• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Miscellaneous Updates

film-hall
କେନ୍ଦ୍ରର ଅନୁମତି ପରେ ବି ହଲ୍ ଖୋଲିବାରେ ଅସୁବିଧା କେଉଁଠି?

ଭୁବନେଶ୍ୱର: କରୋନାକୁ ପିଠି କରି କଟକଣା ସହ ଧିରେ ଧିରେ ସବୁ ଖୋଲୁଛି। ହାଟ ବଜାରରେ ଗହଳି ବଢୁଛି।  ହେଲେ ସିନେମା ହଲ୍ ଏବେ ବି ବନ୍ଦ। ଭୁବନେଶ୍ୱରର କେଶରୀ ଟକିଜ୍‌ରେ ଲାଗିଥିବା ଏ ପୋଷ୍ଟର। ୧୩ ମାର୍ଚ୍ଚରେ ଏଠି ରିଲିଜ୍ ହେବାର ଥିଲା ଏ ସିନେମା ଅଂଗ୍ରେଜି ମିଡିୟମ୍। ହେଲେ ମହାମାରୀ କରୋନା ପାଇଁ ସେଇ ଦିନଠୁ ରାଜ୍ୟର ସବୁ ସିନେମା ହଲ୍ ବନ୍ଦ ଯେ କେବେ ଖୋଲିବ ସେ ଖବର କାହା ପାଖରେ ନାହିଁ। […]

  • Saturday, 03 July 2021
ଜାତୀୟ ରାଜପଥ କାମ ତୁରନ୍ତ ସାରିବାକୁ ଜିଲ୍ଲାପାଳଙ୍କ ଚେତାବନୀ

କେନ୍ଦୁଝର: କେନ୍ଦୁଝର ଜିଲ୍ଲାର ଲାଇଫ୍ ଲାଇନ୍ କୁହାଯାଉଥିବା ଏବଂ ଜିଲ୍ଲା ମଧ୍ୟ ଦେଇ ଯାଇଥିବା ଜାତୀୟ ରାଜପଥ ୨୧୫ ଓ ୪୯ର ମରାମତି ସହ ଉନ୍ନତୀକରଣ କାମକୁ ଯୁଦ୍ଧକାଳୀନ ଭିତ୍ତିିରେ ଶେଷ କରିବା ପାଇଁ କୁହାଯାଇଛି। ଯଦି ଏହି କାର୍ଯ୍ୟ ତୁରନ୍ତ ଶେଷ ନ ହୁଏ ତେବେ ରାସ୍ତାରେ ଯଦି ଧନଜୀବନ ହାନି ହୁଏ ଏଥିପାଇଁ ଜାତୀୟ ରାଜପଥ କର୍ତ୍ତୃପକ୍ଷ ଦାୟୀ ରହିବେ ବୋଲି ଜିଲ୍ଲାପାଳ ଚେତାବନୀ ଦେଇଛନ୍ତି। ଏଥିସହ କର୍ତ୍ତୃୃପକ୍ଷଙ୍କ ବିରୋଧରେ କୋର୍ଟ ଆଇନଗତ କାର୍ଯ୍ୟାନୁଷ୍ଠାନ […]

  • Saturday, 03 July 2021
heavy rain
ଆଜି ୧୨ ଜିଲ୍ଲାରେ ପ୍ରବଳ ବର୍ଷା ହୋଇପାରେ

ଭୁବନେଶ୍ୱର: ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପ ସାଗରରେ ସୃଷ୍ଟ ଲଘୁଚାପ ଯୋଗୁ ଓଡ଼ିଶା ଉପକୂଳ ଏବଂ ଦକ୍ଷିଣ ଓଡ଼ିଶାରେ ୨ ଦିନ ଧରି ବର୍ଷା ଜାରି ରହିଛି। ଆଜି ୧୨ ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଏହି ଜିଲ୍ଲା ଗୁଡ଼ିକ ହେଲା-କଳାହାଣ୍ଡି, କନ୍ଧମାଳ, ବଲାଙ୍ଗିର, ବରଗଡ଼, ବୌଦ୍ଧ, ଗଞ୍ଜାମ, ପୁରୀ, ସୁବର୍ଣ୍ଣପୁର, ନୟାଗଡ଼, ରାୟଗଡ଼ା, କେନ୍ଦୁଝର ଓ ମୟୂରଭଞ୍ଜ। ଏହିସବୁ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ଏପରି ପାଗ ଆସନ୍ତା ୫ ତାରିଖ ଯାଏ […]

  • Saturday, 03 July 2021
ସାବଧାନ ! ପେଟ୍ରୋଲ ପମ୍ପରୁ ପେଟ୍ରୋଲ ବଦଳରେ ବାହାରୁଛି ପାଣି !

