• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Miscellaneous Updates

ମହାନଦୀରେ ଆସୁଛି ବଡ଼ ବନ୍ୟା !

ଭୁବନେଶ୍ୱର: ମହାନଦୀରେ ଆସୁଛି ମଧ୍ୟମରୁ ବଡ଼ ଧରଣର ବନ୍ୟା। ଏ ନେଇ ଜଳ ସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ଜ୍ୟୋତିର୍ମୟ ରଥ ସୂଚନା ଦେଇଛନ୍ତି। ସେ କହିଛନ୍ତି, ମହାନଦୀର ଉପରମୁଣ୍ଡ ଛତିଶଗଡ଼ରେ ପ୍ରବଳ ବର୍ଷା ହୋଇଛି। ସକାଳ ସୁଦ୍ଧା ଉପର ମୁଣ୍ଡରେ ୨୦୦ ମି.ମି. ବର୍ଷା ରେକର୍ଡ କରାଯାଇଛି। ସେହିପରି କଲମାରୁ ୫ ଲକ୍ଷ, ଇବ୍ ଓ ଭେଡେନ୍‌ରୁ ୨.୫ ଲକ୍ଷ କ୍ୟୁସେକ୍‌ ଜଳ ଆସୁଛି। ଏମିତି ଭାବେ ହୀରାକୁଦକୁ ୮ ଲକ୍ଷ କ୍ୟୁସେକ୍ ଜଳ ପ୍ରବେଶ […]

  • Sunday, 04 July 2021
aditya das
Aditya Das Death Case: CBI ତଦନ୍ତ ଦାବିରେ ହାଇକୋର୍ଟ ଗଲେ ଆଦିତ୍ୟଙ୍କ ପତ୍ନୀ

ଭୁବନେଶ୍ୱର: ସମାଜସେବୀ ମାନବପ୍ରେମୀ ଆଦିତ୍ୟ ଦାଶଙ୍କ ମୃତ୍ୟୁ ମାମଲାରେ ଆଦିତ୍ୟଙ୍କ ପତ୍ନୀ ବିଦ୍ୟାଶ୍ରୀ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। Aditya Das Death Case: ଆଦିତ୍ୟଙ୍କ ବାପା, ମା ଏବଂ ପତ୍ନୀ Bidyashree ହାଇକୋର୍ଟଙ୍କ ଦ୍ୱାରସ୍ଥ ହେବାସହ ଏହି ମାମଲାର CBI ତଦନ୍ତ ପାଇଁ ହାଇକୋର୍ଟରେ ଆବେଦନ କରିଛନ୍ତି। ସମାଜସେବୀ ମାନବପ୍ରେମୀ ଆଦିତ୍ୟ ଦାଶଙ୍କ ମୃତ୍ୟୁ ମାମଲାରେ ଗତକାଲି ପତ୍ନୀ ବିଦ୍ୟାଶ୍ରୀଙ୍କ ଲାଇ ଡିଟେକ୍ସନ୍ ଟେଷ୍ଟ ଆରମ୍ଭ ହୋଇଥିବାବେଳେ ଆଜି ଆଦିତ୍ୟଙ୍କ ୩ ସହଯୋଗୀଙ୍କ ଲାଇ ଡିଟେକ୍ସନ ଟେଷ୍ଟ […]

