ଭୁବନେଶ୍ୱର: ସକ୍ରିୟ ମୌସୁମୀ ଯୋଗୁ ୨୧ ଜିଲ୍ଲାରେ ପ୍ରବଳ ବର୍ଷା ହୋଇପାରେ। ଏ ନେଇ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି। ଏହି ଜିଲ୍ଲା ଗୁଡ଼ିକ ହେଲା- ବରଗଡ଼, ସୁନ୍ଦରଗଡ଼, ଝାରସୁଗୁଡ଼ା, ନୂଆପଡ଼ା, ନବରଙ୍ଗପୁର, ବଲାଙ୍ଗିର, କଳାହାଣ୍ଡି, ରାୟଗଡ଼ା, ମାଲକାନଗିରି, କୋରାପୁଟ, ସୋନପୁର, ଗଜପତି, କନ୍ଧମାଳ, ବୌଦ୍ଧ, ଅନୁଗୁଳ, ଢେଙ୍କାନାଳ, ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର ଓ ଭଦ୍ରକ। ଏସବୁ ଜିଲ୍ଲାରେ ପ୍ରବଳ ବର୍ଷା ସହ ବଜ୍ରପାତ ହେବାର ଆଶଙ୍କା ରହିଛି। ଏ ନେଇ […]
ବୌଦ୍ଧ: ଝରଣା ପଥର ସନ୍ଧିରେ ଫସିଗଲା ୫ ବର୍ଷ ଶିଶୁର ଗୋଡ଼। ପୁରୁଣା କଟକ ବୁରୁଗୁଡ଼ା ଗାଁ ନିକଟରେ ଥିବା ଝରଣା ପଥର ସନ୍ଧିରେ ଜଣେ ୫ ବର୍ଷ ଶିଶୁର ଗୋଡ଼ ଫସି ଯାଇଥିବା ସୂଚନା ମିଳିଛି। ଶିଶୁଟିର ନାଁ ନୀଳମଣି ନାୟକ। ସୂଚନା ଅନୁସାରେ, ଆଜି ସକାଳେ ନୀଳମଣି ସାଙ୍ଗମାନଙ୍କ ସହ ଗାଧୋଇବାକୁ ଗାଁ ପାଖ ଝରଣା ନିକଟକୁ ଯାଇଥିଲା। ଗାଧୋଇଲା ବେଳେ କୌଣସି କାରଣରୁ ତାଙ୍କ ଗୋଡ଼ ପଥର ସନ୍ଧିରେ ଫସି ଯାଇଥିଲା। ଖବର […]
ଭୁବନେଶ୍ୱର: ପୁରୀ ବେଳାଭୂମି ‘ବ୍ଲୁ ଫାଗ୍’ ମାନ୍ୟତା ପାଇଁ ମନୋନୀତ। ଆଗାମୀ ପର୍ଯ୍ୟଟନ ଋତୁରେ ବେଳାଭୂମି ପରିବେଶ ଓ ସୌନ୍ଦର୍ଯ୍ୟ ପରିଚାଳନା ସେବା (ବିମ୍ସ) କାର୍ଯ୍ୟକ୍ରମ ଅଧୀନରେ ‘ବ୍ଲୁ ଫ୍ଲାଗ୍’ ମାନ୍ୟତା ପାଇବା ପାଇଁ ଅନ୍ତର୍ଜାତୀୟ ଜୁରି (ଡେନମାର୍କ)କୁ ସୁପାରିଶ କରାଯାଇଥିବା ଦେଶର ୮ଟି ଭାରତୀୟ ବେଳାଭୂମି ମଧ୍ୟରେ ସ୍ୱର୍ଣ୍ଣିମ ବେଳାଭୂମି ପୁରୀକୁ ମନୋନୀତ କରାଯାଇଛି। ସେଥିପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ କେନ୍ଦ୍ର ପରିବେଶ ମନ୍ତ୍ରୀ ପ୍ରକାଶ ଜାଭଡେକରଙ୍କୁ ଧନ୍ୟବାଦ ଜଣାଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। […]
