ନୂଆଦିଲ୍ଲୀ: ଜୁଲାଇ ୧୮ରେ ହେବ JEE ମେନ୍ ଏଣ୍ଟ୍ରାନ୍ସ। ଜୁଲାଇ ୧୮ରୁ ୨୩ ପର୍ଯ୍ୟନ୍ତ ଦେଶରେ ଚାଲିବ ଜେଇଇ ମେନ୍ ପରୀକ୍ଷା। ଆଜି ଏନେଇ ସୂଚନା ଦେଇଛନ୍ତି ମାନବ ସମ୍ବଳ ବିକାଶ ମନ୍ତ୍ରୀ ରମେଶ ପୋଖରିଆ। ସେହିପରି ଜୁଲାଇ ୨୬ରେ ନିଟ୍(NEET) ପରୀକ୍ଷା କରାଯିବ। ଜେଇ ଆଡଭାନ୍ସ ପରୀକ୍ଷା ଅଗଷ୍ଟ ମାସରେ କରାଯିବ ବୋଲି କହିଛନ୍ତି ମାନବ ସମ୍ୱଳ ବିକାଶ ମନ୍ତ୍ରୀ। ଦେଶରେ ଜୁଲାଇ ୧୮, ୨୦, ୨୧, ୨୨ ଏବଂ ୨୩ ତାରିଖରେ ପରୀକ୍ଷା କରାଯିବ। […]
ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ଏକ ଆଶ୍ଚର୍ଯ୍ୟଜନକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓରେ ଗୋଟେ ମାଙ୍କଡ଼ ଛୋଟ ଛୁଆଙ୍କ ବାଇକ୍ ଚଲାଇ ଗଳିରେ ପଶି ଏକ ଶିଶୁକୁ ଟାଣିକି ନେବାକୁ ଚେଷ୍ଟା କରୁଥିଲା। କେହି କେହି ଏହାକୁ ଅପହରଣ ଉଦ୍ୟମ ବୋଲି କହୁଛନ୍ତି। କିନ୍ତୁ ଶିଶୁଟି ଘରର ବାହାରେ ବସିଥିଲା। ତା’ପରେ ମାଙ୍କଡଟି ଏକ ଖେଳଣା ବାଇକ୍ ଧରି ଆସି ଶିଶୁକୁ ଟାଣି ନେବାକୁ ଚେଷ୍ଟା କରୁଥିଲା। Can’t remember the last time I […]
ମୁମ୍ୱାଇ: ଦେଶରେ କରୋନା ଭାଇରସ ଯୋଗୁ ଲକ୍ଡାଉନ୍ ଜାରି କରାଯାଇଛି। କରୋନାର ସ୍ଥିତି ଦିନକୁ ଦିନ ଜଟିଳ ହେଉଥିବାରୁ ଲକ୍ଡାଉନ୍ର ଅବଧିକୁ ବଢ଼ାଇ ଦିଆଯାଇଛି। ଏହି ସମୟରେ ସମାଜିକ ଦୂରତାକୁ ଗୁରୁତ୍ୱ ଦିଆଯିବା ସହ କୌଣସି ଶୁଭ କାର୍ଯ୍ୟ କରାଯାଇ ପାରିବ ନାହିଁ ବୋଲି ସରକାର ଜନସାଧାରଣଙ୍କ ନିକଟରେ ଅପିଲ କରିଛନ୍ତି। ଏହି ସମୟରେ ଏକ ନବ ବିବାହିତ ଦମ୍ପତିଙ୍କୁ ପୋଲିସ କର୍ମୀମାନେ ନିଆରା ଢ଼ଙ୍ଗରେ ସ୍ୱାଗତ ସମ୍ବର୍ଦ୍ଧନା କରୁଥିବାର ଦେଖିବାକୁ ମିଳିଛି। ମହାରାଷ୍ଟ୍ର ନାସିକରେ ପୋଲିସ […]
