ନୂଆଦିଲ୍ଲୀ: ଟିକ୍ଟକ ପରେ ଚୀନର 5G ଟେକ୍ନୋଲୋଜି ସଂସ୍ଥା ହୁୱେଇ ଉପରେ ଲାଗିପାରେ କଟକଣା। ଏ ନେଇ ବିଚାର ବିମର୍ଷ ଚାଲିଥିବା ସୂଚନା ମିଳିଛି। ଗତକାଲି କେନ୍ଦ୍ର ସରକାରଙ୍କ ବରିଷ୍ଠ ମନ୍ତ୍ରୀମାନେ ଏ ସମ୍ପର୍କରେ ଆଲୋଚନା କରିଛନ୍ତି। ଚୀନ ନିର୍ମିତ 5G ସାମଗ୍ରୀର ବ୍ୟବହାର ବନ୍ଦ କରିବା ଉପରେ ଏଥିରେ ଆଲୋଚନା ହୋଇଥିଲା। ଏଥିସହ ନିଷିଦ୍ଧ କରାଯାଇଥିବା ୫୯ଟି ଚୀନ ନିର୍ମିତ ଆପ୍ ଉପରେ ମଧ୍ୟ ଆଲୋଚନା ହୋଇଥିଲା। ପୂର୍ବରୁ ଟ୍ରମ୍ପ ପ୍ରଶାସନ ପକ୍ଷରୁ ହୁୱେଇକୁ ବର୍ଷକ […]
ନୂଆଦିଲ୍ଲୀ: ଆପ୍ ଷ୍ଟୋର୍ରୁ ହଟିଲା ଚାଇନିଜ୍ ଆପ୍ ଟିକ୍ଟକ୍। ଟିକ୍ ଟକ୍ ଆପ୍କୁ ଉଭୟ ଆପଲ୍ ଆପ୍ ଷ୍ଟୋର ଓ ଗୁଗଲ୍ ପ୍ଲେ ଷ୍ଟୋରରୁ ହଟାଇ ଦିଆଯାଇଛି। ଗତକାଲି ଟିକ୍ଟକ୍ ସମେତ ୫୯ଟି ଚୀନ୍ ଆପ୍କୁ ଭାରତ ସରକାରଙ୍କ ପକ୍ଷରୁ ନିଷିଦ୍ଧ ଘୋଷଣା କରାଯାଇଥିଲା। ଏହି ଆପ୍ ଦ୍ୱାରା ଦେଶର ସୁରକ୍ଷା ଓ ସର୍ବଭୌମତ୍ୱ ପ୍ରତି ବିପଦ ସୃଷ୍ଟି ହେଉଥିବା ଜଣାପଡ଼ିଥିଲା। ଆଣ୍ଡ୍ରଏଡ୍ ଓ ଆଇଓଏସ୍ରେ ବ୍ୟବହୃତ ଏହି ଆପ୍ଗଗୁଡ଼ିକ ଦ୍ୱାରା ଦେଶ ବାହାରକୁ ତଥ୍ୟ ଯାଉଥିବା […]
ବିଶାଖାପାଟନମ୍: ଆନ୍ଧ୍ରପ୍ରଦେଶ ବିଶାଖାପଟନମ୍ ସହରର ଏକ କାରଖାନାରେ ଗ୍ୟାସ୍ ଲିକ୍ ହୋଇ ଦୁଇ ଜଣଙ୍କ ମୃତ୍ୟୁ ହୋଇଛି। ଏଥିସହ କିଛି ଲୋକ ଗୁରୁତର ଆହତ ହୋଇଥିବା ସୂଚନା ମିଳିଛି। ଗତକାଲି ବିଳମ୍ବିତ ରାତିରେ ବିଶାଖାପଟନମ୍ ସହରରେ ଥିବା ସାଇନର ଲାଇଫ୍ ସାଇନସ ପ୍ରାଇଭେଟ ଲିମିଟେଡରେ ବେଞ୍ଜିମିଡାଜୋଲ୍ ଗ୍ୟାସ ଲିକ ହୋଇଥିଲା। ଗ୍ୟାସକୁ ନିୟନ୍ତ୍ରଣ କରିବାକୁ କମ୍ପାନୀ ପକ୍ଷରୁ ଉଦ୍ୟମ କରାଯାଇଥିଲେ ମଧ୍ୟ ଘଟଣାସ୍ଥଳରେ ଥିବା ଦୁଇ ଜଣ କର୍ମଚାରୀଙ୍କ ମୃତ୍ୟୁ ହୋଇଥିଲା। ଗୁରୁତର ଆହତ ହୋଇଥିବା ୪ଜଣଙ୍କୁ […]
ନୂଆଦିଲ୍ଲୀ: ପ୍ରାୟ ଘଣ୍ଟାଏର ଭିଡିଓରେ ଏକ ଦଶନ୍ଧିର ସୂର୍ଯ୍ୟ। ସୌରଚକ୍ରର ଟାଇମ୍-ଲାପ୍ସ ଭିଡିଓ ଜାରି କରିଛି ନାସାର ସୋଲାର୍ ଡାଇନାମିକ୍ସ ଅବଜର୍ଭେଟୋରି। ୬୧ ମିନିଟ ଅବଧିର ଏହି ଭିଡିଓରେ ୧୦ ବର୍ଷ ଭିତରେ ସୂର୍ଯ୍ୟଙ୍କ ବହିର୍ଭାଗରେ ହୋଇଥିବା ପରିବର୍ତ୍ତନକୁ ଦେଖିବାକୁ ମିଳୁଛି। ବୁଧବାର ଏହି ଭିଡିଓ ଜାରି କରିଥିଲା ନାସା। ସୂର୍ଯ୍ୟଙ୍କ ଉପରେ ୧୦ ବର୍ଷ ଧରି କ୍ରମାଗତ ନଜର ରଖିଥିଲା ଆମେରିକୀୟ ମହାକାଶ ସଂସ୍ଥା ନାସାର ଡାଇନାମିକ୍ ଅବଜର୍ଭେଟୋରି। ସେହି ୧୦ ବର୍ଷର ଟାଇମ୍-ଲାପ୍ସ ଭିଡିଓକୁ […]
