• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Miscellaneous Updates

flood
ସୁବର୍ଣ୍ଣରେଖାରେ ବନ୍ୟା ଆଶଙ୍କା ନେଇ ସୂଚନା ଦେଲେ ଜଳସଂପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ

ଭୁବନେଶ୍ୱର: ବାଲେଶ୍ୱର ସୁବର୍ଣ୍ଣରେଖା ନଦୀରେ ମଧ୍ୟମ ଧରଣର ବନ୍ୟା ଆଶଙ୍କା ଦେଖାଦେଇଛି ଏନେଇ ଜଳସଂପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ଜ୍ୟୋତିର୍ମୟ ରଥ ସୂଚନା ଦେଇଛନ୍ତି।  ଗାଲୁଡିହ ବ୍ୟାରେଜରୁ ଜଳ ନିଷ୍କାସନ ପରେ ବନ୍ୟା ଆଶଙ୍କା ଦେଖାଦେଇଛି। କାଲି ସକାଳ ୬ଟା ସୁଦ୍ଧା ରାଜଘାଟରେ ସୁବର୍ଣ୍ଣରେଖା ଜଳସ୍ତର ବୃଦ୍ଧି ପାଇବ ବୋଲି ଶ୍ରୀରଥ କହିଛନ୍ତି। ଅନ୍ୟପଟେ କିନ୍ତୁ ଆନନ୍ଦପୁରରେ ବୈତରଣୀ ନଦୀର ଜଳସ୍ତର ହ୍ରାସ ପାଇବ। ୮/୯ ଘଣ୍ଟା ଭିତରେ ଆଖୁଆପଦାରେ ବି ବୈତରଣୀ ଜଳସ୍ତର ହ୍ରାସ ପାଇବ […]

  • Sunday, 04 July 2021
sudam
ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସୂଚନା; ୫୫.୮ ମିଲିମିଟର ବର୍ଷା ରେକର୍ଡ, ୨ ମୃତ

ଭୁବନେଶ୍ୱର: ରାଜ୍ୟରେ ବନ୍ୟା ସ୍ଥିତିକୁ ନେଇ ରାଜସ୍ୱ ମନ୍ତ୍ରୀ ସୁଦାମ ମାରାଣ୍ଡିଙ୍କ ସୂଚନା ଦେଇଛନ୍ତି। ରାଜ୍ୟରେ ୫୫.୮ ମିଲିମିଟର ବର୍ଷା ରେକର୍ଡ ହୋଇଥିବା ମନ୍ତ୍ରୀ କହିଛନ୍ତି। ୪୧ ବ୍ଲକରେ ୧୦୦ ମିମିରୁ ଅଧିକ ବର୍ଷା ହୋଇଛି। ବୈତରଣୀ ଓ ବ୍ରାହ୍ମଣୀ ନଦୀରେ ବନ୍ୟା ଆସିଛି। ଭଦ୍ରକ, କେନ୍ଦୁଝର, ଯାଜପୁରରେ ବନ୍ୟା ହୋଇଛି ବୋଲି ମନ୍ତ୍ରୀ କହିଛନ୍ତି। ସେହିପରି ବାଲେଶ୍ୱର, ମୟୂରଭଞ୍ଜ, ଜଗତସିଂହପୁର, କେନ୍ଦ୍ରାପଡ଼ାର ତଳିଆ ଅଞ୍ଚଳ ଜଳମଗ୍ନ ହୋଇଛି। ବନ୍ୟା କାରଣରୁ ମୟୂରଭଞ୍ଜରେ ୨, କେନ୍ଦୁଝରରେ ଜଣଙ୍କ ମୃତ୍ୟୁ […]

  • Sunday, 04 July 2021
pregnant lady
ଆସି ପାରିଲାନି ଆମ୍ବୁଲାନ୍ସ; ବନ୍ୟା ପାଣିରେ ୩ କିମି ଚାଲି ଚାଲି ଆସିଲେ ଗର୍ଭବତୀ

ବାଲେଶ୍ୱର: ବନ୍ୟା ପରିସ୍ଥିତି ବାଲେଶ୍ୱର ଜିଲ୍ଲାରେ ଭୟଙ୍କର ରୂପ ନେଇଛି। ଦୁର୍ଦ୍ଦଶା ଭିତରେ ରହିଛନ୍ତି ଲୋକେ। ଏହି ଦୁର୍ଦ୍ଦଶା ମଧ୍ୟରେ ସବୁଠାରୁ ସଙ୍ଗୀନ ସ୍ଥିତି ହୋଇଛି ଗାଁ ଗହଳିରେ ଥିବା ଲୋକଙ୍କର ।  ବାଲେଶ୍ୱର ସଦର ବ୍ଲକ ସାରେଙ୍ଗା ଗାଁରେ ଜଣେ ଆସନ୍ନ ପ୍ରସବାଙ୍କ ଗର୍ଭ ଯନ୍ତ୍ରଣା ଅସହ୍ୟ ହୋଇଥିଲା। ହେଲେ ବର୍ଷା ଓ ବନ୍ୟା ଯୋଗୁ ଆମ୍ବୁଲାନ୍ସ ଆସି ପାରିଲାନି। ଫଳରେ ଗାଁ ଲୋକେ ମହିଳାଙ୍କୁ ବନ୍ୟାପାଣି ସୁଅରେ ଚଲାଇ ଚଲାଇ ନେଇଥିଲେ । ଏହି […]

