• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Miscellaneous Updates

hirakud dam
ହୀରାକୁଦ ଡ୍ୟାମ୍‌ର ୪୬ଟି ଗେଟ୍ ଦେଇ ଜଳ ନିଷ୍କାସନ ଜାରି

ସମ୍ବଲପୁର: ହୀରାକୁଦ ଡ୍ୟାମ୍‌ର ଆଉ ୨ଟି ଗେଟ୍ ଖୋଲିଛି। ଏବେ ୪୬ଟି ଗେଟ୍ ଦେଇ ବନ୍ୟା ଜଳ ନିଷ୍କାସନ ହେଉଛି। ଜଳ ଧାରଣ କ୍ଷମତା ୬୩୦ ଫୁଟ ଥିବାବେଳେ ଏବେ ଜଳ ପତ୍ତନ ୬୨୬.୨୭ ରହିଛି। ଡ୍ୟାମ୍‌କୁ ୮ ଲକ୍ଷ ୭୮ ହଜାର ୬୦୭ କ୍ୟୁସେକ୍‌ ଜଳ ପ୍ରବେଶ କରୁଛି। ସେହିପରି ଡ୍ୟାମ୍‌ରୁ ୭ ଲକ୍ଷ ୫୭ ହଜାର ୭୯୬ କ୍ୟୁସେକ୍‌ ଜଳ ନିଷ୍କାସନ ହେଉଛି। ଅନ୍ୟପକ୍ଷରେ, ମୁଣ୍ଡଳିରେ ୯ ଲକ୍ଷ ୪୮ ହଜାର ୯୦୫ କ୍ୟୁସେକ୍‌ […]

  • Sunday, 04 July 2021
rain
Weather Forecast In Odisha: କାଲି ଏହିସବୁ ଜିଲ୍ଲାରେ ବର୍ଷା ସମ୍ଭାବନା

ଭୁବନେଶ୍ୱର: ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ କ୍ଷେତ୍ର ୱେଲ୍‌ମାର୍କଡ୍‌ରେ ପରିଣତ ହୋଇ ଗତକାଲି ଛତିଶଗଡ଼ ପାଖାପାଖି ଥିବାବେଳେ ଆଜି ଏହା ଛତିଶଗଡ଼ର ଉତ୍ତରରେ କେନ୍ଦ୍ରୀଭୂତ ହୋଇଛି। ଏହାର ପ୍ରଭାବରେ ଆଜି ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶା ଏବଂ ଦକ୍ଷିଣ ଓଡ଼ିଶାର କିଛି ଜିଲ୍ଲାରେ ବର୍ଷା ହୋଇପାରେ। ଆସନ୍ତାକାଲି ମାଲକାନଗିରି, କୋରାପୁଟ, ରାୟଗଡ଼ା, ଗଜପତି, ଗଞ୍ଜାମ, ମୟୂରଭଞ୍ଜ, ବାଲେଶ୍ୱର ଓ କଳାହାଣ୍ଡି ଜିଲ୍ଲାରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି। ଏନେଇ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର […]

  • Sunday, 04 July 2021
flooddy
ମୃତଦେହକୁ ଭାର କରି ନେଲେ ଲୋକେ

ଭଦ୍ରକ: ଗ୍ରାମବାସୀ ଦେଖାଇଲେ ମାନବିକତା। ବନ୍ୟା ପାଣିରେ କାନ୍ଧରେ ମୃତଦେହ ଭାର କରି ବୋହି ଆଣିଲେ ଲୋକେ। ଭଦ୍ରକ ଜିଲ୍ଲା ଧାମନଗର ବ୍ଲକର ଦକ୍ଷିଣକୁରୁଆ ଗାଁର ଘଟଣା। ଗତକାଲି ଗାଁର ହେମନ୍ତ ଜେନା ପାଣିରେ ଭାସିଯାଇଥିଲେ। ଓଡ୍ରାଫ୍ ଟିମ୍ ଆସିନପାରିବାରୁ ଆଜି ସକାଳେ ଗାଁଲୋକେ ଖୋଜାଖୋଜି କରି ମୃତଦେହକୁ ଉଦ୍ଧାର କରିଥିଲେ। ତେବେ ଚାରିଆଡେ ପାଣି ଥିବାରୁ ଟ୍ରଲି କି ଆମ୍ବୁଲାନ୍ସ ଆସିପାରିଲା ନାହିଁ। ଫଳରେ ଗାଁଲୋକେ ନିଜେ ମୃତଦେହକୁ ଭାର କରି ନେଇଥିଲେ।