ନୟାଗଡ଼: ପେଟ୍ରୋଲ ପମ୍ପରେ ପେଟ୍ରୋଲ ପକାଇବା ବେଳେ ସାବଧାନ ! କାରଣ ଲୋକମାନଙ୍କ ଆଖିରେ ଧୂଳି ଦେଇ ପେଟ୍ରୋଲ ବଦଳରେ ପାଣି ମିଶାଯାଉଛି। ନୟାଗଡ ଜିଲ୍ଲାରୁ ଏଭଳି ଅଭିଯୋଗ ଆସିଛି। ଶରଣକୂଳ ଥାନା ଅନ୍ତର୍ଗତ ଶିଖରପୁରରେ ଥିବା ଏକ ପେଟ୍ରୋଲ ପମ୍ପରେ ପେଟ୍ରୋଲ ବଦଳରେ ପାଣି ମିଶା ଯାଉଥିବା ଅଭିଯୋଗ ହୋଇଛି। ସୂଚନା ଅନୁସାରେ, ଗତକାଲି ରାତିରେ ଜଣେ ବ୍ୟକ୍ତି ପେଟ୍ରୋଲ ପମ୍ପରେ ପେଟ୍ରୋଲ ପକାଇବା ପରେ ତାଙ୍କର ଗାଡ଼ି ଆଉ ଷ୍ଟାର୍ଟ ହେଲାନାହିଁ। ଟାଙ୍କି ଫୁଲ୍‌ […]

  • Saturday, 03 July 2021
lightning 2
କଟକ ଓ ଭୁବନେଶ୍ୱରକୁ ବର୍ଷା, ଘଡ଼ଘଡ଼ି ୱାର୍ଣିଂ

ଭୁବନେଶ୍ୱର: ଟ୍ୱିନ୍‌ ସିଟି କଟକ ଓ ଭୁବନେଶ୍ୱରରେ ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା ନେଇ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରିଛି। ଆଗାମୀ ୨/୩ ଘଣ୍ଟା ପର୍ଯ୍ୟନ୍ତ ଘଡ଼ଘଡ଼ି ସହ ବର୍ଷା ହୋଇପାରେ ବୋଲି ସୂଚନା ମିଳିଛି। ବର୍ଷା ଯୋଗୁ ରାସ୍ତା ଖସଡ଼ା ହୋଇପାରେ। ପାଣି ଜମିବା ସହ ରାସ୍ତା ଦୃଶ୍ୟମାନ ନ ହୋଇପାରେ। ତେଣୁ ଲୋକମାନଙ୍କୁ ସତର୍କ ରହିବାକୁ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ପରାମର୍ଶ ଦିଆଯାଇଛି। ଏହାସହ […]

  • Saturday, 03 July 2021
ganja seized
ଭୁବନେଶ୍ୱର ପାଲଟିଛି କି ନିଶା କାରବାରର ପେଣ୍ଠସ୍ଥଳ ? ଲକ୍ଷାଧିକ ଟଙ୍କାର ଗଞ୍ଜେଇ, ବ୍ରାଉନ ସୁଗର୍‌ ଜବତ

ଭୁବେନେଶ୍ୱର: ରାଜଧାନୀ ଭୁବନେଶ୍ୱର ପାଲଟିଛି କି ନିଶା କାରବାରର ପେଣ୍ଠସ୍ଥଳ ? ଆଜି ଗୋଟିଏ ଦିନରେ ୫୦ ଲକ୍ଷ ଟଙ୍କାର ଗଞ୍ଜେଇ ଓ ୩୦ ଲକ୍ଷ ଟଙ୍କାର ବ୍ରାଉନ ସୁଗର୍‌ ଜବତ ହେବାପରେ ଏହାକୁ ନେଇ ଚର୍ଚ୍ଚା ଜୋର ଧରିଛି। ଭୁବନେଶ୍ୱର-ଖୋର୍ଦ୍ଧା ରୋଡ୍ ଗୋଡ଼ିପଡ଼ା ଟୋଲ୍‌ଗେଟ୍‌ ନିକଟରୁ ୭ କ୍ୱିଣ୍ଟାଲ୍‌ ଗଞ୍ଜେଇ ଜବତ ହୋଇଛି। ଯାହାର ଆନୁମାନିକ ମୂଲ୍ୟ ୫୦ ଲକ୍ଷ ଟଙ୍କା ହେବ। ଏକ ଟ୍ରକ୍‌ରେ ନଡ଼ିଆ କତା ଭିତରେ ଲୁଚାଯାଇ ଏହି ଗଞ୍ଜେଇ ଚାଲାଣ କରାଯାଉଥିଲା। […]

  • Saturday, 03 July 2021
online game
ଅନ୍‌ଲାଇନ୍‌ ଗେମ୍‌ ଜାଲରେ ମେଧାବୀ ଛାତ୍ର, ଟଙ୍କା ହାରିବା ପରେ ଜୀବନ ହାରିଲେ

