ଚିତ୍ରକୁଣ୍ଡା: ଜୀବନକୁ ବାଜି ଲଗେଇ ନିଜର କର୍ତ୍ତବ୍ୟ ସଂପାଦନ କରିଥିବା ୨ ଅଙ୍ଗନବାଡ଼ି କର୍ମୀ ଏବେ ଅନ୍ୟମାନଙ୍କ ପାଇଁ ରୋଲ୍ ମଡେଲ୍ ପାଲଟିଛନ୍ତି। ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବ୍ଲକ ରାଳେଗାଡ଼ା ପଞ୍ଚାୟତର ୨ କର୍ମୀ ହେମଲତା ଶୀଶା ଓ ପ୍ରମିଳା ପେନେଲ ଭରା ନଈରେ ପାର ହୋଇ ନିଜର ଦାୟିତ୍ୱ ତୁଲାଇଛନ୍ତି। ବର୍ଷା ଦିନେ ପାଞ୍ଚାୟତର ଅନେକ ଗାଁ ବିଛିନ୍ନ ହୋଇଯାଏ। ଏହି ସମୟରେ ମହିଳା ଓ ଶିଶୁଙ୍କ ସେବା କରିବା ଲାଗି ୨ କର୍ମୀ ଅଣ୍ଟାରେ […]
ଭୁବନେଶ୍ୱର: ନକ୍ସଲ ପ୍ରଭାବିତ ଜିଲ୍ଲାରେ କାର୍ଯ୍ୟରତ ପୋଲିସ୍ଙ୍କୁ ସମ୍ମାନିତ କରିବ ରାଜ୍ୟ ପୋଲିସ୍। ଦୁଇ ବର୍ଷ ଧରି ନକ୍ସଲ ପ୍ରଭାବିତ ଅଞ୍ଚଳରେ ନିଷ୍ଠାପର ଭାବେ କାର୍ଯ୍ୟ କରିଥିବା ୧,୭୦୯ ଜଣ ପୋଲିସ୍ କର୍ମଚାରୀ ଓ ଅଧିକାରୀଙ୍କୁ ‘ଆନ୍ତରିକ ସୁରକ୍ଷା ସେବା ପଦକ’ ପ୍ରଦାନ କରାଯିବ। ଏନେଇ ରାଜ୍ୟ ପୋଲିସ୍ ମହାନିର୍ଦ୍ଦେଶକ ନିର୍ଦ୍ଦେଶ ଦେଇଛନ୍ତି। ଗୃହ ମନ୍ତ୍ରାଳୟ ପକ୍ଷରୁ ଏହି ପଦକ ବ୍ୟବସ୍ଥା ଆରମ୍ଭ କରାଯାଇଥିଲା। ଏହାସହ ପଦକ ପ୍ରଦାନ ଲାଗି ପୋଲିସ୍ ମହାନିର୍ଦ୍ଦେଶକଙ୍କୁ କ୍ଷମତା ପ୍ରଦାନ କରାଯାଇଥିଲା। […]
ଭୁବନେଶ୍ୱର: ତିର୍ତ୍ତୋଲ ଉପନିର୍ବାଚନ ତାରିଖ ଘୋଷଣା ପୂର୍ବରୁ ଓଡ଼ିଶା ସରକାର ତିର୍ତ୍ତୋଲବାସୀଙ୍କୁ ଏକ ଭେଟି ଦେଇଛନ୍ତି। ତିର୍ତ୍ତୋଲ-ପୋଷଳ ଶଙ୍ଖେଶ୍ୱର ରାସ୍ତାର ମହାନଦୀ ଉପରେ ଏକ ଉଚ୍ଚ ସେତୁ ନିର୍ମାଣ କରିବା ପାଇଁ ରାଜ୍ୟ ସରକାର ମଞ୍ଜୁରୀ ଦେଇଛନ୍ତି। ୮୮୮.୮୯ ମିଟର ଦୀର୍ଘ ଏହି ସେତୁ ନିର୍ମାଣ ପାଇଁ ବ୍ୟୟ ଅଟକଳ ୧୧୮.୫୬ କୋଟି ଟଙ୍କା ରହିଛି। ସରକାରଙ୍କ ଅନୁମୋଦନ କ୍ରମେ ଆଜି ଏହି ସେତୁର ଟେଣ୍ଡର ପ୍ରକ୍ରିୟା ଆରମ୍ଭ ହୋଇଛି। ଟେଣ୍ଡର ପ୍ରକ୍ରିୟା ସରିଲା ପରେ ସେତୁ […]