  • Sunday, 04 July 2021
odisha-rain
୩ ଦିନ ଭିଜାଇବା ପରେ ଝାଡ଼ଖଣ୍ଡ ଗଲା ଲଘୁଚାପ

ଭୁବନେଶ୍ୱର: ୩ ଦିନ କାଳ ଓଡ଼ିଶାକୁ ଭସାଉଥିବା ଲଘୁଚାପ ଝାଡ଼ଖଣ୍ଡ ଅଭିମୁଖେ ଗତି କରିଛି। ଲଘୁଚାପ ଏବେ ଦକ୍ଷିଣ ପଶ୍ଚିମ ଝାଡ଼ଖଣ୍ଡ ଅଞ୍ଚଳରେ କେନ୍ଦ୍ରୀଭୂତ ହୋଇଛି। ତଥାପି ରାଜ୍ୟରେ ବର୍ଷା ସମ୍ଭାବନା ରହିଛି । ଏନେଇ  ରାଜ୍ୟର ୮ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ଭୁବନେଶ୍ୱର ଆଞ୍ଚଳିକା ପାଣିପାଗ ବିଭାଗ। ଏହି ଜିଲ୍ଲାଗୁଡ଼ିକ ହେଲା- ବରଗଡ଼, ଝାରସୁଗୁଡ଼ା, ସୁନ୍ଦରଗଡ଼, ସମ୍ବଲପୁର, ନୂଆପଡ଼ା, ବଲାଙ୍ଗିର, ସୋନପୁର ଓ  ନବରଙ୍ଗପୁର। ତେବେ ଲଘୁଚାପ କାରଣରୁ ରାଜ୍ୟରେ ରାଜ୍ୟରେ ୫୫.୮ […]

  • Sunday, 04 July 2021
father
ସେତୁ ସାଜିଲା ଫେସବୁକ୍‌, ହଜି ଯାଇଥିବା ବାପାଙ୍କୁ ଖୋଜି ପାଇଲେ ପୁଅ

ଜୟପୁର: ହଜି ଯାଇଥିବା ବାପାଙ୍କୁ ଖୋଜି ପାଇଲେ ପୁଅ। ତା’ ପୁଣି ଫେସବୁକ୍ ପୋଷ୍ଟ ଜରିଆରେ। କୋରାପୁଟ ଜୟପୁରର ତ୍ରିନାଥ ସାହୁ ମାନସିକ ଭାରସାମ୍ୟ ହରାଇ ଗତ କିଛି ଦିନ ଧରି ନିଖୋଜ ଥିଲେ। ଗତ ୬ ମାସ ହେବ ତାଙ୍କ ସମ୍ପର୍କରେ କୌଣସି ଖବର ମିଳିନଥିଲା। ଏନେଇ ତ୍ରିନାଥଙ୍କ ପରିବାର ଲୋକେ ଚିନ୍ତିତ ଥିବା ବେଳେ ତ୍ରିନାଥଙ୍କ ପୁଅ ସୁମନ ଫେସବୁକ୍‌ରେ ଦେଖିଥିଲେ। ତାଙ୍କ ବାପା କନ୍ଧମାଳ ରାଇକିଆରେ ଅଛନ୍ତି। କିଛି ସ୍ୱେଚ୍ଛାସେବୀ ତାଙ୍କୁ ଉଦ୍ଧାର […]

  • Sunday, 04 July 2021
bidyashree
ବିଦ୍ୟାଶ୍ରୀଙ୍କୁ ୫ ଘଣ୍ଟା ଜେରା, ପଚରାଗଲା ୭୦ଟି ପ୍ରଶ୍ନ !

