• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Miscellaneous Updates

odisha unlock 4
Unlock 4 Guidelines; ରାଜ୍ୟରେ ସ୍କୁଲ, କଲେଜ୍ ଓ ପଠାପଢ଼ା ନେଇ ଗାଇଡ୍‌ଲାଇନ୍‌ ଜାରି

ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ଅନଲକ୍ ୪ ଗାଇଡଲାଇନ୍ ଅନୁସାରେ ବନ୍ଦ ରହିବ ସ୍କୁଲ, କଲେଜ୍  ଓ ଅନ୍ୟ ଶିକ୍ଷାନୁଷ୍ଠାନ। ଅକ୍ଟୋବରରେ ପୂଜା ଛୁଟି ପର୍ଯ୍ୟନ୍ତ ସ୍କୁଲ, କଲେଜ୍, ବିଶ୍ୱବିଦ୍ୟାଳୟ, ଅନ୍ୟ ଶିକ୍ଷାନୁଷ୍ଠାନ, ଟ୍ରେନିଂ ଓ କୋଚି ଅନୁଷ୍ଠାନ ଓ ଅଙ୍ଗନବାଡ଼ି ଇତ୍ୟାଦିରେ ଶିକ୍ଷା ଦାନ କାର୍ଯ୍ୟ ବନ୍ଦ ରହିବ। ତେବେ ଶିକ୍ଷାନୁଷ୍ଠାନ ବନ୍ଦ ରହିଲେ ବି ପରୀକ୍ଷା, ଖାତାଦେଖା ଓ ଅନ୍ୟ ପ୍ରଶାସନିକ କାର୍ଯ୍ୟ ଚାଲି ପାରିବ। ଅନଲାଇନ ଓ ଡିଷ୍ଟାନ୍ସ ଶିକ୍ଷା ପୂର୍ବ ଭଳି ଚାଲୁ […]

  • Sunday, 04 July 2021
Odisha Weather Update
Odisha Weather Update: ବର୍ଷା ସହ ବଜ୍ରପାତ ଆଶଙ୍କା, ୭ ଜିଲ୍ଲାକୁ ସତର୍କ ସୂଚନା

ଭୁବନେଶ୍ୱର: ବର୍ଷା ସହ ବଜ୍ରପାତ ଆଶଙ୍କା ନେଇ ଓଡ଼ିଶାର ୭ ଜିଲ୍ଲାକୁ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ଏହି ଜିଲ୍ଲା ଗୁଡ଼ିକ ହେଲା-ମୟୂରଭଞ୍ଜ, ବାଲେଶ୍ୱର, ସୁନ୍ଦରଗଡ଼, କେନ୍ଦୁଝର, ଭଦ୍ରକ, କେନ୍ଦ୍ରାପଡ଼ା ଓ ଜଗତସିଂହପୁର। ଆଜି ସକାଳ ୮ଟା ୩୦ ପର୍ଯ୍ୟନ୍ତ ଏହିସବୁ ଜିଲ୍ଲାବାସୀଙ୍କୁ ସତର୍କ ରହିବାକୁ ପାଣିପାଗ ବିଭାଗ ପକ୍ଷରୁ ପରାମର୍ଶ ଦିଆଯାଇଛି।

  • Sunday, 04 July 2021
କରୋନା କଟକଣା ଭିତରେ ଆଜିଠୁ ଖୋଲିଲା କୋଣାର୍କ ସୂର୍ଯ୍ୟ ମନ୍ଦିର

କୋଣାର୍କ: ମହାମାରୀ କରୋନା ପାଇଁ ୫ ମାସରୁ ଅଧିକ ଦିନ ଧରି ବନ୍ଦ ରହିଥିବା କୋଣାର୍କ ସୂର୍ଯ୍ୟ ମନ୍ଦିର ପୁଣିଥରେ ପର୍ଯ୍ୟଟକଙ୍କ ପାଇଁ ଆଜି ଖୋଲିଛି। କେନ୍ଦ୍ର ସରକାରଙ୍କ ଗାଇଡଲାଇନ୍ସ ଅନୁସାରେ ସୂର୍ଯ୍ୟ ମନ୍ଦିର ଖୋଲା ଯାଇଛି। ଦିନକୁ ଅଢେଇ ହଜାର ପର୍ଯ୍ୟଟକ କୋଣାର୍କ ମନ୍ଦିର ଦର୍ଶନ କରିବାକୁ ଅନୁମତି ମିଳିଛି। ସକାଳୁ ଦିନ ୧ଟା ମଧ୍ୟରେ ୧,୫୦୦ ଏବଂ ଅପରାହ୍ନରେ ୧,୦୦୦ ପର୍ଯ୍ୟଟକଙ୍କୁ ଦର୍ଶନ କରିବାକୁ ଅନୁମତି ମିଳିବ। କଟକଣା ଦୃଷ୍ଟିରୁ ଟିକେଟ୍‌ରେ‌ ବାର୍‌କୋଡ୍‌ ବ୍ୟବସ୍ଥା […]