  • Sunday, 04 July 2021
skele-final
ଘାଟରୁ ମିଳିଲା ୨ ନର କଙ୍କାଳ

ଯାଜପୁର: ନଦୀ କୂଳରୁ ଉଦ୍ଧାର ହେଲା ମଣିଷ କଙ୍କାଳ। ଦୁଇଟି କଙ୍କାଳକୁ ଉଦ୍ଧାର କରିଛି ପୋଲିସ୍। ଘଟଣା ଘଟିଛି ଯାଜପୁର ବୈତରଣୀ ନଦୀର ଧନତ୍ରୀ ଘାଟରୁ। ସ୍ଥାନୀୟ କୋରେଇ ଅଞ୍ଚଳର ଲୋକେ ନଦୀ କୂଳରେ ଏହି କଙ୍କାଳ ପଡ଼ିଥିବା ଦେଖିବାକୁ ପାଇଥିଲେ। ତେବେ କଙ୍କାଳ କେଉଁଠୁ ଆସିଲା ସେ ନେଇ ସୂଚନା ମିଳିପାରିନି। ନଦୀରେ ଏହା ଭାସି ଆସିଛି ନା ଅନ୍ୟ କେଉଁଠୁ ଆସିଛି ସେ ସମ୍ପର୍କରେ ଜାଣିବା ପାଇଁ ଏହାକୁ ଫରେନ୍ସିକ ଟିମ୍‌କୁ ପଠାଯାଇଥିବା ପୋଲିସ୍ […]

  • Sunday, 04 July 2021
arrest
ନାବାଳିକା ଦୁଷ୍କର୍ମ ଓ ଗର୍ଭପାତ ମାମଲା: ଟିଆଇ ପରେଡ୍‌ରେ ଅଭିଯୁକ୍ତକୁ ଚିହ୍ନିଦେଲା ପୀଡ଼ିତା

ସୁନ୍ଦରଗଡ଼: ବୀରମିତ୍ରପୁର ନାବାଳିକା ଦୁଷ୍କର୍ମ ଓ ଗର୍ଭପାତ ମାମଲାରେ ହୋମଗାର୍ଡ ଗିରଫ। ବିରମିତ୍ରପୁର ଥାନା ହୋମ୍‌ଗାର୍ଡ ତଥା ଡ୍ରାଇଭର ଗୁରୁଚରଣ ଫରିକାରଙ୍କୁ ଗିରଫ କରିଛି କ୍ରାଇମ୍‌ବ୍ରାଞ୍ଚ। JMFCରେ ଟିଆଇ ପରେଡ୍‌ରେ ହୋମ୍‌ଗାର୍ଡକୁ ପୀଡ଼ିତା ଚିହ୍ନଟ କରିଥିଲେ। ପୀଡ଼ିତା ଚିହ୍ନଟ କରିବା ପରେ ହୋମଗାର୍ଡକୁ କ୍ରାଇମ୍‌ବ୍ରାଞ୍ଚ ଗିରଫ କରିଛି। ପୂର୍ବରୁ ଘଟଣାରେ ତତ୍କାଳୀନ ଥାନାଧିକାରୀ ଓ ଡାକ୍ତର ଗିରଫ ହୋଇଛନ୍ତି। ଘଟଣାଟି ଥିଲା ଏମିତି:- ନାବାଳିକାକୁ ଗତ ଜୁନ୍ ୧୪ ତାରିଖରେ ବସଷ୍ଟାଣ୍ଡରୁ ଉଦ୍ଧାର କରି ବୀରମିତ୍ରପୁର ପୋଲିସ […]

  • Sunday, 04 July 2021
mahanadi
ଭୟଙ୍କର ହେଉଛି ମହାନଦୀ: ୧୨ ଜିଲ୍ଲାକୁ ବିପଦ

ଭୁବନେଶ୍ୱର: ମହାନଦୀର ଭୟଙ୍କର ରୂପ। ହୀରାକୁଦ ଡ୍ୟାମ୍‌ରୁ ୪୬ ଗେଟ୍ ଦେଇ ବନ୍ୟାଜଳ ନିଷ୍କାସନ ପରେ ଏଭଳି ସ୍ଥିତି କେଉଁଠି ଘାଇ ସୃଷ୍ଟି କଲାଣି, ଆଉ କେଉଁଠି ଧସେଇ ପଶିଲାଣି ଜନବସତିକୁ। ଉପରୁ ତଳ ମୁଣ୍ଡ ଯାଏଁ ଟଳମଳ ଅବସ୍ଥା। କଟକ ଜିଲ୍ଲା ବାଙ୍କୀ ଗୟଳବାଙ୍କ ପାଖରେ ଘାଇ ସୃଷ୍ଟି ହୋଇ ଚାଷ ଜମି ସହ ଗାଁ ଭିତରକୁ ପ୍ରବେଶ କରିଛି ବନ୍ୟା ପାଣି। ଫଳରେ ବାହ୍ୟଜଗତରୁ ବିଛିନ୍ନ ହୋଇଯାଇଛି କଇଁମୁଣ୍ଡି, ଶୁଖୁଆଖେଳା ଏବଂ ବିଲିପଡ଼ା ଅଞ୍ଚଳ। […]