କେନ୍ଦୁଝର: କାଳ ହେଲା ମୋବାଇଲ୍‌ରେ ଅନ୍‌ଲାଇନ୍‌ ଗେମ୍‌ ଖେଳିବା। ବାପାମା’ଙ୍କ ବ୍ୟାଙ୍କ୍‌ ଆକାଉଣ୍ଟରୁ ପାଖାପାଖି ଲକ୍ଷେ ଟଙ୍କା ଚାଲିଯିବା ପରେ ଶେଷରେ ଜୀବନ ହାରିଲେ ୧୪ ବର୍ଷୀୟ ମେଧାବୀ ଛାତ୍ର। ଅନ୍‌ଲାଇନ୍‌ରେ ପାଠ ପଢ଼ିବା ପାଇଁ ପରିବାର ଲୋକେ ଫୋନ୍ ଦେଇଥିଲେ। ହେଲେ ଅନ୍‌ଲାଇନ୍‌ ଗେମ୍‌ ଖେଳି ଟଙ୍କା ହାରିବା ପରେ ସମ୍ପୃକ୍ତ ଛାତ୍ର ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। କେନ୍ଦୁଝର ଜିଲ୍ଲା ଯୋଡ଼ା ସହର କମାରଯୋଡ଼ାରେ ଏହି ଘଟଣାକୁ ନେଇ ଏବେ ଚାଞ୍ଚଲ୍ୟ।  ସୂଚନା ଅନୁସାରେ, […]

  • Saturday, 03 July 2021
assembly
ବିଧାନସଭାରେ ଉଠିଲା ହାଥରସ୍‌ ପ୍ରସଙ୍ଗ; କଂଗ୍ରେସର ନାରାବାଜି

ଭୁବନେଶ୍ୱର: ବିଧାନସଭା ମୌସୁମୀ ଅଧିବେଶନର ଆଜି ଚତୁର୍ଥ ଦିନରେ ଗୃହରେ ଉଠିଲା ଉତ୍ତରପ୍ରଦେଶ ହାଥରସ ପ୍ରସଙ୍ଗ ।କଂଗ୍ରେସ ନେତା ରାହୁଲ ଗାନ୍ଧୀ ଓ ପ୍ରିୟଙ୍କା ଗାନ୍ଧୀଙ୍କୁ ମାଡ ମରାଯାଇଛି ଓ ଗିରଫ କରାଯାଇଛି। ଗଣତନ୍ତ୍ର କେଉଁ ସ୍ତରକୁ ଗଲାଣି ବୋଲି ପ୍ରଶ୍ନ କରି କଂଗ୍ରେସ ସଦସ୍ୟମାନେ ହୋହଲ୍ଲା କରିଥିଲେ। ପ୍ରଧାନମନ୍ତ୍ରୀ ମୋଦି ଓ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀଙ୍କ ବିରୋଧରେ ବିଧାନସଭାରେ ସ୍ଲୋଗାନ ଦେଇଥିଲେ କଂଗ୍ରେସ ବିଧାୟକ । ଯୋଗୀ ମୋଦି ହାଏ ହାଏ…ବୋଲି ସ୍ଲୋଗାନ ଦେଇଥିଲେ । […]

  • Saturday, 03 July 2021
otv
‘କୋଭିଡ୍ ଦୁର୍ନୀତି ସମ୍ପର୍କିତ ଖବର ଦେଖାଉଥିବାରୁ ଓଟିଭିକୁ ଟାର୍ଗେଟ୍ କରୁଛନ୍ତି ନବୀନ ସରକାର’

ଭୁବନେଶ୍ୱର: କୋଭିଡ୍ ଦୁର୍ନୀତି ସମ୍ପର୍କିତ ଖବର ଦେଖାଉଥିବାରୁ ଓଟିଭିକୁ ଟାର୍ଗେଟ୍ କରୁଛନ୍ତି ନବୀନ ସରକାର। ଆଜି ଏକ ପ୍ରେସ୍ ରିଲିଜ୍ ଜରିଆରେ ଏହା କହିଛନ୍ତି ଓଟିଭି ଏମ୍‌ଡି ଜଗି ମଙ୍ଗତ ପଣ୍ଡା। ପ୍ରେସ୍ ରିଲିଜ୍‌ରେ ସେ ଦର୍ଶାଇଛନ୍ତି ଯେ, ନବୀନ ସରକାରଙ୍କ ସହ ଅନୁବନ୍ଧିତ କିଛି ଓଡ଼ିଆ ଟିଭି ଚ୍ୟାନେଲ୍ ତାଙ୍କ ଓ ତାଙ୍କ ପରିବାର ବିରୋଧରେ ଦଳିତ ନିର୍ଯାତନା ଅଭିଯୋଗ ନେଇ ଏତଲା ଦିଆଯାଇଥିବା ଖବର ପ୍ରସାରଣ କରୁଛନ୍ତି। ତେବେ ସେଥିରେ ଯେଉଁ ଅଭିଯୋଗ ଅଣାଯାଇଛି ତାହା […]