  • Sunday, 04 July 2021
ଭିଜିଲାନ୍ସ ଜାଲରେ ନିଲମ୍ବିତ IIC

ବାଲେଶ୍ୱର: ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚାକିରିରୁ ନିଲମ୍ବିତ ହୋଇଥିବା IIC ଧନେଶ୍ୱର ସାହୁଙ୍କ ଘରେ ଭିଜିଲାନ୍ସ ଟିମ୍‌ ପକ୍ଷରୁ ଚଢ଼ଉ କରାଯାଇଛି। ସେ ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ଥାନାର IIC ଥିଲେ। ଧନେଶ୍ୱରଙ୍କ ଜଳେଶ୍ୱର ସ୍ଥିତ ସରକାରୀ କ୍ୱାର୍ଟର୍ସ, କଟକ ଏବଂ ଭୁବନେଶ୍ୱର ଘରେ  ରେଡ୍ ହୋଇଛି। ଧନେଶ୍ୱରଙ୍କ ସମ୍ପର୍କୀୟଙ୍କ ଘରେ ବି ଚଢ଼ଉ ହୋଇଛି। ମିଳିଥିବା ସୂଚନା ଅନୁସାରେ, ଭିଜିଲାନ୍ସ ଟିମ୍ ମୋଟ୍ ୭ଟି ଠିକଣାରେ ଏହି ରେଡ୍ କରିଛି। ଏହାସହ ଭିଜିଲାନ୍ସ […]

  • Sunday, 04 July 2021
elephant tusks seized
କାର୍‌ରୁ ମିଳିଲା ପ୍ରାୟ ୧୦ ଲକ୍ଷ ଟଙ୍କାର ହାତୀ ଦାନ୍ତ

ଆନନ୍ଦପୁର: କେନ୍ଦୁଝର ହରିଚନ୍ଦପୁର ଥାନା ଅନ୍ତର୍ଗତ ବାୟାପିଟା ଗାଁ ନିକଟରୁ ୧୯ କିଲୋ ହାତୀ ଦାନ୍ତ ଜବତ କରିଛି ଆନନ୍ଦପୁର ବନ ବିଭାଗ। ଗତକାଲି ବିଳମ୍ବିତ ରାତିରେ ଏକ କାର୍‌ରେ ହାତୀ ଦାନ୍ତ ଚାଲାଣ ହେଉଥିବାବେଳେ ବନ ବିଭାଗ ଏହାକୁ ଜବତ କରିଛି। ଏହି ଘଟଣାରେ ୩ଜଣଙ୍କୁ ଗିରଫ କରାଯାଇଛି। ସୂଚନା ଅନୁସାରେ, ଏକ କାର୍‌ରେ ହାତୀ ଦାନ୍ତ ଚାଲାଣ ହେଉଥିବା ଖବର ପାଇ ଗତକାଲି ଆନନ୍ଦପୁର ଡିଏଫ୍‌ଓଙ୍କ ନେତୃତ୍ୱରେ ବନ ବିଭାଗର ଏକ ଟିମ୍‌ ଉକ୍ତ […]

  • Sunday, 04 July 2021
ବନ୍ଦ ହେଲା ହୀରାକୁଦ ଡ୍ୟାମ୍‌ର ଆଉ ୪ ଗେଟ୍

ସମ୍ବଲପୁର: ହୀରାକୁଦ ଡ୍ୟାମ୍‌ରେ ଜଳସ୍ତର କମିବା ପରେ ଆଉ ୪ଟି ଗେଟ୍‌କୁ ବନ୍ଦ କରି ଦିଆଯାଇଛି। ଏବେ ଡ୍ୟାମ୍‌ର ୨୪ଟି ଗେଟ୍ ଦେଇ ଜଳ ନିଷ୍କାସନ ଜାରି ରହିଛି। ଆଜି ସକାଳେ ହୀରାକୁଦ ଡ୍ୟାମ୍‌ର ୩୨ଟି ଗେଟ୍ ଦେଇ ଜଳ ନିଷ୍କାସନ ଜାରି ରହିଥିଲା। ପ୍ରଥମେ ୪ଟି ଗେଟ୍‌କୁ ବନ୍ଦ କରାଯାଇଥିବା ବେଳେ ଏହାର କିଛି ଘଣ୍ଟା ପରେ ଆଉ ୪ଟି ଗେଟ୍‌କୁ ବନ୍ଦ କରାଯାଇଥିଲା। ଅର୍ଥାତ୍‌ ୮ଟି ଗେଟ୍‌କୁ ବନ୍ଦ କରାଯାଇଛି। ଏବେ ଡ୍ୟାମ୍‌ର ୨୪ଟି […]

