• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

National Updates

hudda
ସିଏଏକୁ ନେଇ ଦୁଇ ଭାଗ ହେଲା କଂଗ୍ରେସ ! ଶିବଲଙ୍କ ପରେ ଏବେ ହୁଡା କହିଲେ ଏମିତି

ନୂଆଦିଲ୍ଲୀ: ସିଏଏକୁ ନେଇ ଦୁଇ ଭାଗରେ ବିଭକ୍ତ ହେଲା କି କଂଗ୍ରେସ ? ପ୍ରଥମେ କପିଲ ଶିବଲ ଆଉ ଏବେ କଂଗ୍ରସର ଆଉ ଜଣେ ବରିଷ୍ଠ ନେତା ତଥା ହରିଆଣାର ପୂର୍ବତନ ମୁଖ୍ୟମନ୍ତ୍ରୀ ଭୁପିନ୍ଦର ସିଂହ ହୁଡା ସିଏଏକୁ ନେଇ ବିରୋଧୀ ରାଜ୍ୟମାନଙ୍କୁ ପାଠ ପଢ଼ାଇଛନ୍ତି।  କୌଣସି ରାଜ୍ୟ ପାର୍ଲିଆମେଣ୍ଟଦ୍ୱାରା ପାସ୍ ହୋଇଥିବା ଆଇନ୍‌କୁ ରୋକ୍ ଲଗାଇ ପାରିବେ ନାହିଁ, ଏବଂ ଲଗାଇବା କଥା ମଧ୍ୟ ନୁହଁ  ବୋଲ ହୁଡା କହିଛନ୍ତି। ସେ କହିଛନ୍ତି “ ଥରେ […]

  • Friday, 23 July 2021
pratap
‘ବନ୍ଦେ ମାତରମ’କୁ ଗ୍ରହଣ ନ କଲେ ଭାରତରେ ରହିବାର ଅଧିକାର ନାହିଁ: ପ୍ରତାପ ଷଡ଼ଙ୍ଗୀ

ସୁରତ: ଯେଉଁମାନେ ବନ୍ଦେ ମାତରମ୍‌ ନାରାକୁ ଗ୍ରହଣ କରିବେ ନାହିଁ ସେମାନଙ୍କର ଭାରତରେ ରହିବା କୌଣସି ଅଧିକାର ନାହିଁ ବୋଲି କହିଛନ୍ତି କେନ୍ଦ୍ର ଏମ୍‌ଏସ୍‌ଏମ୍‌ଇ ରାଷ୍ଟ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ। ସୁରତର ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ପ୍ରତାପ ଆଜି ଏଭଳି ମନ୍ତବ୍ୟ ଦେଇଛନ୍ତି। ଏଥିସହିତ ସିଏଏକୁ ନେଇ ପ୍ରତାପ କହିଛନ୍ତି, “ ସିଏଏ ୭୦ ବର୍ଷ ପୂର୍ବରୁ ଆସିବାର ଥିଲା। ଏହା ଆମ ପୂର୍ବଜମାନେ କରିଥିବା ପାପର ଏକ ପ୍ରାୟଶ୍ଚିତ। ସିଏଏ ହେଉଛି ଦେଶ ବିଭାଜନ ଭଳି […]

  • Friday, 23 July 2021
mohan
ରାଜନୀତି ସହ ଆର୍‌ଏସ୍‌ଏସ୍‌ର କୌଣସି ସମ୍ପର୍କ ନାହିଁ: ମୋହନ ଭାଗବତ

ମୁରାଦାବାଦ: ଆର୍‌ଏସ୍‌ଏସ୍‌(ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ)ର ରାଜନୀତି ସହିତ କୌଣସି ସମ୍ପର୍କ ନାହିଁ। ଏହା କେବଳ ଦେଶର ସଂସ୍କୃତି, ନୈତିକତା ଓ ମାନବୀୟ ମୂଲ୍ୟବୋଧ ପାଇଁ କାର୍ଯ୍ୟ କରିଥାଏ। ଶନିବାର ଉତ୍ତର ପ୍ରଦେଶର ମୁରାଦାବାଦରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଏଭଳି କହିଛନ୍ତି ଆର୍‌ଏସ୍‌ଏସ୍‌ ମୁଖ୍ୟ ମୋହନ ଭାଗବତ। ସଂଘ ଦ୍ୱାରା ଆୟୋଜିତ କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ  ବର୍ତ୍ତମାନ ମୋହନ ଭାଗବତ ୪ ଦିନିଆ ଉତ୍ତର ପ୍ରଦେଶ ଗସ୍ତରେ ଅଛନ୍ତି। ମୁରାଦାବଦର ଏକ ପଡ଼ିଆରେ ଆୟୋଜିତ ଏକ ବିଶାଳ […]