  • Sunday, 04 July 2021
munduli-fllod
ରାତି ପାହିଲେ ମୁଣ୍ଡଳି ଛୁଇଁବ ସର୍ବାଧିକ ବନ୍ୟାଜଳ

ଭୁବନେଶ୍ୱର: ଆସନ୍ତାକାଲି ସକାଳେ ମୁଣ୍ଡଳି ଛୁଇଁବ ସର୍ବାଧିକ ବନ୍ୟାଜଳ। ଏ ନେଇ ସୂଚନା ଦେଇଛନ୍ତି ସ୍ୱତନ୍ତ୍ର ରିଲିଫ୍ କମିଶନର ପ୍ରଦୀପ ଜେନା।  ଛତିଶଗଡ଼ରେ ପ୍ରବଳ ବର୍ଷା ଯୋଗୁଁ ଡ୍ୟାମକୁ ପ୍ରଚୁର ଜଳ ପ୍ରବେଶ କରୁଛି। ଏବେ ଡ୍ୟାମକୁ ୮,୯୫, ୬୦୦ କ୍ୟୁସେକ୍ ପଶୁଛି, ୭, ୬୨, ୧୯୫ କ୍ୟୁସେକ୍ ବାହାରୁଛି। ହୀରାକୁଦରୁ ଆସୁଥିବା ବନ୍ୟାଜଳ କାଲି ସକାଳ ସୁଦ୍ଧା ମୁଣ୍ଡଳି ଛୁଇଁବ ବୋଲି ସେ କହିଛନ୍ତି। ମୁଣ୍ଡଳି ଛୁଇଁଲା ବେଳେ ଜଳ ପ୍ରବାହ ୧୦ରୁ ସାଢ଼େ ୧୦ […]

  • Sunday, 04 July 2021
ମହାନଦୀ ବନ୍ୟାକୁ ନେଇ ବଢ଼ୁଛି ଚିନ୍ତା

କଟକ: ସାଂଘାତିକ ହେଉଛି ମହାନଦୀରେ ବନ୍ୟା ସ୍ଥିତି। ଫଳରେ ମହାନଦୀ ବନ୍ୟାକୁ ନେଇ ଚିନ୍ତା ବଢ଼ିବାରେ ଲାଗିଛି। ଅନ୍ୟପକ୍ଷେ, ହୀରାକୁଦ ଡ୍ୟାମ୍‌ର ୪୬ଟି ଗେଟ୍ ଖୋଲାଯିବା ପରେ ଉପକୂଳିଆ ଅଞ୍ଚଳରେ ଚିନ୍ତା ବଢ଼ିଛି। କଟକ ଜିଲ୍ଲା ବାଙ୍କୀ ବ୍ଲକର ତଳିଆ ଅଞ୍ଚଳ ଜଳମଗ୍ନ ହେବସହ କଇଁମୁଣ୍ଡି, ଶୁଖୁଆଖେଳା ଏବଂ ବିଲିପଡ଼ା ଅଞ୍ଚଳ ବାହ୍ୟଜଗତରୁ ବିଛିନ୍ନ ହୋଇଛି। ବାଙ୍କୀରୁ ବୈଦେଶ୍ୱରକୁ ମଧ୍ୟ ଯା’ଆସ ପ୍ରଭାବିତ ହୋଇଛି। ଉପରମୁଣ୍ଡରେ ଲଗାଣ ବର୍ଷା ଯୋଗୁ ହୀରାକୁଦ ଜଳଭଣ୍ଡାର ଫୁଲିବାରେ ଲାଗିଛି। ଫଳରେ […]

  • Sunday, 04 July 2021
flood water
ଦୟାନଦୀରେ ୩୦ ଫୁଟର ଘାଇ, ଅଟ୍ରି ଉଷ୍ମ ପ୍ରସ୍ରବଣରେ ପଶିଲା ବନ୍ୟା ଜଳ

ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲା ଅଟ୍ରି ଉଷ୍ମ ପ୍ରସ୍ରବଣରେ ମହାନଦୀ ବନ୍ୟା ଜଳ ପ୍ରବେଶ କରିଥିବାବେଳେ ଦୟାନଦୀରେ ୩୦ ଫୁଟର ଘାଇ ସୃଷ୍ଟି ହୋଇଛି। ମହାନଦୀର ଶାଖାନଦୀରେ ବନ୍ୟା ଆସିବାରୁ ଅଟ୍ରିରେ ୪ ଫୁଟ୍ ଉଚ୍ଚର ବନ୍ୟା ଜଳ ପ୍ରବାହିତ ହେଉଛି।ଘାଇ ସୃଷ୍ଟି ହେବା ଫଳରେ ବାଙ୍କୀ, ତୁଳସୀପୁର ହୋଇ ଉଷ୍ଣ ପ୍ରସ୍ରବଣରେ ବନ୍ୟା ଜଳ ପ୍ରବେଶ କରିଛି। ଅନ୍ୟପକ୍ଷେ, ଜଟଣୀର ତିରିମଲଠାରେ ଦୟାନଦୀରେ ୩୦ ଫୁଟର ଘାଇ ସୃଷ୍ଟି ହୋଇଛି। ଆଜି ଭୋର ସମୟରେ ଘାଇ ସୃଷ୍ଟି […]

  • Sunday, 04 July 2021
arrest
ଲାଞ୍ଚ ମାଗି ଗିରଫ ହେଲେ ଜଣେ ASI, ୨ ହୋମ୍‌ଗାର୍ଡ

ମାଲକାନଗିରି: ମହଙ୍ଗା ପଡ଼ିଲା ଗଞ୍ଜେଇ ଗାଡ଼ିକୁ ଅଟକାଇ ଲାଞ୍ଚ ମାଗିବା। ଗଞ୍ଜେଇ ଗାଡ଼ିକୁ ଅଟକାଇ ଲାଞ୍ଚ ମାଗିବା ଅଭିଯୋଗରେ ମାଲକାନଗିରି ଜିଲ୍ଲା ମୁଦୁଲିପଡ଼ା ଥାନାର ଜଣେ ASI ଓ ୨ ହୋମ୍‌ଗାର୍ଡଙ୍କୁ ଗିରଫ କରାଯାଇଛି। ଏହାସହ ଏହି ଘଟଣାରେ ସମ୍ପୃକ୍ତି ଅଭିଯୋଗରେ ଅନ୍ୟ ଜଣେ SI ସସ୍‌ପେଣ୍ଡ ହୋଇଛନ୍ତି। ସୂଚନାଥାଉ କି, ୪ ଦିନ ତଳେ ଏମାନେ ଖଇରିପୁଟ ନିକଟରେ ଚେକିଂ ସମୟରେ ଏକ ଗଞ୍ଜେଇ ଗାଡିକୁ ଅଟକାଇ ଲାଞ୍ଚ ମାଗିଥିଲେ। ଏହି ଘଟଣା ଜଣାପଡ଼ିବା ପରେ […]

  • Sunday, 04 July 2021
hirakud 11
‘ହୀରାକୁଦ ଡ୍ୟାମ୍‌କୁ ବନ୍ୟା ଜଳ ପ୍ରବେଶ କମୁଛି’

ଭୁବନେଶ୍ୱର: ହୀରାକୁଦ ଡ୍ୟାମ୍‌ରୁ ବନ୍ୟା ଜଳ ନିଷ୍କାସନ ପରେ ମହାନଦୀର ତଳମୁଣ୍ଡରେ ବନ୍ୟା ସ୍ଥିତି ସୃଷ୍ଟି ହୋଇଛି। ଆଶ୍ୱସ୍ତିର କଥା, ଆଜି ଛତିଶଗଡ଼ ପଟୁ ହୀରାକୁଦ ଜଳଭଣ୍ଡାରକୁ ବନ୍ୟା ଜଳ ପ୍ରବେଶ କମୁଥିବା ଦେଖିବାକୁ ମିଳିଛି। ଆଜି ଭୋର ୪ଟାରୁ ଡ୍ୟାମ୍‌ ଭିତରକୁ ଜଳ ପ୍ରବେଶ ପରିମାଣ ହ୍ରାସ ପାଇଛି ବୋଲି ସ୍ୱତନ୍ତ୍ର ରିଲିଫ କମିଶନର(SRC) ପ୍ରଦୀପ ଜେନା କହିଛନ୍ତି। ଆଜି ସକାଳେ ଟ୍ୱିଟ୍ କରି SRC ଏହି ସୂଚନା ଦେଇଛନ୍ତି। ଆଗକୁ ଆହୁରି ମଧ୍ୟ ଜଳ ପ୍ରବେଶ […]