temple
ଲଣ୍ଡନରେ ଖୁବ୍‌ଶୀଘ୍ର ନିର୍ମାଣ ହେବ ଜଗନ୍ନାଥ ମନ୍ଦିର

ଭୁବନେଶ୍ୱର: ଜଗତର ଠାକୁର ସେ ଜଗନ୍ନାଥ। ସାରା ବିଶ୍ୱରେ ତାଙ୍କର ଭକ୍ତ।  ସବୁଠୁ ହୁଏ ତାଙ୍କର ପୂଜା। ସବୁଠି ତାଙ୍କ ମନ୍ଦିର। ସାତ ଦରିଆ ପାରି ହୋଇ ଭକ୍ତ ଛୁଟି ଆସନ୍ତି ତାଙ୍କର ଟିକିଏ  ଦର୍ଶନ ପାଇବା ପାଇଁ।  କୋଟି କୋଟି ଓଡ଼ିଆଙ୍କ ଆରାଧ୍ୟ ଦେବତା ଏବେ ପୂଜା ପାଇବେ  ଇଂଲଣ୍ଡରେ । ଲଣ୍ଡନରେ ନିର୍ମାଣ ହେବାକୁ ଯାଉଛି ଜଗନ୍ନାଥଙ୍କ ଭବ୍ୟ ମନ୍ଦିର । ଏଥିପାଇଁ ଜାଗା ଚିହ୍ନଟ ହୋଇ ସାରିଛି। ୨୦୨୪ ସୁଦ୍ଧା ମନ୍ଦିର ନିର୍ମାଣ […]

  • Sunday, 04 July 2021
ଖୋଲିଲା ହୀରାକୁଦର ୩୬ ଗେଟ୍

ସମ୍ବଲପୁର: ଏବେ ହୀରାକୁଦ ଡ୍ୟାମ୍‌ର ୩୬ଟି ଗେଟ୍ ଦେଇ ଜଳ ନିଷ୍କାସନ ହେଉଛି। ଆଜି ସକାଳେ ୨୦ଟି ଗେଟ୍‌ ଦେଇ ଜଳ ନିଷ୍କାସନ ଜାରି ରହିଥିଲା। ଏହାପରେ ଆଉ ୪ଟି ଗେଟ୍‌ ଖୋଲା ଯାଇଥିଲା। ଫଳରେ ୨୪ଟି ଗେଟ୍‌ ଦେଇ ଜଳ ନିଷ୍କାସନ ଜାରି ରହିଥିଲା। ଏହାପରେ ୩ ଥରରେ ୧୨ଟି ଗେଟ୍‌ ଖୋଲା ହୋଇଛି। ବର୍ତ୍ତମାନ ୩୬ଟି ଗେଟ୍ ଦେଇ ଜଳ ନିଷ୍କାସନ ହେଉଛି। ତେବେ ହୀରାକୁଦରୁ ଛଡାଯାଉଥିବା ବନ୍ୟା ଜଳ ମୁଣ୍ଡଳିକୁ ପହଞ୍ଚିବା ପାଇଁ […]

  • Sunday, 04 July 2021
basudevpur
ଭୂତକୋଠି ପାଲଟିଲାଣି ପ୍ରାଣୀଧନ ଚିକିତ୍ସାକେନ୍ଦ୍ର : ଦୁଆର ମୁହଁରେ ରାଜୁତି କଲାଣି ଅନାବନା ଗଛ

ବାସୁଦେବପୁର(କିରୀଟି ଦାସ) : ପ୍ରାଣୀମାନଙ୍କ ଚିକିତ୍ସା ପାଇଁ ସରକାର ସବୁବେଳେ ଯତ୍ନବାନ ଥିବା କହୁଛନ୍ତି । ସେଥିପାଇଁ ପ୍ରାଣୀ ଚିକିତ୍ସାଳୟ ଠାରୁ ଆରମ୍ଭକରି ପଂଚାୟତ ମାନଙ୍କରେ ପ୍ରାଣୀଧନ ସହାୟକ କେନ୍ଦ୍ର ନିର୍ମାଣ କରାଯାଇଛି । ସ୍ଥାନୀୟ ଅଂଚଳର ଚାଷୀମାନେ ଉପକୃତ ହେବାସହ…