ଭୁବନେଶ୍ୱର: ରାଜ୍ୟର ଦୁଇଟି ବିଧାନସଭା ଆସନରେ ଉପନିର୍ବାଚନ ହେବାକୁ ଥିବା ବେଳେ ସରକାରୀ ଘୋଷଣାକୁ ନେଇ ବିଜେଡିକୁ ଟାର୍ଗେଟ କରିଛି ବିଜେପି। ନିର୍ବାଚନ ବିଜ୍ଞପ୍ତି ପ୍ରକାଶ ପାଇବା ପୂର୍ବରୁ ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳୀ କଥା ମନେପଡ଼େ ବୋଲି ଅଭିଯୋଗ କରିଛନ୍ତି ବିଜେପି ସାଧାରଣ ସଂପାଦକ ପୃଥ୍ବୀରାଜ ହରିଚନ୍ଦନ। ବିଜେପୁର ଉପନିର୍ବାଚନ ବେଳେ ଯାହା ଘୋଷଣା କରିଥିଲେ ତାହା ଏପର୍ଯ୍ୟନ୍ତ ହେଲା ନାହିଁ। ବିଜେଡିର ଚେହେରା ଓ ତାଙ୍କ ନେତାଙ୍କ ଚେହେରା ଲୋକେ ଜାଣିସାରିଲେଣି ଓ ବାଲେଶ୍ୱର ସଦର […]
ଭୁବନେଶ୍ୱର: ବିଧାନସଭା ଅଧିବେଶନ ପୂର୍ବରୁ ହୋଇଛି ସର୍ବଦଳୀୟ ବୈଠକ। ବୈଠକରେ ଗୃହକାର୍ଯ୍ୟ କିଭଳି ହେବ ସେନେଇ ଆଲୋଚନା ହୋଇଛି। ୨୯ ତାରିଖ ଦିନ ୧୧ଟାରେ ଅଧିବେଶନ ଆରମ୍ଭ ହେବ। ପ୍ରଥମ ଦିନ ପ୍ରଥମାର୍ଦ୍ଧରେ ଶୋକ ପ୍ରସ୍ତାବ ପାରିତ ହେବା ପରେ ଗୃହ ମୁଲତବୀ ହେବ। ସେହିଦିନ ଅପରାହ୍ଣ ୩ଟାରୁ ପୁଣି ଗୃହକାର୍ଯ୍ୟ ଆରମ୍ଭ ହୋଇ ୫ଟାରେ ଶେଷ ହେବ। ଅନ୍ୟଦିନ ମାନଙ୍କରେ ଗୃହ କାର୍ଯ୍ୟ ଦିନ ୧୦ଟା ୩୦ରୁ ଆରମ୍ଭ ହୋଇ ଦିନ ୧ଟା ଓ ଦ୍ୱିତୀୟାର୍ଦ୍ଧରେ […]
ଯାଜପୁର: ଆମ୍ବୁଲାନ୍ସ ଧକ୍କାରେ ୩ ବାଇକ୍ ଆରୋହୀ ମୃତ। ନେଉଳପୁର ନିକଟରେ ଆମ୍ବୁଲାନ୍ସ- ବାଇକ୍ ମୁହାଁମୁହିଁ ଧକ୍କାରେ ଚାଲିଗଲା ତିନି ତିନିଟା ଜୀବନ। ଏହି ଦୁର୍ଘଟଣାରେ ବାଇକ୍ ଆରୋହୀ ପୁରୁଷ, ମହିଳା ଓ ଜଣେ ଶିଶୁଙ୍କ ମୃତ୍ୟୁ ହୋଇଛି। ରାସ୍ତା କାମ ଯୋଗୁଁ ଗୋଟିଏ ପଟେ ଗାଡ଼ି ଯାଉଥିବାରୁ ଏପରି ଦୁର୍ଘଟଣା ହୋଇଥିବା ଜଣାପଡିଛି। ତେବେ ଧକ୍କା ଦେବା ପରେ ଆମ୍ୱୁଲାନ୍ସଟି ଭାରସାମ୍ୟ ହରାଇ ରାସ୍ତା ତଳକୁ ଖସିପଡ଼ିଥିଲା। ଦୁର୍ଘଟଣା ପରେ ଡ୍ରାଇଭର ଘଟଣାସ୍ଥଳରୁ ଫେରାର ହୋଇଯାଇଛି। […]