  • Friday, 23 July 2021
avrkar
ସବରକରଙ୍କୁ ଭାରତରତ୍ନ ଦେବା ପାଇଁ ଯିଏ ବିରୋଧ କରୁଛନ୍ତି ସେମାନଙ୍କୁ ଆଣ୍ଡାମାନ୍‌ ଜେଲ୍‌ ପଠାଅ; ସଞ୍ଜୟ ରାଉତ

ମୁମ୍ବାଇ: ନିଜ ବିସ୍ଫୋରକ ମନ୍ତବ୍ୟ ପାଇଁ ପରିଚିତ ଶିବସେନା ନେତା ସଞ୍ଜୟ ରାଉତ୍ ଆଜି ପୁଣି ଏକ ବିସ୍ଫୋରକ ମନ୍ତବ୍ୟ ଦେଇଛନ୍ତି। ସେ କହିଛନ୍ତି, ଯେଉଁମାନେ ବୀର ସବରକରଙ୍କୁ ଭାରତ ରତ୍ନ ଦେବାରେ ବିରୋଧ କରୁଛନ୍ତି ସେମାନଙ୍କୁ ଆଣ୍ଡାମାନର ସେହି ସେଲୁଲାର ଜେଲ୍‌ର କାଳ କୋଠରୀକୁ ଦୁଇ ଦିନ ପାଇଁ ପଠାଇ ଦେବା ଦରକାର। ତେବେ ଯାଇ ସେମାନେ ବୁଝିବେ ଯେ ସବରକର ଦେଶ ପାଇଁ କେତେ ବଡ଼ ତ୍ୟାଗ ଓ ବଳିଦାନ ଦେଇଥିଲେ। ସଞ୍ଜୟ ରାଉତଙ୍କ […]

  • Friday, 23 July 2021
jammu
ଜାମ୍ମୁ-କାଶ୍ମୀର ପ୍ରିପେଡ୍ ୟୁଜର୍‌ଙ୍କ ପାଇଁ କଲ୍ ଓ ଏସ୍‌ଏମ୍‌ଏସ୍‌ ସୁବିଧା ଚାଲୁ

ଶ୍ରୀନଗର: ଇଣ୍ଟର୍‌ନେଟ୍‌ ପରେ ଏବେ ଜାମ୍ମୁ-କାଶ୍ମୀର ମେସେଜ୍‌ ଓ ଭଏସ୍‌ କଲ୍‌ ସେବାକୁ ଚାଲୁ ହୋଇଛି। ଭଲଭାବେ ନିରିକ୍ଷଣ ପରେ ଏହି ସେବା ଚାଲୁ କରାଯାଇଛି। ବୋଲି ଜଣେ ବରିଷ୍ଠ ସରକାରୀ ଅଧିକାରୀ ସୂଚନା ଦେଇଛନ୍ତି। ଜାମ୍ମୁ ଓ କାଶ୍ମୀରର ସରକାରୀ ପ୍ରବକ୍ତା ଓ ପ୍ରମୁଖ ସଚିବ ରାହୁଲ୍ କନସଲ କହିଛନ୍ତି “ ଭଲଭାବରେ ନିରିକ୍ଷଣ ପରେ ଜାମ୍ମୁ-କାଶ୍ମୀରରେ ଲୋକାଲ୍‌ ସିମ୍‌ ୟୁଜରଙ୍କୁ ଏସ୍‌ଏମ୍‌ଏସ୍‌ ସର୍ଭିସ୍‌ ଓ ଭଏସ୍‌ କଲ୍‌ ସୁବିଧା ଯୋଗାଇ ଦିଆଯାଇଛି। ” ସେ […]

  • Friday, 23 July 2021
congress
ଭିତରେ ବୈଠକ ବାହାରେ ବିକ୍ଷୋଭ; କଂଗ୍ରେସର କେଉଁ ନେତାଙ୍କ ପ୍ରତି ଅଛି ବିପଦ ?

ଭୁବନେଶ୍ୱର: ଯେତେ ପ୍ୟାଚ୍‌ ପକାଇଲେ ବି ରାଜ୍ୟ କଂଗ୍ରେସର କଳି ପଦାକୁ ଆସୁଛି। ଦଳରେ ଯେମିତି ସବୁକିଛି ଠିକ୍ ନାହିଁ ଥାହା ସ୍ପଷ୍ଟ ଜଣାପଡ଼ୁଛି। କଂଗ୍ରେସ ଭବନ ଭିତରେ ନେତାଙ୍କ ମଧ୍ୟରେ କଥା କଟାକଟି, ବାହାରେ ବିକ୍ଷୋଭ ପିସିସି ସଭାପତି ପରିବର୍ତ୍ତନ ଦାବିରେ ଆଜି ଦିନ ତମାମ ଦେଖିବାକୁ ମିଳିଥିଲା ଏଭଳି ଚିତ୍ର। ତେବେ ସବୁଠୁ ରୋଚକ ଦୃଶ୍ୟ ଥିଲା ଦଳୀୟ ଅଫିସରେ ବାଉନସର ମୃତୟନ ହେବା। କେଉଁ ନେତାଙ୍କୁ କାହାଠାରୁ ବିପଦ ଥିଲା, କାହାକୁ ସୁରକ୍ଷା […]