  • Sunday, 04 July 2021
ନନ୍ଦନକାନନରେ ଆଉ ଏକ ଆନାକୋଣ୍ଡା ମୃତ

ଭୁବନେଶ୍ୱର: ଭୁବନେଶ୍ୱରର ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଆନାକୋଣ୍ଡା ଏବେ ବିପଦରେ। ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ପୁଣି ଏକ ଆନାକୋଣ୍ଡା ମୃତ। ୮ଟି ହଳଦିଆ ଆନାକୋଣ୍ଡାରୁ ଏଯାବତ ୩ଟିର ମୃତ୍ୟୁ ଘଟିଲାଣି। ବ୍ୟାକ୍ଟେରିଆ ନା ରକ୍ତ ସଂକ୍ରମଣ ଯୋଗୁ ଆନାକୋଣ୍ଡାଙ୍କ ମୃତ୍ୟୁ ହୋଇଛି କି ନାହିଁ ତାହା ଏ ଯାଏ ଜଣାପଡ଼ିନି। ୨୦୧୯ ଅକ୍ଟୋବରରେ ୮ ଆନାକୋଣ୍ଡା ଚେନ୍ନାଇ ଚିଡିଆଖାନାରୁ ଆସିଥିଲେ। ଆନାକୋଣ୍ଡା ଆସିବାର ଶହେ ଦିନ ନପୁରୁଣୁ ୨ଟି ଆନାକୋଣ୍ଡାଙ୍କ ମୃତ୍ୟୁ ହୋଇଥିଲା। ସେତେବେଳେ ଓୟୁଏଟିର ଡାକ୍ତରୀ ଟିମ୍ […]

  • Sunday, 04 July 2021
adi
ଆଦିତ୍ୟ ଦାଶ ମୃତ୍ୟୁ ମାମଲା: ୩ ସହଯୋଗୀଙ୍କୁ ପଚରାଗଲା ୮୦ ପ୍ରଶ୍ନ !

ଭୁବନେଶ୍ୱର: ବହୁ ଚର୍ଚ୍ଚିତ ସମାଜସେବୀ ଆଦିତ୍ୟ ଦାଶ ମୃତ୍ୟୁ ମାମଲାରେ ୩ ସହଯୋଗୀଙ୍କ ସରିଲା ଲାଇ ଡିଟେକସନ ଟେଷ୍ଟ। ପପୁ, ବିକାଶ, ଦୀପକଙ୍କର ଭୁବନେଶ୍ୱର ଫୋରେନସିକ୍ ଲ୍ୟାବରେ ଟେଷ୍ଟ ଶେଷ ହୋଇଛି। ଏହି ୩ ସହଯୋଗୀଙ୍କୁ ୮୦ରୁ ଊର୍ଦ୍ଧ୍ୱ ପ୍ରଶ୍ନ ପଚରା ଯାଇଥିବା ସୂଚନା ମିଳିଛି। ଆଦିତ୍ୟ ଦାଶ ଆତ୍ମହତ୍ୟା କରିଛନ୍ତି ନା ତାଙ୍କୁ ହତ୍ୟା କରାଯାଇଛି, ଏହାକୁ ନେଇ ସସପେନ୍ସ ଲାଗି ରହିଥିବା ବେଳେ ଏହାର ଖିଅ ଖୋଜିବା ପାଇଁ କ୍ରାଇମ୍‌ବ୍ରାଞ୍ଚ ଗୁଡ଼ାଇ ତୁଡ଼ାଇ ଘଟଣାର […]

  • Sunday, 04 July 2021
usha
ଆଇଏଏସ୍ ଉଷା ପାଢ଼ୀଙ୍କୁ ମିଳିଲା ବଡ଼ ଦାୟିତ୍ୱ

ଭୁବନେଶ୍ୱର: ଓଡ଼ିଶା କ୍ୟାଡର ଆଇଏଏସ୍ ଉଷା ପାଢ଼ୀଙ୍କୁ ଗୁରୁତ୍ୱପୂର୍ଣ୍ଣ ନିଯୁକ୍ତି। ବ୍ୟୁରୋ ଅଫ୍ ସିଭିଲ ଆଭିଏସନ ସିକ୍ୟୁରିଟି ଡିଜି ଭାବେ ଉଷାଙ୍କୁ ନିଯୁକ୍ତି ଦିଆଯାଇଛି। ପ୍ରଥମ ମହିଳା ଭାବେ ସିଭିଲ ଆଭିଏସନ ସିକ୍ୟୁରିଟି ଡିଜି ଭାବେ ସେ ନିଯୁକ୍ତି ପାଇଛନ୍ତି। ନୂଆ ନିଯୁକ୍ତି ନେଇ ସେ ନିଜେ ଟ୍ୱିଟ୍ କରି ଜଣାଇଛନ୍ତି। ତାଙ୍କ ପୂର୍ବରୁ ଆଇପିଏସ୍ ରାକେଶ ଆସ୍ଥାନା ଏହି ବିଭାଗର ଡିଜି ଭାବେ ସେ ଦାୟିତ୍ୱ ନିର୍ବାହ କରିଥିଲେ। At last, a Smt. in the […]

