• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Miscellaneous Updates

missai;
ପୃଥ୍ୱୀ-୨ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ

ବାଲେଶ୍ୱର: ପୃଥ୍ୱୀ-୨ କ୍ଷେପଣାସ୍ତ୍ରର ରାତ୍ରକାଳୀନ ପରୀକ୍ଷଣ ସଫଳ ହୋଇଛି। ବାଲେଶ୍ୱର ଚାନ୍ଦିପୁର ୩ ନମ୍ବର ଲଞ୍ଚ୍‌ପ୍ୟାଡରୁ ଏହାର ପରୀକ୍ଷଣ କରାଯାଇଛି। ଆଜି ସଂଧ୍ୟା ସାଢ଼େ ୭ଟା ସମୟରେ ଏହାର ପରୀକ୍ଷଣ କରାଯାଇଥିଲା। ପରୀକ୍ଷଣ ସଫଳ ହୋଇଥିବା ନେଇ ଡିଆର୍‌ଡିଓ ପକ୍ଷରୁ ସୂଚନା ଦିଆଯାଇଛି। ଭୂପୃଷ୍ଠରୁ ଭୂପୃଷ୍ଠକୁ ନିକ୍ଷେପ କରାଯାଇପାରୁଥିବା ମଧ୍ୟମ ଦୂରଗାମୀ ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ହେଉଛି ପୃଥ୍ୱୀ-୨। ଏହି କ୍ଷେପଣାସ୍ତ୍ରର ଲକ୍ଷ୍ୟଭେଦ କ୍ଷମତା ରହିଛି ୩୫୦ କିଲୋମିଟର। ୧ ହଜାର କେଜିର ଆଣବିକ ଯୁଦ୍ଧାସ୍ତ୍ର ବହନ କରିବା […]

  • Friday, 02 July 2021
କେନାଲକୁ ପଶିଗଲା କାର୍‌, ୩ ମୃତ

କଟକ: NH-୧୬ ତେଲେଙ୍ଗାପେଣ୍ଠ ନିକଟରେ ଗତକାଲି ବିଳମ୍ବିତ ରାତି ୩ଟା ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ରାସ୍ତାକଡ଼ରେ ଥିବା କେନାଲକୁ କାର୍‌ ପଶି ଯିବାରୁ ୩ଜଣଙ୍କ ମୃତ୍ୟୁ ଘଟିଛି। ସୂଚନା ଅନୁସାରେ, ଏକ କାର୍‌ରେ ୩ଜଣ ଯୁବକ ଭୁବନେଶ୍ୱର ଅଭିମୁଖେ ଯାଉଥିବା ବେଳେ ଭାରସାମ୍ୟ ହରାଇ ତେଲେଙ୍ଗାପେଣ୍ଠ ନିକଟରେ ଥିବା ରାସ୍ତାକଡ଼ କେନାଲକୁ ପଶି ଯାଇଥିଲା। ଘଟଣାସ୍ଥଳରେ ୨ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ହସ୍ପିଟାଲ୍‌ ନେବା ବାଟରେ ଆଉ ଜଣଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ମୃତକଙ୍କ ପରିଚୟ […]

  • Friday, 02 July 2021
ପତ୍ନୀଙ୍କ ମାଧ୍ୟମରେ ବିକୁଥିଲେ ଚୋରି ସୁନା, ରୂପା; ଧରାପଡ଼ିଗଲେ

କଟକ: ଦୀର୍ଘ ୧୦ ମାସ ପରେ ଚୌଦ୍ୱାର ପୋଲିସ କବ୍‌ଜାରେ ଏକ ଆନ୍ତଃଜିଲ୍ଲା ଲୁଟେରା ଗ୍ୟାଙ୍ଗ ଧରାପଡ଼ିଛି। ଏହି ଗ୍ୟାଙ୍ଗର ୭ ଜଣ ସଦସ୍ୟଙ୍କ ମଧ୍ୟରୁ ୫ ଜଣଙ୍କୁ ପୋଲିସ୍‌ ଧରିଛି। ସେମାନଙ୍କ ନିକଟରୁ ୨୨୦ ଗ୍ରାମ ସୁନା ଅଳଙ୍କାର ୨୩୭ ଗ୍ରାମ ରୂପା ଓ ୨ଟି ଗାଡ଼ି ଜବତ ହୋଇଛି। ହରିହର ସାମଲ, ତାଙ୍କ ସ୍ତ୍ରୀ ମାମି ସାମଲ, ତପୁ ଓରଫ୍ ସୂର୍ଯ୍ୟକାନ୍ତଙ୍କ ସମେତ ମୋଟ ୫ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ମୁଖ୍ୟ ଅଭିଯୁକ୍ତ ହରିହର […]