  • Sunday, 04 July 2021
cm naveen patnaik
NEET, JEE Exams 2020: ପରୀକ୍ଷାର୍ଥୀଙ୍କୁ ସାହାଯ୍ୟ କରିବାକୁ ବିଧାୟକଙ୍କୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର: ରାଜ୍ୟରେ କରୋନା ଓ ବନ୍ୟା ପରିସ୍ଥିତି ବେଳେ ଲୋକଙ୍କ ସହ ରହିବାକୁ ଆହ୍ୱାନ ଦେଇଛନ୍ତି ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏ ନେଇ ମୁଖ୍ୟମନ୍ତ୍ରୀ ଆଜି ଭିଡିଓ କନଫରେନ୍ସିଂ ଜରିଆରେ ଦଳୀୟ ବିଧାୟକଙ୍କ ସହ ଆଲୋଚନା କରିଛନ୍ତି। ଆଗକୁ ହେବାକୁ ଥିବା JEE, NEET ପରୀକ୍ଷା ପାଇଁ ଛାତ୍ରଛାତ୍ରୀ ପ୍ରସ୍ତୁତି କରୁଛନ୍ତି। ତେଣୁ ପିଲାଙ୍କୁ ସାହାଯ୍ୟ କରିବାକୁ ମୁଖ୍ୟମନ୍ତ୍ରୀ ଦଳୀୟ ବିଧାୟକଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ‘ସବୁ ପିଲା ଆମ ପରିବାରର। ତେଣୁ ସେମାନଙ୍କ […]

  • Sunday, 04 July 2021
Odisha Flood Update: ବିଭିନ୍ନ ନଦୀରେ ୩୨ଟି ଘାଇ ହୋଇଛି

ଭୁବନେଶ୍ୱର: ରାଜ୍ୟର ବିଭିନ୍ନ ନଦୀରେ ବର୍ତ୍ତମାନ ସୁଦ୍ଧା ୩୨ଟି ଘାଇ ସୃଷ୍ଟି ହୋଇଛି। କେବଳ ଯାଜପୁର ଜିଲ୍ଲାରେ ୨୪ଟି ଘାଇ ସୃଷ୍ଟି ହୋଇଛି। ମହାନଦୀ ସିଷ୍ଟମରେ ମଧ୍ୟ ୨ଟି ଘାଇ ସୃଷ୍ଟି ହୋଇଛି। ଜଳ ସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ଜ୍ୟୋତିର୍ମୟ ରଥ ଏହି ସୂଚନା ଦେଇଛନ୍ତି। ସର୍ବୋଚ୍ଚ ଯନ୍ତ୍ରୀ ଜ୍ୟୋତିର୍ମୟ ରଥଙ୍କ ସୂଚନା ଅନୁସାରେ, ହୀରାକୁଦରେ ଏବେ ୪୬ଟି ଗେଟ୍ ଦେଇ ଜଳ ନିଷ୍କାସନ ଚାଲିଛି। ଆବଶ୍ୟକ ହେଲେ ହୀରାକୁଦର ଆଉ ୨ଟି ଗେଟ୍ ଖୋଲା ଯାଇପାରେ। […]

  • Sunday, 04 July 2021
jeee
JEE ଓ ନିଟ୍‌ ପାଇଁ ରାଜଧାନୀରେ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା

ଭୁବନେଶ୍ୱର: JEE ପରୀକ୍ଷାର୍ଥୀଙ୍କ ପାଇଁ ରାଜଧାନୀରେ କରାଯାଇଛି ସ୍ୱତନ୍ତ୍ର ବ୍ୟବସ୍ଥା। JEE ଓ ନିଟ୍‌ର ସୁପରିଚାଳନା ପାଇଁ ବିଏମ୍‌ସି ସ୍ୱତନ୍ତ୍ର ବ୍ୟବସ୍ଥା ରହିଛି। ରାଜଧାନୀରେ ୬ଟି ପରୀକ୍ଷା କେନ୍ଦ୍ର କରାଯାଇଛି। ସେହିପରି ୮ଟି ସ୍ଥାନରେ ରହଣି ବ୍ୟବସ୍ଥା କରାଯାଇଥିବା ବିଏମ୍‌ସି ସୂଚନା ଦେଇଛି। ସେହିପରି ପିଲାଙ୍କ ରହଣି କେନ୍ଦ୍ରରେ ସ୍ୱତନ୍ତ୍ର କୋଭିଡ୍ ନିରୀକ୍ଷକ ରହିବେ। ପିଲାଙ୍କ ଯିବାଆସିବା ପାଇଁ ଟ୍ୟାଗିଂ ଓ ରହଣି ବ୍ୟବସ୍ଥା କରାଯିବ। ସବୁ ପରୀକ୍ଷା କେନ୍ଦ୍ରରେ ସାନିଟାଇଜିଂ ବ୍ୟବସ୍ଥା ରହିବ। କେନ୍ଦ୍ର ବାହାରେ […]