  • Saturday, 03 July 2021
missile
ଉତ୍‌କ୍ଷେପଣ ହେଲା ‘ମଣି ବିଜୟ’ ମିସାଇଲ୍

ବାଲେଶ୍ୱର: ଉତ୍‌କ୍ଷେପଣ ହେଲା ମଣି ବିଜୟ ମିସାଇଲ୍। ଭଦ୍ରକ ଅବଦୁଲ କାଲାମ ଦ୍ୱୀପରୁ ମଧ୍ୟାହ୍ନ ୧୨ଟା ୧୦ ମିନିଟ୍ ସମୟରେ ନମ୍ବର ଲଞ୍ଚପ୍ୟାଡରୁ ମିସାଇଲ୍ ଉତ୍‌କ୍ଷେପଣ ହୋଇଛି। ୧୪୦ କେଜି ଓଜନ ବିଶିଷ୍ଟ ଏହି ମିସାଇଲ ଫାଇଟର୍ ଜେଟରୁ ଭୂପୃଷ୍ଠକୁ ନିକ୍ଷେପ ହୋଇପାରିବ। ଏହାର ଲକ୍ଷ୍ୟଭେଦ କ୍ଷମତା ରହିଛି ୧୦୦ରୁ ୧୨୫ କିଲୋମିଟର୍। ବେଶ୍ କୌଶଳ ସହ ଶତ୍ରୁ ପକ୍ଷର ରାଡାରକୁ ଚକମା ଦେଇ ଲକ୍ଷ୍ୟ ଭେଦରେ ମାହିର ରହିଛି ଏହି ମିସାଇଲ୍। ଡିଆରଡିଓ ପକ୍ଷରୁ ଏହାକୁ […]

  • Saturday, 03 July 2021
rainfall
୮ ଯାଏଁ ବର୍ଷିବ, କାଲି ପର୍ଯ୍ୟନ୍ତ ୧୬ ଜିଲ୍ଲାକୁ ୱାର୍ଣ୍ଣିଂ

ଭୁବନେଶ୍ୱର: ୮ ଯାଏଁ ବର୍ଷାଠୁ ନିସ୍ତାର ନାହିଁ। କାଲି ପର୍ଯ୍ୟନ୍ତ ୧୬ ଜିଲ୍ଲାରେ ପ୍ରବଳ ବର୍ଷିବ। ଏ ନେଇ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ। ଏ ନେଇ ତଳିଆ ଅଞ୍ଚଳ ପ୍ରତି ସତର୍କ ଦୃଷ୍ଟି ରଖିବାକୁ ଜିଲ୍ଲାପାଳମାନଙ୍କୁ SRC ନିର୍ଦ୍ଦେଶ ଦେଇଛନ୍ତି। ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ କ୍ଷେତ୍ର ପ୍ରଭାବରେ ରାଜ୍ୟରେ ବର୍ଷା ଜାରି ରହିଛି। ୮ ତାରିଖ ପର୍ଯ୍ୟନ୍ତ ରାଜ୍ୟର ଅଧିକାଂଶ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା ରହିଛି। ତେବେ କାଲି ସକାଳ ୮ଟା […]

  • Saturday, 03 July 2021
aulbum
ବିଡିଓଙ୍କ ଆଲ୍‌ବମ୍‌ ଭିଡିଓକୁ ନେଇ ଚର୍ଚ୍ଚା; ପେଷା ଓ ଅଭିନୟ ନିଶା ଭିତରେ ବିବାଦରେ ସରକାରୀ ବାବୁ

ମାଲକାନଗିରି: ପେଶାରେ ସରକାରୀ ଚାକିରୀଆ କିନ୍ତୁ ନିଶା ତାଙ୍କର ଅଭିନୟ କରିବା। ଏଭଳି ପେଶା ଆଉ ନିଶାକୁ ନେଇ ଚର୍ଚ୍ଚାକୁ ଆସିଛନ୍ତି ଉପାନ୍ତ ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବ୍ଲକର ବିଡିଓ ଲରେମାନ୍ ଖରସେଲ। କାରଣ ଜଣେ ନାୟିକାଙ୍କ ସହ ଏକ ରୋମାଣ୍ଟିକ୍ ଆଲବମ୍‌ରେ ତାଙ୍କୁ ଆଜିକାଲି ଦେଖିବାକୁ ମିଳିଛି। ପୁରା ପୋଖତ ଅଭିନେତା ଭଳି ଅଭିନୟ ବି କରୁଛନ୍ତି ଲରେମାନ। କିନ୍ତୁ ଏହାକୁ ନେଇ ବିବାଦ ବି ଛିଡ଼ା ହୋଇଥିବା କୁହାଯାଉଛି। ଏହି ଭିଡ଼ିଓ ଆଲବମ୍‌ରେ ତାଙ୍କ […]