  • Friday, 02 July 2021
୨ ଦିନ ପରେ ମିଳିଲା ସାନ ଭଉଣୀର ମୃତଦେହ, ବଡ଼ ଭଉଣୀର ମିଳୁନି ପତ୍ତା

ବଲାଙ୍ଗିର: ବଲାଙ୍ଗିର ଜିଲ୍ଲା ତୁସୁରା ଥାନା ତେଲ ନଦୀ ବ୍ରିଜ୍‌ରୁ ନଦୀକୁ ଡେଇଁ ପଡ଼ି ନିଖୋଜ ଥିବା ଦୁଇ ଭଉଣୀଙ୍କ ମଧ୍ୟରୁ ଜଣଙ୍କର ମୃତଦେହ ଉଦ୍ଧାର ହୋଇଛି। ଦୁଇ ଦିନ ପରେ ଆଜି ସୋନପୁର ଜିଲ୍ଲା ତରଭା ଥାନା ଅନ୍ତର୍ଗତ ବଡତେଣ୍ଡା ଗାଁ ନିକଟସ୍ଥ ନଦୀ କୂଳରେ ଜଣେ ଯୁବତୀଙ୍କ ମୃତଦେହ ପଡ଼ିଥିବା ଦେଖିବାକୁ ମିଳିଥିଲା। ସ୍ଥାନୀୟ ଲୋକେ ଏହାକୁ ଦେଖିବା ପରେ ଲୋକଙ୍କ ଭିଡ଼ ବଢ଼ିବାରେ ଲାଗିଛି। ମୃତକ ନିଖୋଜ ସାନ ଭଉଣୀ ଆଞ୍ଚଲ ଅଗ୍ରୱାଲ […]

  • Friday, 02 July 2021
ballon
କୁଆଡ଼ୁ ଆସିଲା ଏହି ଉଡ଼ନ୍ତା ବେଲୁନ୍‌ ?

ନୀଳଗିରି: ବାଲେଶ୍ଵର ଜିଲ୍ଲା ନୀଳଗିରି ବ୍ଲକ୍‌ ଅନ୍ତର୍ଗତ ତେଲିପାଳ ଅଞ୍ଚଳରେ ଏକ ଉଡ଼ନ୍ତା ବେଲୁନ୍‌କୁ ନେଇ ଏବେ ଆତଙ୍କ ସୃଷ୍ଟି ହୋଇଛି। ବେଲୁନ୍‌ରେ କିଛି ଯନ୍ତ୍ରାଂଶ, କ୍ୟାମେରା ଲାଗିଥିବା ଦେଖିବାକୁ ମିଳିଥିଲା। ଯାହାକୁ ନେଇ ସ୍ଥାନୀୟ ଲୋକେ ଭୟଭୀତ ହୋଇଯାଇଛନ୍ତି। ସୂଚନା ଅନୁସାରେ, ଆଜି ସକାଳେ ତେଲିପାଳ ଅଞ୍ଚଳରେ ଏହି ଉଡ଼ନ୍ତା ବେଲୁନ୍ ଆସି ଏକ ଗଛରେ ଲାଗି ରହିବା ସହ ତଳେ ପଡ଼ି ଯାଇଥିଲା। ‌ବେଲୁନ୍‌ରେ କିଛି ଯନ୍ତ୍ରାଂଶ, କ୍ୟାମେରା ଲାଗିଥିବା ଦେଖିବାକୁ ମିଳିଛି। ସ୍ଥାନୀୟ […]

  • Friday, 02 July 2021
aparajita sarangi
ଖୋଲିଲା ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ଅଫିସ୍

ଭୁବନେଶ୍ୱର: ଖୋଲିଲା ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ଅଫିସ୍। ସିଲ୍ ହେବାର ୮ ଦିନ ପରେ ଆଜି ଭୁବନେଶ୍ୱର ପଳାସପଲ୍ଲୀ ସ୍ଥିତ ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ କାର୍ଯ୍ୟାଳୟ ଖୋଲିଛି। ଗତ ୧୦ ତାରିଖରେ ସାଂସଦଙ୍କ ଅଫିସ୍ ୧୫ ଦିନ ପାଇଁ ସିଲ୍ କରିଥିଲା BMC। କିନ୍ତୁ ଆଜି ୮ ଦିନରେ ଖୋଲିଛି ଅଫିସ୍। ପୂର୍ବରୁ ଏହି ଘଟଣାରେ ସାମ୍ବାଦିକ ସମ୍ମିଳନୀ କରି ସରକାରଙ୍କୁ ଟାର୍ଗେଟ କରିଥିଲେ ସାଂସଦ ଅପରାଜିତା। ଅଫିସ୍ ପରିସରରୁ କୌଣସି ଆକ୍ରାନ୍ତ ଚିହ୍ନଟ ନ […]