  • Friday, 23 July 2021
gabndhi
ମହାତ୍ମାଗାନ୍ଧିଙ୍କୁ ଭାରତ ରତ୍ନ ଦେବା ଦାବିରେ ସୁପ୍ରିମକୋର୍ଟ କହିଲେ...

ନୂଆଦିଲ୍ଲୀ: ଜାତିର ପିତା ମହାତ୍ମା ଗାନ୍ଧିଙ୍କୁ ଭାରତ ରତ୍ନ ସମ୍ମାନ ଦେବା ଲାଗି ହୋଇଥିବା ଆବେଦନକୁ ଗ୍ରହଣ କରି ଏହା ଉପରେ ନିର୍ଦ୍ଦେଶ ଦେବାକୁ ସୁପ୍ରିମକୋର୍ଟ ମନା କରି ଦେଇଛନ୍ତି। ଶୁଣାଣି କରି କୋର୍ଟ କହିଛନ୍ତି ଯେ, ଗାନ୍ଧିଜୀ ଭାରତ ରତ୍ନ ସମ୍ମାନଠାରୁ ବହୁ ଉର୍ଦ୍ଧ୍ୱରେ। ପ୍ରଧାନ ବିଚାରପତି ଜଷ୍ଟିସ ଏସ୍. ଏ. ବୋବଡ଼େ କହିଛନ୍ତି ଯେ, ଗାନ୍ଧିଜୀଙ୍କୁ ଦେଶର କୌଣସି ଔପଚାରିକ ସମ୍ମାନ ଦେବା ଆବଶ୍ୟକ ନାହିଁ। ଏଣୁ ଅଦାଲତ ଏନେଇ କୌଣସି ନିର୍ଦ୍ଦେଶ ଦେଇପାରିବେନି […]

  • Friday, 23 July 2021
c
ପଞ୍ଜାବ ବିଧାନସଭାରେ ସିଏଏ ବିରୋଧରେ ପ୍ରସ୍ତାବ ପାରିତ

ନୂଆଦିଲ୍ଲୀ: କେରଳ ପରେ ପଞ୍ଜାବ ସରକାର ଏବେ ନାଗରିକତା ଆଇନ ବିରୋଧରେ ପଞ୍ଜାବ ବିଧାନସଭାରେ ଆଜି ସିଏଏ ବିରୋଧରେ ପ୍ରସ୍ତାବ ପାରିତ। ନାଗରିକତା ଆଇନ ପ୍ରତ୍ୟାହାର ଦାବି କରି ପଞ୍ଜାବ ବିଧାନସଭାରେ ପ୍ରସ୍ତାବ ପାରିତ ହୋଇଛି। ଦୁଇ ଦିନିଆ ସ୍ୱତନ୍ତ୍ର ଅଧିବେଶନରେ ରାଜ୍ୟ ସରକାରଙ୍କ ପକ୍ଷରୁ ମନ୍ତ୍ରୀ ବ୍ରହ୍ମ ମହିନ୍ଦ୍ରା ପ୍ରସ୍ତାବ ଆଗତ କରିଥିଲେ। କାଲିଠାରୁ ଆଲୋଚନା ପରେ ଆଜି ପ୍ରସ୍ତାବ ଗୃହୀତ ହୋଇଯାଇଛି। ଏହି ଆଇନ ରାଜ୍ୟରେ ଧାର୍ମିକ ବିଦ୍ୱେଷ ସହ ଅଶାନ୍ତି ସୃଷ୍ଟି କରିବା […]