  • Sunday, 04 July 2021
sunia parba
ପୁରୀ ଶ୍ରୀନଅରରେ ପବିତ୍ର ସୁନିଆ ଉତ୍ସବ ପାଳିତ

ପୁରୀ: ପୁରୀ ଶ୍ରୀନଅରରେ ପାଳିତ ହୋଇଛି ପବିତ୍ର ସୁନିଆ ଉତ୍ସବ। ଉତ୍କଳୀୟ ଗଜପତି ପରମ୍ପରାରେ ଗତକାଲିଠୁ ନୂତନ ବର୍ଷ ଆରମ୍ଭ ହୋଇଛି। ଗଜପତି ମହାରାଜ ଦିବ୍ୟସିଂହ ଦେବଙ୍କର ୬୩ ଅଙ୍କ ପ୍ରଚଳନ ହୋଇଥିବାବେଳେ ୧୪୨୮ସାଲ ପ୍ରବେଶ କରିଛି। ସୁନିଆଁ ଅବସରରେ ଶ୍ରୀନଅର ପ୍ରାଙ୍ଗଣରେ ଥିବା କନକ ଦୂର୍ଗାଙ୍କ ମନ୍ଦିରରେ ଦେବାର୍ଚ୍ଚନ, ମଙ୍ଗଳାର୍ପଣ ଆଦି କରାଯିବା ସହ ସୁନିଆର ସ୍ୱତନ୍ତ୍ର ପୂଜାର୍ଚ୍ଚନା କରାଯାଇଥିଲା। ଏହାପରେ  ଶ୍ରୀନଅରରେ ସୁନିଆଁର ବିଶେଷ ପର୍ବ ଆରମ୍ଭ ହୋଇଥିଲା। ୧୬ ଶାସନି ବ୍ରାହ୍ମଣମାନେ ଗଜପତିଙ୍କୁ […]

  • Sunday, 04 July 2021
main-family
ଦ୍ୱୀପରୁ ଉଦ୍ଧାର ହେଲେ ପୂରା ପରିବାର

ରାଜକନିକା: ଦ୍ୱୀପରେ ୪ ଦିନ ଧରି ଫସି ରହିଥିବା ପରିବାରକୁ ଉଦ୍ଧାର କଲା ଅଗ୍ନିଶମ ବିଭାଗ ଯୋଦ୍ଧା। କେନ୍ଦ୍ରାପଡ଼ା ରାଜକନିକା କଇଥାପାଳ ଦ୍ୱୀପରେ ଫସି ରହିଥିବା ପରିବାରର ୫ ଜଣ ସଦସ୍ୟଙ୍କୁ ଉଦ୍ଧାର କରାଯାଇଛି। ଏମାନଙ୍କ ମଧ୍ୟରେ ତିନି ଜଣ ଶିଶୁ ଓ ଜଣେ ମହିଳା ରହିଛନ୍ତି। ହଠାତ୍ ବନ୍ୟା ପାଣି ଆସିବା ଯୋଗୁଁ କଇଥାପାଳରେ ଗୋଟିଏ ପାରିବାର ଲୋକେ ଫସି ରହିଥିଲେ। ପାଣି ବଢ଼ିବା ସହ ଆଉ କୂଳକୁ ଆସିନପାରି ଭାଗ୍ୟକୁ ଆଦରି ରହିଥିଲେ। ଯାହା […]

  • Sunday, 04 July 2021
drown
ନଦୀରେ ଭାସିଗଲେ ୪ ନାବାଳିକା

ନୟାଗଡ଼: ଖୁଦୁରୁକୁଣୀ ପୂଜା ପାଇଁ ନଈରେ ଗାଧୋଇବା ହେଲା କାଳ।  ବନ୍ୟା ଜଳରେ ଭାସି ଗଲେ ୪ ନାବାଳିକା। ଏଭଳି ଘଟଣା ଘଟିଛି ନୟାଗଡ଼ ଜିଲ୍ଲା ଦଶପଲ୍ଲା ଥାନା ଟାକରା ପଞ୍ଚାୟତ ବୁରୁ ସାହିରେ। ଖୁଦୁରୁକୁଣୀ ପୂଜା ପାଇଁ ୪ ଜଣ ନାବାଳିକା ନିକଟସ୍ଥ ବୃତଙ୍ଗ ନଦୀରେ ଗାଧୋଉ ଥିଲେ। କିନ୍ତୁ ନଦୀର ସ୍ରୋତ ଏତେ ପ୍ରଖର ଥିବା ସେମାନଙ୍କୁ ଅଜଣା ଥିଲା। ଜଳ ସ୍ରୋତରେ ସେମାନେ ଭାସିଯାଇଥିଲେ।ତେବେ ଖବର ପାଇ ସ୍ଥାନୀୟ ଲୋକେ ଏବଂ ଦଶପଲ୍ଲା […]