କଟକ: କଲ୍ୟାଣୀନଗରରେ ନାଳରେ ପଶିଗଲା ଚଳନ୍ତା କାର୍। ତାଳଦଣ୍ଡା କେନାଲକୁ ଲାଗି ଯାଇଥିବା ନାଳରେ ପଶିଗଲା କାର୍। କାର ପଶିଯିବା ପରେ ପ୍ରତ୍ୟକ୍ଷଦର୍ଶୀ ପୋଲିସକୁ ଖବର ଦେଇଥିଲେ। ଓଡ୍ରାଫ୍ ଟିମ୍ ଓ ମଧୁପାଟଣା ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି କାର୍ ଚାଳକଙ୍କୁ ଉଦ୍ଧାର କରିଛି। କାରରେ ଏକମାତ୍ର ଚାଳକ ଥିବା ପୋଲିସ ସୂଚନା ଦେଇଛି। ତେବେ ଷଣ୍ଢ ଲଢେଇରୁ ବର୍ତ୍ତିବାକୁ ଯାଇ କାର୍ଟି ଦୁର୍ଘଟଣାର ସମ୍ମୁଖୀନ ହୋଇଥିବା ପ୍ରତକ୍ଷଦର୍ଶୀ ସୂଚନା ଦେଇଛନ୍ତି।
ଭୁବନେଶ୍ୱର: ଓଡ଼ିଶୀ ସଂଗୀତକୁ ଶାସ୍ତ୍ରୀୟ ମାନ୍ୟତା ପାଇଁ କେନ୍ଦ୍ର ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ପ୍ରହ୍ଲାଦ ସିଂ ପଟେଲଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଚିଠି। ଏଥିରେ ମୁଖ୍ୟମନ୍ତ୍ରୀ ଦର୍ଶାଇଛନ୍ତି, ଓଡ଼ିଶୀ ସଙ୍ଗୀତ ୨ ହଜାର ବର୍ଷ ପୁରୁଣା। ଆଉ ଏହା ନିଜସ୍ୱ ଲିଖିତ ଶାସ୍ତ୍ର ଓ ସ୍ୱତନ୍ତ୍ର ରାଗ ଉପରେ ଆଧାରିତ। ଏହାର ଶୈଳୀ ହିନ୍ଦୁସ୍ତାନୀ ଓ କର୍ଣ୍ଣାଟକୀ ସଙ୍ଗୀତଠାରୁ ସମ୍ପୂର୍ଣ୍ଣ ଅଲଗା ଅଟେ। ଭାରତୀୟ ସଂସ୍କୃତି ଉପରେ ମଧ୍ୟ ଓଡ଼ିଶୀ ସଙ୍ଗୀତର ପ୍ରଭାବ ରହିଛି। ଓଡ଼ିଶୀ ସଙ୍ଗୀତକୁ ଶାସ୍ତ୍ରୀୟ […]
ଭୁବନେଶ୍ୱର:ଆସନ୍ତା ୨୯ରୁ ଆରମ୍ଭ ହେଉଛି ବିଧାନସଭାର ମୌସୁମୀ ଅଧିବେଶନ। ଅକ୍ଟୋବର ୭ ତାରିଖ ଯାଏ ଚାଲିବ ଏହି ଅଧିବେଶନ । ବିଧାନସଭା ଗୃହ କାର୍ଯ୍ୟ କଭରେଜ୍ ଲାଗି ଯଥା ସମ୍ଭବ କମ୍ ଗଣମାଧ୍ୟମ ପ୍ରତିନିଧିଙ୍କୁ ଛଡ଼ାଯିବ ବୋଲି ନିଷ୍ପତ୍ତି ହୋଇଛି । ଏ ନେଇ ବିଧାନସଭା ସୁରକ୍ଷା ଅଧିକାରୀଙ୍କ ପକ୍ଷରୁ ଗଣମାଧ୍ୟମ ସଂସ୍ଥାକୁ କୁହାଯାଇଛି । ଏଥି ସହିତ ବିଧାନସଭା କଭରେଜ କରୁଥିବା ସମସ୍ତ ଗଣମାଧ୍ୟମ ପ୍ରତିନିଧିଙ୍କ କରୋନା ଟେଷ୍ଟ କରାଯିବ ବୋଲି ମଧ୍ୟ କୁହାଯାଇଛି। ଯେଉଁ […]