ଭୁବନେଶ୍ୱର: ସମାଜସେବୀ ଆଦିତ୍ୟ ଦାଶଙ୍କ ମୃତ୍ୟୁ ମାମଲାରେ ପତ୍ନୀ ବିଦ୍ୟାଶ୍ରୀଙ୍କ ହୋଇଛି ଲାଇ ଡିଟେକ୍ସନ୍ ଟେଷ୍ଟ। ଭୁବନେଶ୍ୱର ଫରେନସିକ୍ ଲ୍ୟାବରେ ଲାଇ ଡିଟେକ୍ସନ୍ ଟେଷ୍ଟ କରାଯାଇଛି। ବିଦ୍ୟାଶ୍ରୀଙ୍କୁ ୫ ଘଣ୍ଟା ଜେରାରେ ୭୦ଟି ପ୍ରଶ୍ନ ପଚରାଯାଇଛି। କ୍ରାଇମବ୍ରାଞ୍ଚ ଟିମ୍ ପକ୍ଷରୁ ପ୍ରସ୍ତୁତ ହୋଇଥିବା ପ୍ରଶ୍ନ ତାଙ୍କୁ ପଚରା କରାଯାଇଛି। ଆଦିତ୍ୟଙ୍କ ମୃତ୍ୟୁ ଦିନ ଓ ତାଙ୍କ ସହ ସମ୍ପର୍କକୁ ନେଇ କିଛି ପ୍ରଶ୍ନ ପଚରା ଯାଇଥାଇ ପାରେ। ଲାଇ୍ ଡିଟେକ୍ସନ୍ ଟେଷ୍ଟ ପରେ କ୍ରାଇମବ୍ରାଞ୍ଚକୁ ମାମଲା ସମ୍ପର୍କିତ […]

  • Sunday, 04 July 2021
dgp
ରିୟା ଚକ୍ରବର୍ତ୍ତୀଙ୍କ ଓଡ଼ିଶା ଲିଙ୍କ୍‌କୁ ନେଇ କଣ କହିଲେ ଡିଜିପି?

ଭୁବନେଶ୍ୱର: ରିୟା ଚକ୍ରବର୍ତ୍ତୀଙ୍କ ଓଡ଼ିଶା ଲିଙ୍କ୍ ଅଭିଯୋଗ ଆସିବା ପରେ ପ୍ରତିକ୍ରିୟା ରଖିଛନ୍ତି ପୋଲିସ୍ ଡିଜି ଅଭୟ। ସେ କହିଛନ୍ତି ଯେ, ଏବେ ଯାଏ ଏହି ଅଭିଯୋଗ ସ୍ପଷ୍ଟ ହୋଇନି। ଅନ୍ୟ ତଦନ୍ତକାରୀ ସଂସ୍ଥା ଘଟଣାର ତଦନ୍ତ ଚଲାଇଛି। ଯଦି ସହଯୋଗ ମଗାଯାଏ ତେବେ ଏନେଇ ରାଜ୍ୟ ପୋଲିସ୍ ସହଯୋଗ କରିବ ବୋଲି ଡିଜିପି କହିଛନ୍ତି। ଗତକାଲି ଜାତୀୟ ଗଣମାଧ୍ୟମରେ ରିୟାଙ୍କ କିଛି ଡିଲେଟ୍ ଚାଟ୍‌ ନେଇ ଖବର ପ୍ରସାରଣ ହୋଇଥିଲା। ଯେଉଁଠି ସେ ଭୁବନେଶ୍ୱର କଥା […]

  • Sunday, 04 July 2021
ଖୋଲିଲା ହୀରାକୁଦର ଆଉ ୪ ଗେଟ୍‌, ଏବେ ଫୁଲିବ ମହାନଦୀ !

ସମ୍ୱଲପୁର: ମହାନଦୀର ଉପର ମୁଣ୍ଡରେ ଲଗାଣ ବର୍ଷା ଯୋଗୁଁ ଏବେ ବଢ଼ିଛି ହୀରାକୁଦର ଜଳସ୍ତର। ଏବେ ହୀରାକୁଦରେ ଯେତିକି ପାଣି ନିଷ୍କାସିତ ହେଉଛି ତାଠୁ ଦୁଇ ଗୁଣ ଜଳ ପ୍ରବେଶ କରୁଛି। ହୀରାକୁଦ ଜଳ ଭଣ୍ଡାରରେ ପ୍ରବେଶ କରୁଛି ୫ ଲକ୍ଷ ୨୪ ହଜାର ୨୮୧ ଘନଫୁଟ୍। ତେବେ ଡ୍ୟାମରୁ ଜଳ ନିଷ୍କାସିତ ହେଉଛି ୨ ଲକ୍ଷ ୪୮ ହଜାର ୧୧୯ ଘନଫୁଟ୍। ଏବେ ହୀରାକୁଦରେ ମୋଟ୍ ୧୬ଟି ଗେଟ୍ ଖୋଲାଯାଇଛି। ଏବେ ମୋଟ ୧୬ଟି ଗେଟ୍ […]