କେନ୍ଦ୍ରାପଡ଼ା: ନଦୀବନ୍ଦ କାମ ଦୁର୍ବଳ ହୋଇଥିବା ଅଭିଯୋଗ। କେନ୍ଦ୍ରାପଡ଼ା ଡେରାବିଶ ବ୍ଲକର ବେଣିପୁର ଘାଇର ନଦୀବନ୍ଧ କାମ ଦୁର୍ବଳ ହୋଇଥିବା ଅଭିଯୋଗ କରି ତଦନ୍ତ ଦାବି କରିଛନ୍ତି ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା। କେନ୍ଦ୍ରାପଡ଼ା ଜିଲ୍ଲାର ମାର୍ଶାଘାଇ ଓ ମହକାଳପଡ଼ାରେ ବନ୍ୟାଞ୍ଚଳ ପରିଦର୍ଶନ ଅବସରରେ ସେ ଏ ଅଭିଯୋଗ ଆଣିଛନ୍ତି। ସେ କହିଛନ୍ତି ଯେ, କିଛି ମାସ ତଳେ କୋଟି କୋଟି ଟଙ୍କା ଖର୍ଚ୍ଚ ହୋଇ ବନ୍ଧ ହୋଇଥିବା କୁହାଯାଉଛି। ଲୋକଙ୍କ ଅଭିଯୋଗ ନେଇ ତଦନ୍ତ […]
ଭୁବନେଶ୍ୱର: ଐତିହ୍ୟ କ୍ୟାବିନେଟରେ ୭ଟି ପ୍ରସ୍ତାବକୁ ମଂଜୁରୀ। ଐତିହ୍ୟ କ୍ୟାବିନେଟ ନିଷ୍ପତ୍ତି ନେଇ ବିଭାଗୀୟ ମନ୍ତ୍ରୀଙ୍କ ସୂଚନା। ପ୍ରେସ୍ ମିଟ୍ରେ ବିଭାଗୀୟ ମନ୍ତ୍ରୀ କହିଛନ୍ତି ଯେ, ଓଡ଼ିଶୀ ସଂଗୀତକୁ ଶାସ୍ତ୍ରୀୟ ମାନ୍ୟତା ଦେବା ପାଇଁ ପଦକ୍ଷେପ ନିଆଯାଇଛି। ଓଡ଼ିଶୀ ସଂଗୀତକୁ ଶାସ୍ତ୍ରୀୟ ମାନ୍ୟତା ପାଇଁ କେନ୍ଦ୍ରକୁ ଅନୁମୋଦନ ନିମନ୍ତେ ପ୍ରସ୍ତାବ ପାରିତ। ପ୍ରତ୍ନତତ୍ତ୍ୱ ପାଇଁ ସ୍ୱତନ୍ତ୍ର ନିର୍ଦ୍ଦେଶାଳୟ ଓ ନିର୍ଦ୍ଦେଶକ ପାଇଁ ପ୍ରସ୍ତାବ ପାରିତ। ରାଜ୍ୟ ସଂଗ୍ରହାଳୟ ପାଇଁ ନିର୍ଦ୍ଦେଶାଳୟ ଓ ନିର୍ଦ୍ଦେଶକ ପ୍ରସ୍ତାବ ମଂଜୁର। ରାଜ୍ୟ […]
ଭୁବନେଶ୍ୱର: ଚାଷୀଙ୍କୁ ୟୁରିଆ ସାର ଯୋଗାଣ ପର୍ଯ୍ୟାପ୍ତ କରାଯିବ। ଏଯାବତ ୬.୧୫ ଲକ୍ଷ ମେଟ୍ରିକ ଟନ୍ ଆସିଛି, ୟୁରିଆ ଅଭାବ ହେବନି। ଏନେଇ କୃଷି କ୍ୟାବିନେଟ୍ ନିଷ୍ପତ୍ତି ନିଆଯାଇଥିବା ସୂଚନା ଦେଲେ ବିଭାଗୀୟ ସଚିବ ସୌରଭ ଗର୍ଗ। ସେ କହିଛନ୍ତି ଯେ, ଏ ବର୍ଷ ୯୯୬୫ କୋଟି ଟଙ୍କାର କୃଷି ଋଣ ଚାଷୀଙ୍କୁ ଦିଆଯାଇଛି। ଧାନ ସହ ଅନ୍ୟ ଫସଲ କରିବାକୁ ଚାଷୀଙ୍କୁ ପ୍ରୋତ୍ସାହନ ଦିଆଯିବ। ନୂଆ ହେଲ୍ପଲାଇନ ନମ୍ବର ୧୫୫୩୩୩ରେ କୃଷି ପରାମର୍ଶ ମିଳିବ। ସେହିପରି […]
