• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

National Updates

death penalty for raping
ନାବାଳିକା ବଳାତ୍କାରୀକୁ ମିଳିଲା ଫାଶୀ ଦଣ୍ଡ

୧୨ ବର୍ଷର ନାବାଳିକାକୁ ଘରେ ଛାଡ଼ିଦେବ ବୋଲି କହି ସାଇକେଲରେ ଆଣିଲା ଦୁର୍ବୃତ୍ତ। ହେଲେ ନିର୍ଦ୍ଦୟ ଭାବେ ଦୁଷ୍କମ କରିବା ସହ ଦେଇଥିଲା ନାରକୀୟ ଯନ୍ତ୍ରଣା। ଶୁଣିଲେ ଆପଣଙ୍କ ହୃଦୟ ବି ଥରିଯିବ।

Mumbai Rain
ମୁମ୍ବାଇରେ ବର୍ଷା ବିତ୍ପାତ: ମୃତ୍ୟୁ ସଂଖ୍ୟା ୩୮ କୁ ବୃଦ୍ଧି

ପ୍ରବଳ ବର୍ଷା, ଭୟଙ୍କର ବିପତ୍ତି। କେଉଁଠି ପାହାଡ଼ ଧସିଛି ତ କେଉଁଠି ତାଣ୍ଡବ ରଚୁଛି ବନ୍ୟା। ଗତ ୨୪ ଘଣ୍ଟା ଧରି ଅବିଶ୍ରାନ୍ତ ବର୍ଷା ପରେ ବେହାଲ ସାରା ମହାରାଷ୍ଟ୍ର। ରତ୍ନଗିରିରୁ ରାଇଗଡ଼, କୋହ୍ଲାପୁରରୁ ମୁମ୍ବାଇ। ବର୍ଷା ବିତ୍ପାତରେ ସବୁଠି ହାହାକାର ସ୍ଥିତି। ଆଖି କେବେ ନଦେଖିଲା ଭଳି ଦୃଶ୍ୟ ଦେଖିବାକୁ ମିଳିଛି ମୁମ୍ବାଇରେ।

navjot-singh-sidhu-and-captain-amarinder-singh
ଏକାଠି ବସି ଚା’ ପିଇଲେ ଅମରିନ୍ଦର ଓ ସିଦ୍ଧୁ

ଅମରିନ୍ଦର ବେଶ୍ ମଜାଳିଆ ଢଙ୍ଗରେ ସିଦ୍ଧୁଙ୍କୁ ନେଇ କିଛି ମନ୍ତବ୍ୟ ଦେଇଛନ୍ତି। ସେ, କହିଛନ୍ତି ଯେ ସିଦ୍ଧୁ ଯେଉଁ ବର୍ଷ ଜନ୍ମ ହୋଇଥିଲେ, ସେ ସୀମାରେ ଦେଶ ସେବା କରୁଥିଲେ। ଏହି ଅବସରରେ ଅମରିନ୍ଦର ସିଂ କହିଛନ୍ତି ଯେ ସେ ସିଦ୍ଧୁଙ୍କ ସହ ଘନିଷ୍ଠ ଭାବରେ କାର୍ଯ୍ୟ କରିବେ ଏବଂ କେମିତି ବିନା କୌଣସି ରାଜନୈତିକ ବାଧାରେ ପଞ୍ଜାବର ଉନ୍ନତି ହୋଇପାରିବ ସେନେଇ ସେ କାମ କରିବେ ବୋଲି କହିଛନ୍ତି।

arvind-kejriwal
ସ୍କୁଲ ଖୋଲିବା ନେଇ ବଡ଼ ମନ୍ତବ୍ୟ ଦେଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ

ଦେଶରେ ଲଗାତାର ଭାବରେ କମୁଛି ସଂକ୍ରମଣ। ଆଉ ଏହାରି ମଧ୍ୟରେ ଧୀରେ ଧୀରେ ରାଜ୍ୟ ଗୁଡ଼ିକ ସ୍କୁଲ ଖୋଲିବା ନେଇ ନିଷ୍ପତ୍ତି ନେଉଛନ୍ତି। ତେବେ ଦିଲ୍ଲୀରେ ମଧ୍ୟ ସ୍କୁଲ ଖୋଲିବା ନେଇ ସରକାରୀ ସ୍ତରରେ ପ୍ରସ୍ତୁତି ଚାଲିଥିବା ନେଇ ଜଣାପଡ଼ିଛି। କିନ୍ତୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍‌ କହିଛନ୍ତି, ସ୍କୁଲ ଖୋଲିବା ନେଇ ଆମେ ଅନେକ ବୈଠକ କରିଛୁ

mahila1
କମାଲ ଦେଖାଇଲେ CRPFର ମହିଳା ଯୋଦ୍ଧା

ନୂଆଦିଲ୍ଲୀ: ଗଣତନ୍ତ୍ର ଦିବସ ଅବସରରେ ରାଜପଥରେ କମାଲ ଦେଖାଇଲେ CRPFର ମହିଳା ଯୋଦ୍ଧା। ଆୟୋଜିତ ପରେଡ୍‌ରେ ଡେୟାର ଡେଭିଲ ଶୋ’ରେ ନିଜର ପରାକାଷ୍ଟା ଦେଖାଇଛି CRPFର ମହିଳା ଟିମ୍ଓ। ପ୍ରଥମ ଥର ପାଇଁ ରାଜପଥ ପରେଡରେ CRPFର ମହିଳା ଟିମ୍‌କୁ ସାମିଲ କରାଯାଇଥିଲା। ଡେୟାର ଡେଭିଲ ଶୋ’ର କମାଣ୍ଡ ସମ୍ଭାଳି ଥିଲେ ଇନ୍ସପେକ୍ଟର୍ ସୀମା ନାଗ। ଚଳନ୍ତା ମୋଟର ସାଇକେଲ ଉପରେ ଛିଡ଼ା ହୋଇ ଇନ୍ସପେକ୍ଟର୍ ସୀମା ନାଗ ଜାତୀୟ ପତାକା ଓ ରାଷ୍ଟ୍ରପତିଙ୍କୁ ସାଲ୍ୟୁଟ୍ କରି […]

  • Friday, 23 July 2021
odisha-prangyanapana-medha3-1
ଦିଲ୍ଲୀ ରାଜପଥରେ ଗଡ଼ିଲା ରୁକୁଣା ରଥ; ଛିଡ଼ା ହୋଇ ତାଳି ମାରିଲେ କେନ୍ଦ୍ରମନ୍ତ୍ରୀ

ନୂଆଦିଲ୍ଲୀ: ସାଧାରଣତନ୍ତ୍ର ଦିବସ ପରେଡରେ ଓଡ଼ିଶା ପକ୍ଷରୁ ପ୍ରଜ୍ଞାପନ ମେଢ଼ ସ୍ଥାନ ପାଇଛି। ପାରମ୍ପରିକ କଳାକୃତୀ ଓ ଓଡ଼ିଆ ସଂସ୍କୃତିକୁ ନେଇ ହୋଇଥିବା ଏହି ପ୍ରଜ୍ଞାପନ ମେଢ଼ ଏଥର ରାଜପଥରେ ଗଡ଼ିଛି। ଲିଙ୍ଗରାଜ ମନ୍ଦିର ଓ ରୁକୁଣା ରଥର ପ୍ରତିକୃତୀ ଭାବେ ଏହି ପ୍ରଜ୍ଞାପନ ମେଢ଼ କରାଯାଇଛି। ଏହାସହ ମେଢ଼ରେ ଓଡ଼ିଶୀ ଓ ସମ୍ବଲପୁରୀ ନୃତ୍ୟ ପରିବେଷଣ କରାଯାଇଛି। ଏହାସହ ମେଢ଼ କଡ଼ରେ ୩ଟି ଓଡ଼ିଶୀ ନୃତ୍ୟ ଅନୁଷ୍ଠାନରୁ ୩୦ ଜଣ କଳାକାର ନୃତ୍ୟ ଓ ସଂଗୀତ […]