  • Friday, 02 July 2021
accident
ଦୁର୍ଘଟଣାରେ ଆଖି ବୁଜିଲେ ପୂର୍ବତନ ସାଂସଦଙ୍କ ପୁଅ

କଟକ: କଟକ ତେଲେଙ୍ଗାପେଣ୍ଠ ନିକଟରେ ହୋଇଥିବା ଦୁର୍ଘଟଣାରେ ମୃତକଙ୍କ ମଧ୍ୟରୁ ଜଣଙ୍କ ପରିଚୟ ମିଳିଛି। ୩ ମୃତକଙ୍କ ମଧ୍ୟରୁ ଜଣେ ସମ୍ବଲପୁରର ପୂର୍ବତନ ସାଂସଦ ଅମର ପ୍ରଧାନଙ୍କ ପୁଅ ଅଙ୍କୁର ପ୍ରଧାନ ବୋଲି  ପୋଲିସ ସ୍ପଷ୍ଟ କରିଛି। ତେବେ ଅନ୍ୟ ୨ ମୃତକଙ୍କ ପରିଚୟ ମିଳିନାହିଁ। ୧୬ ନମ୍ବର ଜାତୀୟ ରାଜପଥ କଟକ ତେଲେଙ୍ଗାପେଣ୍ଠ ନିକଟରେ ଏହି ମର୍ମନ୍ତୁଦ ଦୁର୍ଘଟଣା ହୋଇଥିଲା। ଭାରସାମ୍ୟ ହରାଇ ରାସ୍ତାକଡ଼ କେନାଲକୁ ପଶି ଯାଇଥିଲା ଦାମୀ ଜାଗୁଆର୍ କାର୍। ଏହି ଦୁର୍ଘଟଣାରେ ୩ […]

  • Friday, 02 July 2021
ରାଜା ଆଚାର୍ଯ୍ୟଙ୍କୁ ଉଠାଇ ନେଲା ପୋଲିସ୍‌

ଭୁବନେଶ୍ୱର: ଗ୍ୟାଙ୍ଗଷ୍ଟର ରାଜା ଆଚାର୍ଯ୍ୟଙ୍କୁ କମିଶନରେଟ ପୋଲିସ୍‌ ଉଠାଇ ନେଇଥିବା ସୂଚନା ମିଳିଛି। ଦାଦାବଟି ଜୁଲମ୍‌ ଅଭିଯୋଗରେ ରାଜାଙ୍କୁ ପୋଲିସ୍‌ ଉଠାଇ ନେଇଥିଲା। ପରେ ତାଙ୍କୁ ଗିରଫ କରାଯାଇଥିବା ଜଣାପଡ଼ିଛି। ଆଜି କମିଶନରେଟ ପୋଲିସ୍‌ର Anti extortion wing ରାଜାଙ୍କୁ ଉଠାଇ ନେଇଥିଲା। ବର୍ତ୍ତମାନ ତାଙ୍କୁ କ୍ୟାପିଟାଲ୍‌ ଥାନାରେ ଜେରା ଚାଲିଥିବା ସୂଚନା ମିଳିଛି। ଏହି ଘଟଣାକୁ ନେଇ ପୋଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀ କହିଛନ୍ତି, ଘର ତିଆରି ନେଇ ଜଣେ ବ୍ୟକ୍ତିଙ୍କ ଠାରୁ ଦାଦାବଟି ନେଉଥିଲା […]

  • Friday, 02 July 2021
two sister died
ମିଳିଲା ୨ ଭଉଣୀଙ୍କ ମୃତଦେହ, ବ୍ରିଜ୍‌ ଉପରେ ସ୍କୁଟି ରଖି ନଦୀକୁ ଡେଇଁ ପଡ଼ିଥିଲେ

ବଲାଙ୍ଗିର: ବଲାଙ୍ଗିର ଜିଲ୍ଲା ତୁସୁରା ଥାନା ତେଲ ନଦୀ ବ୍ରିଜ୍‌ରୁ ନଦୀକୁ ଡେଇଁ ପଡ଼ି ନିଖୋଜ ଥିବା ଦୁଇ ଭଉଣୀଙ୍କ  ମୃତଦେହ ଉଦ୍ଧାର ହୋଇଛି। ଆଜି ପ୍ରଥମେ ସାନ ଭଉଣୀ ଓ ପରେ ବଡ଼ ଭଉଣୀର ମୃତଦେହ ଉଦ୍ଧାର ହୋଇଛି। ଦୁଇ ଦିନ ପରେ ଆଜି ସୋନପୁର ଜିଲ୍ଲା ତରଭା ଥାନା ଅନ୍ତର୍ଗତ ବଡତେଣ୍ଡା ଗାଁ ନିକଟସ୍ଥ ନଦୀ କୂଳରୁ ସାନ ଭଉଣୀ ଆଞ୍ଚଲ ଅଗ୍ରୱାଲଙ୍କ ମୃତଦେହ ଉଦ୍ଧାର ହୋଇଥିଲା। ଏହାପରେ ବଡ଼ଭଉଣୀ ଅନମୋଲ ଅଗ୍ରୱାଲଙ୍କ ମୃତଦେହ […]