ଭୁବନେଶ୍ୱର: ଏଣିକି ଗୋଟିଏ ଆଇନରେ ପରିଚାଳିତ ହେବ ଓଡ଼ିଶାର ସବୁ ବିଶ୍ୱବିଦ୍ୟାଳୟ। ରାଜ୍ୟ କ୍ୟାବିନେଟ୍ ଆଜି ଏହି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ସହ କୁଳପତିଙ୍କ କାର୍ଯ୍ୟକାଳକୁ ୩ ବର୍ଷରୁ ୪ବର୍ଷକୁ ବୃଦ୍ଧି କରିଛନ୍ତି। ସେହିପରି କୁଳପତି ଚୟନ କମିଟିରେ ସରକାରଙ୍କ ପକ୍ଷରୁ ଜଣେ ଶିକ୍ଷାବିତ ରହିବାକୁ ସ୍ଥିର ହୋଇଛି। ଏ ସଂକ୍ରାନ୍ତ ୧୯୮୯ ଉଚ୍ଚଶିକ୍ଷା ଆଇନରେ ସଂଶୋଧନ ପ୍ରସ୍ତାବକୁ କ୍ୟାବିନେଟର ମଂଜୁରୀ ମିଳିଛି। କୁଳପତିଙ୍କ ସର୍ବୋଚ୍ଚ ବୟସସୀମା ୬୫ରୁ ୬୭ ବର୍ଷକୁ ବୃଦ୍ଧି କରାଯାଇଛି। ୨୦୦୫ ରେଭେନ୍ସା ବିଶ୍ୱବିଦ୍ୟାଳୟ ଆକ୍ଟ […]
ଭୁବନେଶ୍ୱର: ଭୁବନେଶ୍ୱର Directorate Of Factories & Boilers ର ଡେପୁଟି ଡାଇରେକ୍ଟର ରମେଶ ଚନ୍ଦ୍ର ବେହେରାଙ୍କ ଘରେ ଭିଜିଲାନ୍ସ ଟିମ୍ ଚଢ଼ଉ କରିଛି। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଏହି ଚଢ଼ଉ କରାଯାଇଛି। ରମେଶ ଚନ୍ଦ୍ରଙ୍କ ଅଫିସ୍ ସମେତ ୬ଟି ସ୍ଥାନରେ ରେଡ୍ ଜାରି ରଖିଛି ଭିଜିଲାନ୍ସ ଟିମ୍। ଭୁବନେଶ୍ୱର, କଟକ, ଯାଜପୁର, ପୁଡୁଚେରୀରେ ଥିବା ଘରେ ରେଡ୍ ଚାଲିଥିବା ଜଣାପଡ଼ିଛି। ସେ ପରିବାର ସଦସ୍ୟଙ୍କ ସହ ଅନେକ ଥର ବିଦେଶ ଗସ୍ତ କରିଥିବା […]
କଟକ: କଟକରେ ଦୁର୍ଦ୍ଦାନ୍ତ ଅପରାଧୀ ପ୍ରକାଶ ବେହେରା ଓରଫ୍ ହାଡ଼ିଆକୁ ହତ୍ୟା କରାଯାଇଛି। ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ତାଙ୍କୁ ହତ୍ୟା କରାଯାଇଥିବା ସୂଚନା ମିଳିଛି। ସତୀଚଉରା ନିକଟ ଇପ୍ସାର୍ ଗଡ଼ା ନିକଟରେ ଗତକାଲି ଦୁଇରୁ ତିନି ଜଣ ଦୁର୍ବୃତ୍ତ ଆସି ହାଡ଼ିଆ ଉପରେ ସଂଘବଦ୍ଧ ଆକ୍ରମଣ କରିଥିଲେ। ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିବା ସହ ହତ୍ୟାକାଣ୍ଡରେ କେଉଁମାନଙ୍କ ସଂପୃକ୍ତି ରହିଛି ସେ ନେଇ ଛାନଭିନ୍ ଆରମ୍ଭ କରିଛି। ମୃତ ହାଡ଼ିଆ ନାଁରେ ବିଭିନ୍ନ ଥାନାରେ […]