  • Friday, 23 July 2021
gb
ପତାକା ଉତ୍ତୋଳନ ବେଳେ ଦୁଇ କଂଗ୍ରେସ ନେତା ହାତାହାତି

ଇନ୍ଦୋର: ପତକା ଉତ୍ତୋଳନ ବେଳେ ହାତା ହାତି ହେଲେ ଦୁଇ କଂଗ୍ରେସ ନେତା। ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ଶତ୍ରୁଭଳି ପରସ୍ପରକୁ ଅକ୍ରମଣ କଲେ। କଂଗ୍ରେସ ନେତା ଦେବେନ୍ଦ୍ର ସିଂହ ଯାଦବ ଓ ଚନ୍ଦୁ କୁଞ୍ଜିରଙ୍କ ମଧ୍ୟରେ ହାତାହାତି ହେବା ଦେଖି ପୁଲିସ ମଧ୍ୟସ୍ଥତା କରି ଦୁଇନେତାଙ୍କୁ ଝଗଡ଼ା ଭାଙ୍ଗିଥିଲା। ଖବର ଅନୁସାରେ, ଇନ୍ଦୋରରେ ଥିବା କଂଗ୍ରେସ କାର୍ଯ୍ୟାଳୟ ଗାନ୍ଧି ଭବନରେ ପତାକା ଉତ୍ତୋଳନ ହେବାର ଥିଲା। ଏଠାରେ ଖୋଦ୍‌ ମୁଖ୍ୟମନ୍ତ୍ରୀ କମଲ ନାଥ ପତାକା ଉତ୍ତୋଳନ କରିବାର କାର୍ଯ୍ୟକ୍ରମ […]

  • Friday, 23 July 2021
samman
ସିଏଏ ବିକ୍ଷୋଭ: ଏସ୍‌ପି ଛାତ୍ର ନେତ୍ରୀଙ୍କ ସହିତ ୮ ଗିରଫ

ଲକ୍ଷ୍ନୌ: ସମାଜବାଦି ପାର୍ଟି ଛାତ୍ର ସଂଗଠନ ନେତ୍ରୀ ପୂଜା ଶୁକ୍ଲାଙ୍କ ସହିତ ସିଏଏ ବିରୋଧୀ ବିକ୍ଷୋଭରେ ସାମିଲ୍‌ ଥିବା ଅଭିଯୋଗରେ ୮ଜଣଙ୍କୁ ଗିରଫ୍‌ କରି ଜେଲ୍ ପଠାଇଛି ଉତ୍ତର ପ୍ରଦେଶ ପୁଲିସ। ଗିରଫ ୮ଜଣଙ୍କ ମଧ୍ୟରେ ଜଣେ ଦିଲ୍ଲୀର ସାହିନବାଗ ବିକ୍ଷୋଭର ମୁଖ୍ୟ କାରପଟଦାର ଥିବା ଉତ୍ତର ପ୍ରଦେଶ ପୁଲିସ କହିଛି। ଦିଲ୍ଲୀର ଜାମିଆନଗରରେ ରହୁଥିବା ଫୈଜାନ ଇଲ୍ଲହୀ ନାମକ ଏହି ବ୍ୟକ୍ତି ସାହିନବାଗରେ ହେଉଥିବା ସିଏଏ ବିରୋଧୀ ବିକ୍ଷୋଭରେ ମୁଖ୍ୟ ଭୂମିକା ନିଭାଉଥିଲା। ଦିଲ୍ଲୀର କ୍ଲକ୍‌ […]

  • Friday, 23 July 2021
g
ରେଳବାଇରେ ନିଯୁକ୍ତି ସୁଯୋଗ; କୌଣସି ପରୀକ୍ଷା ଦେବାକୁ ପଡ଼ିବନି

ନୂଆଦିଲ୍ଲୀ: ରେଳ ମନ୍ତ୍ରାଳୟ ପକ୍ଷରୁ ରେଳ କୋଚ୍‌ ଫ୍ୟାକ୍ଟ୍ରିରେ ୪୦୦ ପଦବୀ ପୂରଣ ପାଇଁ ପ୍ରାର୍ଥୀ ଆହ୍ୱାନ କରାଯାଇଛି। ଆବେଦନ ପ୍ରକ୍ରିୟା ମଧ୍ୟ ଚାଲୁ ରହିଛି। ଆବେଦନର ଶେଷ ତାରିଖ ୬ ଫେବ୍ରୁଆରୀ, ୨୦୨୦ ରହିଛି। ଆବେଦନର ସମସ୍ତ ପ୍ରକ୍ରିୟା ଜାଣନ୍ତୁ। ପ୍ରାର୍ଥୀ ଦଶମ ଶ୍ରେଣୀ ପାସ୍ କରିଥିବା ଦରକାର। ଏଥିସହିତ ସେ ଆଇଟିଆଇ ପାସ୍ କରିଥିବା ଦରକାର। ପଦବୀ: ରେଳକୋଚ୍‌ ଫ୍ୟାକ୍ଟ୍ରି ଫିଟର, ୱେଲ୍ଡର, ମେଶିନିଷ୍ଟ, ପେଣ୍ଟର, କାରପେଣ୍ଟର, ମେକାନିକ, ଇଲୋକ୍ଟ୍ରିସିଆନ, ଇଲେକ୍ଟ୍ରୋନିକ ମେକାନିକ, ଏବଂ […]