  • Sunday, 04 July 2021
crocodile
'ଗାଁ ଦାଣ୍ଡରେ କୁମ୍ଭୀର ବୁଲିବା ମିଛ'

ଭଦ୍ରକ: ଯାଜପୁର ଦତ୍ତପୁର ଗାଁ ଦାଣ୍ଡରେ କୁମ୍ଭୀର ବୁଲୁଥିବା ଖବର ଆଜି ପ୍ରକାଶ ପାଇଥିଲା। ତେବେ ଏହି ଭିଡିଓଟି ଆଜିର ନୁହେଁ। ଏହା ପୁରୁଣା ଓ ଦତ୍ତପୁର ଗାଁର ନୁହେଁ। ସେହି ଭିଜୁଆଲଟି ସୋଶାଲ୍‌ ମିଡିଆରେ ଘୂରି ବୁଲୁଛି। ଭିଡିଓଟି ଅନ୍ୟ ରାଜ୍ୟର। ଏନେଇ ଯାଜପୁର ରୋଡ୍‌ ରେଂଜର ଦେବେନ୍ଦ୍ର ପଟ୍ଟନାୟକ କହିଛନ୍ତି। ସେ କହିଛନ୍ତି-“ବୈତରଣୀ ନଦୀ ବନ୍ଧରେ ଘାଇ ହୋଇ କୁମ୍ଭୀର ଆସିଥିବା ଖବର ମିଳିଛି। ଆମ ଟିମ୍ ସେଠାକୁ ଯାଇଛି। ଘଟଣା ନେଇ ଅନୁଧ୍ୟାନ […]

  • Sunday, 04 July 2021
flood-banya
ବିପଦ ସଂକେତ ଉପରେ ରାଜ୍ୟର ୫ ନଦୀ

ଭୁବନେଶ୍ୱର: ବିପଦ ସଂକେତ ଉପରେ ପ୍ରବାହିତ ହେଉଛି ରାଜ୍ୟର ୫ ନଦୀ। ବୈତରଣୀ, ବୁଢ଼ାବଳଙ୍ଗ, ସୁବର୍ଣ୍ଣରେଖା, ବ୍ରାହ୍ମଣୀ, ଜଳକା ବିପଦ ଉପରେ ରହିଛି। ବୈତରଣୀ ଉଭୟ ଆନନ୍ଦପୁର ଓ ଆଖୁଆପଦାରେ ବିପଦ ସଂକେତ ଉପରେ ରହିଛି। ଆନନ୍ଦପୁରରେ ବିପଦ ସଂକେତ ୩୮.୩୬, ଦିନ ୧୨ଟାରେ ୪୦.୦୯ ଫୁଟ ରହିଥିବା ବେଳେ ଆଖୁଆପଦାରେ ବିପଦ ସଂକେତ ୧୭.୮୩ ମି, ଦିନ ୪ଟାରେ ୧୯.୯୦ ମି ରହିଛି। ବୁଢ଼ାବଳଙ୍ଗ NH5 ଠାରେ ବିପଦ ସଂକେତ ୮.୧୩, ଦିନ ୧୨ଟାରେ ୮.୪୦, […]

  • Sunday, 04 July 2021
syllabus
ସିଲାବସ କମାଇବାକୁ ନେଇ ପ୍ରଶ୍ନ ଉଠାଇଲେ ଛାତ୍ରଛାତ୍ରୀ, ଶିକ୍ଷକ

ଭୁବନେଶ୍ୱର: କମିଲା ସିଲାବସ୍‌। ହେଲେ କମିଲାନି ସମସ୍ୟା। କମିବା ବଦଳରେ ବଢ଼ିଲା ଚାପ। ମହାମାରୀ କରୋନା କଟକଣା ପିଲାଙ୍କ ପାଠପଢ଼ାରେ ଗୁରୁତର ସଙ୍କଟ ସୃଷ୍ଟି କରିବା ପରେ ଚଳିତ ବର୍ଷର ସିଲାବସକୁ ୩୦ ପ୍ରତିଶତ କାଣ୍ଟଛାଣ୍ଟ କରିଥିଲେ ରାଜ୍ୟ ସରକାର। ସିବିଏସଇ ଓ ଆଇସିଏସଇ ଢାଞ୍ଚାରେ ଏହି ନିଷ୍ପତ୍ତି ନିଆଯାଇଛି। ତେବେ ଏହାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ଛାତ୍ରଛାତ୍ରୀ, ଅଭିଭାବକ ଓ ଶିକ୍ଷକ। ପିଲାଙ୍କ ଅଭିଯୋଗ, ଗଲା ତିନି ମାସ ଧରି ଅନଲାଇନରେ ଯେଉଁ ପାଠ ପଢିଥିଲେ, କଟିଥିବା ସିଲାବସରେ […]