ଭୁବନେଶ୍ୱର: ମୋଟିଭେସନାଲ୍ ସ୍ପିକର୍ ତଥା ସମାଜସେବୀ ମାନବପ୍ରେମୀ ଆଦିତ୍ୟ ଦାଶ ମୃତ୍ୟୁ ମାମଲା ନୂଆ ମୋଡ଼ ନେବାରେ ଲାଗିଛି। ଆଦିତ୍ୟଙ୍କ ମୃତ୍ୟୁ ପଛରେ ଜଣେ ସାଇକୋ ଲେଡିଙ୍କ ସମ୍ପୃକ୍ତି ନେଇ ଆଦିତ୍ୟଙ୍କ ବାପା ସନ୍ଦେହ ବ୍ୟକ୍ତ କରିଥିବା ବେଳେ ଏବେ ଆଦିତ୍ୟଙ୍କ ମା’ ମଧ୍ୟ ଏହି ଘଟଣାରେ ପ୍ରତିକ୍ରିୟା ରଖିଛନ୍ତି। ସମ୍ପୃକ୍ତ ସାଇକୋ ଲେଡିଙ୍କୁ ନେଇ ଆଦିତ୍ୟଙ୍କ ମା’ ଆଜି ଏକ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି। ସେ କହିଛନ୍ତି, ‘ଆଦିତ୍ୟଙ୍କ ମୃତ୍ୟୁ ପଛରେ ସଂପୃକ୍ତ ଯୁବତୀଙ୍କ ହାତ […]
ଭୁବନେଶ୍ୱର: ଓଡ଼ିଶାର ୧୦ ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଏ ନେଇ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ଏହି ଜିଲ୍ଲା ଗୁଡ଼ିକ ହେଲା-ନବରଙ୍ଗପୁର, କଳାହାଣ୍ଡି, କନ୍ଧମାଳ, ବୌଦ୍ଧ, ଝାରସୁଗୁଡ଼ା, ବରଗଡ଼, ଦେବଗଡ଼, ସୁନ୍ଦରଗଡ଼, କେନ୍ଦୁଝର ଓ ମୟୂରଭଞ୍ଜ। ଏସବୁ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।
ଭୁବନେଶ୍ୱର: ଭୁବନେଶ୍ୱର ଉପକଣ୍ଠ ନୂଆଗାଁ ନିକଟରେ ଦୟାନଦୀକୁ ଡେଇଁ ଜଣେ ଯୁବକ ନିଖୋଜ ହୋଇଛନ୍ତି। ମିଳିଥିବା ସୂଚନା ଅନୁସାରେ, ଆଜି ଅପରାହ୍ଣରେ ସମ୍ପୃକ୍ତ ଯୁବକ ଜଣ ପୋଲ ଉପରେ ସ୍କୁଟି ରଖି ନଦୀକୁ ଡେଇଁପଡ଼ିଥିଲେ। ଉକ୍ତ ଗାଡ଼ିରୁ ଏକ ଗାଡ଼ି ଡିକିରୁ ଏକ ଡ୍ରାଇଭିଂ ଲର୍ଣ୍ଣିଂ ଲାଇସେନ୍ସ ମିଳିଛି। କପିଳପ୍ରସାଦର ମଧୁସୂଦନ ଖୁଣ୍ଟିଆଙ୍କ ନାଁରେ ରହିଛି ଲର୍ଣ୍ଣିଂ ଲାଇସେନ୍ସ। ତେବେ ନଦୀକୁ ଡେଇଁ ପଡ଼ିଥିବା ଯୁବକଙ୍କ ପ୍ରକୃତ ପରିଚୟ ମିଳିପାରିନାହିଁ। ଖବରପାଇ ଘଟଣାସ୍ଥଳରେ ଅଗ୍ନିଶମବାହିନୀ ପହଞ୍ଚି ଖୋଜାଖୋଜି […]