  • Sunday, 04 July 2021
lightning 11
ଆକାଶରୁ ଖସିଲା ମୃତ୍ୟୁ; ଚାଲିଗଲା ୬ ଜୀବନ

ଭୁବନେଶ୍ୱର: ଓଡ଼ିଶାର ବିଭିନ୍ନ ସ୍ଥାନରେ ବଜ୍ରପାତରେ ୬ ଜଣଙ୍କ ମୃତ୍ୟୁ ଘଟିଛି। କେନ୍ଦୁଝର ଜିଲ୍ଲା ଆନନ୍ଦପୁରରେ ୪ ଏବଂ ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ଅଞ୍ଚଳରେ ୨ ଜଣଙ୍କ ମୃତ୍ୟୁ ହୋଇଛି। ବଜ୍ରପାତରେ ଆନନ୍ଦପୁରର ନନ୍ଦିପଦା ଥାନା ଇଞ୍ଚୋଳ ଗାଁର ଗଣେଶ ଜେନା, ବାହାରିପୁର ଗାଁର ବହ୍ଲଭ ଜେନା, ରାମଚନ୍ଦ୍ରପୁର ଥାନା ଗଡ଼ବାନ୍ଦୋଗଡ଼ା ସାପୁଆ ସାହିର ପୂର୍ଣ୍ଣଚନ୍ଦ୍ର ମୁଣ୍ଡାଙ୍କ ମୃତ୍ୟୁ ଘଟିଛି। ଏମାନେ ସମସ୍ତେ ବିଲରେ କାମ କରୁଥିବା ସମୟରେ ବଜ୍ରପାତରେ ପ୍ରାଣ ହରାଇଛନ୍ତି। ସେମାନଙ୍କୁ ସ୍ଥାନୀୟ ମେଡିକାଲରେ […]

  • Sunday, 04 July 2021
sea waves
‘ପୂର୍ଣ୍ଣିମା ଯୋଗୁ ପାଣି ଟାଣୁନି ସମୁଦ୍ର, ଜଳ ନିଷ୍କାସନରେ ଅସୁବିଧା’

ଭୁବନେଶ୍ୱର: ପୂର୍ଣ୍ଣିମା ଯୋଗୁ ସମୁଦ୍ର ଭିତରକୁ ନଦୀର ପାଣି ଠିକ୍‌ରେ ଯାଇ ପାରୁନାହିଁ। କାରଣ ଜୁଆର ପାଣି ନିଷ୍କାସନରେ ବାଧା ସୃଷ୍ଟି କରୁଛି। ତେଣୁ ପୂର୍ଣ୍ଣିମା ପରେ ହିଁ ବନ୍ୟା ସ୍ଥିତିରେ ସୁଧାର ଆସିବ। ତେଣୁ ଜଳ ନିଷ୍କାସନ ପାଇଁ ଆହୁରି ୩ ଦିନ ଲାଗିବ ବୋଲି ଜଳ ସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ଜ୍ୟୋତିର୍ମୟ ରଥ କହିଛନ୍ତି। ସେ କହିଛନ୍ତି, ବର୍ତ୍ତମାନ ହୀରାକୁଦକୁ ପ୍ରତି ସେକେଣ୍ଡରେ ୩ ଲକ୍ଷ ୬୦ ହଜାର କ୍ୟୁସେକ୍‌ ଜଳ ପ୍ରବେଶ […]

  • Sunday, 04 July 2021
water
ପୋଖରୀରୁ ମିଳିଲା ୩ ନାବାଳିକାଙ୍କ ମୃତଦେହ

କୋରାପୁଟ: ପୋଖରୀରୁ ମିଳିଲା ୩ ନାବାଳିକାଙ୍କ ମୃତଦେହ। କୋରାପୁଟ ଜିଲ୍ଲା ଲମତାପୁଟ ବ୍ଲକ୍‌ ଅନ୍ତର୍ଗତ ଦେବଗଞ୍ଜର ଗାଁରେ ଏକ ପୋଖରୀରୁ ୩ ନାବାଳିକାଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତ ୩ ଜଣଙ୍କ ମଧ୍ୟରୁ ୨ ଜଣଙ୍କ ବୟସ ୮ ବର୍ଷ, ଜଣଙ୍କର ବୟସ ୯ ବର୍ଷ ବୋଲି ଜଣାପଡ଼ିଛି। ସୂଚନା ଅନୁସାରେ, ଗତକାଲି ଅପରାହ୍ନରେ ଏହି ୩ ସାଙ୍ଗ ପିଜୁଳି ଖାଇବାକୁ ଘରୁ ବାହାରକୁ ଯାଇଥିଲେ। ତେବେ ଘରକୁ ନ ଫେରିବାରୁ ପରିବାର ଲୋକ ନନ୍ଦପୁର ଥାନାରେ […]

  • Sunday, 04 July 2021
aditya 55
Aditya Das Death Mystery: ମୃତ୍ୟୁ ପଛରେ ସାଇକୋ ଲେଡି !