  • Friday, 02 July 2021
garbhabati
ଖରାପ ରାସ୍ତା ପାଇଁ ପୁଣି ହନ୍ତସନ୍ତ ହେଲେ ଗର୍ଭବତୀ

ସୁବର୍ଣ୍ଣପୁର: ପୁଣି ଜନନୀ ଯନ୍ତ୍ରଣାର ନଗ୍ନ ଚିତ୍ର ସାମ୍ନାକୁ ଆସିଛି। ଖରାପ ରାସ୍ତା ପାଇଁ ଗାଁକୁ ଅମ୍ବୁଲାନ୍ସ ଯାଇପାରିଲାନି ଯେଉଁଥିପାଇଁ ଗୋଟେ କିଲୋମିଟର ବାଟ ଚାଲି ଚାଲି ଜଣେ ଗର୍ଭବତୀ ଯାଇଛନ୍ତି। ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ସୁବର୍ଣ୍ଣପୁର ଜିଲ୍ଲା ତରଭା ଅଞ୍ଚଳରେ। ତରଭା ବ୍ଲକ ବଡମାଲ ନନ୍ଦପାଲି ଗାଁର ବାସନ୍ତୀ କୁମ୍ଭାରଙ୍କ ଗର୍ଭ ଯନ୍ତ୍ରଣା ହେବା ପରେ ୧୦୮ ଆମ୍ବୁଲାନ୍ସ ଡକାଯାଇଥିଲା। ହେଲେ ଗାଁ ରାସ୍ତା ଅତ୍ୟନ୍ତ ଖରାପ ଥିବାରୁ ଗାଁକୁ ଆମ୍ବୁଲାନ୍ସ ଯାଇପାରିଲାନି। […]

  • Friday, 02 July 2021
BJP-BJD-Odisha-Bypoll
ବିଜେଡି ବିରୋଧରେ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ଫେରାଦ ହେଲା ବିଜେପି

ଭୁବନେଶ୍ୱର: ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ଫେରାଦ ହେଲା ରାଜ୍ୟ ବିଜେପି। ତିର୍ତ୍ତୋଲରେ ବିଜେଡି କୋଭିଡ୍ ନିୟମ ଓ ନିର୍ବାଚନ ଆଚରଣ ବିଧି ଉଲଂଘନ କରିଥିବା ଅଭିଯୋଗ କରିଛି ଦଳ। ତିର୍ତ୍ତୋଲ ବିଜେଡି ପ୍ରାର୍ଥୀଙ୍କ ନାମାଙ୍କନ ସମୟରେ ଏବଂ ଅନ୍ୟ ଏକ କର୍ମୀ ସମ୍ମିଳନୀରେ ଶାସକ ଦଳ ନିୟମ ଭାଙ୍ଗିଥିବା ବିଜେପି ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟି ଅଭିଯୋଗ କରିଛି। ବିଜେପି ସାଧାରଣ ସମ୍ପାଦିକା ଲେଖାଶ୍ରୀ ସାମନ୍ତସିଂହାରଙ୍କ ନେତୃତ୍ୱରେ ଏକ ଟିମ୍ ଫେରାଦ ଇସିଙ୍କ ପାଖରେ ଫେରାଦ […]

  • Friday, 02 July 2021
chatara-jatra
ଛତର ଯାତ୍ରାକୁ ନେଇ ସୁପ୍ରିମକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ

କଳାହାଣ୍ଡି: କଳାହାଣ୍ଡି ଜିଲ୍ଲା ଭବାନୀପାଟଣାର ପ୍ରସିଦ୍ଧ ଛତର ଯାତ୍ରା ପ୍ରସଙ୍ଗରେ ସୁପ୍ରିମକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ ଆସିଛି।  ଓଡ଼ିଶା ହାଇକୋର୍ଟଙ୍କ ନିର୍ଦ୍ଦେଶ ଉପରେ ଅନ୍ତରୀଣ ସ୍ଥଗିତାଦେଶ ଲଗାଇଛନ୍ତି ସୁପ୍ରିମକୋର୍ଟ। ସୁପ୍ରିମକୋର୍ଟଙ୍କ ସ୍ଥଗିତାଦେଶ ପରେ ଛତରଯାତ୍ରା ନେଇ କଳାହାଣ୍ଡି ଜିଲ୍ଲାପାଳ ସୂଚନା ଦେଇଛନ୍ତି। ଛତର ଯାତ୍ରା କୋଭିଡ୍ କଟକଣା ନିୟମ ମାନି ଆୟୋଜନ ହେବ ଏବଂ  ଜନସମାଗମକୁ ବାରଣ କରାଯିବ ବୋଲି ସେ କହିଛନ୍ତି। ସୂଚନାଯୋଗ୍ୟ, ଛତର ଯାତ୍ରା ଓଡ଼ିଶାର କଳାହାଣ୍ଡି ଜିଲ୍ଲାର ଏକ ପାରମ୍ପରିକ ପର୍ବ। ଏହି ପର୍ବଟି […]