  • Friday, 23 July 2021
dd
ଅରୁଣ ଜେଟଲୀ ଓ ସୁଷମାଙ୍କ ସହିତ ୭ଜଣଙ୍କୁ ପଦ୍ମ ବିଭୂଷଣ

ନୂଆଦିଲ୍ଲୀ : ୭୧ ତମ ଗଣତନ୍ତ୍ର ଦିବସରେ ଅବସରରେ ପଦ୍ମ ପୁରସ୍କାରର ୩ଟି ବିଭାଗରେ ବିଜେତାଙ୍କ ନାଁ ଘୋଷଣା ହୋଇଛି।ଏଥିରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଅରୁଣ ଜେଟ୍‌ଲୀ, ସୁଷମା ସ୍ୱରାଜ, ଜର୍ଜ ଫର୍ଣ୍ଣାଣ୍ଡିଜ୍ (ମରଣୋତ୍ତର)ଙ୍କୁ ପଦ୍ମବିଭୂଷଣ ପୁରସ୍କାର ମିଳିବ। ଏଥିସହିତ ବିଶେଶ୍ୱତୀର୍ଥ ସ୍ୱାମିଜୀ ଶ୍ରୀ ପେଜାଭର(ମରଣୋତ୍ତର)ଙ୍କୁ ମଧ୍ୟ ଏହି ପୁରସ୍କାରରେ ସମ୍ମାନିତ କରାଯିବ। ଅନ୍ୟ ପଦ୍ମବିଭୁଷଣ ପୁରସ୍କାର ବିଜେତା ହେଲେ- ଅଲିମ୍ପିକ ବକ୍ସର ଏମ୍‌.ସି ମ୍ୟାରି କମ୍, ମରିସସର୍‌ ପୂର୍ବତନ ପ୍ରଧାନମନ୍ତ୍ରୀ ଅନିରୋଧ ଜୁଗନାଉଥ୍, ଏବଂ ହିନ୍ଦୁସ୍ତାନୀ ଶାସ୍ତ୍ରୀୟ […]

  • Friday, 23 July 2021
nirbhya
ରାଷ୍ଟ୍ରପତିଙ୍କ ନିଷ୍ପତ୍ତିକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କଲା ନିର୍ଭୟା ଦୋଷୀ

ନୂଆଦିଲ୍ଲୀ: ରାଷ୍ଟ୍ରପତିଙ୍କ ଦ୍ୱାରା ଖାରଜ୍ ହୋଇଥିବା ରାଜକ୍ଷମା ଆବେଦନକୁ ପୁଣି ଥରେ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିଛି ନିର୍ଭୟା ଗଣ ଦୁଷ୍କର୍ମର ଦୋଷୀ ମୁକେଶ ସିଂ। ଜାନୁଆରୀ ୧୭ରେ ରାଷ୍ଟ୍ରପତି ମୁକେଶର ପିଟିସନକୁ ଖାରଜ୍‌ କରିଦେଇଥିଲେ। ଏବେ ମୁକେଶ, ରାଷ୍ଟ୍ରପତିଙ୍କ ନିଷ୍ପତ୍ତିର ଆଇନଗତ ତର୍ଜମା କରିବା ଲାଗି ସୁପ୍ରିମକୋର୍ଟରେ ଆବେଦନ କରିଛି। ତେବେ କୋର୍ଟ ନିର୍ଦ୍ଦେଶ ଅନୁସାରେ ଫେବ୍ରୁଆରୀ ୧ ସକାଳ ୬ଟାରେ ଫାଶୀ ଦିଆଯିବ। ତେଣୁ ଏହି ଫଶୀ ଦଣ୍ଡକୁ ଟାଳିବା ପାଇଁ ବାରମ୍ବାର ଦୋଷୀଙ୍କ ପକ୍ଷରୁ […]

