ନୂଆଦିଲ୍ଲୀ: ସୀମାରେ ଭାରତ ବିରୋଧରେ ଚାଇନାର ଆକ୍ରମଣାତ୍ମକ ମନୋଭାବକୁ ନେଇ ପ୍ରତିକ୍ରିୟ ରଖି ପୁଣିଥରେ ମୋଦି ସରକାରଙ୍କୁ ଦୋଷ ଦେଇଛନ୍ତି କଂଗ୍ରେସ ସାଂସଦ ରାହୁଲ ଗାନ୍ଧି। ତା ସହିତ ଦେଶର ଅର୍ଥନୀତି, ବିଦେଶନୀତି ଓ ପଡ଼ୋଶୀ ସହିତ ଭାରତର ସମ୍ପର୍କକୁ ନେଇ ସେ ମୋଦି ସରକାରଙ୍କୁ ସମାଲୋଚନା କରିଛନ୍ତି। ଏସମ୍ପର୍କିତ ଏକ ଭିଡିଓ ଜାରି କରି ମୋଦି ସରକାରଙ୍କୁ ସମାଲୋଚନା କରିଛନ୍ତି ରାହୁଲ। ବିଗତ ୬ ବର୍ଷ ହେବା ଏସବୁ ନଷ୍ଟ ହୋଇଛି। ଯାହାର ପରିଣାମ ସ୍ୱରୂପ […]
ଶ୍ରୀନଗର: ଅପହରଣ ହୋଇଥିବା ଜାମ୍ମୁ ଓ କାଶ୍ମୀରର ବିଜେପି ନେତା ମେହରାଜ୍-ଉଦ୍-ଦିନ୍ ମଲ୍ଲାଙ୍କୁ ଉଦ୍ଧାର ହୋଇଛନ୍ତି। ପୁଲିସ୍ ଅଧିକାରୀଙ୍କ କହିବାନୁଯାଇ ସୁରକ୍ଷା କର୍ମୀ ଓ ଜାମ୍ମୁ ଓ କାଶ୍ମୀର ପୁଲିସର ମିଳିତ ଅପରେସନ୍ରେ ମଲ୍ଲାଙ୍କୁ ଉଦ୍ଧାର କରାଯାଇଛି। ସୂଚନା ଅନୁସାରେ, ମେହରାଜ୍ ବୁଧବାର ସକାଳେ କେଉଁ ଆଡ଼େ ଯାଉଥିବା ବେଳେ ବାରମୁଲ୍ଲା ଜିଲ୍ଲା ରାଫିଆବାଦର ମାରାଜିଗୁଣ୍ଡ ଅଞ୍ଚଳରେ ଦୁର୍ବୃତ୍ତମାନେ ଆସି ତାଙ୍କୁ କାର୍ରେ ଅପହରଣ କରି ନେଇଥିଲେ। ଏହାପରେ ସୁରକ୍ଷା କର୍ମୀ ଓ ଜାମ୍ମୁ-କାଶ୍ମୀର ପୁଲିସର ମିଳିତ […]
ଗାନ୍ଧିନଗର: ମୋତେ କେହି ଡରାଇ ପାରିବେ ନାହିଁ। ମୁଁ କାହା ବାପାକୁ ଡରିନି। ଏହା କହିଛନ୍ତି ସୁନିତା ଯାଦବ। କର୍ଫ୍ୟୁ ନିୟମ ଭାଙ୍ଗିଥିବା ମନ୍ତ୍ରୀଙ୍କ ପୁଅଙ୍କୁ ଆଇନ୍ର ପାଠ ପଢ଼ାଇ ଚର୍ଚ୍ଚାରେ ଅଛନ୍ତି ଗୁଜରାଟ ପୋଲିସର ଲୋକ ରକ୍ଷକ ଅଧିକାରୀ ସୁନୀତା ଯାଦବ। ସେ ଆହୁରି ମଧ୍ୟ କହିଛନ୍ତି ଯେ ଘଟଣାର ମାତ୍ର ୧୦ ପ୍ରତିଶତ ସାମ୍ନାକୁ ଆସିଛି। ଆହୁରି ୯୦ ପ୍ରତିଶତ ଆସିବା ବାକି ଅଛି। ଘଟଣା ସମ୍ପର୍କରେ ସୁନୀତା କହିଛନ୍ତି ଯେ ସେଦିନ ତାଙ୍କ […]
ଜୟପୁର: ଉପମୁଖ୍ୟମନ୍ତ୍ରୀ ଓ ରାଜସ୍ଥାନ କଂଗ୍ରେସ ମୁଖ୍ୟ ପଦରୁ ବିଦା ହେବା ପରେ କଣ ହେବ ସଚିନ୍ ପାଇଲଟ୍ଙ୍କ ପରବର୍ତ୍ତୀ ପଦକ୍ଷେପ? ଏହି କଳ୍ପନାଜଳ୍ପନା ଭିତରେ ଆଜି ପାଇଲଟ ସ୍ପଷ୍ଟ କରିଛନ୍ତି ଯେ, ସେ ବିଜେପିରେ ଯୋଗ ଦେଉନାହାନ୍ତି। ଯଦିଓ ଆଜି ସାମ୍ବାଦିକ ସମ୍ମିଳନୀରେ ଏନେଇ ଅଧିକ ଖୁଲାସା କରିବାର ଥିଲା, କିନ୍ତୁ ଶେଷ ମୂହୁର୍ତ୍ତରେ ତାହା ବାତିଲ ହୋଇଥିଲା। ପାଇଲଟ ଓ ତାଙ୍କ ସମର୍ଥକ ବିଧାୟକମାନଙ୍କୁ ଅଯୋଗ୍ୟ ଘୋଷଣା ପ୍ରକ୍ରିୟା ଆରମ୍ଭ କରିବାକୁ ଯାଇ ନୋଟିସ […]