ଭୁବନେଶ୍ୱର: ମୋଟିଭେସନାଲ୍‌ ସ୍ପିକର୍‌ ତଥା ସମାଜସେବୀ ମାନବପ୍ରେମୀ ଆଦିତ୍ୟ ଦାଶ ମୃତ୍ୟୁ ମାମଲାରେ ନୂଆ ଟ୍ୱିଷ୍ଟ୍‌ ଆସିଛି। ଜଣେ ସାଇକୋ ଲେଡିଙ୍କୁ ନେଇ ଆଦିତ୍ୟଙ୍କ ବାପା ସନ୍ଦେହ ବ୍ୟକ୍ତ କରିଛନ୍ତି। ଆଦିତ୍ୟଙ୍କ ବାପା କହିଛନ୍ତି, ଜଣେ ଯୁବତୀ ଆଦିତ୍ୟଙ୍କୁ ବାହାଘର ପୂର୍ବରୁ ବ୍ଲାକ୍‌ ମେଲିଂ କରୁଥିଲେ। ସେ ଆଦିତ୍ୟଙ୍କୁ ଏକତରଫା ଭଲ ପାଉଥିଲେ। ଏପରିକି ବାହା ହେବା ପାଇଁ ସେ ଆଦିତ୍ୟଙ୍କୁ ବ୍ଲାକ୍‌ ମେଲିଂ ମଧ୍ୟ କରୁଥିଲେ। ଏ ଦିଗରେ କ୍ରାଇମବ୍ରାଞ୍ଚ ତଦନ୍ତ କରୁ ନ ଥିବାରୁ […]

mo bus
୮ଟି ରୁଟ୍‌ରେ ଏଣିକି ସବୁଦିନ ଚାଲିବ ‘ମୋ ବସ୍’

ଭୁବନେଶ୍ୱର: ଅଧିକ ଡିମାଣ୍ଡ ଥିବା ୮ଟି ରୁଟ୍‌ରେ ଏଣିକି ସପ୍ତାହର ସବୁଦିନ ‘ମୋ ବସ୍’ ଚଳାଚଳ କରିବ। ଏହି ରୁଟ୍‌ ଗୁଡ଼ିକ ହେଲା- ରୁଟ୍ ନଂ ୧୧, ୧୬, ୧୮, ୨୦, ୨୩, ୨୪, ୨୫ ଓ ୩୩। ବସ୍‌ରେ ଯାତ୍ରା କରୁଥିବା ସମସ୍ତ ଯାତ୍ରୀ ଓ କର୍ମଚାରୀ ମାସ୍କ ପିନ୍ଧିବା ବାଧ୍ୟତାମୂଳକ। ଏହାସହ ଯାତ୍ରୀମାନଙ୍କୁ ଛିଡ଼ା ହୋଇ ଯିବାକୁ ମନା କରାଯାଇଛି। ଏଣିକି ଯାତ୍ରୀମାନେ ଡିଜିଟାଲ୍‌ ପେମେଣ୍ଟ୍‌ କରିବେ। ଅନ୍ୟପକ୍ଷରେ, ଆସନ୍ତାକାଲି ଠାରୁ ୨୪ଟି ରୁଟ୍‌ରେ […]

  • Sunday, 04 July 2021
sambit patra
ବଗଲା ଧର୍ମଶାଳା ଜମି ବିକ୍ରି ଘଟଣାରେ ପ୍ରଶ୍ନ ଉଠାଇଲେ ସମ୍ବିତ ପାତ୍ର

ପୁରୀ: ବଗଲା ଧର୍ମଶାଳା ଜମି ବିକ୍ରି ଘଟଣାରେ ରାଜ୍ୟ ସରକାରଙ୍କ ଭୂମିକାକୁ ନେଇ ପ୍ରଶ୍ନ ଉଠାଇଲେ ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର। କେନ୍ଦ୍ର ପର୍ଯ୍ୟଟନ ବିକାଶ ନିଗମ ଧର୍ମଶାଳାର ଉନ୍ନତିକରଣ କାମରେ ବିଳମ୍ବ କରିଥିବା ଅଭିଯୋଗ ମିଥ୍ୟା। ସୌନ୍ଦର୍ଯ୍ୟକରଣ କାମ ଚାଲିଥିଲା, ଏହାକୁ ଅଧାରୁ ବନ୍ଦ କରିବା ପାଇଁ ଚିଠି ଲେଖିଥିଲେ ରାଜ୍ୟ ପର୍ଯ୍ୟଟନ ସଚିବ ବିଶାଲ ଦେବ। ଜୁଲାଇ ୧ ତାରିଖରେ ବିଶାଳ ଦେବ ITDCକୁ ଚିଠି ଲେଖି ପ୍ରକଳ୍ପ ବନ୍ଦ କରିବାକୁ କହିଥିଲେ। […]

  • Sunday, 04 July 2021
high-court
ଘରୋଇ ସ୍କୁଲରେ ଫି ବୃଦ୍ଧିକୁ ନେଇ ଏହି ନିର୍ଦ୍ଦେଶ ଦେଲେ ହାଇକୋର୍ଟ

ଭୁବନେଶ୍ୱର: ଘରୋଇ ସ୍କୁଲରେ ଫି ବୃଦ୍ଧିକୁ ନେଇ ଦେଖାଦେଇଥିବା ବିବାଦର ସମାଧାନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ। ଫି ବୃଦ୍ଧିକୁ ନେଇ ଅଭିଭାବକ ମହାସଂଘ ହାଇକୋର୍ଟ ଯାଇଥିଲା। ଏହାର ଶୁଣାଣି କରି ଆପୋସ ସମାଧାନ ପାଇଁ କୋର୍ଟ ପରାମର୍ଶ ଦେଇଛନ୍ତି। ଗଣ ଶିକ୍ଷା ସଚିବଙ୍କ ଅଧ୍ୟକ୍ଷତାରେ ବୈଠକ ପାଇଁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ। ଅଭିଭାବକ ମହାସଂଘ, ଶିକ୍ଷକ ସଂଘ, ସ୍କୁଲ୍ କର୍ତ୍ତୃପକ୍ଷଙ୍କୁ ନେଇ ବୈଠକ ପାଇଁ ପରାମର୍ଶ ଦେବା ସହ ବୈଠକର ନିର୍ଯ୍ୟାସ ନେଇ ଅବଗତ କରାଇବାକୁ […]