  • Sunday, 04 July 2021
dog
ମାଲିକ ପାଇଁ ଜୀବନ ଦେଲେ ୨ କୁକୁର

ଭୁବନେଶ୍ୱର: ମାଲିକ ପାଇଁ ଜୀବନ ଦେଲେ ୨ କୁକୁର। ଦୁଇଟି କୁକୁରର ନାଁ ହେଉଛି ବ୍ଲାକି ଓ ସୁଇଟି। କୁକୁର ଦୁଇଟିଙ୍କର ଜୀବନ ଯିବାର ୧୧ ଦିନ ପରେ ମାଲିକ ଜାଣିଲେ ରହସ୍ୟମୟ ଘଟଣା। ସିସିଟିଭିରୁ କୁକୁର ମୃତ୍ୟୁର କାରଣ ଜାଣିବା ପରେ କୋହ ସମ୍ଭାଳି ପାରିନଥିଲେ ମାଲିକ। କାରଣ ମାଲିକର ଜୀବନ ବଞ୍ଚାଇବାକୁ ଯାଇ ପ୍ରାଣ ବଳି ଦେଇଛନ୍ତି ଦୁଇ ଲାବ୍ରାଡର ପ୍ରଜାତିର କୁକୁର। ଭୁବନେଶ୍ୱର କାନନ ବିହାର ଫେଜ୍-୨ରେ ରୁହନ୍ତି ଡାକ୍ତର ଆର୍ଯ୍ୟକାନ୍ତ ମାଝି […]

  • Sunday, 04 July 2021
exam
ମାଗଣାରେ ପରୀକ୍ଷା ଦେବାକୁ ଯିବେ JEE ପରୀକ୍ଷାର୍ଥୀ

ଭୁବନେଶ୍ୱର: JEE ମେନ୍ ପରୀକ୍ଷା ୧ରୁ ୬ ତାରିଖ ମଧ୍ୟରେ ହେବ। ଓଡ଼ିଶାର ୭ଟି ସହରରେ ପରୀକ୍ଷା କେନ୍ଦ୍ର କରାଯାଇଛି। ସେଥିପାଇଁ JEE ପରୀକ୍ଷାର୍ଥୀଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରିଛନ୍ତି ରାଜ୍ୟ ସରକାର। ଏଥର ମାଗଣାରେ ପରୀକ୍ଷା ଦେବାକୁ ଯିବେ JEE ପରୀକ୍ଷାର୍ଥୀ। ଆଜି ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀଙ୍କ ପ୍ରେସମିଟ୍ କହିଛନ୍ତି ଯେ ଓଡ଼ିଶାର ୩୭ ହଜାର ପରୀକ୍ଷାର୍ଥୀ JEE, NEET ପରୀକ୍ଷା ଦେବେ। ଯେଉଁ ପିଲାଙ୍କର ଯାଆସ ଓ ରହିବା ବ୍ୟବସ୍ଥା ଦରକାର, […]

  • Sunday, 04 July 2021
bhasani
ଏଥର କଟକରେ ୪ ଦିନ ଦୁର୍ଗା ଭସାଣ !