  • Sunday, 04 July 2021
fllloood
ମାଡ଼ି ଆସୁଛି ବନ୍ୟା, ୬ ଜିଲ୍ଲାକୁ ଆଲର୍ଟ

ଭୁବନେଶ୍ୱର: ଲଗାଣ ବର୍ଷା ପରେ ଓଡ଼ିଶାକୁ ମାଡ଼ି ଆସୁଛି ବନ୍ୟା। ଓଡ଼ିଶାର ୫ଟି ନଦୀ ଏବେ ବିପଦ ସଙ୍କେତ ଉପରେ। ବର୍ଷା ଓ ବନ୍ୟା ଯୋଗୁ ଗତ ୩ ଦିନରେ ୭ ଜଣଙ୍କ ମୃତ୍ୟୁ ଘଟିଛି। ସେଥିରେ ମୟୂରଭଂଜରେ ୪, କେନ୍ଦୁଝରରେ ୨ ଓ ସୁନ୍ଦରଗଡ଼ରେ ଜଣେ ଲେଖାଏଁ ଅଛନ୍ତି। ବନ୍ୟା ଜଳରେ ଭାସିଯାଇ ଆଉ ୨ ଜଣ ନିଖୋଜ ଥିବା ଏସ୍‌ଆର୍‌ସି ପ୍ରଦୀପ ଜେନା କହିଛନ୍ତି। ସେ କହିଛନ୍ତି-“ମହାନଦୀରେ ମଧ୍ୟମ ଧରଣର ବନ୍ୟା ସମ୍ଭାବନା ରହିଛି। […]

  • Sunday, 04 July 2021
ମହାନଦୀରେ ବନ୍ୟା ଆଶଙ୍କା

କଟକ: ମହାନଦୀରେ ବନ୍ୟା ଆଶଙ୍କା ସୃଷ୍ଟି ହୋଇଛି। ରାଜ୍ୟରେ ବନ୍ୟା ସ୍ଥିତି ସମ୍ପର୍କରେ ସୂଚନା ଦେଇ ମହାନଦୀ ଅବହାହିକାରେ ମଧ୍ୟମ ଧରଣର ବନ୍ୟା ସମ୍ଭାବନା ଥିବା ସ୍ୱତନ୍ତ୍ର ରିଲିଫ୍‌ କମିଶନର(SRC) କହିଛନ୍ତି। ମହାନଦୀର ମୁଣ୍ଡଳି ଠାରେ ଏବେ ସାଢ଼େ ୭ ଲକ୍ଷ କ୍ୟୁସେକ୍‌ ଜଳ ପ୍ରବାହିତ ହେଉଛି। ହୀରାକୁଦରେ ସାଢ଼େ ୫ ଲକ୍ଷ କ୍ୟୁସେକ୍ ଜଳ ପ୍ରବେଶ କରୁଥିବା ବେଳେ ୩ ଲକ୍ଷ କ୍ୟୁସେକ୍ ଜଳ ନିଷ୍କାସିତ ହେଉଛି। ଇବ୍ ଏବଂ ଭେଡେନ୍ ନଦୀରୁ ବହୁ ପରିମାଣର ଜଳ […]

  • Sunday, 04 July 2021
ali-park
ସହର ପରି ଗାଁର ପାର୍କ ଓ ପୁଷ୍କରିଣୀ

ସକାଳ ସଞ୍ଜରେ ଛୁଆଠୁ ବୁଢ଼ା ଯାଏଁ ସବୁ ଏଠି ରୁଣ୍ଡ  କିଏ ସେଲ୍ଫି ନେଉଛି ତ ଆଉ କିଏ ଦୋଳି ଝୁଲୁଛି  ଆଳିରେ ଏକ ପରିବର୍ତ୍ତିତ ଗାଁର ଛବି ଆଳି(ବନମାଳୀ ସାହୁ) : ସବୁଜ ସୁନ୍ଦର ଘାସ ଗାଲିଚା, ରଙ୍ଗୀନ ଫୁଲ…

  • Sunday, 04 July 2021
aditya
Aditya Dash Death Case: ଆଦିତ୍ୟଙ୍କ ୩ ସହଯୋଗୀଙ୍କ ଲାଇ ଡିଟେକ୍ସନ ଟେଷ୍ଟ ଆରମ୍ଭ