  • Friday, 23 July 2021
jnu
ବୟକଟ୍‌ ସତ୍ତ୍ୱେ ୯୫% ଛାତ୍ରଛାତ୍ରୀ ଦେଲେ ସେମିଷ୍ଟର ଫି

ନୂଆଦିଲ୍ଲୀ: ଜେଏନ୍‌ୟୁ(ଜବାହାରଲାଲ୍ ନେହରୁ ବିଶ୍ୱବିଦ୍ୟାଳୟ)ର ୬୫% ଛାତ୍ରଛାତ୍ରୀ ନିଜ ହଷ୍ଟେଲ ଫି’ ଦେଇସାରିଛନ୍ତି। ଏଥିସହିତ ଡେ’ସ୍କଲାରମାନଙ୍କ ମଧ୍ୟରୁ ୯୫% ଛାତ୍ରଛାତ୍ରୀ ମଧ୍ୟ ନିଜର ସେମିଷ୍ଟର ଫି’ ଦେଇସାରିଛନ୍ତି। ଗୁରୁବାର ଏହି ସୂଚନା ଦେଇଛି ଜଏନ୍ୟୁ ପ୍ରଶାସନ। ବର୍ତ୍ତମାନ ବିଭିନ୍ନ ହଷ୍ଟେଲରେ ୬,୪୫୦ ଛାତ୍ରଛାତ୍ରୀ ରହୁଛନ୍ତି। ଫି ଭରିବା ପାଇଁ ଜାନୁଆରୀ ୧୭ ତାରିଖକୁ ଶେଷ ତାରିଖ ରଖାଯାଇଛି। ବାକି ଛାତ୍ରଛାତ୍ରୀ ଘରୁ ଫେରିବା ପରେ ଫି ଭରିବା ଆରମ୍ଭ କରିଥିବାରୁ ସେମାନଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଅନ୍ୟପକ୍ଷରେ […]

  • Friday, 23 July 2021
modi
ମୋଦୀ ଭାରତୀୟ ତ ? ଆର୍‌ଟିଆଇ ଦ୍ୱାରା ମଗାଗଲା ତଥ୍ୟ

ଥ୍ରୀସୁର: ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମଦୀ ଭାରତୀୟ ତ ?  ଏ ପ୍ରଶ୍ନ ଆମର ନୁହଁ। ଏହାର ଉତ୍ତର ଜାଣିବାକୁ ଚାହିଁଛନ୍ତି କେରଳର ଜୋଶ କାଲ୍ଲୁଭେଟ୍ଟିଲ। ପ୍ରଧାନମନ୍ତ୍ରୀ ଭାରତୀୟ କି ନା  ସେ ନେଇ ତାଙ୍କ ମନରେ ପ୍ରଶ୍ନ ଉଠିଛି। ତେଣୁ ସତ୍ୟତା ଜାଣିବା ପାଇଁ ସେ ସୂଚନା ଅଧିକାର ଆଇନ୍‌ ବଳରେ ତଥ୍ୟ ମାଗିଛନ୍ତି। ସେ ନିଜର ଆବେଦନକୁ କେରଳ ସୂଚନା ବିଭାଗ ନିକଟରେ ଉପସ୍ଥାପନ କରିଛନ୍ତି।  ଛାଲାକୁଡିରେ ରହୁଥିବା ଜୋଶ କାଲ୍ଲୁଭେଟ୍ଟିଲ ନାମକ ଜଣେ […]

  • Friday, 23 July 2021
Shri Kashi Vishwanath Temple
ବିବାଦରେ ପଡ଼ିଲା ପୁର୍ଣ୍ଣଚ୍ଛେଦ: ମନ୍ଦିର ନିର୍ମାଣ ପାଇଁ ଜାଗା ଦେବାକୁ ରାଜି ହେଲା ମୁସଲିମ୍‌ ପକ୍ଷ

କାଶୀ ବିଶ୍ୱନାଥ ମନ୍ଦିର ନିର୍ମାଣ ପାଇଁ ଜାଗା ଦେବେ ମୁସଲିମ୍‌ ପକ୍ଷ। ଏନେଇ ସାରା ଦେଶରେ ବେଶ୍‌ ଚର୍ଚ୍ଚା ହେଉଛି। କାରଣ କାଶୀ ବିଶ୍ୱନାଥ ପାଇଁ ଜାଗା ଦେବାକୁ ରାଜି ହୋଇଛନ୍ତି ମୁସଲିମ୍‌ ପକ୍ଷ। ଦୀର୍ଘଦିନ ହେବ କାଶୀ ବିଶ୍ୱନାଥ ମନ୍ଦିର-ଗ୍ୟାନଭାପି ମସଜିଦ୍‌ ମଧ୍ୟରେ ତୁ ତୁ ମେଁ ମେଁ ଲାଗିରହିଥିଲା। ପ୍ରଶାସନ ଓ ସରକାରଙ୍କ ଅନେକ ଉଦ୍ୟମ ପରେ ମଧ୍ୟ କୌଣସି ସୁଫଳ ମିଳିନଥିଲା କିନ୍ତୁ ଏବେ ମନ୍ଦିର ନିର୍ମାଣ ହେବା ପାଇଁ ମୁସଲିମ୍‌ ପକ୍ଷ ଜାଗା ଦେବା ପାଇଁ ରାଜି ହୋଇଯାଇଛନ୍ତି।