  • Sunday, 04 July 2021
police
ପୋଲିସ୍ ଗାଡ଼ିକୁ ଜବତ କଲା ପୋଲିସ୍

ସମ୍ବଲପୁର: ପୋଲିସ ଗାଡ଼ିରେ ଗଞ୍ଜେଇ ଚାଲାଣ। ପୋଲିସ୍ ଗାଡ଼ିରେ ଗଞ୍ଜେଇ ଚାଲାଣ ବେଳେ ଧରାପଡ଼ିଲା ପୋଲିସ୍। ଝାରସୁଗୁଡ଼ାର ରାମପଦା ଛକରେ ଧରିଲା ରେଙ୍ଗାଳି ପୋଲିସ୍। ଏଥିରେ ଥିବା ୨୧ କେଜି ଗଞ୍ଜେଇକୁ ଜବତ କରିବା ସହ ପୋଲିସ୍‌ର ବୋଲେରୋ ଗାଡ଼ି ଜବତ କରାଯାଇଛି। ଜବତ ଗାଡ଼ିଟି GRP ପୋଲିସ୍‌ର ବୋଲି ଜଣାଯାଇଛି। ଡ୍ରାଇଭର ପୂର୍ଣ୍ଣଚନ୍ଦ୍ର ପାତ୍ରଙ୍କୁ ଗିରଫ କରାଯାଇଛି। ଅଭିଯୁକ୍ତ ଡ୍ରାଇଭରଙ୍କ ନାଁରେ ମାମଲା ରୁଜୁ କରି କୋର୍ଟ ଚାଲାଣ କରିଛନ୍ତି। ଏଥି ସହିତ ଏଥିରେ ଅନ୍ୟ […]

  • Sunday, 04 July 2021
flood-area
ବନ୍ୟାରେ ୨୦ ଜିଲ୍ଲାର ୧୪ ଲକ୍ଷ ଲୋକ ପ୍ରଭାବିତ, ୧୭ ମୃତ

ଭୁବନେଶ୍ୱର: ବନ୍ୟାରେ ରାଜ୍ୟର ୨୦ ଜିଲ୍ଲାର ୧୪ ଲକ୍ଷ ଲୋକ ପ୍ରଭାବିତ। ୩୨୫୬ ଗାଁ ପ୍ରଭାବିତ। ଏଯାବତ୍ ୧୭ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ଦେଲେ SRC। ରାଜ୍ୟର ବନ୍ୟା ସ୍ଥିତି ନେଇ SRC ପ୍ରଦୀପ ଜେନା କହିଛନ୍ତି ଯେ, ବନ୍ୟାରେ ୨୦ ଜିଲ୍ଲା ପ୍ରଭାବିତ ହୋଇଛି। ସେହି ଜିଲ୍ଲାଗୁଡ଼ିକ ହେଲା- ଅନୁଗୁଳ, ବାଲେଶ୍ୱର, ବରଗଡ଼, ଭଦ୍ରକ, ବୌଦ୍ଧ, କଟକ, ଢେଙ୍କାନାଳ, ଜଗତସିଂହପୁର, ଯାଜପୁର, ଝାରସୁଗୁଡ଼ା, କେନ୍ଦ୍ରାପଡ଼ା, କେନ୍ଦୁଝର, ଖୋର୍ଦ୍ଧା, ମୟୂରଭଞ୍ଜ, ନୟାଗଡ଼, ନୂଆପଡ଼ା, ପୁରୀ, ସମ୍ବଲପୁର, […]

  • Sunday, 04 July 2021
ହୀରାକୁଦ ଡ୍ୟାମ୍‌ର ବନ୍ଦ ହେଲା ୩ ଗେଟ୍

ଭୁବନେଶ୍ୱର: ଓଡ଼ିଶା ପାଇଁ ଆଶ୍ୱସ୍ତିକର ଖବର। ହୀରାକୁଦ ଜଳଭଣ୍ଡାରର ବନ୍ଦ ହେଲା ୩ଟି ଗେଟ୍। ଏବେ ୪୩ଟି ଗେଟ୍ ଦେଇ ଜଳ ନିଷ୍କାସନ ଜାରି ରହିଛି। ତେବେ ହୀରାକୁଦ ସ୍ଥିତିରେ ସାମାନ୍ୟ ସୁଧାର ଆସିଛି। ଡ୍ୟାମ୍‌କୁ ଜଳ ପ୍ରବେଶ କମୁଛି। ଡ୍ୟାମ୍‌କୁ ୬ ଲକ୍ଷ ୮୮ ହଜାର ୮୬୩ କ୍ୟୁସେକ୍ ଜଳ ପ୍ରବେଶ କରୁଛି। ସେହିପରି ଡ୍ୟାମରୁ ୭ ଲକ୍ଷ ୬୫ ହଜାର ୦୯୮ କ୍ୟୁସେକ୍ ଜଳ ନିଷ୍କାସନ ହେଉଛି। ହୀରାକୁଦରେ ଜଳ ଧାରଣ କ୍ଷମତା ୬୩୦ […]