ମୁମ୍ୱାଇ: ବଲିଉଡ଼୍ ଅଭିନେତା ସ୍ୱର୍ଗତ ଋଷି କପୁରଙ୍କ ଚିତାଭସ୍ମ ରବିବାର ମୁମ୍ବାଇର ବନଗଙ୍ଗା ଟ୍ୟାଙ୍କରେ ବିସର୍ଜନ କରାଯାଇଛି। ଏହି ଚିତାଭସ୍ମ ବିସର୍ଜନ ସମୟର ଫଟୋ ସୋସିଆଲ୍ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି। ଲକ୍ଡାଉନ୍ ଯୋଗୁଁ ହରିଦ୍ୱାର ଯିବା ପାଇଁ ଅନୁମତି ନ ମିଳିବାରୁ ମୁମ୍ବାଇରେ ହିଁ ଚିତାଭସ୍ମ ବିସର୍ଜନ କରାଯାଇଛି। ଏହି ସମୟରେ ରିଷି କପୁରଙ୍କ ପତ୍ନୀ ନୀତୁ କପୁର, ପୁଅ ରଣବୀର କପୁର, ଝିଅ ରିଦ୍ଧିମା, ଅଭିନେତ୍ରୀ ଆଲିୟା ଭଟ୍ଟ ଉପସ୍ଥିତ ଥିବା ଫଟୋରେ ଦେଖିବାକୁ […]
ନୂଆଦିଲ୍ଲୀ: ଗତ ୨୪ ଘଣ୍ଟାରେ ଦେଶରେ ୧୯୯୩ କରୋନ ପଜିଟିଭ୍ ସାମ୍ନାକୁ ଆସିଛି। ଏଥିସହିତ ଦେଶରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୫ ହଜାର ୪୩ରେ ପହଞ୍ଚିଛି। ସେହିପରି ୧୧ ଶହ ୫୨ଣ ଜଙ୍କ ମୃତ୍ୟୁ ହୋଇଛି। ଗତ ୨୪ ଘଣ୍ଟା ମଧ୍ୟରେ ମୋଟ ୫୬୪ ଜଣ ସୁସ୍ଥ ହୋଇଛନ୍ତି। ଏପର୍ଯ୍ୟନ୍ତ ମୋଟ ୮ହଜାର ୮୮୯ ଜଣ ସୁସ୍ଥ ହୋଇଛନ୍ତି। ଦେଶରେ ଆରୋଗ୍ୟ ହାର ୨୫.୩୭%କୁ ବୃଦ୍ଧି ପାଇଥିବା ସ୍ୱାସ୍ଥ୍ୟ ବିଭାଗର ଯୁଗ୍ମ ସଚିବ ସୂଚନା ଦେଇଛନ୍ତି। ସେହିପରି […]
ମୁମ୍ବାଇ: ମହାରାଷ୍ଟ୍ରରେ ଖାଲିଥିବା ବିଧାନ ପରିଷଦର ୯ଟି ସିଟ୍ରେ ନିର୍ବାଚନ କରିବା ନେଇ ଗ୍ରୀନ୍ ସିଗ୍ନାଲ୍ ଦେଇଛି ଇଲେକ୍ସନ କମିସନ। ମେ ୨୧ ତାରିଖରେ ନିର୍ବାଚନ କରିବାକୁ ନିଷ୍ପତ୍ତି ନେଇଛି ଇସି। ମୁଖ୍ୟମନ୍ତ୍ରୀଙ୍କ ପଦ ବଞ୍ଚେଇବାକୁ ହେଲେ ଉଦ୍ଧବଙ୍କୁ ଏହି ଇଲେକ୍ସନ ପ୍ରାର୍ଥୀ ହୋଇ ଜିତିବାକୁ ପଡ଼ିବ। ମହାରାଷ୍ଟ୍ର ବିଧାନ ପରିଷଦ ନିର୍ବାଚନ ହେବା ନେଇ ଆଜି ଇସି ବୈଠକ ଡାକିଥିଲେ। ଏହି ବୈଠକରେ ମେ ୨୧ ତାରିଖରେ ୯ଟି ବିଧାନ ପରିଷଦ ସିଟ୍ ପାଇଁ ନିର୍ବାଚନ […]
ନୂଆଦିଲ୍ଲୀ: କରୋନା ଭାଇରସ ଯୋଗୁ ଦେଶରେ ଲକ୍ଡାଉନ୍ ଜାରି କରାଯାଇଛି। ଲକ୍ଡାଉନ୍ରେ ସମସ୍ତେ ଘରେ ରହି ବନ୍ଦୀ ଜୀବନ ବିତାଉଛନ୍ତି। ଅତ୍ୟାବଶ୍ୟକ ସାମଗ୍ରୀ ପାଇଁ ଘରୁ ବାହାରକୁ ବାହାରୁଛନ୍ତି। ସବୁକିଛି ଠପ୍ ହୋଇଯାଇଛି। ଜନଜୀବନ ଅସ୍ତବ୍ୟସ୍ତ । ଲକ୍ଷ ଲକ୍ଷ ଶ୍ରମିକ ଘରେ ଅଟକି ରହିଛନ୍ତି। ଏହି ସମୟରେ ଶ୍ରମିକମାନଙ୍କ କଠିନ ପରିଶ୍ରମ ଓ ବଳିଦାନକୁ ଅଭିବାଦନ ଜଣାଇ ଦେଶ ଶ୍ରମିକ ଦିବସ ପାଳନ କରୁଛି। श्रम दिवस के अवसर पर, अथक परिश्रम करने […]