  • Saturday, 03 July 2021
ବାଇକ୍‌ରେ ଗାଁକୁ ଯାଉଥିଲେ, ଚଢ଼ିଗଲା ଟ୍ରକ୍‌

ତେଲକୋଇ: କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ଥାନା ଅନ୍ତର୍ଗତ ନାରଣପୁର-ବ୍ରାହ୍ମଣୀପାଳ ରାସ୍ତାର ଭଗାମୁଣ୍ଡା ଆଶ୍ରମ ବିଦ୍ୟାଳୟ ସମ୍ମୁଖରେ ଗତକାଲି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି।  ୧୨ ଚକିଆ ଟ୍ରକ୍ ଏକ ବାଇକ୍‌ ଉପରେ ଚଢ଼ି ଯିବା ଫଳରେ ଘଟଣାସ୍ଥଳରେ ୨ଜଣ ବାଇକ୍‌ ଆରୋହୀଙ୍କ ମୃତ୍ୟୁ ଘଟିଛି। ମୃତକମାନେ ହେଲେ ଭଗାମୁଣ୍ଡା ଗାଁର ସଞ୍ଜୀବ ମହାରଣା ଓ ପିଣ୍ଟୁ ପାତ୍ର। ସେମାନେ ହରିଚନ୍ଦନପୁରରୁ ନିଜ ଗାଁକୁ ଫେରୁଥିବାବେଳେ ଭଗାମୁଣ୍ଡା ଆଶ୍ରମ ବିଦ୍ୟାଳୟ ସମ୍ମୁଖରେ ବିପରୀତ ଦିଗରୁ ଆସୁଥିବା ଏକ ଟ୍ରକ୍ […]

  • Saturday, 03 July 2021
pradeep-maharthy
ପ୍ରଦୀପ ମହାରଥୀଙ୍କ ବିୟୋଗରେ ଶୋକ ପ୍ରକାଶ କଲେ ବିଶିଷ୍ଟ ବ୍ୟକ୍ତି

ଭୁବନେଶ୍ୱର: ବରିଷ୍ଠ ବିଜେଡି ନେତା ତଥା ପିପିଲି ବିଧାୟକ ପ୍ରଦୀପ ମହାରଥୀଙ୍କ ପରଲୋକରେ ରାଜ୍ୟପାଳ, ମୁଖ୍ୟମନ୍ତ୍ରୀଙ୍କଠୁ ଆରମ୍ଭ କରି ବିଶିଷ୍ଟ ବ୍ୟକ୍ତି ଶୋକ ପ୍ରକାଶ କରିଛନ୍ତି। ମହାରଥୀଙ୍କୁ ବିଜେଡିର ଜଣେ ଟାଣୁଆ ନେତା ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି। ଏହାସହ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ପ୍ରଦୀପ ମହାରଥୀଙ୍କ ଶେଷକୃତ୍ୟ ସମ୍ପନ୍ନ ହେବା ନେଇ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି। Hon’ble Governor condoles the sad demise of Hon’ble MLA & Ex Minister Pradeep […]

  • Saturday, 03 July 2021
ଓଲଟି ପଡ଼ିଲା ଶ୍ରମିକଙ୍କୁ ନେଇ ଯାଉଥିବା ବସ୍‌

ମାଲକାନଗିରି: ଶ୍ରମିକଙ୍କୁ ନେଇ ଯାଉଥିବା ଏକ ବସ୍‌ NH- ୩୨୬ ଚମ୍ପାଖାରି ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇଛି। ଭାରସାମ୍ୟ ହରାଇ ବସ୍‌ଟି ଓଲଟି ପଡ଼ିବା ଫଳରେ ୭ ଜଣ ଶ୍ରମିକ ଗୁରୁତର ଭାବେ ଆହତ ହୋଇଛନ୍ତି। ଆଜି ସକାଳେ ଏହି ଦୁର୍ଘଟଣା ଘଟିଛି। ଗୁରୁତରଙ୍କୁ ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ସୂଚନା ଅନୁସାରେ, ବସ୍‌ଟି ୨୭ ଜଣ ଶ୍ରମିକଙ୍କୁ ନେଇ ସୋନପୁରରୁ ତାମିଲନାଡୁ ତ୍ରିଚୁର ଜିଲ୍ଲା ଅଭିମୁଖେ ଯାତ୍ରା କରୁଥିଲା। ଏହି ସମୟରେ ବସ୍‌ଟି NH- […]