hh
ନିର୍ଭୟା ଦୋଷୀମାନଙ୍କୁ ଫାଶୀ ନେଇ ଥମୁନି ତାରିଖ ସସ୍‌ପେନ୍ସ

ନୂଆଦିଲ୍ଲୀ: ନିର୍ଭୟା ଦୋଷୀମାନଙ୍କୁ ଫାଶୀ ନେଇ ଥମୁନି ତାରିଖ ସସ୍‌ପେନ୍ସ। ଫାଶୀ ତାରିଖର ୫ଦିନ ପୂର୍ବରୁ ଦିଲ୍ଲୀର ତିହାର ଜେଲ କର୍ତ୍ତୃପକ୍ଷ ଆଉ ଏକ ତାରିଖ ପାଇଁ ଆବେଦନ କରିଛନ୍ତି। ନିର୍ଭୟା ଗଣଦୁଷ୍କର୍ମ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ମୁକେଶ ସିଂ, ବିନୟ ଶର୍ମା, ଅକ୍ଷୟ ସିଂ ଓ ପବନ ଗୁପ୍ତାଙ୍କୁ ଫାଶୀ ଦେବା ପାଇଁ ଜାନୁଆରୀ ୨୨ ତାରିଖ ସକାଳ ୭ରେ ସମୟ ଧାର୍ଯ୍ୟ କରାଯାଇଥିଲା କିନ୍ତୁ ସେମାନଙ୍କ ମଧ୍ୟରୁ ଦୋଷୀ ମୁକେଶ ସିଂ ରାଜକ୍ଷମା […]

  • Friday, 23 July 2021
f
ଏଥର ନିର୍ବାଚନରେ କଂଗ୍ରେସ ଓ ବିଜେପି କେତେ ଟଙ୍କା ଖର୍ଚ୍ଚ କରିଛନ୍ତି ଜାଣିଛନ୍ତି କି?

ନୂଆଦିଲ୍ଲୀ: କ୍ରମାଗତ ଦ୍ୱିତୀୟ ଥର ପାଇଁ ଭାରତୀୟ ଜନତା ପାର୍ଟି(ବିଜେପି) କେନ୍ଦ୍ରରେ କ୍ଷମତା ଦଖଲ କରିଛି। ୨୦୧୪ ତୁଳନାରେ ଦଳ ଅଧିକ ଆସନ ମଧ୍ୟ ଜିତିଛି। ହେଲେ ୨୦୧୯ ସାଧାରଣ ନିର୍ବାଚନରେ ବିଜେପି ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ କେତେ ଟଙ୍କା ଖର୍ଚ୍ଚ କରିଥିଲା ଜାଣିଛନ୍ତି କି? ମୁଖ୍ୟ ନିର୍ବାଚନ କମିଶନଙ୍କ ସୂଚନା ଅନୁଯାୟୀ, ଦଳ ଲୋକସଭା ନିର୍ବାଚନରେ ନିଜର ପ୍ରଚାର ପାଇଁ ୧୨୬୪ କୋଟି ଟଙ୍କା ଖର୍ଚ୍ଚ କରିଥିଲା। ୨୦୧୪ ତୁଳନାରେ ୨୦୧୯ରେ ଦଳ ୭୭% […]

  • Friday, 23 July 2021
_3b813514-3704-11ea-8a26-bda02fe1f8d7
ନ୍ୟୁଜ୍‌ ଚ୍ୟାନେଲ୍‌ରେ ଇଣ୍ଟର୍‌ଭ୍ୟୁ ବେଳେ ୨ ମହିଳାଙ୍କୁ ହତ୍ୟା କରିଥିବା ମାନିଲେ ଯୁବକ

ଚଣ୍ଡୀଗଡ଼: ଗତ ୧୦ ବର୍ଷରେ ୨ ଜଣ ମହିଳାଙ୍କୁ ହତ୍ୟା କରିଥିବା ଜଣେ ବ୍ୟକ୍ତି ନ୍ୟୁଜ୍‌ ଚ୍ୟାନେଲରେ ସିଧାପ୍ରସାରଣ ସମୟରେ ସ୍ୱୀକାର କରି ଗିରଫ ହୋଇଛନ୍ତି। ଚଣ୍ଡୀଗଡ଼ରେ ଏଭଳି ଘଟଣା ଘଟିଛି। ଏକ ଲାଇଭ୍‌ ଟିଭି କାର୍ଯ୍ୟକ୍ରମରେ ଚଣ୍ଡୀଗଡ଼ର ଜଣେ କ୍ୟାବ୍‌ ଡ୍ରାଇଭର ମନିନ୍ଦର ସିଂହ ଏଭଳି ନିଜ ଭୁଲ୍‌ ପାଇଁ ନିଜେ ହିଁ ନିଜକୁ ଧରା ପକାଇଛି। ତେବେ ସେ ଟିଭିରେ ହତ୍ୟା କରିବା ନେଇ ସ୍ୱୀକାର କରିବା ପରେ ତୁରନ୍ତ ପଞ୍ଜାବ ପୁଲିସ୍‌ ଉକ୍ତ […]