  • Friday, 23 July 2021
j
ରାଜସ୍ଥାନ ବିଧାନସଭାରେ ସିଏଏ ବିରୋଧରେ ପ୍ରସ୍ତାବ ପାରିତ

ଜୟପୁର: କେରଳ ଓ ପଞ୍ଜାବ ପରେ ଏବେ ରାଜସ୍ଥାନରେ ସିଟିଜେନ୍ସିପ୍‌ ଆମେଣ୍ଡମେଣ୍ଟ ବିଲ୍ ବିରୋଧରେ ପ୍ରସ୍ତାବ ପାରିତ ହୋଇଛି। ଏହି ଆଇନ୍‌କୁ ବିରୋଧ କରିବା ସହିତ ଏହାକୁ ଉଠାଇ ନେବାକୁ ଶନିବାର ରାଜସ୍ଥାନ ବିଧାନସଭାରେ ପ୍ରସ୍ତାବ ପାରିତ ହୋଇଛି। ରାଜ୍ୟ ବିଧାନସଭାର ବଜେଟ୍‌ ଅଧିବେଶନରେ ଶାସକ ଦଳ କଂଗ୍ରେସ ଏହି ପ୍ରସ୍ତାବ ରଖିଥିଲା। କେନ୍ଦ୍ର ସରକାର ସିଏଏକୁ ଆଇନ୍‌କୁ ଉଠାଇ ନିଅନ୍ତୁ ବୋଲି ଗୃହରେ ଦାବି କରିଥିଲା ଦଳ। ଯାହାର ଘୋର ବିରୋଧ କରିଥିଲା ବିଜେପି। ଏହାପରେ […]

  • Friday, 23 July 2021
cocorona
ଭୟଙ୍କର କରୋନା ଭୂତାଣୁ ଭୟ; ସାରା ବିଶ୍ୱକୁ ବ୍ୟାପୁଛି

ନୂଆଦିଲ୍ଲୀ: ଧୀରେ ଧୀରେ କାୟା ବିସ୍ତାର କରୁଛି କରୋନା ଭୂତାଣୁ। ଚୀନରେ ଏହାର ପ୍ରଭାବରେ ୪୧ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୧୩ଶହରୁ ଅଧିକ ଲୋକ ଆକ୍ରାନ୍ତ ହୋଇଛନ୍ତି। ଚୀନ ସହ ଆମେରିକା, ଏସିଆ ଓ ୟୁରୋପର ବିଭିନ୍ନ ଦେଶରେ ଏହାର ଭୂତାଣୁ ଦେଖିବାକୁ ମିଳିଛି। ଏଥିଯୋଗୁ ସେଠାରେ ବ୍ୟାପକ ପ୍ରତିଷେଧକ ବ୍ୟବସ୍ଥା ଗ୍ରହଣ କରାଯାଇଛି। ଭାରତର ୪ଟି ସହରର ୧୧ଜଣ ଲୋକ କରୋନା ଭୂତାଣୁ ଦ୍ୱାରା ଆକ୍ରାନ୍ତ ହୋଇଥିବା ସନ୍ଦେହ କରାଯାଉଛି। ସେମାନଙ୍କୁ ସ୍ୱତନ୍ତ୍ର ୱାର୍ଡରେ ରଖି ଚିକିତ୍ସା […]

  • Friday, 23 July 2021
sivs
ପାକିସ୍ତାନ ଓ ବାଂଲାଦେଶୀ ମୁସଲିମ୍‌ଙ୍କୁ ଦେଶରୁ ବାହାର କରିଦେବା ଦରକାର : ଶିବସେନା