ଭୁବନେଶ୍ୱର: ବିଧାନସଭାର ମୌସୁମୀ ଅଧିବେଶନରେ କେମିତି ଚାଲିବ ଗୃହ କାର୍ଯ୍ୟ ? ଏନେଇ ସର୍ବଦଳୀୟ ବୈଠକ ଡାକି ସମସ୍ତଙ୍କୁ ସୂଚନା ଦେବା ସହ ସଦସ୍ୟଙ୍କ ସହ ଆଲୋଚନା କରିଛନ୍ତି ବାଚସ୍ପତି । ଆସନ୍ତା ୨୯ ତାରିଖ ଦିନ ୧୧ଟାରେ ଆରମ୍ଭ ହେବେ ଅଧିବେଶନ । ପ୍ରଥମ ଦିନ ପ୍ରଥମାର୍ଦ୍ଧରେ ଶୋକ ପ୍ରସ୍ତାବ ପାରିତ ହେବା ପରେ ଗୃହ ମୁଲତବୀ ହେବ ଏହାପରେ ସେହିଦିନ ଅପରାହ୍ଣ ୩ଟାରୁ ପୁଣି ଗୃହକାର୍ଯ୍ୟ ଆରମ୍ଭ ହୋଇ ୫ଟାରେ ଶେଷ ହେବ। ଅନ୍ୟଦିନରେ […]
ଭୁବନେଶ୍ୱର: ଓଟିଭି ଏମଡିଙ୍କ ବିରୋଧରେ ପୁଣି ଏକ ଅଭିଯୋଗ। ଏଥର ଅଭିଯୋଗ ଆଣିଛନ୍ତି ଖୋର୍ଦ୍ଧା ଜିଲ୍ଲା ସାରୁଅ, ଜୟ ମଙ୍ଗଳ ଏବଂ ଗୌଡ଼ପୁଟ ଗାଁର ଲୋକେ। ଖୋର୍ଦ୍ଧା ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହେବା ସହ ସେମାନଙ୍କ ଚାଷ ଜମିକୁ ରାସ୍ତା ଛାଡ଼ୁନଥିବା ଅଭିଯୋଗ ଆଣିଛନ୍ତି। ରାସ୍ତା ନଥିବାରୁ ଚାଷ ଜମିକୁ ସେମାନେ ଯାଇପାରୁନାହାନ୍ତି। ଏପରିକି ଜମି ଜବରଦଖଲ ନେଇ ମଧ୍ୟ କିଛି ଲୋକ ଧମକ ଦେଉଥିବା ଅଭିଯୋଗ ପତ୍ରରେ ଦର୍ଶାଇଛନ୍ତି ସଂପୃକ୍ତ ଗାଁର ଲୋକେ। ସେପଟେ ଏଭଳି ଅଭିଯୋଗକୁ […]
ଭୁବନେଶ୍ୱର: କାର ପାର୍କିଂ ପାଇଁ ଉଚ୍ଛେଦ। ଭୁବନେଶ୍ୱର ୟୁନିଟ-୨ ମାର୍କେଟ ବିଲ୍ଡିଂ କଡରେ ନିର୍ମାଣାଧିନ ବହୁତଳ କାର ପାର୍କିଂର ଅଗ୍ରଗତିରେ ବାଧା ସୃଷ୍ଟି କରୁଥିବା ୨୪ଟି ଉଠା ଦୋକାନୀଙ୍କ ବେଆଇନ ନିର୍ମାଣ ଉଛେଦ କଲା ବିଏମ୍ସି। ପୋଲିସର ସହାୟତାରେ ନେଇ ବୁଲଡୋଜର ଲଗାଇ ଉଛେଦ କରିଛ ବିଏମ୍ସି। ସେପଟେ ଏହି ଉଚ୍ଛେଦକୁ ବେଆଇନ ଦର୍ଶାଇଛି ନିଖିଳ ଉତ୍କଳ ଉଠାଦେକାନ କ୍ଷୁଦ୍ର ବ୍ୟବସାୟୀ ସଂଘ। ହାଇକୋର୍ଟଙ୍କ ନିର୍ଦ୍ଦେଶ ଅବମାନନା କରି ବିଏମସି ଉଚ୍ଛେଦ କରିଥିବା ସଂଘ ଅଭିଯୋଗ କରିଛି। […]