ନୂଆଦିଲ୍ଲୀ: ପ୍ରତିଦିନ ପେଟ୍ରୋଲ୍ ଓ ଡିଜେଲ୍ ଦର ବଢ଼ୁଥିବାରୁ ଆସନ୍ତାକାଲି (ଜୁନ୨୯) ଦେଶବ୍ୟାପୀ ବିକ୍ଷୋଭ ପ୍ରଦର୍ଶନ କରିବ କଂଗ୍ରେସ। ଏଥିସହିତ ଦଳର ସାଂସଦ ଓ ବିଧାୟକମାନେ ତୈଳଦର ବୃଦ୍ଧି ଉଠାଇ ନେବାକୁ ଦାବି କରି ରାଷ୍ଟ୍ରପତିଙ୍କୁ ସ୍ମାରକ ପତ୍ର ଦେବାକୁ ନିଷ୍ପତ୍ତି ନେଇଛି ଦଳ। ଏସମ୍ପର୍କରେ ସୂଚନା ଦେଇଛନ୍ତି ଏଆଇସିସିର ସାଧାରଣ ସମ୍ପାଦକ ଦାୟିତ୍ୱରେ ଥିବା କେସି ବେଣୁଗୋପାଲ। ଏହି ବିକ୍ଷୋଭ ଅସଚେତନ, ଅସମ୍ବେଦନଶୀଳ ଏବଂ ପେଟ୍ରୋଲ ଓ ଡିଜେଲ୍ର ଅସମ୍ଭବ ବୃଦ୍ଧି ବିରୋଧରେ ହେବ। ଏବଂ […]
ଚେନ୍ନାଇ: ଜମି ବିବାଦ ବିଷୟରେ ପଚରାଉଚରା କରିବା ପାଇଁ ଥାନାକୁ ଡାକିଥିଲା ପୁଲିସ। ଥାନାରୁ ଫେରିବା ପରେ କାହା ସହ କଥା କହିପାରୁ ନଥିଲେ କୁମାରସେନ। କିନ୍ତୁ ହଠାତ୍ ସେ ରକ୍ତବାନ୍ତି କଲେ। ତାପରେ ତାଙ୍କୁ ଡାକ୍ତରଖାନା ନିଆଗଲା। ସେଠାରେ ଡାକ୍ତର ପଚାରିବାରୁ ସେ ଯାହା କହିଲେ, ତାକୁ ନେଇ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ପରିବାର ଲୋକେ। ଶେଷରେ ଡାକ୍ତରଖାନାରେ ଆଡ୍ମିଶନ ହେବାର ୧୫ ଦିନ ପରେ କୁମାରେସେନଙ୍କର ମୃତ୍ୟୁ ହୋଇଛି। ଘଟଣା ଥିଲା ଏମିତି… ତାମିଲନାଡୁର […]
କୋଲକାତା: ଚୀନ ସହିତ ହିଂସକ ସଂଘର୍ଷରେ ଭାରତ ୨୦ ଯବାନ ସହିଦ ହେବା ପରେ ଦେଶବ୍ୟାପୀ ଚୀନ ବିରୋଧୀ ନାରା ଶୁଣିବାକୁ ମିଳୁଛି। ଲୋକେ ଚୀନ ସାମଗ୍ରୀ ବର୍ଜନ କରିବା ସହିତ ଭଙ୍ଗାରୁଜା ମଧ୍ୟ କରୁଛନ୍ତି। ଶନିବାର କୋଲକାତାର ଜମୋଟା କର୍ମଚାରୀମାନେ ମଧ୍ୟ ଚୀନକୁ ବିରୋଧ କରି କମ୍ପାନୀର ଟି- ଶାର୍ଟ ଚିରିବା ସହିତ ଜଳାପୋଡ଼ା କରିଥିଲେ। ଜମାଟୋ କମ୍ପାନୀରେ ଚୀନ୍ ଅର୍ଥ ନିବେଶ କରିଥିବାରୁ ଏହାକୁ ବିରୋଧ କରି କର୍ମଚାରୀମାନେ ଏପରି କରିଛନ୍ତି। ଏଥିସହିତ ଜମାଟୋରୁ […]