  • Sunday, 04 July 2021
naveen
କାଲି ବନ୍ୟାଞ୍ଚଳ ପରିଦର୍ଶନ କରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: କାଲି ବନ୍ୟାଞ୍ଚଳ ପରିଦର୍ଶନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ବନ୍ୟାଞ୍ଚଳ ପରିଦର୍ଶନ ପରେ ବରିଷ୍ଠ ଅଧିକାରୀଙ୍କ ସହ ବୈଠକ କରିବେ। ମୁଖ୍ୟମନ୍ତ୍ରୀଙ୍କ ବନ୍ୟାଞ୍ଚଳ ପରିଦର୍ଶନ ନେଇ ମୁଖ୍ୟ ଶାସନ ସଚିବ ସୂଚନା ଅସିତ୍ ତ୍ରିପାଠୀ ଦେଇଛନ୍ତି। ବନ୍ୟା ସ୍ଥିତି ନେଇ ମୁଖ୍ୟ ଶାସନ ସଚିବ କହିଛନ୍ତି ଯେ, ବ୍ରାହ୍ମଣୀ ସିଷ୍ଟମର ରେଙ୍ଗାଲି ଡ୍ୟାମର କେବଳ ୪ଟି ଗେଟ୍ ଖୋଲା ଯାଇଥିଲା। ମାତ୍ର ପ୍ରବଳ ବର୍ଷା ପାଇଁ ବରୀରେ ପ୍ରଭୂତ କ୍ଷତି ହୋଇଛି। ଲଗାତର ୩ଟି ଲଘୁଚାପ […]

  • Sunday, 04 July 2021
ବନ୍ଦ ହେଲା ହୀରାକୁଦ ଡ୍ୟାମ୍‌ର ଆଉ ୪ ଗେଟ୍

ସମ୍ବଲପୁର: ହୀରାକୁଦ ଡ୍ୟାମ୍‌ର ଆଉ ୪ଟି ଗେଟ୍‌କୁ ବନ୍ଦ କରି ଦିଆଯାଇଛି। ଫଳରେ ଏବେ ୩୬ଟି ଗେଟ୍‌ ଦେଇ ଜଳ ନିଷ୍କାସନ ଜାରି ରହିଛି। ଜଳ ଧାରଣ କ୍ଷମତା ୬୩୦ ଫୁଟ ଥିବାବେଳେ ଏବେ ଜଳ ପତ୍ତନ ୬୨୭.୨୯ ଫୁଟ ରହିିଛି। ପ୍ରତି ସେକେଣ୍ଡରେ ଡ୍ୟାମ୍‌କୁ ୪ ଲକ୍ଷ ୯୪ ହଜାର ୦୯୪ କ୍ୟୁସେକ୍ ଜଳ ପ୍ରବେଶ କରୁଥିବା ବେଳେ ୬ ଲକ୍ଷ ୬୫ ହଜାର ୬୨୪ କ୍ୟୁସେକ୍ ଜଳ ନିଷ୍କାସନ ହେଉଛି। କଟକ ମୁଣ୍ଡଳିରେ ୯ […]

  • Sunday, 04 July 2021
dead body
ଭଡ଼ା ଘରୁ ଓଡ଼ିଆ ଅଧ୍ୟାପକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ବଲାଙ୍ଗିର: ବଲାଙ୍ଗିର ଜିଲ୍ଲା ସ୍ଥିତ ରାଜେନ୍ଦ୍ର ଜୁନିଅର କଲେଜର ଜଣେ ଅଧ୍ୟାପକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି। ଓଡ଼ିଆ ଅଧ୍ୟାପକ ପ୍ରକାଶ ସାହୁଙ୍କ ଝୁଲନ୍ତା ମୃତଦେହ ଆଜି ସକାଳେ ଭଡ଼ା ଘରୁ ଉଦ୍ଧାର କରାଯାଇଛି। ଅଧ୍ୟାପକ ପ୍ରକାଶ କଲେଜ ନିକଟରେ ଥିବା ଏକ ଭଡ଼ା ଘରେ ରହୁଥିଲେ। ତେବେ ଆଜି ସକାଳୁ ଘର ଭିତରୁ ତାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଥିଲା। ସେ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଥିବା ବେଳେ କାରଣ ଅସ୍ପଷ୍ଟ ରହିଛି। ଖବରପାଇ ବଲାଙ୍ଗିର […]

  • Sunday, 04 July 2021