ଭୁବନେଶ୍ୱର: ବିଜେପି କାର୍ଯ୍ୟକର୍ତ୍ତା ଘୋଷଣା କଲେ ସଭାପତି ଜେପି ନଡ୍ଡା। ପୂର୍ବଭଳି ଉପାଧ୍ୟକ୍ଷ ପଦ ବଜାୟ ରଖିଲେ ବୈଜୟନ୍ତ ପଣ୍ଡା। ନଡ୍ଡାଙ୍କ ଟିମରେ ୧୨ ଉପସଭାପତି, ୮ ସାଧାରଣ ସଂପାଦକ। କାହାଙ୍କୁ ମିଳିଲା କେଉଁ ଦାୟିତ୍ୱ:- ରମଣ ସିଂହ, ବସୁନ୍ଧରା ରାଜେ ସିନ୍ଧିଆ, ରାଧାମୋହନ ସିଂ, ବୈଜୟନ୍ତ ପଣ୍ଡା, ରଘୁବର ଦାସ, ମୁକୁଲ ରାୟ, ରେଖା ବର୍ମା, ଅନ୍ନପୂର୍ଣ୍ଣା ଦେବୀ, ଭାରତୀବେନ୍ ସିୟାଲ, ଡିକେ ଅରୁଣା, ଏମ୍. ଚୌବା ଏଓ, ଅବଦୁଲ୍ଲା କୁଟ୍ଟିଙ୍କୁ ଉପାଧ୍ୟକ୍ଷ ଦାୟିତ୍ୱ ମିଳିଛି। […]
କଟକ: ଅପରାଧିକ ମାମଲାରେ ଜଡ଼ିତ ରାଜନେତାଙ୍କ ବଢିଲା ଅଡୁଆ। ରାଜ୍ୟରେ ରାଜନେତାଙ୍କ ବିରୋଧରେ କେଉଁ କୋର୍ଟରେ କଣ ମାମଲା ରହିଛି ଏହାର ସବିଶେଷ ତଥ୍ୟ ମାଗିଛନ୍ତି ହାଇକୋର୍ଟ। ଏ ସମ୍ପର୍କରେ ନିଜ ଆଡୁ ଏକ ମାମଲା ରୁଜୁ କରି ସମସ୍ତ ପ୍ରତିପକ୍ଷଙ୍କୁ ନୋଟିସ ଜାରି କରିଛନ୍ତି କୋର୍ଟ। ପୂର୍ବତନ ଓ ବର୍ତ୍ତମାନର ସମସ୍ତ ସାସଂଦ ଏବଂ ବିଧାୟକଙ୍କ ବିଷୟରେ ତଥ୍ୟ ଦେବାକୁ ଆଡଭୋକେଟ ଜେନରାଲଙ୍କୁ ହାଇକୋର୍ଟ କହିଛନ୍ତି। ରାଜନେତାଙ୍କ ବିରୋଧରେ ଥିବା ମାମଲାର ତ୍ୱରିତ ବିଚାର ପାଇଁ […]
ଭୁବନେଶ୍ୱର: ବିଧାନସଭା ଅଧିବେଶନ ପାଇଁ ବିଜେପି ବିଧାୟକ ଦଳର ବୈଠକ ବସିଥିଲା। ୱେବିନାର ଭିଡିଓ କନଫରେନ୍ସିଂ ଜରିଆରେ ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିର ଅଧିବେଶନରେ କେଉଁସବୁ ପ୍ରସଙ୍ଗକୁ ନେଇ ସରକାରୀଙ୍କୁ ପ୍ରଶ୍ନ କରାଯିବ ସେ ନେଇ ରଣନୀତି ପ୍ରସ୍ତୁତ କରିଥିଲା ଦଳ। ଏଥର ବିଧାନସଭାରେ ବିଦ୍ୟୁତ ଦର ବୃଦ୍ଧି, ବନ୍ୟା, ବଗଲା ଧର୍ମଶାଳା ବିକ୍ରିକୁ ମୁଖ୍ୟ ପ୍ରସଙ୍ଗ କରିବ ବିଜେପି। ତା ସହିତ କୋଭିଡ ପରିଚାଳନା, ପ୍ରବାସୀ ଓଡ଼ିଆ ଶ୍ରମିକଙ୍କ ସମସ୍ୟା, ନୂଆ ଓଡ଼ିଶା ୟୁନିଭର୍ସିଟି ଆଇନ, ପିଏମ୍ […]