ଯାଜପୁର: କେଲୁଅ ନଦୀ ବନ୍ଧ ଭାଙ୍ଗିବା ଘଟଣାର ସିବିଆଇ ତଦନ୍ତ ଦାବି କରିଛି କଂଗ୍ରେସ। ଦଳର ଏକ ପ୍ରତିନିଧି ଟିମ୍ ଆଜି ଘଟଣାସ୍ଥଳକୁ ଯାଇ ସ୍ଥିତି ପରଖିଥିଲା। ସବୁ ଦେଖିବା ପରେ ବରିଷ୍ଠ ନେତା ପଞ୍ଚାନନ କାନୁନ୍ଗୋ କହିଛନ୍ତି, ଏତେ ଓସାରିଆ ବନ୍ଧ ଆପେ ଆପେ ଭାଙ୍ଗିବା ଭଳି ଲାଗୁନାହିଁ। ପଞ୍ଚାନନ ପଚାରିଛନ୍ତି, ଇଂଜିନିୟରମାନେ ସେଦିନ ବନ୍ଧ ଜଗିଥିଲେ କି ବନ୍ଧ ନ ଜଗି ଭାଙ୍ଗିଥିବା ଲୋକକୁ ସହାୟତା କରିଥିବା ପରି ମନେ ହେଉଛି। ଜାଣିଶୁଣି ବନ୍ଧ […]
ଭୁବନେଶ୍ୱର: ଦୁଇଦିନ ଧରି ନିଖୋଜ ଥିବା ଇଂଜିନିୟର ପ୍ରତ୍ୟୁଷ କୁମାରଙ୍କ ମୃତଦେହକୁ ଡ୍ୟାମ ନିକଟରୁ ଉଦ୍ଧାର କରିଛି ଅଗ୍ନିଶମ ବିଭାଗ। କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବେଦାନ୍ତ କର୍ମଚାରୀ ଭାବେ କାମ କରୁଥିବା ଇଂଜିନିୟର ପ୍ରତ୍ୟୁଷ କୁମାର ସେପ୍ଟେମ୍ବର ୧ ତାରିଖରୁ ନିଖୋଜ ଥିଲେ। ଗତକାଲି ସନ୍ଧ୍ୟାରେ ନିଖୋଜ ନେଇ କମ୍ପାନୀ ପକ୍ଷରୁ ଲାଞ୍ଜିଗଡ଼ ଥାନାରେ ଲିଖିତ ଅଭିଯୋଗ ହୋଇଥିଲା। ଗତକାଲି ରାତିରେ ହୋଣ୍ଡାଇ କାର୍ ଲାଞ୍ଜିଗଡ଼ ଠାରୁ ୩ କିମି ଦୂରରେ ଟାଙ୍ଗନକନା ଡ୍ୟାମ ପାଖରେ ଥିବା […]
ଭୁବନେଶ୍ୱର: ଚଳିତମାସ ୩୦ ତାରିଖ ପୂର୍ବରୁ ବସିବ ବିଧାନସଭା ଅଧିବେଶନ। ଏଥିପାଇଁ ଆରମ୍ଭ ହୋଇଛି ପ୍ରସ୍ତୁତି। ଏନେଇ ଲୋକସଭା ବାଚସ୍ପତି ଓ ସଚିବଙ୍କ ସହ କଥା ହୋଇଛନ୍ତି ବୋଲି କହିଛନ୍ତି ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର। ବାଚସ୍ପତି କହିଛନ୍ତି, ଆମ ବିଧାନସଭା ଆଇନ୍ ଓ ସମ୍ବିଧାନରେ ନିୟମ ଅଛି ଯେ ଥରେ ବିଧାନସଭା ବସିଲେ, ତା’ର ୬ ମାସ ଭିତରେ ହିଁ ପରବର୍ତ୍ତୀ ଅଧିବେଶନ ବସିବ। ଯେହେତୁ ମାର୍ଚ୍ଚ ୨୯ ତାରିଖରେ ଶେଷଥର ପାଇଁ ଆମର ବିଧାନସଭା ଅଧିବେଶନ […]
ମୟୂରଭଞ୍ଜ: ମୟୂରଭଞ୍ଜ ଜିଲ୍ଲା ବିଶୋଇ ଥାନା ଅଞ୍ଚଳରୁ କଲରାପତରିଆ ବାଘ ଚମଡ଼ା ଜବତ ହୋଇଛି। ଏହି ଘଟଣାରେ ବନବିଭାଗ ଜଣେ ଯୁବକଙ୍କୁ ଗିରଫ କରିବା ସହ ବାଘ ଚମଡ଼ା ଜବତ କରିଛି। ଖଜୁରୀ କଣାସ ଗାଁରେ ଚଢ଼ାଉ ବେଳେ ବନବିଭାଗକୁ ଏହି ସଫଳତା ମିଳିଛି। ଅଭିଯୁକ୍ତ ଜଣଙ୍କ ବାଘ ଚମଡ଼ା ବିକ୍ରି କରିବାକୁ ନେବା ବେଳେ ଖବର ପାଇଥିଲା ବନବିଭାଗ। ଅଭିଯୁକ୍ତ ଲକ୍ଷ୍ମଣ ନାୟକଠାରୁ ଏକ ବାଇକ ମଧ୍ୟ ଜବତ ହୋଇଛି। ଏହି ମାଲମରା ଅନ୍ୟ ତିନି […]