ଭୁବନେଶ୍ୱର: ସମାଜସେବୀ ମାନବପ୍ରେମୀ ଆଦିତ୍ୟ ଦାଶଙ୍କ ମୃତ୍ୟୁ ମାମଲାରେ ଗତକାଲି ପତ୍ନୀ ବିଦ୍ୟାଶ୍ରୀଙ୍କ ଲାଇ ଡିଟେକ୍ସନ୍ ଟେଷ୍ଟ ଆରମ୍ଭ ହୋଇଥିବାବେଳେ ଆଜି ଆଦିତ୍ୟଙ୍କ ୩ ସହଯୋଗୀଙ୍କ ଲାଇ ଡିଟେକ୍ସନ ଟେଷ୍ଟ ଆରମ୍ଭ ହୋଇଛି। ଭୁବନେଶ୍ୱର ଫରେନସିକ୍ ଲ୍ୟାବ୍‌ରେ ଆଦିତ୍ୟଙ୍କ ୩ ସହଯୋଗୀ ପପୁ, ବିକାଶ ଓ ଦୀପୁଙ୍କ ଲାଇ ଡିଟେକ୍ସନ ଟେଷ୍ଟ ଆରମ୍ଭ ହୋଇଛି। ଗତକାଲି ବିଦ୍ୟାଶ୍ରୀଙ୍କୁ ୫ ଘଣ୍ଟା ଜେରାରେ ୭୦ଟି ପ୍ରଶ୍ନ ପଚରାଯାଇଥିବା ସୂଚନା ମିଳିଛି। ଜୁଲାଇ ୭ ତାରିଖରେ ଲିଙ୍ଗରାଜ ଷ୍ଟେସନ୍ ଟ୍ରେନ୍ […]

  • Sunday, 04 July 2021
ମହାନଦୀରେ ଆସୁଛି ବଡ଼ ବନ୍ୟା !

ଭୁବନେଶ୍ୱର: ମହାନଦୀରେ ଆସୁଛି ମଧ୍ୟମରୁ ବଡ଼ ଧରଣର ବନ୍ୟା। ଏ ନେଇ ଜଳ ସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ଜ୍ୟୋତିର୍ମୟ ରଥ ସୂଚନା ଦେଇଛନ୍ତି। ସେ କହିଛନ୍ତି, ମହାନଦୀର ଉପରମୁଣ୍ଡ ଛତିଶଗଡ଼ରେ ପ୍ରବଳ ବର୍ଷା ହୋଇଛି। ସକାଳ ସୁଦ୍ଧା ଉପର ମୁଣ୍ଡରେ ୨୦୦ ମି.ମି. ବର୍ଷା ରେକର୍ଡ କରାଯାଇଛି। ସେହିପରି କଲମାରୁ ୫ ଲକ୍ଷ, ଇବ୍ ଓ ଭେଡେନ୍‌ରୁ ୨.୫ ଲକ୍ଷ କ୍ୟୁସେକ୍‌ ଜଳ ଆସୁଛି। ଏମିତି ଭାବେ ହୀରାକୁଦକୁ ୮ ଲକ୍ଷ କ୍ୟୁସେକ୍ ଜଳ ପ୍ରବେଶ […]

  • Sunday, 04 July 2021
aditya das
Aditya Das Death Case: CBI ତଦନ୍ତ ଦାବିରେ ହାଇକୋର୍ଟ ଗଲେ ଆଦିତ୍ୟଙ୍କ ପତ୍ନୀ

ଭୁବନେଶ୍ୱର: ସମାଜସେବୀ ମାନବପ୍ରେମୀ ଆଦିତ୍ୟ ଦାଶଙ୍କ ମୃତ୍ୟୁ ମାମଲାରେ ଆଦିତ୍ୟଙ୍କ ପତ୍ନୀ ବିଦ୍ୟାଶ୍ରୀ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। Aditya Das Death Case: ଆଦିତ୍ୟଙ୍କ ବାପା, ମା ଏବଂ ପତ୍ନୀ Bidyashree ହାଇକୋର୍ଟଙ୍କ ଦ୍ୱାରସ୍ଥ ହେବାସହ ଏହି ମାମଲାର CBI ତଦନ୍ତ ପାଇଁ ହାଇକୋର୍ଟରେ ଆବେଦନ କରିଛନ୍ତି। ସମାଜସେବୀ ମାନବପ୍ରେମୀ ଆଦିତ୍ୟ ଦାଶଙ୍କ ମୃତ୍ୟୁ ମାମଲାରେ ଗତକାଲି ପତ୍ନୀ ବିଦ୍ୟାଶ୍ରୀଙ୍କ ଲାଇ ଡିଟେକ୍ସନ୍ ଟେଷ୍ଟ ଆରମ୍ଭ ହୋଇଥିବାବେଳେ ଆଜି ଆଦିତ୍ୟଙ୍କ ୩ ସହଯୋଗୀଙ୍କ ଲାଇ ଡିଟେକ୍ସନ ଟେଷ୍ଟ […]