ଖୋର୍ଦ୍ଧା: ଗ୍ୟାସ ସିଲିଣ୍ଡରରୁ ନିଆଁ ଲାଗି ୬ ଜଣ ପୋଡ଼ି ହୋଇ ଗୁରୁତର ହୋଇଛନ୍ତି। ଖୋର୍ଦ୍ଧା ବେଗୁନିଆ ଥାନା ଗଡ଼ମାଣିତ୍ରୀ ଗାଁରେ ଘଟିଛି ଏଭଳି ଅଘଟଣ। ଆହତମାନେ ସମସ୍ତେ ଗୋଟିଏ ପରିବାରର। ଆହତମାନଙ୍କ ମଧ୍ୟରୁ ୩ ମହିଳା ଜଣେ ଶିଶୁ ସମେତ ୬ ଗୁରୁତର ହୋଇଛନ୍ତି। ଘରେ ଗ୍ୟାସ ଚୁଲା ନଜଳିବାରୁ ସଜାଡ଼ିବା ବେଳେ ଅଘଟଣ ଘଟିଥିଲା। ସମସ୍ତ ୬ ଗୁରୁତର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଆଜି ସନ୍ଧ୍ୟା ୭ରୁ ୮ଟା ବେଳେ ବେଗୁନିଆ […]
ପୁରୀ: ଶ୍ରୀକ୍ଷେତ୍ରରେ ରଥଯାତ୍ରା ବେଳେ ଛାତ ଉପରୁ ରଥଯାତ୍ରା ଦେଖିପାରିବେନି ଲୋକେ। ଆଜି ଏନେଇ ସ୍ପଷ୍ଟ ସୂଚନା ରଖିଛି ଜିଲ୍ଲା ପ୍ରଶାସନ। ବଡ଼ଦାଣ୍ଡର ଉଭୟ ପାର୍ଶ୍ୱର ଘର, ଲଜ୍ ଏବଂ ହୋଟେଲ ଛାତରେ ରଥଯାତ୍ରା ଦେଖିବା ଉପରେ କଟକଣା ଲାଗିଛି। ଯେହେତୁ…
ବୌଦ୍ଧ: ବୌଦ୍ଧ ଜିଲ୍ଲା ଡେପୁଟି କଲେକ୍ଟର ଶରତ ବାଗ୍ ନିଜ ସମ୍ପର୍କୀୟଙ୍କ ସହ ମିଶି ପତ୍ନୀଙ୍କୁ ମାଡ଼ ମାରିଥିବା ଅଭିଯୋଗ ହୋଇଛି। ସୂଚନା ଅନୁସାରେ, କୌଣସି କାମରେ ଝାରସୁଗୁଡ଼ା ଯାଇଥିବା ସମୟରେ ଶରତ ବାଗ୍ଙ୍କ ପତ୍ନୀ ତାଙ୍କ ପିଛା କରିଥିଲେ। ସେଠାରେ ପତି ପତ୍ନୀଙ୍କ ମଧ୍ୟରେ ବଚସା ହୋଇଥିଲା, ପରେ ସମ୍ପର୍କୀୟଙ୍କ ସହ ମିଶି ଶରତ ବାଗ୍ ମାଡ଼ ମାରିଥିବା ନେଇ ପତ୍ନୀଙ୍କ ପକ୍ଷରୁ ବିଟିଏମ ଫାଣ୍ଡିରେ ଅଭିଯୋଗ ହୋଇଛି। ଅଭିଯୋଗକୁ ଆଧାର କରି ପୋଲିସ ମାମଲା ରୁଜୁ […]
ଭୁବନେଶ୍ୱର: କୋଭିଡ୍ କଟକଣା ଭିତରେ ଅକ୍ଟୋବର ମାସରୁ ଓଡ଼ିଶାର ସମସ୍ତ ପର୍ଯ୍ୟଟନସ୍ଥଳୀ ଖୋଲିବାକୁ ଯୋଜନା ରହିଛି। ଏ ନେଇ ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ ସୂଚନା ଦେଇଛନ୍ତି। ସେ କହିଛନ୍ତି, କରୋନାରେ ପର୍ଯ୍ୟଟନ ବିଭାଗ ସବୁଠୁ ଅଧିକ କ୍ଷତିଗ୍ରସ୍ତ ହୋଇଛି। ତେଣୁ ଅକ୍ଟୋବରରୁ ପର୍ଯ୍ୟଟନସ୍ଥଳୀ ଖୋଲିବାକୁ ଯୋଜନା ରହିଛି। ତେବେ ମନ୍ଦିର ପ୍ରଶାସନ ଓ ଆଇନ ବିଭାଗ ମନ୍ଦିର ଖୋଲିବା ଉପରେ ନିଷ୍ପତ୍ତି ନେବେ ବୋଲି ପର୍ଯ୍ୟଟନ ମନ୍ତ୍ରୀ କହିଛନ୍ତି।