  • Friday, 02 July 2021
aparajita
ଓଟିଭି ବିରୋଧରେ ସରକାରଙ୍କ ଆକ୍ରୋଶମୂଳକ କାର୍ଯ୍ୟାନୁଷ୍ଠାନ ପ୍ରସଙ୍ଗ: ଦୃଢ଼ ନିନ୍ଦା କଲେ ଅପରାଜିତା

ଭୁବନେଶ୍ୱର: ଓଟିଭି ବିରୋଧରେ ସରକାରଙ୍କ ଆକ୍ରୋଶମୂଳକ କାର୍ଯ୍ୟାନୁଷ୍ଠାନ ପ୍ରସଙ୍ଗରେ ସରକାରଙ୍କ ଆଚରଣକୁ ଦୃଢ଼ ନିନ୍ଦା କରିଛନ୍ତି ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ। ଗଣମାଧ୍ୟମ ଦେଶର ଚତୁର୍ଥ ସ୍ତମ୍ଭ, ତେଣୁ ସରକାରଙ୍କର ଏଭଳି ଆଚରଣ ନିନ୍ଦନୀୟ ବୋଲି କହିଛନ୍ତି ଅପରାଜିତା। ଏଭଳି ଲୋକପ୍ରିୟ ଚ୍ୟାନେଲକୁ ହଇରାଣ କରିବା ଆଦୌ ଠିକ୍ ନୁହେଁ। ସମସ୍ତେ ସୀମା ଭିତରେ ରହିବା ଉଚିତ୍। ଯଦି କୌଣସି ଚ୍ୟାନେଲ ଦୁର୍ନୀତି ପଦାକୁ ଆଣୁଛି ତାକୁ ସ୍ୱାଗତ କରିବା ଦରକାର ବୋଲି ସାଂସଦ କହିଛନ୍ତି। ତେବେ […]

  • Friday, 02 July 2021
bhadrak
ଜୀବନ ଭୟରେ ଥାନା ଆଗରେ ରାତ୍ରିଯାପନ କଲା ପରିବାର

ଭଦ୍ରକ: ଜୀବନ ଭୟରେ ସାରା ରାତି ଥାନା ଆଗରେ ରାତ୍ରିଯାପନ କଲେ ଗୋଟିଏ ପରିବାର। ପୋଲିସ ବି କିଛି ସହାୟତା କଲାନି, ବରଂ ସକାଳ ହେବା ପରେ ହିଁ ଆସିବାକୁ କହିଥିବା ପୀଡ଼ିତ ଅଭିଯୋଗ କରିଛନ୍ତି। ଏଭଳି ଘଟଣା ଘଟିଛି ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ଥାନାରେ। ମାଳଦା ପଞ୍ଚାୟତ ରାମପୁର ଗାଁର ଏକ ରାସ୍ତା ନିର୍ମାଣକୁ କେନ୍ଦ୍ର କରି ଏପରି ବିବାଦ ସୃଷ୍ଟି ହୋଇଛି। ଗାଁର ସୁରେନ୍ଦ୍ର ଜେନା ଅଭିଯୋଗ କରିଛନ୍ତି, ତାଙ୍କ ବ୍ୟକ୍ତିଗତ ଜାଗାରେ ଗାଁ […]

  • Friday, 02 July 2021
hati-chua-mruta
ହାତୀ ଛୁଆ ମୃତ

କେନ୍ଦୁଝର: କେନ୍ଦୁଝର ବନଖଣ୍ଡ ଭୂୟାଁ ଜୁଆଙ୍ଗପୀଢ଼ ଫରେଷ୍ଟ ରେଞ୍ଜ ନଡାପାଣି ଗାଁ ନିକଟସ୍ଥ ଜଙ୍ଗଲରୁ ଏକ ଛୁଆ ହାତୀର ମୃତଦେହ ଉଦ୍ଧାର ହୋଇଛି। ମୃତ ହାତୀର ବୟସ ପ୍ରାୟ ୨ ବର୍ଷ ହେବ ବୋଲି ଅନୁମାନ କରାଯାଉଛି। ସୂଚନା ଅନୁସାରେ, ଗତକାଲି ହାତୀର ମୃତଦେହ ଜଙ୍ଗଲରେ ପଡିଥିବା ଗାଁ ଲୋକେ ଦେଖି ବନବିଭାଗକୁ ଖବର ଦେଇଥିଲେ। ଆଜି ସକାଳେ ବନବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ହାତୀର ଶବ ବ୍ୟବଛେଦ ପାଇଁ ପଠାଇଛନ୍ତି। ବ୍ୟବଛେଦ ରିପୋର୍ଟ ଆସିଲେ ମୃତ୍ୟୁର […]