ମୁମ୍ବାଇ: ସିଏଏକୁ ନେଇ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ୍‌ କରୁଥିବା ଶିବସେନା ବିଜେପି ସହିତ ସମ୍ୟକ ସ୍ୱର ମିଳାଇଛି। ପାକିସ୍ତାନ ଓ ବାଂଲାଦେଶରୁ ଆସିଥିବା ମୁସଲମାନଙ୍କୁ ଦେଶରୁ ବାହାର କରିଦେବା ଦରକାର ବୋଲି ଶିବସେନା କହିଛି। ଶନିବାର ଶିବସେନାର ମୁଖପାତ୍ର ଭଳି କାର୍ଯ୍ୟ କରୁଥିବା ଖବରକାଗଜ ‘ସାମ୍ନା’ରେ ଏଭଳି ରିପୋର୍ଟ ପ୍ରକାଶ ପାଇଛି। ଏଥିସହିତ ସିଏଏରେ ତ୍ରୁଟି ରହିଛି, ଯାହାକୁ ସଂଶୋଧନ କରିବା ଆବଶ୍ୟକ ବୋଲି ରିପୋର୍ଟରେ କୁହଯାଇଛି। ‘ସାମ୍ନା’ ଖବର କାଗଜରେ ଶିବସେନା କହିଛି, “ ପାକିସ୍ତାନ […]

  • Friday, 23 July 2021
d
ନିର୍ଭୟା ଦୋଷୀକୁ ନେଇ ସାମ୍ନାକୁ ଆସିଲା ଚାଞ୍ଚଲ୍ୟକର ତଥ୍ୟ

ନୂଆଦିଲ୍ଲୀ: ନିର୍ଭୟା ଗଣଦୁଷ୍କର୍ମର ଦୋଷୀ ବିନୟ ଶର୍ମାର ଓକିଲ ଶନିବାର କୋର୍ଟରେ ଚାଞ୍ଚଲ୍ୟକର ବୟାନ ଦେଇଛନ୍ତି। ତାଙ୍କ ମହକିଲ ବିନୟକୁ ଜେଲ୍‌ରେ ସ୍ଲୋ ପଏଜନ୍‌ ଦିଆଯାଇଥିବା ସେ କୋର୍ଟରେ ଅଭିଯୋଗ କରିଛନ୍ତି। ଏଥିପାଇଁ ତାଙ୍କୁ ଡାକ୍ତରଖାନାରେ ମଧ୍ୟ ଭର୍ତ୍ତି କରାଯାଇଥିଲେ ବି ଡାକ୍ତରୀ ରିପୋର୍ଟ ଏପର୍ଯ୍ୟନ୍ତ ହସ୍ତଗତ ହୋଇପାରିଲା ନାହିଁ ବୋଲି ସେ କୋର୍ଟରେ ଅଭିଯୋଗ କରିଛନ୍ତି। ଅନ୍ୟପଟେ ଦୋଷୀଙ୍କ ଓକିଲ ମାଗିଥିବା ସମସ୍ତ ରିପୋର୍ଟ ତାଙ୍କୁ ଦିଆସରିଛି। ଦୋଷୀଙ୍କ ଦଣ୍ଡ ବିଧାନକୁ ବିଳମ୍ବ କରିବା ପାଇଁ […]

  • Friday, 23 July 2021
khurda-railway
ଖୋର୍ଦ୍ଧା-ବଲାଙ୍ଗିର ରେଳ ପଥ ନିର୍ମାଣରେ ବିଳମ୍ବକୁ ଉଦ୍‌ବେଗ ପ୍ରକାଶ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଖୋର୍ଦ୍ଧା-ବଲାଙ୍ଗିର ରେଳ ପଥ ନିର୍ମାଣରେ ବିଳମ୍ବକୁ ନେଇ ପ୍ରଧାନମନ୍ତ୍ରୀ ଉଦ୍‌ବେଗ ପ୍ରକାଶ କରିଛନ୍ତି ନରେନ୍ଦ୍ର ମୋଦି। ଦେଶର ବିଭିନ୍ନ ପ୍ରକଳ୍ପର ଅଗ୍ରଗତି ସମ୍ପର୍କରେ ଦିଲ୍ଲୀରେ ଆୟୋଜିତ ମାସିକିଆ ବୈଠକ ପ୍ରଗତିରେ ସମୀକ୍ଷା କରିବା ସହ ଜଂଗଲ, ପରିବେଶ ଓ ରେଳ ବିଭାଗକୁ ସହଯୋଗ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ପ୍ରଧାନମନ୍ତ୍ରୀ। ଏହି ପ୍ରକଳ୍ପ ପଛୁଆ ଅଂଚଳର ବିକାଶ ପାଇଁ ଆରମ୍ଭ କରାଯାଇଥିଲା। କିନ୍ତୁ ଅହେତୁକ ବିଳମ୍ବ ଯୋଗୁ ଏହି ଅଂଚଳରେ ରହୁଥିବା ଗରିବ ଲୋକମାନେ ସୁବିଧାରୁ […]