  • Saturday, 03 July 2021
nandankanan-cvr
ଖୋଲିଲା ନନ୍ଦନକାନନ ପ୍ରାଣୀ ଉଦ୍ୟାନ

ଭୁବନେଶ୍ୱର: ଦୀର୍ଘ ୭ ମାସ ପରେ ଖୋଲିଲା ଭୁବନେଶ୍ୱର ନନ୍ଦନକାନନ ପ୍ରାଣୀ ଉଦ୍ୟାନ। ଆଜି ସକାଳ ୮ଟାରୁ ଏହା ପର୍ଯ୍ୟଟକଙ୍କ ପାଇଁ ଖୋଲା ରହିଛି। କାଉଣ୍ଟର ସମେତ ଅନଲାଇନ ଯୋଗେ ଟିକଟ ବିକ୍ରି ହେଉଛି। ଆଜି ଛୁଟି ଦିନ ଥିବାରୁ ପର୍ଯ୍ୟଟକ ମାନେ ଆସି ଏଠାରେ ଭିଡ ଜମାଇବେ ବୋଲି ଆଶା ରଖାଯାଉଛି। ସେପଟେ ସ୍ୱଚ୍ଛତା ଓ ସାମାଜିକ ଦୂରତ୍ୱକୁ ଗୁରୁତ୍ୱ ଦେଇଛନ୍ତି ନନ୍ଦନକାନନ କତ୍ତୃପକ୍ଷ। ନନ୍ଦନକାନନ ପରିସରକୁ ବିଶୋଧନ କରିବା ଲାଗି ଯଥେଷ୍ଟ ପରିମାଣର ହ୍ୟାଣ୍ଡ […]

  • Saturday, 03 July 2021
family-cover
ସୁନା ସଂସାରକୁ ଭାଙ୍ଗିଦେଲା କରୋନା, ଗୋଟିଏ ପରିବାରର ୪ଭାଇ ମୃତ

ଖଲିକୋଟ(ସିଲୁ ବିଶ୍ୱାଳ): ତିନି ମାସ ମଧ୍ୟରେ ଅନାଥ ହୋଇଗଲା ଏକ ବଡ଼ ଯୌଥ ପରିବାର। ମହାମାରୀ ବିପତ୍ତି ବେଳେ ମୁରବୀ ବିହିନ ହୋଇଯାଇଛି ଗଞ୍ଜାମ ବେଗୁନିଆପଡ଼ା ଅଙ୍ଗାରଗାଁର ଧବଳେଶ୍ୱର ସାହୁଙ୍କ ପରିବାର।  ଜଣ ଜଣ କରି ଚାରି ଭାଇ ଆଗ ପଛ ହୋଇ ଆରପାରିକୁ ଚାଲିଯାଇଛନ୍ତି।  ଏବେ ସଂସାର ବୋଝକୁ କେମିତି ସହିବ ପୁରୁଷ ଶୂନ୍ୟ ପରିବାର ସେ ନେଇ ଚିନ୍ତା। ପ୍ରଥମେ ସାନ ଭାଇ କୃଷ୍ଣଚନ୍ଦ୍ରଙ୍କ ମୃତ୍ୟୁ ହୋଇଥିଲା। ଏହାର ମାତ୍ର ତିନିଦିନ ପରେ କରୋନା […]

  • Saturday, 03 July 2021
pradeep-moharthy
ପଞ୍ଚଭୂତରେ ଲୀନ ହେଲା ମହାରଥୀଙ୍କ ପାର୍ଥିବ ଶରୀର

ପୁରୀ: ପଞ୍ଚଭୂତରେ ଲୀନ ହେଲା ମହାରଥୀଙ୍କ ପାର୍ଥିବ ଶରୀର। ପୁରୀ ସ୍ୱର୍ଗଦ୍ୱାରରେ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ମହାରଥୀଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଛି। ପୁଅ ରୁଦ୍ର ମୁଖାଗ୍ନି ଦେଇଥିବା ବେଳେ ଝିଅ ପଲ୍ଲବୀ ଓ ଜ୍ୱାଇଁ ଅର୍ଦ୍ଧେନ୍ଦୁ ଉପସ୍ଥିତ ଥିଲେ। ସେଠାରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା। ନିଜର ପ୍ରିୟ ନେତାଙ୍କୁ ଶେଷ ଦର୍ଶନ କରିବାକୁ ଲୋକାରଣ୍ୟ ହୋଇଥିଲା ସ୍ୱାର୍ଗଦ୍ୱାର। ବିଭିନ୍ନ ଦଳର ନେତା, ମହାରଥୀଙ୍କ ନିର୍ବାଚନମଣ୍ଡଳୀରୁ ଶହ ଶହ ସମର୍ଥକ ଓ ଶୁଭେଚ୍ଛୁ ସ୍ୱର୍ଗଦ୍ୱାରରେ ପହଞ୍ଚିଥିଲେ। ତାଙ୍କ […]

  • Saturday, 03 July 2021
heavy rainfall
୨୪ ଘଣ୍ଟାରେ ୧୭ଟି ଜିଲ୍ଲାରେ ଅତିପ୍ରବଳ ବର୍ଷା !