ଭୁବନେଶ୍ୱର: ଛାତ୍ରଛାତ୍ରୀଙ୍କ ଦକ୍ଷତା ବିକାଶରେ ସହାୟକ ହେବେ ଆଇଟି କଂପାନୀ। ଛାତ୍ରଛାତ୍ରୀଙ୍କୁ ପ୍ରଶିକ୍ଷଣ ଦେବା ସହ ସେମାନଙ୍କର ଦକ୍ଷତା ବିକାଶ କରାଇବାରେ କଂପାନିମାନେ ସହାୟକ ହେବେ। ଏଥିଲାଗି ଯୁବ ଦକ୍ଷତା ବିକାଶ ଦିବସ ଅବସରରେ ୪ଟି ଆଇଟି କଂପାନୀ ସହ ଚୁକ୍ତିପତ୍ର ସ୍ୱାକ୍ଷର କରିଛନ୍ତି ରାଜ୍ୟ ସରକାର। ଏ ନେଇ ସୂଚନା ଦେଇଛନ୍ତି ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ପ୍ରେମାନନ୍ଦ ନାୟକ। ୩୦ ପ୍ରତିଶତ ଛାତ୍ରୀ ଆଇଟିଆଇ ଓ ପଲିଟେକ୍ନିକ୍ରେ ଆଡମିଶନ ପାଇଁ ଲକ୍ଷ୍ୟ […]
ଗାନ୍ଧିନଗର: ଆଇପିଏସ ଅଫିସର ହେବାକୁ ଚାହୁଁଛନ୍ତି ଗୁଜରାଟର ଚର୍ଚ୍ଚିତ ମହିଳା କନଷ୍ଟେବଳ ସୁନୀତ ଯାଦବ। କର୍ଫ୍ୟୁ ନିୟମ ଭାଙ୍ଗିବା ଅଭିଯୋଗରେ ଗୁଜରାଟ ସ୍ୱାସ୍ଥ୍ୟମନ୍ତ୍ରୀ କୁମାର କନନୀଙ୍କ ପୁଅକୁ ଅଟକାଇ ଚର୍ଚ୍ଚାରେ ଥିବା ଏହି ମହିଳା କନେଷ୍ଟବଳ ନିଜକୁ ଆଇପିଏସ ପଦରେ ଦେଖିବାକୁ ଇଛା ପ୍ରକାଶ କରିଛନ୍ତି। ଏପରିକି ସିଭିଲ ସର୍ଭିସ ପ୍ରସ୍ତୁତି ପାଇଁ ସେ ଚାକିରିରୁ ଇସ୍ତଫା ଦେବା ନେଇ ତାଙ୍କ ଉପରିସ୍ଥ ଅଧିକାରୀଙ୍କୁ ଜଣାଇଥିବା ନେଇ ଚର୍ଚ୍ଚା ହେଉଛି। ନିକଟରେ ସେ ସୁରତ ପୋଲିସ କମିଶନରଙ୍କୁ […]
ନୂଆଦିଲ୍ଲୀ: ବନ୍ୟଜନ୍ତୁ ଆକ୍ରମଣରେ ମୃତାହତ କିମ୍ବା କ୍ଷତିଗ୍ରସ୍ତ ଲୋକଙ୍କୁ ୨୪ ଘଣ୍ଟା ଭିତରେ ସହାୟତା ରାଶି ପ୍ରଦାନ ପାଇଁ ସବୁ ରାଜ୍ୟକୁ ଚିଠି ଲେଖିଛନ୍ତି କେନ୍ଦ୍ର ସରକାର। ୨୪ ଘଣ୍ଟା ଭିତରେ ଅତି କମ୍ରେ ୨୫ ପ୍ରତିଶତ ସହାୟତା ରାଶି ପ୍ରଦାନ କରାଯିବ ନେଇ ନିଷ୍ପତ୍ତି ହୋଇଛି। ଏନେଇ ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ମୁଖ୍ୟ ଶାସନ ସଚିବଙ୍କୁ ଚିଠି ଲେଖିଛି କେନ୍ଦ୍ର ଜଙ୍ଗଲ ଓ ପରିବେଶ ମନ୍ତ୍ରାଳୟ। ସହାୟତା ମିଳିବାରେ ବିଳମ୍ବ ହେତୁ […]