  • Friday, 23 July 2021
pm
କାହିଁକି ପ୍ରଧାନମନ୍ତ୍ରୀଙ୍କ ଚେହେରା ଏତେ ଉଜ୍ଜ୍ୱଳ; କାରଣ କହିଲେ ମୋଦି

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ମୋଦିଙ୍କ ଚେହେରାର ଔଜଲ୍ୟତା ପଛର ରାଜ୍ କଣ ? କେମିତି ସେ ଏତେ ଫିଟ୍‌ ରୁହନ୍ତି। ଏହି ସମସ୍ତ କଥାର ଗୁମର ଖୋଲିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଆଜି ଦିଲ୍ଲୀରେ ପ୍ରାଧାନମନ୍ତ୍ରୀ ରାଷ୍ଟ୍ରୀୟ ବାଲ୍‌ ପୁରସ୍କାର ବିଜେତାଙ୍କୁ  ଭେଟିବା ଅବସରରେ ଏହି ରହସ୍ୟ ଖୋଲିଛନ୍ତି ପ୍ରଧାନମନ୍ତ୍ରୀ। ମୋଦି କହିଛନ୍ତି “ଅନେକ ବର୍ଷ ପୂର୍ବେ ମୋତେ ଜଣେ ପଚାରିଥିଲେ ଯେ ତୁମର ଚେହେରା ଏତେ ଉଜ୍ଜ୍ୱଳ କେମିତି ? ମୁଁ ତାଙ୍କୁ ଗୋଟିଏ ସରଳ ଉତ୍ତର […]

  • Friday, 23 July 2021
imf
ଖୁବ୍‌ଶୀଘ୍ର ସୁଧୁରିବ ଭାରତର ଅର୍ଥନୀତି; ଆଇଏମ୍‌ଏଫ୍‌ ମୁଖ୍ୟ

ନୂଆଦିଲ୍ଲୀ: ଭାରତୀୟ ଅର୍ଥନୀତିରେ ଦେଖାଦେଇଥିବା ମାନ୍ଦାବସ୍ଥା ସାମୟିକ ବୋଲି ଆଇଏମ୍‌ଏଫ୍‌(ଇଣ୍ଟର୍‌ ନ୍ୟାସ୍‌ନାଲ୍ ମନିଟାରୀ ଫଣ୍ଡ ବା ଅନ୍ତର୍ଜାତୀୟ ଅର୍ଥିକ ପାଣ୍ଠି) ମୁଖ୍ୟ କ୍ରୀଷ୍ଟାଲିନା ଜର୍ଜିଭା କହିଛନ୍ତି। ଏଥିସହ ସେ କହିଛନ୍ତି ଖୁବଶୀଘ୍ର ଅର୍ଥନୀତିକ ସ୍ଥିତି ସୁଧୁରିବା ଆରମ୍ଭ କରିବ। ୱାର୍ଲ୍ଡ ଇକୋନୋମିକ୍‌ ଫୋରମ୍‌ରେ ସେ ଏପରି କହିଛନ୍ତି। ସେ କହିଛନ୍ତି, ”୨୦୧୯ ମସିହା ଅକ୍ଟୋବରରେ ଅନୁଷ୍ଠିତ ୱାର୍ଲ୍ଡ ଇକୋନୋମିକ୍‌ ଆଉଟଲୁକ୍‌ ସମୟର ସ୍ଥିତି ତୁଳନାରେ ଜାନୁଆରୀ ୨୦୨୦ରେ ବିଶ୍ୱ ଭଲ ସ୍ଥିତିରେ ପହଞ୍ଚିଛି। ଏପରି ସକାରାତ୍ମକ ପରିବର୍ତ୍ତନର […]

  • Friday, 23 July 2021