  • Sunday, 04 July 2021
kalapani
ଯୁକ୍ତିତର୍କ ଲାଗି ଦୁଇ ଭାଇଙ୍କ ଜୀବନ ଗଲା

ଯାଜପୁର: ସାମାନ୍ୟ ଘଟଣାରୁ ଯୁକ୍ତିତର୍କ। ଆଉ ଯୁକ୍ତତର୍କରୁ ଦୁଇ ଭାଇଙ୍କ ଡବଲ ମର୍ଡର ଭଳି ଜଘନ୍ୟ ଘଟଣା ଘଟିଛି ଯାଜପୁର ଜିଲ୍ଲା କାଳିଆପାଣି ଥାନା ମହ୍ଲାର ସାହିର। ମୃତକ ହେଲେ ବଡ଼ ଭାଇ ନଣ୍ଡା ମାଙ୍କେଡ଼ାଇ ଓ ସାନ ଭାଇ ରସିକ ମାଙ୍କେଡ଼ାଇ। ମଜୁରି ଦିଆନିଆକୁ ନେଇ ଦୁଇ ଭାଇଙ୍କ ମଧ୍ୟରେ ଝଗଡ଼ା ଲାଗିଥିଲା। ପ୍ରଥମେ ସାନ ଭାଇର ଟାଙ୍ଗିଆ ଚୋଟରେ ବଡ଼ଭାଇର ଜୀବନ ଯାଇଥିବା ବେଳେ ପରିବାରର ଅନ୍ୟ ଲୋକଙ୍କ ନିସ୍ତୁକ ମାଡ଼ରେ ସାନ ଭାଇର […]

  • Sunday, 04 July 2021
baijayanta panda
ବନ୍ୟାଞ୍ଚଳ ଗସ୍ତ କରି ଲୋକଙ୍କ ସମସ୍ୟା ପଚାରି ବୁଝିଲେ ବୈଜୟନ୍ତ

କେନ୍ଦ୍ରାପଡ଼ା: ବନ୍ୟାରେ ପ୍ରବାଭିତ କେନ୍ଦ୍ରାପଡ଼ା ଜିଲା ଆଳିର ଧୋୟା ବନ୍ୟାଞ୍ଚଳ ଗସ୍ତ କରିଛନ୍ତି ବିଜେପିର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା।  ଧୋୟା ଅଞ୍ଚଳର ମାନପୁର, ସଂସିଧା, ଠାକୁରପାଟଣା,ମଙ୍ଗରାଜପୁର ,ପେତପଡା ଆଦି ଗାଁଗୁଡ଼ିକୁ ଭୁଟୁଭୂଟି ସାହାଯ୍ୟରେ ବୁଲି ସ୍ଥିତି ସମୀକ୍ଷା କରିବା ସହ ଲୋକଙ୍କ ଭଲ ମନ୍ଦ ପଚାରି ବୁଝିଛନ୍ତି। ବନ୍ୟା ପାଣିରେ ଭାସି ଯାଇ ମୃତ୍ୟୁ ହୋଇଥିବା ପେତପଡ଼ା ଗାଁର ମୃତକ କେଶବ ଚନ୍ଦ୍ର ଦାସଙ୍କ ପରିବାର ଲୋକଙ୍କୁ ଭେଟି ସମବେଦନା ଜଣାଇଥିଲେ ବୈଜୟନ୍ତ। ଏହି କାର୍ଯ୍ୟକ୍ରମରେ […]

  • Sunday, 04 July 2021
swargdwara
ସ୍ୱର୍ଗଦ୍ୱାର କଟକଣା ମାସେ ବଢ଼ିଲା

ପୁରୀ: ସ୍ୱର୍ଗଦ୍ୱାର କଟକଣା ମାସେ ବଢ଼ିଲା। ସେପ୍ଟେମ୍ବର ୩୦ ଯାଏ କଟକଣା ବଢ଼ାଇଲେ ପୁରୀ ଜିଲ୍ଲାପାଳ।    ପୂର୍ବରୁ ପୁରୀ ଜିଲ୍ଲା ବାହାର ଲୋକଙ୍କୁ ସ୍ୱର୍ଗଦ୍ୱାରରେ ଶବ ସଂସ୍କାର କରିବା ମନା କରାଯାଇଥଲା। ଏଥିପାଇଁ ପୁରୀ ସ୍ୱର୍ଗଦ୍ୱାରରେ ଜିଲ୍ଲା ବାହାରୁ ଆସୁଥିବା ମୃତବ୍ୟକ୍ତିଙ୍କ ଅନ୍ତିମ ସଂସ୍କାର ସମ୍ପୂର୍ଣ୍ଣ ବନ୍ଦ ରହିଥିଲା। ଆଉ ଆଜି ସ୍ୱର୍ଗଦ୍ୱାରରେ ଦାହ ସଂସ୍କାର କଟକଣା ପୁଣି ମାସେ ବଢ଼ାଇଛନ୍ତି ଜିଲ୍ଲା ପ୍ରଶାସନ। କେବଳ ପୁରୀ ଜିଲ୍ଲାବାସୀ ସ୍ୱର୍ଗଦ୍ୱାରରେ ଦାହ ସଂସ୍କାର କରିପାରିବେ। ରାଜ୍ୟ ସରକାରଙ୍କ […]