ପୁରୀ: ପୁରୀ ବଗଲା ଧର୍ମଶାଳା ବିକ୍ରି ଅଭିଯୋଗ ପ୍ରସଙ୍ଗ ନେଇ ରାଜ୍ୟ ବିଜେପି ଡିଜିଟାଲ ପ୍ଲାଟଫର୍ମ ମାଧ୍ୟମରେ ଜନ ଆନ୍ଦୋଳନ ଆରମ୍ଭ କରିଛି। ଡିଜିଟାଲ ପ୍ଲାଟ ଫର୍ମରେ ପ୍ରତିବାଦ ପାଇଁ ବିଜେପି ପକ୍ଷରୁ କରାଯାଇଥିବା ଆପ୍କୁ ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ରଙ୍କ ଉପସ୍ଥିତିରେ ସମୀର ମହାନ୍ତି ଉଦଘାଟନ କରିଛନ୍ତି। ଡିଜିଟାଲ ପ୍ଲାଟଫର୍ମରେ ସାଧାରଣ ଲୋକେ ଧର୍ମଶାଳା ଜମି ବିକ୍ରି ନେଇ ପ୍ରତିବାଦ କରିପାରିବେ। ବଗଲା ଧର୍ମଶାଳା ମାମଲାରେ ରାଜ୍ୟ ବିଜେପି ଅନ୍ଲାଇନରେ ଦାଖଲ କରୁଛି ପିଟିସନ। […]
ଭୁବନେଶ୍ୱର: ଅଧ୍ୟାପକଙ୍କ ବରିଷ୍ଠତା ଧାର୍ଯ୍ୟ କରିବା ପାଇଁ ଚାକିରି କରିବାର ଦିନ ବଦଳରେ ଜନ୍ମ ତାରିଖକୁ ଉଚ୍ଚ ଶିକ୍ଷା ବିଭାଗ ମାନଦଣ୍ଡ କରିଥିବାରୁ ଏହାକୁ ବିରୋଧ କରିଛି ଅଧ୍ୟାପକ ସଂଘ। ୬୬୨ ବର୍ଗ ଅଧ୍ୟାପକ ସଂଘର ସଭାପତି ଗୋଲକ ନାୟକ କହିଛନ୍ତି, ନୂଆ ନିୟମ ଲାଗୁ ହେଲେ ୨୦୦୪, ୨୦୦୮, ୨୦୦୯ ଓ ୨୦୧୪ ର ସରକାରୀ ନିର୍ଦ୍ଦେଶନାମାରେ ଯେଉଁମାନେ ବରିଷ୍ଠତା ପାଇଛନ୍ତି, ସେମାନେ ବରିଷ୍ଠତା ହରାଇବା ସହିତ ପଦ ମଧ୍ୟ ହରାଇ ପାରନ୍ତି। ତା ଛଡ଼ା […]
ନୂଆଦିଲ୍ଲୀ: ବିଶ୍ୱ ବିଦ୍ୟାଳୟ ଓ କଲେଜ୍ରେ ହେବାକୁ ଥିବା ପରୀକ୍ଷାକୁ ନେଇ ଆସିଲା ଏସ୍ଓପି। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଏହି ଏସ୍ଓପି ଜାରି ହୋଇଛି। ଲକ୍ଷଣ ଥିବା ଛାତ୍ରଛାତ୍ରୀଙ୍କୁ ପରୀକ୍ଷା କେନ୍ଦ୍ରକୁ ଯାଇପାରିବେନି। ଏମାନଙ୍କ ପାଇଁ ଅନ୍ୟ ବ୍ୟବସ୍ଥା ସୂରପ ଅଲଗା ଗୃହ ବ୍ୟବସ୍ଥା କରିବେ କର୍ତ୍ତୃପକ୍ଷ। ସେହିପରି କଣ୍ଟେନ୍ମେଣ୍ଟ ଜୋନ୍ରୁ ଆସୁଥିବା ଛାତ୍ରଛାତ୍ରୀଙ୍କ ବି ପରୀକ୍ଷା ପାଇଁ ଅନୁମତି ମିଳିବନି। ଏହି ପରିସ୍ଥିତିରେ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ସ୍ୱତନ୍ତ୍ର ବ୍ୟବସ୍ଥା କରିପାରିବେ। ପରୀକ୍ଷା ଦେବା ପୂର୍ବରୁ […]