temple
ଲଣ୍ଡନରେ ଖୁବ୍‌ଶୀଘ୍ର ନିର୍ମାଣ ହେବ ଜଗନ୍ନାଥ ମନ୍ଦିର

ଭୁବନେଶ୍ୱର: ଜଗତର ଠାକୁର ସେ ଜଗନ୍ନାଥ। ସାରା ବିଶ୍ୱରେ ତାଙ୍କର ଭକ୍ତ।  ସବୁଠୁ ହୁଏ ତାଙ୍କର ପୂଜା। ସବୁଠି ତାଙ୍କ ମନ୍ଦିର। ସାତ ଦରିଆ ପାରି ହୋଇ ଭକ୍ତ ଛୁଟି ଆସନ୍ତି ତାଙ୍କର ଟିକିଏ  ଦର୍ଶନ ପାଇବା ପାଇଁ।  କୋଟି କୋଟି ଓଡ଼ିଆଙ୍କ ଆରାଧ୍ୟ ଦେବତା ଏବେ ପୂଜା ପାଇବେ  ଇଂଲଣ୍ଡରେ । ଲଣ୍ଡନରେ ନିର୍ମାଣ ହେବାକୁ ଯାଉଛି ଜଗନ୍ନାଥଙ୍କ ଭବ୍ୟ ମନ୍ଦିର । ଏଥିପାଇଁ ଜାଗା ଚିହ୍ନଟ ହୋଇ ସାରିଛି। ୨୦୨୪ ସୁଦ୍ଧା ମନ୍ଦିର ନିର୍ମାଣ […]

  • Sunday, 04 July 2021
ଖୋଲିଲା ହୀରାକୁଦର ୩୬ ଗେଟ୍

ସମ୍ବଲପୁର: ଏବେ ହୀରାକୁଦ ଡ୍ୟାମ୍‌ର ୩୬ଟି ଗେଟ୍ ଦେଇ ଜଳ ନିଷ୍କାସନ ହେଉଛି। ଆଜି ସକାଳେ ୨୦ଟି ଗେଟ୍‌ ଦେଇ ଜଳ ନିଷ୍କାସନ ଜାରି ରହିଥିଲା। ଏହାପରେ ଆଉ ୪ଟି ଗେଟ୍‌ ଖୋଲା ଯାଇଥିଲା। ଫଳରେ ୨୪ଟି ଗେଟ୍‌ ଦେଇ ଜଳ ନିଷ୍କାସନ ଜାରି ରହିଥିଲା। ଏହାପରେ ୩ ଥରରେ ୧୨ଟି ଗେଟ୍‌ ଖୋଲା ହୋଇଛି। ବର୍ତ୍ତମାନ ୩୬ଟି ଗେଟ୍ ଦେଇ ଜଳ ନିଷ୍କାସନ ହେଉଛି। ତେବେ ହୀରାକୁଦରୁ ଛଡାଯାଉଥିବା ବନ୍ୟା ଜଳ ମୁଣ୍ଡଳିକୁ ପହଞ୍ଚିବା ପାଇଁ […]

  • Sunday, 04 July 2021
basudevpur
ଭୂତକୋଠି ପାଲଟିଲାଣି ପ୍ରାଣୀଧନ ଚିକିତ୍ସାକେନ୍ଦ୍ର : ଦୁଆର ମୁହଁରେ ରାଜୁତି କଲାଣି ଅନାବନା ଗଛ

ବାସୁଦେବପୁର(କିରୀଟି ଦାସ) : ପ୍ରାଣୀମାନଙ୍କ ଚିକିତ୍ସା ପାଇଁ ସରକାର ସବୁବେଳେ ଯତ୍ନବାନ ଥିବା କହୁଛନ୍ତି । ସେଥିପାଇଁ ପ୍ରାଣୀ ଚିକିତ୍ସାଳୟ ଠାରୁ ଆରମ୍ଭକରି ପଂଚାୟତ ମାନଙ୍କରେ ପ୍ରାଣୀଧନ ସହାୟକ କେନ୍ଦ୍ର ନିର୍ମାଣ କରାଯାଇଛି । ସ୍ଥାନୀୟ ଅଂଚଳର ଚାଷୀମାନେ ଉପକୃତ ହେବାସହ…