  • Friday, 23 July 2021
AKHILESH
ଡାକ୍ତରଙ୍କୁ ବିଜେପି ଓ ଆର୍‌ଏସ୍‌ଏସ୍ ଲୋକ କହି ତଡ଼ିଦେଲେ ଅଖିଲେଶ

କନ୍ନୌଜ: ଉତ୍ତରପ୍ରଦେଶର କନ୍ନୌଜ ଜିଲ୍ଲାରେ ସମାଜବାଦୀ ପାର୍ଟି ମୁଖ୍ୟ ଅଖିଲେଶ ଜଣେ ଡାକ୍ତରଙ୍କ ପ୍ରତି ବିରକ୍ତ ହେଉଥିବାର ଭିଡିଓ ଏବେ ଭାଇରାଲ ହେଉଛି। ଏକ ସରକାରୀ ହସ୍ପିଟାଲରେ ସେ ଏହି ଡାକ୍ତର ଜଣଙ୍କୁ କହୁଛନ୍ତି, “ତୁମେ ଆରଏସ୍‌ଏସ୍‌ର ହେଇଥିବ, ବିଜେପିର ହେଇଥିବ… ତୁମେ କ’ଣ କହୁଛ ମୋତେ ବୁଝାଇବା ଦରକାର ନାହିଁ।” ଗତ କିଛି ଦିନ ତଳେ ଏକ ଦୁର୍ଘଟଣାରେ ୨୦ ଜଣଙ୍କ ମୃତ୍ୟୁ ହେବାପରେ ଆହତମାନଙ୍କୁ ଭେଟିବାକୁ ଯାଇଥିବାବେଳେ ଅଖିଲେଶ ଏଭଳି କହିଛନ୍ତି। ଅଖିଲେଶ ଯାଦବ […]

  • Friday, 23 July 2021
fd
ନିର୍ଭୟା ଦୋଷୀଙ୍କ କ୍ୟୁରେଟିଭ୍‌ ପିଟିସନ୍‌ ଖାରଜ: ଫାଶୀ ସୁନିଶ୍ଚିତ

ନୂଆଦିଲ୍ଲୀ: ନିର୍ଭୟା ଦୋଷୀଙ୍କ କ୍ୟୁରେଟିଭ ପିଟିସନ୍‌ ଖାରଜ୍ କଲେ ସୁପ୍ରିମକୋର୍ଟର ୫ ଜଣିଆ ଖଣ୍ଡପୀଠ। ଫଳରେ ଜାନୁଆରୀ ୨୨ ତାରିଖ ସକାଳ ୭ଟାରେ ଦୋଷୀଙ୍କୁ ଫାଶୀ ଦଣ୍ଡ ସୁନିଶ୍ଚିତ ହୋଇଛି। ଦୋଷୀ ବିନୟ ଓ ମୁକେଶଙ୍କ ପକ୍ଷରୁ କ୍ୟୁରେଟିଭ ପିଟିସନ ଦାଖଲ କରାଯାଇଥିଲା। ଯାହାକୁ ସୁପ୍ରିମକୋର୍ଟର ୫ ଜଣିଆ ଖଣ୍ଡପୀଠ- ଜଷ୍ଟିସ୍‌ ଏନ୍. ଭି. ରମନା, ଜଷ୍ଟିସ୍‌ ଅରୁଣ ମିଶ୍ର, ଜଷ୍ଟିସ୍‌ ଆର. ଏଫ୍. ନରିମାନ୍‌, ଜଷ୍ଟିସ୍‌ ଆର. ବାନୁମଥି ଏବଂ ଜଷ୍ଟିସ୍‌ ଅଶୋକ ଭୂଷଣ ଶୁଣାଣି […]

  • Friday, 23 July 2021
otv
ଆରବିଆଇର ଡେପୁଟି ଗଭର୍ଣ୍ଣର ମାଇକେଲ ଦେବବ୍ରତ ପାତ୍ର

ନୂଆଦିଲ୍ଲୀ: ରିଜର୍ଭ ବ୍ୟାଙ୍କ୍‌ ଅଫ୍‌ ଇଣ୍ଡିଆ(ଆରବିଆଇ)ର ଡେପୁଟି ଗଭର୍ଣ୍ଣର ଭାବେ ନିଯୁକ୍ତି ପାଇଛନ୍ତି ମାଇକେଲ ଦେବବ୍ରତ ପାତ୍ର। ମଙ୍ଗଳବାର ମଧ୍ୟାହ୍ଣରେ କେନ୍ଦ୍ର ସରକାର ତାଙ୍କ  ନିଯୁକ୍ତି ସଂକ୍ରାନ୍ତୀୟ ବିଜ୍ଞପ୍ତି ପ୍ରକାଶ କରିଛନ୍ତି। ଓଡ଼ିଶାରେ ଜନ୍ମ ହୋଇଥିବା ଏହି ଅଫିସର୍‌କୁ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। Congratulate #Odisha born Michael Debabrata Patra on being appointed as Deputy Governor of the Reserve Bank of India. Best wishes for the […]