  • Friday, 02 July 2021
ELECTION
ଉପନିର୍ବାଚନରେ ରାଜନୈତିକ ସଭା ନେଇ ଗାଇଡଲାଇନ ଜାରି

ଭୁବନେଶ୍ୱର: ଉପନିର୍ବାଚନରେ ରାଜନୈତିକ ସଭା ନେଇ ଗାଇଡଲାଇନ ଜାରି ହୋଇଛି। ରାଜନୈତିକ ସଭା ନେଇ ଗାଇଡଲାଇନ ଜାରି କରିଛନ୍ତି ସ୍ୱତନ୍ତ୍ର ରିଲିଫ୍ କମିଶନର। ଜାରି ହୋଇଥିବା ଗାଇଡ୍‌ଲାଇନ୍‌ ଅନୁସାରେ, କୌଣସି ହଲ୍, ସଭାଗୃହରେ ମିଟିଂ କଲେ ୫୦% ଲୋକଙ୍କୁ ଅନୁମତି ମିଳିବ। ହଲ୍‌ରୁ ୫୦% ସିଟ୍ ପାଇଁ ସର୍ବାଧିକ ୨ଶହ ଲୋକଙ୍କୁ ଅନୁମତି ଦିଆଯିବ ବୋଲି ଗାଇଡ୍‌ଲାଇନ୍‌ରେ ଉଲ୍ଲେଖ ରହିଛି। ତେବେ ମିଟିଂ ହଲ୍‌ରେ ସବୁଲୋକ ମାସ୍କ ପିନ୍ଧିବେ, ସାମାଜିକ ଦୂରତ୍ୱ ରଖିବା ସହିତ ସମସ୍ତଙ୍କର ଥର୍ମାଲ […]

  • Friday, 02 July 2021
cm-nveen
ପୁରୀ ଗସ୍ତ ବେଳେ ମୁଖ୍ୟମନ୍ତ୍ରୀଙ୍କୁ କଳା ପତାକା ପ୍ରଦର୍ଶନ

ପୁରୀ: ମୁଖ୍ୟମନ୍ତ୍ରୀଙ୍କ ପୁରୀ ଗସ୍ତବେଳେ ବିଭିନ୍ନ ସ୍ଥାନରେ କଳା ପତାକା ପ୍ରଦର୍ଶନ। ସହରର ୩ଟି ଜାଗାରେ କଳା ପତାକା ଦେଖାଇ ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ବିରୋଧ କରିଥିଲେ ପୁରୀର କଂଗ୍ରେସ କର୍ମୀ। ପ୍ରଥମେ ଅଠରନଳା, ପରେ ବଗଲା ଧର୍ମଶାଳା ଏବଂ ଏହାପରେ ବଳଗଣ୍ଡି ଛକରେ କଳା ପତାକା ଦେଖାଇ ବିକ୍ଷୋଭ ପ୍ରଦର୍ଶନ କରିଥିଲେ କଂଗ୍ରେସ କର୍ମୀ। ଅଠରନଳା ନିକଟରେ ୧୦ରୁ ଅଧିକ ଯୁବକ କଳା ପତାକା ପ୍ରଦର୍ଶନ କରିଥିବା ଦେଖିବାକୁ ମିଳିଥିଲା। କଳା ପତାକା ଧରି କାର୍‌କେ ସାମ୍ନାକୁ […]

  • Friday, 02 July 2021
serological
ମାଲକାନଗିରି ପୌରାଞ୍ଚଳରେ ସେରୋଲୋଜିକାଲ୍‌ ସର୍ଭେ

ମାଲକାନଗିରି: ଗତ ୬, ୭ ଓ ୮ ତାରିଖରେ ମାଲକାନଗିରି ପୌରାଞ୍ଚଳରେ ସେରୋଲୋଜିକାଲ୍‌ ସର୍ଭେ ହୋଇଥିଲା। ୧୬୧୩ ଲୋକଙ୍କଠାରୁ ସାମ୍ପଲ୍‌ ସଂଗ୍ରହ କରାଯାଇ ପରୀକ୍ଷା ହୋଇଥିଲା। ୧୦୧୮ ରାଣ୍ଡମ ବେସିସ ଓ ୫୯୫ ହାଇରେସିଓ ସାମ୍ପଲ ସଂଗ୍ରହ ହୋଇଥିଲା। ଜିଲ୍ଲା ପ୍ରଶାସନ ଓ ଆରଏମ୍‌ଆରସି ସହଯୋଗରେ ଟେଷ୍ଟ କରାଯାଇଥିଲା। ଆଜି ସୁଦ୍ଧା ମାଲକାନଗିରି ଜିଲ୍ଲାରେ ୪୪୩୩ ଜଣ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ସେଥିରୁ ୧୩ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୪୦୧୪ ଜଣ ଆରୋଗ୍ୟ ହୋଇ ଘରକୁ […]

  • Friday, 02 July 2021
naveen-pic
ମୁଖ୍ୟମନ୍ତ୍ରୀଙ୍କ ୧୯ ମିନିଟ୍‌ର ବନ୍ୟାଞ୍ଚଳ ଉଡାଣ ରହସ୍ୟ: ୫ଟି ବିଷୟରେ ମଗାଗଲା ସ୍ପଷ୍ଟୀକରଣ