  • Sunday, 04 July 2021
ନନ୍ଦନକାନନରେ ଆଉ ଏକ ଆନାକୋଣ୍ଡା ମୃତ

ଭୁବନେଶ୍ୱର: ଭୁବନେଶ୍ୱରର ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଆନାକୋଣ୍ଡା ଏବେ ବିପଦରେ। ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ପୁଣି ଏକ ଆନାକୋଣ୍ଡା ମୃତ। ୮ଟି ହଳଦିଆ ଆନାକୋଣ୍ଡାରୁ ଏଯାବତ ୩ଟିର ମୃତ୍ୟୁ ଘଟିଲାଣି। ବ୍ୟାକ୍ଟେରିଆ ନା ରକ୍ତ ସଂକ୍ରମଣ ଯୋଗୁ ଆନାକୋଣ୍ଡାଙ୍କ ମୃତ୍ୟୁ ହୋଇଛି କି ନାହିଁ ତାହା ଏ ଯାଏ ଜଣାପଡ଼ିନି। ୨୦୧୯ ଅକ୍ଟୋବରରେ ୮ ଆନାକୋଣ୍ଡା ଚେନ୍ନାଇ ଚିଡିଆଖାନାରୁ ଆସିଥିଲେ। ଆନାକୋଣ୍ଡା ଆସିବାର ଶହେ ଦିନ ନପୁରୁଣୁ ୨ଟି ଆନାକୋଣ୍ଡାଙ୍କ ମୃତ୍ୟୁ ହୋଇଥିଲା। ସେତେବେଳେ ଓୟୁଏଟିର ଡାକ୍ତରୀ ଟିମ୍ […]

  • Sunday, 04 July 2021
adi
ଆଦିତ୍ୟ ଦାଶ ମୃତ୍ୟୁ ମାମଲା: ୩ ସହଯୋଗୀଙ୍କୁ ପଚରାଗଲା ୮୦ ପ୍ରଶ୍ନ !

ଭୁବନେଶ୍ୱର: ବହୁ ଚର୍ଚ୍ଚିତ ସମାଜସେବୀ ଆଦିତ୍ୟ ଦାଶ ମୃତ୍ୟୁ ମାମଲାରେ ୩ ସହଯୋଗୀଙ୍କ ସରିଲା ଲାଇ ଡିଟେକସନ ଟେଷ୍ଟ। ପପୁ, ବିକାଶ, ଦୀପକଙ୍କର ଭୁବନେଶ୍ୱର ଫୋରେନସିକ୍ ଲ୍ୟାବରେ ଟେଷ୍ଟ ଶେଷ ହୋଇଛି। ଏହି ୩ ସହଯୋଗୀଙ୍କୁ ୮୦ରୁ ଊର୍ଦ୍ଧ୍ୱ ପ୍ରଶ୍ନ ପଚରା ଯାଇଥିବା ସୂଚନା ମିଳିଛି। ଆଦିତ୍ୟ ଦାଶ ଆତ୍ମହତ୍ୟା କରିଛନ୍ତି ନା ତାଙ୍କୁ ହତ୍ୟା କରାଯାଇଛି, ଏହାକୁ ନେଇ ସସପେନ୍ସ ଲାଗି ରହିଥିବା ବେଳେ ଏହାର ଖିଅ ଖୋଜିବା ପାଇଁ କ୍ରାଇମ୍‌ବ୍ରାଞ୍ଚ ଗୁଡ଼ାଇ ତୁଡ଼ାଇ ଘଟଣାର […]

  • Sunday, 04 July 2021
usha
ଆଇଏଏସ୍ ଉଷା ପାଢ଼ୀଙ୍କୁ ମିଳିଲା ବଡ଼ ଦାୟିତ୍ୱ

ଭୁବନେଶ୍ୱର: ଓଡ଼ିଶା କ୍ୟାଡର ଆଇଏଏସ୍ ଉଷା ପାଢ଼ୀଙ୍କୁ ଗୁରୁତ୍ୱପୂର୍ଣ୍ଣ ନିଯୁକ୍ତି। ବ୍ୟୁରୋ ଅଫ୍ ସିଭିଲ ଆଭିଏସନ ସିକ୍ୟୁରିଟି ଡିଜି ଭାବେ ଉଷାଙ୍କୁ ନିଯୁକ୍ତି ଦିଆଯାଇଛି। ପ୍ରଥମ ମହିଳା ଭାବେ ସିଭିଲ ଆଭିଏସନ ସିକ୍ୟୁରିଟି ଡିଜି ଭାବେ ସେ ନିଯୁକ୍ତି ପାଇଛନ୍ତି। ନୂଆ ନିଯୁକ୍ତି ନେଇ ସେ ନିଜେ ଟ୍ୱିଟ୍ କରି ଜଣାଇଛନ୍ତି। ତାଙ୍କ ପୂର୍ବରୁ ଆଇପିଏସ୍ ରାକେଶ ଆସ୍ଥାନା ଏହି ବିଭାଗର ଡିଜି ଭାବେ ସେ ଦାୟିତ୍ୱ ନିର୍ବାହ କରିଥିଲେ। At last, a Smt. in the […]

  • Sunday, 04 July 2021