ଭୁବନେଶ୍ୱର: ଆଉ ୩ ଦିନ ପ୍ରବଳ ବର୍ଷିବ। ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ କ୍ଷେତ୍ର ପ୍ରଭାବରେ ରାଜ୍ୟରେ ବର୍ଷା ଜାରି ରହିଛି। ଆଗାମୀ ୩ ଦିନ ଯାଏଁ ରାଜ୍ୟର ଅଧତ୍କାଂଶ ଜିଲ୍ଲାରେ ବର୍ଷା ଲାଗି ରହିବ। ଆଗାମୀ ୨୪ ଘଣ୍ଟାରେ ୧୭ଟି ଜିଲ୍ଲାରେ ଅତିପ୍ରବଳ ବର୍ଷା ସମ୍ଭାବନା ରହିଛି। ସେହି ଜିଲ୍ଲାଗୁଡିକ ହେଲା- ଗଜପତି, ରାୟଗଡ଼ା, ଗଞ୍ଜାମ, କଳାହାଣ୍ଡି, ବୌଦ୍ଧ, ପୁରୀ, କନ୍ଧମାଳ ବଲାଙ୍ଗିର, ଢେଙ୍କାନାଳ, ଅନୁଗୁଳ, ଖୋର୍ଦ୍ଧା, ବାଲେଶ୍ୱର, ଭଦ୍ରକ, କଟକ, ମୟୂରଭଂଜ, ଜଗତସିଂହପୁର ଓ କେନ୍ଦ୍ରାପଡ଼ା। […]

  • Saturday, 03 July 2021
cctv
ରାଜଧାନୀରେ ମର୍ଡର: ଯୁବକଙ୍କୁ ଗୋଡେଇ ଗୋଡେଇ ହାଣିଲେ

ଭୁବନେଶ୍ୱର: ରାଜଧାନୀରେ ଦୁଇ ପ୍ରହରରେ ମର୍ଡର। ରାସ୍ତା ଉପରେ ଗୋଡେଇ ଗୋଡେଇ ହାଣିଲେ। ଏହି ଘଟଣା ଘଟିଛି ଭୁବନେଶ୍ୱର ସାମନ୍ତରାପୁରରେ। ଜଣେ ଯୁବକ ସେଠାରେ ମିଠା ଦୋକାନ କରିଥିଲେ। ସେଠାରେ ଅନ୍ୟ ଏକ ଦୋକାନୀଙ୍କ ସହ ବ୍ୟବସାୟିକ ଶତ୍ରୁତା ହୋଇଥିଲା। ଏହାକୁ କେନ୍ଦ୍ର କରି ସମ୍ପୃକ୍ତ ମିଠା ଦୋକାନୀଙ୍କୁ ନିର୍ମମ ହତ୍ୟା କରାଯାଇଛି। ରାସ୍ତା ଉପରେ ଗୋଡ଼େଇ ଗୋଡ଼େଇ ମାରଣାସ୍ତ୍ରରେ ହତ୍ୟା କରାଯାଇଛି।  ବ୍ୟାବସାୟିକ ଶତ୍ରୁତାରୁ ହତ୍ୟାକାଣ୍ଡ ଘଟିଥିବା ସନ୍ଦେହ କରାଯାଉଛି। ତେବେ ପ୍ରଥମେ ଆକ୍ରମଣକାରୀ ଜଣକ […]

  • Saturday, 03 July 2021
online-main
ଅପହଞ୍ଚ ଇଲାକାରେ କେମିତି ଚାଲିଛି ଅନ୍‌ଲାଇନ୍ କ୍ଲାସ୍?

ମାଲକାନାଗିରି: ପାହାଡ଼, ପାହାଡ଼ ଉପରେ ମଂଚା, ମଂଚା ଉପରେ ଭବିଷ୍ୟତ। ଗଢ଼ିବା ଚେଷ୍ଟାରେ ଆଦିବାସୀ ମୂଲକର ଭବିଷ୍ୟତ। ଆଉ ଉପାୟ ବା କଣ ? ଗାଁରେ ନେଟ୍ଓ୍ୱାର୍କ ନାହିଁ, ସବୁ ପିଲାଙ୍କ ହାତରେ ସ୍ମାର୍ଟଫୋନ୍ ଧରିବାର ସାମର୍ଥ୍ୟ ବି ନାହିଁ ଯେଉଁଠି ନେଟ୍ଓ୍ୱାର୍କ ଗୋଟିଏ ମୋବାଇଲକୁ ବେଢ଼ି ସେଇଠି ପାଠପଢ଼ା। ବର୍ଷା ନଥିଲା ବେଳେ କେନ୍ଦୁଝର ତେଲକୋଇ ବ୍ଲକ୍‌ର କୃଷ୍ଣପୁର ଗାଁ ପାଖ ଏ ପାହା଼ଡ଼ରେ ଏବେ ଏମିତି ଚାଲୁଛି ଅନ୍ଲାଇନ୍ କ୍ଲାସ୍। ସରକାର ନବୁଝିଲେ ନାଇଁ […]