କୋରାପୁଟ: ପୋଲିସ୍କୁ ଆକ୍ରମଣ ଅଭିଯୋଗରେ ୫ ଗିରଫ। କୋରାପୁଟ ଜିଲ୍ଲା କାକରିଗୁମ୍ମା ଥାନା ଅନ୍ତର୍ଗତ ଗୌଡ଼ଗୁଡ଼ାରେ ଟିପର ଧକ୍କାରେ ଜଣେ ବାଇକ ଚାଳକଙ୍କ ମୃତ୍ୟୁ ହୋଇଥିଲା। ଯାହାକୁ ନେଇ ଉତ୍ତେଜନା ପ୍ରକାଶ ପାଇଥିଲା। ଘଟଣାକୁ ନେଇ ଉତ୍ତ୍ୟକ୍ତ ଲୋକ ରାସ୍ତା ଅବରୋଧ…
ପୁରୀ: ବିଶ୍ୱ ପର୍ଯ୍ୟଟନ ଦିବସରେ ଅର୍କକ୍ଷେତ୍ର କୋଣାର୍କକୁ ଗଡ଼ିଲା ‘ମୋ ବସ୍’। ବିଶ୍ୱ ଐତିହ୍ୟ ପର୍ଯ୍ୟଟନସ୍ଥଳୀକୁ ମୋ ବସ୍ ସେବା ଆରମ୍ଭ ହେବା ପରେ ପର୍ଯ୍ୟଟକମାନେ ବିଶେଷ ଭାବେ ଉପକୃତ ହେବେ ବୋଲି ଆଶା କରାଯାଉଛି। ଭୁବନେଶ୍ୱର ମାଷ୍ଟର କ୍ୟାଣ୍ଟିନରୁ ଆଜି ସକାଳ ୬ଟା ୩୦ରୁ ବାହାରି କୋଣାର୍କରେ ସକାଳ ୧୦ଟାରେ ପହଞ୍ଚିଥିଲା ମୋ ବସ୍। କୋଭିଡ୍ ଗାଇଡ୍ଲାଇନ୍ସକୁ ପାଳନ କରି ଯାତ୍ରୀମାନେ ବସ୍ରେ ଯାତ୍ରା କରିଛନ୍ତି। ସେହିପରି ପୁରୀ ବଡ଼ଦାଣ୍ଡରୁ ଭୁବନେଶ୍ୱର ଅଭିମୁଖେ ମଧ୍ୟ ମୋ […]
ମାଲକାନଗିରି: ବର୍ଷ ବର୍ଷର ଦାବି ପରେ ଶେଷରେ ପୂରଣ ହେଲା ସ୍ୱାଭିମାନ ଅଞ୍ଚଳବାସୀ ଆଶା। ଏଣିକି ନିଜ ଅଞ୍ଚଳରେ ଉତ୍ତମ ସ୍ୱାସ୍ଥ୍ୟ ସେବା ପାଇବେ ଲୋକେ। ମାଲକାନଗିରି ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ୱାଭିମାନ ଅଞ୍ଚଳରେ ୪ଜଣ ଡାକ୍ତରଙ୍କୁ ନିଯୁକ୍ତି ମିଳିଛି। ସପ୍ତାହରେ ପାଳିକରି ଏହି ଡାକ୍ତରମାନେ ଚିତ୍ରକୋଣ୍ଡା, ଜାନବାଇ ଓ ଯୋଡ଼ାଆମ୍ବ ହସ୍ପିଟାଲରେ ସ୍ୱାସ୍ଥ୍ୟସେବା ଯୋଗାଇବେ। ମାଲକାନଗିରି ମୁଖ୍ୟ ଚିକିତ୍ସାଳୟର ଦୁଇ ଜଣ MBBS ଓ ଦୁଇ ଜଣ ବିଶେଷଜ୍ଞ ଡକ୍ଟରଙ୍କୁ ସ୍ୱାଭିମାନ ଅଞ୍ଚଳରେ ନିଯୁକ୍ତି କରିଛି […]