କେନ୍ଦ୍ରାପଡ଼ା: ଭିଜିଲାନ୍ସ ଜାଲରେ କେନ୍ଦ୍ରାପଡ଼ା ରାଜକନିକା ଥାନା ASI ବୈଷ୍ଣବ ଚନ୍ଦ୍ର ବେହେରା। ପାଞ୍ଚ ହଜାର ଟଙ୍କା ଲାଞ୍ଚ ନେବା ସମୟରେ ଭିଜିଲାନ୍ସ ତାଙ୍କୁ ଗିରଫ କରିଛି। ପାରିବାରିକ ଗଣ୍ଡଗୋଳ ମାମଲାରେ ଗୋକନେଶ୍ୱରପୁର ଗାଁର ଦିବାକର ସେଠୀଙ୍କ ପରିବାର ନାଁ ଏତଲାରୁ ହଟାଇବାକୁ ପାଞ୍ଚ ହଜାରେ ଟଙ୍କା ଲାଞ୍ଚ ମାଗିଥିଲେ। ଟଙ୍କା ନ ଦେଲେ ଗିରଫ କରାଯିବ ବୋଲି ASI କହିଥିଲେ। ଦିବାକର ଏନେଇ ଭିଜିଲାନ୍ସ ରେ ଅଭିଯୋଗ କରିଥିଲେ। ଆଗରୁ ପ୍ରସ୍ତୁତ ଥିବା ଭିଜିଲାନସ ଟଙ୍କା […]
ଭୁବନେଶ୍ୱର: ଭୁବନେଶ୍ୱର ସହର ମଝିରେ ଥିବା ଏକାମ୍ର ହାଟ ଖାଲି କରିବାକୁ ବ୍ୟବସାୟୀଙ୍କୁ ନୋଟିସ୍ କରିଛି ଇଡ୍କୋ। ସାତ ଦିନ ଭିତରେ ହାଟ ପୂରା ଖାଲି କରିବାକୁ ନିର୍ଦ୍ଦେଶ ଦେଇଛି ଇଡ୍କୋ। ଏପରିକି ସେପ୍ଟେମ୍ବର ୧ ତାରିଖରୁ ବିଜୁଳି ଓ ପାଣି ବନ୍ଦ କରି ଦିଆଯାଇଛି। ଏକାମ୍ର ହାଟରେ ରହିଛି ୬୨ଟି ଷ୍ଟଲ। ହାଟ ବନ୍ଦ ହୋଇଗଲେ ଶହେରୁ ଅଧିକ ବ୍ୟବସାୟୀଙ୍କ ପରିବାର ଅସୁବିଧାରେ ପଡ଼ିବ। ଏଠାରେ ରାଜ୍ୟ ତଥା ରାଜ୍ୟ ବାହାରର ବହୁ ବ୍ୟବସାୟୀ ଓ […]
ସମ୍ବଲପୁର: ସମ୍ବଲପୁରରେ ଭାଇରାଲ୍ ହୋଇଛି ଅବକାରୀ କର୍ମଚାରୀଙ୍କ ମଦ୍ୟପାନର ଭିଡିଓ। ଗାଡ଼ିରେ ବସି ୟୁନିଫର୍ମରେ ଥିବା କିଛି ଅଧିକାରୀ ମଦ ପିଉଛନ୍ତି। ତେବେ ଏହି ଘଟଣା କେଉଁ ଅଞ୍ଚଳର ଏବଂ ଏହି ଅଧିକାରୀମାନେ କିଏ ସେ ନେଇ ଜଣାପଡ଼ିନି। ତେବେ ଏହି ଭିଡିଓ ଭାଇରାଲ୍ ହେବା ପରେ ଏନେଇ ପ୍ରତିକ୍ରିୟା ରଖିଛନ୍ତି ସମ୍ବଲପୁର ଅବକାରୀ ଅଧିକ୍ଷକ ହରିଶଚନ୍ଦ୍ର ସେଠୀ। ଭିଡିଓରେ ନଜର ଆସୁଥିବା ଅଧିକାରୀ ସମ୍ବଲପୁର ଅବକାରୀ କାର୍ଯ୍ୟାଳୟର ନୁହଁନ୍ତି। ଏପରିକି ସେମାନେ ଯେଉଁ ଗାଡିରେ ବସିଛନ୍ତି […]