  • Sunday, 04 July 2021
anubhab
ବନ୍ୟାଞ୍ଚଳ ଦେଖିବାକୁ ଯାଇଥିଲେ ଅନୁଭବ; ଘେରିଗଲେ ଲୋକେ

କେନ୍ଦ୍ରାପଡ଼ା; ବନ୍ୟାଞ୍ଚଳ ପରିଦର୍ଶନ ବେଳେ କେନ୍ଦ୍ରାପଡ଼ା ସାଂସଦ ଅନୁଭବ ମହାନ୍ତିଙ୍କ ଉପରେ ଅସନ୍ତୋଷ ପ୍ରକାଶ କରିଛନ୍ତି ଲୋକେ। ସାଂସଦଙ୍କୁ ଦେଖିବା ପରେ ତାଙ୍କୁ ଘେରି ଯାଇଥିଲେ ବନ୍ୟା ପୀଡ଼ିତ। ବନ୍ୟାର ଏତେ ଦିନ ପରେ ଗତକାଲି ରାତି ପ୍ରାୟ ସାଢ଼େ ଆଠଟାରେ କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଲକ ଅଳପୁଆ ଗାଁରେ ପହଞ୍ଚିଥିଲେ ଅନୁଭବ। ତାଙ୍କୁ ଦେଖିବା ପରେ ଘେରି ଯାଇଥିଲେ ସ୍ଥାନୀୟ ଲୋକେ ଏବଂ ନିଜ ନିଜର ଦୁଃଖ ଦୁର୍ଦ୍ଦଶା କହିବା ସହିତ ଅସନ୍ତୋଷ ପ୍ରକାଶ ମଧ୍ୟ […]

  • Sunday, 04 July 2021
coronavirus-1
ରାଜ୍ୟରେ ସୁସ୍ଥ ହେଲେ ୩୪୮୪ କରୋନା ଆକ୍ରାନ୍ତ

ଭୁବନେଶ୍ୱର: ଆଜି ରାଜ୍ୟରେ ୩୪୮୪ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ସେଥିମଧ୍ୟରୁ ଖୋର୍ଦ୍ଧାରେ ସର୍ବାଧିକ ୮୯୦ ଆକ୍ରାନ୍ତ ସୁସ୍ଥ ହୋଇଥିବା ବେଳେ ଯାଜପୁରରୁ ୩୧୪ ଆକ୍ରାନ୍ତ ସୁସ୍ଥ ହୋଇଥିବା ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି। ଆଜି ସୁସ୍ଥ ହୋଇଥିବା ଆରୋଗ୍ୟଙ୍କ ମଧ୍ୟରୁ ରାୟଗଡ଼ାରୁ ୩୦୨, ଗଞ୍ଜାମରୁ ୨୫୩, କେନ୍ଦ୍ରାପଡ଼ାରୁ ୧୬୨, କଟକରୁ ୧୪୩ ଓ ମୟୂରଭଞ୍ଜରୁ ୧୩୧ ଜଣ ଆକ୍ରାନ୍ତ ସୁସ୍ଥ ହୋଇଥିବା ନେଇ ସୂଚନା ଦେଇଛି ସ୍ୱାସ୍ଥ୍ୟ […]

  • Sunday, 04 July 2021
floood odisha
ନଈ ବଢ଼ି ଠାରୁ ବିପତ୍ତି ନାହିଁ: ବୁଡ଼ିଛି ଘରଦ୍ୱାର, ବନ୍ଦ ରହିଛି କାରବାର

ଭୁବନେଶ୍ୱର: କଥାରେ ଅଛି ଘୋଡ଼ା ଚଢ଼ାଠୁ ସଂପତ୍ତି ନାହିଁ, କି ନଈ ବଢ଼ି ଠାରୁ ବିପତ୍ତି ନାହିଁ। ଯାହା ଜଳ ଜଳ ପ୍ରମାଣିତ କରୁଛି ମହାନଦୀର ମହାବନ୍ୟାରେ ସର୍ବାଧିକ ପ୍ରଭାବିତ ବାଙ୍କି କରବର ଗାଁର ନରେଶ ନାଏକଙ୍କ କ୍ଷେତ୍ରରେ। ବନ୍ୟା ବେଘର କରିବା ପରେ ୫ ଦିନ ହେଲାଣି ରାସ୍ତା କଡ଼ରେ ଏକ ଅଟୋ ଡାଲା ପାଲଟିଛି ଅସ୍ଥାୟୀ ବାସ। ଯାହା ତଳେ ୫ ପ୍ରାଣୀ କୁଟୁମ୍ବଙ୍କ ବଞ୍ଚିବା ପାଇଁ ଚାଲିଛି ସଂଘର୍ଷ। କାରଣ ତାଙ୍କ ଘରେ […]

