ନୂଆଦିଲ୍ଲୀ: ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ବର୍ତ୍ତମାନ ଦେଶରେ ୯୦୯ ଜଣ କରୋନାରେ ଚିକିତ୍ସିତ ହେଉଥିବା ବେଳେ ୨୦ ଜଣଙ୍କ ମୃତ୍ୟୁ ହୋଇଛି। ମୃତକଙ୍କ ମଧ୍ୟରେ ଜଣେ ବିଦେଶୀ ନାଗରିକ ରହିଛନ୍ତି। ସେପଟେ ଏବେ ଯାଏ ୭୯ ଜଣ ସୁସ୍ଥ ହୋଇ ଘରକୁ ଫେରିଲେଣି। ଗତ ୨୪ ଘଣ୍ଟାରେ ଭାରତରେ ୧୯୪ ନୂଆ ପଜିଟିଭ୍ ରିପୋର୍ଟ ଆସିଛି। ଏହାକୁ ଦେଖି କେନ୍ଦ୍ର ସରକାରଙ୍କ ପକ୍ଷରୁ ଆହୁରି କଡ଼ା ପଦକ୍ଷେପ ନିଆଯାଇଛି। ଏହାସହ ଘରୋଇ ମେଡିକାଲରେ […]
ନୂଆଦିଲ୍ଲୀ: ଭାରତରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧୯କୁ ବୃଦ୍ଧି ପାଇଛି। ଦେଶରେ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା ୭୪୮ରେ ପହଞ୍ଚିଛି। ବର୍ତ୍ତମାନ ସାରା ଦେଶରେ ୭୪୮ ଜଣ କରୋନା ଆକ୍ରାନ୍ତଙ୍କ ଚିକିତ୍ସା ଚାଲିଥିବାବେଳେ ୬୬ ଜଣ ସୁସ୍ଥ ହୋଇ ଫେରିଯାଇଛନ୍ତି। ସବୁଠାରୁ ଅଧିକ ୧୩୭ ଜଣ କେରଳରେ ଚିକିତ୍ସିତ ହେଉଛନ୍ତି। ସେହିପରି ମହାରାଷ୍ଟ୍ରରେ ୧୩୦ଜଣ କରୋନା ଆକ୍ରାନ୍ତ ରହିଛନ୍ତି। ସ୍ଥିତିକୁ ଦୃଷ୍ଟିରେ ରଖି ରାଷ୍ଟ୍ରାୟତ କମ୍ପାନୀଙ୍କୁ ୧୦ ହଜାର ଏବଂ ଭାରତ ଇଲେ୍ରୋନିକ୍ସ ଲିମିଟେଡକୁ ୩୦ ହଜାର […]
ନୂଆଦିଲ୍ଲୀ: କରୋନା ମହାମାରୀ ଯୋଗୁ ଦେଶର ଆର୍ଥିକ ସ୍ଥିତି ନିମ୍ନାଗାମୀ ହେଉଥିବାରୁ ଶୁକ୍ରବାର ସବୁଠାରୁ ବଡ଼ ଘୋଷଣା କରିଛି ଆର୍ବିଆଇ। ଆର୍ବିଆଇର ମନିଟାରୀ ପଲିସି କମିଟି ଦ୍ୱାରା ନିଆଯାଇଥିବା ନିଷ୍ପତ୍ତିକୁ ଘୋଷଣା କରିଛନ୍ତି ରିଜର୍ଭ ବ୍ୟାଙ୍କ ମୁଖ୍ୟ ଶକ୍ତିକାନ୍ତ ଦାସ। ଏହି ଘୋଷଣା କ୍ରମେ ରେପୋ ରେଟ୍ ୭୫ ବେସିସ୍ ପଏଣ୍ଟ ହ୍ରାସ କରାଯାଇଛି। ଏବେ ନୂଆ ରେପୋ ରେଟ୍ ହେଲା ୪.୪% ହୋଇଛି। ସେହିପରି ରିଭର୍ସ ରେପୋ ରେଟ୍ ୯୦ ବେସିସ୍ ପଏଣ୍ଟ ଖସି ୪% […]
ଅମଦାବାଦ: ପ୍ରଜାପିତା ବ୍ରହ୍ମାକୁମାରୀ ବିଶ୍ୱବିଦ୍ୟାଳୟର ମୁଖ୍ୟ ପ୍ରଶାସିକା ରାଜଯୋଗିନୀ ଦାଦି ଜାନକୀଙ୍କ ଆଜି ଦେହାନ୍ତ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୧୦୪ବର୍ଷ ବୟସ ହୋଇଥିଲା। ସେ ଗତ ଦୁଇ ମାସ ଧରି ଅସୁସ୍ଥ ଥିଲେ। ଶ୍ୱାସକ୍ରିୟାରେ କଷ୍ଟ ଅନୁଭବ କରିବାରୁ ତାଙ୍କୁ ଅହମଦାବାଦରେ ଚିକିତ୍ସା କରାଯାଉଥିଲା। ପରେ ତାଙ୍କୁ ରାଜସ୍ଥାନର ଆବୁରୋଡ ସ୍ଥିତ ଗ୍ଲୋବାଲ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା। ଆଜି ରାଜି ୨ଟାରେ ଦାଦି ଜାନକୀ ତାଙ୍କର ପାର୍ଥିବ ଶରୀର ତ୍ୟାଗ କରିଛନ୍ତି। ପ୍ରଜାପିତା ବ୍ରହ୍ମାକୁମାରୀ ଇଶ୍ୱରୀୟ […]