ଭୁବନେଶ୍ୱର: ସେପ୍ଟେମ୍ବର ୯ ତାରିଖରୁ ପୁଣି ସୁରତକୁ ବିମାନ ସେବା ହେବାକୁ ଯାଉଛି।। ସୁରତରୁ ଅପରାହ୍ନ ସାଢ଼େ ୩ଟାରେ ବାହାରି ୫ଟା ୨୦ରେ ଭୁବନେଶ୍ୱର ପହଞ୍ଚିବ। ଭୁବନେଶ୍ୱରରୁ ୪ଟା ୨୦ରୁ ବାହାରି ରାତି ୮ଟା ୧୦ରେ ସୁରତରେ ପହଞ୍ଚିବ। ସପ୍ତାହର ସୋମବାର ଓ ବୁଧବାର ଏୟାର ଇଣ୍ଡିଆ ସେବା ଯୋଗାଇବ ବୋଲି ସୂଚନା ଦିଆଆଇଛି। ଗତବର୍ଷ ଭୁବନେଶ୍ୱରରୁ ସୁରତ ସିଧାସଳଖ ବିମାନ ସେବା ଆରମ୍ଭ ହୋଇଥିଲା। କିନ୍ତୁ କୋଭିଡ଼ କଟକଣା ପରେ ବିମାନ ଚଳାଚଳ ବନ୍ଦ ରଖାଯାଇଥିଲା।
ଭୁବନେଶ୍ୱର: ବହୁ ଚର୍ଚ୍ଚିତ ସମାଜସେବୀ ଆଦିତ୍ୟ ଦାଶ ମୃତ୍ୟୁ ମାମଲାରେ ସଂପୃକ୍ତ ରହସ୍ୟମୟୀ ଯୁବତୀଙ୍କ ବଡ଼ ରାଜ୍ ଖୋଲିଲେ ଆଦିତ୍ୟଙ୍କ ପତ୍ନୀ ବିଦ୍ୟାଶ୍ରୀ। OTVକୁ ବିଦ୍ୟାଶ୍ରୀ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ସାଇକୋ ସମସ୍ୟା ପାଇଁ ଆଦିତ୍ୟଙ୍କ ସହ ସଂପୃକ୍ତ ଯୁବତୀଙ୍କ ବ୍ରେକ୍ଅପ ହୋଇଥିଲା। ବାରମ୍ବାର ସେ ଆଦିତ୍ୟଙ୍କୁ ବ୍ଲାକମେଲ୍ କରୁଥିଲେ। କଥା କଥାକେ ହାତ କାଟିଦେବି, ଗୋଡ଼ କାଟିଦେବି ବୋଲି ସଂପୃକ୍ତ ଯୁବତୀ କହୁଥିଲେ ବୋଲି ଅଭିଯୋଗ ଆଣିଛନ୍ତି ବିଦ୍ୟାଶ୍ରୀ। ଆଦିତ୍ୟଙ୍କୁ ସେ ତାଙ୍କ ଫ୍ୟାନ୍, […]
ଭୁବନେଶ୍ୱର: ରାଜ୍ୟରେ ଆଜି ୩ ହଜାର ୨୭୮ ଜଣ କରୋନାରୁ ସୁସ୍ଥ ହୋଇଛନ୍ତି। ସେଥିମଧ୍ୟରୁ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୫୧୧ ଆକ୍ରାନ୍ତ ସୁସ୍ଥ ହୋଇଥିବା ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ସେହିଭଳି ଗଞ୍ଜାମ- ୩୬୮, କଟକ- ୨୩୦, ଯାଜପୁରରୁ ୧୯୫ ସୁସ୍ଥ ହୋଇଛନ୍ତି। ରାୟଗଡ଼ା- ୧୮୭, ବରଗଡ଼- ୧୮୫, ବାଲେଶ୍ୱରରୁ ୧୨୪ ସୁସ୍ଥ ହୋଇଥିବା ବେଳେ ପୁରୀ- ୧୨୨, ନୟାଗଡ଼ ଜିଲ୍ଲାରୁ ୧୨୧ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ମାଲକାନଗିରି ଓ […]