  • Sunday, 04 July 2021
weather-odisha
ଘୂର୍ଣ୍ଣିବଳୟ ପ୍ରଭାବ; ଏହି ଜିଲ୍ଲାଗୁଡ଼ିକରେ ହେବ ପ୍ରବଳ ବର୍ଷା

ଭୁବନେଶ୍ୱର: ବଙ୍ଗୋପସାଗରରେ ସୃଷ୍ଟ ଘୂର୍ଣ୍ଣିବଳୟ ପ୍ରଭାବରେ ରାଜ୍ୟରେ ଆଜି ଓ ଆସନ୍ତାକାଲି ବର୍ଷା ସମ୍ଭାବନା। ରାଜ୍ୟର କିଛି ସ୍ଥାନରେ ପ୍ରବଳରୁ ପ୍ରବଳ ବର୍ଷା ସମ୍ଭାବନା ଥିବାବେଳେ ଆଉ କିଛି ସ୍ଥାନରେ ମଧ୍ୟମ ଧରଣର ବର୍ଷାର ଅନୁମାନ କରିଛି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର। ପ୍ରବଳ ବର୍ଷା ସମ୍ଭାବନା ଥିବା ଜିଲ୍ଲା ଗୁଡ଼ିକ ହେଲା କେନ୍ଦୁଝର, ମୟୂରଭଞ୍ଜ, ସୁନ୍ଦରଗଡ, ଦେବଗଡ, ଅନୁଗୁଳ ଓ ବାଲେଶ୍ୱର। ସେହିପରି ଯାଜପୁର, ଭଦ୍ରକ, କେନ୍ଦ୍ରାପଡା, ଢେଙ୍କାନାଳ, ସମ୍ବଲପୁର, ଗଜପତି ଓ ବରଗଡରେ ବି […]

  • Sunday, 04 July 2021
VIGILANCE
IIC ଙ୍କ ନିକଟରୁ କୋଟିଏରୁ ଊର୍ଦ୍ଧ୍ୱ ସମ୍ପତ୍ତି ଠାବ କଲା ଭିଜିଲାନ୍ସ

ଜଳେଶ୍ୱର: ଜଳେଶ୍ୱର ନିଲମ୍ବିତ IIC ଧନେଶ୍ୱର ସାହୁଙ୍କ ନିକଟରୁ କୋଟିଏରୁ ଊର୍ଦ୍ଧ୍ୱ ସମ୍ପତ୍ତି ଠାବ କଲା ଭିଜିଲାନ୍ସ। ତାଙ୍କ ନିକଟରୁ ମୋଟ ୧ କୋଟି ୧୧ ଲକ୍ଷ ୩୫ ହଜାରର ସ୍ଥାବର ଓ ଅସ୍ଥାବର ସମ୍ପତ୍ତି ଠାବ ହୋଇଛି। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଚଢ଼ାଉ କରିଥିଲା। ବେଆଇନ୍‌ ସମ୍ପତ୍ତି ଜବତ କରିବାକୁ ଧନେଶ୍ୱରଙ୍କ ସମ୍ପର୍କୀୟଙ୍କ ଘର ସମେତ ମୋଟ ୭ଟି ସ୍ଥାନରେ ରେଡ୍ କରାଯାଇଥିଲା। ଜଳେଶ୍ୱର ସ୍ଥିତ ସରକାରୀ କ୍ୱାର୍ଟର୍ସ ସହିତ କଟକ […]

  • Sunday, 04 July 2021
pg-exam
UG ଅଫ୍‌ଲାଇନ୍‌ରେ ଓ PG ପରୀକ୍ଷା ଅନ୍‌ଲାଇନ୍‌ରେ ହେବ

ଭୁବନେଶ୍ୱର: ଉତ୍କଳ ବିଶ୍ୱବିଦ୍ୟାଳୟର UG/PG ଫାଇନାଲ୍ ସେମିଷ୍ଟର ପରୀକ୍ଷା ହେବ। UG ପରୀକ୍ଷା ଅଫ୍‌ଲାଇନ୍‌ରେ ମଲ୍‌ଟିପଲ୍ ଚଏସ୍(OMR) ଦ୍ୱାରା ହେବାକୁ ଥିବା ବେଳେ PG ଫାଇନାଲ୍ ସେମିଷ୍ଟର ପରୀକ୍ଷା ଅନ୍‌ଲାଇନ୍‌ରେ ହେବ। ଚଳିତ ମାସ ୩୦ ସୁଦ୍ଧା ପରୀକ୍ଷା ସରିବା ନେଇ ସୂଚନା ଦେଇଛନ୍ତି ପରୀକ୍ଷା ନିୟନ୍ତ୍ରକ। UG ପରୀକ୍ଷା ୯ ଜିଲ୍ଲାର ୨୭୮ କଲେଜ୍‌ରେ ହେବ। ଏଥର ୫୦,୧୭୦ ଛାତ୍ରଛାତ୍ରୀ ପରୀକ୍ଷା ଦେବେ। ୯ ଜିଲ୍ଲାର ଯେ କୌଣସି କଲେଜରେ ଛାତ୍ରାଛାତ୍ରୀ ପରୀକ୍ଷା ଦେଇପାରିବେ ବୋଲି […]