କଟକ: କଟକ ସହରରେ ଦୁର୍ଗା ପୂଜା ନେଇ ପ୍ରଶାସନ- କମିଟି ଆଲୋଚନା ହୋଇଛି। ପୋଲିସ କମିଶନରଙ୍କ ସହ ଶାନ୍ତି କମିଟି ଓ ପୂଜା କମିଟିର ଆଲୋଚନା ହୋଇଛି। ବୈଠକରେ ନିଷ୍ପତ୍ତି ନେଇ ପୂଜା କମିଟି ସଭାପତି ପ୍ରଭାତ ତ୍ରିପାଠୀ ସୂଚନା ଦେଇଛନ୍ତି ଯେ କୋଭିଡ଼ ନିୟମ ମାନି ଓ ପରମ୍ପରାକୁ ସମ୍ମାନ ଦେଇ ହେବ ଏଥର ଦୁର୍ଗାପୂଜା ହେବ। ଦୁର୍ଗାପୂଜା ଓ ଭସାଣ ନେଇ କମିଟି ପକ୍ଷରୁ ବିଭିନ୍ନ ପ୍ରସ୍ତାବ ଦିଆଯାଇଛି। ତେବେ ବିନା ଭକ୍ତରେ ଦୁର୍ଗା […]

  • Sunday, 04 July 2021
flooooo
ଉପକୂଳବର୍ତ୍ତୀ ଜିଲ୍ଲାରେ ମଧ୍ୟମ ଧରଣର ବନ୍ୟା ଆଶଙ୍କା

ଭୁବନେଶ୍ୱର: ମହାନଦୀ ଅବବାହିକାରେ ମଧ୍ୟମ ଧରଣର ବନ୍ୟା ଆଶଙ୍କା ରହିଛି। ଏନେଇ ସୂଚନା ଦେଇଛନ୍ତି SRC ପ୍ରଦୀପ ଜେନା। ଉପର ମୁଣ୍ଡରେ ବର୍ଷା ଓ ଇବ୍ ଓ ଭେଡେନ୍ ନଦୀ ଜଳ ପ୍ରବେଶ କରୁଛି। ବର୍ତ୍ତମାନ ଖଇରମାଳରେ ୯ ଲକ୍ଷ ୧୦ ହଜାର କ୍ୟୁସେକ ଜଳ ପ୍ରବାହିତ ହେଉଛି। ସେହିପରି ବଡ଼ମୁଲରେ ୮ ଲକ୍ଷ ୪୦ ହଜାର ଓ ମୁଣ୍ଡଳିରେ ୭ ଲକ୍ଷ ୪ ହଜାର କ୍ୟୁସେକ୍ ଜଳ ପ୍ରବାହିତ ହେଉଛି। ଏହା ବଢ଼ି ୧୦ ଲକ୍ଷରୁ […]

  • Sunday, 04 July 2021
ସେପ୍ଟେମ୍ବର ୧ରୁ ଓଡ଼ିଶାର ସମସ୍ତ ମନ୍ଦିର ଖୋଲିବାକୁ ଦାବି

ଭୁବନେଶ୍ୱର: କରୋନା କଟକଣାକୁ ମାନି ସେପ୍ଟେମ୍ବର ୧ ତାରିଖରୁ ରାଜ୍ୟର ସମସ୍ତ ମନ୍ଦିର ଖୋଲିବା ପାଇଁ ଓଡିଶା ମନ୍ଦିର ସେବାୟତ ସଂଘ ମୁଖ୍ୟମନ୍ତ୍ରୀଙ୍କୁ ଦାବି ଜଣାଇଛି। ଏହା ସହିତ କରୋନା କଟକଣା ପାଇଁ ମନ୍ଦିରକୁ ଭକ୍ତଙ୍କ ପ୍ରବେଶ ନିଷେଧ ଥିବାରୁ ମାସକୁ ୧୫ ହଜାର ଟଙ୍କା ସହାୟତା ରାଶି ପ୍ରଦାନ, ସେବାୟତମାନଙ୍କୁ ବାର୍ଦ୍ଧକ୍ୟ ସମୟରେ ଅବସରକାଳୀନ ଭତ୍ତା, ପରିଚୟ ପତ୍ର ପ୍ରଦାନ, ସେବାୟତ ମାନଙ୍କୁ ଜୀବନ ବୀମା ଓ ସ୍ୱାସ୍ଥ୍ୟ କାର୍ଡର ଅନ୍ତର୍ଭୁକ୍ତ କରିବା ଭଳି ୮ […]