ଭୁବନେଶ୍ୱର: ବନ୍ୟାଞ୍ଚଳରେ ମୁଖ୍ୟମନ୍ତ୍ରୀଙ୍କ ୧୯ ମିନିଟ୍‌ର ଉଡ଼ାଣ ରହସ୍ୟ ଉପରୁ କେବେ ଉଠିବ ପର୍ଦ୍ଦା? କେବେ ନିରବତା ଭାଙ୍ଗିବ ସିଏମ୍ଓ? ଓଟିଭିରେ ଖବର ପ୍ରସାରଣର ୩ ଦିନ ପରେ ଆଜି ଏହି ପ୍ରସଙ୍ଗକୁ ନେଇ ସିଧା ମୁଖ୍ୟମନ୍ତ୍ରୀଙ୍କଠୁ ୫ଟି ବିଷୟରେ ସ୍ପଷ୍ଟୀକରଣ ମାଗିଛି ଓଡ଼ିଶା ସୂଚନା ଅଧିକାର ଅଭିଯାନ। ସିଧା ମୁଖ୍ୟମନ୍ତ୍ରୀଙ୍କ ଠାରୁ ଓଡ଼ିଶା ସୂଚନା ଅଧିକାର ଅଭିଯାନ ୫ଟି ବିଷୟରେ ସ୍ପଷ୍ଟୀକରଣ ଲୋଡ଼ିଛି। ଆଉ ସେସବୁ ହେଉଛି ମୁଖ୍ୟମନ୍ତ୍ରୀ ହେଲିକପ୍ଟରରେ ପ୍ରକୃତରେ ବନ୍ୟାଞ୍ଚଳ ପରିଦର୍ଶନ କରିଥିଲେ […]

  • Friday, 02 July 2021
j
ନାଗାର୍ଜୁନ ବେଶ ପାଇଁ ଖୋଲିବ କି ଶ୍ରୀମନ୍ଦିର ?

ପୁରୀ: ନଭେମ୍ବର ୧ରୁ ଆରମ୍ଭ ହେଉଛି ଧର୍ମମାସ କାର୍ତ୍ତିକ। ତା’ସହ ସେହି ମାସ ୨୭ରେ ପଡୁଛି ଦୁର୍ଲଭ ନାଗାର୍ଜୁନ ବେଶ। ତେଣୁ ଶୀଘ୍ର ଶ୍ରୀମନ୍ଦିର ଖୋଲିବା ସହ ମହାପ୍ରଭୁଙ୍କ ଦର୍ଶନ ପାଇଁ ଭକ୍ତ ଆତୁର ହେଲେଣି। ହେଲେ କରୋନାର କୋପ କମି ନଥିବାରୁ ଅଧିକାଂଶ ସେବାୟତ ନିଯୋଗ ମନ୍ଦିର ନଖୋଲିବାକୁ ମତ ରଖିବା ସହ ଅନଲାଇନ୍‌ରେ ପତିତପାବନଙ୍କ ଦର୍ଶନ ବ୍ୟବସ୍ଥା କରାଇବାକୁ କହିଛନ୍ତି। ହେଲେ ଛତିଶା ନିଯୋଗ ନାୟକ ଏବଂ ଆଉ କିଛି ସେବାୟତ କିନ୍ତୁ ନାଗାର୍ଜୁନ […]

  • Friday, 02 July 2021
rain
୨୦ରୁ ପ୍ରବଳ ବର୍ଷା; ସମ୍ଭାବ୍ୟ ବନ୍ୟା ପରିସ୍ଥିତିର ମୁକାବିଲା ନେଇ ଗଞ୍ଜାମରେ ପ୍ରସ୍ତୁତି ବୈଠକ

ଭୁବନେଶ୍ୱର: ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ପ୍ରଭାବରେ ୧୯ରୁ ୨୧ ଯାଏଁ ବର୍ଷା ସମ୍ଭାବନା ରହିଛି। ୧୯ ତାରିଖରେ ରାଜ୍ୟର ୫ଟି ଜିଲ୍ଲାକୁ ପ୍ରବଳ ବର୍ଷା ସମ୍ଭାବନା ଥିବାରୁ ଏସବୁ ଜିଲ୍ଲାକୁ ୟେଲୋ ଓ୍ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ। ୧୯ରୁ ମାଲକାନଗିରି, କୋରାପୁଟ, ରାୟଗଡ଼ା, ଗଞ୍ଜାମ, ଗଜପତି ଜିଲ୍ଲାରେ ପ୍ରବଳି ବର୍ଷିବା ନେଇ ପୂର୍ବାନୁମାନ କରାଯାଇଛି। ସେହିଭଳି ୨୦ ତାରିଖରେ ଗଞ୍ଜାମ, ଗଜପତି ଜିଲ୍ଲାକୁ ଅତି ପ୍ରବଳ ବର୍ଷା ଆଲର୍ଟ ସହ ଅରେଞ୍ଜ ଓ୍ୱାର୍ଣ୍ଣିଂ ଜାରି ହୋଇଛି। […]