ନୂଆଦିଲ୍ଲୀ: କରୋନା ପାଇଁ ଆଜି ପ୍ୟାକେଜ୍ ଘୋଷଣା କରିଛନ୍ତି କେନ୍ଦ୍ର ସରକାର। ଖଟିଖିଆଙ୍କୁ ମିଳିବ ମାଗଣା ଚାଉଳ, ଡାଲି ଓ ଗହମ। ଗରିବ ଓ ଖଟିଖିଆଙ୍କ ପାଇଁ ଏହି ଘୋଷଣା କରିଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। କରୋନା ଲଢ଼େଏଇ ପାଇଁ ପ୍ରାୟ ୧ ଲକ୍ଷ ୭୦ ହଜାର କୋଟି ଟଙ୍କାର ପ୍ୟାକେଜ୍ ଘୋଷଣା କରିଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ। ଏହି ପ୍ୟାକେଜ୍ରେ ଗରିବଙ୍କୁ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାରେ ଖାଦ୍ୟ ମିଳିବ। ମୋଟ ୮୦ କୋଟି […]
ଅହମଦାବାଦ: ମହାମାରୀ କରୋନା ଭାରତରେ ଆଉ ଏକ ମୁଣ୍ଡ ନେଇଛି। ବୁଧବାର ବିଳମ୍ବିତ ରାତିରେ ଗୁଜରାଟର ଅହମଦାବାଦରେ ଜଣେ ୮୫ ବର୍ଷୀୟ ବୃଦ୍ଧା କରୋନାରେ ଆକ୍ରାନ୍ତ ହୋଇ ପ୍ରାଣ ହରାଇଛନ୍ତି। ବୃଦ୍ଧାଙ୍କ ମୃତ୍ୟୁ ପରେ ଦେଶରେ କରୋନା ଜନିତ ମୃତ୍ୟୁସଂଖ୍ୟା ୧0 ଛୁଇଁଥିବା ଗୁଜରାଟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସ୍ପଷ୍ଟ କରାଯାଇଛି। ବିଭାଗର ସୂଚନା ଅନୁଯାୟୀ, ମହିଳା ଜଣଙ୍କ ନିକଟରେ ବିଦେଶ ଗସ୍ତ କରିଥିଲେ। ସେଠାରୁ ଫେରିବା ପରେ ତାଙ୍କ ଶରୀରରେ କରୋନା ଭୂତାଣୁ ଲକ୍ଷଣ ଦେଖାଦେଇଥିଲା। […]
ନୂଆଦିଲ୍ଲୀ: କରୋନାର ମୁକାବିଲା ପାଇଁ ସାମାଜିକ ଦୂରତ୍ୱ ହିଁ ଏକମାତ୍ର ମାଧ୍ୟମ ହୋଇଥିବାରୁ ଆଜିଠାରୁ ୨୧ ଦିନ ପାଇଁ ଲକ୍ଡାଉନ୍ ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଲୋକେ ଅନେକ ସ୍ଥାନରେ ଏହି ନିୟମକୁ ମାନୁ ନଥିବାରୁ ପୁଲିସ୍ ରାସ୍ତା ଉପରେ ଉଲ୍ଳଙ୍ଘାନକାରୀଙ୍କ ବିଚାର କରୁଛି। ପ୍ରଥମେ ହାତ ଯୋଡ଼ି ଲୋକଙ୍କୁ ଘରୁ ନ ବାହାରିବାକୁ ନିବେଦନ କରିଥିବା ପୁଲିସ୍ ଏବେ ଲାଠି ଚଳାଇ ଲକ୍ଡାଉନକୁ କାର୍ଯ୍ୟକାରୀ କରିଛି। Here we see people being forced […]