  • Friday, 23 July 2021
MAN
ଏମାନଙ୍କୁ ହତ୍ୟା କରିବାକୁ କରିଥିଲା ଷଡ଼ଯନ୍ତ୍ର; ଏନ୍‌କାଉଣ୍ଟର କଲା ସେନା

ଶ୍ରୀନଗର: ପୁଲିସ୍ ଅଫିସର୍, ସିଆର୍‌ପିଏଫ୍‌ ଡାକ୍ତର ଓ ଜଣେ ଲେଖକଙ୍କ ହତ୍ୟା କରିବାକୁ ଷଡ଼ଯନ୍ତ୍ର କରିଥିଲା କୁଖ୍ୟାତ ଆତଙ୍କବାଦୀ। ଏବେ ଭାରତୀୟ ସେନା ତାର ଖେଳ ଖତମ କରିଛି। ଭୟଙ୍କର ଆତଙ୍କବାଦୀ ଆଦିଲ ଗୁଲଜାର ଶେଖକୁ ଏନ୍‌କାଉଣ୍ଟର କରିଛି ସେନା। ଜାମ୍ମୁ-କାଶ୍ମୀରର ବୁଡଗାମ ଅଞ୍ଚଳରେ ହୋଇଥିବ ଏନକାଉଣ୍ଟରରେ ଆଦିଲ ନିହତ ହୋଇଥିବା ଆଜି ସେନା ପକ୍ଷରୁ କୁହାଯାଇଛି। ଆଦିଲ ହିଜବୁଲ ମୁଜାହିଦ୍ଦିନ ପାଇଁ କାମ କରୁଥିଲା। ସେ ଜଣେ ପୁଲିସ ଅଫିସର, ସିଆରପିଏଫ ଡାକ୍ତର, ଲେଖକ ଓ […]

  • Friday, 23 July 2021
modi
ବଦଳିଲା କୋଲକାତା ପୋର୍ଟ ଟ୍ରଷ୍ଟର ନାମ

କୋଲକାତା: ବଦଳିଲା କୋଲକାତା ପୋର୍ଟ ଟ୍ରଷ୍ଟର ନାମ।  ବନ୍ଦରର ୧୫୦ ତମ ପ୍ରତିଷ୍ଠା ଦିବସରେ ଅବସରରେ ଏହାକୁ ଭାରତୀୟ ଜନସଂଘ ପ୍ରତିଷ୍ଠାତା ଶ୍ୟାମା ପ୍ରସାଦ ମୁଖାର୍ଜୀଙ୍କ ନାଁରେ ନାମକରଣ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ନେତାଜୀ ଇଣ୍ଡୋର ଷ୍ଟାଡିୟମରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ମୋଦୀ କହିଛନ୍ତି, “ କୋଲକାତା ପୋର୍ଟ ଟ୍ରଷ୍ଟର ନାମ ଭାରତର ଉଦ୍ୟେଗୀକରଣର ପ୍ରଣେତା ଓ ଗୋଟିଏ ଦେଶ ଗୋଟିଏ ବିଧାନ ପାଇଁ ବଳିଦାନ ଦେଇଥିବା ଶ୍ୟାମା ପ୍ରସାଦ ମୁଖାର୍ଜୀଙ୍କ ନାଁରେ […]

  • Friday, 23 July 2021
amazone
ଆମାଜନ୍‌କୁ ନେଇ ଲୋକଙ୍କ ରାଗ ପଞ୍ଚମରେ; ଇଣ୍ଟର୍‌ନେଟ୍‌ରେ ବୟକଟ୍‌ର ନାରା