  • Friday, 02 July 2021
jj
ପୋଲିସକୁ ଏକ ବଡ଼ ସଫଳତା, ୧୧ ଜଣିଆ ଡକାୟତି ଗ୍ୟାଙ୍ଗ୍ ଗିରଫ

ଭୁବନେଶ୍ୱର: ଯାଜପୁର ଜିଲ୍ଲା ଧର୍ମଶାଳା ପୋଲିସକୁ ଏକ ବଡ଼ ଧରଣର ସଫଳତା ମିଳିଛି। ୧୧ ଜଣିଆ ବଡ଼ ଡକାୟତି ଗ୍ୟାଙ୍ଗକୁ  ଗିରଫ କରିଛି ପୋଲିସ। ସେମାନଙ୍କ ଠାରୁ ନଗଦ ୫ଲକ୍ଷ ୮୯ ହଜାର ଟଙ୍କା ସହ ୭୬ ଗ୍ରାମ ସୁନା, ୧୨କେଜି ରୂପା, ଗୋଟିଏ ବନ୍ଧୁକ ଏବଂ ବିଭିନ୍ନ ମାରଣାସ୍ତ୍ର ଜବତ କରାଯାଇଛି। ଗତ ୬ ତାରିଖ ରାତିରେ ଧର୍ମଶାଳା ଥାନା ଅନ୍ତର୍ଗତ ବ୍ରହ୍ମବରଦାଠାରେ ଏକ ଜୁଏଲାରୀ ବ୍ୟବସାୟୀ ଦୋକାନ ବନ୍ଦ କରି ଘରକୁ ଫେରୁଥିଲେ। ଏହି […]

  • Friday, 02 July 2021
୫ କି.ମି. ପିଛା କରି ଗାଡ଼ିକୁ ଧରିଲା ପୋଲିସ୍‌, ମିଳିଲା ଏମିତି ଜିନିଷ...

ଲମତାପୁଟ: ରାତିରେ ପାଟ୍ରୋଲିଂ ବେଳେ ଏକ ନମ୍ବର ନ ଥିବା ଗାଡ଼ିକୁ ପୋଲିସ୍‌ ୫ କି.ମି. ପର୍ଯ୍ୟନ୍ତ ପିଛା କରି ଶେଷରେ ଗାଡ଼ିକୁ ଅଟକାଇଥିଲେ। ପରେ ଜଣାପଡ଼ିଥିଲା ଯେ, ଏଥିରେ ଲକ୍ଷାଧିକ ଟଙ୍କାର ଗଞ୍ଜେଇ ଚାଲାଣ ହେଉଥିଲା। ଆନ୍ଧ୍ରପ୍ରଦେଶରୁ ଜୟପୁରକୁ ଏକ ନମ୍ବର ନ ଥିବା ଗାଡ଼ିରେ ଗଞ୍ଜେଇ ଚାଲାଣ ହେଉଥିବାବେଳେ ମାଛକୁଣ୍ଡ ପୋଲିସ୍ ଗାଡ଼ିକୁ ପିଛା କରି ସହ ୭ କ୍ୱିଣ୍ଟାଲ୍‌ ୧୨ କିଲୋଗ୍ରାମ ଓଜନର ଗଞ୍ଜେଇ ଜବତ କରିଛି। ତେବେ ଅନ୍ଧାର ରାତି ହୋଇଥିବାରୁ […]

  • Friday, 02 July 2021
auto
ଗାଡିରେ ଛଟପଟ ହେଉଥିଲେ ଗର୍ଭବତୀ, ରାସ୍ତା ଛାଡିଲେନି ଲୋକେ

କେନ୍ଦୁଝର : କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଅଞ୍ଚଳରେ ପୁଣି ଜନନୀ ଯନ୍ତ୍ରଣା। ମହୁଲଡିହା  ଥାନା ଧାତିକିଡିହାର ଜଣେ ମହିଳା ଅଟୋରେ ପ୍ରସବ କରିଛନ୍ତି। ଗାଁର ଚକ୍ରଧର ମଢ଼େଇଙ୍କ ପତ୍ନୀ ପ୍ରସବ ଯନ୍ତ୍ରଣା ଅନୁଭବ କରିଥିଲେ ତେଣୁ ପରିବାର ଲୋକେ ତାଙ୍କୁ ଏକ ଅଟୋରେ ବ୍ୟାରେଜ ରାସ୍ତାରେ ଆନନ୍ଦପୁର ମେଡିକାଲକୁ ନେଇ ଆସିବା ବାଟରେ ତାଙ୍କର ପ୍ରସବ ହୋଇଛି। ବାଟରେ ଥିବା ରିଲାଏନ୍ସ ପେଟ୍ରୋଲ ପମ୍ପ ପାଖରେ ଟ୍ରାଫିକ ଜାମ୍ ଯୋଗୁଁ ଅଟୋ ଟି ଫସି ଯାଇଥିଲା। ଅଟୋ […]

  • Friday, 02 July 2021