  • Sunday, 04 July 2021
deadbdy
ବନ୍ୟା ଯୋଗୁ ଆସିପାରିଲାନି ଆମ୍ବୁଲାନ୍ସ; ଚାଲିଗଲା ମହିଳାଙ୍କ ଜୀବନ

ଖୋର୍ଦ୍ଧା; ବନ୍ୟା ଯୋଗୁ ଆସିପାରିଲାନି ଆମ୍ବୁଲାନ୍ସ, ଚାଲିଗଲା ଜଣେ ମହିଳା ରୋଗୀଙ୍କ ଜୀବନ। ବନ୍ୟାର ବେଦନା ଭିତରେ ଏଭଳି ଦୁଃଖଦାୟକ ଘଟଣା ଘଟିଛି ଖୋର୍ଦ୍ଧା ଜିଲ୍ଲା ଓରବରସିଂ ପଞ୍ଚାୟତ ଡିଉଖଳା ଗାଁରେ। ଗାଁର ପ୍ରମିଳା ସୁନ୍ଦରାୟ ନାମକ ଜଣେ ମହିଳା ଗତକାଲିଠାରୁ ଶ୍ୱାସ ଯୋଗୁ ଗୁରୁତର ଅସୁସ୍ଥ ହୋଇପଡ଼ିଥିଲେ। ପରିବାର ଲୋକେ ଡାକ୍ତରଖାନା ନେବା ପାଇଁ ଆମ୍ବୁଲାନ୍ସ ସହ ଯୋଗାଯୋଗ ବି କରିଥିଲେ। କିନ୍ତୁ ଗତ ୫ ଦିନ ହେଲା ଗାଁକୁ ବନ୍ୟାଜଳ ଘେରି ରହିଛି । […]

  • Sunday, 04 July 2021
rani panda
ପାଣିରେ ପଶି ବନ୍ୟା ବିପନ୍ନଙ୍କ କଥା ବୁଝିଲେ ଅଭିନେତ୍ରୀ ରାନୀ ପଣ୍ଡା

ଯାଜପୁର: ବନ୍ୟା ଭଳି ବିପତ୍ତିରେ ବିପନ୍ନଙ୍କ ସହିତ ଠିଆ ହୋଇଛନ୍ତି ଯାତ୍ରା ଅଭିନେତ୍ରୀ ରାନି ପଣ୍ଡା। ଏହା ସହିତ ପୀଡ଼ିତଙ୍କୁ ସେ ସହାୟତା ମଧ୍ୟ ପ୍ରଦାନ କରିଛନ୍ତି। ଯାଜପୁର ଜିଲ୍ଲା ବିଞ୍ଝାରପୁର ବ୍ଲକ କଣ୍ଟିପୁର ପଞ୍ଚାୟତର ଇଚ୍ଛାପୁର ଗାଁକୁ ଯାଇ ବନ୍ୟା ପୀଡ଼ିତଙ୍କୁ ଭେଟିଛନ୍ତି ରାନି। ସେମାନଙ୍କ ସୁବିଧା ଅସୁବିଧା ପଚାରି ବୁଝିବା ସହିତ ବପିନ୍ନଙ୍କୁ ଆଶ୍ୱାସନା ଦେଇଛନ୍ତି। ଲୋକଙ୍କୁ ଦୁର୍ଦ୍ଦଶା ଦେଖି ସେ ଭାବପ୍ରବଣ ହେବା ସହିତ ପୀଡ଼ିତଙ୍କୁ ରିଲିଫ ବଣ୍ଟନ କରିଥିଲେ ରାନୀ। ଯାତ୍ରାରେ […]

  • Sunday, 04 July 2021
rain
Weather Update In Odisha: ଏହିସବୁ ଜିଲ୍ଲାରେ ଆଜି ବର୍ଷା ସହ ବଜ୍ରପାତ ଆଶଙ୍କା

ଭୁବନେଶ୍ୱର: ବଙ୍ଗୋପସାଗରରେ ସୃଷ୍ଟ ଘୂର୍ଣ୍ଣିବଳୟ ପ୍ରଭାବରେ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ଆଜି ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ସହ ବଜ୍ରପାତ ହେବାର ଆଶଙ୍କା ରହିଛି। ଏ ନେଇ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି। ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ସହ ବଜ୍ରପାତ ଆଶଙ୍କା ନେଇ ଆଜି କିଛି ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ଏହି ଜିଲ୍ଲା ଗୁଡ଼ିକ ହେଲା- କଟକ,ଖୋର୍ଦ୍ଧା, ବଲାଙ୍ଗିର, ନୂଆପଡ଼ା, ରାୟଗଡ଼ା, କୋରାପୁଟ, ମାଲକାନଗିରି, କଳାହାଣ୍ଡି, ନବରଙ୍ଗପୁର, […]

  • Sunday, 04 July 2021