ଭୁବନେଶ୍ୱର: ଅନ୍‌ଲାଇନ୍‌ ବ୍ୟବସାୟିକ ୱେବ୍‌ସାଇଟ୍‌ ଆମାଜନ୍‌କୁ ନେଇ ଲୋକଙ୍କ ରାଗ ପଞ୍ଚମରେ ପହଞ୍ଚିଲାଣି। ଆମାଜନ୍‌ ସାଇଟ୍‌କୁ ବର୍ଜନ କରିବା ପାଇଁ ବର୍ତ୍ତମାନ ଇଣ୍ଟର୍‌ନେଟ୍‌ରେ ବୟକଟ୍‌ ଆମାଜନ (#BoycottAmazon)ର ହ୍ୟାସ୍‌ଟ୍ୟାଗ୍‌ ଟ୍ରେଣ୍ଡ କରୁଛି। ଆମାଜନ୍‌ ପ୍ରତି ଲୋକଙ୍କର ଏହି ଅସନ୍ତୋଷର କାରଣ ହେଲା, ଏଥିରେ ଭଗବାନ ଗଣେଶ, ଧର୍ମୀୟ ଚିହ୍ନ ଓଂ ସହିତ ତ୍ରିରଙ୍ଗା ପତାକା ଫଟୋ ଥିବା ଡୋର୍‌ମ୍ୟାଟ୍‌, ବାଥରୁମ୍‌ ରଗ୍ ବା ପା’ପୋଛ ଆଦି ବିକ୍ରି ହେଉଥିବାର ଦେଖିବାକୁ ମିଳିଥିଲା। ଯାହା ଧର୍ମୀୟ ଭାବନାକୁ ଆଘାତ […]

  • Friday, 23 July 2021
Untitled-1
ସିଏଏକୁ ନେଇ ମୋଦୀ କହିଲେ, ମହାତ୍ମା ଗାନ୍ଧୀଙ୍କ କଥାକୁ ପାଳନ କରିଛି ଆମ ଦଳ

କୋଲକାତା: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି କୋଲକାତା ସ୍ଥିତ ବେଲୁର ମଠ ପରିଦର୍ଶନ କରିଛନ୍ତି। ମଠ ପରିଦର୍ଶନ ଅବସରରେ ସେ ପୁଣିଥରେ ସିଏଏ (ସିଟିଜେନ୍ସିପ ଆମେଣ୍ଡମେଣ୍ଟ ଆକ୍ଟ)କୁ ନେଇ ଲୋକଙ୍କୁ ଅଯଥା ଭୟଭିତ ନ ହେବାକୁ ପରାମର୍ଶ ଦେଇଛନ୍ତି। ଏନେଇ ଗତକାଲି ମୋଦୀଙ୍କୁ କୋଲକାତାରେ ଜନ ଅସନ୍ତୋଷର ସାମ୍ନା କରିବାକୁ ପଡ଼ିଥିଲା। କୋଲକାତା ସହର ବାହାରେ ବେଲୁର ମଠର ଏକ ରାଲିରେ ଯୋଗ ଦେଇ ମୋଦୀ କହିଛନ୍ତି, “ ମୁଁ ପୁଣିଥରେ କହିବାକୁ ଚାହୁଁଛି ଯେ ସିଟିଜେନ୍ସିପ୍‌ […]

  • Friday, 23 July 2021
B
କେମିକାଲ ପରୀକ୍ଷଣ ବେଳେ ଭୟଙ୍କର ବିସ୍ଫୋରଣ: ୮ ମୃତ

ମୁମ୍ବାଇ: ମହାରାଷ୍ଟ୍ରର ବୋଇସାର୍‌ଠାରେ ଥିବା ଏକ କେମିକାଲ ଫ୍ୟାକ୍ଟ୍ରିରେ ଏକ ବଡ଼ ଧରଣର ବିସ୍ଫୋରଣ କାରଣରୁ ୮ ଜଣଙ୍କର ମୃତ ହୋଇଛି। ମହାରାଷ୍ଟ୍ରର ପାଲଘର ଜିଲ୍ଲା ବୋଇସାରଠାରେ ଆଜି ସନ୍ଧ୍ୟାରେ ଏହି ଅଘଟଣ ଘଟିଛି। ବୋଇସାର ମୁମ୍ବାଇଠାରୁ ମାତ୍ର ୧୦୦ କିଲୋମିଟର ଦୂରରେ ରହିଛି। ବିସ୍ଫୋରଣ ହୋଇଥିବା ଆଙ୍କ ଫାର୍ମା କମ୍ପାନୀର ଏହି ନିର୍ମାଣାଧୀନ ପ୍ଲାଣ୍ଟଟି ମହାରାଷ୍ଟ୍ର ଇଣ୍ଡଷ୍ଟ୍ରିଆଲ ଡେଭଲପମେଣ୍ଟ କର୍ପୋରେସନ୍‌ ଅଞ୍ଚଳର କୋଲୱାଡେ ଗାଁ ନିକଟବର୍ତ୍ତୀ ଅଞ୍ଚଳରେ ରହିଛି। ଏଇଠି ଆଜି ସନ୍ଧ୍ୟା ପ୍ରାୟ ୭.୨୦ […]

  • Friday, 23 July 2021