  • Sunday, 04 July 2021
flight
୨୦୨୩ ସୁଦ୍ଧା ପୁରୀରୁ ଉଡ଼ିପାରେ ବିମାନ

ପୁରୀ: ୨୦୨୩ ସୁଦ୍ଧା ପୁରୀରୁ ଉଡ଼ିପାରେ ବିମାନ। ପୁରୀରେ ବିମାନବନ୍ଦର ନିର୍ମାଣ ପାଇଁ ଜୋରଦାର ପ୍ରସ୍ତୁତି ଚାଲିଛି। ଯଦି, ସବୁ କିଛି ଠିକ୍ ରହେ ତା’ହେଲେ ୨୦୨୨ରୁ ୨୦୨୩ ମଧ୍ୟରେ ପୁରୀରୁ ବିମାନ ଉଡ଼ିପାରେ ବୋଲି ପ୍ରତିକ୍ରିୟା ରଖିଛନ୍ତି ପରିବହନ ମନ୍ତ୍ରୀ ପଦ୍ମନାଭ…

  • Sunday, 04 July 2021
ଖୋଲିଲା ହୀରାକୁଦ ଡ୍ୟାମ୍‌ର ୪୪ ଗେଟ୍‌

ସମ୍ବଲପୁର: ମହାନଦୀ ଉପରମୁଣ୍ଡରେ ପ୍ରବଳ ବର୍ଷା ଯୋଗୁ ହୀରାକୁଦ ଡ୍ୟାମ୍‌କୁ ଅଧିକ ଜଳ ପ୍ରବେଶ କରୁଛି। ଫଳରେ ବର୍ତ୍ତମାନ ଡ୍ୟାମ୍‌ର ୪୪ଟି ଗେଟ୍ ଜରିଆରେ ବନ୍ୟା ଜଳ ନିଷ୍କାସନ ଜାରି ରହିଛି। ଗତକାଲି ବିଳମ୍ବିତ ରାତିରେ ୨ଟି ଗେଟ୍ ଖୋଲିଥିବା ବେଳେ ଆଜି ସକାଳ ୮ଟା ୩୦ରେ ଆଉ ୨ଟି ଗେଟ୍ ଖୋଲିଛି। ଡ୍ୟାମ୍‌ର ଜଳ ଧାରଣ କ୍ଷମତା ୬୩୦ ଫୁଟ ରହିଥିବା ବେଳେ ଏବେ ଜଳ ପତ୍ତନ ରହିଛି ୬୨୬.୨୭ ଫୁଟ। ଡ୍ୟାମ୍‌କୁ ୮ ଲକ୍ଷ ୫୩ […]

  • Sunday, 04 July 2021
flood
ବନ୍ୟା ପ୍ରଭାବିତ ୬ ଜିଲ୍ଲା ଦାୟିତ୍ୱରେ ରହିଲେ ଏହି ବରିଷ୍ଠ ଅଧିକାରୀ

ଭୁବନେଶ୍ୱର: ଓଡ଼ିଶାରେ ବନ୍ୟା ଯୋଗୁ ପ୍ରଭାବିତ ହୋଇଥିବା ୬ ଜିଲ୍ଲା ପାଇଁ ୬ ବରିଷ୍ଠ ଅଧିକାରୀ ନିଯୁକ୍ତ ହୋଇଛନ୍ତି। ଏହି ୬ ଜିଲ୍ଲାରେ ବନ୍ୟା ମୁକାବିଲା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ଏହି ଅଧିକାରୀମାନେ ନିଯୁକ୍ତ ହୋଇଛନ୍ତି। ହେମନ୍ତ ଶର୍ମାଙ୍କୁ କେନ୍ଦ୍ରାପଡ଼ା ଦାୟିତ୍ୱ, ଡି.କେ. ସିଂହ-କଟକ, ବିଶାଲ ଦେବ- ବାଲେଶ୍ୱର, ବିଷ୍ଣୁପଦ ସେଠୀ-ଭଦ୍ରକ, ଭି.ଭି. ଯାଦବ- ଯାଜପୁର, ସତ୍ୟବ୍ରତ ସାହୁଙ୍କୁ ଜଗତସିଂହପୁର ଦାୟିତ୍ୱ ଦିଆଯାଇଛି।