ବାରିପଦା: ଗାଈ ପଛରେ ଆଖି। ଶିମିଳିପାଳରେ ଗାଈଗୋରୁଙ୍କ ଦେହରେ କରାଯାଉଛି ଟାଟୁ। ଗାଈ ପଛପଟେ ରଙ୍ଗ ତୁଳୀରେ କୃତ୍ରିମ ଆଖି ତିଆରି କରାଯାଇ ଶିକାରୀ ଜନ୍ତୁଙ୍କ ଠାରୁ ନିଜର ଗୃହପାଳିତ ପଶୁଙ୍କୁ ରକ୍ଷା କରିବାପାଇଁ କରାଯାଉଛି ଅଭିନବ ପ୍ରୟାସ। ଏବେ ଗୋଟିଏ ଗାଁରୁ ଅନ୍ୟ ଗାଁର ଲୋକ ଏହିଭଳି ପ୍ରୟାସକୁ ଆପଣାଇଥିବା ବେଳେ ଲୋକଙ୍କୁ ସଚେତନ କରାଉଛନ୍ତି ଯୁବ ପରିବେଶ କର୍ମୀ ଅଭିଷେକ ଆଚାର୍ଯ୍ୟ। ଗୃହପାଳିତ ପଶୁଙ୍କୁ ସୁରକ୍ଷା ଦେବାପାଇଁ ଏହିଭଳି ଅଭିନବ ଉପାୟ ଲୋକଙ୍କ ବେଶ […]
ଭୁବନେଶ୍ୱର: ଓଡ଼ିଆ ବୈଜ୍ଞାନିକଙ୍କୁ ମିଳିବ ଭାରତର ସର୍ବୋଚ୍ଚ ବିଜ୍ଞାନ ପୁରସ୍କାର। ଓଡ଼ିଆ ବୈଜ୍ଞାନିକ ଜ୍ୟୋତିର୍ମୟୀ ଦାଶଙ୍କୁ ‘ଶାନ୍ତି ସ୍ୱରୂପ ଭଟ୍ଟନାଗର ପୁରସ୍କାର’ ମିଳିବ। ରସାୟନିକ ବିଜ୍ଞାନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ତାଙ୍କ ଏହି ପୁରସ୍କାର ମିଳିବ। ପୁରସ୍କାର ପାଇବା ପାଇଁ ୧୨ ଜଣ ବୈଜ୍ଞାନିକଙ୍କ ମଧ୍ୟରେ ଜଣେ ହେଉଛନ୍ତି ଜ୍ୟୋତିର୍ମୟୀ। ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟା-୨୦୨୦ ପାଇଁ ତାଙ୍କୁ ଏହି ସମ୍ମାନ ପ୍ରଦାନ କରିବାକୁ କାଉନସିଲ୍ ଫର୍ ସାଇଣ୍ଟିଫିକ୍ ଆଣ୍ଡ ଇଣ୍ଡଷ୍ଟ୍ରିଆଲ୍ ରିସର୍ଚ୍ଚ-CSIRର ପ୍ରତିଷ୍ଠା ଦିବସ ଅବସରରେ […]
ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲା ତାପଙ୍ଗର ହାତିଆ ମୁଣ୍ଡିଆ ପଥରଖଣି ଅଞ୍ଚଳକୁ ଜିଲ୍ଲା ପ୍ରଶାସନ ନିଷିଦ୍ଧାଞ୍ଚଳ ଭାବେ ଘୋଷଣା କରିଛି। ମାଇକ୍ ଯୋଗେ ଘୋଷଣା କରି ଲୋକମାନେ ଏହି ଅଞ୍ଚଳକୁ ନ ଆସିବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ କୁହାଯାଇଛି। ସ୍ଥାନୀୟ ଅଞ୍ଚଳ ଏକ ପଥର ଖଣି ହୋଇଥିବାବେଳେ ଅନେକ ଡିନାମାଇଟ ଅଫୁଟା ଅବସ୍ଥାରେ ଥିବା ଘୋଷଣା କରାଯାଇଛି। ଏଠାକୁ କେହି ବୁଲିବାକୁ ନ ଆସିବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଲୋକମାନଙ୍କୁ ସତର୍କ କରାଯାଇଛି। ଯଦି ଏଠାକୁ କେହି ବୁଲିବାକୁ […]