  • Saturday, 03 July 2021
jspur
ଦାବି ପରେ ବଦଳିଲେ ଜଗତସିଂହପୁର ଜିଲ୍ଲାପାଳ

ଭୁବନେଶ୍ୱର: ବଦଳିଲେ ଜଗତସିଂହପୁର ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର। ସରୋଜ କୁମାର ମିଶ୍ର ହେଲେ ଜଗତସିଂହପୁରର ନୂଆ ଜିଲ୍ଲାପାଳ। ସଂଗ୍ରାମଙ୍କୁ ଜିଏ ଆଣ୍ଡ ପିଜି ଡିପାର୍ଟମେଣ୍ଟର ଓଏସଡି ଭାବେ ନିଯୁକ୍ତି ଦିଆଯାଇଛି। ସଂଗ୍ରାମଙ୍କ ଘର ତିର୍ତ୍ତୋଲ ନିର୍ବାଚନମଣ୍ଡଳୀ ହୋଇଥିବାରୁ କଂଗ୍ରେସ ଆପତ୍ତି ଉଠାଇଥିଲା। ତିର୍ତ୍ତୋଲରେ ଉପନିର୍ବାଚନ ଦୃଷ୍ଟିରୁ ନିର୍ବାଚନ କମିଶନଙ୍କ ପାଖେ କଂଗ୍ରେସ ଫେରାଦ ହୋଇଥିଲା। ତିର୍ତ୍ତୋଲ ବିଧାନସଭା ଆସନରେ ଉପନିର୍ବାଚନ ପାଇଁ ତାରିଖ ଘୋଷଣା ହୋଇଥିବା ବେଳେ ସେଠାରେ ଅବାଧ ଓ ନିରପେକ୍ଷ ନିର୍ବାଚନକୁ ନେଇ […]

  • Saturday, 03 July 2021
Untitled-1
ଟ୍ରମ୍ପଙ୍କ ଆଶୁ ଆରୋଗ୍ୟ କାମନା କଲେ ବାଲୁକା ଶିଳ୍ପୀ ସୁଦର୍ଶନ

ଭୁବନେଶ୍ୱର: ଆନ୍ତର୍ଜାତୀୟ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ତାଙ୍କ ପତ୍ନୀ ମେଲାନିଆ ଟ୍ରମ୍ପଙ୍କ ଆରୋଗ୍ୟ କାମନା କିରଛନ୍ତି। ଏଥିପାଇଁ ସେ ପୁରୀ ବେଳାଭୂମିରେ ଏକ ବାଲୁକା କଳା ମାଧ୍ୟମରେ ଆଶୁ ଆରୋଗ୍ୟ କାମନା କରି ଟ୍ୱିଟ୍ କରିଛନ୍ତି। ଶୁକ୍ରବାର ଦିନ ଟ୍ରମ୍ପଙ୍କ କୋଭିଡ୍ ପରୀକ୍ଷା କରିବା ପରେ ରିପୋର୍ଟ ପଜିଟିଭ୍ ଆସିଥିଲା। ସେବେଠାରୁ ଟ୍ରମ୍ପଙ୍କୁ ୱାଶିଂଟନ୍‌ର ଏକ ସାମରିକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଶ୍ରୀ ପଟ୍ଟନାୟକ ଟ୍ୱିଟରରେ ତାଙ୍କ ବାଲୁକା […]

  • Saturday, 03 July 2021
mahila-thana
ପୁଣି ଥରେ ଓଟିଭି ଅଧିକାରୀଙ୍କୁ ପୋଲିସ୍‌ର ଜେରା

ଭୁବନେଶ୍ୱର: ଭୁବନେଶ୍ୱର ନାବାଳିକା ଗଣଦୁଷ୍କର୍ମ ଅଭିଯୋଗ ମାମଲାରେ ପୁଣି ଓଟିଭି ଅଧିକାରୀଙ୍କୁ ଜେରା। ଓଟିଭି ସିଏଫ୍ଓଙ୍କୁ ମହିଳା ଥାନାକୁ ଡାକି ପଚରାଉଚରା କରିଛି ପୋଲିସ। ତାଙ୍କୁ ଆଜି ସାଢେ ୪ ଘଣ୍ଟା ଧରି ପୋଲିସ ପଚରାଉଚରା କରିଛି। ଗଣଦୁଷ୍କର୍ମ ଅଭିଯୋଗ ମାମଲାରେ ପୂର୍ବରୁ ଓଟିଭିର ବରିଷ୍ଠ ସାମ୍ବାଦିକ ଓ କର୍ମଚାରୀଙ୍କୁ ପୋଲିସ ଥାନାକୁ ଡକାଇ ଘଣ୍ଟା ଘଣ୍ଟା ଧରି ଜେରା କରିଛି, ମାମଲା ସହ ଯେଉଁମାନଙ୍କର କୌଣସି ସମ୍ପର୍କ ବି ନାହିଁ। ତଥାପି ଏହି ମାମଲାର ତଦନ୍ତରେ […]

  • Saturday, 03 July 2021