  • Sunday, 04 July 2021
jagapati
୩୫ ବର୍ଷ ପରେ ଜନ୍ମମାଟିକୁ ଫେରିଲେ ଜଗପତି

ପାରଳାଖେମୁଣ୍ଡି : ଅରୁଣାଚଳ ପ୍ରଦେଶର ଏକ ଜଙ୍ଗଲରେ ଫସିରହିଥିବା ଗଜପତି ଜିାର ଜଗପତି କାର୍ଜି ଓଡ଼ିଶା ଫେରିଛନ୍ତି। ଜିଲ୍ଲା ପ୍ରଶାସନ ଏବଂ କିଛି ଅନୁଷ୍ଠାନର ସଦସ୍ୟଙ୍କ ଉଦ୍ୟମରେ ୩୫ ବର୍ଷ ପରେ ସେ ଗତକାଲି ରାତିରେ ଓଡ଼ିଶା ବାହୁଡ଼ିଛନ୍ତି। ଗଜପତି ଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ଜଣେ ଆସିଷ୍ଟାଣ୍ଟ ଲେବର ଅଫିସର ଜଗପତିଙ୍କୁ ଆଣିବା ପାଇଁ ଅରୁଣାଚଳ ପ୍ରଦେଶ ଯାଇଥିଲେ। ଗଜପତି ଜିଲ୍ଲା ରାୟଗଡ଼ ବ୍ଲକ ଅବାସିଂ ଗାଁର ଜଗପତି କାର୍ଜି କାମଧନ୍ଧା ଅଭାବରୁ ଗତ ୩୫ ବର୍ଷ ତଳେ […]

  • Sunday, 04 July 2021
hirakud dam
ହୀରାକୁଦ ଡ୍ୟାମ୍‌ର ୪୬ଟି ଗେଟ୍ ଦେଇ ଜଳ ନିଷ୍କାସନ ଜାରି

ସମ୍ବଲପୁର: ହୀରାକୁଦ ଡ୍ୟାମ୍‌ର ଆଉ ୨ଟି ଗେଟ୍ ଖୋଲିଛି। ଏବେ ୪୬ଟି ଗେଟ୍ ଦେଇ ବନ୍ୟା ଜଳ ନିଷ୍କାସନ ହେଉଛି। ଜଳ ଧାରଣ କ୍ଷମତା ୬୩୦ ଫୁଟ ଥିବାବେଳେ ଏବେ ଜଳ ପତ୍ତନ ୬୨୬.୨୭ ରହିଛି। ଡ୍ୟାମ୍‌କୁ ୮ ଲକ୍ଷ ୭୮ ହଜାର ୬୦୭ କ୍ୟୁସେକ୍‌ ଜଳ ପ୍ରବେଶ କରୁଛି। ସେହିପରି ଡ୍ୟାମ୍‌ରୁ ୭ ଲକ୍ଷ ୫୭ ହଜାର ୭୯୬ କ୍ୟୁସେକ୍‌ ଜଳ ନିଷ୍କାସନ ହେଉଛି। ଅନ୍ୟପକ୍ଷରେ, ମୁଣ୍ଡଳିରେ ୯ ଲକ୍ଷ ୪୮ ହଜାର ୯୦୫ କ୍ୟୁସେକ୍‌ […]

  • Sunday, 04 July 2021
rain
Weather Forecast In Odisha: କାଲି ଏହିସବୁ ଜିଲ୍ଲାରେ ବର୍ଷା ସମ୍ଭାବନା

