙ୍କନସନ ନିକଟରେ ପାର୍କ କରିଥିଲେ। > ରାତି ୯.୨୦ ସମୟରେ ସେ ତାଙ୍କ […]
ହାଇଦ୍ରାବାଦ: ଆଜି ସକାଳୁ ସକାଳୁ ଲୋକଙ୍କ ନିଦ ଭାଙ୍ଗିବା ପୂର୍ବରୁ ଏମିତି ଏକ ଖବର ଆସିଲା, ଯାହାକୁ ଜାଣିବା ପରେ ସାରା ଦେଶ ଆଶ୍ଚର୍ଯ୍ୟ ହୋଇଯାଇଥିଲା। ହାଇଦ୍ରାବାଦ ଡାକ୍ତରାଣୀ ଗଣଦୁଷ୍କର୍ମ ଓ ହତ୍ୟା ଘଟଣାର ଅଭିଯୋଗରେ ଗିରଫ ୪ ଯୁବକଙ୍କୁ ପୁଲିସ୍ ଏନକାଉଣ୍ଟରରେ ମାରି ଦେଇଥିବା ଖବର ଆସିଥିଲା। ଯାହାକୁ ନେଇ ଏବେ ସାରା ଦେଶରେ ବିତର୍କ ଆରମ୍ଭ ହୋଇଯାଇଛି। କିଏ ହାକୁ ସପୋର୍ଟ କରୁଥିବା ବେଳେ ତ ଆଉ କିଏ ଏହାକୁ ନିନ୍ଦା କରୁଛି। ତେବେ […]
ହାଇଦ୍ରାବାଦ: ଜଘନ୍ୟ ଗଣଦୁଷ୍କର୍ମ ଓ ହତ୍ୟା ମାମଲାର ସମସ୍ତ ୪ ଅଭିଯୁକ୍ତଙ୍କୁ ଏନ୍କାଉଣ୍ଟର ମାମଲାରେ ଚର୍ଚ୍ଚାକୁ ଆସିଛନ୍ତି ପୁଲିସ କମିଶନର ଭିସି ସଜ୍ଜନାର। ୧୯୯୬ ବ୍ୟାଚ୍ର ଏହି ଆଇପିଏସ୍ ଅଫିସର ହାଦ୍ରାବାଦ୍ର ଏନକାଉଣ୍ଟର ମ୍ୟାନ ଭାବେ ପରିଚିତ। ହାଇଦ୍ରାବାଦ ଦୁଷ୍କର୍ମ ଅଭିଯୁକ୍ତଙ୍କୁ ଏନ୍କାଉଣ୍ଟରରେ ତାଙ୍କର ପ୍ରମୁଖ ଭୂମିକା ଥିବା କୁହାଯାଉଛି। ତେବେ ଏହା ତାଙ୍କର ପ୍ରଥମ ଏନ୍କାଉଣ୍ଟର୍ ନୁହେଁ, ପୂର୍ବରୁ ମଧ୍ୟ ୨୦୦୮ରେ ଜଣେ ମହିଳାଙ୍କୁ ଏସିଡ ଆକ୍ରମଣ ମାମଲାରେ ୩ ଜଣ ଅଭିଯୁକ୍ତଙ୍କୁ ଏନକାଉଣ୍ଟର କରିଥିଲେ […]
ନୂଆଦିଲ୍ଲୀ: ହାଇଦ୍ରାବାଦ୍ ପୁଲିସ୍ ଏନ୍କାଉଣ୍ଟର୍ରେ ୪ ଦୁଷ୍କର୍ମ ଅଭିଯୁକ୍ତଙ୍କ ମୃତ୍ୟୁ ପରେ ଦେଶରେ ଏକ ପ୍ରକାର ହଇଚଇ ସୃଷ୍ଟି ହୋଇଛି। ବଲିଉଡ୍ ଷ୍ଟାର୍ଙ୍କ ଠାରୁ ଆରମ୍ଭ କରି ସାଧାରଣ ଜନତା ପର୍ଯ୍ୟନ୍ତ ଏହି ଘଟଣାକୁ ପ୍ରଶଂସା କରୁଥିବା ବେଳେ ଏହାକୁ କଡ଼ା ନିନ୍ଦା କରିଛନ୍ତି ବିଜେପି ସାଂସଦ ମାନେକା ଗାନ୍ଧି। ସେ ଏହି ଘଟଣାକୁ ଦେଶ ପାଇଁ ସବୁଠୁ ବଡ଼ ଭୟଙ୍କର ଘଟଣା ବୋଲି କହିଛନ୍ତି। ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ମାନେକା କହିଛନ୍ତି, “ଯାହା ହେଲା, ତାହା […]