ଭୁବନେଶ୍ୱର: ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ କ୍ଷେତ୍ର ୱେଲ୍‌ମାର୍କଡ୍‌ରେ ପରିଣତ ହୋଇ ଗତକାଲି ଛତିଶଗଡ଼ ପାଖାପାଖି ଥିବାବେଳେ ଆଜି ଏହା ଛତିଶଗଡ଼ର ଉତ୍ତରରେ କେନ୍ଦ୍ରୀଭୂତ ହୋଇଛି। ଏହାର ପ୍ରଭାବରେ ଆଜି ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶା ଏବଂ ଦକ୍ଷିଣ ଓଡ଼ିଶାର କିଛି ଜିଲ୍ଲାରେ ବର୍ଷା ହୋଇପାରେ। ଆସନ୍ତାକାଲି ମାଲକାନଗିରି, କୋରାପୁଟ, ରାୟଗଡ଼ା, ଗଜପତି, ଗଞ୍ଜାମ, ମୟୂରଭଞ୍ଜ, ବାଲେଶ୍ୱର ଓ କଳାହାଣ୍ଡି ଜିଲ୍ଲାରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି। ଏନେଇ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର […]

  • Sunday, 04 July 2021
flooddy
ମୃତଦେହକୁ ଭାର କରି ନେଲେ ଲୋକେ

ଭଦ୍ରକ: ଗ୍ରାମବାସୀ ଦେଖାଇଲେ ମାନବିକତା। ବନ୍ୟା ପାଣିରେ କାନ୍ଧରେ ମୃତଦେହ ଭାର କରି ବୋହି ଆଣିଲେ ଲୋକେ। ଭଦ୍ରକ ଜିଲ୍ଲା ଧାମନଗର ବ୍ଲକର ଦକ୍ଷିଣକୁରୁଆ ଗାଁର ଘଟଣା। ଗତକାଲି ଗାଁର ହେମନ୍ତ ଜେନା ପାଣିରେ ଭାସିଯାଇଥିଲେ। ଓଡ୍ରାଫ୍ ଟିମ୍ ଆସିନପାରିବାରୁ ଆଜି ସକାଳେ ଗାଁଲୋକେ ଖୋଜାଖୋଜି କରି ମୃତଦେହକୁ ଉଦ୍ଧାର କରିଥିଲେ। ତେବେ ଚାରିଆଡେ ପାଣି ଥିବାରୁ ଟ୍ରଲି କି ଆମ୍ବୁଲାନ୍ସ ଆସିପାରିଲା ନାହିଁ। ଫଳରେ ଗାଁଲୋକେ ନିଜେ ମୃତଦେହକୁ ଭାର କରି ନେଇଥିଲେ।

  • Sunday, 04 July 2021
skele-final
ଘାଟରୁ ମିଳିଲା ୨ ନର କଙ୍କାଳ

ଯାଜପୁର: ନଦୀ କୂଳରୁ ଉଦ୍ଧାର ହେଲା ମଣିଷ କଙ୍କାଳ। ଦୁଇଟି କଙ୍କାଳକୁ ଉଦ୍ଧାର କରିଛି ପୋଲିସ୍। ଘଟଣା ଘଟିଛି ଯାଜପୁର ବୈତରଣୀ ନଦୀର ଧନତ୍ରୀ ଘାଟରୁ। ସ୍ଥାନୀୟ କୋରେଇ ଅଞ୍ଚଳର ଲୋକେ ନଦୀ କୂଳରେ ଏହି କଙ୍କାଳ ପଡ଼ିଥିବା ଦେଖିବାକୁ ପାଇଥିଲେ। ତେବେ କଙ୍କାଳ କେଉଁଠୁ ଆସିଲା ସେ ନେଇ ସୂଚନା ମିଳିପାରିନି। ନଦୀରେ ଏହା ଭାସି ଆସିଛି ନା ଅନ୍ୟ କେଉଁଠୁ ଆସିଛି ସେ ସମ୍ପର୍କରେ ଜାଣିବା ପାଇଁ ଏହାକୁ ଫରେନ୍ସିକ ଟିମ୍‌କୁ ପଠାଯାଇଥିବା ପୋଲିସ୍ […]

  • Sunday, 04 July 2021